অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜଳବାୟୁ ପରିବର୍ତ୍ତନ

ଜଳବାୟୁ ପରିବର୍ତ୍ତନ ସ୍ମରଣୀୟ ଦିବସ

ତାରିଖ

ଦିବସ

ଫେବୃୟାରୀ ୨, ବିଶ୍ଵ ଶକ୍ତି ଭୂମି ଦିବସ

୧୯୭୧, ରାମସର ସମ୍ମିଳନୀରେ ଶିକ୍ତଭୂମିରେ ଜୈବ ବିବିଧତାର ସୁରକ୍ଷା ପାଇଁ ଏହି ଦିବସ ସ୍ମରଣୀୟ  ।

ଫେବୃୟାରୀ ୨୮, ଜାତୀୟ ବିଜ୍ଞାନ ଦିବସ

ପରିବେଶ ସୁରକ୍ଷାରେ ବିଜ୍ଞାନର ଭୂମିକାକୁ ଗୁରୁତ୍ଵ ପ୍ରଦାନ କରି ସଚେତନତା ସୃଷ୍ଟି କରିବା

ମାର୍ଚ୍ଚ ୨୧,ବିଶ୍ଵ ବନ ଦିବସ

ବ୍ୟାପକ ବୃକ୍ଷରୋପଣ ଜରିଆରେ ସବୁଜ ବଳୟ ସୃଷ୍ଟି କରି ସଚେତନତା ସୃଷ୍ଟି କରିବା  ।

ମାର୍ଚ୍ଚ ୨୨, ବିଶ୍ଵ ଜଳ ଦିବସ

ପିଇବା ପାଣି ସଂକଟରୁ ମୁକୁଳିବା ପାଇଁ ଜଳ ସଂରକ୍ଷଣ ସଚେତନତା ସୃଷ୍ଟି କରିବା  ।

ମାର୍ଚ୍ଚ ୨୩, ବିଶ୍ଵ ପାଣିପାଗ ଦିବସ

ପାଣି ପାଗ ହେଉଛି, ପରିବେଶର ଅବିଚ୍ଛେଦ୍ୟ ଅଙ୍ଗ : ଏକଥା ବୁଝିବା ଓ ବୁଝାଇବା  ।

ଏପ୍ରିଲ ୭, ବିଶ୍ଵ ସ୍ୱାସ୍ଥ୍ୟ ଦିବସ

୧୯୪୮ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ଦିବସ ଉପଲକ୍ଷେ ସମସ୍ତଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ସଚେତନତା ସୃଷ୍ଟି କରିବା  ।

ଏପ୍ରିଲ ୧୮, ବିଶ୍ଵ ଐତିହ୍ୟ ଦିବସ

ପ୍ରକୃତି ସହିତ ମନୁଷ୍ୟକୃତ ଐତିହ୍ୟମାନ ପରିବେଶର ଏକମୁଲ୍ୟବାନ ଅଙ୍ଗଭାବେ ବୁଝିବା  ।

ଏପ୍ରିଲ ୨୨, ମା ଧରିତ୍ରୀ ଦିବସ

୧୯୭୦ ମସିହା ଏହି ଦିବସରେ ଆମେରିକାର କେତେକ ପ୍ରକୃତି ପ୍ରେମୀ ଏକତ୍ର ହୋଇ ମା ଧରିତ୍ରୀର ଗୁରୁତ୍ଵ ସାରା ବିଶ୍ଵରେ ପ୍ରଚାର ଓ ପ୍ରସାର ପାଇଁ ଆହ୍ଵାନ ଦେଇଥିଲେ  ।

ମେ ୩୧, ଧୂମପାନ ନିରୋଧ ଦିବସ

ଧୂମପାନ ନିଷେଧ, ନିଜ ପରିବାର ତଥା ସମାଜରେ ପ୍ରଚାର କରିବା ଓ ପାଳନ କରିବା  ।

ଜୁନ୍ ୫, ବିଶ୍ଵ ପରିବେଶ ଦିବସ

ପରିବେଶର ଧର୍ମ ବୁଝି ଏହାର ସନ୍ତୁଳନ ରକ୍ଷାକରିବା ଓ ସାମୂହିକ ଭାବେ ଯେନତେନ ପ୍ରକାରେ ଏହାକୁ ପାଳନ କରିବା  ।

ଜୁଲାଇ ୧୧, ବିଶ୍ଵଜନସଂଖ୍ୟା ଦିବସ

ବିଶ୍ଵ ଜନସଂଖ୍ୟା ବିଶେଷତଃ ଭାରତର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବିଶେଷ ଧ୍ୟାନ ଦେବା ପାଇଁ ସଚେତନତା  ।

ସେପ୍ଟେମ୍ବର ୧୬, ବିଶ୍ଵ ଓଜୋନ ଦିବସ

ପୃଥିବୀର ଛାତ ବୋଲାଉଥିବା ଏହି ଓଜୋନ ସ୍ତରକୁ କିପରି ସୁରକ୍ଷା କରିବା, ଏଥିପାଇଁସଚେତନତା ସୃଷ୍ଟି କରିବା  ।

ସେପ୍ଟେମ୍ବର ୨୮, ସବୁଜ ଉପଭୋକ୍ତା ଦିବସ

ଉପଭୋକ୍ତା ମାନେ ସଚେତନ ହେଲେ ଆଜିର ବିଶ୍ଵର ଅନେକ ସଂକଟରୁ ମୁକୁଳି ପାରିବ  । ପୁନଃ ଚକ୍ରଣ, ପୁନଃ ବ୍ୟବହାର ଓ ସୀମିତ ବ୍ୟବହାର ଅଭ୍ୟାସ ଉପଭୋକ୍ତା ମାନଙ୍କର ଜୀବନଶୈଳୀର ଅଙ୍ଗ ହେଉ, ଏକଥା ବୁଝିବା ଓ ବୁଝାଇବା  ।

ଅକ୍ଟୋବର ୩, ବିଶ୍ଵ ବସତି ଦିବସ

ଏ ବିଶ୍ଵରେ କେବଳ ମନୁଷ୍ୟ ରହିବାର ଏକା ଚାଟିଆ ଅଧିକାର ନାହିଁ  । ବୃକ୍ଷଲତା, ଜୀବଜନ୍ତୁ, ବନ୍ୟପ୍ରାଣୀ ତଥା ସମସ୍ତ ଜୀବ ଜଗତର ରହିବାର ଅଧିକାର  ।

ଅକ୍ଟୋବର ୧-୭, ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ

ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା  ।

ଅକ୍ଟୋବର୪, ଜୀବଜନ୍ତୁ ମଙ୍ଗଳ ଦିବସ

ଜୀବ ଜନ୍ତୁଙ୍କ ସୁରକ୍ଷା ଓ ମଙ୍ଗଳପାଇଁ ସଚେତନତା ସୃଷ୍ଟି କରିବା  ।

ଅକ୍ଟୋବର ୧୩, ଆନ୍ତର୍ଜାତିକ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ

ପରିବେଶ ର ସନ୍ତୁଳନ ରକ୍ଷାକରି ପ୍ରାକୃତିକ ବିପର୍ଯ୍ୟୟ ପ୍ରକାଶନ କରିବା  ।

ନଭେମ୍ବର ୧୪, ଜାତୀୟ ଶିଶୁ ଦିବସ

ଶିଶୁମାନେ ଆମର ଜାତୀୟ ସମ୍ପଦ ଶିଶୁମାନଙ୍କୁ ବିକଶିତ କରି ଏକ ଉନ୍ନତ ରାଷ୍ଟ୍ର ଗଠନ କରିବା  ।

ଡିସେମ୍ବର ୨, ଭୋପାଳ ଦୁର୍ଘଟଣା ସ୍ମାରକୀ ଦିବସ

ବିଷାକ୍ତ ବାଷ୍ପର ଭୟକାଂରିତା ଆଉ କୌଣସିଠାରେ ନଘଟୁ ଏକଟା ସ୍ମରଣ କରିବା  ।

ଜଳବାୟୁ ପରିବର୍ତ୍ତନ : କିଏ କଣ କହନ୍ତି

ବିଶ୍ଵ ଏକ ଅପରିବର୍ତ୍ତନୀୟ ଶୃଙ୍ଖଳାରେ ପରିଚାଳିତ ଓ ସମସ୍ତ ସୃଷ୍ଟି ଏହି ନିୟମରେ ବନ୍ଧା  । ଏହା ଏକ ଅନ୍ଧକାନୁନ୍ ନୁହେଁ, କାରଣ କୌଣସି ଅନ୍ଧା କାନୁନ୍ ମନୁଷ୍ୟକୁ ତିଷ୍ଠିବା ପାଇଁ ସହାୟକ ନାହିଁ  ।

ମହାତ୍ମା ଗାନ୍ଧୀ

ମନୁଷ୍ୟର ସର୍ବନିମ୍ନ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ପ୍ରକୃତି ଆମକୁ ଯଥେଷ୍ଟ ଦେଇଛି ମାତ୍ର ତା’ର ଲାଭ ପାଇଁ ନୁହେଁ  ।

ମହାତ୍ମା ଗାନ୍ଧୀ

ଯେପରି ଭାବେ ଆମ୍ଭେମାନେ ପ୍ରକୃତି ସହିତ ବ୍ୟବହାର କରିଥାଉ ତାହା ଆମର ନିଜ ପ୍ରକୃତିର ଏକ ଦର୍ପଣ ମାତ୍ର  ।

ମହାତ୍ମା ଗାନ୍ଧୀ

ଯେପରିଭାବେ ଆମେ ପ୍ରକୃତିକୁ ନିଜସ୍ଵ ସମ୍ପତ୍ତି ଭାବି ଲୁଣ୍ଠିତ କରୁ ଅଛୁ ସେହିପରି ଭାବେ ଯଦି ଆମ୍ଭେମାନେ ନିଜକୁ ପ୍ରକୃତିର ଏକ ସମ୍ପଦ ଭାବିଥାଉ, ତା ହେଲେ ବୋଧେ ଆମେ ପ୍ରକୃତିକୁ ଉଚିତ ସମ୍ମାନ ଓ ସଦଭାବ ପ୍ରଦାନ କରିପାରିବା  ।

ଆଲ୍ଡୋ ଲିଓଗୋଲ୍ଡ

ଗଛକୁ ନିଜର କରିବାକୁ ହେଲେ, ତାହାର ଯତ୍ନ ନିଅ, ତା’ ପାଖକୁ ଯାଅ, ତାକୁ କୋଳାଗ୍ରତ କର ଓ ତା’ର ଅସ୍ତିତ୍ଵକୁ ସ୍ଵୀକାର କର  ।

ରସ୍ମିନ୍ ବଣ୍ଡ

ପୃଥିବୀର ସମସ୍ତ ସୃଷ୍ଟିମାନଙ୍କର ଏକ ନିଜସ୍ଵ ଭାଷା ଅଛି  । କେବଳ ମଣିଷ ସେମାନଙ୍କର ଭାଷା ବୁଝିବା ଆବଶ୍ୟକ   ।

କେହି ଜଣେ

ପ୍ରକୃତିକୁ ପ୍ରଶଂସା କରିବାର ପ୍ରତିଟି ମୂହୁର୍ତ୍ତ ସୃଷ୍ଟିକର୍ତ୍ତାଙ୍କୁ ପ୍ରାର୍ଥନା କରିବା ସହିତ ସମାନ

ଭରନନ୍ ହାର୍ଣର

ଆମ୍ଭମାନଙ୍କର ଏହା ମନେ ରଖିବା ଉଚିତ ଯେ ପୃଥିବୀରେ ମନୁଷ୍ୟ ବ୍ୟତୀତ ଅନ୍ୟାନ୍ୟ ସୃଷ୍ଟିର ମଧ୍ୟ ସମାନ ଅଧିକାର ରହିଛି  ।

ବୌଦ୍ଧ ଗୁରୁ ଦଲାଇ ଲାମା

ଆମ୍ଭମାନଙ୍କୁ ତିଷ୍ଠିରହିବା ପାଇଁ ଏକ ବିଶ୍ଵସ୍ତରୀୟ ପରିବେଶୀୟ ଜାଗରଣର ଆବଶ୍ୟକତା ରହିଛି, ଯେଉଁଥି ପାଇଁ କି ଜନସଚେତନତା ଅପରିହାର୍ଯ୍ୟ

ମିଖାଏଲ ବୋର୍ବାଚେଭ

ଏହି ଘଡିସନ୍ଧି ମୂହୁର୍ତ୍ତରେ ମାନବଜାତି ପାଇଁ ଚିନ୍ତାରୁ ସର୍ବପ୍ରାଥମିକ କାରଣ ହେଉଛି – ପୃଥିବୀର ନିରନ୍ତର ଦୁର୍ଦ୍ଦଶାର ମୁକ ସାକ୍ଷୀ ହୋଇ ସାମନା କରିବା   ।

ଗେଲର୍ଡ ନେଲସନ୍

ପ୍ରକୃତି ବିରୁଦ୍ଧରେ ହିଂସାକୁ ରୋକିବା ପାଇଁ ପରିସଂସ୍ଥା ଆନ୍ଦୋଳନ ସେ ପର୍ଯ୍ୟନ୍ତ କରାଯାଇ ପାରିବ ନାହିଁ – ଯେ ପର୍ଯ୍ୟନ୍ତ ମାନବ ସଂସ୍କୃତି ଅହିଂସାକୁ ମୂଳାଧାର ନ କରିଛି  ।

ମହାତ୍ମା ଗାନ୍ଧୀ

ଭଗବାନ ବୃକ୍ଷରାଜି ସୃଷ୍ଟି କଲେ  । ଏହାକୁ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କଲେ, ମାତ୍ର ଏହାକୁ ମନୁଷ୍ୟଠାରୁ ରକ୍ଷା କରିବାରେ ହାରିଗଲେ   ।

ଯୋଆନ ମୂଇର

ଯେଉଁମାନେ ପ୍ରକୃତିକୁ ଭଲ ପାଆନ୍ତି ସେମାନେ ଜୀବନରେ କେବେବି ନିଃସଙ୍ଗ ନୁହନ୍ତି  ।

ରାଚେଲ କାରସନ୍

ପୃଥିବୀ ପ୍ରତି ବିପଦ ମାନେ ମନୁଷ୍ୟ ପ୍ରତି ବିପଦ

ଚିଫ୍ ସିଏଟଲ୍

ଜଳବାୟୁ, ବୃକ୍ଷଲତା ଏବଂ ଜୀବଜନ୍ତୁ ସୁରକ୍ଷିତ ହେଲେ ହିଁ ମାନବ ଜାତି ସୁରକ୍ଷିତ ହେବ  ।

ସ୍ତୁଆର୍ଟ ୟୁଡାଲ୍ଲ

ଯେ ପର୍ଯ୍ୟନ୍ତ ବୈଜ୍ଞାନିକ ଏକ ତୃଣ ସୃଷ୍ଟି ନ କରିପାରିଛି ସେ ପର୍ଯ୍ୟନ୍ତ ବିଜ୍ଞାନ ପ୍ରକୃତି ସାମନାରେ ହାସ୍ୟସ୍ପଦ  ।

ଥୋମାସ ଆଲଭା ଏଡିସନ୍

ହିଂସ୍ରଜନ୍ତୁ ପ୍ରଥମେ ଜଙ୍ଗଲରେ ଥିଲେ  । ଆଜିକାଲି ସହରରେ ମାତିଲେଣି ।

ମହାତ୍ମା ଗାନ୍ଧୀ

ବୃକ୍ଷ ହିଁ ମନୁଷ୍ୟର ପ୍ରକୃତ ବନ୍ଧୁ

ଫ୍ରାଙ୍କ ଲଏଡ ରାଇଟ୍

ଯେତେବେଳେ ଆମେ ପୃଥିବୀକୁ ସୁସ୍ଥ ରଖୁ, ପୃଥିବୀ ଆମକୁ ସୁସ୍ଥ ରଖେ  ।

ଡେଭିଡ୍ ଅର୍

ଏହି ଗ୍ରହର ଲମ୍ବା ଜୀବନ କାଳରେ ଜଣେ ପରିବେଶବିତ୍ ହିଁ ପ୍ରକୃତ ହିସାବ ନିରିକ୍ଷକ : କୌଣସି ଗନ୍ଥାଗାରର ମାଲିକ ନୁହନ୍ତି   ।

ସ୍ତୁଆର୍ଟ ୟୁଡାଲ୍ଲ

ପ୍ରକୃତି ହସିଲେ, ମଣିଷ ବଞ୍ଚିବ  ।

ଯୋସେଫ୍ ଉଡ୍ କ୍ରଚ

ମଣିଷ ପ୍ରକୃତି ଓ ପରିବେଶକୁ ଜେଭଳି ସଜାଏ, ସେ ନିଜେ ମଧ୍ୟ ସେହିଭଳି ଗଢି ଉଠେ  ।

ରେନେ ଡ୍ୟୁବୋସ

ଯେଉଁଠି ପରିବେଶର ଗୁଣାତ୍ମକ ମାନ କମିଯାଏ, ସେଠାରେ ମଣିଷର ଜୀବନ ଧାରଣର ମାନ ମଉଳି ଯାଏ  ।

ଜର୍ଜ ହୋଲାଣ୍ଡ

ଆଧାର – ବିଜ୍ଞାନ ଓ ପରିବେଶ ବିକାଶ ସମିତି

Last Modified : 10/8/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate