ଆମର ଏହି ବିଶାଳ ପୃଥିବୀ ଏକ ଉନ୍ନତ ଓ ସଭ୍ୟମାନବ ସମାଜର ବାସସ୍ଥାନ ଅଟେ । ମନୁଷ୍ୟର ଚତୁଃପାର୍ଶ୍ଵରେ ପ୍ରକୃତିର ବିଭିନ୍ନ ଉପାଦାନଯଥା – ଜଳ, ସ୍ଥଳ, ବାୟୁ, ସହିତ ଉଦ୍ଭିଦ ଓ ପ୍ରାଣୀଜଗତ ତାକୁ ଘେରି ରହିଛି । ଏଗୁଡିକ ସାମଗ୍ରିକ ଭାବରେ ଯେଉଁ ଅବସ୍ଥା ସୃଷ୍ଟି କରିଥାନ୍ତି ତାହାକୁ “ ପରିବେଶ “ କୁହାଯାଏ । ପରିବେଶ ହିଁ ମନୁଷ୍ୟ ଜୀବନ ଓ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇଥାଏ । ମନୁଷ୍ୟ ସୁସ୍ଥ ନିରାମୟ ଜୀବନ ପାଇଁ ଏହି ପରିବେଶର ସମ୍ମୁଖୀନ ହୋଇନପାରି ବହୁପ୍ରାଣୀ ଧରାବକ୍ଷର କ୍ରମେ ନିଃଶେଷ ହୋଇଛନ୍ତି । ମନୁଷ୍ୟ ନିଜର ବୁଦ୍ଧି ଓ ସୃଜନୀ ଶକ୍ତି ବଳରେ ବିଜ୍ଞାନ କ୍ଷେତ୍ରରେ ଅଦ୍ଭୁତପୂର୍ବ ଉନ୍ନତି କରି ଚାଲିଛି । ତେଣୁ ମନୁଷ୍ୟ ସଭ୍ୟତାର କ୍ରମୋନ୍ନଟିର ଇତିହାସ ହିଁ ବିଜ୍ଞାନର ଇତିହାସ , ଯେଉଁଥିରେ ପରିବେଶ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଜୀବନର ଅଭିବୃଦ୍ଧି , ବଂଶବୃଦ୍ଧି ଇତ୍ୟାଦି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଏହି ପରିବେଶ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ ।
“ ପରିବେଶ “ କହିଲେ କୌଣସି ସ୍ଥାନର ବେଷ୍ଟିତ ବା ପାରିପାର୍ଶ୍ଵିକ ଅବସ୍ଥା କୁ ବୁଝାଏ । ଏହା ସାଧାରଣତଃ ଆମ ଚତୁଃପାର୍ଶ୍ଵରେ ଥିବା ସମସ୍ତ ପ୍ରକାରର ପ୍ରକୃତିକ ଓ କୃତିମ ଉପାଦାନଗୁଡିକର ସମଷ୍ଟିଗତ ପ୍ରଭାବ ଯାହାକି ସଜୀବମାନଙ୍କର ଜୀବନଧାରଣ ପ୍ରଣାଳୀ ସାଙ୍ଗରେ ଓତଃପ୍ରୋତଃ ଭାବେ ଜଡିତ ।
ବୈଜ୍ଞାନିକ ସି ସି ପାର୍କ (୧୯୮୦) ଙ୍କ ମତରେ ପରିବେଶ ହେଉଛି “ କୌଣସି ନିର୍ଦ୍ଧିଷ୍ଟ ଓ ନିର୍ଦ୍ଧିଷ୍ଟ ସମୟରେ ମନୁଷ୍ୟର ଚତୁଃପାର୍ଶ୍ଵରେରେ ଥିବା ସାମଗ୍ରିକ ଅବସ୍ଥା । “
ପରିବେଶ ବିଜ୍ଞାନ ହେଉଛି ଜୀବ ସହିତ ଜଡର ସମନ୍ଵୟ ରକ୍ଷାକରି ପଡ଼ୁଥିବା ଏକ ନୂତନ ବିଜ୍ଞାନ । ମନୁଷ୍ୟଜେଆର ଦୈନଦିନ ଜୀବନଯାପଏନଜେର ଏହି ବିଜ୍ଞାନର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏହି ସାହାଯ୍ୟରେ ପ୍ରକୃତିର ଗୋଟିଏ ଉପାଦାନ କିପରି ଭାବରେ ଅନ୍ୟ ଏକ ଉପାଦାନ ବିଶେଷ ଭାବରେ ନିର୍ଭରଶୀଳ , ତାହାକୁ ଭଲ ଭାବରେ ଉପଲ୍ଲବ୍ଧି କରିହୁଏ ।ପରିବେଶରେ ସନ୍ତୁଳିତ ବାତାବାରାଁ ସୃଷ୍ଟି କରିବାରେ ଏହି ବିଜ୍ଞାନର ଭୂମିକା ରହିଛି । ତେଣୁ ପ୍ରକୃତି ଓ ପରିବେଶକୁ ବଞ୍ଚାଇବା ପାଇଁ ପରିବେଶ ବିଜ୍ଞାନକୁ ଠିକ ଭାବରେ ଅନୁଧ୍ୟାନ କରିବା ଆଜିର ସମାଜ ପାଇଁ ଏକାନ୍ତ ଆବଶ୍ୟକ,ଯେଉଁଥିରେ ଏକବିଂଶ ଶତାଦ୍ଦୀରେ ପରିବେଶ ବିଜ୍ଞାନ ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି ଓ ପରିବେଶ ପାଠ ମାଧ୍ୟମର ଜନସଚେତନତା ସୃଷ୍ଟି କରାଯାଉଛି ।
ବିଂଶ ଶତାଦ୍ଦୀରେ ଉଦ୍ଭିଦ ବିଆଇଟି ଏବଂ ପ୍ରାଣୀ ବିଆଇଟି ମାନେ ପରିବେଶ ବିଜ୍ଞାନକୁ କେବଳ ଉଦ୍ଭିଦ ପରିସଂସ୍ଥା ଏବଂ ପ୍ରାଣୀ ପ୍ରାୟସଂସ୍ଥା ମଧ୍ୟରେ ସୀମିତ ରଖୁଥିଲେ । କିନ୍ତୁ ଆଧୁନିକ ପରିବେଶବିତ ମାନେ ଅନୁଭବ କଲେ ଯେ ଏହି ଦୁଇ ଶ୍ରେଣୀର ଜୀବମାନେ ପରସ୍ପରଠାରୁ ପୃଥକ ନୁହନ୍ତି ବରଂ ପ୍ରତ୍ୟେକ ଜୀବର ଏହି ପରିବେଶ ସହିତ ନିବିଡ ସମ୍ପର୍କ ରହିଛି ।
ବର୍ତ୍ତମାନ ଯୁଗରେ ପରିବେଶ ବିଜ୍ଞାନର ପରିସର ଅତ୍ୟନ୍ତ ବ୍ୟପାକ । ଭୂଗୋଳ, ଅର୍ଥନୀତି, ରାଜନୀତି, ସମାଜତତ୍ତ୍ଵ ଆଦି ବିଭିନ୍ନ ବିଭାଗ ସହିତ ଓତଃପ୍ରୋତଃ ଭାବେ ଜଡିତ । ସେହି ବିଭାଗ ଗୁଡିକ ହେଲା - ଉଦ୍ଭିଦ ବିଜ୍ଞାନ , ପ୍ରାଣୀ ବିଜ୍ଞାନ ଜୀବ ବିଜ୍ଞାନ , ଏକକୋଷୀ ପ୍ରାଣୀ ବିଜ୍ଞାନ , ପକ୍ଷୀବିଜ୍ଞାନ ଇତ୍ୟାଦି । ଜୀବବିଜ୍ଞାନର କେତେକ ବିଶେଷ ବିଭାଗ ସହିତ ମଧ୍ୟ ପରିବେଶ ବିଜ୍ଞାନର ବିଶେଷ ଧରଣର ସମଦ୍ଧ ରହିଛି ।
ପରିବେଶ ବିଜ୍ଞାନର ଗୁରୁତ୍ଵ -
ପୂର୍ବକାଳରେ ମଣିଷମାନେ ସମୁଦ୍ର, ନଦୀ, ପର୍ବତ, ସୂର୍ଯ୍ୟ, ବର୍ଷା ଆଦିକୁ ପୂଜା କରୁଥିଲେ। କିନ୍ତୁ ବିଜ୍ଞାନର ଅଗ୍ରଗତି ଫଳରେ ପ୍ରକୃତିର ରହସ୍ୟ ଉନ୍ମୋଚନ ହେଲା ଏବଂ ପ୍ରକୃତି ପ୍ରତି ଥିବା ଭୟ ମଧ୍ୟ କମିଗଲା। ଜନସଂଖ୍ୟା ବିସ୍ଫୋରଣ , ଦୈନଦିନ ଜୀବନଯାପନର ଉନ୍ନତି, ଶିଳ୍ପ ବିପ୍ଲବ ଆଦି ଦ୍ଵାରା ପ୍ରକୃତି ଏବଂ ପ୍ରାକୃତିକ ସମ୍ପଦ କ୍ଷୟ ହେବାକୁ ଲାଗିଲା ଏବଂ ପ୍ରକୃତିର ଭାରସାମ୍ୟ ନଷ୍ଟ ହେଲା । ତେଣୁ ପରିବେଶବିତ ଏବଂ ଏହି ବୁଦ୍ଧିଜୀବିମାନେ ବର୍ତ୍ତମାନ ପରିବେଶ ପାଠର ଗୁରୁତ୍ତ୍ଵ ଉପଲ୍ଲବ୍ଧି କରୁଛନ୍ତି ।
ପରିବେଶ ବିଜ୍ଞାନ ହେଉଛି ପ୍ରଶସ୍ତ ଆଧାର ଯୁକ୍ତ ଏକ ବିକାସ୍ନୁଖି ବିଜ୍ଞାନ, ଏହା ବିଜ୍ଞାନର ଉପାନ୍ତ ନୁହେଁ । ୨୦୦୪ ମସିହାରେ କେନିୟାଆରଜେ ପରିବେତବିତ ଶ୍ରୀମତୀ ୱାଙ୍ଗୀରୀ ମଥାଇ, କେନିୟାର ବେଲତ ଆନ୍ଦୋଳନରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ପାଇଥିଲ୍ଲେ । ସେ ହଜାର ହଜାର ଲୋକଙ୍କୁ ନିୟୋଜିତ କରି ୩ କୋଟି ବୃକ୍ଷରୋପଣ କରିଥିଲେ ଏହି ଗ୍ରୀନ ବେଲଟ ଆନ୍ଦୋଳନ ଆନ୍ତର୍ଜାତିକ ସ୍ଵୀକୃତି ଲାଭ କଲା ପରେ ପରିବେଶ ପାଠର ଗୁରୁତ୍ଵ ସାରା ବିଶ୍ଵରେ ଯଥା ଭାବରେ ଉପଲ୍ଲବ୍ଧ ହୋଇଛି ଏବଂ ଏ କ୍ଷେତ୍ରରେ ଶିକ୍ଷଣାର୍ଥୀମାନଙ୍କ ପାଇଁ ନିଯୁକ୍ତିର ବ୍ୟପାକ ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି । ପରିବେଶ ପ୍ରଦୂଷଣଠାରୁ ଆରମ୍ଭ କରି ମଣିଷ ସମାଜ, ପଶୁ ଓ ବୃକ୍ଷଲତା ,ମୃତ୍ତିକା ସଂରକ୍ଷଣ ,ଜନ ଗୁଣବତ୍ତା, ପରିଚାଳନା ଇତ୍ୟାଦି ଅନେକ କ୍ଷେତ୍ରରେ ଜଣେ ପରିବେଶ ବିଜ୍ଞାନୀ ବିଶେଷତ୍ଵ ହାସଲ କରିପାରିବାର ସୁଯୋଗ ରହିଛି । ପରିବେଶ ସମ୍ବନ୍ଧିତ ସମସ୍ୟାର ବ୍ୟାବହାରିକ ପରିବର୍ତ୍ତ ଏମଏନ ଅଣାଯାଇ ଏବଂ ସେ ସମ୍ପର୍କରେ ଅନୁଧ୍ୟାନ କରି ସର୍ବୋଚ୍ଚ ସ୍ତରରେ ନୀତି ନିର୍ଦ୍ଧାରଣ କରିବା ହେଲା ପରିବେଶ ବିଜ୍ଞାନୀମାନଙ୍କର ମୁଖ୍ୟ କାମ । ସୀମିତ ପରିବେଶ ଏବଂ ସମ୍ବଳ ବ୍ୟବହାରି କରି ପରିବେଶ ପ୍ରଦୂଷଣକୁ ରୋକିବା ହେଲା ପରିବେଶ ଇଞ୍ଜିନିୟର ମାନଙ୍କର କାମ । ପ୍ରଦୂଷଣକୁ ମୁକାବିଲା କରିବା ନିମନ୍ତେ ଉପଯୁକ୍ତ ବ୍ୟବସ୍ଥାର ପରିକଳ୍ପନା , ନିର୍ମାଣ ଏବଂ ଯୋଜନାକୁ କାର୍ଯ୍ୟକରି କରାଇବା ହେଲା ପରିବେଶ ଯୋଜନାକରି ବା ଲୋକପ୍ରିୟ କରାଇପାରିବେ । ବର୍ତ୍ତମାନ ପରିବେଶ ପର୍ଯ୍ୟଟନ ଏକ ନୂତନ ଦିଗ ଭାବରେ ଆତ୍ମପ୍ରକାଶ କରୁଛି । ତେଣୁ କ୍ରମବଢିଷ୍ଣୁ ଜନସମାଜ ପାଇଁ ପରିବେଶ ବିଜ୍ଞାନର ଆବଶ୍ୟକତା ରହିଛି ।
୧୯୭୭ ମସିହା ଅକ୍ଟୋବର ମାସରେ ରୁଷିଆ ଠାରେ ଅନ୍ତର୍ଜାତିକ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ପ୍ରଥମ କରି ପରିବେଶ ଶିକ୍ଷାର ଏକ ସମ୍ମିଳନୀ ହୋଇଥିଲା । ଏହି ସମ୍ମିଳନୀ ପରିବେଶ ଶିକ୍ଷାର ନୀତିନିୟମ , ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ପାଠ୍ୟକ୍ରମ ଉପରେ ପ୍ରସ୍ତାବମାନ ଗୃହିତ ହୋଇଥିଲା । ଏହା ସ୍ଥାନୀୟ , ଜାତୀୟ ଓ ଆନ୍ତର୍ଜାତିକ ଆଦି ସବୁ ସ୍ତର ଓ ଆନୁଷ୍ଠାନିକ ଶିକ୍ଷା ପଦ୍ଧତିର ସବୁ ବିଷୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଉର୍ଦ୍ଧିଷ୍ଟ ବୋଲି ସ୍ତର କରାଯାଇଥିଲା ।
ଲକ୍ଷ୍ୟ : ପରିବେଶ ବିଜ୍ଞାନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟଗୁଡିକ ନିମ୍ନରେ ପ୍ରଦାନ କରାଗଲା ।
ଉଦ୍ଦେଶ୍ୟ :
ବର୍ତ୍ତମାନ ଯୁଗରେ ବିଜ୍ଞାନ ଏବଂ ପରିବେଶ ବିଜ୍ଞାନ ମଧ୍ୟରେ ଏକ ନୈତିକ ମୂଲ୍ୟବୋଧ ରହିଛି ଯାହାର ଲକ୍ଷ୍ୟ ହେଉଛି ପୃଥିବୀର ସମସ୍ତ ଲୋକଙ୍କୁ ଭୂଗୋଳିକୀୟ ବାସିନ୍ଦା ଭାବରେ ଦୃଢ ନିବନ୍ଧ କରିବା । ତେଣୁ ସାଧାରଣ ଭାବରେ ତିନି ପ୍ରକାର ବିଜ୍ଞାନର ସମଷ୍ଟିରେ ହିଁ ପରିବେଶ ବିଜ୍ଞାନର ସୃଷ୍ଟି ।
ଯଥା-
ପାର୍ଥିବ ବିଜ୍ଞାନ : ହାଇଡ୍ରୋଲୋଜି, ଲିଓଲୋଜି, ମେଟେରୋଲୋଜି, ଜିଓମରଫୋଲୋଜି ଆଦି ବିଭାଗକୁ ନେଇ ପାର୍ଥିବ ବିଜ୍ଞାନର ସୃଷ୍ଟି ।
ଜୀବ ବିଜ୍ଞାନ : ପ୍ରାଣୀ ଓ ଉଦ୍ଭିଦ ବିଜ୍ଞାନକୁ ନେଇ ଜୀବ ବିଜ୍ଞାନ ଗଠିତ ।
ସମାଜ ବିଜ୍ଞାନ : ସକ୍ରିୟ ଜନସଂଖ୍ୟା, ରାଜନୀତି, ଆର୍ଥିକ ସମ୍ପଦ, ଭୌଗୋଳିକ ଅବସ୍ଥା, ସମାଜତତ୍ତ୍ଵ , ଆଇନ ପରିଚାଳନା ବିଭାଗ ଇତ୍ୟାଦିକୁ ନେଇ ସମାଜ ବିଜ୍ଞାନ ଗଠିତ ।
ବିଜ୍ଞାନର ଏହି ସବୁ ବିଭାଗ ସହିତ ପ୍ରଯୁକ୍ତିବିଦ୍ୟା ମିଶି, ପରିବେଶ ବିଜ୍ଞାନକୁ ପ୍ରକୃତ ମୂଲ୍ୟାୟନ ଦେବାରେ ସହାୟକ ହୋଇଛି ।
ଏହାର ସଦୁପଯୋଗଗୁଡିକ ମଧ୍ୟରେ ଜଳବାୟୁ ସମ୍ବନ୍ଧରେ ନକସା ପ୍ରସ୍ତୁତ କରିବା,ସମୁଦ୍ର ଉପକୁଳର ପରିଚାଳନା ପ୍ରଣାଳୀ, ପରିବେଶୀୟ ଚାପ ଆକଳନ ,ଭୂଗୌଲକୀୟ ଚୁକ୍ତି, ଜୈବ ବିଭିନ୍ନତାର ରକ୍ଷା କବଚ ଇତ୍ୟାଦି ଅନ୍ୟତମ । ତେଣୁ ପ୍ରକୃତି ପାଇଁ ପରିବେଶ ବିଜ୍ଞାନର ବ୍ୟାପକ ପରିସରର ଗୁରୁତ୍ଵ ବା ଆବଶ୍ୟକତା ରହିଛି ।
ପରିବେଶର ଅବକ୍ଷୟ ଆମ ଦେଶ ତଥା ସାରା ପୃଥିବୀର ମଣିଷ ସମାଜ ପାଇଁ ଏକ ଗୁରୁତର ସଙ୍କଟ ସୃଷ୍ଟି କରିଛି । ସେଥିପାଇଁ ଏହି ସମସ୍ୟାର ବିଭିନ୍ନ ଦିଗ ଉପରେ ଜନସଚେତନା ସୃଷ୍ଟି କରାଇବାର ଆବଶ୍ୟକତା ବର୍ତ୍ତମାନ ପରିସ୍ଥିତିରେ ସବୁଠାରୁ ଅଧିକ ଅନୁଭୂତ ହେଉଛି । ଏହା ସତ୍ତ୍ୱେ, ଏକଥା ଅନସ୍ଵୀକାର୍ଯ୍ୟ ଯେ ଆମେ ଏବେ ଏ କ୍ଷେତ୍ରରେ ଅତ୍ୟନ୍ତ ପଛୁଆ ଅବସ୍ଥାରେ ରହିଛୁ । ତେଣୁ ସମସ୍ୟାର ଗୁରୁତ୍ଵ ଦୃଷ୍ଟିରୁ ଏ ଦିଗରେ ବିହତ ପଦକ୍ଷେପ ଗ୍ରହଣ କରାଯିବାର ନିତାନ୍ତ ଆବଶ୍ୟକତା ରହିଛି ।
ବିଗତ ଶତାଦ୍ଦୀର ଅର୍ଦ୍ଧଭାଗରୁ ଆମ ଦେଶରେ ପରିବେଶ ସଚେତନା ସୃଷ୍ଟିର ଉଦ୍ୟମ ହୋଇ ଆସିଥିଲେ ମଧ୍ୟ ଆମେ କେବଳ ଏ ସମ୍ପର୍କରେ ଏକ ସଚେତନା ବିଶିଷ୍ଟ ଗୋଷ୍ଠୀ ଗଠନ କରିଆବାର ସକ୍ଷମ ହୋଇଛୁ । ମାତ୍ର ପରିବେଶକୁ ରକ୍ଷା କରିଆବାର ଉଦ୍ୟମରୁ ବହୁ ଦୂରରେ ଅଛୁ । ପରିବେଶ ସଚେତନା ଆମ ଦେଶରେ ବିଶେଷ କରି ଆମ ରାଜ୍ୟରେ ବ୍ୟାପକତା ହାସଲ ନ କରିବା ପଛରେ ମୁଖ୍ୟତଃ ତିନୋଟି କାରଣ ରହିଛି ।
ପ୍ରଥମତଃ , ଦାରିଦ୍ର୍ୟ ଓ ଉପଯୁକ୍ତ ଶିକ୍ଷାର ପ୍ରସାରର ଅଭାବ ଏ କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ଭାବରେ ରହି ଆସୁଛି । ଦେଶର ସାଧାରଣ ଲୋକ ସେମାନଙ୍କର ଗୁଜୁରାଣ ମେଣ୍ଟାଇବା ପାଇଁ ସକ୍ଷମ ହୋଇ ପାରୁନଥିବା ବେଳେ, ସାମାଜିକ ସମସ୍ୟା ସଂପର୍କରେ ଚିନ୍ତାକରିବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇପାରୁନାହିଁ । ମାତ୍ର ପରିବେଶ ପ୍ରଦୂଷଣ ଓ ପରିବେଶର ଅବକ୍ଷୟ ଯୋଗୁଁ ହିଁ ଏହି ଶ୍ରେଣୀର ଜନସାଧାରଣ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି । କାରଣ ଆଯିବିଆମ ଦେଶରେ, ବିଶେଷ କରି ଗତ ପଚାଶବର୍ଷ ଧରି ବହୁଲୋକ ଜୀବିକା ନିର୍ବାହ ପାଇଁ ସେମାନଙ୍କର ପରିପାର୍ଶ୍ଵକ ପରିବେଶ ଉପରେ ସଂପୂର୍ଣ୍ଣ ନିର୍ଭର କରିଥାନ୍ତି, ସେସବୁ ଏହି ସ୍ତରର ଲୋକମାନଙ୍କ ପାଖରେ ପହଞ୍ଚିପାରି ନାହିଁ ।
ଦ୍ଵିତୀୟତଃ, ଆମ ଦେଶର ଉନ୍ନୟନ ଯୋଜନା ଓ ଶିଲ୍ପାଯନ କାର୍ଯ୍ୟକ୍ରମ ମଧ୍ୟ ପରିବେଶକୁ ଦୃଷ୍ଟିରେ ରଖି କରାଯାଉନାହିଁ । ଅର୍ଥାତ, କୌଣସି ସ୍ଥାନରେ କୌଣସି ପ୍ରକାରର ଶିଳ୍ପ ପ୍ରତିଷ୍ଠା ହେଲେ କିମ୍ବା ଅନ୍ୟ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ହେଲେ, ସେ ଅଞ୍ଚଳର ପରିବେଶ ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ବିଚାରକୁ ନିଆନଯାଇ ସରକାରୀ ସ୍ତରରେ ସେ ସବୁ ଯୋଜନାକୁ ତଥା କାର୍ଯ୍ୟକୁଜ ମଞ୍ଜୁରୀ ଦିଆଯାଉଛି । ଫଳରେ ଏହାଦ୍ଵାରା ସେ ଅଞ୍ଚଳର ପରିବେଶ ଅତିମାତ୍ରାରେ ପ୍ରଦୂଷଣ ହେଉଛି ଏବଂ ଏହାକୁ ବିରୋଧ କରୁଥିବା ଲୋକମାନେ ପ୍ରକୃତପକ୍ଷେ ଭୁଲ ବଶତଃ ଏ ବାବଦରେ କରାଯାଉଥିବା ତୃଟିପୂର୍ଣ୍ଣ ଯୋଜନା ବିରୁଦ୍ଧରେ ଆନ୍ଦୋଳନ ଣ କରି ସଂଯୁକ୍ତ ଶିଳ୍ପସଂସ୍ଥା ପ୍ରତିଷ୍ଠା ବା ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ କରିବାରୁ ଏହି ବିଭିନ୍ନ ପ୍ରକାରର ସାମାଜିକ ସମସ୍ୟା ସୃଷ୍ଟି କରୁଛି ।
ତୃତୀୟତଃ, ଆମର ଶିକ୍ଷା ବ୍ୟବସ୍ଥାରେ ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ବିଷୟ ଆଯିବିଯଥାଯଥ ଗୁରୁତ୍ଵ ପାଇପାରି ନାହିଁ । ଡାକ୍ତରୀ, ଇଞ୍ଜିନିୟରିଂ ବା ଅନ୍ୟାନ୍ୟ ବୈଷୟିକ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ପରିବେଶ ବିଷୟରେ ସଚେତନ କରାଇବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଇନାହିଁ ।
ଏହି ପରିସ୍ଥିତିରେ ଆମ ଦେଶରେ ତଥା ରାଜ୍ୟରେ ଜନସାଧାରଣଙ୍କ ମଧ୍ୟରେ ପରିବେଶ ସଚେତନାସୃଷ୍ଟି ପାଇଁ ସବୁ ସ୍ତରରେ ଉଦ୍ୟମ ଅତ୍ୟନ୍ତ ଆବଶ୍ୟକତା ରହିଛି । ଏଥିପାଇଁ ଉଭୟ ବୈଦ୍ୟୁତିକ ତଥା ମୁଦ୍ରିତ ଯନ୍ତ୍ର ଏବଂ ଗଣମାଧ୍ୟମକୁ ବ୍ୟବହାର କରାଯିବା ସଙ୍ଗେ ସଙ୍ଗେ ସାଧାରଣ ଲୋକଙ୍କ ପାଇଁ ବୋଧଗମ୍ୟ ହୋଇପଡ଼ୁଥିବା ଭଳି ପରିବେଶ ଶିକ୍ଷାର ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି । ବିଶେଷକରି ସ୍କୁଲ, କଲେଜ, ତଥା ବୈଷୟିକ ଶିକ୍ଷାନୁଷ୍ଠାନ ମାନଙ୍କରେ ପରିବେଶ ବିଷୟକ ପାଠ୍ୟକ୍ରମ ସଠିକ ଭାବରେ ଗ୍ରହଣ କରାଯିବ ଉଚିତ । କଳକାରଖାନା ଗୁଡିକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଆବଶ୍ୟକୀୟ ପ୍ରଯୁକ୍ତିବିଦ୍ୟାର ପ୍ରଣୟନ ତଥା ସମନ୍ଵିତ ଯୋଜନା ପ୍ରସ୍ତୁତି ଓ ସେଥିପାଇଁ ଆବଶ୍ୟକ ହେଉଥିବା ବ୍ୟୟବରାଦ ଉପଯୁକ୍ତ ଭାବରେ କରାଯାଇନ ପାରିବାରୁ ପରିବେଶ ପ୍ରଦୂଷଣ ଜନିତ ସମସ୍ୟା ଉତ୍କଟ ହେଉଛି ।
ଏହା ବ୍ୟତିତ , ପରିବେଶ ସଚେତନତା ପାଇଁ ସଠିକ ପ୍ରଚାର ସଙ୍ଗେ ସଙ୍ଗେ ଜୀବନଧାରଣର ସର୍ବନିମ୍ନ ସାଧନ ପ୍ରସ୍ତୁତ କରିବା ପାଇଁ ବ୍ୟବସ୍ଥା ପ୍ରସ୍ତୁତିର ଆବଶ୍ୟକତା ମଧ୍ୟ ରହିଛି ଏବଂ ଏଥିପାଇଁ ପରିବେଶ ଉପରେ ନିର୍ଭର କରୁଥିବା ବିପୁଳ ସଂଖ୍ୟ ଜନତାଙ୍କ ପାଇଁ ଜୀବନଧାରଣର ବିକଳ୍ପ ଉପାୟ ଦର୍ଶାଇ ଦେବାକୁ ହେବ । ସେଥିପାଇଁ କେନ୍ଦ୍ର ଓ ରାଜ୍ୟସ୍ତରରେ ସୁପରିକଳ୍ପିତ ଯୋଜନା ଏବଂ ଆବଶ୍ୟକୀୟ ବ୍ୟୟବରାଦ ମଧ୍ୟ ଯୋଗାଡ କରାଯିବା ଦରକାର । ପରିବେଶ ସୁରକ୍ଷା ଏବଂ ପରିବେଶ ସମ୍ପର୍କରେ ବାସ୍ତବିକ ଜନସଚେତନତା ସୃଷ୍ଟି କରିବା ପାଇଁ ଏହିଭଳି ଏକ ସାମଗ୍ରିକ ପରିକଳ୍ପନାର ଭିତ୍ତିରେ ହିଁ ଆମକୁ ଅଗ୍ରସର ହେବାକୁ ପଡିବ । ପରିବେଶ ଆନ୍ଦୋଳନକ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିପାରିଲେ ହିଁ ଯଥାଯଥ ପରିବେଶ ପ୍ରଦୂଷଣ ତଥା ପରିବେଶ ସନ୍ତୁଳନ ରକ୍ଷା କରାଯାଇପାରିବ।
ଏହା ନ ହେଲେ, ଆଜିର ସଭ୍ୟତା ଖୁବ ଶୀଘ୍ର ଧ୍ଵଂସ ହୋଇଯିବାର ଆଶଙ୍କା ସତ୍ୟରେ ପରିଣତ ହୋଇଯାଇପରେ, ସେଥିପାଇଁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନମାସ ୫ ତାରିଖକୁ “ ବିଶ୍ଵ ପରିବେଶ ଦିବସ “ ଭାବରେ ପାଳନ କରାଯାଉଛି ।
ପରିବେଶ ଏକ ମୌଳିକ ଆବରୋଧ । ପରିବେଶ ହେଉଛି ଏକ ବୃହତ୍ତମ ଭାବଧାରା । ଏହା ଆମ ପରିବେଷ୍ଟନୀରେ ରହିଥିବା ସମସ୍ତ ପ୍ରକାରର ପ୍ରାକୃତିକ ତଥା କୃତ୍ରିମ ଦ୍ରବ୍ୟାଦିକୁ ବୁଝାବା ସଙ୍ଗେ ସଙ୍ଗେ ଜୀବନଧାରଣ ପ୍ରକ୍ରିୟା ଇତ୍ୟାଦିକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷଭାବରେ ନିୟନ୍ତ୍ରଣ କରି ପ୍ରକୃତିର ଭାରସାମ୍ୟ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
ଲେଖା ଏବଂ ପ୍ରାପ୍ତି -ଡକ୍ଟର ମନୋରମା ପତ୍ରୀ
Last Modified : 7/2/2020