অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜଳବାୟୁ ପରିବର୍ତ୍ତନର ପ୍ରଭାବ

କୃଷି ବିପର୍ଯ୍ୟୟ

ଆଧୁନିକ ମାନବର ସମ୍ଭୋଗ ଜୀବନଶୈଳୀ ସିଧାସଳଖ ପ୍ରଭାବ ପକାଇଛି ପ୍ରାକୃତିକ ପରିବେଶ ଉପରେ  । ଏହାର ଫଳ ସ୍ୱରୂପ ପାଣିପାଗ ଓ ଜଳବାୟୁରେ ପରିବର୍ତ୍ତନ ଘଟିଚାଲିଛି  । ଏହି ପରିବର୍ତ୍ତନ ଯୋଗୁଁ କୃଷି ଗୁରୁତର ଭାବେ ପ୍ରଭାବିତ ହେଉଛି, ତାହା ଅତ୍ୟନ୍ତ ସୁସ୍ପଷ୍ଟ

ଭାରତ ଭଳି ଦେଶରେ ଯେଉଁଠି ୭୦ ପ୍ରତିଶତରୁ ଉର୍ଦ୍ଧ୍ଵ ଲୋକ କୃଷି ଓ ଆନୁସଙ୍ଗିକ କାର୍ଯ୍ୟକରି ଜୀବିକା ନିର୍ବାହ କରୁଛନ୍ତି, ପାଣିପାଗ ପରିବର୍ତ୍ତନର ପ୍ରଭାବ ଦେଶର ଅର୍ଥନୀତିକୁ ପ୍ରଭାବିତ କରିବ ନିଶ୍ଚୟ  । ଗତ କିଛି ବର୍ଷ ଧରି କୃଷି ଉତ୍ପାଦନ ଆଶାନୁଯାୟୀ ହୋଇ ପାରୁ ନାହିଁ  । ଏହାର ଅନେକ କାରଣ ଥିଲେ ମଧ୍ୟ ଜଳବାୟୁ ପରିବର୍ତ୍ତନ ଯେ ଅନ୍ୟତମ କାରଣ ତାହା ନିଃସନ୍ଦେହରେ କୁହାଯାଇପାରେ  । କୃଷି ଉପରେ ପାଣିପାଗ ପରିବର୍ତ୍ତନ ସମ୍ପର୍କରେ ଅନେକ ଅଧ୍ୟୟନ ହୋଇଛି  । ଭାରତରେ କୃଷି ଉତ୍ପାଦନ ଦେଶର ମୋଟ ଘରୋଇ ଆୟର ୨୫ ପ୍ରତିଶତ  । ସେହିଭଳି ଭାରତରୁ ହେଉଥିବା ମୋଟ ରପ୍ତାନୀର ୧୫ ପ୍ରତିଶତ ହେଉଛି କୃଷିଜାତ ପଦାର୍ଥ  । ଏଥିରୁ ଭାରତ ଭଳି ଦେଶରେ କୃଷିର ଗୁରୁତ୍ଵ ସ୍ପଷ୍ଟ ଅନୁମେୟ  । ତେଣୁ କୃଷି ଉପରେ ପାଣିପାଗ ପରିବର୍ତ୍ତନର କି କି ପ୍ରଭାବ ପଡୁଛି  । ତାହାର ଉପଯୁକ୍ତ ଅଧ୍ୟୟନ ହେବା ସହ ଏହାର ନିରାକରଣ ସୁଚିନ୍ତିତ ପଦକ୍ଷେପ ନିଆଯିବା ଜରୁରୀ ବୋଲି ବିଭିନ୍ନ ସମୟରେ କୃଷିବିତ୍ ମାନେ ମତବ୍ୟକ୍ତ କରିଛନ୍ତି  । ବିଶେଷ କରି ଭାରତୀୟ କୃଷି ମୂଳତଃ ପାଣିପାଗ ବିଶେଷତଃ ବର୍ଷା ଠାକୁରଙ୍କ ଦୟା ଉପରେ ନିର୍ଭରଶୀଳ  । ଏବେ ବି ଅର୍ଦ୍ଧାଧିକ କୃଷି ଜମି ଜଳସେଚନରୁ ବଞ୍ଚିତ  । ଯେଉଁ ବର୍ଷ ମୌସୁମୀ ବର୍ଷା ଭଲ ହୁଏ, ସେହି ବର୍ଷ ଦେଶର ଧାନ ଉତ୍ପାଦନ ଭଲ ହେଉଛି  । ତେଣୁ ଜଳବାୟୁ ଉପରେ ଭାରତୀୟ କୃଷି କେତେ ନିର୍ଭରଶୀଳ ତାହା ଏଥିରୁ ଜଣାପଡେ  ।

କୃଷି ଉପରେ ପାଣିପାଗ ପରିବର୍ତ୍ତନ ସମ୍ପର୍କରେ ଅନେକ ଅଧ୍ୟୟନ ହୋଇଛି  । ଭାରତରେ କୃଷି ଉତ୍ପାଦନ ଦେଶର ମୋଟ ଘରୋଇ ଆୟର ୨୫ ପ୍ରତିଶତ  । ସେହିଭଳି ଭାରତରୁ ହେଉଥିବା ମୋଟ ରପ୍ତାନୀର ୧୫ ପ୍ରତିଶତ ହେଉଛି କୃଷିଜାତ ପଦାର୍ଥ  । ଏଥିରୁ ଭାରତ ଭଳି ଦେଶରେ କୃଷିର ଗୁରୁତ୍ଵ ସ୍ପଷ୍ଟ ଅନୁମେୟ  । ତେଣୁ କୃଷି ଉପରେ ପାଣିପାଗ ପରିବର୍ତ୍ତନର କି କି ପ୍ରଭାବ ପଡୁଛି  । ତାହାର ଉପଯୁକ୍ତ ଅଧ୍ୟୟନ ହେବା ସହ ଏହାର ନିରାକରଣ ସୁଚିନ୍ତିତ ପଦକ୍ଷେପ ନିଆଯିବା ଜରୁରୀ ବୋଲି ବିଭିନ୍ନ ସମୟରେ କୃଷିବିତ୍ ମାନେ ମତବ୍ୟକ୍ତ କରିଛନ୍ତି  । ବିଶେଷ କରି ଭାରତୀୟ କୃଷି ମୂଳତଃ ପାଣିପାଗ ବିଶେଷତଃ ବର୍ଷା ଠାକୁରଙ୍କ ଦୟା ଉପରେ ନିର୍ଭରଶୀଳ  । ଏବେ ବି ଅର୍ଦ୍ଧାଧିକ କୃଷି ଜମି ଜଳସେଚନରୁ ବଞ୍ଚିତ  ।

୧୯୯୧ ମସିହାରେ ହୋଇଥିବା ସିହ୍ନା ଓ ସ୍ଵାମୀନାଥନ ଅଧ୍ୟୟନ ଅନୁଯାୟୀ ୨ ଡିଗ୍ରୀ ସେଲସିୟସ ତାପମାତ୍ରା ବୃଦ୍ଧିରେ ଧାନ ଉତ୍ପାଦନ ହେକ୍ଟର ପିଛା ୦.୭୫ ଟନ ହ୍ରାସ ପାଉଛି  । ସେହିପରି ଶୀତ ଦିନେ ଗହମ ଉତ୍ପାଦନ ହେକ୍ଟର ପିଛା ୦.୪୫ ଟନ ହ୍ରାସ ପାଉଛି  ।

୧୯୯୪ ମସିହାରେ ଆଉ ଏକ ଅଧ୍ୟୟନ ମଧ୍ୟ ଅନୁରୂପ ସିଦ୍ଧାନ୍ତରେ ଉପନୀତ ହୁଏ  । ରାଓ ଓ ସିହ୍ନା ଅଧ୍ୟୟନ ଅନୁଯାୟୀ ଯଦି ଅଙ୍ଗାରକାମ୍ଳର ଉର୍ବରୀକରଣ  ପ୍ରଭାବକୁ ବାଦ ଦିଆଯାଏ  । ତେବେ ଏହି ହ୍ରାସ ୨୮ରୁ ୬୮ ପ୍ରତିଶତ ହେବ  । ୧୯୯୩ ମସିହାରେ ହୋଇଥିବା ଅଗ୍ରୱାଲ ଓ ସିହ୍ନା ଅଧ୍ୟୟନରୁ ଜଣାପଡେ ଯେ ତାପମାତ୍ରା ୨ ଡିଗ୍ରୀ ସେଲସିୟସ ପାଇଲେ କୃଷି ଉତ୍ପାଦନ ଅଧିକାଂଶ ସ୍ଥାନରେ ପ୍ରଭାବିତ ହେବ, ଅର୍ଥାତ୍ ହ୍ରାସ ପାଇବ  ।

ମଣିଷର କାର୍ଯ୍ୟ ଯୋଗୁଁ ଯେ ଏପରି ପରିବର୍ତ୍ତନ ହେବାରେ ଲାଗିଛି, ତାହା କହିବା ଦରକାର  ନାହିଁ  । ୨୧୦୦ ମସିହା ସୁଦ୍ଧା ସମୁଦ୍ରପତ୍ତନ ଅତିକମ୍ ରେ ୪୦ ସେଣ୍ଟିମିଟର ବୃଦ୍ଧି ପାଇବ  । ତେଣୁ ଭାରତର ଉପକୂଳରେ ଥିବା କେତେକ ବୃହତ୍ ସହରରେ ସମୁଦ୍ର ପାଣି ମାଡି ଆସିବା ବୋଲି ଅନୁମାନ କରାଯାଉଛି  । ତେଣୁ ଏବେଠାରୁ ସାବଧାନତା ଗ୍ରହଣ କରିବାର ଆବଶ୍ୟକତା ରହିଛି  । ଗତ ୧୩୦ ବର୍ଷ ମଧ୍ୟରେ ବିଶ୍ଵ ତାପମାତ୍ରା ୦.୬ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି  ।

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ, ମିଥେନ, ନାଇଟ୍ରସ ଅକ୍ସାଇଡ ଆଦି ସବୁଜଘର ପ୍ରଭାବ ସୃଷ୍ଟିକାରୀ ଗ୍ୟାସର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି  । ଶିଳ୍ପ ବିପ୍ଲବ ପରଠାରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ୩୦ ପ୍ରତିଶତ ବୃଦ୍ଧି ପାଇଛି  । ଆମେରିକା, ଋଷ, ଚୀନ୍, ଜାପାନ ଓ ଭାରତ ବିଶ୍ଵରେ ସବୁଠାରୁ ଅଧିକ ସବୁଜ ଘର ଗ୍ୟାସ ସୃଷ୍ଟି କରୁଛନ୍ତି  । ଏହି ଗ୍ୟାସ ଯୋଗୁ ବାୟୁମଣ୍ଡଳୀୟ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି  । ଏହାର ପ୍ରଭାବ ଯୋଗୁଁ ଶୀତ ଦିନେ ମଧ୍ୟ ତାପମାତ୍ରା ଯଥେଷ୍ଟ ଉଚ୍ଚରେ ରହୁଛି  । ଶୀତ ଦିନର ଅବଧି ମଧ୍ୟ କମ୍ ରହୁଛି  । ଆଗେ ଶୀତଦିନେ ପ୍ରଚୁର ପନିପରିବା ଉତ୍ପାଦନ ହେଉଥିବା ସ୍ଥଳେ ଗତ କିଛି ବର୍ଷ ଧରି ଏହାର ପରିମାଣ ହ୍ରାସ ପାଉଛି  । ତାପମାତ୍ରା ବୃଦ୍ଧି ଯୋଗୁଁ ଶୀତଦିନିଆ ଫସଲ ରୋଗାକ୍ରାନ୍ତ ହେଉଛି, ଯାହା ଫଳରେ ଉତ୍ପାଦନ ହ୍ରାସ ପାଉଛି  ।

ଆମେରିକା, ଋଷ, ଚୀନ୍, ଜାପାନ ଓ ଭାରତ ବିଶ୍ଵରେ ସବୁଠାରୁ ଅଧିକ ସବୁଜ ଘର ଗ୍ୟାସ ସୃଷ୍ଟି କରୁଛନ୍ତି  । ଏହି ଗ୍ୟାସ ଯୋଗୁ ବାୟୁମଣ୍ଡଳୀୟ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି  । ଏହାର ପ୍ରଭାବ ଯୋଗୁଁ ଶୀତ ଦିନେ ମଧ୍ୟ ତାପମାତ୍ରା ଯଥେଷ୍ଟ ଉଚ୍ଚରେ ରହୁଛି  । ଶୀତ ଦିନର ଅବଧି ମଧ୍ୟ କମ୍ ରହୁଛି  ।

କେବଳ ସେତିକି ନୁହେଁ ତାପମାତ୍ରା ବୃଦ୍ଧି ଯୋଗୁଁ ମାଟିର ଆର୍ଦ୍ରତା ମଧ୍ୟ ହ୍ରାସ ପାଉଛି  । ଅବଶ୍ୟ ଗୋଟିଏ ଦୃଷ୍ଟିରୁ ଦେଖିବାକୁ ଗଲେ ଆର୍ଦ୍ର ଜମି ବା ଓଦାଳିଆ ଜମି ପାଇଁ ଏହା ଭଲ, କିନ୍ତୁ ଶୁଷ୍କ ଜମି ପାଇଁ ଏହା ଅଭିଶାପ ସଦୃଶ  । ଏହି ଅବସ୍ଥାରେ ପନିପରିବା ଚାଷ ଉପରେ ଏହାର ପ୍ରତିକୂଳ ପଡିବା ସୁନିଶ୍ଚିନ୍ତ  । ଅଧିକନ୍ତୁ ଗୋପାଳନ, କୁକୁଡା ଚାଷ ମଧ୍ୟ ଏହା ଦ୍ଵାରା ପ୍ରଭାବିତ  । ଗୋରୁ ଓ କୁକୁଡା ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ତାପମାତ୍ରା ବୃଦ୍ଧି ଯୋଗୁଁ   ।

ଋତୁ ଅନୁଯାୟୀ ପନିପରିବା, ଶାଗ, ସବଜି ତଥା କୃଷି ଉତ୍ପାଦନର ଶୈଳୀ ବଦଳିଯାଇଛି  । ସଘନ ଧାନ ଚାଷ ଏହି ସମସ୍ୟାକୁ ଆହୁରି ବଢାଇ ଦେଇଛି  । ଅନବରତ ଆର୍ଦ୍ର ଭୂମି ଜଳୀୟ ବାଷ୍ପ ଓ ତାପକୁ ପ୍ରଭାବିତ କରୁଛି  । ଫଳତଃ ଫସଲର କୀଟ ସମସ୍ୟା ଅନବରତ ଲାଗିରହୁଛି  । ଯେଉଁ କୀଟର ଚିହ୍ନ ବର୍ଣ୍ଣ ନଥିଲା ସେମାନେ ମୁଖ୍ୟ ସ୍ଥାନ ନେବାକୁ ପଛାଉ ନାହାନ୍ତି । ନୂତନ ବିହନ, ସାର ଓ କୀଟନାଶକ କାରଣରୁ କେତେକ ଉପକାରୀ ଓ ଲାଭଜନକ ସାବ୍ୟସ୍ତ ମଧ୍ୟ ପରିବର୍ତ୍ତିତ ଜଳବାୟୁରେ ବେଳେ ବେଳେ ମୂଳ ବୁଡିଯାଉଛି  ।

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ, ମିଥେନ, ନାଇଟ୍ରସ ଅକ୍ସାଇଡ ଆଦି ସବୁଜଘର ପ୍ରଭାବ ସୃଷ୍ଟିକାରୀ ଗ୍ୟାସର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି  । ଶିଳ୍ପ ବିପ୍ଲବ ପରଠାରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ୩୦ ପ୍ରତିଶତ ବୃଦ୍ଧି ପାଇଛି  । ଆମେରିକା, ଋଷ, ଚୀନ୍, ଜାପାନ ଓ ଭାରତ ବିଶ୍ଵରେ ସବୁଠାରୁ ଅଧିକ ସବୁଜ ଘର ଗ୍ୟାସ ସୃଷ୍ଟି କରୁଛନ୍ତି  । ଏହି ଗ୍ୟାସ ଯୋଗୁ ବାୟୁମଣ୍ଡଳୀୟ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି  । ଏହାର ପ୍ରଭାବ ଯୋଗୁଁ ଶୀତ ଦିନେ ମଧ୍ୟ ତାପମାତ୍ରା ଯଥେଷ୍ଟ ଉଚ୍ଚରେ ରହୁଛି  । ଶୀତ ଦିନର ଅବଧି ମଧ୍ୟ କମ୍ ରହୁଛି  । ଆଗେ ଶୀତଦିନେ ପ୍ରଚୁର ପନିପରିବା ଉତ୍ପାଦନ ହେଉଥିବା ସ୍ଥଳେ ଗତ କିଛି ବର୍ଷ ଧରି ଏହାର ପରିମାଣ ହ୍ରାସ ପାଉଛି  । ତାପମାତ୍ରା ବୃଦ୍ଧି ଯୋଗୁଁ ଶୀତଦିନିଆ ଫସଲ ରୋଗାକ୍ରାନ୍ତ ହେଉଛି, ଯାହା ଫଳରେ ଉତ୍ପାଦନ ହ୍ରାସ ପାଉଛି  ।

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧିକୁ ରୋକିବାକୁ ଉଚ୍ଚଶକ୍ତି ସମ୍ପନ୍ନ ଅଙ୍ଗାର ଗ୍ରହଣକାରୀ ଉପାୟମାନ ବାହାର କରିବା ତଥା ପରିବର୍ତ୍ତିତ ଜଳବାୟୁକୁ ଆଖି ଆଗରେ ରଖିବା କୃଷିର ସମସ୍ତ ଦିଗରେ ଗବେଷଣା ତଥା ଉନ୍ନୟନ କାର୍ଯ୍ୟ ଜାରି ରଖିବା ଆଜିର ଆହ୍ଵାନ ବୋଲି ମନେହୁଏ  ।

ସଂଗୃହୀତ – ପ୍ର : ସଞ୍ଜୟ କୁମାର ସାମନ୍ତରାୟ

ପରିବର୍ତ୍ତିତ ତାପମାତ୍ରା ପାରମ୍ପରିକ ବିହନ ପ୍ରତି ବିପଦ

ରାଜ୍ୟରେ  ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହୁଥିବାରୁ ଏହା ଏବେ ପାରମ୍ପରିକ ବିହନ ବ୍ୟବହାରକାରୀଙ୍କ ପାଇଁ ବିପଦ ସୃଷ୍ଟି କରିଛି  । ପରିବର୍ତ୍ତିତ ପରିସ୍ଥିତିକୁ ଲକ୍ଷ୍ୟକରି ଚାଷର ସମୟ ଓ କୌଶଳରେ ପରିବର୍ତ୍ତନ ନକଲେ ଏହିସବୁ ବିହନରୁ ଫସଲ ଅମଳ କମିବା ସଙ୍ଗେ ସଙ୍ଗେ ରୋଗପୋକ ଅଧିକ ମାତ୍ରାରେ ଦେଖାଦେବ  । ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି) ଅଧୀନରେ ଥିବା କୃଷି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି  କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ଗତବର୍ଷର ତାପମାତ୍ରା ବିଗତ ଦଶ ବର୍ଷ ମଧ୍ୟରେ ସର୍ବାଧିକ  । ଚଳିତବର୍ଷର ତାପମାତ୍ରା ବି ସ୍ଵାଭାବିକ ଠାରୁ ଅଧିକ ରହୁଛି  । ଆମ ରାଜ୍ୟରେ ଜାନୁୟାରୀ ମାସ ପ୍ରଥମ ସପ୍ତାହରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ମଧ୍ୟରେ ରହିବାକଥା । କିନ୍ତୁ ଏବେ ତାହା ୧୭ ଡିଗ୍ରୀ ଉପରେ ରହିଛି  । ୨୦୦୧ ଜାନୁୟାରୀ ମାସର ସର୍ବନିମ୍ନ ତାପମାତ୍ରା ଆମ ରାଜ୍ୟରେ ୯.୯ ଡିଗ୍ରୀ ଥିବାବେଳେ ୨୦୦୩ ରେ ତାହା ୯ ଡିଗ୍ରୀ ଥିଲା  । ଏଭଳି ଉତ୍ତାପ ବୃଦ୍ଧି ରାଜ୍ୟରେ ଶୀତଦିନିଆ ପନିପରିବା ଫସଲକୁ ପ୍ରଭାବିତ କରିଥିବାବେଳେ ଏବେ ତୈଳ ଓ ଡାଲିଜାତୀୟ ଫସଲ ଉପରେ ଏହା କୁପ୍ରଭାବ ପଡିବ  । ଡକ୍ଟର ପଶୁପାଳକ କହିଛନ୍ତି ଯେ ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିବାରୁ ଯେଉଁମାନେ ବିଳମ୍ବରେ କୋବି, ବିଲାତିବାଇଗଣ ଆଦି ଚାଷ କରିଥିଲେ ସେଥିରୁ ଆଶାଜନକ ଅମଳ ପାଇବେ  ନାହିଁ  । ବିଶେଷକରି କୋବି ଗୁଡିକ ଭଲ ଭାବେ ବାନ୍ଧିବ ନାହିଁ  । ଡିସେମ୍ବର ଓ ଜାନୁୟାରୀ ପ୍ରଥମ ସପ୍ତାହରେ ହେଉଥିବା ଗହମ ଓ ସୋରିଷ ଚାଷ ମଧ୍ୟ ଏହାଦ୍ଵାରା କ୍ଷତିଗ୍ରସ୍ତ ହେବ  । ଗହମ ଚାଷ ୧୮ ଡିଗ୍ରୀରୁ କମ୍ ତାପମାତ୍ରା ଆବଶ୍ୟକ କରୁଥିବାବେଳେ ଏହି ଚାଷ ହେଉଥିବା ଅଞ୍ଚଳ ଯଥା ସୁନ୍ଦରଗଡ, କେନ୍ଦୁଝର ଆଦିରେ ତାପମାତ୍ରା ବହୁ ଅଧିକ ରହୁଛି  । ସେହିଭଳି ଅଧିକ ଗରମ ଯୋଗୁଁ ସୋରିଷ ଗଛରେ ସଅଳ ଫୁଲ ଧରି ଅମଳ କମିବାର ଆଶଙ୍କା ରହିଛି   । ବିରି, ମୁଗ ଓ ଅନ୍ୟାନ୍ୟ ଡାଲିଜାତୀୟ ଫସଲରେ ରୋଗପୋକ ପରିଲକ୍ଷିତ ହେବ ବୋଲି କୁହାଯାଇଛି  ।

ଚଳିତବର୍ଷର ତାପମାତ୍ରା ବି ସ୍ଵାଭାବିକ ଠାରୁ ଅଧିକ ରହୁଛି  । ଆମ ରାଜ୍ୟରେ ଜାନୁୟାରୀ ମାସ ପ୍ରଥମ ସପ୍ତାହରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ମଧ୍ୟରେ ରହିବାକଥା । କିନ୍ତୁ ଏବେ ତାହା ୧୭ ଡିଗ୍ରୀ ଉପରେ ରହିଛି  । ୨୦୦୧ ଜାନୁୟାରୀ ମାସର ସର୍ବନିମ୍ନ ତାପମାତ୍ରା ଆମ ରାଜ୍ୟରେ ୯.୯ ଡିଗ୍ରୀ ଥିବାବେଳେ ୨୦୦୩ ରେ ତାହା ୯ ଡିଗ୍ରୀ ଥିଲା  । ଏଭଳି ଉତ୍ତାପ ବୃଦ୍ଧି ରାଜ୍ୟରେ ଶୀତଦିନିଆ ପନିପରିବା ଫସଲକୁ ପ୍ରଭାବିତ କରିଥିବାବେଳେ ଏବେ ତୈଳ ଓ ଡାଲିଜାତୀୟ ଫସଲ ଉପରେ ଏହା କୁପ୍ରଭାବ ପଡିବ  । ଡକ୍ଟର ପଶୁପାଳକ କହିଛନ୍ତି ଯେ ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିବାରୁ ଯେଉଁମାନେ ବିଳମ୍ବରେ କୋବି, ବିଲାତିବାଇଗଣ ଆଦି ଚାଷ କରିଥିଲେ ସେଥିରୁ ଆଶାଜନକ ଅମଳ ପାଇବେ  ନାହିଁ  ।

ଡକ୍ଟର ପଶୁପାଳକ କହିଛନ୍ତି ଯେ ଆମ ରାଜ୍ୟର ଚାଷୀମାନେ ଯେଉଁ ପାରମ୍ପରିକ ବିହନ ବ୍ୟବହାର କରିଥାନ୍ତି ତାହାର ତାହାର ଅଦିନିଆ ଉତ୍ତାପ ସହିବାର କ୍ଷମତା କମ୍  । ତେଣୁ ବଦଳୁଥିବା ପାଣିପାଗକୁ ଦୃଷ୍ଟିରେ ରଖି ଆମ ରାଜ୍ୟର ଚାଷୀଙ୍କୁ କମ୍ ଦିନରେ ଉତ୍ପାଦିତହୋଇପାରୁଥିବା ଅଧିକ ତାପମାତ୍ରା ସହିବା ସଙ୍ଗେ ସଙ୍ଗେ ରୋଗପୋକକୁ ମୁକାବିଲା କରିପାରୁଥିବା ବିହନ ବ୍ୟବହାର କରିବାକୁ ପଡିବ ବୋଲି ସେ କହିଛନ୍ତି  ।

ସଂଗୃହୀତ – ଡଃ ସୁରେନ୍ଦ୍ର ନାଥ ପଶୁପାଳକ

ଜଳବାୟୁ ପରିବର୍ତ୍ତନ ଓ ଧାନ ଫସଲର ସମ୍ଭାବ୍ୟ ପୋକ ସମସ୍ୟା

ଯେକୌଣସି ଫସଲର ଉତ୍ପାଦନ ଅନୁକୂଳ ପରିବେଶ ଉପରେ ନିର୍ଭର କରେ  । ବର୍ତ୍ତମାନର ବିଶ୍ଵ ଉପସ୍ଥିକରଣ ଦ୍ଵାରା ଧାନ ଫସଲର ଉତ୍ପାଦନ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି  । ସାଧାରଣ ଭାବେ ବିଶ୍ଵ ଉତ୍ତପ୍ତୀକରଣ ସହ କ୍ରମ ବର୍ଦ୍ଧମାନ ଅଙ୍ଗାରକାମ୍ଳ ମିଥେନ ଓ ନାଇଟ୍ରସ ଅକସାଇଡ  ଇତ୍ୟାଦି ଗ୍ୟାସର ସମ୍ପର୍କ ରହିଛି  । ବିଶ୍ଵ ଉତ୍ତପ୍ତୀକରଣ ପ୍ରକ୍ରିୟାରେ ବିଂଶ ଶତାବ୍ଦୀରେ ଶେଷ ସୁଦ୍ଧା ୨-c ପର୍ଯ୍ୟନ୍ତ ଉତ୍ତାପ ବୃଦ୍ଧି ପାଇବାର ସମ୍ଭାବନା ରହିଛି  । ଏହି ବର୍ଦ୍ଧିତ ତାପମାନ ଧାନ ଫସଲରେ ଲାଗୁଥିବା ବିଭିନ୍ନ ରୋଗ ଓ ପୋକ ମାନଙ୍କର ଖାଦ୍ୟଗ୍ରହଣ ପ୍ରକ୍ରିୟା ଓ ଜୀବନ ଚକ୍ରକୁ ପ୍ରଭାବିତ କରିପାରେ  ।

ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ କାର୍ଯ୍ୟରତ ଆନ୍ତର୍ଜାତୀୟ ଗୋଷ୍ଠୀର ୧୯୯୨ ରେ ପ୍ରକାଶିତ ଆକଳନ ଅନୁଯାୟୀ ସୁରକ୍ଷା ବିନା ଓଡିଶା ଓ ପଶ୍ଚିମବଙ୍ଗର ପ୍ରାୟ ୧୭୦୦ ବର୍ଗ କିଲୋମିଟର ଚାଷଉପଯୋଗୀ ଜମି ସମୁଦ୍ର ପ୍ଲାବିତ ହେବାର ସମ୍ଭାବନା ରହିଛି  । ସ୍ଥଳ ବିଶେଷରେ କେତେକ ସ୍ଥାନର ବନ୍ୟାପ୍ଲାବିତ ହେବା ବେଳେ ଅନ୍ୟ କେତେକ ସ୍ଥାନରେ ଉତ୍ତପ୍ତ ପରିବେଶ ଦ୍ଵାରା ବାଷ୍ପିକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ମୃତ୍ତିକାର ଆର୍ଦ୍ରତା ହ୍ରାସକରିପାରେ ଫଳତଃ ଏହା ଶୁଷ୍କ ଜମିରେ ପରିଣତ ହୋଇପାରେ  । ଏତଦ୍ ବ୍ୟତୀତ ଉତ୍ତପ୍ତୀକରଣ ପ୍ରଭାବରେ ଧାନ ଫସଲର ଅବଧି ଓ ଚାଷ ସମୟ ମଧ୍ୟ ପ୍ରଭାବିତ ହୋଇପାରେ  ।

ବିଶ୍ଵ ଉତ୍ତପ୍ତୀକରଣ ପ୍ରକ୍ରିୟା ଯୋଗୁଁ ଜଳବାୟୁରେ ଯେଉଁ ମୁଖ୍ୟ ପରିବର୍ତ୍ତନ ଘଟିବାର ସମ୍ଭାବନା ରହିଛି ସେଗୁଡିକ ହେଲା ତାପମାନରେ ବୃଦ୍ଧି, ଅତିବାଇଗଣୀ ରଶ୍ମି ବିକିରଣରେ ବୃଦ୍ଧି ଅଙ୍ଗାରକାମ୍ଳ ମାତ୍ରାରେ ବୃଦ୍ଧି, ଅନିୟମିତ ବର୍ଷା, ନୀଚ ଭୂମିରେ ଜଳ ପ୍ଲାବନ ତଥା ଉପକୂଳ ଅଞ୍ଚଳରେ ଜଳରେ ଲବଣର ସାନ୍ଦ୍ରତା ବୃଦ୍ଧି  ।

ସର୍ବଭାରତୀୟ ସର୍ବେକ୍ଷଣରୁ ଜଣାଯାଇଛି ଯେ ୧୯୬୫ ମସିହା ବେଳକୁ ତିନିଟି ପ୍ରକାର କୀଟର ଆକ୍ରମଣ ଧାନ ଫସଲର ମୁଖ୍ୟ ସମସ୍ୟା ଥିଲା  । ସମୟ କ୍ରମେ ଏହା ବୃଦ୍ଧି ପାଇ ବର୍ତ୍ତମାନ ସୁଦ୍ଧା ଏଗାରରେ ପହଞ୍ଚିଛି  । ଏଥିପାଇଁ ବିଭିନ୍ନ ପ୍ରକାର କାରଣ ମଧ୍ୟରୁ ଅନୁକୂଳ ଜଳବାୟୁ ଏକ ମୁଖ୍ୟ କାରଣ  ।

ସାଧାରଣ ଭାବେ c ରୁ c ର ଅନେକ କୀଟମାନଙ୍କ ପାଇଁ ଅନୁକୂଳ  । ତାପମାନରେ ବୃଦ୍ଧି ଘଟିଲେ କୀଟର ଜୀବନଚକ୍ରର ଅବଧି ହ୍ରାସ ପାଇଥାଏ  । କାହାଳିଆ ପୋକର ଜୀବନ ଚକ୍ର ଉଷ୍ମ ପରିବେଶରୀ ୨୦ ଦିନରେ ପୂରଣ ହୋଇଥାଏ ମାତ୍ର ତାପମାତ୍ରା ହ୍ରାସ ଘଟିଲେ ଏହା ପ୍ରାୟ ୩୨ ଦିନକୁ ବୃଦ୍ଧି ପାଇଥାଏ  । ସେହିପରି ତାପମାତ୍ରାରେ ବୃଦ୍ଧି ଘଟିଲେ ହଳଦିଆ କାଣ୍ଡ ବିନ୍ଧା ପୋକର ଜୀବନଚକ୍ରରେ ୬ଟି ନିର୍ମୋଚନ ବଦଳରେ ୪ଟି ନିର୍ମୋଚନ ଘଟେ  । ମୋଟ ଉପରେ କହିଲେ ଉତ୍ତପ୍ତୀକରଣ ପ୍ରକ୍ରିୟା ଯୋଗୁଁ ଜୀବନଚକ୍ର  ଚଞ୍ଚଳ ପୂରଣ ହୁଏ  । ଫଳତଃ ପୋକର ଜୀବନଚକ୍ର ଚାଷ ଋତୁରେ ଅଧିକଥର ପୂରଣ ହୁଏ ଓ ସେମାନଙ୍କ ବଂଶ ବୃଦ୍ଧି ତ୍ୱରାନ୍ୱିତ ହୋଇ ଫସଲର ଅଧିକ କ୍ଷତି ଘଟିପାରେ  । ମୃତ୍ତିକାର ନିମ୍ନତମ ତାପମାନ c କମ୍ ହେଲେ ସାଧାରଣତଃ ହଳଦିଆ କାଣ୍ଡ ବିନ୍ଧା ପୋକର ଶୀତ ସୁସୁପ୍ତି ଅବସ୍ଥା ଆସେ  । ମାତ୍ର ତାପମାତ୍ରା ଯଦି ଅଧିକ ରହେ ତେବେ ହଳଦିଆ କାଣ୍ଡ ବିନ୍ଧା ପୋକ ଅଧିକ ସମୟ କାର୍ଯ୍ୟକ୍ଷମ ରହିବା ଓ ବର୍ଷର ପ୍ରାୟ ସବୁ ସମୟରେ ଏହା ଦ୍ଵାରା ଧାନ ଫସଲର କ୍ଷତି ଘଟିବାର ସମ୍ଭାବନା ଅଧିକ  ।

ସେହିପରି ତାପମାନ ବୃଦ୍ଧି ଘଟିଲେ ଧାନରେ ଲାଗୁଥିବା ପତ୍ରମୋଡା ପୋକର ପ୍ରାଦୁର୍ଭାବ ବଢିବାର ସମ୍ଭାବନା ଅଧିକ  । କାରଣ ଏହା ଦ୍ଵାରା ତା’ର ଜୀବନ ଚକ୍ର ଅବଧିମଧ୍ୟ  । ହ୍ରାସ ଘଟିବ  ଓ ଧାନର ପିଲ ଦେବା ଅବସ୍ଥାରେ ମଧ୍ୟ ଏହାର ଆକ୍ରମଣ ସମସ୍ୟା ଅଧିକ ଦେଖାଯିବ  । ଆମ ଅଞ୍ଚଳରେ ଦେଖାଯାଉଥିବା ୩ ପ୍ରକାର ପତ୍ରମୋଡା ପୋକମାନଙ୍କ ମଧ୍ୟରୁ ନେଫାଲୋକ୍ରୋସିସ୍ ବର୍ଷର ଉଷ୍ମ ସମୟରେ ତଥା ରବି ଧାନ ଫସଲରେ ଅଧିକ ଦେଖାଯାଏ ଓ ଅନ୍ୟ ଦୁଇ ପ୍ରକାରର ପତ୍ରମୋଡା ପୋକ ଅପେକ୍ଷାକୃତ ଥଣ୍ଡା ଅସମୟରେ ଦେଖାଯାଏ  । ଏଣୁ ପରିବର୍ତ୍ତିତ ଜଳବାୟୁରେ ନେଫାଲୋକୋସିସ୍ ପତ୍ରମୋଡା ପୋକର ସମସ୍ୟା ଲାଗିରହିବ  ।

ଦିୱାଲିପୋକ ସାଧାରଣତଃ ବର୍ଷର ଥଣ୍ଡା ସମୟରେ ଅଧିକ ହୁଏ  । ଏଣୁ ତାପମାନରେ ବୃଦ୍ଧି ଘଟିଲେ ଏମାନଙ୍କ ବଂଶବୃଦ୍ଧି ବାଧାପ୍ରାପ୍ତ ହେବ  । ତାପମାନ ବୃଦ୍ଧି ପାଇଲେ କାହାଳିଆ ପୋକର ଅଧିକ ସ୍ତ୍ରୀକୀଟ ଉତ୍ପତ୍ତି ହୁଅନ୍ତି ଯାହାକି ଏମାନଙ୍କ ବଂଶବୃଦ୍ଧି ପାଇଁ ଅନୁକୂଳ ମାତ୍ର ଆର୍ଦ୍ରତା କମ୍ ରହିଲେ ଏମାନଙ୍କ ଆକ୍ରମଣ ଆଶଙ୍କା କମିବ  । ପାଇରିଥ୍ରଏଡ ଜାତୀୟ କୀଟନାଶକ, ନିମ ଆଧାରିତ କୀଟନାଶକ ତଥା ବିଟି ଜାତୀୟ କୀଟନାଶକ ମଧ୍ୟରେ କାର୍ଯ୍ୟକ୍ଷମତା ଅତିବାଇଗଣୀ ରଶ୍ମି ଦ୍ଵାରା ପ୍ରଭାବିତ ହୋଇ ଥାଏ  । ଏଣୁ ପରିବର୍ତ୍ତିତ ଜଳବାୟୁରେ ବର୍ତ୍ତମାନର ଅନୁମୋଦିତ ମାତ୍ରାରେ ଏହି ଜାତୀୟ କୀଟନାଶକ ମାନଙ୍କର କାର୍ଯ୍ୟକ୍ଷମତାରେ ହ୍ରାସ ଘଟିବାର ସମ୍ଭାବନା ରହିଛି  ।

ଅଙ୍ଗାରକାମ୍ଳ ପରିମାଣରେ ବୃଦ୍ଧି ଘଟିବାରୁ ପତ୍ରରେ ପ୍ରୋଟିନ ମାତ୍ରାରେ ହ୍ରାସ ଘଟିବ ଫଳତଃ ଖାଉଥିବା ପୋକମାନେ ନିଜର ପୁଷ୍ଟିସାର ଆବଶ୍ୟକତା ପୂରଣ ପାଇଁ ଅଧିକ ପତ୍ର ଖାଇବେ  ।

ସେହିପରି ପରିବର୍ତ୍ତିତ ଜଳବାୟୁରେ କେତେକ ଅଞ୍ଚଳରେ ଅତିବୃଷ୍ଟି ହୋଇପାରେ ଓ ଅନ୍ୟକେତେକ ଅଞ୍ଚଳରେ ଅନାବୃଷ୍ଟି ହୋଇପାରେ  । ତେଣୁ ଯେଉଁ ଅଞ୍ଚଳରେ ଅଧିକ ସମୟ ଧରି ବର୍ଷା ଲାଗିରହିବ  ସେଠାରେ କାହାଳିଆ ପୋକ ସମସ୍ୟା ଅଧିକ ହେବାର ସମ୍ଭାବନା ଅଧିକ ଯେପରିକି ପୂର୍ବ ଉତ୍ତର ପ୍ରଦେଶ ଓ ବସ୍ତିର ଅଞ୍ଚଳରେ କାହାଳିଆ ପୋକ ସମସ୍ୟା ଅଧିକ ଓ ବିହାରରେ ପୂର୍ବ ତୁଳନାରେ କମ୍ ହୋଇଛି  । ଏହା ଛଡା ଅଧିକ ବର୍ଷା ଅଞ୍ଚଳରେ ନଳୀପୋକର ସମସ୍ୟା ମଧ୍ୟ ଅଧିକ ହେବ  ।

ପୃଥିବୀରେ କୀଟ ମାନଙ୍କର ଆବିର୍ଭାବ ବହୁବର୍ଷ ପୂର୍ବେ ଘଟିଥିଲା  । ସେମାନଙ୍କ ଜୀନ୍ ର ଆଧାର ବହୁତ ସମୃଦ୍ଧ  । ଜଳବାୟୁରେ ପରିବର୍ତ୍ତନ ମଧ୍ୟ ଅତି ଆକସ୍ମିକ ଭାବେ ଘଟିନାହିଁ  । ଏହା ଏକ କ୍ରମ ପରିବର୍ତ୍ତନଶୀଳ ଘଟନା  । ପ୍ରାକୃତିକ ପରିବେଶରେ ବିଭିନ୍ନ ପ୍ରକାରର କୀଟମାନଙ୍କ ମଧ୍ୟରେ ଅତି ନଗଣ୍ୟ ପରିମାଣରେ କିଛି କୀଟ ରହିଥାନ୍ତି ଯେଉଁମାନେ କି ଅଧିକ ଉତ୍ତାପରେ ମଧ୍ୟ ନିଜକୁ ଖାପ ଖୁଆଇ ବଞ୍ଚିପାରିବେ  ।

ସମୟକ୍ରମେ ବିବର୍ତ୍ତନବାଦର ନିୟମାନୁସାରେ ଏମାନଙ୍କ ବଂଶବୃଦ୍ଧି ଘଟି ଏମାନେ ଏମାନଙ୍କ କାର୍ଯ୍ୟକଳାପ ଭବିଷ୍ୟତରେ ମଧ୍ୟଜାରି ରଖିବେ  ।

ମାଛଙ୍କ ବିପତ୍ତି

ତାପମାତ୍ରା ବୃଦ୍ଧି ପୃଥିବୀ ପୃଷ୍ଠରେ ଅନେକ ବିଭୀଷିକା ସୃଷ୍ଟି କରିବାକୁ ଯାଉଥିବାବେଳେ ଏହା ଜଳର ଜୀବ ମାଛମାନଙ୍କ ପାଇଁ ପ୍ରମୁଖଭାବେ ବିପତ୍ତି ଆଣିବ ବୋଲି ବୈଜ୍ଞାନିକମାନେ ଘୋଷଣା କରିଛନ୍ତି  । ଇତି ମଧ୍ୟରେ ସମୁଦ୍ରରେ ମାଛମାନଙ୍କ ଠାରେ ତାପମାତ୍ରା ବୃଦ୍ଧି ଜନିତ ଅନେକ ବିଶୃଙ୍ଖଳା ପରିଲକ୍ଷିତ ହେଲାଣି  । ତାପମାତ୍ରା ବୃଦ୍ଧି ପାଇଁ ସମୁଦ୍ର ଜଳରେ ଅମ୍ଳୀୟ ପରିମାଣ ବୃଦ୍ଧି ପାଇବା ଫଳରେ ଏହା ଅନେକ ପ୍ରବାଳପ୍ରାଚୀର ତଥା କାଲସିୟମଧାରୀ ଜୀବଗୋଷ୍ଠୀ ପାଇଁ ବିପଦ ସୃଷ୍ଟି କରିଛି  ।

ରୋମଠାରେ ମିଳିତ ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ଆୟୋଜିତ ‘ତାପମାତ୍ରା’ ବୃଦ୍ଧି, ଜଳଜୀବଙ୍କ ଉପରେ ପ୍ରଭାବ ଶୀର୍ଷକ ଆଲୋଚନାଚକ୍ରରେ ଅନେକ ବିଶେଷଜ୍ଞ ଯୋଗଦେଇ ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିଥିଲେ  । ସାଧାରଣତଃ ମଣିଷର ଖାଦ୍ୟ ଉପଯୋଗୀ ମାଛ ନିଜର ଅଭିବୃଦ୍ଧି, ଶାରୀରିକ ପ୍ରକ୍ରିୟା ସଂଚାଳନପାଇଁ ବାସକରୁଥିବା ଜଳରେ ଏକ ନିର୍ଦ୍ଧାରିତ ତାପମାତ୍ରା ଆବଶ୍ୟକ କରିଥାନ୍ତି  । ସେମାନେ ବସବାସ କରୁଥିବା ଜଳର ତାପମାତ୍ରା ବୃଦ୍ଧି ସେମାନଙ୍କ ଜୀବନଚର୍ଯ୍ୟାରେ ବ୍ୟାଘାତ ସୃଷ୍ଟି କରିଥାଏ  । ଏବେ ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ରର ଅନେକ ଅଞ୍ଚଳର ଜଳଭାଗ ଉତ୍ତପ୍ତ ହେଉଥିବା ଦେଖାଯାଉଛି  । ଆଟଲାଣ୍ଟିକା ମହାସାଗରରେ ଏହି ଉତ୍ତପ୍ତ ପ୍ରକ୍ରିୟା ଅଧିକ  । ଏହା ମାଛମାନଙ୍କ ସୁସ୍ଥ ବିକାଶରେ ବାଧା ପହଞ୍ଚାଉଛି  । ପୃଥିବୀ ପୃଷ୍ଠର ପ୍ରାୟ ୪ କୋଟି ୨୦ ଲକ୍ଷ ଲୋକ ମାଛ ଉପରେ ସମ୍ପୂର୍ଣ୍ଣ ନିର୍ଭରକରି ଜୀବନଯାପନ କରୁଛନ୍ତୁ  । ଏମାନଙ୍କ ମଧ୍ୟରୁ ଅଧିକଭାଗ ବିକାଶଶୀଳ ଦେଶର ବାସିନ୍ଦା  । ଏମାନଙ୍କ ବ୍ୟତୀତ ଏହି କାର୍ଯ୍ୟ ସହ ବହୁ ଲୋକ ସଂପୃକ୍ତ ରହିଆସିଛନ୍ତି  । ପୃଥିବୀ ପୃଷ୍ଠରେ ୨୮୦ କୋଟିରୁ ଅଧିକ ଲୋକ ମାଛ ଖାଆନ୍ତି ଓ ସେମାନଙ୍କର ଶରୀର ଆବଶ୍ୟକ କରୁଥିବା ପୃଷ୍ଟିସାରର ଶତକଡା ୨୦ରୁ ଅଧିକ ଭାଗ ସେମାନେ ମାଛରୁ ହିଁ ପାଇଥାନ୍ତି  । ଅନେକ ଗରିବ ଦେଶ, ଦ୍ଵୀପାଞ୍ଚଳର ପ୍ରମୁଖ ଆୟ ହେଉଛି ମାଛ  । ଏବେ ମାଛ ଉତ୍ପାଦନ ହ୍ରାସ ନିଶ୍ଚିତ ଭାବେ ଏସବୁ ଦେଶବାସୀଙ୍କ ଉପରେ କୁପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ଉଦବେଗର ସହ ଘୋଷଣା କରିଛନ୍ତି  ।

ପାଗ ପରିବର୍ତ୍ତନ

ଗ୍ଲୋବାଲ ୱାର୍ମିଂ ଯୋଗୁଁ ବାତ୍ୟା ବଢୁଛି

ବିଶ୍ଵ ତାପମାତ୍ରା ବୃଦ୍ଧି ସହିତ ପୃଥିବୀର ବିଭିନ୍ନ ଅଞ୍ଚଳରେ ବାତ୍ୟା ବଢିବାରେ ଲାଗିଛି  । ଏବେ ଘୂର୍ଣ୍ଣିବାତ୍ୟା ବେଶୀ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଘୋଷଣା କରିସାରିଲେଣି  । ସମୁଦ୍ର ଜଳର ତାପମାତ୍ରା ୨୭ ଡିଗ୍ରୀ ସେଲସିୟସ ହୋଇଗଲେ ତାହା ଅଧିକ ସଂଖ୍ୟକ ବାତ୍ୟା ସୃଷ୍ଟିରେ ସହାୟତା ପ୍ରଦାନ କରିଥାଏ  । ନିକଟରେ କ୍ୟୁବା ନିକଟରେ ଘଟିଥିବା ମହାବାତ୍ୟା ଭଳି ଅବସ୍ଥା ସମୟରେ ସମୁଦ୍ର ଜଳର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ ଉପରେ ରହିଥିବାର ଜଣାଯାଇଛି  । ଗତବର୍ଷଠାରୁ ତାପମାତ୍ରା  ବୃଦ୍ଧି ସହ ବାତ୍ୟାପ୍ରକୋପ ବୃଦ୍ଧି ପାଇବ ବୋଲି ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ କ୍ଲାଇମେଟ ଚେଞ୍ଜ ସଂସ୍ଥା ପକ୍ଷରୁ ଘୋଷଣା କରଯାଇଥିଲା  । ତେବେ ଇତି ମଧ୍ୟରେ ଆମେ ଏପ୍ରକାର ଅବସ୍ଥା ଦେଖିଲୁଣି  । ୧୮୫୦ ରୁ ୧୯୯୦ ମସିହା ମଧ୍ୟରେ ଉତ୍ତର ଆଟଲାଣ୍ଟିକା ମହାସାଗର ଅଞ୍ଚଳରେ ୧୦ଟି ବଡ ବାତ୍ୟା ଓ ୫ଟି ଘୂର୍ଣ୍ଣିବାତ୍ୟା ହୋଇଥିବାବେଳେ, ୧୯୯୭ ରୁ ୨୦୦୬ ମସିହା ମଧ୍ୟରେ ଏହି ଅଞ୍ଚଳରେ ୧୪ଟି ମହାବାତ୍ୟା ଓ ୮ଟି ଘୂର୍ଣ୍ଣିବାତ୍ୟା ହୋଇଯାଇଛି  । ଏହା ନିଶ୍ଚିତଭାବେ ପୃଥିବୀବାସୀଙ୍କ ପାଇଁ ଏକ ଆତଙ୍କଜନକ ତଥ୍ୟ ବୋଲି କୁହାଯାଇଛି  ।

୨୧୦୦ ମସିହା ଶେଷବେଳକୁ ବରଫଗଦା ନଥିବ

ପୃଥିବୀ ପୃଷ୍ଠର ସମସ୍ତ ପ୍ରମୁଖ ବରଫଗଦା ବର୍ତ୍ତମାନ ଅବସ୍ଥା ଲାଗି ରହିଲେ ଚଳିତ ଶତାବ୍ଦୀ ଶେଷସୁଦ୍ଧା ତରଳିଯିବ ବୋଲି ମିଳିତ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଛି  । ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ବର୍ତ୍ତମାନ ତାପମାତ୍ରା ବୃଦ୍ଧି କ୍ରମେ ବଢି ବଢି ଚାଲିଛି ଓ ଏହାର ପ୍ରଭାବ ଭୟାବହ ହେବାକୁ ଯାଉଛି  । ଉତ୍ତର ଗୋଲାର୍ଦ୍ଧ, ୟୁରୋପ, ଦକ୍ଷିଣ ଆମେରିକା ଓ ଆଣ୍ଟ୍ରାଟିକା ମହାଦେଶରେ ଥିବା ଅନେକ ବରଫଗଦା ଏଥିରେ ଅକ୍ରାନ୍ତ ହୋଇସାରିଲାଣି ଓ ଅବଶିଷ୍ଟ କ୍ରମେ ଆକ୍ରାନ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି  । ଆଶା କରାଯାଉଛି ଚଳିତ ଶତାବ୍ଦୀ ଶେଷ ବେଳକୁ ହୁଏତ ଗୋଟିଏ ହେଲେ ବରଫଗଦା ଆଉ ପୃଥିବୀପୃଷ୍ଠରେ ନଥିବ  । ୧୯୭୬-୮୫ ମସିହାମଧ୍ୟରେ ଯେଉଁ ପରିମାଣରେ ବରଫ ତରଳୁଥିଲା ୧୯୮୬-୯୫ ବର୍ଷରେ ତା’ଠାରୁ ୨ ଗୁଣ ଅଧିକ ବେଗରେ ଓ ୧୯୯୬ -୨୦୦୫ ଦଶନ୍ଧୀରେ ଏହାଠାରୁ ଅଧିକ ଚାରିଗୁଣ ବେଗରେ ବରଫ ତରଳିବା ଆରମ୍ଭ ହେଲାଣି ବୋଲି ମଧ୍ୟ ଏହି ରିପୋର୍ଟରେ କୁହାଯାଇଛି  । ଫଳରେ ସମୁଦ୍ର ପତନ ଆଶାତୀତ ବୃଦ୍ଧି ପାଇବ  ।

ଅଣନିଶ୍ଵାସୀ ସାଗର

ପାଣିପାଗରେ ପରିବର୍ତ୍ତନ ପାଇଁ ସାଗର ମଧ୍ୟ କ୍ରମେ ଅଣନିଶ୍ଵାସୀ ଅବସ୍ଥାରେ ପହଞ୍ଚିଛି  । ଇତି ମଧ୍ୟରେ କେତେକ ଡେଡ ଜୋନ ବା ମୃତଅଞ୍ଚଳ ଅନେକ ସାଗର କୁଳରେ ସୃଷ୍ଟି ହେଲାଣି ବୋଲି ବୈଜ୍ଞାନିକମାନେ ଘୋଷଣା କରିଛନ୍ତି  । ସାଗର କୂଳରେ ନଦୀ ନାଳରୁ ନିଷ୍କାସିତ ହୋଇଥିବା ରାସାୟନିକ ପଦାର୍ଥ ତଥା ସାରମିଶା ବିଷାକ୍ତ ପ୍ରଦୂଷିତଜଳ, ପୋକମରା ଔଷଧ ଉପକୂଳ ସାଗର ବକ୍ଷରେ ଅନେକ ଜୀବଜନ୍ତୁ ଶୂନ୍ୟ ଅଞ୍ଚଳ ସୃଷ୍ଟି କରିସାରିଛି  । ୧୯୬୦ ପରଠାରୁ ଏଭଳି ଅବସ୍ଥା ଆରମ୍ଭ ହୋଇଛି ଓ ୨୦୦୮ ମସିହା ସୁଦ୍ଧା ପୃଥିବୀର ବିଭିନ୍ନ ସାଗର ଅଞ୍ଚଳରେ ଥିବା ୪୦୫ଟି ମୃତ ଅଞ୍ଚଳକୁ ବୈଜ୍ଞାନିକମାନେ ଠାବ କରିଛନ୍ତି  । ତେବେ ପୂର୍ବେ ଉପକୂଳ ସାଗରରେ ବହୁଜାତିର ମତ୍ସ୍ୟସଂପଦ ଦେଖାଯାଇଥିବାବେଳେ ଏବେ ସେମାନଙ୍କ ସଂଖ୍ୟା କମିଲାକାହିଁକି ? ଏହା ଉପରେ କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ ଏହି ଅଞ୍ଚଳର ଜଳରେ ଅମ୍ଳଜାନ ପରିମାଣ କମ୍ ରହିଛି  । ଆମେରିକା ଉପକୂଳ ବ୍ୟତୀତ ଚିଲି, ପେରୁ, ଦକ୍ଷିଣ ଆମେରିକା ତଥା ପ୍ରଶାନ୍ତ ମହାସାଗରର ଅନେକ ସମୁଦ୍ରକୂଳ ଅଞ୍ଚଳରେ ଏଭଳି ମୃତ ଅଞ୍ଚଳ ସୃଷ୍ଟି ହୋଇଥିବାର ଦେଖାଯାଇଛି  । ମିଆମି ବିଶ୍ଵବିଦ୍ୟାଳୟର ଗବେଷକ ଆଣ୍ଡୃୟୁ ବାକୁନ ମତ ଦେଇଛନ୍ତି ଗ୍ଲୋବାଲ ୱାର୍ମିଂପାଇଁ ମଧ୍ୟ ସମୁଦ୍ରରେ ମୃତ ଅଞ୍ଚଳ ସୃଷ୍ଟି ହେଉଛି  । ଗ୍ଲୋବାଲ ୱାର୍ମିଂ ଯୋଗୁଁ ସ୍ଥଳଭାଗ ଉତ୍ତପ୍ତ ହେଉଛି ଓ ଶୀତଳ ସମୁଦ୍ର ଜଳସ୍ତର ମଧ୍ୟରେ ବାୟୁ ଚାପଗତ ତାରତମ୍ୟ ସୃଷ୍ଟି ହେଉଛି  । ଏହି ଚାପ ଉପକୂଳବର୍ତ୍ତୀ ସମୁଦ୍ର ଜଳସ୍ରୋତ ଉପରେ ପ୍ରଭାବ ପକାଇ ଏହାକୁ ପରିବାହିତ କରିଅନେକ କ୍ଷେତ୍ରରେ ମୃତ ଅଞ୍ଚଳ ସୃଷ୍ଟିରେ ସହାୟକ ହେଉଛି  ।

ସ୍ୱାସ୍ଥ୍ୟ ସମସ୍ୟା

ମୁଣ୍ଡବ୍ୟଥା

ସାଧାରଣ ଭାବେ ମୁଣ୍ଡବ୍ୟଥା ଚାରି ପ୍ରକାରର – ମାନସିକ ଚାପ ବା ଉଦବେଗ ଜନିତ, ଅଧକପାଳି, ନାକପୁଡା ସହିତ ସଂଯୁକ୍ତ ଖପୁରି ହାଡରେ ବାୟୁ ପ୍ରବେଶ ଛିଦ୍ର ବା ସାଇନସ୍ ରେ ପ୍ରବାହ ଓ ପ୍ରତ୍ୟାବର୍ତ୍ତନ ଜନିତ  । ମାନସିକ ଚାପ ଜନିତ ମୁଣ୍ଡବ୍ୟଥାର ପ୍ରଧାନ ଲକ୍ଷଣ ହେଉଛି ମୁଣ୍ଡ ପଛଆଗ ଓ କାନମୁଣ୍ଡ ବ୍ୟଥା ମାନସିକ ଚାପ ଯୋଗୁଁ ମସ୍ତିସ୍କରେ ହେଉଥିବା ରାସାୟନିକ ପରିବର୍ତ୍ତନ ଏହାର କାରଣ ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି  । ଏ ପ୍ରକାର ମୁଣ୍ଡବ୍ୟଥା ୩୦ ମିନିଟ୍ ରୁ ବହୁଦିନ ପର୍ଯ୍ୟନ୍ତ ଲାଗି ରହେ  । ତେବେ ଏହା ଗୁରୁତର ନୁହେଁ ଓ ଦୈନନ୍ଦିନ କାର୍ଯ୍ୟରେ ଏହାର ପ୍ରଭାବ ପଡେ ନାହିଁ  ।

କେତେକ କ୍ଷେତ୍ରରେ ଦେଖାଯାଏ ଯନ୍ତ୍ରଣା ଉପଶମକାରୀ ଔଷଧ ସେବନ ଦ୍ଵାରା ମୁଣ୍ଡବ୍ୟଥା ସମ୍ପୂର୍ଣ୍ଣ ଭଲ ହୋଇଯାଏ  । ତେବେ କେତେକ ମୁଣ୍ଡବ୍ୟଥା ରହିଛି, ଯାହା ଔଷଧ ସେବନବେଳେ ପ୍ରଶମିତ ହୋଇଯାଏ ଓ ଔଷଧ ବନ୍ଦ ହୋଇଗଲେ ଏହା ପୁଣି ଦେଖାଦିଏ  । ଏ ପ୍ରକାର ମୁଣ୍ଡବ୍ୟଥାକୁ ପ୍ରତ୍ୟାବର୍ତ୍ତନ ମୁଣ୍ଡବ୍ୟଥା କୁହାଯାଏ  । ଆବଶ୍ୟକତାଠାରୁ ଅଧିକ ପରିମାଣର ଔଷଧ ସେବନ କଲେ ଏହାର ନାନା କୁପରିଣାମ ଦେଖାଦେଇଥାଏ  । ପ୍ରତିଦିନ ମୁଣ୍ଡବ୍ୟଥା ସହିତ ବିରକ୍ତିଭାବ, ହତାଶବୋଧ, ନିଦ୍ରାହିନତା ଓ ଅମନଯୋଗ ଆଦି ସମସ୍ୟା ରୋଗୀଠାରେ ଦେଖିବାକୁ ମିଳିଥାଏ  । ଏପରି ମୁଣ୍ଡବ୍ୟଥାର ନିରାକରଣ ପାଇଁ ଚିକିତ୍ସକଙ୍କ ତୁରନ୍ତ ପରାମର୍ଶ କରାଯିବା ଆବଶ୍ୟକ  ।

ମୁଣ୍ଡ ଖପୁରୀରେ କେତେକ ଛୋଟ ଛୋଟ ବାୟୁପୂର୍ଣ୍ଣ ଛିଦ୍ର ଥାଏ  । ଏଗୁଡ଼ିକର ମୁହଁ ଯଥା ଯଥା ନାକଆଡକୁ ହୋଇଥାଏ  । କୌଣସି କାରଣ ଯଥା ଶ୍ଳେଷ୍ମା ଓ ଆଲର୍ଜି ଯୋଗୁଁ ଏହି ଛିଦ୍ରର ମୁହଁ ବନ୍ଦ ହୋଇଯାଏ  । ଏପରି ସ୍ଥଳେ ସାଇନସ୍ ମୁଣ୍ଡବ୍ୟଥା ଦେଖା ଦେଇଥାଏ  । ଏହା ସହିତ ନାକରା ଅସ୍ଥି ଉପରେ ଆଘାତ ଓ ଏହି ସ୍ଥାନରେ ତ୍ରୁଟି ସାଇନସ୍ ମୁଣ୍ଡବ୍ୟଥାର ଅନ୍ଯତମ କାରଣ  । ଏପରି ହେଲେ କପାଳ ବିନ୍ଧେ ଓ ଚକ୍ଷୁରେ ଚାପ ସୃଷ୍ଟିଜନିତ ଯନ୍ତ୍ରଣା ହୋଇଥାଏ  । ଔଷଧ ବ୍ୟବହାର କରିବା ଦ୍ଵାରା ତିନିରୁ ପାଞ୍ଚ ଦିନ ମଧ୍ୟରେ ଏହା ଭଲ ହୋଇଯାଇଥାଏ  । ଏହା ବ୍ୟତୀତ ସାଇନସ୍ କୁ  ପରିଷ୍କାର କରିଦେଲେ ମଧ୍ୟ ମୁଣ୍ଡବ୍ୟଥାରୁ ଆରୋଗ୍ୟ ମିଳେ   ।

ଉପରୋକ୍ତ ମୁଣ୍ଡବ୍ୟଥା ବ୍ୟତୀତ କେତେକ ମୁଣ୍ଡବ୍ୟଥା ବଂଶାନୁକ୍ରମିକ  । ନାରୀଠାରୁ ପୁରୁଷ ଏ ପ୍ରକାର ମୁଣ୍ଡବ୍ୟଥାରେ ଅଧିକ ଆକ୍ରାନ୍ତ ହୁଅନ୍ତି  । ଏହାକୁ ଅଧକପାଳି ମୁଣ୍ଡକପାଳି ମୁଣ୍ଡବ୍ୟଥା କୁହାଯାଏ   । ଏହା ଯୋଗୁଁ ମୁଣ୍ଡର ଗୋଟିଏ ଭାଗ ଭୀଷଣ ବିନ୍ଧିଥାଏ  । ସେହିପାଖ ଆଖି ଲାଲ ହୋଇଯାଏ ଓ ନାକରୁ ପାଣି ନିଗିଡେ କିମ୍ବା ଚୁଣ୍ଟି ହୋଇଯାଏ  । ଏଥିପାଇଁ ତୁରନ୍ତ ଅମ୍ଳଜାନ ଗ୍ରହଣ କଲେ ଉପଶମ ମିଳିଥାଏ  । ଔଷଧ ସେବନ ଦ୍ଵାରା ମଧ୍ୟ ଉପଶମ ମିଳେ, କିନ୍ତୁ ଏହା ସମ୍ପୂର୍ଣ୍ଣ ଭଲ ହୋଇ ନଥାଏ  ।

ପୃଥିବୀରେ ପଡୁଥିବା ମହାକାଶ କଣିକାରୁ ନୂତନ ରୋଗର ସମ୍ଭାବନା

ଏ ସମ୍ପର୍କରେ ହୋଇଥିବା ପ୍ରକଳ୍ପର ତଥ୍ୟ ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ଆମେରିକୀୟ ଭୂବିଜ୍ଞାନ ଆକଳନ ଅନୁଯାୟୀ ପ୍ରତିବର୍ଷ ପ୍ରାୟ ୧ ହଜାର ନିୟୁତ ଗ୍ରାମ ବା ପାଖାପାଖି ୧ ହଜାର ଟନ ମହାକାଶ କଣିକା ପୃଥିବୀର ବାଯୁମଣ୍ଡଳକୁ ପ୍ରବେଶ କରି ପୃଥିବୀ ପୃଷ୍ଠରେ ପହଞ୍ଚେ  । ଏପରିକି କେତେକ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଅଣୁଜୀବ ପୃଥିବୀ ପୃଷ୍ଠକୁ ଖସନ୍ତି  । ମହାମାରୀ ଫ୍ଲୁ ପାଇଁ ବାହାର ଜଗତରୁ ଆସୁଥିବା ଏହି ଅଣୁଜୀବ ଦାୟୀ ବୋଲି ସେମାନେ କହନ୍ତି  । ତେବେ ଏହାର କୌଣସି ପ୍ରମାଣ ନାହିଁ  ।

ସାମୁଦ୍ରିକ ଜୀବ

ପ୍ରବାଳ ପ୍ରାଚୀର ବିଲୁପ୍ତ ବହୁ ସମସ୍ୟା ଆଣିବ

ଗ୍ଲୋବାଲ ୱାର୍ମିଂ ଏବେ ସ୍ଥଳଭାଗ ନୁହେଁ ଜଳଭାଗରେ ମଧ୍ୟ ଅନେକ ବ୍ୟତିକ୍ରମ ସୃଷ୍ଟି କଲାଣି  । ସମୁଦ୍ର ଜଳ ଏହାର ପ୍ରଭାବରେ କ୍ରମେ କେତେକ ଅଞ୍ଚଳରେ ଉତ୍ତପ୍ତ ହେଉଛି  । ଆମେ ସମୁଦ୍ର ମଧ୍ୟକୁ ଢାଳିଦେଉଥିବା ଅନେକ ବିଷାକ୍ତ ପଦାର୍ଥ ସଂସ୍ପର୍ଶରେ ଆସି ବହୁ ଜଳଜୀବ ରୋଗାକ୍ରାନ୍ତ ହେବାସହ ବିଲୁପ୍ତ ପଥରେ ପାଦ ଦେଲେଣି  । ଇତିମଧ୍ୟରେ ଆନ୍ତର୍ଜାତିକ ପ୍ରାକୃତିକ ସଂରକ୍ଷଣ ସଂଗଠନ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଶତାଧିକ ଜଳଜୀବ ପ୍ରଦୂଷଣ ପ୍ରଭାବରେ କ୍ରମେ ବିଲୁପ୍ତ ହେବାରେ ଲାଗିଛନ୍ତି  ବୋଲି ଘୋଷଣା କରାଯାଇଛି  । ଆମେରିକାରେ ଅନୁଷ୍ଠିତ ସାଗର ପ୍ରଦୂଷଣ ସମ୍ପର୍କିତ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଯୋଗଦେଇ ଅନେକ ବୈଜ୍ଞାନିକ ସମୁଦ୍ରଜଳରେ ଅମ୍ଳୀୟ ଅଂଶ ବୃଦ୍ଧିପାଇଥିବାରୁ ଉଦବେଗ ପ୍ରକାଶ କରିବାସହ  ଏଥିପାଇଁ ଅନେକ ପ୍ରବାଳ ପ୍ରାଚୀର କ୍ଷତିଗ୍ରସ୍ତ ହେଲାଣି ବୋଲି ଘୋଷଣା କରିଛନ୍ତି  । ପ୍ରବାଳ ପ୍ରାଚୀର ସମୁଦ୍ରରେ ବସବାସ ବସବାସ କରୁଥିବା ଏକ ଚତୁର୍ଥାଂଶ ଜଳଜୀବଙ୍କ ବାସସ୍ଥାନ ରୂପେ ସେମାନଙ୍କୁ ସହଯୋଗ ଯୋଗାଇ ଆସିଛି  । ତେବେ ସମୁଦ୍ରଜଳରେ ଅମ୍ଳୀୟ ଅଂଶ ବୃଦ୍ଧିପାଇଁ ପ୍ରବାଳ ପ୍ରାଚୀରରେ କ୍ୟାଲସିୟମ ପରିମାଣ କମିଯିବା ସହ ଏହା ଛିଦ୍ରଯୁକ୍ତ ହୋଇ ଦୁର୍ବଳ ହୋଇଯାଉଛି ଓ କ୍ରମେ ନଷ୍ଟ ହେବାରେ ଲାଗିଛି  ।

ଗବେଷଣାରୁ ଜଣାଯାଇଛି ଯେ ପ୍ରବାଳ ପ୍ରାଚୀରରେ ବସବାସ କରୁଥିବା ୨୩୧ ପ୍ରଜାତିର ବିଭିନ୍ନ ମାଛ ଏବେ ବିଲୁପ୍ତ ହୋଇଛନ୍ତି  । ଏସବୁ ଜୀବଙ୍କ ତାଲିକା ଇତିମଧ୍ୟରେ ପ୍ରକାଶ ପାଇଛି   । ପ୍ରବାଳ ପ୍ରାଚୀରକୁ ସମୁଦ୍ର ଗର୍ତ୍ତର ‘ରେନଫରେଷ୍ଟ’ ବୋଲି କୁହାଯାଏ  । ଜଳଜୀବ ପରିସଂସ୍ଥାନର  ।

ସମୃଦ୍ଧିରେ ଏହାର ଅବଦାନ ସର୍ବାଧିକ  । ଏହାର ଇଲୁପ୍ତ ସହିତ ଅନେକ ଜଳଜୀବଙ୍କ ବିଲୁପ୍ତ ଯେ କ୍ରମେ ଆସିବ ଏଥିରେ ସନ୍ଦେହ ନାହିଁ  । ସମୁଦ୍ର ହେଉଛି ପୁଣି ଅଙ୍ଗାରକାମ୍ଳ ଗ୍ୟାସକୁ ଦ୍ରବିଭୂତକରି ରଖିଥିବା ଏକ ଉତ୍କୃଷ୍ଟ କ୍ଷେତ୍ର  । ତେବେ ସମୁଦ୍ର କେତେ ପରିମାଣରେ ଅଙ୍ଗାରକାମ୍ଳ ଧରି ରଖିପାରିବ ? ହୁଏତ ଆଉ କେତେ ଶହ ବର୍ଷ ପରେ ଅମ୍ଳରେ ସମୃଦ୍ଧ ସାଗର ସ୍ଥଳଭାଗର ଯାନବାହାନ ଗୁଡିକୁ ଛାଡୁଥିବା ଅଙ୍ଗାରକାମ୍ଳ ଭଳି ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ କରିବା ଅସମ୍ଭବ ନୁହେଁ  । ପ୍ରବାଳପ୍ରାଚୀର ମଧ୍ୟ ଲୁଣାଜଙ୍ଗଲ ଭଳି ଉପକୂଳ ଅଞ୍ଚଳରେ ମୃତ୍ତିକା ସଂରକ୍ଷଣ କରିଥାଏ  । ଏହାପୁଣି ସାମୁଦ୍ରିକ ଖାଦ୍ୟର ଭଣ୍ଡାର ଓ ସୌନ୍ଦର୍ଯ୍ୟ ଗନ୍ତାଘର  । ଏହାର ଆକର୍ଷଣୀୟ ଚିତ୍ରିତ  ସୌନ୍ଦର୍ଯ୍ୟ ତୁଳନା ନାହିଁ  । ପୃଥିବୀର ଅନେକ ସ୍ଥାନରେ ପ୍ରବାଳ ପ୍ରାଚୀରକୁ ନେଇ ପର୍ଯ୍ୟଟନ କ୍ଷେତ୍ର ଗଢିଉଠିଛି  । ଅଙ୍ଗାରକାମ୍ଳର ମାତ୍ରାଧିକ ବୃଦ୍ଧି ଯୋଗୁଁ ସମୁଦ୍ର ଜଳର ଏବେ ରାସାୟନିକ ସ୍ଥିରତା ରକ୍ଷା କରାଯାଇପାରୁନାହିଁ  । କ୍ରମେ ଏହା ଅଧିକ ଅମ୍ଳୀୟ ହେବାରେ ଲାଗିଛି  । ସମୁଦ୍ରକୁ ଆବର୍ଜନା କମ ପରିମାଣର ଛାଡିବାଶହ ଅଙ୍ଗାରକାମ୍ଳ ଉତ୍ପାଦନରେ ଆମେ ନିୟନ୍ତ୍ରଣ ନକଲେ ପ୍ରକୃତିର ଏହି ସୁନ୍ଦରକ୍ଷେତ୍ର ଲୋପ ପାଇବାଶହ ହଜାର ହଜାର ଜଳଜୀବଙ୍କ ବିଲୁପ୍ତର କାରଣ ହେବ ଏଥିରେ ସନ୍ଦେହ ନାହିଁ  ।

ପୃଥିବୀରେ ଷଷ୍ଠ ବିଲୁପ୍ତ ଆରମ୍ଭ

ପୃଥିବୀ ଇତିହାସରେ ‘ମହାମୃତ୍ୟୁର ସମୟ’ କାଳ ହିଁ ସବୁଠାରୁ ବିଭୀଷିକାମୟ ସମୟ, ଯେତେବେଳେ ପୃଥିବୀ ପୃଷ୍ଠରେ ବସବାସ କରୁଥିବା ଶତକଡା ୯୬ ଭାଗ ଜୀବଜନ୍ତୁ ଓ ଉଦ୍ଭିଦ ମୃତ୍ୟୁମୁଖରେ ପଡିଥିଲେ  । ଯେଉଁ କେତେକ ଏହି ମହାପ୍ରଳୟରୁ ବଞ୍ଚିଗଲେ ସେମାନଙ୍କୁ ପୂର୍ବାବସ୍ଥାକୁ ଫେରିବାକୁ ଲାଗିଯାଇଥିଲା ୬୦ ଲକ୍ଷ ବର୍ଷ  । ପରିବର୍ତ୍ତନଶୀଳ ପୃଥିବୀରେ ଏବେ ଷଷ୍ଠ ବିଲୁପ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି  । ଏହା ନିଶ୍ଚିତ ଭାବେ ଆମ ସମସ୍ତଙ୍କ ପାଇଁ ଗଭୀର ଉଦବେଗ ଓ ଚିନ୍ତାର କାରଣ  । ବିଜ୍ଞାନୀ ମଣିଷ ଏଭଳି ଏକ ଭୟଙ୍କର ଅବସ୍ଥାକୁ କିଭଳି ମୁକାବିଲା କରିବ ତାହା ହିଁ ବର୍ତ୍ତମାନର ପ୍ରଶ୍ନ  ।

ପୃଥିବୀ ପୃଷ୍ଠର ଇତିହାସ ପର୍ଯ୍ୟାଲୋଚନା  କଲେ ଆମେ ଅନେକ ବିଚିତ୍ର ଅବସ୍ଥା ସହିତ ପରିଚିତ ହୋଇଥାଉ  । ୫୦୦ କୋଟି ବର୍ଷର ଏହି ପୃଥିବୀରେ ଜୀବସୃଷ୍ଟିର ଇତିହାସ ଅନେକ ବିସ୍ମୟଭରା କାହାଣୀରେ ସମୃଦ୍ଧ  । ୬୫ ନିୟୁତ ବର୍ଷ ତଳର ଘଟଣାବଳୀ, ଯେତେବେଳେ ପୃଥିବୀପୃଷ୍ଠରୁ ସମ୍ପୂର୍ଣ୍ଣ ରୂପେ ବିଦାୟ ନେଲେ ବିଶାଳଜୀବ ଡାଇନୋସର  । ସେତେବେଳେ ସେମାନଙ୍କ ସଂଖ୍ୟା ପୃଥିବୀରେ ଥିଲା ଅସୀମ  । ମାତ୍ର ସେମାନେ ଚିରକାଳ ପାଇଁ ରହିପାରିଲେ ନାହିଁ, ମନରେ ପ୍ରଶ୍ନଉଠେ, କେବଳ କ’ଣ ଡାଇନୋସରଙ୍କ ବିଲୁପ୍ତ ସମୟକୁ ଆମେ ମହାବିଲୁପ୍ତ କାଳ ବୋଲି କହିପାରିବା  । ଏହା ପୂର୍ବରୁ କ’ଣ ଏପରି ସମୟ ନାହିଁ  । ଯେତେବେଳେ ପୃଥିବୀରେ ସର୍ବାଧିକ ସଂଖ୍ୟକ ଜୀବ ସମ୍ପୂର୍ଣ୍ଣ ରୂପେ ବିଦାୟ ନେଇଥିଲେ  । ସେ ସମୟକାଳ କେବେ  ?

ପରିବର୍ତ୍ତନ ହିଁ ପୃଥିବୀର ଚରିତ୍ର  । ଏହା ମଧ୍ୟ ବିଶ୍ଵବ୍ରହ୍ମାଣ୍ଡରେ ଦେଖାଦେଉଥିବା ସବୁ ନୈସର୍ଗିକ ପିଣ୍ଡର ନୀତିନିୟମ ବୋଲି କୁହାଯାଇପାରିବ  । ପୃଥିବୀପୃଷ୍ଠର ପରିବେଶ, ମୃତ୍ତିକା ସମ୍ପଦ, ଭୌଗଳିକସ୍ଥିତି, ଜୀବଜନ୍ତୁ, ବାରିମଣ୍ଡଳ, ବାୟୁମଣ୍ଡଳ ସବୁ ପରିବର୍ତ୍ତନର ନୀତିନିୟମ ଭିତରେ ବନ୍ଧା ହୋଇରହିଛନ୍ତି  । ଏଥିରେ ବସବାସ କରୁଥିବା ଜୀବଜନ୍ତୁ ଉଦ୍ଭିଦମଣ୍ଡଳୀ ବା ଏଥିରୁ ବାଦ ଯାଆନ୍ତେ କିପରି  ? ଲକ୍ଷ ଲକ୍ଷ ଜୀବଙ୍କର ବାସସ୍ଥଳୀ ଏହି ପୃଥିବୀ ପୃଷ୍ଠ ସବୁଦିନ ପାଇଁ ସମସ୍ତ ପ୍ରକାର ଜୀବନକୁ ବଞ୍ଚିରହିବା ସୁବିଧା ସୁଯୋଗ ଯୋଗାଇ ଦେଇ ଆସିଥିବାର ଅତୀତ ଇତିହାସ ନାହିଁ, ଧରାଯାଇ ବର୍ତ୍ତମାନ ଶହ ଶହ ବର୍ଷ ଯାଏ ଆଦୌ ବର୍ଷା ହେବ ନାହିଁ କିମ୍ବା ବାୟୁମଣ୍ଡଳର ତାପମାତ୍ରା ୫୦/୫୫ ଡିଗ୍ରୀ ସେଲସିୟସ ହୋଇଯିବ, ତେବେ ଆମେମାନେ କ’ଣ ଏଭଳି ଅବସ୍ଥାରେ ପୃଥିବୀ ପୃଷ୍ଠରେ ବଞ୍ଚିରହିପାରିବା  ? ଏଭଳି ଅବସ୍ଥା ନ ହେବ ବୋଲି ଆମେ କେହି କହିପାରିବା ନାହିଁ  । ତେବେ ଅତୀତରେ ଏଭଳି ଅବସ୍ଥା କେବେ ଘଟିଛି  ?

ପ୍ରାୟ ୨୫ କୋଟି ବର୍ଷ ତଳର କଥା  । ସେତେବେଳେ ମଣିଷର ସୃଷ୍ଟି ପୃଥିବୀ ପୃଷ୍ଠରେ ହୋଇନଥାଏ  । ଜଳରେ ପରିପୂର୍ଣ୍ଣ ପୃଥିବୀ ପୃଷ୍ଠରେ ଅନେକ ଜଳଜପ୍ରାଣୀ ବିଶେଷ ଭାବେ ଉଭୟଚର ଓ ମେରୁଦଣ୍ଡୀ ବସବାସ କରୁଥାନ୍ତି  । ଏହି ସମୟକୁ କୁହାଯାଏ ଟ୍ରାଇସିକ ଯୁଗ  । ମାତ୍ର ହଠାତ୍ ଏହି ସମୟରେ ବିଭୀଷିକାମୟ ପ୍ରାକୃତିକ ବିତ୍ପାତ ଘଟିଲା  । ସାଇବେରିଆ ଅଞ୍ଚଳର ଅନେକ ଜୀବନ୍ତ ଆଗ୍ନେୟଗିରିରୁ କ୍ରମାଗତ ଅଗ୍ନି ଉଦ୍ ଗିରଣ ବର୍ଷ ବର୍ଷ ଧରି ଲାଗିରହିଲା  । ଏହା ସାଇବେରିଆନ ଟ୍ରୋପଂ ନାମରେ ଖ୍ୟାତ  । ସ୍ଥଳଭାଗ ବର୍ତ୍ତମାନ ଅବସ୍ଥାରେ ନଥାଏ  । ମହାଦେଶ ସୃଷ୍ଟି ନ ହୋଇ ଖଣ୍ଡିକିଆ ପାଞ୍ଜିଆ ରୂପେ ରହିଥାଏ  । ପୃଥିବୀପୃଷ୍ଠରେ ବସବାସ କରୁଥିବା ୯୬ ଭାଗ ଜଳଜୀବ ଓ ୭୦ ଭାଗ ଉଭୟଚର ଓ ମେରୁଦଣ୍ଡୀ ପ୍ରାଣୀ ଏହି ଭୟଙ୍କର ଅଗ୍ନିବତ୍ପାତରେ ସମୂଳେ ମୃତ୍ୟୁବରଣ କଲେ  । ପୃଥିବୀ ଇତିହାସରେ ଏହି ସମୟ ହିଁ ‘ଗ୍ରେଟ ଡାଇଙ୍ଗ’ ବା ‘ମହା ମୃତ୍ୟୁର ସମୟ’ ରୂପେ ପରିଚିତ  । ଏହି ମହାପ୍ରଳୟରୁ ବଞ୍ଚିଯାଇଥିବା ଅଳ୍ପ ସଂଖ୍ୟକ ଜୀବଜନ୍ତୁ ଓ ଉଦ୍ଭିଦଙ୍କୁ ପୁଣିଥରେ ବିକାଶପ୍ରାପ୍ତ ହେବାକୁ ପ୍ରାୟ ୬୦ ଲକ୍ଷ ବର୍ଷ ଲାଗିଯାଇଥିଲା  । ପୃଥିବୀ ପୃଷ୍ଠରେ ବର୍ତ୍ତମାନଯାଏଁ ଘଟିଥିବା ୫ଟି ମହାବିଲୁପ୍ତ ମଧ୍ୟରୁ ସର୍ବଶେଷ ବିଲୁପ୍ତ ଆଜିଠାରୁ ୫୦ ହଜାର ବର୍ଷ ତଳେ ଘଟିଛି  । ଏହାକୁ ‘ହାଲୋସିନ ଇଭେଣ୍ଟ’ କୁହାଯାଏ  । ଏହି ସମୟରେ ଆଫ୍ରିକା ବାହାରେ ଶତକଡା ୭୦ ଭାଗ ଜୀବଜନ୍ତୁକୁ ବିଲୁପ୍ତ ହୋଇଯାଇଥିଲେ  । ବିଲୁପ୍ତ ଜୀବଙ୍କ ମଧ୍ୟରେ ଥିଲେ ଉଲି ମାମାଥ, ଇରିସ ଏଲ୍ଲ, ସାଇବେରିଆନ, କ୍ୟାଟ, ବୃହତ୍ତ କଙ୍ଗାରୁ, ବିଶାଳକାୟ ବଗଜାତୀୟ ପକ୍ଷୀ ଓ ଗ୍ରେଟ ବିଭର  । ଏମାନଙ୍କ ବିଲୁପ୍ତ ସହ ହୋମୋ ସାପିଏନସ୍ ବା ନରଗୋଷ୍ଠୀର ଜୀବଜନ୍ତୁଙ୍କ ଅଧିକ ବିକାଶ ମଧ୍ୟ ଏହି ସମୟରେ ହିଁ ଆରମ୍ଭ ହୋଇଥିଲା  ।

ବର୍ତ୍ତମାନ ପୃଥିବୀପୃଷ୍ଠରୁ ଆତଙ୍କିତ ସଂଖ୍ୟାରେ ଯେପରି ଜୀବଜନ୍ତୁ ଉଭେଇଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ଅନେକ ବୈଜ୍ଞାନିକ ଧରାପୃଷ୍ଠରେ ଷଷ୍ଠ ବିଲୁପ୍ତ ଆରମ୍ଭ ହୋଇଯାଇଛି ବୋଲି ଘୋଷଣା କରିସାରିଲେଣି  । ଏହି ଶତାବ୍ଦୀ ଶେଷସୁଦ୍ଧା ହୁଏତ ଏହାର ଚରମ ପରିଣତି ଆମେ ଦେଖିପାରିବା  । କେବଳ ଜୀବଜନ୍ତୁ ନୁହେଁ ଅନେକ ଉଦ୍ଭିଦ ମଧ୍ୟ ଏବେ ଏହି ବିଲୁପ୍ତ ପଥର ଯାତ୍ରୀ  । ପୃଥିବୀର ୧୦୦ଟି ସଂରକ୍ଷଣ ପ୍ରତିଷ୍ଠାନକୁ ଇତିମଧ୍ୟରେ ଅନ୍ତତଃ ୧୦୦ଟି ବିଲୁପ୍ତ ଜୀବଙ୍କ ସଂରକ୍ଷଣ ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି  । ଅତୀତର ମହାବିଲୁପ୍ତ କାଳରେ ପୃଥିବୀପୃଷ୍ଠରେ ସର୍ବାଧିକ ସଂଖ୍ୟାରେ ବସବାସ କରୁଥିବା ଜୀବ ହିଁ ବିଶେଷ କ୍ଷତିଗ୍ରସ୍ତ ହୋଇଥିବାର ନଜର ରହିଛି  । ଏବେ ଆମେ ମଣିଷମାନେ ହିଁ ସର୍ବାଧିକ ସଂଖ୍ୟାରେ ପୃଥିବୀରେ ରହିଛୁ  । ଦେଖାଯାଉ ଏହି ବିଲୁପ୍ତ ପ୍ରକ୍ରିୟାରେ ଆମର ଅବସ୍ଥା କ’ଣ ହେଉଛି  ?

ସଂଗୃହୀତ – ଡଃ କ୍ଷୀର ସାଗର ବେହେରା

ଆଧାର : ବିଜ୍ଞାନ ଓ ପରିବେଶ ବିକାଶ ସମିତି



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate