অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରିବେଶ

ଉପକ୍ରମ

ଆମର ଏହି ବିଶାଳ ପୃଥିବୀ  ଏକ ଉନ୍ନତ ଓ ସଭ୍ୟମାନବ ସମାଜର ବାସସ୍ଥାନ ଅଟେ । ମନୁଷ୍ୟର ଚତୁଃପାର୍ଶ୍ଵରେ ପ୍ରକୃତିର ବିଭିନ୍ନ ଉପାଦାନ ଯଥା : ଜଳ, ସ୍ଥଳ ବାୟୁ ସହିତ ଉଦ୍ଭିଦ ଓ ପ୍ରାଣୀଜଗତ ତାଙ୍କୁ ଘେରି ରହିଛି । ଏଗୁଡିକ ସାମଗ୍ରିକ  ଭାବରେ ଯେଉଁ ଅବସ୍ଥା ସୃଷ୍ଟି କରିଥାନ୍ତି ତାହାକୁ ‘ପରିବେଶ କୁହାଯାଏ । ପରିବେଶ ହିଁ ମନୁଷ୍ୟ ଜୀବନ ଓ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇଥାଏ । ମନୁଷ୍ୟ ସୁସ୍ଥ ନିରାମୟ ଜୀବନ ପାଇଁ ଏହି ପରିବେଶର ଭୂମିକା ଅତ୍ୟନ୍ତ ଗୁରୁତ୍ଵ ପୂର୍ଣ୍ଣ । ଅନୁକୂଳ ପରିବେଶ ଜୀବନ ପାଇଁ ଆଶୀର୍ବାଦ ସ୍ୱରୂପ କାରଣ ପ୍ରତିକୂଳ ପରିବେଶର ସମ୍ମୁଖୀନ ହୋଇନପାରି ବହୁପ୍ରାଣୀ ଧରାବକ୍ଷରେ କ୍ରମେ । ନିଃଶେଷ ହୋଇଛନ୍ତି । ମନୁଷ୍ୟ ନିଜର ବୃଦ୍ଧି ଓ ସୃଜନୀ ଶକ୍ତି କଳରେ ବିଜ୍ଞାନ କ୍ଷେତ୍ରରେ ଅଦ୍ଭୁତପୂର୍ବ ଉନ୍ନତି କରି ଚାଲିଛି । ତେଣୁ ମନୁଷ୍ୟ ସଭ୍ୟତାର କ୍ରମୋନ୍ନତିର ଇତିହାସ ହିଁ ବିଜ୍ଞାନର ଇତିହାସ, ଯେଉଁତିରେ ପରିବେଶ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଜୀବନର ଅଭିବୃଦ୍ଧି, ବଂଶବୃଦ୍ଧି ଇତ୍ୟାଦି ପ୍ରତୀକ୍ଷ କିମ୍ବା ପରୋକ୍ଷ ଭାବରେ ଏହି ପରିବେଶ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ ।

‘ପରିବେଶ’ କହିଲେ କୌଣସି ସ୍ଥାନର ବେଷ୍ଟିତ ବା ପାରିପାର୍ଶ୍ୱିକ ଅବସ୍ଥା (surroundings) କୁ ବୁଝାଏ । ଏହା ସାଧାରଣତଃ ଆମ ଚତୁଃପାର୍ଶ୍ୱିରେ ଥିବା ସମସ୍ତ ପ୍ରକାରର ପ୍ରାକୃତିକ ଓ କୃତ୍ରିମ ଉପାଦାନଗୁଡିକର ସମଷ୍ଟିଗତ ପ୍ରଭାବ ଯାହାକି ସଜୀବମାନଙ୍କର ଜୀବନଧାରଣ ପ୍ରଣାଳୀ ସଙ୍ଗେରେ ଓତଃପ୍ରୋତଃ ଭାବରେ ଜଡିତ ।

ବୈଜ୍ଞାନିକ ସି.ସି ପାର୍କ ( ୧୯୮୦) ଙ୍କ ମତରେ ପରିବେଶ ହେଉଛି, “କୌଣସି ନିର୍ଦ୍ଦିଷ୍ଟ ଓ୯ ନିର୍ଦ୍ଦିଷ୍ଟ ସମୟରେ ମସୁଷ୍ୟର ଚତୁଃପାର୍ଶ୍ଵରେ ଥିବା ସମାଗ୍ରିକ ଅବସ୍ଥା” ।

“ପରିବେଶ ବିଜ୍ଞାନ” ହେଉଛି ଜୀବ ସହ ଜଡର ସମନ୍ଵୟ ରକ୍ଷାକରି ପାରୁଥିବା ଏକ ନୂତନ ବିଜ୍ଞାନ । ମନୁଷ୍ୟର ଦାନନ୍ଦିନ ଜୀବନଯାପନରେ ଏହି ବିଜ୍ଞାନର ଭୂମିକା ଅତନ୍ତ ଗୃରୁତ୍ଵପୂର୍ଣ୍ଣ । ଏହା ସାହାଯ୍ୟରେ ପ୍ରକୃତିର ଗୋଟିଏ ଉପାଦାନ କିପରି ଭାବରେ ଅନ୍ୟ ଏକ ଉପାଦାନ ବିଶେଷ ଭାବରେ ନିର୍ଭରଶୀଳ, ତାହାକୁ ଭଲ ଭାବରେ୪ ଉପଲବ୍ଧି କରିହୁଏ । ପରିବେଶରେ ସନ୍ତୁଳିତ ବାତାବରଣ ସୃଷ୍ଟି କରିବାରେ ଏହି ବିଜ୍ଞାନର  ଭୂମିକା ରହିଛି । ତେଣୁ ପ୍ରକୃତି ଓ ପରିବେଶକୁ ବଞ୍ଚାଇବା ପାଇଁ ପରିବେଶ ବିଜ୍ଞାନକୁ ଠିକ୍ ଭାବରେ ଅନୁଧ୍ୟାନ କରିବା ଆଜିର ସମାଜ ପାଇଁ ଏକାନ୍ତ ଆବଶ୍ୟକ ଯେଉଁଥିପାଇଁ ଏକବିଂଶ ଶତାବ୍ଦୀରେ ପରିବେଶ ବିଜ୍ଞାନ ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି ଓ ‘ପରିବେଶ ପାଠ’ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଉଛି ।

ପରିବେଶ ବିଜ୍ଞାନର ପରିସର ଏବଂ ଗୁରୁତ୍ଵ

ବିଂଶ ଶତାବ୍ଦୀରେ ଉଦ୍ଭିଦବିତ ଏବଂ ପ୍ରାଣୀବିତ୍ ମାନେ ପରିବେଶ ବିଜ୍ଞାନକୁ କେବଳ ଉଦ୍ଭିଦ ପରିସଂସ୍ଥା ଏବଂ ପ୍ରାଣୀ ପରିସଂସ୍ଥା ମଧ୍ୟରେ ସୀମିତ ରଖିଥିଲେ । କିନ୍ତୁ ଆଧୁନିକ ପରିବେଶବିତ୍ ମାନେ ଅନୁଭବ କଲେ ଯେ, ଏହା ଦୁଇ ଶ୍ରେଣୀର ଜୀବମାନେ ପରସ୍ପରଠାରୁ ପୃଥକ୍ ନୁହନ୍ତି ବରଂ ପ୍ରତ୍ୟେକ ଯିବାର ଏହି ପରିବେଶ ସହିତ ନିବିଡ ସମ୍ପର୍କ ରହିଛି ।

ବର୍ତ୍ତମାନ ଯୁଗରେ ପରିବେଶ ବିଜ୍ଞାନର ପରିସର ଅତ୍ୟନ୍ତ ବ୍ୟାପକ ଭୂଗୋଳ, ଅର୍ଥନୀତି, ରାଜନୀତ, ସମାଜତତ୍ତ୍ଵ ଆଦି ବିଭିନ୍ନ ବିଭାଗ ସହିତ ଓତଃପ୍ରୋତଃ ଭାବରେ ଜଡିତ । ସେହି ବିଭାଗଗୁଡିକ ହେଲା – ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଜୀବ ବିଜ୍ଞାନ, ଏକକୋଷୀ ପ୍ରାଣୀ ବିଜ୍ଞାନ, ପକ୍ଷୀବିଜ୍ଞାନ ଇତ୍ୟାଦି । ଜୀବବିଜ୍ଞାନର  କେତେକ ବିଶେଷ ବିଭାଗ ସହିତ ମଧ୍ୟ ପରିବେଶ ବିଜ୍ଞାନର ବିଶେଷ ଧରଣର ସମ୍ଭନ୍ଧ ରହିଛି ।

ପରିବେଶ ବିଜ୍ଞାନର ଗୃରତ୍ଵ

ପୂର୍ବକାଳରେ ମଣିଷମାନେ ସମୁଦ୍ର, ନଦୀ, ପର୍ବତ, ସୂର୍ଯ୍ୟ ବର୍ଷା ଆଦିକୁ ପୂଜା କରୁଥିଲେ । କିନ୍ତୁ ବିଜ୍ଞାନର ଅଗ୍ରଗତି ଫଳରେ ପ୍ରକୃତିର ରହସ୍ୟ ଉନ୍ମୋଚନ ହେଲା ଏବଂ ପ୍ରକୃତି ଥିବା ଭୟ ମଧ୍ୟ କମିଗଲା । ଜନ ସଂଖ୍ୟା ବିସ୍ଫୋରଣ, ଦୈନନ୍ଦିନ ଜୀବନଯାପନରେ ଉନ୍ନତି, ଶିଳ୍ପ ବିପ୍ଲବ ଆଦି ଦ୍ଵାରା ପ୍ରକୃତି ଏବଂ ପ୍ରାକୃତିକ ସମ୍ପଦ କ୍ଷମ ହେବାକୁ ଲାଗିଲା ଏବଂ ପ୍ରକୃତିର ଭାରସାମ୍ୟ ନଷ୍ଟ ହେଲା । ତେଣୁ ପରିବେଶବିତ୍ ଏବଂ ବୁଦ୍ଧିଜୀବୀମାନେ ବର୍ତ୍ତମାନ ପରିବେଶ ପାଠର ଗୁରୁତ୍ଵ ଉପଲବ୍ଧି କରୁଛନ୍ତି ।

ପରିବେଶ ବିଜ୍ଞାନ ହେଉଛି ପ୍ରଶସ୍ତ ଆଧାରଯୁକ୍ତ ଏକ ବିକାଶୋନ୍ମୁଖୀ ବିଜ୍ଞାନ, ଏହା ବିଜ୍ଞାନର ଉପାନ୍ତ ନୁହେଁ । ୨୦୦୪ ମସିହାରେ କେନିୟାର ପରିବେଶବିତ୍ ଶ୍ରୀମତୀ ୱାଙ୍ଗରୀ ମଥାଇ, କେନିଆର ବେଲଟ୍ ଆନ୍ଦୋଳନରେ    ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ପାଇଥିଲେ । ସେ ହଜାର ଲୋକଙ୍କୁ ନିଯୋଜିତ କରି ୩ କୋଟି ବୃକ୍ଷରୋପଣ କରିଥିଲେ । ଏହି ଗ୍ରୀନ ବେଲଟ୍ ଆନ୍ଦୋଳନ ଆନ୍ତର୍ଜାତୀୟ ସ୍ଵୀକୃତି ଲାଭକାଳାପରେ ପରିବେଶ ପାଠର ଗୁରୁତ୍ଵ ସାରା ବିଶ୍ଵରେ ଯଥାଯଥ ଭାବରେ ଉପଲବ୍ଧ ହୋଇଛି ଏବଂ ଏ କ୍ଷେତ୍ରରେ ଶିକ୍ଷାର୍ଥୀମାନଙ୍କ ପାଇଁ ନିୟକ୍ତିର ବ୍ୟାପକ ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି । ପରିବେଶ ପ୍ରଦୂଷଣଠାରୁ ଆରମ୍ଭ କରି ମିନିଷ ସମାଜ, ପଶୁ ପ ବୃକ୍ଷଲତା, ମୃତ୍ତିକା ସଂରକ୍ଷଣ। ଜନ ଗୁଣବତ୍ତାପରିଚାଳନା ଇତ୍ୟାଦି ଅନେକ କ୍ଷେତ୍ରରେ ଜେନ ପରିବେଶ ବିଜ୍ଞାନୀ ବିଶେଷତ୍ଵ ହାସଲ କରିପାରିବାର ସୁଯୋଗ ରହିଛି । ପରିବେଶ ସମ୍ବନ୍ଧିତ ସମସ୍ୟାର ବ୍ୟାବହାରିକ ପରିବର୍ତ୍ତନ ଅଣାଯାଇ ଏବଂ ସେ ସମ୍ପର୍କରେ ଅନୁଧ୍ୟାନ କରି ସର୍ବୋଚ୍ଚ ସ୍ତରରେ ନୀତି ନିର୍ଦ୍ଧାରଣ କରିବା ହେଲା ପରିବେଶ ବିଜ୍ଞାନୀମାନଙ୍କର ମୁଖ୍ୟ କାମ । ସୀମିତ ପରିଶେଷ ଏବଂ ସମ୍ଭଳକୁ ବ୍ୟବହାର କରି ପରିବେଶ ପ୍ରଦୁଷଣକୁ ରୋକିବା ହେଲା ପରିବେଶ ଇଞ୍ଜିନିୟରମାନଙ୍କର କାମ । ପ୍ରଦୂଷଣକୁ ମୁକାବିଲା କରିବା ନିମନ୍ତେ ଉପୟୁକ୍ତ ବ୍ୟବସ୍ଥାର ପରିକଳ୍ପନା, ନିର୍ମାଣ ଏବଂ ଯୋଜନାକୁ କାର୍ଯ୍ୟକାରୀ କରିବା ହେଲା ପରିବେଶ ଯୋଜନାକାରୀ ବା ଲୋକପ୍ରିୟ କରାଇପାରିବେ । ବର୍ତ୍ତମାନ ପରିବେଶ ପର୍ଯ୍ୟଟନ ଏକ ନୂତନ ଦିଗ ଭାବରେ ଆତ୍ମପ୍ରକାଶ କରୁଛି । ତେଣୁ କ୍ରମବର୍ଦ୍ଧିଷ୍ଣୁ ଜନସମାଜ ପାଇଁ ପରିବେଶ ବିଜ୍ଞାନର ଆବଶ୍ୟକତା ରହିଛି ।

ପରିବେଶ ବିଜ୍ଞାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ

୧୯୭୭ ମସିହା ଅକ୍ଟୋବର ମାସରେ ରୁଷିଆ ଠାରେ ଆନ୍ତର୍ଜାତିକ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ପ୍ରଥମ କରି ପରିବେଶ ଶିକ୍ଷାର ଏକ ସମ୍ମିଳନୀ ହୋଇଥିଲା  । ଏହି ସମ୍ମିଳନୀରେ ପରିବେଶ ଶିକ୍ଷାର ନୀତିନିୟମ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ପାଠ୍ୟକ୍ରମ ଉପରେ ପ୍ରସ୍ତାବମାନ ଗୃହୀତ ହୋଇଥିଲା । ଏହା ସ୍ଥାନୀୟ ଜାତୀୟ ଓ ଆନ୍ତର୍ଜାତୀୟ ଆଦି ସବୁ ସ୍ତର ଓ ଆନୁଷ୍ଠାନିକ ଶିକ୍ଷା ପଦ୍ଧତିର ସବୁ ବିଷୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସ୍ଥିର କରାଯାଇଥିଲା ।

ଲକ୍ଷ୍ୟ : ପରିବେଶ ବିଜ୍ଞାନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟଗୁଡିକ ନିମ୍ନରେ ପ୍ରଦାନ କରାଗଲା ।

  1. ପରିବେଶର ସୁରକ୍ଷା ଏବଂ ଉନ୍ନତି ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆବଶ୍ୟକୀୟ ଜ୍ଞାନ ଆହରଣ ଏବଂ ତା’ର ଉପଲବଧି ମତାମତ ପ୍ରଦାନ ଦିଗରେ ସୁଯୋଗ ପ୍ରଦାନ କରିବା ।
  2. ପରିବେଶ ପ୍ରତି ବ୍ୟକ୍ତି ଗୋଷ୍ଠୀ ଓ ସମାଜ ସାମଗ୍ରିକ ଭାବରେ ଏକ ନୂତନ ପ୍ରକାରର ଆଚରଣବିଧି ସୃଷ୍ଟି କରିବା ।

ଉଦ୍ଦେଶ୍ୟ

  1. ସମଗ୍ର ପରିବେଶ ଏବଂ ପରିବେଶ ସମ୍ପର୍କୀୟ ସମସ୍ୟା ପ୍ରତି ଏକ ସମ୍ବେଦନଶୀଳ ସଚେତନ ମନୋଭାବର ଜାଗ୍ରତ ନିମନ୍ତେ ବ୍ୟକ୍ତି ଏବଂ ସାମାଜିକ ଗୋଷ୍ଠୀଗୁଡିକ ସାହାଯ୍ୟ କରିବା ।
  2. ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଦ୍ଵାରା ଜନସାଧାରଣଙ୍କ ମଧ୍ୟରେ ସୁସ୍ଥା ଓ ନିରାମୟ ଜୀବନଯାପନର ମନୋଭାବ ସୃଷ୍ଟି କରିବା ।
  3. ଅତ୍ୟଧିକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ପରିବେଶର ସମତା କିପରି ନଷ୍ଟ ହେଉଛି ସେ ବିଷୟରେ ତଥ୍ୟ ସଂଗ୍ରହ କରିବା ପାଇଁ ଆଗ୍ରହ ସୃଷ୍ଟି କରିବା ।
  4. ଜନସାଧାରଣକୁ ପରିବେଶଗତ ସମସ୍ୟାବଳୀର ମୂଳକାରଣଗୁଡିକ ବୁଝିବାରେ ସହାୟକ ହେବା ।
  5. ବାୟୁ, ଜଳ, ଶବ୍ଦ ଓ ଟାପ ପ୍ରଦୂଷଣ ଯୋଗୁଁ ପରିବେଶ ପ୍ରଦୂଷିତ ହେଉଛି ବୋଲି ଜନସାଧାନକୁ ଦୃଦୟଙ୍ଗମ କରାଇବା ।

ପରିବେଶ ବିଜ୍ଞାନ ବହୁବିଧ ସ୍ୱରୂପ

ବର୍ତ୍ତମାନ ଯୁଗରେ ବିଜ୍ଞାନ ଅବୋଙ୍ଗ ପରିବେଶ ବିଜ୍ଞାନ ନାଧ୍ୟରେ ଏକ ନୈତିକ ମୂଲ୍ୟବୋଧ ରହିଛି ଯାହାର ଲକ୍ଷ୍ୟ ହେଉଛି ପୃଥିବୀର ସମସ୍ତ ଲୋକଙ୍କୁ ଭୂଗୋଲକୀୟ ବାସିନ୍ଦା ଭାବରେ ବୃଢ ନିବଦ୍ଧ କରିବା । ତେଣୁ ସାଧାରଣ ଭାବରେ ତିନ ପ୍ରକାର ବିଜ୍ଞାନର ସମଷ୍ଟିରେ ହିନ ପରିବେଶ ବିଜ୍ଞାନର ସୃଷ୍ଟି ।

ଯଥା

(୧) ପୃଥିବୀ/ ପାର୍ଥିବ ବିଜ୍ଞାନ ( Earth Science)

(୨) ଜୀବ ବିଜ୍ଞାନ ( Life science)

(୩) ସମାଜ ବିଜ୍ଞାନ ( Social Science)

ପାର୍ଥିବ ବିଜ୍ଞାନ : ହାଇଡ୍ରୋଲୋଜି, ଲିଓଲୋଜି, ମେଟେରୋଲୋଜି, ଜିଓମରଫୋଲୋଜି ଆଦି ବିଭାଗକୁ ନେଇ ପାର୍ଥିକ ବିଜ୍ଞାନର ସୃଷ୍ଟି ।

ଜୀବ ବିଜ୍ଞାନ : ପ୍ରାଣୀ ଓ ଉଦ୍ଭିଦ ବିଜ୍ଞାନକୁ ନେଇ ଜୀବ ବିଜ୍ଞାନ ଗଠିତ ।

ସମାଜ ବିଜ୍ଞାନ : ସକ୍ରିୟା ଜନସଂଖ୍ୟା, ରାଜନୀତି, ଆର୍ଥିକ ସମ୍ପଦ, ଭୌଗୋଳିକ ଅବସ୍ଥା, ସମାଜତତ୍ତ୍ଵ, ଆଇନ ପରିଚାଳନା ବିଭାଗ ଇତ୍ୟାଦିକୁ ନେଇ ସମାଜ ବିଜ୍ଞାନ ଗଠିତ ।

ବିଜ୍ଞାନର  ଏହି ସବୁ ବିଭାଗ ସହିତ ପ୍ରଯୁକ୍ତିବିଦ୍ୟା ମିଶି, ପରିବେଶ ବିଜ୍ଞାନକୁ ପ୍ରକୃତ ମୂଲ୍ୟାୟନ ଦେବାରେ ସହାୟକ ହୋଇଛି ।

ଏହାର ସଦୁପଯୋଗ ଗୁଡିକ ମଧ୍ୟରେ ଜଳବାୟୁ ସମ୍ବନ୍ଧରେ ନକସା ପ୍ରସ୍ତୁତ କରିବା, ସମୁଦ୍ର ଉପକୂଳର ପରିଚାଳନା ପ୍ରଣାଳୀ, ପରିବେଶୀୟ ଚାପ ଆକଳନ, ଭୂଗୋଲକୀୟ ଚୁକ୍ତି, ଜୈବ ବିଭିନ୍ନତାର ରକ୍ଷା କବଚ ଇତ୍ୟାଦି ଅନ୍ୟତମ । ତେଣୁ ପ୍ରକୃତି ପାଇଁ ପରିବେଶ ବିଜ୍ଞାନର ବ୍ୟାପକ ପରିସରର ଗୁରୁତ୍ଵ ବା ଆବଶ୍ୟକତା ରହିଛି ।

ପରିବେଶର ଅବକ୍ଷୟ ଆମ ଦେଶ ତଥା ସାରା ପୃଥିବୀର ମଣିଷ ସମାଜ ପାଇଁ ଏକ ଗୁରୁତର ସଂକଟ ସୃଷ୍ଟି କରିଛି ।

ସେଥିପାଇଁ ଏହି ସମସ୍ୟା ବିଭିନ୍ନ\ ଦିଗ ଉପରେ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ବର୍ତ୍ତମାନ ପରିସ୍ଥିତିରେ ସବୁଠାରେ ଅଧିକ ଅନୁଭୂତ ହେଉଛି । ଏହା ସତ୍ତ୍ୱେ, ଏକଥା ଅନସ୍ଵାକାର୍ଯ୍ୟ ଯେ ଆମେ ଏବେ ଏ କ୍ଷେତ୍ରରେ ଅତ୍ୟନ୍ତ ପଛୁଆ ଅବସ୍ଥାରେ   ରହିଛି । ତେଣୁ ସମସ୍ୟାର ଗୁରୁତ୍ଵା ଦୃଷ୍ଟିରୁ ଏ ଦିଗରେ ବିହତ ପଦକ୍ଷେପ ଗ୍ରହଣ କରାଯିବାର ନିତାନ୍ତ ଆବଶ୍ୟକତା ରହିଛି ।

ବିଗତ ଶତାବ୍ଦୀର ଅର୍ଦ୍ଧଭାଗରୁ ଆମ ଦେଶରେ ପରିବେଶ ସଚେତନତା ସୃଷ୍ଟିର ଉଦ୍ୟମ ହୋଇ ଆସିଥିଲେ ମଧ୍ୟ ଆମେ କେବଳ ଏ ସମ୍ପର୍କରେ ଏକ ସଚେତନତା ବିଶିଷ୍ଟ ଗୋଷ୍ଠୀ ଗଠନ କରିବା ସକ୍ଷମ ହୋଇଛୁ । ମାତ୍ର ପରିବେଶକୁ ରକ୍ଷା କରିବା ଉଦ୍ୟମରୁ ବହୁ ଦୂରରେ ଅଛୁ । ପରିବେଶ ସଚେତନତା ଆମ ଦେଶରେ ବିଶେଷ କରି ଆମ ରାଜ୍ୟରେ ବ୍ୟାପକତା ହାସଲ ଣ କରିବା ପଛରେ ମୁଖ୍ୟତଃ ତିନୋଟି କାରଣ ରହିଛି ।

ବିଗତ ଶତାବ୍ଦୀର ଅର୍ଦ୍ଧଭାଗରୁ ଆମ ଦେଶରେ ପରିବେଶ ସଚେତନତା ସୃଷ୍ଟି ଉଦ୍ୟମ ହୋଇଆସିଥିଲେ ମଧ୍ୟ ଆମେ କେବଳ ଏକ ସଂପର୍କରେ ଏକ ସଚେତନତା ବିଶିଷ୍ଟ ଗୋଷ୍ଠୀ ଗଠନ କରିବା ସକ୍ଷମ ହୋଇଛୁ ।  ମାତ୍ର ପରିବେଶକୁ ରକ୍ଷା କରିବାର ଉଦ୍ୟମରୁ ବହୁ ଦୂରରେ ଅଛୁ । ପରିବେଶ ସଚେତନତା ଆମ ଦେଶରେ ବିଶେଷ ଆକରୀ ଆମ ରାଜ୍ୟରେ ବ୍ୟାପାକତା ହାସଲ ନ କରିବା ପଛରେ ମୁଖ୍ୟତଃ ତିନୋଟି କାରଣ ରହିଛି ।

ପ୍ରଥମତଃ, ଦାରିଦ୍ର୍ୟ ଓ ଉପୟୁକ୍ତ ଶିକାର ପ୍ରସାରର ଅଭାବ ଏ କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ଭାବରେ ରହି ଆସୁଛି । ଦେଶରେ ସାଧାରଣ ଲୋକ ସେମାନଙ୍କର ଗୁଜୁରାଣ ମେଣ୍ଟାଇବା ପାଇଁ ସମକ୍ଷ ହୋଇ ପାରୁନଥିବାବେଳେ, ସାମାଜିକ ସମସ୍ୟା ସଂପର୍କରେ ଚିନ୍ତାକରିବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇପାରୁ ନାହିଁ । ମାତ୍ର ପରିବେଶ ପ୍ରଦୂଷଣ ଓ ପରିବେଶର ଅବକ୍ଷୟ ଯୋଗୁଁ ହିଁ ଏହି ଶ୍ରେଣୀର ଜନସାଧାରଣ ସବୁଠାରୁ ବେସୀ କ୍ଷତିଗ୍ରସ୍ତ ହେଉଛନ୍ତି । କାରଣ ଆଜିବି ଆମ ଦେଶରେ ବିଶେଷ କରି ଆମ ରାଜ୍ୟରେ ବହୁଲୋକ ଜୀବିକା ନିର୍ବାହ ପାଇଁ ସେମାନଙ୍କର ପାରିପାର୍ଶ୍ଵିକ ପରିବେଶ ଉପରେ ସଂପୂର୍ଣ୍ଣ ନିର୍ଭର କରିଥାନ୍ତି ।  ଗତ ପଚାଶବର୍ଷ ଧରି ଆମଦେଶର ପରିବେଶର ସୁରକ୍ଷା ଓ ପରିବେଶର ଅବକ୍ଷୟ ରୋକିବା ପାଇଁ ଯେଉଁସବୁ ସଚେତନା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି, ସେସବୁ ଏହି ସ୍ତରର ଲୋକମାନଙ୍କ ପାଖରେ ପହଞ୍ଚିପାରି ନାହିଁ ।

ଦ୍ଵିତୀୟତଃ, ଆମ ଦେଶର ଉନ୍ନୟନ ଯୋଜନା ଓ ଶିଳ୍ପାୟନ କାର୍ଯ୍ୟକ୍ରମ ମଧ୍ୟ ପରିବେଶକୁ ଦୃଷ୍ଟିରେ ରଖି କରାଯାଉନାହିଁ । ଅର୍ଥାତ୍ କୌଣସି ସ୍ଥାନରେ କୌଣସି ପ୍ରକାରର ଶିଳ୍ପ ପ୍ରତିଷ୍ଠା ହେଲେ କିମ୍ବା ଅନ୍ୟ କୌଣସି ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହେଲେ, ସେ ଅଞ୍ଚଳର ପରିବେଶ ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ବିଚାରକୁ ନିଆନଯାଇ ସରକାରୀ ସ୍ତରରେ ସେସବୁଯୋଜନାକୁ ତଥା କାର୍ଯ୍ୟକୁ ମଞ୍ଜୁରୀ ଦିଆଯାଉଛି । ଫଳରେ ଏହାଦ୍ଵାରା ସେ ଅଞ୍ଚଳର ପରିବେଶ ଅତିମାତ୍ରାରେ ପ୍ରଦୂଷିତ ହେଉଛି ଏବଂ ଏହାକୁ ବିରୋଧ କରୁଥିବା ଲୋକମାନେ ପ୍ରକୃତପକ୍ଷେ ଭୁଲ ବଶତଃ ଏ ବାବଦରେ କରାଯାଉଥିବା ତ୍ରୁଟିପୂର୍ଣ୍ଣ ଯୋଜନା ବିରୁଦ୍ଧରେ ଆନ୍ଦୋଳନ ନ କରି ସଂଯୁକ୍ତ ଶିଳ୍ପସଂସ୍ଥା ପ୍ରତିଷ୍ଠା ବା ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ କରିବା ଏହି ବିଭିନ୍ନ ପ୍ରକାରର ସାମାଜିକ ସମସ୍ୟା ସୃଷ୍ଟି କରୁଛି ।

ତୃତୀୟତଃ, ଆମର ଶିକ୍ଷା ବ୍ୟବସ୍ଥାରେ ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ବିଷୟ ଆଜିବି ଯଥାଯଥ ଗୁରୁତ୍ଵ ପାଇପାରି ନାହିଁ । ଡାକ୍ତରୀ, ଇଞ୍ଜିନିୟରିଂ ବା ଅନ୍ୟାନ୍ୟ ବୈଷୟିକ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ  ପରିବେଶ ବିଷୟରେ ସଚେତନ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

ଏହି ପରିସ୍ଥିତିରେ ଆମ ଦେଶରେ ତଥା ରାଜ୍ୟରେ ଜନସାଧାରଣଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି ପାଇଁ ସବୁ ସ୍ତରରେ ଉଦ୍ୟମ ଅତ୍ୟନ୍ତ ଆବଶ୍ୟକତା ରହିଛି । ଏଥିପାଇଁ ଉଭୟ ବୈଦ୍ୟୁତିକ ତଥା ମୁଦ୍ରିତ ଯନ୍ତ୍ର ଏବଂ ଗଣମାଧ୍ୟମକୁ  ବ୍ୟବହାର କରାଯିବା ସଂଗେ ସଂଗେ ସାଧାରଣ ଲୋକଙ୍କ ପାଇଁ ବୋଧଗମ୍ୟ ହୋଇପାରୁଥିବା ଭଳି ପରିବେଶ ଶିକ୍ଷାର ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି । ବିଶେଷକରି ସ୍କୁଲ, କଲେଜ ତଥା ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କରେ ପରିବେଶ ବିଷୟକ ପାଠ୍ୟକ୍ରମ ସଠିକ ଭାବରେ ଗ୍ରହଣ କରାଯିବା ଉଚିତ୍ । କଳାକାରଖାନାଗୁଡିକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଆବଶ୍ୟକୀୟ ପ୍ରଯୁକ୍ତିବିଦ୍ୟାର ପ୍ରଣୟନ ତଥା ସମନ୍ଵିତ ଯୋଜନା ପ୍ରସ୍ତୁତି ଏବଂ ସେଥିପାଇଁ ଆବଶ୍ୟକ ହେଉଥିବା ବ୍ୟୟବରାଦ ଉପୟୁକ୍ତ ଭାବରେ କରାଯାଇ ନପାରିବାରୁ ପରିବେଶ ପ୍ରଦୂଷଣ ଜନିତ ସମସ୍ୟା ଉତ୍କଟ ହେଉଛି ।

ଏହା ବ୍ୟତୀତ ପରିବେଶ ସଚେତନତା ପାଇଁ ସଠିକ ପ୍ରଚାର ସଂଗେ ସଂଗେ ଜୀବନଧାରଣାର ସର୍ବନିମ୍ନ ସାଧନ ପ୍ରସ୍ତୁତି କରିବା ପାଇଁ ବ୍ୟବସ୍ଥା ପ୍ରସ୍ତୁତିର ଆବଶ୍ୟକତା ମଧ୍ୟ ରହିଛି ଏବଂ ଏଥିପାଇଁ ପରିବେଶ ଉପରେ ନିର୍ଭର କରୁଥିବା ବିଫଳ ସଂଖ୍ୟକ ଜନତାଙ୍କ ପାଇଁ ଜୀବନଧରଣର ବିକଳ୍ପ ଉପାୟ ଦର୍ଶାଇ ଦେବାକୁ ହେବ । ସେଥିପାଇଁ କେନ୍ଦ୍ର ଓ ରାଜ୍ୟସ୍ତରରେ ସୁପରିକଳ୍ପିତ ଯୋଜନା ଏବଂ ଆବଶ୍ୟକୀୟ ବ୍ୟୟବରାଦ ମଧ୍ୟ ଯୋଗାଡ କରାଯିବା ଦରକାର । ପରିବେଶ ସୁରକ୍ଷା ଏବଂ ପରିବେଶ ସଂପର୍କରେ ବାସ୍ତବିକ ଜନସଚେତନତା ସୃଷ୍ଟି କରିବା ପାଇଁ ଏହିଭଳି ଏକ ସାମଗ୍ରିକ ପରିକଳ୍ପନାର ଭିତ୍ତିରେ ହିଁ ଆମକୁ ଅଗ୍ରସର ହେବାକୁ ପଡିବ । ପରିବେଶ ଆନ୍ଦୋଲନକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିପାରିଲେ ହିଁ ଯଥାଯଥ ପରିବେଶ ପ୍ରଦୂଷଣ ତଥା ପରିବେଶ ସନ୍ତୁଳନ ରକ୍ଷକରାଯାଇପାରିବ ।

ଏହା ନ ହେଲେ। ଆଜିର ସଭ୍ୟତା ଖୁବ୍ ଶୀଘ୍ର ଧ୍ଵଂସ ହୋଇଯିବାର ଆଶଙ୍କା ସତ୍ୟରେ ପରିଶତ ହୋଇଯାଇପାରେ ସେଥିପାଇଁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନମାସ 5 ତାରିଖକୁ ‘ବିଶ୍ଵ ପରିବେଶ ଦିବସ’ ( World Environmental Day) ଭାବରେ ପାଳନ କରାଯାଉଛି ।

ଆଧାର

ଡକ୍ଟର ମନୋରମା ପତ୍ରୀ

M.sc, Mphil, ph.D

"kalyanipublishers"



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate