অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରିସଂସ୍ଥା

ପରିସଂସ୍ଥା କ’ଣ ?

କୌଣସି ନିର୍ଦ୍ଧିଷ୍ଟ ପ୍ରାଣୀ କିମ୍ବା ଉଦ୍ଭିଦ ସ୍ଵତନ୍ତ୍ର ଭାବେ ଏକାକୀ ଜୀବନଯାପନ କରିବା ଅସମ୍ଭବ   ।  ପରିବେଶର ସମତୁଲ ଅବସ୍ଥା ନିମନ୍ତେ ପ୍ରତ୍ୟେକଙ୍କର ଭୂମିକା ବିଶେଷ ଗୁରୁତ୍ଵପୂର୍ଣ୍ଣ,  ତେଣୁ ପରସ୍ପର ନିର୍ଭରଶୀଳ, ପ୍ରାଣୀ  , ଉଦ୍ଭିଦ ଅପଘଟକ ଆଦି ପରିବେଶରେ ଥିବା ସମସ୍ତ ନିର୍ଜୀବ ବସ୍ତୁମାନଙ୍କ ସହ ବିଭିନ୍ନ ପ୍ରତିକ୍ରିୟା ଘଟାଇ ଜୀବନ ନିର୍ବାହ କରନ୍ତି   , ଏହାକୁ  ‘ ପରିସଂସ୍ଥା ‘ କୁହାଯାଏ   ।  ଜୀବମଣ୍ଡଳ ଗୋଟିଏ ଗୋଟିଏ ପରିସଂସ୍ଥା ଦ୍ଵାରା ସୂଚିତ   ।  ସୁତରାଂ ପରିସଂସ୍ଥା କହିଲେ ସଂଜୀବ ଏବଂ ତାର ପରିବେଶ ମଧ୍ୟରେ ଥିବା ପରସ୍ପର ନିର୍ଭରଶୀଳତା ବା ସମ୍ପର୍କକୁ ବୁଝାଏ  ।  ପୃଥିବୀର ବିଭିନ୍ନ ଅଞ୍ଚଳରେ ଛୋଟ ବଡ ସଂଖ୍ୟା ପରିସଂସ୍ଥା ରହିଛି    ।

ପରିସଂସ୍ଥା ଶବ୍ଦର ପ୍ରଥମ ପରିଭାଷା ୧୯୩୫ ମସିହାରେ ବ୍ରିଟିଶ ପରିବେଶବିତ ଏ.ଜି ଟାନସଲେ ପ୍ରବର୍ତ୍ତନ କରିଥିଲେ   ।  ତାଙ୍କର ପରିଭାଷା ଅନୁସାରେ ,  ପରିବେଶର ସଜୀବ ଏବଂ ନିର୍ଜୀବ ଉପାଦାନମାନଙ୍କର ସମ୍ମିଳିତ” ପରିସଂସ୍ଥା “ କୁହାଯାଏ   । ଇ.ପି ଓଡମ ଙ୍କ ପରିଭାଷା ଅନୁସାରେ ପରିସଂସ୍ଥା ହେଉଛି ଗୋଟିଏ ଏକକ ଯାହାର ସମସ୍ତ ଜୀବ କୌଣସିଜ ଏକ ସ୍ଥାନରେ ତାଙ୍କ ପରିବେଶ ସହିତ ପାରସ୍ପରିକ କ୍ରିୟାଗତ ରହନ୍ତି ଏବଂ ନିର୍ଜୀବ ଓ ସଜୀବ ଉପାଦାନ ମଧ୍ୟରେ ରାସାଯନିକ ପଦାର୍ଥର ଆବର୍ତ୍ତନ ଘଟେ   ।

ମାଥଭନ ୧୯୭୪ ଙ୍କ ପରିଭାଷା ଅନୁସାରେ ପରିସଂସ୍ଥା ହେଉଛି ଏପରି ଏକ ପରିବେଶୀୟ ବ୍ୟବସ୍ଥା ଯାହାକି ସଜୀବ ପରିବେଶ ଏବଂ ସେମାନଙ୍କ ମଧ୍ୟରେ ଥିବା ପାରିସ୍ପରିକ କ୍ରିୟାର ସର୍ବମୋଟ ପ୍ରତିଫଳନ   ।

ପରିସଂସ୍ଥାର ଗାଠନିକ ଉପାଦାନ

ନିର୍ଜୀବ ପରିବେଶ ଓ ସଜୀବ ସମ୍ପ୍ରଦାୟକୁ ନେଇ ପରିସଂସ୍ଥା ଗଠିତ   । ପରିସଂସ୍ଥାର ଉପାଦାନଗୁଡିକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି   । ତାହା ଦେଲା   -

  1. ନିର୍ଜୀବ ଉପାଦାନ
  2. ସଜୀବ ଉପାଦାନ

ନିର୍ଜୀବ ଉପାଦାନ

ନିର୍ଜୀବ ପରିବେଶର ଉପାଦାନଗୁଡିକ ସଜୀବମାନଙ୍କ ଜୀବନଧାରଣ ପାଇଁ ଏକାନ୍ତ ଆବଶ୍ୟକ   ।  ପରିବେଶରେ ଅବସ୍ଥିତ ସମସ୍ତ ଜଡ ବସ୍ତୁ ନିର୍ଜୀବ ଉପାଦାନର ଅନ୍ତର୍ଭୁକ୍ତ   ।  ଏହି ଉପାଦାନଗୁଡିକୁ ତିନି ଭାଗରେ ବିଭକ୍ତ କରାଯାଇଛି  ।  ଯଥା   -

  • ଅଜୈବ ପଦାର୍ଥ
  • ଜୈବିକ ପଦାର୍ଥ
  • ଭୌତିକ କାରକ
  1. ଅଜୈବ ପଦାର୍ଥ   :
  2. ଜଳ , ଅଙ୍ଗାରକାମ୍ଳ , ଯବକ୍ଷାରଜାଣ  , କ୍ୟାଲସିୟମ , ସଲଫର , ଫସଫରସ ଇତ୍ୟାଦି ଅଜୈବ ପଦାର୍ଥଗୁଡିକ ଜୀବନଧାରଣ ପାଇଁ ଆବଶ୍ୟକ   । କାରଣ ଜୈବ ପଦାର୍ଥର ସଂଶ୍ଳେଷଣ ପାଇଁ ଏଗୁଡିକ ଅପରିହାର୍ଯ୍ୟ  ।  ବାୟୁ , ଜଳ,  ଓ ମୃତିକାରୁ ସ୍ଵଭୋଜି ଉଦ୍ଭିଦମାନେ ଏହି ପଦାର୍ଥଗୁଡିକୁ ଗ୍ରହଣ କରିଥାଆନ୍ତି   ।  ତତପରେ ଖାଦ୍ୟ ମାଧ୍ୟମରେ ଏହା ତୃଣଭୋଜି ଓ ମାଂସାହାରୀ ପ୍ରାଣୀଙ୍କ ଦେହରେ ପ୍ରବେଶ କରେ  ।  ଅପଘଟକ ଜୀବମାନଙ୍କ ଦ୍ଵାରା ମୃତ ଉଦ୍ଭିଦ ଓ ପ୍ରାଣୀ ଦେହରୁ ଅଜୈବ ପଦାର୍ଥ ବାହାରି ମାଟିରେ ମିଶିଥାଏ ।

  3. ଜୈବିକ ପଦାର୍ଥ  :
  4. ଶ୍ଵେତସାର  , ସ୍ନେହସାର   , ପୃଷ୍ଟିସାର , ଆମୀନୋଏସିଡ ଇତ୍ୟାଦି ଜୈବିକ ପଦାର୍ଥଭୁକ୍ତ ଅଟନ୍ତି   । ଏହି ପଦାର୍ଥଗୁଡିକ ସଜୀବମାନଙ୍କର ଦ୍ଵାରା ସଂଶ୍ଲେଷିତ ହୋଇସାରିବାପରେ ଜୀବମାନଙ୍କ ମୃତ ଦେହ କିମ୍ବା ମଳମୁତ୍ର ସାହାଯ୍ୟରେ ମାଟିରେ ମିସିଯାଇ ମାଟିର ଉର୍ବରତା , ଜଳସାଧାରଣ ଓ ବାୟୁ ସଞ୍ଚାଳନ ଶକ୍ତି ବଢନ୍ତି  ।

  5. ଭୌତିକ କାରକ   :
  6. ଆଲୋକ , ଉତ୍ତାପ , ଜଳ , ଆର୍ଦ୍ରତା , ପବନ , ମୃର୍ତ୍ତିକା ଇତ୍ୟାଦି ପରିବେଶର ଭୌତିକ କାରକ ଅଟନ୍ତି   । ଏହି ଭୌତିକ କାରକଗୁଡିକ ପ୍ରାଣୀ ଏବଂ ଉଦ୍ଭିଦମାନଙ୍କର ଜୀବନଧାରଣ ପାଇଁ ଏକାନ୍ତ ଅପରିହାର୍ଯ୍ୟ   । ସେହିପରି ପରିବେଶକୁ କାର୍ଯ୍ୟକ୍ଷମ କରିବା ପାଇଁ ଶକ୍ତି ଏକାନ୍ତ ଆବଶ୍ୟକ   ।  ସୂର୍ଯ୍ୟ ସମସ୍ତ ଶକ୍ତିର ଆଧାର ଅଟେ  । ସୌର ଶକ୍ତିକୁ ବିନିଯୋଗ କରି ସବୁଜ ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତ କରିଥାଏ ଏବଂ ଖାଦ୍ୟ ଆହରଣ ଦ୍ଵାରା ଉତ୍ତାପ ଶକ୍ତି ଜୀବମାନଙ୍କ ମଧ୍ୟରେ ଦେଖାଦେଇଥାଏ   ।

    ଏହି ସବୁ ଉପାଦାନଗୁଡିକ ବିଶେଷ ଭାବରେ ସଜୀବମାନଙ୍କର ଶରୀର ଗଠନ ଓ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହୁଅନ୍ତି   । ଏମାନେ ପରିବେଶକୁ ସଜୀବ ଶରୀର ମଧ୍ୟରେ ପ୍ରବେଶ କରନ୍ତି ଓ ସଜୀବର ମୃତ୍ୟୁପରେ ମୃତଶରୀରର ଅପଘଟକମାନଙ୍କ ଦ୍ଵାରା ବିଘଟିତ ହୋଇ ପୁନଶ୍ଚ ପରିବେଶକୁ ଫେରିଯାଆନ୍ତି   ।

ସଜୀବ ଉପାଦାନ

ପରିସଂସ୍ଥାରେ ଥିବା ସମସ୍ତ ଜୀବ ସଜୀବ ଉପାଦାନର ଅନ୍ତର୍ଭୁକ୍ତ   ।  ଏହି ଜୀବମାନଙ୍କୁ ସେମାନଙ୍କର ଆହରଣ ଅନୁସାରେ ଦୁଇଭାଗରେ ବିଭକ୍ତ କରାଯାଇଛି   ।

  • ସ୍ଵଭୋଜୀ   : ଜୀବନଧାରଣ କରିବା ପାଇଁ ଏହି ଜୀବମାନେ ନିଜେ ନିଜର ଖାଦ୍ୟ ପ୍ରସ୍ତୁତ କରନ୍ତି   । ସମସ୍ତ ଉଦ୍ଭିଦ ସ୍ଵଭୋଜୀ ଶ୍ରେଣୀର  । ଉଦ୍ଭିଦ ନିଜର ସବୁଜ କଣିକା ଦ୍ଵାରା ସୂର୍ଯ୍ୟାଲୋକ ସାହାଯ୍ୟରେ ଅଙ୍ଗାରକାମ୍ଳ ଓ ଜଳରୁ ଖାଦ୍ୟ ପ୍ରସ୍ତୁତ କରିପାରୁଥିବାରୁ  ,  ତାହାକୁ ‘ ଉତ୍ପାଦକ କୁହାଯାଏ   । ସବୁଜ ଉଦ୍ଭିଦ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ସୌରଶକ୍ତିକୁ ରାସାୟନିକ ଶକ୍ତିରେ ପରିଣତ କରୁଥିବାରୁ ,  ସେମାନଙ୍କୁ ପରିବର୍ତ୍ତକ ବା ରୂପାନ୍ତରକ ମଧ୍ୟ କୁହାଯାଏ   । ଏହି ପ୍ରକ୍ରିୟାରେ ଉଦ୍ଭିଦମାନେ  ଅଙ୍ଗାରକାମ୍ଳ ବାଷ୍ପକୁ ବିନିଯୋଗ କରି ଅମ୍ଳଜାନ ବାଷ୍ପ ତ୍ୟାଗ କରିଥାନ୍ତି ଯାହାକି ସମସ୍ତ ଜୀବମାନଙ୍କର ଶ୍ଵସନ ପ୍ରକ୍ରିୟାରେ ବ୍ୟବହୃତ ହୋଇଥାଏ   ।
  • ଏହି ଉତ୍ପାଦକମାନଙ୍କୁ ସେମାନଙ୍କର ଆକାର ଅନୁସାରେ ଦୁଇଭାଗରେ ବିଭକ୍ତ କରାଯାଇଛି   । ସେଗୁଡିକ ହେଲେ କ୍ଷୁଦ୍ର ଉତ୍ପାଦକ    । ଉଦାହରଣ ସ୍ୱରୂପ  ; ଶୈବାଳ , ଏକକୋଷୀ , ସବୁଜ ଉଦ୍ଭିଦ ଇତ୍ୟାଦି  । ହତ ଉତ୍ପାଦକ  ଉଦାହାରଣ ସ୍ୱରୂପ   ; ବୃକ୍ଷଲତା , ଗୁଳ୍ମ ତୃଣ ଇତ୍ୟାଦି   ।

  • ବିଷମଭୋଜୀ : ଯେଉଁମାନେ ଜୀବନଧାରଣ ପାଇଁ ନିଜର ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି  ସେମାନଙ୍କୁ ବିଷମଭୋଜୀ କୁହାଯାଏ   । ସେମାନେ ସାଧାରଣତଃ ପାଣି ଅଟନ୍ତି   । ଏମାନେ ଖାଦ୍ୟ ପାଇଁ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବରେ ସବୁଜ ଉଦ୍ଭିଦ ଉପରେ ନିର୍ଭର କରନ୍ତି  । ଉତ୍ପାଦକ ପ୍ରସ୍ତୁତ କରୁଥିବା ଜୈବିକ ପଦାର୍ଥକୁ ପ୍ରାଣୀମାନେ ଖାଦ୍ୟରୂପେ ଗ୍ରହଣ କରୁଥିବାରୁ ସେମାନଙ୍କୁ  ‘ ଭକ୍ଷକ “  କୁହାଯାଏ     । ଭକ୍ଷକମାନଙ୍କୁ ମଧ୍ୟ ‘ ବୃହତ ଭକ୍ଷକ ‘ କିମ୍ବା ଫାଟୋଟ୍ରଫସ କୁହାଯାଏ  ।

ଏହି ବିଷମଭୋଜୀମାନଙ୍କୁ ଭକ୍ଷକ ଓ ଅପଘଟକ,  ଏହିପରି ଦୁଇଭାଗରେ ବିଭକ୍ତ କରାଯାଇଛି   ।

ଭକ୍ଷକ

ଉତ୍ପାଦକ ଉପରେ ନିର୍ଭରଶୀତଳାକୁ ନେଇ ଭକ୍ଷକମାନଙ୍କୁ ସାଧାରଣ ତିନି ଭାଗରେ ବିଭକ୍ତ କରାଯାଇଛି  । ଯଥା  -

  1. ପ୍ରାଥମିକ ଭକ୍ଷକ  ।
  2. ଦ୍ଵିତୀୟକ ଭକ୍ଷକ  ।
  3. ତୃତୀୟକ ଭକ୍ଷକ  ।
  4. ପ୍ରାଥମିକ ଭକ୍ଷକ  ।

ପ୍ରାଥମିକ ଭକ୍ଷକ   : ପ୍ରାଥମିକ ଭକ୍ଷକମାନେ ସେମାନଙ୍କ ଜୀବନଧାରଣ ପାଇଁ ପ୍ରତ୍ୟକ୍ଷ ଭାବରେ ସବୁଜ ଉଦ୍ଭିଦମାନଙ୍କୁ ଖାଦ୍ୟରୂପେ ଗ୍ରହଣ କରନ୍ତି   । ତେଣୁ ସେମାନଙ୍କୁ  “ ତୃଣଭୋଜୀ  ପ୍ରାଣୀ ‘ କୁହାଯାଏ   । ସ୍ଥଳ ପରିସଂସ୍ଥାରେ ତୃଣଭୋଜୀ ପ୍ରାଣୀମାନେ ହେଲେ   - ଠେକୁଆ  , ହରିଣ , ମୂଷା , ଝିଣ୍ଟିକା  , ଛେଳି,  ଗାଈ , ମେଣ୍ଢା ଇତ୍ୟାଦି   । ସେହିପରି ଜଳୀୟ ପରିସଂସ୍ଥାରେ ତୃଣଭୋଜୀ ପ୍ରାଣୀମାନେ ହେଲେ ଗେଣ୍ଡା , ଶାମୁକା , ଚିଙ୍ଗୁଡି , ଇତ୍ୟାଦି   ।

ଦ୍ଵିତୀୟକ ଭକ୍ଷକ   : ଏହି ଶ୍ରେଣୀର ଭକ୍ଷକମାନେ ତୃଣଭୋଜୀ ପ୍ରାଣୀମାନଙ୍କୁ ଖାଦ୍ୟରୂପେ ଗ୍ରହଣ କରନ୍ତି  । ଏମାନେ ମାଂସାଶୀ ପ୍ରାଣୀ ଅଟନ୍ତି    ।  ବେଙ୍ଗ, କୁକୁର, ବିଲୁଆ,  ସାପ ଇତ୍ୟାଦି ଦ୍ଵିତୀୟକ ଭକ୍ଷକ ଅଟନ୍ତି  । ଏମାନଙ୍କୁ ମଧ୍ୟ ପ୍ରାଥମିକ ମାଂସାଶୀ ପ୍ରାଣୀ କୁହାଯାଏ  ।

ତୃତୀୟକ ଭକ୍ଷକ   : ଏହି  ଶ୍ରେଣୀର ଭକ୍ଷକମାନେ ନିଜର ଜୀବନଧାରଣ ପାଇଁ ଉଭୟ ତୃଣଭୋଜୀ ଓ ମାଂସାଶୀ ପ୍ରାଣୀମାନଙ୍କ ଉପରେ ନିର୍ଭର କରନ୍ତି   । ଶାଗୁଣା , ମୟୂର, ଚିଲ, ବାଘ, ସିଂହ ଇତ୍ୟାଦି ତୃତୀୟକ ଭକ୍ଷକ ଅଟନ୍ତି   । ଏମାନଙ୍କୁ  “ ଶୀର୍ଷଭକ୍ଷକ  “ ମଧ୍ୟ କୁହାଯାଏ   ।

ଅପଘଟକ

ଯେଉଁମାନେ ମୃତ ପ୍ରାଣୀ ଓ ଉଦ୍ଭିଦମାନଙ୍କର ଶରୀରକୁ ବିଘଟଣ କରି ଜୈବିକ ବସ୍ତୁକୁ ମୌଳିକ ପଦାର୍ଥରେ କାରବାର ସାହାଯ୍ୟ କରନ୍ତି   ,  ସେମାନଙ୍କୁ  ‘ ଅପଘଟକ ବା ‘ ବିଘଟକ ‘ କୁହାଯାଏ   । ଏହି ବିଘଟନ ପ୍ରକ୍ରିୟା ଦ୍ଵାରା ମୃର୍ତ୍ତିକାର ଉର୍ବରତା ବଢେ ଓ ଉଦ୍ଭିଦମାନେ ମାଟିରୁ ଉକ୍ତ ପଦାର୍ଥ ଗ୍ରହଣ କରନ୍ତି   । କବକ ଓ ଜୀବାଣୁଗୁଡିକ ଏହି କାର୍ଯ୍ୟ କରନ୍ତି ଏବଂ ସ୍ଵଭୋଜୀ ପ୍ରାଣୀମାନଙ୍କୁ ପୋଷାକ ବହୁତ ଯୋଗାଇ ଥାଆନ୍ତି   ।  ତେଣୁ ଏମାନଙ୍କୁ ମିନେରାଳାଇଜରସ  କୁହାଯାଏ   । ଏହାଛଡା ,  ଏହି କ୍ଷୁଦ୍ର ଅପଘଟକମାନଙ୍କୁ ମଧ୍ୟ ରିଡ୍ୟୁସରସ ଏବଂ ଅଣୁଭକ୍ଷକ ଆଖ୍ୟା ଦିଆଯାଇଛି   ।

ପରିସଂସ୍ଥା କାର୍ଯ୍ୟାବଳି

ପରିସଂସ୍ଥା ହେଉଛି ଏପରି ଏକ ଶକ୍ତିଶାଳି ଏକକ ଯେଉଁଠାରେ ଉଭୟ ସଜୀବ ଏବଂ ନିର୍ଜୀବ ଉପାଦାନ ସବୁ ପରସ୍ପର ମଧ୍ୟରେ ସଂଯୁକ୍ତ  ହୋଇ ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦାନ କରନ୍ତି   ।  ପରିସଂସ୍ଥାର କେତେକ ମୁଖ୍ୟ ଜୈବ ସଂକ୍ରାନ୍ତୀଯ କାର୍ଯ୍ୟାବଳି ଉପରେ ନିମ୍ନରେ ବର୍ଣ୍ଣନା କରାଯାଉଛି  ।

ଖାଦ୍ୟ ଶୃଙ୍ଖଳ

ଜୀବନଧାରଣ ପାଇଁ ପ୍ରତ୍ୟେକ ଜୀବ ଅନ୍ୟ ଜୀବ ଉପରେ ନିର୍ଭର କରିଥାଆନ୍ତି   । ପୁଣି ପ୍ରତ୍ୟେକ ଜୀବର ଦୁଇଟି ପ୍ରାଣାଳୀ ଅଛି  ।  ଗୋଟିଏ ହେଲା ଗଠନ ପ୍ରାଣାଳୀ ଏବଂ ଅନ୍ୟଟି କାର୍ଯ୍ୟକାରୀ ପ୍ରାଣାଳୀ   ।  ଗଠନ ପ୍ରାଣାଳୀ ହେଉଛି ନିର୍ଜୀବ ପଦାର୍ଥ ଯବକ୍ଷାରଜାଣ   , ଅଙ୍ଗାରକ ଓ ଜଳ ଭଳି ପଦାର୍ଥରୁ ଜୀବାଳି ବା biomass ଗଠନ   ।  କାର୍ଯ୍ୟକାରୀ ପ୍ରଣାଳୀ ହେଉଛି ଶରୀରର ସ୍ଥିତି ପାଇଁ ଆବଶ୍ୟକଶକ୍ତିର ଆହରଣ । ଖାଦ୍ୟ ଭାବରେ ଶକ୍ତି ଆହରଣ ହୁଏ   । ସବୁଜ ଉଦ୍ଭିଦ ଭଶ୍ଲେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରିଅଥାଏ ଏବଂ ଖାଦ୍ୟ ଦ୍ଵାରା ନିଜର ଅଭିବୃଦ୍ଧି ଘଟାଇଥାଏ    । ତେଣୁ  ସବୁଜ ଉଦ୍ଭିଦକୁ ଉତ୍ପାଦନ କହନ୍ତି  । ଚ୍ଜୋତ ପ୍ରାଣୀମାନେ ଯଥା ମୃଗ, ଠେକୁଆ , ଗାଈ ପ୍ରଭୁତି ତୃଣ ଓ ଅନ୍ୟାନ୍ୟ ପ୍ରଦାର୍ଥ ଖାଇ ବଞ୍ଚନ୍ତି   । ତେଣୁ ପ୍ରାଣୀମାନଙ୍କୁ ଭକ୍ଷକ କୁହନ୍ତି  । ଏହି ତୃଣଭୋଜୀ ପ୍ରାଣୀମାନେ ମାଂସାଶୀ ପ୍ରାଣୀମାନଙ୍କର ଖାଦ୍ୟ ରୂପେ ବ୍ୟବହୃତ ହୋଇଥାଆନ୍ତି   । ତେଣୁ ପରିସଂସ୍ଥା ମଧ୍ୟରେ ଖାଦ୍ୟ ଉଦ୍ଭିଦ ଠାରୁ ଶୀର୍ଷ ଭକ୍ଷକ ପାଖକୁ ବିଭିନ୍ନ ସ୍ତର ଦେଇ ପ୍ରଭାବିତ ହୋଇଥାଏ  ।  ପରିସଂସ୍ଥା ମଧ୍ୟରେ ଖାଦ୍ୟ ଉଦ୍ଭିଦଠାରୁ ଶୀର୍ଷ ଉଦ୍ଭିଦ ଠାରୁ ଶୀର୍ଷ ଭକ୍ଷକ ପାଖକୁ ବିଭିନ୍ନ ସ୍ତର ଦେଇ ପ୍ରବାହିତ ହୋଇଥାଏ   । ପରିସଂସ୍ଥା ମଧ୍ୟରେ ଖାଦ୍ୟ ଉଦ୍ଭିଦଠାରୁ ଶୀର୍ଷ ଭକ୍ଷକ ପାଖକୁ ବିଭିନ୍ନ ସ୍ତର ଦେଇ ପ୍ରଭାହୀତ ହୋଇଥାଏ  ,।  ପରିସଂସ୍ଥା  ଏହି ଖାଦ୍ୟ ଉତ୍ପାଦିତ ଏବଂ ପ୍ରବାହ ଉପରେ ନିର୍ଭର କରି ବିଭିନ୍ନ ଜୈବ ସ୍ତର ମଧ୍ୟରେ ପ୍ରତିଷ୍ଠିତ ହୋଇଥିବା ସମ୍ପର୍କକୁ “ ଖାଦ୍ୟ ଶୃଙ୍ଖଳ  ‘ କୁହାଯାଏ   ।

ଖାଦ୍ୟ ଶୃଙ୍ଖଳ ସାହାଯ୍ୟରେ ଶକ୍ତି ସ୍ଥାନାରିତ ହୁଏ  । ଖାଦ୍ୟ ଡୋରରେ ପ୍ରତ୍ୟେକଟି ସଞ୍ଚିତ ଶକ୍ତି ଅନ୍ୟଟିକୁ ସଞ୍ଚାରିତ ହୋଇଥାଏ   । ଯେଉଁ ମାଧ୍ୟମକୁ ଶକ୍ତି ସଞ୍ଚାରିତ ହୋଇଥାଏ   । ତାକୁ  ଶକ୍ତି ସ୍ତର ବା ପୋଷକ ସ୍ତର କହନ୍ତି   । ଏହି ସ୍ତର ବେଳେବେଳେ ୪ ବା ୫ ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି ପାଇଥାଏ   , ମାତ୍ର ସର୍ବନିମ୍ନ ସ୍ତର ୩ ରେ ହିଁ ସର୍ବଦା ସୀମାବଦ୍ଧ ରହିଥାଏ   । ତେଣୁ ଖାଦ୍ୟ ଶୃଙ୍ଖଳରେ କେତେଗୋଟି ସ୍ତର ରହିବ , ତାହା ପରିସଂସ୍ଥାରେ ବସବାସ କରୁଥିବା ଜୀବମାନଙ୍କ ଉପରେ ନିର୍ଭର କରେ   । କୌଣସି ଜୀବର ପୋଷାକ ସ୍ତର ନିମ୍ନସ୍ତର ୩ରେ ହିଁ ସର୍ବଦା ସୀମାବଦ୍ଧ ରହିଥାଏ   । ତେଣୁ ଖାଦ୍ୟ ଶୃଙ୍ଖଳରେ କେତେଗୋଟି ସ୍ତର ରହିବ , ତାହା ପରିସଂସ୍ଥାରେ ବସବାସ କରୁଥିବା ଜୀବମାନଙ୍କ ଉପରେ ନିର୍ଭର କରେ   । କୌଣସି ଜୀବର ପୋଷାକ ସ୍ତର ନିମ୍ନଲିଖିତ କ୍ରମରେ ଦର୍ଶାଯାଇଛି   ।

  • ସ୍ଵଭୋଜୀ  (ଉତ୍ପାକଦ) = ପ୍ରଥମ ପୋଷକ ସ୍ତର ।
  • ତୃଣଭୋଜି (ଉତ୍ପାଦକ ) = ଦ୍ଵିତୀୟ ପୋଷକ ସ୍ତର  ।
  • ମାଂସଭୋଜୀ (ଉତ୍ପାଦକ )  = ତୃତୀୟ ପୋଷକ ସ୍ତର  ।
  • ଶୀର୍ଷ ମାଂସଭୋଜୀ  (ଉତ୍ପାଦକ) = ଚତୁର୍ଥ ପୋଷକ ସ୍ତର   ।

ଏହିପରି ଭାବରେ ଶକ୍ତି ସ୍ତର ହୋଇ ସଂଚାରିତ ହୋଇଥାଏ । ଖାଦ୍ୟସଂଖ୍ୟା ଯେତେ କମ ହୁଏ , ପରିସଂସ୍ଥା ସୀ ବେଶୀ କାର୍ଯ୍ୟଦକ୍ଷ ହୋଇଥାଏ   । ସ୍ଥଳ ପରିସଂସ୍ଥାନ ବିଭିନ୍ନ ସ୍ତର ଭିତ୍ତିକ ଖାଦ୍ୟ ଶୃଙ୍ଖଳର କେତେକ ଉଦାହରଣ ନିମ୍ନରେ ଦିଆଯାଇଛି   ।

  1. ତିନିଗୋଟି ସ୍ତର ଭିତ୍ତିକ ଖାଦ୍ୟଶୃଙ୍ଖଳ  :
  2. ଘାସ>ଛେଳି>ବାଘ

  3. ଚାରିଗୋଟି ସ୍ତରଭିତ୍ତିକ ଖାଦ୍ୟଶୃଙ୍ଖଳ
  4. ଘାସ>ଛେଳି >ମନୁଷ୍ୟ>ବାଘ

  5. ପାଞ୍ଚ ଗୋଟି ସ୍ତରଭିତ୍ତିକ ଖାଦ୍ୟ ଶୃଙ୍ଖଳ  :
  6. ଘାସ> ଝିଣ୍ଟିକା>ବେଙ୍ଗ >ସାପ>ଚିଲ

  7. ଉଦ୍ଭିଦ ପରିସଂସ୍ଥାର ଦୃଷ୍ଟାନ୍ତ ନିମ୍ନରେ ପ୍ରଦତ୍ତ ହେଲା :
  8. ଉଦ୍ଭିଦ ପ୍ଳବକ>ପ୍ରାଣୀ ପ୍ଲବାକ>ଛୋଟ ମାଛ >ବଡମାଛ

ଏହିପରି ଭାବରେ ଦେଖିଲେ , ପ୍ରତ୍ୟେକ ଜୀବ ନିଜର ଜୀବନଧାରଣ ପାଇଁ ଅନ୍ୟ ଜୀବ ଉପରେ ଅନୁବନ୍ଧନ ଭିତ୍ତିରେ ନିର୍ଭର କରି ଆସୁଛନ୍ତି     ।

ଖାଦ୍ୟ ଶୃଙ୍ଖଳ ପ୍ରକାର ଭେଦ : ଖାଦ୍ୟ ଶୃଙ୍ଖଳର ପ୍ରକାର ଭେଦ  : ସାଧାରଣତଃ ତିନି ପ୍ରକାରର ଖାଦ୍ୟ ଶୃଙ୍ଖଳ ଦେଖାଯାଏ  ।

  1. ଭକ୍ଷକ ଖାଦ୍ୟଶୃଙ୍ଖଳ   ।
  2. ପରଜୀବୀ ଖାଦ୍ୟଶୃଙ୍ଖଳ   ।
  3. ମୃତଜୀବି ଖାଦ୍ୟ ଶୃଙ୍ଖଳ   ।

ଭକ୍ଷକ ଖାଦ୍ୟଶୃଙ୍ଖଳ   :ଏହି ପ୍ରକାର ଖାଦ୍ୟ ଶୃଙ୍ଖଳ ‘ ଚାରଣ ଖାଦ୍ୟ ଶୃଙ୍ଖଳ ମଧ୍ୟ କୁହାଯାଏ   ।  ଏପରି ଖାଦ୍ୟଶୃଙ୍ଖଳରେ ଉଦ୍ଭିଦମାନେ ଶୃଙ୍ଖଳର ପ୍ରଥମ ସ୍ଥାନ ଅଧିକାର କରନ୍ତି  ।  ଏମାନଙ୍କ ଦେହରେ ସଞ୍ଚିତ ଶକ୍ତି ଖାଦ୍ୟ ମାଧ୍ୟମରେ ତୃଣଭୋଜୀ ପ୍ରାଣୀ ଦେହକୁ ଯାଏ  ।  ତତପରେ ମାଂସାଶୀ ପ୍ରାଣୀ ତୃଣଭୋଜୀ ମାଂସ ଭକ୍ଷଣ କରି ଶକ୍ତି ଆହରଣ କରେ

ଉଦାହରଣ : ଘାସ >ଝିଣ୍ଟିକା>ବେଙ୍ଗ >ସାପ > ଚିଲ  ।

ପରଜୀବୀ ଖାଦ୍ୟ ଶୃଙ୍ଖଳ   : ଏହି ପ୍ରକାର ଖାଦ୍ୟଶୃଙ୍ଖଳରେ ଶକ୍ତିସ୍ରୋତ ବୃହତ ଜୀବଠାରୁ ଆରମ୍ଭ ହୋଇ କ୍ରମାନ୍ଵୟରେ କ୍ଷୁଦ୍ର ଜୀବ ସ୍ତର ଦେଇ ପ୍ରଭାବିତ ହୋଇଥାଏ  ।  ଏହାକୁ ମଧ୍ୟ ସାହାଜ୍ଯକାରୀ ଖାଦ୍ୟ ଶୃଙ୍ଖଳ କୁହାଯାଏ   ।ଉଦ୍ଭିଦ ଓ ପ୍ରାଣୀ  > ପରଜୀବୀ  > ଅପଘଟକ

ମୃତଜୀବୀ ଖାଦ୍ୟ ଶୃଙ୍ଖଳ  :ଏହି ପ୍ରକାର ଖାଦ୍ୟଶୃଙ୍ଖଳରେ ଶକ୍ତି ସ୍ରୋତ ମୃତଜୀବଠାରୁ  ଜୀବନ୍ତ  ଅପଘଟକ ସ୍ତରକୁ ପ୍ରବାହିତ ହୋଇଥାଏ . । ତେଣୁ ଏହି ଖାଦ୍ୟଶୃଙ୍ଖଳ ଜୈବିକ ତ୍ୟକ୍ତ ବସ୍ତୁ , ମୃତପ୍ରାଣୀ ଓ ଉଦ୍ଭିଦମାନଙ୍କର ଅଂସ ଉପରେ ନିର୍ଭର କରେ  ।  ଏହି ପ୍ରକାରର ଖାଦ୍ୟଶୃଙ୍ଖଳ କମ କ୍ଷମତା ବିଶିଷ୍ଟ   । ମୃତ ଜୈବିକ ବସ୍ତୁକୁ  ତିନି ପ୍ରକାର ଜୀବ ଖାଦ୍ୟ ରୂପେ ଗ୍ରହଣ କରନ୍ତି  । ସେମାନେ ହେଲେ  -

  • ପରିଷ୍କାର ଯଥା  - ଶାଗୁଣା , ଚିଲ , କୁକୁର, ବିଲୁଆ ଇତ୍ୟାଦି   ।
  • ଅପରଦ ଭକ୍ଷୀ  ଯଥା  - ଉଈ , ଜିଆ , ପତଙ୍ଗ , ଲାର୍ଭା   ।  ଏମାନେ ପଚାଶଢା ଜୈବବସ୍ତୁ ଭକ୍ଷଣ କରନ୍ତି   ।
  • ଅପଘଟକ  ଯଥା  - କବକ, ଜୀବାଣୁ ଇତ୍ୟାଦି   ।

ଖାଦ୍ୟ ଶଙ୍ଖଳର ଗୁରୁତ୍ଵ   :

ଜୀବମଣ୍ଡଳରେ ସଜୀବମାନଙ୍କ ମଧ୍ୟର ଗୋଟିଏ ଖାଦ୍ୟ ଶୃଙ୍ଖଳ କାର୍ଯ୍ୟ କରେ   । ଖାଦ୍ୟ ଖାଇବା ବେଳେ ଖାଦ୍ୟଶକ୍ତି ତାପଶକ୍ତିରେ ରୂପାନ୍ତରିତ ହୁଏ ଏବଂ କିଛି ତାପଶକ୍ତି ବାହାରିଯାଇ  ବାୟୁ – ମଣ୍ଡଳରେ ମିଶେ   ।  ଅବଶିଷ୍ଟ ଶରୀରର ଅଭିବୃଦ୍ଧି ସାଧନ କରେ  ।  ଏହିପରି ଭାବରେ ଖାଦ୍ୟଶଙ୍ଖୁଳ ସାହାଯ୍ୟରେ ଉଦ୍ଭିଦଠାରୁ ଆରମ୍ଭ କରି ଶୀର୍ଷ ଭକ୍ଷକ ପର୍ଯ୍ୟନ୍ତ ଶକ୍ତି ସ୍ଥାନାନ୍ତରିତ ହୁଏ   ।  ଫଳରେ ଖାଦ୍ୟଶୃଙ୍ଖଳ ପ୍ରତି ସ୍ତରରେ ଶକ୍ତିର ପରିମାଣ ହ୍ରାସ ହୋଇଥାଏ   । ଖାଦ୍ୟ ଶୃଙ୍ଖଳ ସାହାଯ୍ୟରେ ଆମେ ଖାଦ୍ୟ ଖାଦକ ସମ୍ପର୍କ   ,  ଖାଦକ ଉପରେ ଇତ୍ୟାଦି ପ୍ରଭାବ ଇତ୍ୟାଦି ବିଷୟରେ ଜାଣିପାରୁ   ।

ଖାଦ୍ୟଜାଲି

ପ୍ରତ୍ୟେକ ପରିସଂସ୍ଥାରେ ଅନେକଗୁଡିଏ ଖାଦ୍ୟଶୃଙ୍ଖଳ ଜାଲପରି ଛନ୍ଦାଛନ୍ଦି ହୋଇ ରହିଥାଆନ୍ତି    ।  ଫଳରେ ଖାଦ୍ୟଶୃଙ୍ଖଳ ଜଟିଳ ଅବସ୍ଥା ଧାରଣ କରେ  ।  ଖାଦ୍ୟଶୃଙ୍ଖଳର ଏହି ବହୁ ସଂଯୋଗ ଜନିତ ଜଟିଳତାକୁ ‘ ଖାଦ୍ୟଜାଲି ‘ କୁହାଯାଏ   ।  ଗୋଟିଏ ଖାଦ୍ୟ ଶୃଙ୍ଖଳରେ ଗୋଟିଏ ପ୍ରାଣୀ ଦୁଇ ବା ଅଧିକ ଖାଦ୍ୟଶୃଙ୍ଖଳରୁ ଖାଦ୍ୟ ଗ୍ରହଣ କରିପାରେ   । ଫଳରେ ଗୋଟିଏ ପ୍ରାଣୀଙ୍କୁ ଭକ୍ଷଣ କରିପାରେ ଏବଂ ଏବଂ ଅନେକ ପ୍ରକାର ପ୍ରାଣୀମାନଙ୍କ ଦ୍ଵାରା ଭୁକ୍ଷିତ ହୋଇପାରେ  ।

ଉଦାହରଣ ସ୍ୱରୂପ  - ଏକ ତୃଣଭୂମି ପରିସଂସ୍ଥାରେ ଛୋଟ ଛୋଟ କୀଟ ପତଙ୍ଗମାନେ ତୃଣ ବା ଗାସ ଖାଇ ବଞ୍ଚନ୍ତି   । ହରିଣ , ଠେକୁଆ  , ମୂଷା ଘାସ ଓ ଶସ୍ୟ ଆଦିକୁ  ଖାଦ୍ୟ ରୂପେ ଗ୍ରହଣ କରନ୍ତି   ।  ଏମାନେ ପ୍ରଥମ ସ୍ତରର ଭକ୍ଷକ ଅଟନ୍ତି   । ତୃଣଭୂମିରେ କେତେକ ପକ୍ଷୀ ଅଛନ୍ତି ଯେଉଁମାନେ ଶସ୍ୟ ଖାଇବା ସହ ପୋକ , ଜୋକ , କୀଟ , ପତଙ୍ଗମାନଙ୍କୁ ମଧ୍ୟ ଖାଇଥାଆନ୍ତି   ।  ତେଣୁ ଏହି ପକ୍ଷୀଗୁଡିକ ପ୍ରଥମ ଓ ଦ୍ଵିତୀୟ ସ୍ତରର ପ୍ରାଣୀ ଅଟନ୍ତି   । କୀଟ , ପତଙ୍ଗ ଆଦିକୁ ବେଙ୍ଗ ଖାଇଥାଏ  ।  ବେଙ୍ଗକୁ ସାପ ଖାଏ  ।  ସାପ ବେଙ୍ଗ ବ୍ୟତୀତ ମୂଷା ଓ ପକ୍ଷୀମାନଙ୍କୁ ମଧ୍ୟ ଭକ୍ଷଣ କରିଥାଏ  । ସେହିପରି ଚିଲ ସାପକୁ ସଙ୍ଗେ ସେ ମୂଷା, ବେଙ୍ଗ, ପକ୍ଷୀ , ଓ ଠେକୁଆ ଆଦି ସବୁ ପ୍ରାଣୀ ଖାଦ୍ୟ ରୂପେ ଗ୍ରହଣ କରିଥାଏ   । ଅର୍ଥାତ ଚିଲ ଶୀର୍ଷ ଭକ୍ଷକ ହୋଇ ମଧ୍ୟ ଅନ୍ୟ ସବୁ ସ୍ତରର ପ୍ରାଣୀକୁ ଖାଦ୍ୟ ରୂପେ ବ୍ୟବହାର କରିଥାଏ   ।  ତେଣୁ ପରିସଂସ୍ଥାରେ ଅନେକ ଖାଦ୍ୟ ଶୃଙ୍ଖଳ ଜାଲ ପରି ଛନ୍ଦି ହୋଇ  ରହିଥିବାର ଦେଖାଯାଏ   । “ ସେଥିପାଇଁ  ଏହାକୁ ‘ ଖାଦ୍ୟ ଜାଲି  ‘ ଆଖ୍ୟା ଦିଆଯାଇଛି    ।

ଖାଦ୍ୟ ଜାଲିର ଗୁରୁତ୍ଵ   : ଖାଦ୍ୟ ଜାଲିର ଗୁରୁତ୍ଵ ନିମ୍ନରେ ବର୍ଣ୍ଣନା କରାଗଲା   ।

  • ଖାଦ୍ୟ ଜାଲି ପରିସଂସ୍ଥାର ସ୍ଥାୟିତ୍ଵ ବଜାୟ ରଖିବାରେ ସାହାଯ୍ୟ କରେ  ।
  • ଏହା ଖାଦ୍ୟର ବିକଳ୍ପ ଉତ୍ସ ଯୋଗାଇଥାଏ   ।
  • ଗୋଟିଏ ପ୍ରାଣୀ ବହୁ ପ୍ରକାର ଖାଦ୍ୟ ଗ୍ରହଣ କରୁଥିବାରୁ ତାକୁ ଜୀବନଧାରଣ କରିବାକୁ ସହଜ ହୁଏ   ।
  • ଖାଦ୍ୟ ଜାଲି ଦ୍ଵାରା ବିଭିନ୍ନ ପ୍ରଜାତି ଜୀବମାନଙ୍କର ବଂଶବୃଦ୍ଧି ନିୟନ୍ତ୍ରଣ ରହେ ଏବଂ ପରିବେଶରେ ଭାରସାମ୍ୟ ରକ୍ଷା ହୁଏ   ।
  • ତେଣୁ ଏକ ସରଲ ଖାଦ୍ୟ ଶୃଙ୍ଖଳ ଠାରୁ ଖାଦ୍ୟଜାଲିର ମୂଳତତ୍ଵ ହେଉଛି ବେଶି ବାସ୍ତବ   ।

ପରିବେଶୀୟ ସ୍ତୂପ

ଖାଦ୍ୟଶୃଙ୍ଖଳ ବିଭିନ୍ନ ସ୍ତର ଉପରେ ପରିବେଶୀୟ ପରିମାପଗୁଡିକ ପ୍ରଭାବକୁ ଏକ ତ୍ରିକୋଣାକାର ସ୍ତମ୍ଭ ସାହାଯ୍ୟରେ ବର୍ଣ୍ଣନା କରଯାଇଥାଏ   ,  ଯାହାକୁ  “ପରିବେଶୀୟ ସ୍ତୂପ “ ବା ‘ ଇକୋଲୋଜିକାଲ ପିରାମିଡ ‘ ବୋଲି କୁହାଯାଏ   । ଏହି ପିରାମିଡର ମୂଳ ପ୍ରସ୍ତର ଅଟେ ଯାହାକି ଉତ୍ପାଦକମାନଙ୍କୁ ଧାରଣ କରିଥାଏ ଏବଂ ଅଗ୍ରଭାଗ ହେଉଛି ସଂକୀର୍ଣ୍ଣ ଯେଉଁଠାରେ ଶୀର୍ଷ ଭକ୍ଷକ କେବଳ ଦେଖାଯାଆନ୍ତି   ।  ଏହା ବାରର ଲମ୍ବ ଭଳି  ,  ଏହାର ପ୍ରତ୍ୟେକ ସ୍ତରର ପରିମାଣକୁ ଚିତ୍ର ଆକାରରେ ଦର୍ଶାଯାଉଥିବାରୁ ଏହାକୁ  ‘ ବାର ରେଖାଚିତ୍ର ‘ ବୋଲି ମଧ୍ୟ କୁହାଯାଏ   ।

ପିରାମିଡରେ ଖାଦ୍ୟଶୃଙ୍ଖଳର ବିଭିନ୍ନ ସ୍ତରଗୁଡିକକୁ ପର୍ଯ୍ୟାୟ କ୍ରମେ ବର୍ଣ୍ଣନା କରାଯାଇଥାଏ   ।  ଯଥା ମୂଳରେ ଉତ୍ପାଦକ   , ତା ଉପରକୁ ତୃଣଭୋଜୀ ଏବଂ ପରେ ପରେ ପ୍ରଥମ ଓ ଦ୍ଵିତୀୟ ସ୍ତରର ମାଂସାଶୀ ପ୍ରାଣୀ ଏବଂ ଅଗ୍ରଭାଗରେ ଶୀର୍ଷ ମାଂସାଶୀ ପ୍ରାଣୀ ରହିଥାଆନ୍ତି   ।  ଏହି ପରିବେଶୀୟ ପିରାମିଡ ସଳଖ ଓ ବିପରୀତ ପ୍ରକାରର ହୋଇପାରେ   ।

ପିରାମିଡର ପ୍ରକାର ଭେଦ  : ତିନି ପ୍ରକାରର ପରିବେଶୀୟ ପିରାମିଡ ଦେଖାଯାଏ ଯାହାର ବର୍ଣ୍ଣନା ନିମ୍ନରେ ଦିଆଗଲା   ।

  1. ସଂଖ୍ୟା ପିରାମିଡ  : ବିଭିନ୍ନ ଖାଦ୍ୟ ସ୍ତରରେ ଅବସ୍ଥିତ ଉତ୍ପାଦକମାନଙ୍କ ଠାରୁ ଆରମ୍ଭ କରି ଶୀର୍ଷ ଭକ୍ଷକ ପର୍ଯ୍ୟନ୍ତ ଜୀବମାନଙ୍କର ସଂଖ୍ୟାକୁ ନେଇ ଗଠିତ କରାଯାଇଥିବା ସୁଚିତ୍ରିତ ପିରାମିଡକୁ  ‘ ସଂଖ୍ୟାର ପିରାମିଡ  ‘ କୁହାଯାଏ   ।
  2. ଏହି ପ୍ରକାର ପିରାମିଡରେ ଉତ୍ପାଦକମାନଙ୍କ ସଂଖ୍ୟା ସର୍ବାଧିକ ଥାଏ   ।  ତୃଣଭୋଜୀ ପ୍ରାଣୀ ଅର୍ଥାତ ପ୍ରାଥମିକ ଭକ୍ଷକମାନେ ଉତ୍ପାଦକମାନଙ୍କ ଉପରେ ନିର୍ଭର କରିଥାଆନ୍ତି  ।  ତେଣୁ ଏମାନଙ୍କ ସଂଖ୍ୟା ଉତ୍ପାଦକମାନଙ୍କ ସଂଖ୍ୟା ତୁଳନାରେ କମ ହୋଇଥାଏ   । ସେହିପରି ,  ଦ୍ଵିତୀୟ ,  ତୃତୀୟ ଓ ଶୀର୍ଷ ମାଂସାଶୀ ଭକ୍ଷକମାନଙ୍କ ସଂଖ୍ୟା କ୍ରମାନ୍ଵୟରେ ହ୍ରାସ ପାଇଥାଏ   ।

    ତେଣୁ ପ୍ରତ୍ୟେକ  ଖାଦ୍ୟ ସ୍ତରରେ ଜୀବମାନଙ୍କ ସଂଖ୍ୟାକୁ ପିରାମିଡ ଦ୍ଵାରା ଦର୍ଶାଇଲେ ଏହା ଏକ ସଳଖ   ପିରାମିଡ ହୋଇଥାଏ   । ଉଦାହରଣ ସ୍ୱରୂପ  - ଏକ ଚାଷଜମି ପରିସଂସ୍ଥାରେ ତୃଣମାନଙ୍କ ତୁଳନାରେ କୀଟ,  ପତଙ୍ଗ , ଝିଣ୍ଟିକା ,  ଆଦିଙ୍କ ସଂଖ୍ୟା କମ ଥାଏ   ।  ଏମାଙ୍କୁ ଖାଦ୍ୟ ରୂପେ ଗ୍ରହଣ କରୁଥିବା ପରବର୍ତ୍ତୀ ଖାଦ୍ୟସ୍ତରର ପ୍ରାଣୀ ଯଥା  - ବେଙ୍ଗ ,  ବଡ ବଡ ପୋକ ଆଦିଙ୍କ ସଂଖ୍ୟା ଆହୁରି କମ ଥାଏ  ।  ତା ପରବର୍ତ୍ତୀ ଖାଦ୍ୟ ସ୍ତରର ପ୍ରାଣୀ ଯଥା – ସାପ,  ପକ୍ଷୀ ଆଦିଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଥାଏ   ।  ପୁଣି ଶୀର୍ଷ ଭକ୍ଷକ ରୂପେ ଦେଖାଯାଉଥିବା ମାଂସାଶୀ ଚିଲ , ଇଗଲ ଆଦିଙ୍କ ସଂଖ୍ୟା ସବୁଠାରୁ କମ ହୋଇଥାଏ   ।

    ସଂଖ୍ୟା ପିରାମିଡ ମଧ୍ୟ କେତେକ କ୍ଷେତ୍ରରେ ବିପରୀତ ,  କଣ୍ଡାକାର ଡମ୍ବେଲ ଆକାର ଇତ୍ୟାଦି ହୋଇଥାଏ   ।  ନିମ୍ନରେ ବିପରୀତ ପିରାମିଡର ଉଦାହରଣ ଦିଆଗଲା   । ଗୋଟିଏ ବୃକ୍ଷ ପରିସଂସ୍ଥାରେ ବହୁତଗୁଡିଏ ପକ୍ଷୀ ପତ୍ର ,  ଫୁଲ ଓ ଫଳ ଖାଇ ଜୀବନଧାରଣ କରନ୍ତି   ।  ପୁଣି ପ୍ରତ୍ୟେକ ପକ୍ଷୀ ଦେହରେ ଅସଂଖ୍ୟ ବାହ୍ୟ ପରଜୀବୀ ଓ ଅନ୍ତଃ ପରଜୀବୀ ରହିଥାଆନ୍ତି ଯେଉଁମାନେ କି ପକ୍ଷୀମାନଏନକେ ଦେହରୁ ଖାଦ୍ୟ ଆହରଣ କରି  ଜୀବନ ଅତିବାହିତ କରିଥାଆନ୍ତି   ।

    କଣ୍ଡାକାର ପିରାମିଡ   ର ଉଦାହରଣ ହେଲା  - ଗୋଟିଏ ଗଛ ବହୁତଗୁଡିଏ ତୃଣଭୋଜୀ ପକ୍ଷୀଙ୍କର ଭାର ବହନ କରିଥାଏ   ।  କିନ୍ତୁ ଏହି ସବୁ ତୃଣ ଭୋଜୀ ପକ୍ଷୀମାନଙ୍କୁ କେବଳ କିମ୍ବା ଦୁଇଟିର ଚିଲ ଖାଇଥାଆନ୍ତି    ।

  3. ଜୈବଭାର ପିରାମିଡ   : ବିଭିନ୍ନ ଖାଦ୍ୟ ସ୍ତରରେ ଥିବା ଜୀବମାନଙ୍କର ଓଜନର ସମ୍ପକକୁ ନେଇ ଗଠନ କରାଯାଇଥିବା ପିରାମିଡକୁ ‘ ଜୈବଭାର ପିରାମିଡ  ‘ ବୋଲି କୁହାଯାଏ   ।
  4. ଏହି ବୃକ୍ଷ ପରିସଂସ୍ଥାରେ ଉତ୍ପାଦକଠାରୁ ଆରମ୍ଭ କରି ଶୀର୍ଷ ଭକ୍ଷକ ପର୍ଯ୍ୟନ୍ତ ଖାଦ୍ୟ ସ୍ତରରେ ଜୈବିକ ଓଜନର ହ୍ରାସ ଘଟିଥାଏ   ।  ଏହା ଏକ ସଳଖ ପିରାମିଡ ହୋଇଥାଏ   ।  କିନ୍ତୁ ଏକ ପୁଷ୍କରଣୀ ପରିସଂସ୍ଥାରେ ପିରାମିଡ ଓଲଟା ହୋଇଥାଏ   ।  କାରଣ ଏଥିରେ ଉତ୍ପାଦକଠାରୁ ଶୀର୍ଷ ଭକ୍ଷକ ପର୍ଯ୍ୟନ୍ତ ଜୈବିକ ଓଜନ ବଢି ବଢି ଯାଇଥାଏ   ।

  5. ଶକ୍ତିର ପିରାମିଡ   : ପରିସଂସ୍ଥାରେ ବିଭିନ୍ନ ଖାଦ୍ୟସ୍ତର ମଧ୍ୟରେ ଅବସ୍ଥିତ ଜୀବମାନଙ୍କ ମଧ୍ୟରେ ପ୍ରବାହିତ ଶକ୍ତିକୁ ପିରାମିଡ ଆକାରର ଚିତ୍ରଣ କରାଯାଇ   ।  ଏହାକୁ  ‘ ଶକ୍ତିର ପିରାମିଡ  ‘ କୁହାଯାଏ   ।  ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ସବୁଜ ଉଦ୍ଭିଦ ସୌରଶକ୍ତିକୁ ରାସାୟନିକ ଶକ୍ତିରେ ପରିଣତ କରିଥାଏ   ।  ଖାଦ୍ୟ ପଦାର୍ଥ ଦ୍ଵାରା ଉକ୍ତ ରାସାୟନିକ ଶକ୍ତି ବାନ୍ଧି ହୋଇ ରହିଥାଏ   ।  ଏହି ଶକ୍ତି ଖାଦ୍ୟଶୃଙ୍ଖଳ ସାହାଯ୍ୟରେ ତୃଣଭୋଜୀ  ଓ ପରବର୍ତ୍ତୀ ଖାଦ୍ୟସ୍ତର ଦେଇ ଶୀର୍ଷ ଭକ୍ଷକ ପାଖରେ ପହଞ୍ଚି ଥାଏ   ।  ଗୋଟିଏ ସ୍ତରରୁ ଅନ୍ୟ ସ୍ତରକୁ ଶକ୍ତି ପ୍ରବାହ ସମୟରେ ଟାପ ,  ଶ୍ଵାସକ୍ରିୟା ଆଦି ଅନେକ ଉପାୟରେ ଶକ୍ତିର ପ୍ରବାହ ସମୟରେ ଟାପ   ,  ଶ୍ଵାସକ୍ରିୟା ଆଦି ଅନେକ ଉପାୟରେ ଶକ୍ତିର ଅପଚୟ ହୋଇଥାଏ  ।  ତେଣୁ ଉତ୍ପାଦକ ଠାରୁ ଶୀର୍ଷ ଭକ୍ଷକ ପର୍ଯ୍ୟନ୍ତ ଶକ୍ତିର ପରିମାଣ କ୍ରମଶଃ ହ୍ରାସ ହୋଇ ଯାଇଥାଏ  ।  ଶକ୍ତିର ପିରାମିଡ ଏକ ସଳଖ ପିରାମିଡର ରୂପ ନେଇଥାଏ   ।

ପରିସଂସ୍ଥାରେ ଶକ୍ତି ପ୍ରବାହ

ପରିସଂସ୍ଥାରେ ଜୀବନ ଧାରଣ କରିବା ପାଇଁ ଶକ୍ତିର ଆବଶ୍ୟକତା ରହିଛି ଏବଂ ଏହି ଶକ୍ତି ସଂଗ୍ରହ ପାଇଁ ଖାଦ୍ୟ ଉପରେ ନିର୍ଭର କରିବାକୁ ପଡିଥାଏ   ।  ସାଧାରଣତଃ କାର୍ଯ୍ୟ କରିବାର କ୍ଷମତାକୁ ଶକ୍ତି କୁହାଯାଏ   ।  ସଜୀବମାନଙ୍କର ଦେହରେ ସଂଗଠିତ ହେଉଥିବା ସମସ୍ତ କାର୍ଯ୍ୟ ଏହି ଶକ୍ତି ଦ୍ଵାରା ହିଁ ସମ୍ଭବ ହୋଇଥାଏ   ।  ଶକ୍ତି ଦୁଇ ପ୍ରକାରର ; ଯଥା ସ୍ଥିତିଜ ଶକ୍ତି ଓ ଗତିଜ ଶକ୍ତି   ।

ସ୍ଥିତିଜ ଶକ୍ତି ହେଉଛି କୌଣସି ଉପାଦାନର ଅବସ୍ଥିତି ଅନୁଯାୟୀ ସଂଗୃହିତ ଶକ୍ତି ଯାହା କାର୍ଯ୍ୟ କରିବା ପାଇଁ ଉପଲ୍ଲବ୍ଧ ହୁଏ  । ଗତିଜ ଶକ୍ତି ଉପାଦାନର ଗତି ସହିତ ସମ୍ପୃକ୍ତ   ।  ସଜୀବମାନଙ୍କର କାର୍ଯ୍ୟ ସଂପାଦାନ ନିମନ୍ତେ ସ୍ଥିତିଜ ଶକ୍ତି ଗତିଜ ଶକ୍ତିରେ ରୂପାନ୍ତରିତ ହୋଇଥାଏ   ।

ସ୍ଵଭୋଜୀ ଉଦ୍ଭିଦଗୁଡିକ ଆଲୋକ – ସଂଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ସୌରଶକ୍ତିକୁ ରାସାୟନିକ ଶକ୍ତିରେ ପରିଣତ କରନ୍ତି   ।  ଖାଦ୍ୟରେ ଗଛିତ ଏହି ରାସାୟନିକ ଶକ୍ତି ସ୍ଵଭୋଜୀମାନଙ୍କ ଠାରୁ ତୃଣଭୋଜୀ ମଧ୍ୟ ଦେଇ ମାଂସାଶୀ ପ୍ରାଣୀଙ୍କ ଖାଦ୍ୟ ରୂପେ ପ୍ରବେଶ କରେ   ।

ପରିସଂସ୍ଥାରେ ଶକ୍ତି ପ୍ରବାହ ଏକ ଦିଗାଭିମୁଖୀ ଅଟେ   ।  ଏହି ଶକ୍ତି ପ୍ରବାହ ତାପଚଳନ ର ଦୁଇଟି ନିୟମ ଦ୍ଵାରା ପରିଚାଳିତ   ।

ତାପ ଚାଳନର ପ୍ରଥମ ନିୟମ  : ଏହି ନିୟମାଯାୟୀ  “ ଶକ୍ତି ସୃଷ୍ଟି ହୁଏ ନାହିଁ କିମ୍ବା ନଷ୍ଟ ହୁଏ ନାହିଁ,ଏହା କେବଳ ଗୋଟିଏ ଅବସ୍ଥାରୁ ଅନ୍ୟ ଏକ ଅବସ୍ଥାରୁ ଅନ୍ୟ ଏକ ଅବସ୍ଥାକୁ ପରିବର୍ତ୍ତିତ ହୋଇଥାଏ ।

ଉଦାହରଣ ସ୍ୱରୂପ  : ସୌରରଶ୍ମୀର ବିକିରଣ ଶକ୍ତି ସବୁଜ ଉଦ୍ଭିଦ ଦ୍ଵାରା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ମାଧ୍ୟମରେ ରାସାୟନିକ ଶକ୍ତିକୁ ପରିବର୍ତ୍ତିତ ହୋଇଥାଏ   ।

ତାପଚଳନର ଦ୍ଵିତୀୟ ନିୟମ  : ଏହି  ନିୟମାନୁଯାୟୀ କୌଣସି ପରିସ୍ଥିତିରେ ଶକ୍ତିର ପରିବର୍ତ୍ତନ ବା ସ୍ଥାନାନ୍ତରଣ ସଂପୂର୍ଣ୍ଣ ରୂପେ ନ ହୋଇ ଆଂଶିକ ଭାବରେ ହୋଇଥାଏ   ।

ଶକ୍ତିପ୍ରବାହ

ପରିସଂସ୍ଥାର ବିଭିନ୍ନ ଉପାଦାନମାନଙ୍କ ମଧ୍ୟରେ ଶକ୍ତି ସଂଚାରିତ ହେବାକୁ ଶକ୍ତି ପ୍ରବାହ କୁହାଯାଏ   ,  ଯାହାକି ଏକ ଦିଗମୁଖି ଅଟେ  ।  ଏହା ଶକ୍ତି ପ୍ରବାହ ନିମ୍ନ ପ୍ରକାରେ ସଂଗଠିତ ହୋଇଥାଏ   ।

ସବୁଜ  ଉଦ୍ଭିଦଗୁଡିକ ହରିତକଣା   ସାହାଯ୍ୟରେ ସୌରଶକ୍ତିକୁ ଧରି ତାକୁ ରାସାୟନିକ ଶକ୍ତିରେ ପରିଣତ କରନ୍ତି  ।  ଏହି ଶକ୍ତି ଉତ୍ପାଦକମାନଙ୍କ ଠାରୁ ତୃଣଭୋଜୀ ପ୍ରାଣୀ ମଧ୍ୟଦେଇ ମାଂସାଶୀ ପ୍ରାଣୀଙ୍କ ପାଖକୁ ଖାଦ୍ୟ ରୂପେ ପ୍ରବେଶ କରେ   ।  ସବୁବେଳେ ଶକ୍ତି ନିମ୍ନ ଖାଦ୍ୟ ସ୍ତରକୁ ପ୍ରବାହିତ ହୁଏ   ।  କିନ୍ତୁ ମାଂସାଶୀ ଠାରୁ ତୃଣଭୋଜୀ ଦେହକୁ ପ୍ରବାହୀ ହୁଏ ନାହିଁ   , ସେହିପରି ତୃଣଭୋଜୀ ଠାରୁ ଉତ୍ପାଦକ ପାଖକୁ ମଧ୍ୟ ଶକ୍ତି ପ୍ରବାହିତ ହୁଏ ନାହିଁ  ।  ତେଣୁ ଉଚ୍ଚ ଖାଦ୍ୟ ସ୍ତରର ପ୍ରାଣୀମାନେ ସର୍ବଦା ନିମ୍ନ ଖାଦ୍ୟ ସ୍ତରର ପ୍ରାଣୀମାନଙ୍କ ଠାରୁ ଶକ୍ତି ଗ୍ରହଣ କରନ୍ତି  ।  ଏହି ଶକ୍ତି ପ୍ରବାହ ସମୟରେ କିଛି ଅଂଶ ତାପଶକ୍ତି ଓ ଅନ୍ୟାନ୍ୟ ପ୍ରକାରେ ବାୟୁମଣ୍ଡଳକୁ ବାହାରି ଚାଲିଯାଏ   ।  ସୁତରାଂ ପରିସଂସ୍ଥାରେ ଶକ୍ତି ଏକ ତରଫା ଭାବେ ଗୋଟିଏ ଦିଗରୁ ଉତ୍ପାଦକ ଠାରୁ ଶୀର୍ଷ ଭକ୍ଷକ ପର୍ଯ୍ୟନ୍ତ ଯିବା ସମୟରେ କ୍ରମାନ୍ଵୟରେ ଶକ୍ତିର ହ୍ରାସ ଘଟିଥାଏ   ।

ଦଶ ପ୍ରତିଶତ ନିୟମ  :

ଗୋଟିଏ ଚାରଣ ଖାଦ୍ୟ ଶୃଙ୍ଖଳରେ ଉତ୍ପାଦକଠାରୁ ତୃଣଭୋଜୀ ସ୍ତରକୁ ଶକ୍ତି ଖାଦ୍ୟ ରୂପେ ପ୍ରବାହିତ ହେବା ବେଳେ ତୃଣଭୋଜୀ ପ୍ରାଣୀକୁ ଏହି ଶକ୍ତିର ଶତକଡା ଦଶଭାଗ ମିଳିଥାଏ   । ପରବର୍ତ୍ତୀ ସ୍ତରର ଭକ୍ଷକକୁ ତୃଣଭୋଜୀକୁ ମିଳିଥିବା ଶକ୍ତିର ଶତକଡା ଦଶଭାଗ ମିଳିଥାଏ    । ଏହାକୁ  ‘ ଦଶ ପ୍ରତିଶତ ନିୟମ ‘ କୁହାଯାଏ   ।  ତେଣୁ ଏହି ନିୟମ ଅନୁସାରେ ପ୍ରଥମ ପୋଷାକ ସ୍ତରଠାରୁ ଶେଷ ପୋଷାକ ସ୍ତର ପର୍ଯ୍ୟନ୍ତ ସ୍ତରରେ ଶକ୍ତିର ପରିମାଣ କମିଯାଏ  ।  ଅପଘଟକମାନେ ବିଘଟନ ପ୍ରଣାଳୀ ଦ୍ଵାରା ମୃତ ଉଦ୍ଭିଦ ଓ ପ୍ରାଣୀମାନଙ୍କଠାରୁ ଶକ୍ତି ଆହରଣ କରିଥାଆନ୍ତି ଯାହାର ପରିମାଣ ସ୍ୱଳ୍ପ ଅଟେ   ।

ଉତ୍ପାଦକ > ତୃଣଭୋଜୀ > ମାଂସଭୋଜୀ > ଶୀର୍ଷ ମାଂସଭୋଜୀ

ପରିସଂସ୍ଥାର ଶ୍ରେଣୀ ବିଭାଗ

ପରିବେଶ ଅନୁଯାୟୀ ବିଭିନ୍ନ ପ୍ରକାର ପରିସଂସ୍ଥା ଦେଖାଯାଏ   ।  ସେଗୁଡିକ ହେଲେ   -

  1. ପ୍ରାକୃତିକ ଓ କୃତ୍ରିମ ପରିସଂସ୍ଥା   ।
  2. ବୃହତ୍ତ ଏବଂ କ୍ଷୁଦ୍ର ପରିସଂସ୍ଥା   ।
  3. ସ୍ଥାୟୀ ଏବଂ ଅସ୍ଥାୟୀ ପରିସଂସ୍ଥା   ।
  4. ସଂପୂର୍ଣ୍ଣ ଏବଂ ଅସମ୍ପୂର୍ଣ୍ଣ ପରିସଂସ୍ଥା   ।

ପ୍ରାକୃତିକ ଓ କୃତ୍ରିମ ପରିସଂସ୍ଥା   :

ଯେଉଁ ପରିସଂସ୍ଥାର ବିକାଶ ପ୍ରାକୃତିକ ଅବସ୍ଥାରେ ମନୁଷ୍ୟର ବିନା ସାହାଯ୍ୟରେ ହୋଇଥାଏ  ,  ତାହାକୁ ପ୍ରାକୃତିକ ପରିସଂସ୍ଥା କୁହାଯାଏ    ।  ଯଥା – ଜଙ୍ଗଲ , ମରୁଭୁମି ,  ତୃଣଭୂମି ,  ହ୍ରଦ ,  ନଦୀ ,  ସମୁଦ୍ର ଇତ୍ୟାଦି   ।

ଯେଉଁ ପରିସଂସ୍ଥାର ସୃଷ୍ଟି ମନୁଷ୍ୟ ଦ୍ଵାରା ହୋଇଥାଏ   ,  ତାହାକୁ କୃତ୍ରିମ ବା ମନୁଷ୍ୟକୃତ ପରିସଂସ୍ଥା କୁହାଯାଏ   ।  ଯଥା – ଗ୍ରାମ,  ସହର ,  ଉଦ୍ୟାନ ,  ଘୁଷୁରି ଶାଳା ,  ପକ୍ଷୀପାଳନ କ୍ଷେତ୍ର   , ମହୁମାଛି ରଖିବାର ସ୍ଥାନ ଇତ୍ୟାଦି   ।  ‘ଏଗ୍ରୋ ଇକୋସିଷ୍ଟମ ‘ ହେଉଛି ସବୁଠାରୁ ବଡ ମନୁଷ୍ୟକୃତ ପରିସଂସ୍ଥା   ।

ବୃହତ୍ତ ଏବଂ କ୍ଷୁଦ୍ର ପରିସଂସ୍ଥା    :

ସବୁଠାରୁ ବୃହତ ପରିସଂସ୍ଥାକୁ ମେଗାଇକୋସିଷ୍ଟମ କୁହାଯାଏ   ।  ଯଥା – ସମୁଦ୍ର   ।  ଏକ ବଡ ପରିସଂସ୍ଥାକୁ ମାଇକ୍ରୋଇକୋସିଷ୍ଟମ ଆଖ୍ୟା ଦିଆଯାଇଛି   ।  ଏହାର ଏକ ଉଦାହରଣ ହେଉଛି  - ଜଙ୍ଗଲ ପରିସଂସ୍ଥା   ।  ଯେଉଁ ପରିସଂସ୍ଥା ଏକ ଛୋଟ ଅଞ୍ଚଳ ମଧ୍ୟରେ ସୀମିତ   ,  ତାହାକୁ ମାଈକ୍ରୋସିଷ୍ଟମ କୁହାଯାଏ   ।  ଯଥା   - ଜଙ୍ଗଲ ପରିସଂସ୍ଥା   ।  ଯେଉଁ ପରିସଂସ୍ଥା ଏକ ଛୋଟ ଅଞ୍ଚଳ ମଧ୍ୟରେ ସୀମିତ   ,  ତାହାକୁ  ମାଇକ୍ରୋସିଷ୍ଟମ କୁହାଯାଏ   ।  ଯଥା – ପୁଷ୍କରିଣୀ ପରିସଂସ୍ଥା  ।  ସବୁଠାରୁ କ୍ଷୁଦ୍ର ପରିସଂସ୍ଥାକୁ ନାନୋଇକୋସିଷ୍ଟମ କୁହାଯାଏ   ।  ଏହାର ଏକ ଉଦାହରଣ ହେଉଛ   - ଆକ୍ୟୁଆରିୟମ   ।

ସ୍ଥାୟୀ ଏବଂ ଅସ୍ଥାୟୀ ପରିସଂସ୍ଥା   :

ଯେଉଁ ପରିସଂସ୍ଥା ଦୀର୍ଘଦିନ ପର୍ଯ୍ୟନ୍ତ ଅତିବାହିତ ଭାବରେ ରହିପାରେ   ,  ତାହାକୁ ସ୍ଥାୟୀ ପରିସଂସ୍ଥା କୁହାଯାଏ   ।  ଉଦାହରଣ – ଜଙ୍ଗଲ ଏବଂ ହ୍ରଦ   ।  ଏକ ଅସ୍ଥାୟୀ ପରିସଂସ୍ଥା ଅଳ୍ପଦିନ ପାଇଁ ତିଷ୍ଠି ରହିପାରେ   ।  ଯଥା – ବର୍ଷାଜଳ ଦ୍ଵାରା ସୃଷ୍ଟି ହୋଇଥିବା ପୋଖରୀ , କ୍ଷାତ ଇତ୍ୟାଦି   ।

ସଂପୂର୍ଣ୍ଣ ଏବଂ ଅସମ୍ପୂର୍ଣ୍ଣ ପରିସଂସ୍ଥା  :

ଯେଉଁ ପରିସଂସ୍ଥାରେ ସମସ୍ତ ଉପାଦାନ ରହିଥାଆନ୍ତି   ,  ତାହାକୁ ସଂପୂର୍ଣ୍ଣ ପରିସଂସ୍ଥା କୁହାଯାଏ   ।  ଯଥା  - ଜଙ୍ଗଲ   ।ଏକ ଅସମ୍ପୂର୍ଣ୍ଣ ପରିସଂସ୍ଥା ଗୋଟିଏ କିମ୍ବା ତା ଠାରୁ ଅଧିକ ଉପାଦାନ କମ ଥାଆନ୍ତି     ।  ଉଦାହରଣ ସ୍ୱରୂପ – ବର୍ଷାଜଳ ଦ୍ଵାରା ସୃଷ୍ଟି ହୋଇଥିବା ପୋଖରୀରେ ଭକ୍ଷକ ନ ଥାଆନ୍ତି ଏବଂ ସମୁଦ୍ରର ନିମ୍ନତମ ଅଂଶରେ ଉତ୍ପାଦକ ନ ଥାଆନ୍ତି     ।

ମୁଖ୍ୟ ପରିସଂସ୍ଥା  : ମୁଖ୍ୟ ପରିସଂସ୍ଥାଗୁଡିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି   , ତାହା ହେଉଛି  -

  • ସ୍ଥଳ ପରିସଂସ୍ଥା
  • ଜଳ ପରିସଂସ୍ଥା

ସ୍ଥଳ ପରିସଂସ୍ଥା  : ପୃଥିବୀ ପୃଷ୍ଠର ସ୍ଥଳ ଭାଗରେ ଅବସ୍ଥିତ ପରିସଂସ୍ଥାକୁ ‘ ସ୍ଥଳ ପରିସଂସ୍ଥା  ‘ କୁହାଯାଏ   । ବିଭିନ୍ନ ପ୍ରକାର ସ୍ଥଳ ପରିସଂସ୍ଥା ଦେଖାଯାଏ   ।  ଯଥା  -

  1. ତୃଣଭୂମି ପରିସଂସ୍ଥା
  2. ଜଙ୍ଗଲ ପରିସଂସ୍ଥା
  3. ମରୁଭୁମି ପରିସଂସ୍ଥା
  4. କୃତ୍ରିମ ପରିସଂସ୍ଥା

ତୃଣଭୂମି ପରିସଂସ୍ଥା  :

ସମଗ୍ର ପୃଥିବୀର ସ୍ଥଳ ଭାଗର ୨୦% ସ୍ଥାନ ତୃଣଭୂମି ଦ୍ଵାରା ଆଚ୍ଛାଦିତ  ।  ଏହା ତୃଣଭକ୍ଷକମାନଙ୍କର ମୁଖ୍ୟ ଖାଦ୍ୟ ଉତ୍ପତ୍ତିସ୍ଥଳ ଅଟେ   ।  ବାର୍ଷିକ ହାରାହାରି ୨୫ ରୁ ୭୫ ସେମି ବୃଷ୍ଟିପାତ ଅଞ୍ଚଳ ତୃଣଭୂମି ଗଠନ କରିଥାଏ   ।  ମନୁଷ୍ୟମାନଙ୍କର କାର୍ଯ୍ୟକଳାପ ଦ୍ଵାରା ଏହି ତୃଣଭୂମିଗୁଡିକ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥାଏ   ।  ଯାହା ଫଳରେ ତୃଣଭୂମିର ମୁଖ୍ୟ ଅଂଶ କୃଷିକ୍ଷେତ୍ରକୁ ପରିବର୍ତ୍ତିତ ହୋଇଥାଏ   । ଯାହା ଫଳରେ ତୃଣଭୂମିର ମୁଖ୍ୟ ଅଂଶ କୃଷିକ୍ଷେତ୍ରକୁ ପରିବର୍ତ୍ତିତ ହୋଇଥାଏ    ।  ପୃଥିବୀର ମୁଖ୍ୟ ତୃଣଭୂମିଗୁଡିକ ଷ୍ଟେପିସ ,  ପମ୍ଫାସ ,  ଭେଲ୍ଦ୍ ,  ସାଭନା   ଇତ୍ୟାଦି   ।

ତୃଣଭୂମି ପରିସଂସ୍ଥା  ବିଭିନ୍ନ ଉପାଦାନ  : ତୃଣଭୂମି ପରିସଂସ୍ଥା ରେ ଥିବା ଉପାଦାନ ଗୁଡିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି   । ଯଥା –

  1. ନିର୍ଜୀବ ଉପାଦାନ
  2. ସଜୀବ ଉପାଦାନ

ନିର୍ଜୀବ ଉପାଦାନ  :

ତୃଣଭୂମି  ଦରନାର କରୁଥିବା ବିଭିନ୍ନ ନିର୍ଜୀବ ଉପାଦାନ ଗୁଡିକ ମୃର୍ତ୍ତିକା ଥାଏ    । ସେଗୁଡିକ ହେଲା   - ଅମ୍ଳଜାଣ ,  ଅଙ୍ଗାରକାମ୍ଳ ,  ଯବକ୍ଷାରଜାନ ,  ନାଇଟ୍ରେଟ ,  ସଲଫେଟ ,  ଫସଫରସ ,  କ୍ଳୋରାଇଡ , ଲୌହ, ଜିଙ୍କ, ତମ୍ବା ଇତ୍ୟାଦି   ।  ଏହାଛଡା ଇଭିନ୍ନ ମୌଳିକ ଓ ଯୌଗିକ ଖାଦ୍ୟସାର ଜଳ, ବାୟୁ ବିଭିନ୍ନ ଗ୍ୟାସୀୟ ପଦାର୍ଥ ମଧ୍ୟ ତୃଣଭୂମିରେ ଦେଖାଯାଏ   ।

ସଜୀବ ଉପଦାନ  : ତୃଣଭୂମିରେ ଥିବା ସଜୀବ ଉପାଦାନଗୁଡିକ ହେଲେ ଉତ୍ପାଦକ  ,  ଭକ୍ଷକ ଓ ଅପଘଟକ   ।

  • ଉତ୍ପାଦନ  : ତୃଣ , ଲତା  , ଗୁଳ୍ମ ବୁଦା ଇତ୍ୟାଦି ଉଦ୍ଭିଦ ଉତ୍ପାଦକ ଶ୍ରେଣୀଭୁକ୍ତ   ।  ଏମାନେ ଭଷ୍ଲେସଣ ପ୍ରକ୍ରିୟାରେ ସୌର ଶକ୍ତିକୁ ବିନିଯୋଗ କୃ ଖାଦ୍ୟ ପ୍ରସ୍ତୁତ କରନ୍ତି   ।
  • ଭକ୍ଷକ  : ଉତ୍ପାଦକମାନଙ୍କ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ପଦାର୍ଥକୁ ବିଭିନ୍ନ ପ୍ରାଣୀମାନେ ଖାଦ୍ୟରୂପେ ଗ୍ରହଣ କରୁଥିବାରୁ ସେମାନଙ୍କୁ ଭକ୍ଷକ କୁହାଯାଏ   । ଏକ ତୃଣଭୂମି ପରିସଂସ୍ଥାରେ ବିଭିନ୍ନ ପ୍ରକାରର କୀଟ   ,  ପତଙ୍ଗ, ଝିଣ୍ଟିକା , ଲାର୍ଭା ଆଦି ତୃଣଭୋଜୀ ପ୍ରାଣୀମାନେ ଦେଖାଯାଆନ୍ତି , ଯେଉଁ ମାନେ କି ତୃଣକୁ ଖାଦ୍ୟ ରୂପେ ବ୍ୟବହାର କରିଥାଆନ୍ତି   ।  ଏମାନଙ୍କୁ ପ୍ରାଥମିକ ଭକ୍ଷଣ କୁହାଯାଏ . । ବେଙ୍ଗ ଛୋଟ ଛୋଟ ପକ୍ଷୀ ଆଦି ଦ୍ଵିତୀୟ  ଶ୍ରେଣୀର  ଭକ୍ଷକ ଯେଉଁମାନେ ତୃଣଭୋଜୀ ପ୍ରାଣୀଙ୍କୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି   ।  ସାପ ହେଉଛି ଏକ ମାଂସାଶୀ ପ୍ରାଣୀ ଯିଏ କି ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ପ୍ରାଣୀମାନଙ୍କର ମାଂସକୁ ଖାଦ୍ୟ ରୂପେ ବ୍ୟବହାର କରେ   ।  ଶୀର୍ଷ ମାଂସାଶୀ ପ୍ରାଣୀ ହିସାବରେ ଇଗଲ ତୃଣଭୂମି ପରିସଂସ୍ଥାରେ ଅବସ୍ଥାନ କରିଥାଏ   ।
  • ଅପଘଟକ  : ବ୍ୟାକ୍ଟେରିଆ , କବକ ଇତ୍ୟାଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ   ।  ତୃଣଭୂମି ପରିସଂସ୍ଥାରେ ଥିବା ସମସ୍ତ ଉଦ୍ଭିଦ ଓ ପ୍ରାଣୀମାନଙ୍କର ମୃତାବଶେଷକୁ ଏମାନେ ବିଘଟନ କରି ଉତ୍ପାଦକମାନଙ୍କ ଖାଦ୍ୟ ପ୍ରସ୍ତୁତ ପାଇଁ ରାସାୟନିକ ପଦାର୍ଥ ଯୋଗାନ୍ତି ଏବଂ ପରିସଂସ୍ଥାର ସ୍ୱାୟିତ୍ଵ ବଜାୟ ରହିଛି   ।

ଜଳୀୟ ପରିସଂସ୍ଥା

ଜଳଭାଗ ଜୈବିକ ଓ ଅଜୈବକ ଉପାଦାନ ଦ୍ଵାରା ଗଠିତ ପରିସଂସ୍ଥା  ‘ ଜଳୀୟ ପରିସଂସ୍ଥା  “ କୁହାଯାଏ  ।  ଏହି ପରିସଂସ୍ଥା ଦୁଇ ପ୍ରକାରର  , ଯଥା  - ମଧୁରଜଳ ପରିସଂସ୍ଥା ଓ ଲବଣ ଜଳ ପରିସଂସ୍ଥା   ।

ମଧୁରଜଳ ପରିସଂସ୍ଥା   : ଯେଉଁ ଜଳରେ ଅତିକମ ପରିମାଣର ଲବଣ ଅଂଶ ଥାଏ   ,  ତାହାକୁ ମଧୁର ଜଳ କୁହାଯାଏ   ।  ମଧୁର ଜଳ ପରିସଂସ୍ଥା ଦୁଇ ପ୍ରକାରର  ।  ଯଥା –

  1. ଧାବମାନ ଜଳ ପରିସଂସ୍ଥା  ( ଉଦାହରଣ ସ୍ୱରୂପ : ନଦୀ ଓ ଝରଣା ଇତ୍ୟାଦି   )
  2. ସ୍ଥିର ଜଳ ପରିସଂସ୍ଥା  ( ଉଦାହରଣ ସ୍ୱରୂପ : ହ୍ରଦ ,  ପୋଖରୀ ଇତ୍ୟାଦି   )

ମଧୁରଜଳ ପରିସଂସ୍ଥାର ଏକ ଉଦାହରଣ – ପୁଷ୍କରିଣୀ ପରିସଂସ୍ଥା   ।

ଲବଣ ଜଳ ପରିସଂସ୍ଥା  :

ଯେଉଁ ଜଳରେ ଲବଣ ଅଂଶ ଅଧିକ ପରିମାଣରେ ଥାଏ ତାହାକୁ ଲବଣ ଜଳ କୁହାଯାଏ   ।  ଲୁଣୀ ହ୍ରଦ ଏବଂ ନଦୀ ମୁହାଁର ଜଳ ଏହାର ଅନ୍ତର୍ଭୁକ୍ତ   ।  ଏହି ଜଳ ସମୁଦ୍ର ପାଣିଠାରୁ କମ କିନ୍ତୁ ମଧୁର ଜଳଠାରୁ ଅଧିକ ଲବଣାକ୍ତ   । ଲବଣ  ଜଳ ପରିସଂସ୍ଥା ତିନି ପ୍ରକାର ଯଥା  :

  • ସ୍ୱଳ୍ପ ଗଭୀର ଜଳ ପରିସଂସ୍ଥା  - ସମୁଦ୍ର ତଟରେ ଦେଖାଯାଏ   ।
  • ଗଭୀର   ଜଳ ପରିସଂସ୍ଥା – ସମୁଦ୍ରର ଆଭ୍ୟନ୍ତରୀଣ ଅଂଶରେ ଦେଖାଯାଏ   ।
  • ମୁହାଣଜଳ ପରିସଂସ୍ଥା – ଏହା ନଦୀ ଓ ସମୁଦ୍ରର ସଂଗମ ସ୍ଥଳରେ ଦେଖାଯାଏ   ।

ପୁଷ୍କରିଣୀ ପରିସଂସ୍ଥା  : ପୁଷ୍କରିଣୀ ମଧୁରଜଳ ପରିସଂସ୍ଥାର ଏକ ପ୍ରକୃଷ୍ଟ ଉଦାହରଣ    ।  ଏହା ଗୋଟିଏ ସ୍ଵୟଙ୍ଗଚାଳିତ ଏବଂ  ସ୍ଵୟଙ୍ଗ ସଂପୂର୍ଣ୍ଣ ପରିସଂସ୍ଥା ଅଟେ   ।

ପୁଷ୍କରିଣୀ ପରିସଂସ୍ଥାର ଉପାଦାନ  : ଏହି ପରିସଂସ୍ଥାରେ ଦୁଇଗୋଟି ଉପାଦାନ ରହିଛି   ,  ତାହା ହେଲା ନିର୍ଜୀବ ଉପାଦାନ ଓ ସଜୀବ ଉପାଦାନ   ।

ନିର୍ଜୀବ ଉପାଦାନ  :

ନିର୍ଜୀବ ଉପାଦାନଗୁଡିକ ହେଲା ଅମ୍ଳଜାନ,  ଅଙ୍ଗାରକାମ୍ଳ , ଯବକ୍ଷାରଜାନ,  ଫସଫରସ, ସଲଫର , କାଲସିୟମ , ମାଗ୍ନେସିୟମ ,  ହ୍ୟୁମିକ ଏସିଡ   ,  ଆମିନୋଏସିଡ   , ଆଲୋକ, ଉତ୍ତପା ଇତ୍ୟାଦି  ।  ଆବଶ୍ୟକ ଅନୁଯାୟୀ ବାୟୁ ଏବଂ ଜଳକୁ ମଧ୍ୟ ପୁଷ୍କରିଣୀ ଭରଣା କରିଥାଏ   ।  ଏହାଛଡା ବାଲିକଣା ଏବଂ କାଦୁଅ ପରି କିଛି କଣିକାମୟ ପଦାର୍ଥ ମଧ୍ୟ ଜଳରେ ରହିଥାଏ   ।

ସଜୀବ ଉପାଦାନ  : ପୁଷ୍କରିଣୀରେ ଥିବାଗୁଡିକ ହେଲା ଉତ୍ପାଦକ , ଭକ୍ଷକ ଓ ଅପଘଟକ   ।

ଉତ୍ପାଦକ  : ସମସ୍ତ ପ୍ରକାର ଜଳଦ ଉଦ୍ଭିଦ ପୁଷ୍କରିଣୀରେ ଉତ୍ପାଦକ ରୂପେ କାର୍ଯ୍ୟ କରନ୍ତି   ।  ଭାଶ୍ଲେଷଣ ପ୍ରକ୍ରିୟାରେ ସୌରଶକ୍ତିକୁ ବିନିଯୋଗ କରି ଉଦ୍ଭିଦମାନେ ଖାଦ୍ୟ ପ୍ରସ୍ତୁତ କରିଥାଆନ୍ତି   ।

ଭକ୍ଷକ  : ପୁଷ୍କରିଣୀରେ ଥିବା ଅପଘଟକମାନକ ମଧ୍ୟରେ କବକ ଓ ବ୍ୟାକଟେରିଆ ହେଉଛନ୍ତି ଅନ୍ୟତମ   ।  ଏମାନେ ପ୍ରାଣୀ ଓ ଉଦ୍ଭିଦମାନଙ୍କ ମୃତଦେହକୁ ବିଘଟିତ କରି ଜୈବିକ ଓ ଅଜୈବିକ ପଦାର୍ଥର ରୂପାନ୍ତରିତ କରନ୍ତି  ।  ଏହି ପଦାର୍ଥ ମୃର୍ତ୍ତିକାରେ ମିଶି ପୁଣି ଜଳଦ ଉଦ୍ଭିଦ ଦେହରେ ପ୍ରବେଶ କରେ   ।

ଏହିପରି ଭାବରେ ପୁଷ୍କରିଣୀ ପରିସଂସ୍ଥାରେ ଶକ୍ତିପ୍ରବାହ ଚାଲୁ ରହିଛି  ।  ସେଥିପାଇଁ ଏହି ପରିସଂସ୍ଥା ସବୁବେଳେ ଗତିଶୀଳ ଏବଂ ଏଥିରେ ଥିବା ଉପାଦାନଗୁଡିକ ପରସ୍ପର ମଧ୍ୟରେ ସନ୍ତୁଳନ ରକ୍ଷା କରି କାର୍ଯ୍ୟ କରନ୍ତି   ।

ମନୁଷ୍ୟକୃତ ପରିସଂସ୍ଥା  :

ବିବର୍ତ୍ତନ ପ୍ରକ୍ରିୟାରେ ମନୁଷ୍ୟ ହେଉଛି ପୃଥିବୀର ସର୍ବପ୍ରଧାନ ସୃଷ୍ଟି   ।  ତାର ଉତ୍କୃଷ୍ଟ ବୋଧଶକ୍ତି ବା ଜ୍ଞାନ ପାଇଁ ସେ ଜୀବମଣ୍ଡଳରେ  ଏକ ପ୍ରତ୍ତିପତ୍ତିଶାଳି ଜାଲି ହିସାବରେ ପରିଗଣିତ    ।  ପରିବେଶକୁ ଦକ୍ଷତାର ସହ ଚଳାଇବାର କ୍ଷମତା ଅନ୍ୟଜୀବମାନଙ୍କ ଅପେକ୍ଷା ମନୁଷ୍ୟର ଅଧିକ ଅଛି   । ତେଣୁ ମନୁଷ୍ୟ ନିଜର ସୁବିଧା ପାଇଁ କେତେଗୁଡିଏ ନିଜେ ତିଆରି କରିଥାଏ   । ସେହି ପରିସଂସ୍ଥାଗୁଡିକୁ  “ କୃତିମ ପରିସଂସ୍ଥା  “ କୁହାଯାଏ   ।  ସେଗୁଡିକ ହେଲା  - ଗ୍ରାମ , ସହର ଏବଂ ନଗର , ଫଳ ବଗିଚା, ବଟିକା , ପ୍ରମୋଦ ଉଦ୍ୟାନ , ବନ୍ଧ ଏବଂ ଜଳ , ଭଣ୍ଡାର , ହ୍ରଦ, ନାଳ ମତ୍ସ୍ୟ ଟାଙ୍କି   , ଜଳାଶୟ , କୃଷିକ୍ଷେତ୍ର ଇତ୍ୟାଦି   ।

ଏଗ୍ରୋଇକୋସିଷ୍ଟମ  :

କୃଷି ସମ୍ବନ୍ଧୀୟ ପରିସଂସ୍ଥାକୁ  “ ଏଗ୍ରୋଇକୋସିଷ୍ଟମ  “ କୁହାଯାଏ   ।  ଏହା ଏକ ଉଚ୍ଚ ତାତ୍ପର୍ଯ୍ୟପୂର୍ଣ୍ଣ ମନୁଷ୍ୟକୃତ ପରିସଂସ୍ଥା   ।  ସାଧାରଣ ଜନତା ଖାଦ୍ୟ ପାଇଁ ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାନ୍ତି  । ଜନସଂଖ୍ୟା ବଢିବା ସଙ୍ଗେ ସଙ୍ଗେ ଖାଦ୍ୟର ଚାହିଦା ବଢୁଥିବାରୁ  ,  ପ୍ରାକୃତିକ ପରିସଂସ୍ଥା ଯଥା ଜଙ୍ଗଲ ଇତ୍ୟାଦିକୁ ସଫା କରି କୃଷିକ୍ଷେତ୍ର ରେ ପରିଣତ କରାଯାଉଛି    ।  ଖାଦ୍ୟ ଛଡା ମଧ୍ୟ ମଣିଷ ନିଜର ପୋଷାକ ପରିଚ୍ଛଦ , ବାସସ୍ଥାନ କରିଥାଏ   ।  ତେଣୁ ପରିବେଶ ସହିତ କୃଷିଜାତ ଦ୍ରବ୍ୟର ଏହି ସମ୍ବନ୍ଧକୁ ଏଗ୍ରୋ-ଇଲୋଲୋଜି କୁହାଯାଏ  । କେତେକ ଫସଲ ପାଇଁ ଜଳବାୟୁ ଏବଂ କୃଷକମାନଙ୍କ ପସନ୍ଦ  ଉପରେ ନିର୍ଭର କରିବାକୁ ପଡିଥାଏ    ।  ମୃର୍ତ୍ତିକାର ଉର୍ବରତା ବଢାଇବା କୃତ୍ରିମ ଉପାୟରେ ଜଳସେଚନ ଏବଂ ବିଭିନ୍ନ ପ୍ରକାର ସାର କୃଷିକ୍ଷେତ୍ରରେ ପ୍ରୟୋଗ କରାଯାଉଛି   ।  ଯାହାଫଳରେ ଉନ୍ନତ ମାନର ଚାଷ କାର୍ଯ୍ୟ ସମ୍ଭବ ହୋଇପାରୁଛି   ।  ଏଗ୍ରୋଇକୋସିଷ୍ଟମ କାର୍ଯ୍ୟ ଦକ୍ଷତା ଉତ୍କୃଷ୍ଟ   ଧରଣ   ।  କିନ୍ତୁ ଏହା ସ୍ଥାୟୀ ନୁହେଁ   । ବନ୍ୟା, ବାତ୍ୟା , ମରୁଡି କିମ୍ବା କୌଣସି ପ୍ରକାର ରୋଗ  ସଂକ୍ରମଣ ହେବା ଫଳରେ ଏହି ପରିସଂସ୍ଥାର ସମସ୍ତ ଫସଲ ନଷ୍ଟ ହୋଇଯାଇଥାଏ   । କିନ୍ତୁ ପ୍ରାକୃତିକ ପରିସଂସ୍ଥାର ବିପର୍ଯ୍ୟୟ ସହିତ ଖାପଖୁଆଇ ଚାଲିବାର କିଛିଟା ସାମର୍ଥ୍ୟ ଅଛି   ।  ଏହା ମନୁଷ୍ୟକୃତ ପରିସଂସ୍ଥାର ଏକ ସୀମାବଦ୍ଧକରଣ   ।

ଜୀବଗୋଷ୍ଠୀ ପରିବେଶିକା

କୌଣସି ଏକ ନିର୍ଦ୍ଧିଷ୍ଟ ସ୍ଥାନ ବା ପରିସ୍ଥାନରେ ବାସ କରୁଥିବା ଅନେକ ପ୍ରଜାତିର ଜୀବମାନଙ୍କ ସମଷ୍ଟିଗତ ଅବସ୍ଥାନକୁ  “ ଜୀବ ଗୋଷ୍ଠୀ  “ କୁହାଯାଏ   ।  ଅନେକ ପ୍ରକାର ର ପ୍ରାଣୀ  ,  ଉଦ୍ଭିଦ ଓ ଅଣୁଜୀବମାନଙ୍କ ନେଇ ଏହି ଜୀବଗୋଷ୍ଠୀ ଗଠିତ ହୁଏ   ।  ଏହି ଜୀବମାନଙ୍କ ମଧ୍ୟରେ ଅପୂର୍ବ ସମନ୍ଵୟ ଦେଖାଦେଇଥାଏ  ।  ଜଙ୍ଗଲ ,  ତୃଣଭୂମି , ପୁଷ୍କରିଣୀ ଆଦିରେ ଥିବା ଜୀବଗୋଷ୍ଠୀ ମଧ୍ୟରେ ପାର୍ଥକ୍ୟ ଦେଖାଦେଇଥାଏ   ।

ଗୋଷ୍ଠୀର ପ୍ରକାର ଭେଦ   :

ଆକାର ଅନୁସାରେ ଗୋଷ୍ଠୀକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି  । ଯଥା –

  1. ମୁଖ୍ୟ ଗୋଷ୍ଠୀ
  2. ଗୌଣ ଗୋଷ୍ଠୀ   ।

ମୁଖ୍ୟଗୋଷ୍ଠୀ  :ମୁଖ୍ୟ ଜୀବଗୋଷ୍ଠୀ ଗୁଡିକ ସ୍ଵୟଂ ସଂପୂର୍ଣ୍ଣ ଏବଂ ଆତ୍ମନିର୍ଭରଶୀଳ ଅଟନ୍ତି   ।  ମୁଖ୍ୟ ଗୋଷ୍ଠୀ ମଧ୍ୟରେ ଅନେକ ଗୁଡିଏ ଗୌଣ ଗୋଷ୍ଠୀ ଥାଆନ୍ତି   ।

ଗୌଣ ଗୌଷ୍ଠୀ  : ଗୌଣ ଗୋଷ୍ଠୀର ଆକାର ଛୋଟ   ।  ଏହା ମୁଖ୍ୟ ଗୋଷ୍ଠୀର ଅଂଶ ବିଶେଷ    ।

ଗୋଷ୍ଠୀର ବୈଶିଷ୍ଟ୍ୟ  : ଅନେକ ଜାତିର ପ୍ରାଣୀ ଓ ଉଦ୍ଭିଦ ମିଶି ଏକ ସମ୍ପ୍ରଦାୟ ଗଠନ କରନ୍ତି ଓ ଏକତ୍ର ବାସ କରନ୍ତି   । ଏମାନେ ପରସ୍ପର ନିର୍ଭରଶୀଳ ଏବଂ କ୍ରିୟାଶୀଳ   ।  ଗୋଷ୍ଠୀର କେତେକ ପ୍ରଜାତି ପ୍ରଭାବଶୀଳ ଭାବରେ ଅଂଶ ଗ୍ରହଣ କରନ୍ତି   ।  ଏମାନଙ୍କୁ ଗୋଷ୍ଠୀ ପ୍ରଧାନ କୁହାଯାଏ   ।  ପ୍ରଜାତିମାନଙ୍କ ସଂଖ୍ୟା  ,  ସେମାନଙ୍କ ଓଜନ ଓ ଉତ୍ପାଦନ ଶକ୍ତିର ଅନୁପାତକୁ ପ୍ରଜାତି ଭିନ୍ନତା ସୂଚୀ କୁହାଯାଏ   ।

ଗୋଷ୍ଠୀର ଗଠନ  : ଗୋଷ୍ଠୀର ଗଠନକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି  ।

  1. ସ୍ଥାନୀୟ ବିନ୍ୟାସ
  2. ଖାଦ୍ୟ ଶୃଙ୍ଖଳ ଅନୁସାରେ ଗୋଷ୍ଠୀ ଗଠନ   ।

ସ୍ଥାନୀୟ ବିନ୍ୟାସ  : ସ୍ଥାନୀୟ ବିନ୍ୟାସ ଅନୁସାରେ ଜୀବର ସ୍ଥାନୀୟ ଆବଣ୍ଟନ ଲମ୍ବ ବା ତଳକୁ ଉପର ସ୍ତରରେ କିମ୍ବା ସମତଳ ସ୍ତରରେ ହୋଇଥାଏ   ।

ଲମ୍ବ ଭାବରେ  / ତଳୁ ଉପର ଆଡକୁ ଆବଣ୍ଟନ  : ଗୋଟିଏ ଜଙ୍ଗଲ ଗୋଷ୍ଠୀରେ ପର୍ବତର ପାଦଦେଶକୁ ଊର୍ଦ୍ଦ୍ଵ ଦେଶ ପର୍ଯ୍ୟନ୍ତ ନିମ୍ନ ପ୍ରକାରେ ବିଭାଜିତ କରାଯାଏ  ।

  • ଜଙ୍ଗଲର ପାଦଦେଶ   ।
  • ତୃଣବହୁଳ ଅଞ୍ଚଳ   ।
  • ବୁଦାବହୁଳ ଅଞ୍ଚଳ   ।
  • ବୃକ୍ଷବହୁଳ ଅଞ୍ଚଳ  ।

ଏହି ଅଞ୍ଚଳମାନଙ୍କର ଆର୍ଦ୍ରତା ଏବଂ ପଢୁଥିବା ସୌରରଶ୍ମୀର ପରିମାଣ ସମାନ ନୁହେଁ  ।  ଉଦ୍ଭିଦମନଙ୍କ ପରିପ୍ରାଣୀମାନଙ୍କର ମଧ୍ୟ ଜଙ୍ଗଲର ପାଦଦେଶକୁ ଶୀର୍ଷ ଦେଶ ପର୍ଯ୍ୟନ୍ତ ଆବଣ୍ଟନ ହୋଇଥାଏ   ।

ସମାନ୍ତରାଳ   : ଭୂମିର ସମତଳ ଭାଗରେ ଜୀବମାନଙ୍କର ଅବସ୍ଥାନକୁ ସମତଳ ଆବଣ୍ଟନ କୁହାଯାଏ   ।  ଏହି ଆବଣ୍ଟନ ତିନି ପ୍ରକାରର   ।   ଯଥା ବିକ୍ଷିପ୍ତ ଆବଣ୍ଟନ ଗୁଳ୍ମ ଆବଣ୍ଟନ ଓ ସମାନ ଆବଣ୍ଟନ  ।

ଖାଦ୍ୟ ଶୃଙ୍ଖଳ ଆନୁସାରେ ଗୋଷ୍ଠୀର ଗଠନ   : ଜୀବଗୋଷ୍ଠୀକୁ ମଧ୍ୟ ଖାଦକ ସମ୍ପର୍କ ଅନୁସାରେ ତିନି ଶ୍ରେଣୀରେ ବିଭକ୍ତ କରାଯାଇଛି  ।  ଯଥା  - ଉତ୍ପାଦକ  ,  ଭକ୍ଷକ ଓ ଅପଘଟକ   ।

  • ଉତ୍ପାଦକ   :ସବୁଜ ଉଦ୍ଭିଦମାନେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ଅଜୈବ ଖାଦ୍ୟ ପ୍ରସ୍ତୃତ କରନ୍ତି  ।  ଗୋଷ୍ଠୀର ଅନ୍ୟ ପ୍ରାଣୀମାନଙ୍କ ପାଇଁ ଏମାନେ ଶକ୍ତିର ମୁଖ୍ୟ ଉତ୍ସ ଅଟନ୍ତି   ।
  • ଭକ୍ଷକ: ଭକ୍ଷକମାନେ ବିଷମଭୋଜି ଅଟନ୍ତି   ।  ଏମାନେ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିପାରନ୍ତି ନାହିଁ କିମ୍ବା ପରୋକ୍ଷଭାବରେ ଖାଦ୍ୟ ପାଇଁ ଉତ୍ପାଦକ ଉପରେ ନିର୍ଭର କରନ୍ତି   ।  ଏହି ଭକ୍ଷକମାନେ ଦୁଇ ପ୍ରକାର – ତୃଣଭୋଜି ଓ ମାଂସଭୋଜି    । ତୃଣଭୋଜି ପ୍ରାଣୀମାନଙ୍କୁ ପ୍ରାଥମିକ ଭକ୍ଷକ କୁହାଯାଏ   । ମାଂସଭୋଜି ପ୍ରାଣୀ ତୃଣଭୋଜି ପ୍ରାଣୀମାନଙ୍କ ମାଂସକୁ ଖାଦ୍ୟରୂପେ ଗ୍ରହଣ କରନ୍ତି  ।  ଏମାନଙ୍କୁ ଦ୍ଵିତୀୟକ ଭକ୍ଷକ କୁହାଯାଏ   ।
  • ଅପଘଟକ  :ବ୍ୟାକ୍ଟେରିଆ ,  କବକ ଆଦି ଅଣୁଜୀବମାନଙ୍କୁ ଅପଘଟକ କୁହାଯାଏ   ।  ଏମାନେ ଉଦ୍ଭିଦ ପ ପ୍ରାଣୀମାନଙ୍କ ମୃତ ଦେହକୁ ବିଘଟନ କରି ଜୈବିକ ପଦାର୍ଥକୁ ଅଜୈବିକ ପଦାର୍ଥରେ ପରିଣତ କରନ୍ତି  ।  ଏଣୁ ଅଜୈବ ପଦାର୍ଥ ମାଟିରେ ମିଶି ଉଦ୍ଭିଦମାନଙ୍କ ଦ୍ଵାରା ସଂଗୃହିତ ହୁଏ   ।  ଉଦ୍ଭିଦ ଗୋଷ୍ଠୀ ପାଇଁ ଖାଦ୍ୟ ଉତ୍ପାଦନ କରେ   ।

ଗୋଷ୍ଠୀ ସୀମା ଓ ତାର ପ୍ରଭାବ   :

ଦୁଇଟି ପାଖାପାଖି ଥିବା ଗୋଷ୍ଠୀ ଅନ୍ତବର୍ତ୍ତୀ ସୀମାକୁ  “ ଗୋଷ୍ଠୀ ସୀମା “ କୁହାଯାଏ   ।  ଉଦାହରଣ – ଜଙ୍ଗଲ ଏବଂ ତୃଣଭୂମି ପରସ୍ପରକୁ ସ୍ପର୍ଶ କରୁଥିବା ଅଞ୍ଚଳ, ନଦୀକୁ ପାର୍ଶ୍ଵବର୍ତ୍ତୀ ଭୂ – ଅଞ୍ଚଳଠାରୁ ପୃଥକ କରୁଥିବା ନଦୀକୂଳ ନଦୀ ଓ ସମୁଦ୍ର ପୃଥକ କରୁଥିବା ନଦୀ ମୁହାଁ ଇତ୍ୟାଦି ଗୋଟିଏ ଗୋଟିଏ ଗୋଷ୍ଠୀ ସୀମା   ।  ଏହି ଅଞ୍ଚଳରେ ଭଲ ଆଶ୍ରୟ ସ୍ଥଳ ଏବଂ ପ୍ରଚୁର ଖାଦ୍ୟ ମିଳେ   ।  ଏଠାରେ ଉଭୟ ଗୋଷ୍ଠୀର ଜୀବ ବାସ କରନ୍ତି   ।  ଏଠାରେ କେତେକ ପ୍ରଜାତିର ଜୀବ ସ୍ଥାୟୀ ଭାବରେ ବାସ କରନ୍ତି ଏବଂ ସେମାନଙ୍କୁ ସୀମା ପ୍ରଜାତି ବୋଲି କୁହାଯାଏ   ।

ପରିବେଶୀ କ୍ରମ ବିସ୍ତାର

ବିଭିନ୍ନ ଜୀବସଂଖ୍ୟାର ସମନ୍ଵୟରେ ଜୀବଗୋଷ୍ଠୀର ଉଦ୍ଭିଦ ହୋଇଥାଏ   ।  ଜୀବଗୋଷ୍ଠୀ ମଧ୍ୟରେ ଅବସ୍ଥିତ ବିଭିନ୍ନ ଜାତିର ପ୍ରାଣୀ ଓ ଉଦ୍ଭିଦ ପରସ୍ପର ମଧ୍ୟରେ ଘନିଷ୍ଟ ସମ୍ପର୍କ ସ୍ଥାପନ କରି ଏବଂ ପରିବେଶର ବିଭିନ୍ନ ଅଜୈବ ଉପାଦାନଗୁଡିକୁ ବିନିଯୋଗ କରି ଅବସ୍ଥାନ କରିଥାଆନ୍ତି   ।  ବିଭିନ୍ନ ଗୋଷ୍ଠୀର ଆବିର୍ଭାବ ,  ବୃଦ୍ଧି ଏବଂ ଧ୍ଵଂସ ପରିବେଶ ଦ୍ଵାରା ନିୟନ୍ତ୍ରଣ ହୋଇଥାଏ   ।  ତେଣୁ ପରିବେଶ ହିଁ ଗୋଷ୍ଠୀ ପରିବର୍ତ୍ତନରେ ମୁଖ୍ୟତଃ ଦାୟୀ ହୋଇଥାଏ  ।  କୌଣସି ପରିବେଶରେ ଚରମ ଅବସ୍ଥା ପ୍ରାପ୍ତି ନିମନ୍ତେ ବହୁ ସମୟ ଲାଗିଥାଏ  ଏବଂ ସେଥିପାଇଁ ଜୀବଗୋଷ୍ଠୀକୁ ବହୁ ଅସ୍ଥିର ଅବସ୍ଥା ଦେଇ ଯିବାକୁ ପଡିଥାଏ   ।  ଜୀବ ଗୋଷ୍ଠୀକୁ ଅସ୍ଥିରଗୋଷ୍ଠୀ  କୁହାଯାଇଥାଏ   ।  ଚରମ ଅବସ୍ଥା ପ୍ରାପ୍ତି ପରେ ଆପେକ୍ଷିକ ଭାବରେ ସ୍ଥିରତା ଦେଖା ଦେଇଥାଏ   ।  ତେଣୁ ଜୀବ ବା ପରିବେଶୀ କ୍ରମବିସ୍ତାର ହେଉଛି  “ ଯେଉଁ ନିର୍ଦ୍ଧିଷ୍ଟ କ୍ରମରେ ବିଭିନ୍ନ ପ୍ରକାରର ଅସ୍ଥିର ଜୀବଗୋଷ୍ଠୀ ପରିବେଶକୁ ଉପଯୋଗକରି ପରିବେଶରେ ସ୍ଥିର ଚରମ ଜୀବଗୋଷ୍ଠୀ ଅବସ୍ଥା ପ୍ରାପ୍ତି ହୋଇଥାଆନ୍ତା   ।

କ୍ରମବିସ୍ତାର ପ୍ରକ୍ରିୟା  :

ଏହି କ୍ରମବିସ୍ତାର ପ୍ରକ୍ରିୟା ନଗ୍ନାଞ୍ଚଳ ରେ ସର୍ବପ୍ରଥମେ ଅଗ୍ରଗତି ଜୀବମାନଙ୍କ ଦ୍ଵାରା ଆରମ୍ଭ ହୋଇଥାଏ  ।  ଏଥିରେ କ୍ରମାଗତ ପରିବର୍ତ୍ତନ ହୋଇ ଜୀବମାନଙ୍କର ସ୍ଥାନାନ୍ତରଣ ଘଟିଥାଏ   ।  ଏହି ସ୍ଥାନାନ୍ତରଣ ନୂତନ ପରିବେଶର ସଂସ୍ଥାପନ ରେ ସହାୟକ ହୋଇଥାଏ  ।  ଏହା ଦ୍ଵାରା ବିଭିନ୍ନ ଜାତିର ପ୍ରାଣୀ ଓ ଉଦ୍ଭିଦମାନଙ୍କର ଏକତ୍ରୀକରଣ ହୁଏ ଏବଂ ପରେ ଜାତି ଜାତି ମଧ୍ୟରେ ପ୍ରତିଦ୍ଵନ୍ଦିତା ର କାରଣ ହୋଇଥାଏ   ।  ଏହି ପ୍ରତିଦ୍ଵନ୍ଦିତା ଦ୍ଵାରା ଜୀବମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥାଏ   ।  କାଳକ୍ରମେ ପରିବେଶ ସହ ବିଭିନ୍ନ ଜୀବଗୋଷ୍ଠୀର ସ୍ଥାୟୀକାରଣ ହୋଇଥାଏ   ।  ସୁତରାଂ କ୍ରମବିସ୍ତାର କାର୍ଯ୍ୟ ଅଗ୍ରଦୂତମାନଙ୍କ ଦ୍ଵାରା ଆରମ୍ଭ ହୋଇ ଚରମ ଅବସ୍ଥାରେ ସମାପ୍ତ ହୋଇଥାଏ ଏବଂ କ୍ରମାନ୍ଵୟରେ ଅସ୍ଥିର ଅବସ୍ଥାକୁ ଏହା ସ୍ଥିର ଅବସ୍ଥା ପ୍ରାପ୍ତ ହୋଇଥାଏ   ।

କ୍ରମବିସ୍ତାର କାରଣ  : କ୍ରମ ବିସ୍ତାର ହେଉଛି ଏକ ପ୍ରକ୍ରିୟା   ।  ଏହି ପ୍ରକ୍ରିୟା ପାଇଁ ବିଭିନ୍ନ କାରକ ସାମଗ୍ରିକ ଭାବରେ କାର୍ଯ୍ୟ କରିଥାନ୍ତି   ।  ପରିବେଶୀ କ୍ରମ ବିସ୍ତାରର ତିନୋଟି ମୁଖ୍ୟ କାରଣ ହେଲା   -

  1. ପ୍ରାଥମିକ କାରଣ
  2. ଅବିଚ୍ଛିନ୍ନ କାରଣ   ।
  3. ସ୍ଥାୟୀ କାରଣ

ପ୍ରାଥମିକ କାରଣ  : ବୃଷ୍ଟିପାତ ,  ବାୟୁଚଳଣ ,  ତାପମାତ୍ରା ଆଦି ପ୍ରାଥମିକ କାରଣଗୁଡିକ କୌଣସି ଅଞ୍ଚଳର ମୃର୍ତ୍ତିକାକ୍ଷୟ   ,  ମୃର୍ତ୍ତିକା ଜମା ହେବା  , ଝଡ ତୋଫାନ ଆଦି ଦ୍ଵାରା ଜୀବର କ୍ରମବିସ୍ତାରରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଆନ୍ତି   ।  ଏହି କାରଣ ଦ୍ଵାରା ନଗ୍ନ ଅଞ୍ଚଳ ସୃଷ୍ଟି ହୋଇଥାଏ   ।

ଆବିଚ୍ଛିନ୍ନ କାରଣ  : ଏହି କାରଣଗୁଡିକ ମଧ୍ୟରେ ଜୀବମାନଙ୍କ ସ୍ଥାନାନ୍ତରଣ ସଂସ୍ଥାପନ  ,  ଏକତ୍ରୀକରଣ   ,  ପ୍ରତିଦ୍ଵନ୍ଦିତା ,  ପ୍ରତିକ୍ରିୟା ଇତ୍ୟାଦି ଅନ୍ତର୍ଭୁକ୍ତ   ।

ସ୍ଥାୟୀ କାରଣ   : ଏଥିରେ ପରିବେଶ ସହ ଜୀବଗୋଷ୍ଠୀର ସ୍ଥାୟୀକରଣ ହୋଇଥାଏ   ।

କ୍ରମବିସ୍ତାର ପ୍ରକାର  : କ୍ରମ ବିସ୍ତାର ଚାରି ପ୍ରକାରର   ।  ଯଥା  -

  • ପ୍ରାଥମିକ କ୍ରମବିସ୍ତାର
  • ମାଧ୍ୟମିକ କ୍ରମବିସ୍ତାର
  • ସ୍ଵଭୋଜୀ କ୍ରମବିସ୍ତାର
  • ପରଭୋଜୀ କ୍ରମବିସ୍ତାର

ପ୍ରାଥମିକ କ୍ରମବିସ୍ତାର :

ପ୍ରାଥମିକ କ୍ରମ ବିସ୍ତାର ନଗ୍ନାଞ୍ଚଳରେ ଘଟିଥାଏ   ।  ଏହି ଅଞ୍ଚଳରେ ସର୍ବ ପ୍ରଥମେ ଦେଖାଯାଉଥିବା ଜୀବମାନଙ୍କୁ ଅଗ୍ରଦୂତ ବୋଲି କୁହାଯାଇଥାଏ  ।  ଉଦ୍ଭିଦମାନଙ୍କ ଦ୍ଵାରା ଏହି ଜୀବବିହୀନ ନଗ୍ନାଞ୍ଚଳରେ ପ୍ରଥମ ବସତି ସ୍ଥାପନ ହୋଇଥାଏ  ।  ଉଦ୍ଭିଦର ଉତ୍ପାଦନକ୍ଷମ ଅଂଶ ଯଥା ମଞ୍ଜି  ,  ରେଣୁ ଆଦି ବିଭିନ୍ନ କାରକମାନଙ୍କ ଦ୍ଵାରା ନଗ୍ନାଞ୍ଚଳକୁ ସ୍ଥାନାନ୍ତରିତ ହୋଇ ପରିବେଶର ଉପଯୋଜନ ଦ୍ଵାରା ଜୀବନ ନିର୍ବାହ କରନ୍ତି   ।  ଚରମାବସ୍ଥା ପ୍ରାପ୍ତି ହେବା ଭିତରେ ବହୁ ଜାତି ନଷ୍ଟ ହୋଇଯାଇଥାନ୍ତା  ।  ଅଥବା ଅନ୍ୟତ୍ର ଚାଲିଯାଇଥାନ୍ତି   ।

ମାଧ୍ୟମିକ କ୍ରମ ବିସ୍ତାର   :

ଏହି ପ୍ରକାରର କ୍ରମ ବିସ୍ତାରରେ ବନ୍ୟା,  ବାତ୍ୟା , ଅଗ୍ନି ଆଦି କେତେକ ପ୍ରାକୃତିକ କାରଣ ଦ୍ଵାରା କୌଣସି ଅଞ୍ଚଳର ସମସ୍ତ ଜୀବସମୂହ ଧ୍ଵଂସ ହୋଇଯାଇଥାନ୍ତି   ।  ଏହା ଛଡା ବିଭିନ୍ନ ଜୈବିକ କାରଣ ଯଥା – ସଂକ୍ରମିତ ରୋଗ ଦ୍ଵାରା ମଧ୍ୟ ଏହି ଅବସ୍ଥା ହୋଇଥାଏ  ।  ତେଣୁ ଏହି ଅଞ୍ଚଳ ବିଭିନ୍ନ ପୋଷାକ ଦ୍ଵାରା ସମୃଦ୍ଧ ହୋଇଥାଏ ଏବଂ ଏଠାରେ ପୁନର୍ବାର ନୂତନ ଜୀବଗୋଷ୍ଠୀ ଆବିର୍ଭାବ ହୋଇ କ୍ରମ ବିସ୍ତାର କରିଥାଆନ୍ତି   ।  ସୁତରାଂ ମାଧ୍ୟମିକ କ୍ରମବିସ୍ତାର ନଗ୍ନଅଞ୍ଚଳ ନ ହୋଇ ଉର୍ବର ଅଞ୍ଚଳରେ ହୋଇଥାଏ   ।

ସ୍ଵଭୋଜୀ କ୍ରମ ବିସ୍ତାର  :

ଏହି ପ୍ରକାରର କ୍ରମ ବିସ୍ତାର ସ୍ଵଭୋଜୀ ଯଥା ସବୁଜ ଉଦ୍ଭିଦମାନଙ୍କ ଦ୍ଵାରା ହୋଇଥାଏ   ।  ଏହା ପ୍ରଥମେ ଅଜୈବ  ପରିବେଶରେ ଆରମ୍ଭ ହୋଇଥାଏ ଏବଂ କ୍ରମେ ଶକ୍ତି ପ୍ରବାହ ଦ୍ଵାରା ଜୈବ ପଦାର୍ଥ ର ଉନ୍ନତି ସମ୍ଭବ ହୋଇଥାଏ   ।

ପରଭୋଜୀ  କ୍ରମ ବିସ୍ତାର   :

ଏହି ପ୍ରକାରର କ୍ରମବିସ୍ତାର ପରଭୋଜୀ ପ୍ରାଣୀମାନଙ୍କ  ଦ୍ଵାରା  ଉପାଦାନ ପରିପୃଷ୍ଟ ଅଞ୍ଚଳରେ ହୋଇଥାଏ  । ବିଭିନ୍ନ ପ୍ରକାରର କବକ ,  ବୀଜାଣୁ , ଇଷ୍ଟ ଆଦି ପ୍ରଥମେ ଏହି ଅଞ୍ଚଳରେ ଦେଖାଯାଆନ୍ତି    ।  ପରିତ୍ୟକ୍ତ ପୁଷ୍କରିଣୀ  ,  ସନ୍ତସନ୍ତିଆ ,  ଅଳିଆ – ଆବର୍ଜନା ଅଞ୍ଚଳ ଇତ୍ୟାଦିରେ ପରଭୋଜୀ କ୍ରମ ବିସ୍ତାର ଦେଖାଦେଇଥାଏ   ।

ଜୀବମାନଙ୍କ ପରିସଂସ୍ଥା ଅନୁଯାୟୀ କ୍ରମବିସ୍ତାର ବିଭିନ୍ନ ନାମକରଣ ହୋଇଥାଏ   ।  ଯଥା  - ଆର୍ଦ୍ର ଉଦ୍ଭିଦ କ୍ରମକ  ,  ମରୁଉଦ୍ଭିଦ କ୍ରମକ   , ପ୍ରସ୍ତର କ୍ରମକ  ,  ବାଲୁକା କ୍ରମକ  , କ୍ଷୁଦ୍ର କ୍ରମକ ଇତ୍ୟାଦି   । ନିମ୍ନରେ ଜଳୋଦ୍ଭବ କ୍ରମକ ଏବଂ ମରୁଉଦ୍ଭିଦ କ୍ରମକ ବିଷୟରେ ବର୍ଣ୍ଣନା କରାଯାଇଛି   ।

ଉଦ୍ଭିଦ ଯୁବକ ଅବସ୍ଥା :

ଜଳୋଦ୍ଭବ କ୍ରମକ ର ଏହା ହେଉଛି ଅଗ୍ରଦୂତ ଅବସ୍ଥା  ।  ଏହି ଅବସ୍ଥାରେ ଉଦ୍ଭିଦର ଜନନ ଅଂଶ ଯଥା ରେଣୁ ,ମଞ୍ଜି ଆଦି ପବନ ଏବଂ ପ୍ରାଣୀମାନଙ୍କ ଦ୍ଵାରା ଆସି ପାଣିରେ ମିଶନ୍ତି   । ଏଥିରୁ ପ୍ରଥମେ ଛୋଟ ଛୋଟ ସ୍ଵଭୋଜୀ ଜୀବ ଉତ୍ପନ୍ନ ହୁଅନ୍ତି ଯେଉଁମାନଙ୍କୁ ଉଦ୍ଭିଦ ପ୍ଳବକ କୁହାଯାଏ  । ସବୁଜ ଶୈବାଳ ,  ଡାୟାଟମ  , ନୀଳ ସବୁଜ ଶୈବାଳ ଆଦିଙ୍କୁ ଉଦ୍ଭିଦ ପ୍ଳବକ କୁହାଯାଏ   । ଏମାନେ ବହୁତ ଶୀଘ୍ର ବଂଶବିସ୍ତାର କରନ୍ତି  । ପ୍ରାଣୀପ୍ଳବକ ମାନେ ଉଦ୍ଭିଦ ପ୍ଲବକମାନଙ୍କୁ ଖାଇଯିବା ଦ୍ଵାରା ଏକ ସମତା ସୃଷ୍ଟି ହୁଏ  ।  ଏହି ପ୍ଳବକମାନଙ୍କର ମୃତ୍ୟୁପରେ ଏମାନେ କ୍ଷୟ ହୋଇ ଜୈବ ଉପାଦାନରେ ବୃଦ୍ଧି ଘଟାଇଥାନ୍ତି  ।  ଏମାନେ ପାଣିତଳେ ମାଟି କାଦୁଅରେ ମିଶି ରହି ପରବର୍ତ୍ତୀ ଅବସ୍ଥା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଥାଆନ୍ତି   ।

ନିମଜ୍ଜିତ ଅବସ୍ଥା  :

ପାଣିର ନିମ୍ନତମ ଅଂଶରେ ଜୈବ ଉପାଦାନରେ ଭରପୁର ଥିବା ନରମମାଟି, କାଦୁଅ ନିମଜ୍ଜିତ ଉଦ୍ଭିଦମାନଙ୍କୁ ବଢିବାର ସାହାଯ୍ୟ  କରିଥାଏ   ।  ଏହି ନିମଜ୍ଜିତ ଉଦ୍ଭିଦଗୁଡିକ ହେଲେ  - ହାଇଡ୍ରିଲା,  ପୋଟାମେଜେଟନ ,  ଭାଲିସନେରିଆ, ନାଜାସ ଇତ୍ୟାଦି  । ମୃତ୍ୟୁପରେ ଏମାନେ ମାଟିରେ ପୋତି ହୋଇ ମାଟିର ଉର୍ବର ଶକ୍ତି ବଢାଇ ଥାଆନ୍ତି ଏବଂ ପରବର୍ତ୍ତୀ ଅବସ୍ଥା ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିଥାଆନ୍ତି   ।

ଭାସମାନ ଅବସ୍ଥା   :

ପାଣିର ସ୍ୱଳ୍ପ ଗଭୀର ସ୍ଥାନରେ ଭାସମାନ ଉଦ୍ଭିଦଗୁଡିକ ଦେଖାଯାଆନ୍ତି  ।  ଏହି ଉଦ୍ଭିଦଗୁଡିକ ହେଲେ  - ବୋରଝାଞ୍ଜି   ,  ପାଣି ସିଙ୍ଗଡା   ,  ଏଜୋଲା ଆଦି  ।  ଏମାନେ ବହୁତ ଜଲଦି ପାଣିକୁ ଆବୃତ କରି ଦିଅନ୍ତି   ।

ଉଭୟଚର ଅବସ୍ଥା  :

ଏହି ଅବସ୍ଥାରେ ଜଳାଶୟଗୁଡିକରେ ଜଳର ସ୍ତାର କମିଯାଇଥାଏ  ।  ବାଲି , ମାଟି ଏବଂ ବିଭିନ୍ନ ଜୀବମାନଙ୍କର ମୃତ ଶରୀର ଦ୍ଵାରା ଏହା ଘଟିଥାଏ   ।  ଏହି ସ୍ତରରେ ଉଭୟଚର ଉଦ୍ଭିଦ ଦେଖାଦେଇଥାଆନ୍ତି  ।  ସୁନୁଶୁଣିଆ,  ପାଣିମରୀଚ ,  କଲମଶାଗ , ଫ୍ରାଗମାଈଟସ ଆଦି ଏହି ଶ୍ରେଣୀ ଅନ୍ତର୍ଭୁକ୍ତ   ।

ତୃଣ ଅବସ୍ଥା :

ଏହି ଅବସ୍ଥାରେ ଜଳସ୍ତର ଆହୁରି କମିଯାଇଥାଏ   । ତେଣୁ ତୃଣ ଜାତୀୟ ଉଦ୍ଭିଦମାନେ ଏହି ସନ୍ତସନ୍ତିଆ ପରିବେଶରେ ଭଲ ବଢିଥାଆନ୍ତି  ।  ବିଭିନ୍ନ ପ୍ରକାରର ଘାସ   , ବେଣା , ମୁଠା , ଦୁବ ଆଦି ଶ୍ରେଣୀର ଅନ୍ତର୍ଭୁକ୍ତ   ।  ଏହି ଅବସ୍ଥାରେ ତୃଣଗୁଡିକ ଖୁବ ଶୀଘ୍ର ଜଳ ଉତ୍ସେହନ କରିଥାଆନ୍ତି ଏବଂ ମାଟିର ଉର୍ବର ଶକ୍ତି ବଢିବାରେ ସାହାଯ୍ୟ କରିଥାଆନ୍ତି   ।

ଗୁଳ୍ମ ଅବସ୍ଥା  :

ଏହି ଅବସ୍ଥାରେ ମୃର୍ତ୍ତିକା ବିଭିନ୍ନ ଜୈବିକ ଓ ଅଜୈବିକ ଉପାଦାନରେ ସମୃଦ୍ଧ ହୋଇଥାଏ   ।  ପ୍ରଖର ସୂର୍ଯ୍ୟତାପକୁ ସହ୍ୟ କରିପାରିବା ଏବଂ ଜଲଧାରଣ କରିପାରିବାର କ୍ଷମତା ଏହି ଉଦ୍ଭିଦମାନଙ୍କର ଥାଏ   । ଆଲନାସ ,  ପପୁଲସ   ,  ସାଲିକସ ,  ସୋପାଲାନଥସ ଇତ୍ୟାଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ  ।  ଏହି ଜାତିର ଉଦ୍ଭିଦମାନେ ଅଧିକ ଜଲ ଉତ୍ସେଦନ କରୁଥିବାରୁ ଜଳସ୍ତର କମିଯାଇଥାଏ   ।  ଏମାନେ ଅଧିକା ମୃର୍ତ୍ତିକା ତିଆରି କରିଥାଆନ୍ତି  ।

ଚରମ ଅବସ୍ଥା   :

ଚରମାବସ୍ଥା ଜଳବାୟୁ ଉପରେ ନିର୍ଭର କରିଥାଏ   ।  ବିଭିନ୍ନ ଜାତିର ନୂଆ ବୃକ୍ଷ ଏହି ଅବସ୍ଥାରେ ଦେଖାଯାଆନ୍ତି   ।  ଏହାକୁ ବୃକ୍ଷାବୃତ ଅଞ୍ଚଳ ମଧ୍ୟ କୁହାଯାଏ  ।  ଏହି ବୃକ୍ଷମାନଙ୍କର ଘନତ୍ଵ ଅଧିକ ହେଲେ ଏମାନେ ଜଙ୍ଗଲ ସୃଷ୍ଟି କରିଥାଆନ୍ତି   । ଜଳବାୟୁ ଅନୁଯାୟୀ ବିଭିନ୍ନ ପ୍ରକାରର ଜଙ୍ଗଲ ଦ୍ରୁଷ୍ଟିଗୋଚର ହୋଇଥାଏ   । ଚରମ ଅବସ୍ଥା ତୁଳନାତ୍ମକ ଭାବରେ ସ୍ଥାୟୀ ଅଟେ  ।  ଅବଶ୍ୟ ଏହା ବିଭିନ୍ନ କାରକମାନଙ୍କ ଦ୍ଵାରା ପରିବର୍ତ୍ତିତ ହୋଇପାରେ  ।

ମରୁଉଦ୍ଭିଦ କ୍ରମଶକ  :

ସାଧାରଣତଃ ପ୍ରସ୍ତର , ନଗ୍ନଶିଳା , ବନ୍ଧୁର ସ୍ଥାନ ଆଦି ଉପରେ ଯେଉଁମାନେ କ୍ରମବିସ୍ତାର କରିଥାଆନ୍ତି   ,  ସେମାନଙ୍କୁ ମରୁଉଭବ କ୍ରମିକ କୁହାଯାଇଥାଏ   । ବିଭିନ୍ନ ସ୍ତର ଦେଇ ଏମାନେ ଚରମ ଅବସ୍ଥା ପ୍ରାପ୍ତ ହୋଇଥାଆନ୍ତି   ।  ଏହି ଅବସ୍ଥାଗୁଡିକ ହେଲା  -

  • ପର୍ପଟ ଆକାର ଫୁରଫୁରି ଅବସ୍ଥା  : ଶିଳା ଉପରେ କୌଣସି ଉଦ୍ଭିଦ ବଞ୍ଚି ରହିବା ସମ୍ଭବ ନୁହେଁ   ।  କିନ୍ତୁ ଫୁରଫୁରି ଜାତୀୟ ଉଦ୍ଭିଦମାନେ କାର୍ବୋନିକ ଅମ୍ଳ ପ୍ରସ୍ତୁତ କରିଥାଆନ୍ତି  ,  ଯାହାକି ଶିଳାର ଅପଘଟନରେ ସହାୟକ ହୋଇଥାଏ  ।  ତେଣୁ ଏହି ପର୍ପଟ ଆକାର ଫୁରଫୁରିମାନେ ଶୁଷ୍କ ଶିଳାଉପରେ ପ୍ରଥମେ ଦେଖାଯାଆନ୍ତି   ।  ଏମାନେ ମରୁଉଦ୍ଭିଦ କ୍ରମର ଅଗ୍ରଦୂତ ଅଟନ୍ତି  ।  ଭାଇନୋଡିନା   , ଲେକାନୋରା  ,  ରାଇଜୋକାରପାନ ଆଦି ଏହି ଶ୍ରେଣୀ ଅନ୍ତର୍ଭୁକ୍ତ  ।  ଏଗୁଡିକ ମୃତ୍ୟୁ ପରେ  କିଛି ଜୈବିକ ଉପାଦାନ ଶିଳା ଉପରେ ସିଞ୍ଚି ହୋଇଥାଏ ଯାହାକି ପରବର୍ତ୍ତୀ ଅବସ୍ଥା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ   ।
  • ପର୍ଣ୍ଣରୂପୀ ଫୁରଫୁରି ଅବସ୍ଥା   : ଏହି ଅବସ୍ଥାରେ ଶିଳା ରେ କିଛି ମୃର୍ତ୍ତିକା ଅଂଶ ଦେଖିବାକୁ ମିଳେ ଯାହା ଉପରେ ପର୍ଣ୍ଣରୂପୀ ଶ୍ରେଣୀ ଫୁରଫୁରିମାନେ ବଂଶ ବିସ୍ତାର କରିଥାଆନ୍ତି   ।  ପାରମେଲିଆ  ,  ଆମ୍ବେଲିକାରିଆ   ,  ଡେରମାଟୋକାରପାନ ଆଦି ପୂର୍ଣ୍ଣ ଫୁରଫୁରି ଶ୍ରେଣୀର ଅନ୍ତର୍ଭୁକ୍ତ   ।  ଏମାନଙ୍କ ମୃତ୍ୟୁପରେ ମୃର୍ତ୍ତିକାର ପରିମାଣରେ ବୃଦ୍ଧି ଘଟିଥାଏ    ।
  • ହରିତା ଅବସ୍ଥା   : ଏହି ଅବସ୍ଥାରେ ଶୁଷ୍କ ହରିତା ବା ମସ ଉଦ୍ଭିଦଗୁଡିକ କ୍ରମବିସ୍ତାର କରିଥାଆନ୍ତି   ।  ପଲିଟ୍ରିକମ  ,  ଟରଟୁଲା ,  ଗ୍ରୀମିଆ ଆଦି ଏହି ମସ ଶ୍ରେଣୀର ଅନ୍ତର୍ଭୁକ୍ତ  । ଫୁରଫୁରିମାନଙ୍କର ମୃତ୍ୟୁ ପରେ ଜୈବ ଏବଂ ଅଜୈବ ଉପାଦାନ ଦ୍ଵାରା ପରିବେଶରେ ଉନ୍ନତି ଦେଖାଦେଇଥାଏ  , ଯାହାକି ମସମାନଙ୍କୁ ବଞ୍ଚିବା ନିମନ୍ତେ ସହାୟକ ହୋଇଥାଏ   ।
  • ତୃଣ ଅବସ୍ଥା  : ବାୟୁମଣ୍ଡଳର ଏହି ଅବସ୍ଥାରେ ଜଳୀୟବାଷ୍ପର ପରିମାଣ ବଢି ଯାଇଥାଏ   ।  ଏହା ସଙ୍ଗେ ସଙ୍ଗେ ମୃର୍ତ୍ତିକା ପରିମାଣ ମଧ୍ୟ ବୃଦ୍ଧି ପାଇଥାଏ   ।  ଏହି ଅନୁକୂଳ ପରିବେଶ ମଧ୍ୟରେ ମରୁଜ ତୃଣମାନେ ଦେଖା ଦେଇଥାଆନ୍ତି   ।  ପୋଆ,  ସୋଲିଡାଗୋ ,  ଆରଷ୍ଟିଡା ଇତ୍ୟାଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ    ।
  • ଗୁଳ୍ମ ଅବସ୍ଥା  : ଉପରୋକ୍ତ ଜୀବମାନଙ୍କର ମୃତ୍ୟୁଯୋଗୁଁ ଜୈବିକ ପୋଷାକର ପରିମାଣ ମୃର୍ତ୍ତିକାରେ ବୃଦ୍ଧି ହୁଏ ଏବଂ ମୃର୍ତ୍ତିକାର ଜଳଧାରଣ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ   ।  କାଳକ୍ରମେ ଗୁଳ୍ମ ଜାତୀୟ ଉଦ୍ଭିଦମାନେ ହିଁ ଅଞ୍ଚଳକୁ ଦାଖଲ କରିଥାଆନ୍ତି   ।  ସିଜୁଳ , କାକଟାସ , ରସ , ଫାଇଟୋକାରପାସ ଆଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ  ।
  • ଚରମ ଅବସ୍ଥା  : ଏହି ଅବସ୍ଥାରେ ମୃର୍ତ୍ତିକାର ଉର୍ବର ଶକ୍ତି ଆହୁରି ବଢି ଯାଇଥାଏ   ।  ଝାଉଁ ,  ଖଜୁରୀ,  ଓଡଶମାରି  , ଆକାଶିଆ  ଆଦିର ଜାତିର ମରୁ ଉଦ୍ଭିଦମାନେ ଏହା ଉପରେ ବଂଶବୃଦ୍ଧି କରିଥାଆନ୍ତେ  । ଚରମ ଅବସ୍ଥା ପ୍ରାୟତଃ ତୁଳନାତ୍ମକ ଭାବରେ ସ୍ଥାୟୀ ଅଟେ   ।  ଅବଶ୍ୟ ଚରମ ଅବସ୍ଥା ଉକ୍ତ ଅଞ୍ଚଳର ଜଳବାୟୁ ଉପରେ ନିର୍ଭର କରିଥାଏ   ।  ଜୀବମାନଙ୍କର କ୍ରମ ବିସ୍ତାର ପ୍ରକ୍ରିୟା ବିଭିନ୍ନ ଅସ୍ଥିର ଗୋଷ୍ଠୀ ମଧ୍ୟଦେଇ ପରିଶେଷରେ ଚରମଅବସ୍ଥାରେ ତୁଳନାତ୍ମକ   ।

ସ୍ଥିର ଜୀବଗୋଷ୍ଠୀ ସମ୍ପାଦାନରେ ସମାପ୍ତ ହୋଇଥାଏ   ।  ସୁତରାଂ କୌଣସି ଅଞ୍ଚଳରେ ଅବସ୍ଥିତ ପରିବେଶୀ କାରକମାନଙ୍କ ସହ ଚରମାବସ୍ଥା ପ୍ରାପ୍ତି ଜୀବ ଗୋଷ୍ଠୀ ଭାରସାମ୍ୟ ରକ୍ଷା କରିଥାଏ   ।

ଚରମ ଜୀବଗୋଷ୍ଠୀ ସିଦ୍ଧାନ୍ତ   :

ଜୀବମାନଙ୍କର କ୍ରମବିସ୍ତାର ପ୍ରକ୍ରିୟା ବିଭିନ୍ନ ଅସ୍ଥିର ଗୋଷ୍ଠୀ ମଧ୍ୟ ଦେଇ ପରିଶେଷରେ ଚରମ ଅବସ୍ଥାରେ ସ୍ଥିର ଜୀବଗୋଷ୍ଠୀ ସମ୍ପାଦାନ ସମାପ୍ତ ହୋଇଥାଏ  ।  ଏହାକୁ ବୁଝିବା ନିମନ୍ତେ ଦୁଇଟି ସିଦ୍ଧାନ୍ତ ଉପରେ ଗୁରୁତ୍ଵ ଦିଆଯାଇପାରେ   ।

  1. ଏକ ଚରମ ସିଦ୍ଧାନ୍ତ
  2. ବହୁତ ଚରମ ସିଦ୍ଧାନ୍ତ

ଏକ ଚରମ ସିଦ୍ଧାନ୍ତ :

ଏହି ସିଦ୍ଧାନ୍ତ ଅନୁଯାୟୀ କୌଣସି ଅଞ୍ଚଳର ଚରମ ଗୋଷ୍ଠୀ ଉକ୍ତ ଅଞ୍ଚଳର ଆଦିମ କାରକ ଉପରେ ନିର୍ଭର କରିଥାଏ   ।  ଏହା କେବଳ ଗୋଟିଏ କାରକ ଦ୍ଵାରା ନିଯନ୍ତ୍ରତ ହୋଇଥିବା ଯୋଗୁଁ ଏହାକୁ ଏକ ଚରମ ସିଦ୍ଧାନ୍ତ କୁହାଯାଇଥାଏ   ,  ଫ୍ରେଡରିକ କ୍ଳେମେଣ୍ଟସ ଏହି ସିଦ୍ଧାନ୍ତର ପ୍ରବର୍ତ୍ତକ ଅଟନ୍ତି   ।

ବହୁତ ଚରମ ସିଦ୍ଧାନ୍ତ    :

ଏହି ସିଦ୍ଧାନ୍ତ ଅନୁଯାୟୀ କୌଣସି ଅଞ୍ଚଳରେ ଜୀବଗୋଷ୍ଠୀର ଚରମ ଅବସ୍ଥା ପ୍ରାପ୍ତି ନିମନ୍ତେ ଏକାଧିକ କାରକ ଦରକାର ହୋଇଥାଆନ୍ତି   ।  ତେଣୁ ଏହାକୁ  “ ବହୁଳ ଚରମ ସିଦ୍ଧାନ୍ତ “ କୁହାଯାଇଥାଏ  ।  ବୈଜ୍ଞାନିକ ବ୍ରାଉନ ବ୍ଲାନକେଟ ଓ ଟନସଲେ ଏହି ସିଦ୍ଧାନ୍ତର ପ୍ରବର୍ତ୍ତକ ଅଟନ୍ତି   ।

ପରିସଂସ୍ଥାର ଉତ୍ପାଦନ କ୍ଷମତା

ପରିସଂସ୍ଥାର ଉତ୍ପାଦନ କ୍ଷେମତା ସେହି ପରିସଂସ୍ଥାରେ ଥିବା ସବୁଜ ଉଦ୍ଭିଦ ନିର୍ଭର କରିଥାଏ   । ସବୁଜ ଉଦ୍ଭିଦକୁ ଉତ୍ପାଦକ କୁହାଯାଏ   । କାରଣ ଏହା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ସୌରଶକ୍ତିରେ ପରିବର୍ତ୍ତନ କରି ପରିସଂସ୍ଥାର ଉତ୍ପାଦନ କ୍ଷମତା ହାସଲ କରିଥାଏ  । ତେଣୁ ଯେକୌଣସି ଖାଦ୍ୟ ସ୍ତରରେ ସଞ୍ଚିତ ଶକ୍ତିର ହାର ,  ଏକକ ସମାସୀ ଏବଂ ଏକକ ଆୟତନ ମାଧ୍ୟମରେ ପ୍ରକାଶକୁ  “ ଉତ୍ପାଦନ କ୍ଷମତା “ କୁହାଯାଏ   ।  ଏହାକୁ ପରିପାର୍ଶ୍ଵ ବିଜ୍ଞାନର ଏକ ଶାଖା ବୋଲି ଧରାଯାଇଛି ଏବଂ ଏହାର ନାମ ହେଉଛି “ ପ୍ରଡକସାନ ଇକୋଲୋଜି  “ ।

ପ୍ରାଥମିକ ଉତ୍ପାଦନ କ୍ଷମତା

ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ସବୁଜ ଉଦ୍ଭିଦ ସର୍ବ ପ୍ରଥମେ ସୌରଶକ୍ତିକୁ ଯେଉଁ ଶକ୍ତି ଆହରଣ କରିଥାଏ  ।  ତାହାକୁ “ ପ୍ରାଥମିକ କ୍ଷମତା  “ କୁହାଯାଏ   ।  ଏହି କ୍ଷମତା ଚିରହରିତ ଅରଣ୍ୟ ପରିସଂସ୍ଥାରେ ଅଧିକ ହୋଇଥାଏ    ।  କାରଣ ଏହି ଅଞ୍ଚଳରେ ଉଦ୍ଭିଦ ବର୍ଷ ସାରା ସୂର୍ଯ୍ୟାଲୋକ  ପାଉଥିବାରୁ ପ୍ରଚୁର ସୌର ଶକ୍ତି ସଞ୍ଚୟ କରିଥାଆନ୍ତା କିନ୍ତୁ ତୁନ୍ଦ୍ରାଞ୍ଚଳରେ ଉଦ୍ଭିଦମାନେ ସୂର୍ଯ୍ୟାଲୋକ ଅଭାବରୁ ଅଳ୍ପ ସୌରଶକ୍ତି ସଞ୍ଚୟ କରିଥାଆନ୍ତି   । ତେଣୁ ଆଲୋକ ସଂଶ୍ଳେଷଣ ପରିମାଣ ଉପରେ ହିଁ ଉତ୍ପାଦନ କ୍ଷମତା ନିର୍ଭର କରିଥାଏ   ।  ଏହି ପ୍ରାଥମିକ ଉତ୍ପାଦନ କ୍ଷମତା ପୁଣି ଦୁଇ ଭାଗରେ ବିଭକ୍ତ  ।  ଯଥା  - ମୋଟ ପ୍ରାଥମିକ ଉତ୍ପାଦନ ଶକ୍ତି ଓ ବଳକା ଉତ୍ପାଦନ ଶକ୍ତି   ।

ମୋଟ ପ୍ରାଥମିକ ଉତ୍ପାଦନ ଶକ୍ତି   :

ଉତ୍ପାଦକମାନଙ୍କ ଦ୍ଵାରା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ପ୍ରସ୍ତୁତ ହେଉଥିବା ସମସ୍ତ ସ୍ଥିତିଜ ରାସାୟନିକ ଶକ୍ତିକୁ ମୋଟ ପ୍ରାଥମିକ ଉତ୍ପାଦନ ଶକ୍ତି କୁହାଯାଏ  ।

ବଳକା ଉତ୍ପାଦନ ଶକ୍ତି  :

ଏହା ଉତ୍ପାଦକ ଦ୍ଵାରା ଗଚ୍ଛିତ ହୋଇଥିବା ଜୈବପଦାର୍ଥର ଓଜନକୁ ବୁଝାଇ ଥାଏ  ।  ମୋଟ ପ୍ରାଥମିକ ଉତ୍ପାଦନ ଶକ୍ତିର ପରିମାଣରୁ ଉଦ୍ଭିଦର ଶ୍ଵସନ କ୍ରିୟାରେ ନିୟୋଜିତ ଶକ୍ତିକୁ ବିୟୋଗକାଲେ ବିୟୋଗଫଳ ବଳକା ପ୍ରାଥମିକ ଉତ୍ପାଦନ ଶକ୍ତି   ।

ଦ୍ଵିତୀୟ ଉତ୍ପାଦନ କ୍ଷମତା  :

ଭକ୍ଷକମାନଙ୍କ ଦ୍ଵାରା ଜୈବିକ ପଦାର୍ଥର ପୁନଃ ସଂଶ୍ଳେଷଣର ହାରକୁ ଦ୍ଵିତୀୟକ ଉତ୍ପାଦନ କ୍ଷମତା କୁହାଯାଏ   ।  ଶକ୍ତିର ହାର ଉତ୍ପାଦକମାନଙ୍କ ସଂଖ୍ୟା ,  ପରିଚାଳନା ଏବଂ ଗଛିତ ସକ୍ରିୟ ଉପରେ ନିର୍ଭର କରିଥାଏ   ।  ଶ୍ଵସନ କ୍ରିୟାରେ ନଷ୍ଟ ହେଉଥିବା ଶକ୍ତିର ହାର ଉତ୍ପାଦକମାନଙ୍କ ପାଇଁ ୨୦% ତୃଣ ଭୋଜିମାନଙ୍କ ପାଇଁ ୩୦% ଏବଂ ମାଂସାଶୀ ପ୍ରାଣୀମାନଙ୍କ ପାଇଁ ୬୦% ଇତ୍ୟାଦି   ।  ସେଥିପାଇଁ ବଳକା ଉତ୍ପାଦନ , କ୍ଷମତା ପ୍ରତ୍ୟେକ ଖାଦ୍ୟସ୍ତରରେ ହ୍ରାସ ପାଇଥାଏ   ।

ଆଧାର :ଡକ୍ଟର ମନୋରମା ପତ୍ରୀ

Last Modified : 2/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate