অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାଗ ଓ ଜଳବାୟୁ (ଓଡିଶାର ଜଳବାୟୁ)

ଏହି  ରାଜ୍ୟ  ଭାରତୀୟ  ଉପମହାଦେଶର  ପୂର୍ବଦିଗରେ  ୧୭ ° - ୩୯° ରୁ ୨୨° - ୩୪° ଉତ୍ତର ଅକ୍ଷାଂଶ ଏବଂ ୮୧° – ୨୭° ରୁ ୮୭° – ୨୯°  ପୂର୍ବ   ଦ୍ରାଘିମା  ମଧ୍ୟରେ  ଅବସ୍ଥିତ । ଏହାର  ଭୌଗଳିକ   କ୍ଷେତ୍ରଫଳ  ୧୫ . ୪୮ ନିୟୁତ  ହେକ୍ଟର  । ଏହାର  ଦକ୍ଷିଣ  ଦିଗରେ  ବଙ୍ଗୋପସାଗର , ପୁର୍ବରେ  ପୂର୍ବବଙ୍ଗ  ରାଜ୍ୟ , ଉତ୍ତରରେ  ବିହାର ରାଜ୍ୟ , ପଶ୍ଚିମରେ   ମଧ୍ୟପ୍ରଦେଶ  ଓ  ଦକ୍ଷିଣ  ପଶ୍ଚିମରେ  ଆନ୍ଧ୍ର ପ୍ରଦେଶ  ଅବସ୍ଥିତ । ଓଡିଶାର   ଉତ୍ତର - ପୂର୍ବାଂଶ ଉତ୍ତରରୁ  ଦକ୍ଷିଣ – ପୂର୍ବକୁ  ଓ  ଦକ୍ଷିଣ  ପଶ୍ଚିମାଂଶ  ଦକ୍ଷିଣରୁ  ଉତ୍ତର  ମଶ୍ଚିମକୁ   ଢାଲୁ । ଓଡିଶା  ରାଜ୍ୟ  ମାଳଭୂମି , ପାହାଡ , ଉପତ୍ୟକା , ଅଧିତ୍ୟକା   ପୂର୍ବ  ଏକ  ବିଚିତ୍ର  ରାଜ୍ୟ  । ଭୌଗଳିକ  ଅବସ୍ଥିତି  ଓ  ଗଠନ  ଦୃଷ୍ଟିରୁ  ଏହି  ରାଜ୍ୟକୁ  ୪ଟି ଭୂପ୍ରାକୃତିକ   ବିଭାଗରେ  ବିଭକ୍ତ  କରାଯାଇଛି   ।

ଉତ୍ତରୀୟ ମାଳଭୂମି

ଅବିଭକ୍ତ   ମୟୂରଭଞ୍ଜ , କେନ୍ଦୁଝର ଓ  ସୁନ୍ଦରଗଡ  ଜିଲ୍ଲା  ଏହାର  ଅନ୍ତର୍ଗତ   । ମେଘାସନ , ଶିମିଳିପାଳ , ଗୋରୁ  ମହିଷାଣୀ , ବାଦାମପାହାଡ , ମାଙ୍କଡନଚା , ଗନ୍ଧମାର୍ଦ୍ଧନ  ସମେତ   ଟେନସା – ୪ ବଣେଇ  ପାହାଡମାଳା (୧୬୦୦ – ୩୮୨୩ ଫୁଟ  ଉଚ୍ଚ  ପାହାଡ) ଏବଂ  ସୁବର୍ଣ୍ଣରେଖା , ବୁଢାବଳଙ୍ଗ , ବୈତରଣୀ, ବ୍ରାହ୍ମଣୀ , ଇବ , ଶଙ୍ଖ  କୋଇଲି , ଇତ୍ୟାଦି  ବଡ  ଓ  ଛୋଟ  ନଦୀ   ଏବଂ  ଶିମିଳିପାଳ , ଯଶିପୁର , ପଧାନ ପାଟ , ଦେଓଗଡ  ଇତ୍ୟାଦି  ଜଙ୍ଗଲ  ଏ  ଅଞ୍ଚଳର  ଜଳବାୟୁକୁ  ପ୍ରଭାବିତ   କରୁଛନ୍ତି   ।

କେନ୍ଦ୍ରୀୟ ଅଧିତ୍ୟକା

ଅବିଭକ୍ତ  ବଲାଙ୍ଗୀର , ସମ୍ବଲପୁର , ଓ  ଢେଙ୍କାନାଳ ଜିଲ୍ଲା  ଏହାର  ଅନ୍ତର୍ଗତ  । ଏହି  ଅଧିତ୍ୟକା  ଦେଇ  ତେଲ , ସୁଖ  ତେଲ , ମହାନଦୀ , ଅଙ୍ଗ , ଜିରା , ଦନ୍ତା , ବ୍ରାହ୍ମଣୀ  ଓ  ଅନ୍ୟ  କେତେକ  ଛୋଟ  ନଦୀ  ପ୍ରବାହିତ   । ହରିଶଙ୍କର , ବୁଢାରଜା , କପିଳସ , ପାଲଲହଡା , ମାଲ୍ୟଗିରି  ଇତ୍ୟାଦି  ଛୋଟ  ବଡ  ପାହାଡ  (୧୪୦୦ – ୨୪୦୦ ଫୁଟ) ମଧ୍ୟମ  ଧରଣର  ଶାଳ ଓ  ମିଶିତ  ଜଙ୍ଗଲ  ଏହାର  ଜଳବାୟୁ  କରକ  ଅଟନ୍ତି   ।

ପୂର୍ବାଘାଟ ପର୍ବତମାଳା

କଳାହାଣ୍ଡି , କୋରାପୁଟ  ଓ  ଫୁଲବାଣୀ  ଜିଲ୍ଲା  ଏ  ଅଞ୍ଚଳ  ଅନ୍ତର୍ଗତ   । ଏହି  ଅଞ୍ଚଳ  ପୂର୍ବଘାଟ  ପର୍ବତମାଳାର   ଉତ୍ତର  ଅଂଶରେ  ଅବସ୍ଥିତ   ।  ଶୁଙ୍କି , ପଟାଙ୍ଗି  ଓ  ଦେଓମାଳା  ଭଳି  ଅତ୍ୟୁଚ୍ଚ  ପାହାଡମାଳା , ବାଲିଗୁଡା , କନ୍ଧମାଳ , ଉଦୟଗିରି  ଭଳି   ମଧ୍ୟମ  ଧରଣର  ପାହାଡମାଳା  ଓ  ଅନ୍ୟାନ୍ୟ  ଛୋଟ  ଛୋଟ  ପାହାଡମାଳା   ଏବଂ  ବଂଶଧାରା , ନାଗାବଳୀ କୋଲାବ , ଇଲାବଣ୍ଡ  ସିଲେରୁ , ଗୋଟେରୁ  ମାଛକୁଣ୍ଡ , ସାବେରୀ , ହାଣନଦୀ , ଇନ୍ଦ୍ରନଦୀ  ଇତ୍ୟାଦି   ନଦୀ  ସମୁଦ୍ର  ଓ  ଘଞ୍ଚ  ଅରଣ୍ୟ   ଏ  ଅଞ୍ଚଳର  ବୈଶିଷ୍ଟ୍ୟ   । ଏ  ଅଞ୍ଚଳ  ଆଦିବାସୀ   ଅଧ୍ୟୁସିତ  ଅନୁନ୍ନତ  ଅଞ୍ଚଳ    ।

ଉପକୂଳସ୍ଥ ଓ  ସମତଳ  ଭୂମି

ବାଲେଶ୍ଵର , କଟକ , ପୁରୀ  ଓ  ଗଞ୍ଜାମ  ଜିଲ୍ଲା   ଏହାର  ଅନ୍ତର୍ଗତ   ।  ଏହି ୪ଟି  ଜିଲ୍ଲା   ବଙ୍ଗୋପସାଗର  ଉପକୂଳରେ  ପୂର୍ବରୁ  ପଶ୍ଚିମକୁ   ବିସ୍ତୃତ   ।  ଏହି  ଅଞ୍ଚଳ  ୩ଟି  ଉପବିଭାଗ  ରହିଛି  । (କ) ପଶ୍ଚିମଭାଗ  ପାହାଡିଆ , ଛୋଟ  ବଡ  ପାହାଡ  ଓ  ଜଙ୍ଗଲପୂର୍ଣ୍ଣ (ନୀଳଗିରି , ବଡମ୍ବା , ତୀଗିରିଆ , ଆଠଗଡ , ନରସିଂହପୁର , ଦଶପଲ୍ଲା , ନୟାଗଡ , ଖଣ୍ଡପଡା )  । (ଖ) ମଧ୍ୟଭାଗ  ସମତଳ  ଭୂମି ଓ  (ଗ) ପୂର୍ବଭାଗସ୍ଥ  ସମୁଦ୍ରକୂଳିଆ  ନଦୀମୁହାଣ , ଖାଲ , ନିମ୍ନ ଓ  ଲୁଣି  ଅଞ୍ଚଳ   । ଏହି  ଅଞ୍ଚଳ  ତଳହଟି  ନାମରେ  ମଧ୍ୟ  ପରିଚିତ   । ଖ ଓ  ଗ ଉପବିଭାଗ ସାଧାରଣତଃ  ସମତଳ  ବ୍ରାହ୍ମଣୀ , ବୈତରଣୀ , ସାଳନ୍ଦି , ବୁଢାବଳଙ୍ଗ , କାଂଶବାଂଶ , କୁଶଭଦ୍ରା , ମହାନଦୀ , କାଠଯୋଡି , ଦେବୀ , ଦୟା , ଭାର୍ଗବୀ , ଲୁଣା , ଚିତ୍ରୋତ୍ପଳା  ଇତ୍ୟାଦିରେ  ଶାଖା ଓ  ପ୍ରଶାଖା  ନଦୀମାନଙ୍କର  ଜାଲଭଳି  ବିସ୍ତ୍ରୁତ  ତ୍ରିକୋଣଭୂମି   । ଏହା  ମଧ୍ୟ  ଓଡିଶାର  ବନ୍ୟା  ପ୍ରପୀଡିତ  ଅଞ୍ଚଳ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ  ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 7/3/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate