অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରିବେଶ: ଏକ ମୌଳିକ ଅବବୋଧ

ପରିବେଶ: ଏକ ମୌଳିକ ଅବବୋଧ

ଉପକ୍ରମ

ପରିବେଶ ହେଉଛି ଏକ ହୁହତ୍ତର ଭାବଧାରା । ଏହା ଆମ ପରିବେଷ୍ଟନୀରେ ରହିଥିବା ସମସ୍ତ ପ୍ରକାରର ପ୍ରକୃତିକ ତଥା କୃତ୍ରିମ  ଦ୍ରବ୍ୟାଦିକୁ ବୁଝିବା ସଂଗେ ସଂଗେ ଜୀବର ଜୀବନଧାରଣ ପ୍ରକ୍ରିୟା ଇତ୍ୟାଦିକୁ ପ୍ରତ୍ୟକ୍ଷ କିମ୍ବା ପରାକ୍ଷଭାବରେ ନୁୟନ୍ତ୍ରଣ କରି ପ୍ରକୃତିକ ଭାରସାମ୍ୟ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ପରିବେଶକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯଥା

(୧) ପ୍ରାକୃତିକ ପରିବେଶ

(୨) ମାନବୀୟ ପରିବେଶ

ପ୍ରାକୃତିକ ପରିବେଶ : ପ୍ରାକୃତିକ ପରିବେଶ ଜଳ, ସ୍ଥଳ, ବାୟୁ, ଉଦ୍ଭିଦ ଓ ପ୍ରାଣୀମାନଙ୍କୁ ନେଇ ଗଠିତ । ଏହି ପରିବେଶରେ ଉଭୟ ସଜୀବ ଓ ନିର୍ଜୀବ ପଦାର୍ଥଗୁଡିକ ରହିଥାନ୍ତି । ତେଣୁ ପ୍ରାକୃତିକ ପରିବେଶକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ଯଥା – ଅଜୈବିକ ପରିବେଶ ଓ ଜୈବିକ ପରିବେଶ

ଅଜୈବିକ ପରିବେଶ: ଜୀବନ ନ ଥିବା ଜଡବସ୍ତ ବା ଭୌତିକ ଉପାଦାନକୁ ନେଇ ଏହି ପରିବେଶ ସୃଷ୍ଟି ହୋଇଥାଏ । ତେଣୁ ଏହାକୁ ଅଜୈବିକ ବା ଭୌତିକ ପରିବେଶ କୁହାଯାଏ । ଉଦାହରଣ ସ୍ୱରୂପ: ମୃତ୍ତିକା, ଜଳ ବାୟୁ ଇତ୍ୟାଦି ଏହି ପରିବେଶର ଉପାଦାନ ଅଟନ୍ତି ।

ଜୈବିକ ପରିବେଶ ଜୈବମଣ୍ଡଳର ଉଦ୍ଭିଦ ଓ ପ୍ରାଣୀମାନଙ୍କ ଦ୍ଵାରା ଏହି ପରିବେଶ ସୃଷ୍ଟି ହୋଇଥାଏ । ତେଣୁ ଏହାକୁ ଜୈବିକ ପରିବେଶ କୁହାଯାଏ । ଏହା ସଜୀବମାନଙ୍କର କ୍ରିୟା, ପ୍ରତିକ୍ରିୟା ଓ ପାରସ୍ପରିକ କ୍ରିୟାକଳାପକୁ ବୁଝାଏ । ଉଦାହରଣ ସ୍ୱରୂପ: ପ୍ରାଣୀ, ଉଦ୍ଭିଦ ଅଣୁଜୀବ ଓ ସେମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ।

ମାନବୀୟ ପରିବେଶ : ପ୍ରାକୃତିକ ପରିବେଶ ମଧ୍ୟରେ ମୁନୁଷ୍ୟ ନିଜର ସୁଖ ଓ ସମୃଦ୍ଧି  ପାଇଁ ତାହାର ଜ୍ଞାନ ଓ କାରିଗରୀ କୌଶଳ ବଳରେ କେତେକେ ପରିବର୍ତ୍ତନ ଆଣିପାରିଛି । ତେଣୁ ମିନୁଷ୍ୟକୃତ ଏହି ପରିବର୍ତ୍ତିତ ପରିବେଶକୁ ମାନବୀୟ ବା ସାଂସ୍କୃତିକ ପରିବେଶ କୁହାଯାଏ । ମାନବୀୟ ପରିବେଶ କହିଲେ ଜନସଂଖ୍ୟା ଓ ଜନବସତି ଏବଂ ରାଜନୈତିକ ତଥା ସାମାଜିକ ଅନୁଷ୍ଠାନ ବା ସଂଗଠନକୁ ବୁଝାଇଥାଏ ।

ସମ୍ପୁର୍ଣ୍ଣ ପରିବେଶ : ପ୍ରାକୃତିକ ଓ ମାନବୀୟ ପରିବେଶ ପରସ୍ପରକୁ ପ୍ରାଭାବିତ କରିଥାନ୍ତି । ଏହାର ଫଳସ୍ୱରୂପ ସମ୍ପୁର୍ଣ୍ଣ ପରିବେଶ ସୃଷ୍ଟି ହୁଏ । ଏହି ପରିବେଶ ତିନିଗୋଟି ମୁଖ୍ୟ ମଣ୍ଡଲ ଯଥା- ଭୌତିକ ( ଅଶ୍ମମଣ୍ଡଳ, ବାରିମଣ୍ଡଳ, ବାୟୁମୁଣ୍ଡଳ) ଜୈବିକ ଉଦ୍ଭିଦ ଓ ପ୍ରାଣୀ) ଓ ମାନବୀୟ ( ବାସଗୃହ, ଜନବସିତ, ସାମାଜିକ ଓ ରାଜନୈତିକ କାର୍ଯ୍ୟକଳାପ) ମଣ୍ଡଳର ପାରସ୍ପରିକ ସମ୍ବନ୍ଧର ସମାହାର ଯୋଗୁଁ ହୋଇଥାଏ । ନିମ୍ନରେ ସମ୍ପୁର୍ଣ୍ଣ ପରିବେଶର ଏ ରୈଖିକ ଚିତ୍ର ଦିଆଯାଇଛି ।

ପରିବେଶର ଉପାଦାନ ସମୂହ

ପରିବେଶରେ ସୁଚାରୁରୂପେ ଜୀବନଧାରଣ କରିବା ପାଇଁ ସଜୀବମାନଙ୍କୁ ଯେଉଁସବୁ ପ୍ରକୃତିକ ଉପାଦାନ ଉପରେ ନିର୍ଭର କରିବାକୁ ପଡିଥାଏ, ସେଗୁଡିକ ଚାରି ଭାଗରେ ବିଭକ୍ତ କରାଯାଇଛି । ଯଥା:

(କ) ବାୟୁମଣ୍ଡଳ

(ଖ) ବାରିମଣ୍ଡଳ

(ଗ) ଅଶ୍ମମଣ୍ଡଳ/ଶିଳାମଣ୍ଡଳ)

(ଘ) ଜୈବମଣ୍ଡଳ

ବାୟୁମଣ୍ଡଳ

ବାୟୁମଣ୍ଡଳ ହେଉଛି ବହୁସ୍ତର ବିଶିଷ୍ଟ ଏକ ଗ୍ୟାସୀୟ ଆବରଣ ଯାହାକି ପୃଥିବୀର ଚତୁଃପାର୍ଶ୍ଵକୁ ଆବୃତ୍ତ କରି ରଖିଛି । ଏହାର ଇଂରାଜୀ ଶବ୍ଦଟି ( Atmosphere) ମୂଳ ଗ୍ରୀକ୍  ଶବ୍ଦରୁ ଆସିଛି । ଗ୍ରୀକ୍ ଭାଷାରେ ‘atmos’ ର ଅର୍ଥ ‘ବାଷ୍ପ’ ଓ ‘spain’ ର ଅର୍ଥ ହେଉଛି ‘ଗୋଲକ’ ବା ‘ମଣ୍ଡଳ’ । ବାୟୁମଣ୍ଡଳରେ ଥିବା ବିଭିନ୍ନ ଗ୍ୟାସୀୟ ମିଶ୍ରଣକୁ ‘ବାୟ’ କୁହାଯାଏ । ତେଣୁ ପୃଥିବୀରୂପୀ ଗୋଲକକୁ ଘେରି ରହିଛି ବାୟୁର ଏକ ସମୁଦ୍ର ଯାହାକି ପୃଥିବୀପୃଷ୍ଣ ଠାରୁ ୧୦୦୦ କି.ମି. ଉର୍ଦ୍ଧ୍ଵ ପର୍ଯ୍ୟନ୍ତ ପରିବ୍ୟାପ୍ତ । ବାୟୁମଣ୍ଡଳରେ ଥିବା ସମସ୍ତ ଗ୍ୟାସୀୟ ଉପାଦାନର ନିର୍ଦ୍ଧାରିତ ଓଜନ ହେଉଛି ୪.୫ ରୁ * ୫୦ ମେଟ୍ରିକ୍ ଟନ୍ । ପୃଥିବୀ ପୃଷ୍ଣରେ ବାୟୁମଣ୍ଡଳ୫ର ଚାପରେ  ପରିମାଣ ୧ କି. ଗ୍ରା. / ବର୍ଗ ସେ.ମି. । ଜୀବମଣ୍ଡଳ ବାୟୁମଣ୍ଡଳ ମଧ୍ୟରେ ଆପେକ୍ଷିତ ଓଜନ ଏହି କ୍ରମରେ ଥାଏ ।

ଜୀବମଣ୍ଡଳ-୧

ବାୟୁମଣ୍ଡଳ- ୩୦୦

ବାରିମଣ୍ଡଳ -୬୯,୧୦୦

ବାୟୁମଣ୍ଡଳ ଗଠନ ପ୍ରକୃତି ଅନୁଯାୟୀ ସମମଣ୍ଡଲ ( Homosphere) ଏବଂ ବିଷମମଣ୍ଡଲ( Hetrosphere) ରୂପେ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

ସମମଣ୍ଡଲ : ଏହା ଭୂ-ପ୍ରୁଷ୍ଠରୁ ପ୍ରାୟ 80 କି.ମି. ଉଚ୍ଚତା ପର୍ଯ୍ୟନ୍ତ ଦେଖାଯାଏ । ଏହା ଯବକ୍ଷାରଜାନ, ଅମ୍ଳଜାନ, ଆରଗନ, ଅଙ୍ଗାରକାମ୍ଳ ଏବଂ ଅନ୍ୟାନ୍ୟ ଗ୍ୟାସକୁ ନେଇ ଗଠିତ । ଜଳୀୟ ବାଷ୍ପ ଏବଂ ଧୂଳିକଣା ମଧ୍ୟ ଭିନ୍ନ ପରିମାଣରେ ଦେଖାଯାଏ ।

ବିଷମମଣ୍ଡଲ: ଏହା ଭୂ- ପୃଷ୍ଠରୁ ୮୦ କି.ମି. ଠାରୁ ବାୟୁମଣ୍ଡଲର ଶେଷ ସୀମା ପର୍ଯ୍ୟନ୍ତ ଦେଖାଯାଏ । ଏହା ବିଭିନ୍ନ ଗ୍ୟାସୀୟ ସ୍ତର ଦ୍ଵାରା ଗଠିତ ।

ବାଯୁଣ୍ଡଳର ଗଠନ: ବାୟ କେତେକ ଗ୍ଯାସର ଏକ ସାଧାରଣ ମିଶ୍ରଣ ଅଟେ । ଶୁଷ୍କ ଏବଂ ବିଶୁଦ୍ଧ ବାୟୁର ଗଠନ ନିମ୍ନଲିଖିତ ସରଣୀର ପ୍ରଦତ୍ତ ହେଲା ।

ଗ୍ୟାସର ନାମ

ଆୟତନର ଶତକଡା ହାର

ଯବକ୍ଷାରଜାନ

୭୮.୦୯

ଅମ୍ଳଜାନ

୨୦.୯୫

ଅଙ୍ଗାରକାମ୍ଳ

୦.୦୩

ଉଦଜାନ

୦.୦୦୦୫

ଆରଗନ୍

୦.୯୩୪

ନିୟନ୍

୦.୦୦୧୮୨

ହିଲିୟମ୍

୦.୦୦୦୫୨

ମିଥେନ୍

୦.୦୦୦୧୮

କ୍ରିପଟନ

୦.୦୦୦୧୧

ଜେନନ୍

୦.୦୦୦୦୦୮୭

ଆମୋନିଆ, ସଲଫର ଡାଇଅକ୍ ସାଇଡ୍, ଓଜୋନ ପ୍ରଭୁତିଅନ୍ୟାନ୍ୟ ଗ୍ୟାସ ଅତି ଅଳ୍ପ ପରିମାଣ ସାରଣୀ ନଂ -୧ ( ସମୁଦ୍ର ପତ୍ତନରେ ଅବସ୍ଥିତ ଶୁଷ୍କ ଏବଂ ବିଶୁଦ୍ଧ ବାୟୁର ଉପାଦାନ)

ଉପରୋକ୍ତ ସରଣୀରୁ ଦେଖାଯାଉଛି ଯେ, ଯବକ୍ଷାରଜାନ ଓ ଅମ୍ଳଜାନ ବାୟୁର ମୁଖ୍ୟ ଉପାଦାନ ଅଟେ । ଯବକ୍ଷାରଜାନ ଏକ ନିଷ୍କ୍ରିୟ ଗ୍ୟାସ । ଏହା ଯଦି ବାୟୁରେ ଣ ଥାନ୍ତା, ତେବେ ଦହନ କ୍ରିୟାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡନ୍ତା ।  ଜୀବନଧାରଣ ପାଇଁ ଅମ୍ଳଜାନ ବିଶେଷ ଭାବରେ ସହାୟକ ହୋଇଥାଏ । ପ୍ରାଣୀମାନେ ଶ୍ଵାସପ୍ରକ୍ରିୟାରେ ଏହାକୁ ଗ୍ରହଣ କରନ୍ତି । ଅଙ୍ଗାରକାମ୍ଳ ମଧ୍ୟ ଉଦ୍ଭିଦ ଜଗତ ପାଇଁ ଏକାନ୍ତ ଦରକାରୀ । ଉଦ୍ଭିଦମାନେ ବାୟୁରୁ ଏହା ସଂଗ୍ରହକରି ଆଲୋକ ସଂଶ୍ଲେଶଣ ପ୍ରକ୍ରିୟାରେ ଜାତୀୟ ଖାଦ୍ୟ ପ୍ରସ୍ତୁତ କରନ୍ତି । ଏହା ବ୍ୟତୀତ, ଉଦଜାନ, ଆରଗନ, ନିୟନ, ହିଲିୟମ ଇତ୍ୟାଦି ଗ୍ୟାସ ଅତି ଅଳ୍ପ ପରିମାଣରେ ଥାଆନ୍ତି । ସେହିପରି, ବାୟରେ ଥିବା ଧୂଆଁ, ଧୁଳିକଣା ଓ ଜଳୀୟବାଷ୍ଣ ଆଦି ବୃଷ୍ଟିପାତ ପାଇଁ ସହାୟକ ହୋଇଥାନ୍ତି ।

ଆଧାର

ଡକ୍ଟର ମନୋରମା ପତ୍ରୀ

M.sc, Mphil, ph.D

"kalyanipublishers"



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate