অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାଗ ଓ ଜଳବାୟୁ (ଓଡିଶାରେ ଉଜ୍ଜ୍ଵଳ ସୂର୍ଯ୍ୟାଲୋକ ପରିମାଣ)

ଓଡିଶାରେ ଉଜ୍ଜ୍ଵଳ ସୂର୍ଯ୍ୟାଲୋକ ପରିମାଣ

ଓଡିଶାରେ  ଦୈନିକ  ହାରାହାରି  ସୂର୍ଯ୍ୟାଲୋକ  ପରିମାଣ  ୭.୩ ଘଣ୍ଟା   । ଆଷାଢ  ଓ  ଶ୍ରାବଣ  ମାସରେ  ଏହି  ପରିମାଣ  ଦୈନିକ  ୩ – ୪ ଘଣ୍ଟାକୁ  ହ୍ରାସପାଏ   ଏବଂ  ଫାଲ୍ଗୁନ  ମାସରେ  ୧୦୫ ଘଣ୍ଟା  ହୁଏ  । ଦୈନିକ   ହାରାହାରି  ନଟ୍  ସୌରତାପ  ପରିମାଣ  ୩୫୭ ଲାଙ୍ଗାଲି   । ଆଷାଢ – ଶ୍ରାବଣ  ମାସରେ  ଏହି  ପରିମାଣ  ୩୦୬ – ୩୦୮ ଲାଙ୍ଗାଲି  ହୁଏ  ଏବଂ  ମେ  ମାସରେ  ୪୩୫ – ୪୫୦ ଲାଙ୍ଗାଲିକୁ   ବୃଦ୍ଧି  ପାଇଥାଏ   । ଆଷାଢ  ଶ୍ରାବଣ  ମାସରେ  ଦିନେ  ଦିନେ  ସୂର୍ଯ୍ୟାଲୋକ   ମୋତେ  ପଡେ  ନାହିଁ   । ଏହି  ପରିମାଣ  ୫୦ – ୧୫୦ ଲାଙ୍ଗାଲିକୁ  ହ୍ରାସ  ପାଇଥାଏ   ।

ତାପମାନ

ଓଡିଶାର  ହାରାହାରି  ତାପମାନ  ୨୦୨୦  ସେଲସିଅସ  । ପୌଷ  ଓ  ମାଘ  ମାସରେ  ତାପମାନ ନିମ୍ନତମ ପ ରିମାଣକୁ  ହ୍ରାସ  ପାଏ   । ଏହି  ସମୟ  ଓଡିଶାର  ଶୀତକାଳ   । ପୌଷ   ମାସ  ଶେଷ  ଓ  ମାଘ  ମାସ   ପ୍ରଥମ   ଭାଗରେ  ଡିସେମ୍ବର  ଶେଷ  ଓ  ଜାନୁଆରୀ  ପ୍ରଥମ  ସପ୍ତାହ  ସର୍ବନିମ୍ନ   ତାପମାନ  ୪୦ ସେ.ମି.କୁ   କମିଯାଏ   । ଫୁଲବାଣୀ , ତୁମୁଡିବନ୍ଧ , ଦାରିଙ୍ଗିବାଡି , କେନ୍ଦୁଝର  ଜିଲ୍ଲାରେ  ବର୍ଷେ  ବର୍ଷେ  ତୁହିନ   ପଡିଥାଏ  । ବୈଶାଖ  ଜ୍ୟୋଷ୍ଠ  ମାସରେ  ତାପମାନ  ୪୪ –  ସ୍ଥାନେ  ସ୍ଥାନେ  ହୋଇଥାଏ   । ସମ୍ବଲପୁରର  ଝାରସୁଗୁଡା , ବଲାଙ୍ଗୀର  ଜିଲ୍ଲାର  ଟିଟିଲାଗଡ  ମୟୂରଭଞ୍ଜ  ଜିଲ୍ଲାର  ବାରିପଦା , ଓଡିଶାର  ଗରମ  ଅଞ୍ଚଳ   । ଏହି  ଜିଲ୍ଲା  ଗୁଡିକ  ଅନ୍ତଃ – ଜିଲ୍ଲା ଏବଂ  ଜଳବାଯୁ  ମହାଦେଶୀୟ   । ଅଧିକ  ଗରମ  ଓ  ଅଧିକ  ଥଣ୍ଡା  ମଧ୍ୟ   । ଓଡିଶାର  ହାରାହାରି  ସର୍ବନିମ୍ନ  ତାପମାନରେ   ଦର୍ଶାଯାଇଛି   ।

ତାପମାନ , ଉଜ୍ଜ୍ଵଳ  ଦିବାଲୋକ  , ଆର୍ଦ୍ରତା  ଓ  ବୃଷ୍ଟିପାତ   ଦୃଷ୍ଟିରୁ  ଓଡିଶାର   ଜଳବାୟୁ  କୃଷି  ଲାଗି  ଅତ୍ୟନ୍ତ  ଅନୁକୂଳ   । ଜଳଭାବ  ସମୟରେ  ଜଳସେଚନ  ଦ୍ଵାରା  ଅଭାବ  ପୂରଣ   କରାଯାଇପାରିଲେ ବର୍ଷସାରା  ଏ  ରାଜ୍ୟରେ  ବିଭିନ୍ନ  ପ୍ରକାର  କୃଷି  କରାଯାଇପାରେ   ।

ସାରଣୀ -  ଓଡିଶାର  ହାରାହାରି ସର୍ବୋଚ୍ଚ ଓ  ସର୍ବନିମ୍ନ  ତାପମାନ  (ଶେଲସିଆସ)

ବୈଶାଖ

ଜ୍ୟୋଷ୍ଠ

ଆଷାଢ

ଶ୍ରାବଣ

ଭାଦ୍ରବ

ଆଶ୍ଵିନ

ସର୍ବୋଚ୍ଚ

୩୭.୭

୩୮.୦

୩୫.୦

୩୧.୪

୩୦.୮

୩୧.୬

ସର୍ବନିମ୍ନ

୨୩.୨

୨୪.୮

୨୦.୮

୨୩.୮

୨୩.୯

୨୩.୫

କାର୍ତ୍ତିକ

ମାର୍ଗଶିର

ପୌଷ

ମାଘ

ଫାଲ୍ଗୁନ

ଚୈତ୍ର

ସର୍ବୋଚ୍ଚ

୩୧.୩

୨୯.୭

୨୭.୩

୨୬.୯

୩୧.୦

୩୪.୦

ସର୍ବନିମ୍ନ

୨୧.୨

୧୭.୩

୧୩.୨

୧୩.୬

୧୭.୦

୧୯.୭

ଫସଲ ଉପରେ  ତାପମାନର  ପ୍ରଭାବ

ଉଦ୍ଭିଦ  ଜୀବନରେ   ପ୍ରତ୍ୟକ  କ୍ରିୟା  ସହିତ  ଉତ୍ତାପର  ସମ୍ବନ୍ଧ   ରହିଛି  । ଉତ୍ତାପ  ପରିମାଣ ବୃଦ୍ଧି  ପାଇଲେ  ରାସାୟନିକ  ପ୍ରକ୍ରିୟା  ବୃଦ୍ଧିପାଏ ଓ  ତାପମାନର   ତାରତମ୍ୟ  ହେତୁ  ପୃଥିବୀର   ବିଭିନ୍ନ  ଫସଲ  ଚାଷ  କରାଯାଏ   । ସବୁ  ସ୍ଥାନରେ   ସବୁ  ପ୍ରକାର  ଫସଲ  ହୁଏ ନାହିଁ   ତାଳ , ନଡିଆ , ଆମ୍ବ , ସପୁରୀ , ଧାନ , ଆଖୁ  ଝୋଟ , ବିଷୁବ  ମଣ୍ଡଳୀୟ  ଫସଲ , ବିଷୁବରେଖାରୁ   ଭିତରେ  ଏ  ଫସଲ   ଭଲ  ଅମଳଦିଏ   । କିନ୍ତୁ  ଏହାର  ଦକ୍ଷିଣକୁ  ବା  ଉତ୍ତରକୁ   ଗଲେ  ଏ  ଫସଲ   ଗୁଡିକ  ବଢନ୍ତି   ନାହିଁ   । ପ୍ରତ୍ୟକ  ଫସଲ  ପାଇଁ  ସର୍ବନିମ୍ନ , ସର୍ବୋଚ୍ଚ  ଓ  ଅନୁକୂଳତମ  ତାପମାନ  ପ୍ରାୟ ନିର୍ଦ୍ଧିଷ୍ଟ   । ଏହି  ତିନି  ପରିମାଣକୁ  ତାପମାନ – ଆଧାର  ବିନ୍ଦୁ  କୁହାଯାଏ   । ଯଅ , ଧାନ , ଗହମ  ପାଇଁ  ୦ – ୫ , ୨୫ – ୩୧ , ୩୧ – ୩୭ ସେଲସିଅସ  ସର୍ବନିମ୍ନ   ଅନୁକୂଳତମ  ଓ  ସର୍ବୋଚ୍ଚ  ତାପମାନ  । ୪୫ – ୪୭୦  ସେଲସିଅସରୁ  ତାପମାନ  ବେଶି  ହେଲେ  ଧାନ  ଫସଲ  ହୁଏ  ନାହିଁ   । କେତେକ  ଫସଲ  ଉପରେ  ଦିବା  ତାପମାନ  ତୁଳନାରେ  ରାତି  ରାତି  ତାପମାନର  ପ୍ରଭାବ  ବେଶି   । ବିଲାତି ବାଇଗଣ , ବିଲାତି  ଆଳୁ  ଲଙ୍କା  ମରିଚ  ଧୂଆଁପତ୍ର ପାଇଁ  ରାତି  ତାପମାନ  ହ୍ରାସ  ପାଇଲେ   ଭଲ   । ରାତି   ତାପମାନ  କମ୍ ହେଲେ  ଆଳୁ  ବଡହୁଏ   । ବିଲାତି ବାଇଗଣ  ଫସଲର ଜୀବନକାଳ  ବଢିଯାଏ   । ରାତି  ତାପମାନ  କମିଗଲେ  ଆଖୁ  ଫସଲରେ  ଶର୍କରା   ପରିମାଣ  ବଢେ   । ଓଡିଶାରେ  ଗହମ  ଚାଷ  ଶୀତ  ଋତୁରେ  ତାପକ୍ରମ  ଓ  ପରିମାଣ  ଉପରେ   ନିର୍ଭର  କରେ   । ଉପକୂଳ  ଜିଲ୍ଲାଗୁଡିକର  ହାରାହାରି  ତାପମାନ ବେଶି  ରହୁଥିବାରୁ   ଅମଳ  ହେକ୍ଟର  ପିଛା  ୧୪ – ୧୬ କ୍ଵିଣ୍ଟାଲ  ହୋଇଥାଏ   । ଏହି  ଜିଲ୍ଲାମାନଙ୍କରେ  ସର୍ବନିମ୍ନ  ତାପମାନ  ୧୦ – ୧୨ ଡିଗ୍ରୀ  ରୁ  କମ୍ ହୁଏ  ନାହିଁ   । ଖୁବ୍  ବେଶିରେ  ଗହମ  ଫସଲ  ୯୫ ଦିନ  ଭିତରେ  ଅମଳ  ହୋଇଥାଏ   । କିନ୍ତୁ  କୋରାପୁଟ , କେନ୍ଦୁଝର , ସମ୍ବଲପୁର ଇତ୍ୟାଦି  ଅନ୍ତଃ  ଜିଲ୍ଲାରେ  ଗହମ  ଫସଲ  ହେକ୍ଟର  ପିଛା ୩୫ – ୪୦ କ୍ଵିଣ୍ଟାଲ  ଅମଳ  ଦିଏ   । ଏଠାରେ  ଶୀତଦିନେ  ସର୍ବନିମ୍ନ  ତାପମାନ  ୪ଡିଗ୍ରୀ  ସେଲସିଅସକୁ  ହ୍ରାସପାଏ   । ଫସଲର  ଜୀବନକାଳ  ୧୧୫ – ୧୨୦ ଦିନ  ହୋଇଥାଏ ।

ଆଲୋକ ଓ ଫସଲ

ଫସଲର  ଅଙ୍ଗାର  ଆତ୍ମିକରଣ  ପ୍ରଣାଳୀ  ଏକ  ଆଲୋକ  ନିୟନ୍ତ୍ରିତ  ପ୍ରଣାଳୀ   । ଏହାଦ୍ୱାରା  ଅଙ୍ଗାରକାମ୍ଳ  ବାଷ୍ପ ଓ  ଜଳ  ଆଲୋକ  ସାହାଯ୍ୟରେ  ଶର୍କରା  ରୂପେ  ପ୍ରସ୍ତୁତ  ହୋଇଥାଏ  । ପୃଥିବୀ  ପୃଷ୍ଠକୁ  ଆସୁଥିବା  ସୌର  ଶକ୍ତିର  ପ୍ରାୟ  ୧ ଭାଗ  ଶର୍କରା  ରୂପେ  ପ୍ରସ୍ତୁତ  ହୋଇଥାଏ   । ପୃଥିବୀ  ପୃଷ୍ଠକୁ  ଆସୁଥିବା  ସୌର  ଶକ୍ତିର   ପ୍ରାୟ  ୧ ଭାଗ  ଶର୍କରା  ପ୍ରସ୍ତୁତି   ଲାଗି  ବ୍ୟବହୃତ  ହେଉଛି  । ଯେଉଁ  ଅଞ୍ଚଳରେ  ଯେତେ  ବେଶି  ସୂର୍ଯ୍ୟାଲୋକ   ପଡେ  ସେ  ଅଞ୍ଚଳରେ   ଉତ୍ପାଦନ  ବୃଦ୍ଧି  କରିବା  ସୁଯୋଗ  ସେତେ  ବେଶି   । ସାଧାରଣତଃ  ଫସଲର  ବୃଦ୍ଧି  ଓ  ବିକାଶ  ଦିବାଲୋକ  ପରିମାଣ  ଉପରେ  ନିର୍ଭର  କରିଥାଏ   । ଦିବାଲୋକ  ପରିମାଣ  ୧୦ ଘଣ୍ଟାରୁ  ବେଶି   ହେଲେ  ବିଲାତି  ଆଳୁର  ପରିମାଣ , ଆକାର  ଓ  ଅମଳ  ହ୍ରାସପାଏ   । ଦିବାଲୋକ  ୧୮ ଘଣ୍ଟା  ହେଲେ  ଆଦୌ  ଅମଳ  ମିଳେ  ନାହିଁ   । ଦିବାଲୋକ  ୧୦ ଘଣ୍ଟା  ଅଧିକ  ହେଲେ   ପିଆଜ  ଓ  ରସୁଣର  ମୂଳ  ଭଲ  ଫୁଲେ  ନାହିଁ   । ପ୍ରତ୍ୟକ  ଫସଲ  ପାଇଁ   ଆବଶ୍ୟକ  ଆଲୋକ   ପରିମାଣ  ନ ମିଳିଲେ , ଏହାଠାରୁ   କମ୍ କିମ୍ବା  ବେଶି  ହେଲେ  ଫସଲ  ହୁଏନାହିଁ   । ଫୁଲ  ଧରିବା   ପାଇଁ   ଆବଶ୍ୟକ  ଦିବା ଆଲୋକ  ପରିମାଣ  ଅନୁସାରେ   ଫସଲଗୁଡିକୁ  କ୍ଷୁଦ୍ର  ବା  ଦୀର୍ଘ  ଦିବାଲୋକ  ଗ୍ରାହୀ  ଫସଲ  ରୂପେ   ଶ୍ରେଣୀ   ବିଭାଗ   କରାଯାଇଥାଏ   । ଏଣୁ  ପୃଥିବୀର  ସବୁ ସ୍ଥାନରେ  ସବୁ  ପ୍ରକାର  ଫସଲ   ଚାଷ  କରାଯାଇପାରେ   ନାହିଁ   । ଫୁଲ  ଧରିବା  ପାଇଁ  ଦୈନିକ  ୧୨ ଘଣ୍ଟା  ଠାରୁ  ଅଧିକ  ଦିବାଲୋକ  ଦରକାର  କରୁଥିବା  ଫସଲ  ବିଷୁବରୈଖିକ  ଅଞ୍ଚଳରେ   ସହଜରେ   ଚାଷ  କରାଯାଏ  ନାହିଁ   । ସେହିପରି  କ୍ଷୁଦ୍ର  ଦିବାଲୋକ  ଭୋଗୀ  ନିମ୍ନ  ଅକ୍ଷାଂଶ  ଫସଲଗୁଡିକ  ବୃହତ୍  ଦିବାଲୋକ  ବା  ଉଚ୍ଚ  ଅକ୍ଷାଂଶରେ   ଚାଷ  କରାଯାଇପାରେ   ନାହିଁ   । ନାତିଶୀତୋଷ୍ଣ  ମଣ୍ଡଳରେ  କ୍ଷୁଦ୍ର , ବୃହତ  ଓ  ମଧ୍ୟ  ଦିବାଲୋକୀ  ଫସଲ  ଚାଷ  କରାଯାଇପାରେ   । ଦେଶି  ଧାନ  ଡାଳୁଅ ଋତୁରେ   ଚାଷକଲେ  ଫୁଲ  ଧରେ  ନାହିଁ   । ପୁଣି  ଦିବାଲୋକ  ୧୧ ଘଣ୍ଟାରୁ  କମ୍  ହେବା  ପର୍ଯ୍ୟନ୍ତ  ଅପେକ୍ଷା   କରି  ରହିଥାଏ   । ମକା , ଚିନାବାଦାମ , ମାଣ୍ଡିଆ  ଦିବାଲୋକ  କ୍ଲାବୀ – ଅର୍ଥାତ୍  ବର୍ଷର  ସବୁ  ସମୟରେ  ଚାଷ  କରାଯାଇପାରେ   । କିନ୍ତୁ  ଦେଶିଧାନ  କ୍ଷୁଦ୍ର  ଦିବାଲୋକ  ଗ୍ରାହୀ ; ଆଖୁ  ବୃହତ୍  ଦିବାଲୋକଗ୍ରାହୀ  ଫସଲ   । ଆଳୁ  କ୍ଷୁଦ୍ର  ଦିବାଲୋକଗ୍ରାହୀ  । ଗହମ  ବୃହତ୍  ଦିବାଲୋକଗ୍ରାହୀ   । ଅଧୁନା  ନୂତନ  ବୈଜ୍ଞାନିକ   କୌଶଳ  ପ୍ରୟୋଗ  ଦ୍ଵାରା  ଫସଲର  ଆଲୋକ  ମାତ୍ରା  ପ୍ରତି  ସମ୍ବେଦନତା  ହ୍ରାସ  କରାଯାଇ  ବର୍ଷର  ଯେକୌଣସି  ସମୟରେ  ଅନ୍ୟାନ୍ୟ  ଉପାଦାନ   ଅନୁକୂଳ   ଥିଲେ   ଚାଷ  କରାଯାଇପାରୁଛି   । ଅଧିକ  ଅମଳକ୍ଷମ   ଧାନ  ଉଭୟ  ଖରିଫ  ଓ  ଡାଳୁଅ  ଋତୁରେ ଚାଷ  କରାଯାଇ  ପାରୁଛି  । କାରଣ  ଏହି  କିସମଗୁଡିକର  ଦିବାଲୋକ  ପରିମାଣ  ପ୍ରତି  ଅସମ୍ବେଦନଶୀଳ  ଅଟନ୍ତି   ।   ଆଲୋକ  ଅଭାବରେ  ଗଛ  ଡେଙ୍ଗା  ହୁଏ  । ଏକା  କିସମ  ଭେଣ୍ଡି  ଖରିଫ  ଋତୁରେ  ୨.୩ ମିଟର  ଉଚ୍ଚହୁଏ   କିନ୍ତୁ  ରବି ଓ  ଗ୍ରୀଷ୍ମ ଋତୁରେ  ୦.୫ – ୦.୬ ସେ.ମି. ଉଚ୍ଚହୁଏ   । ଓଡିଶାର  ଆଲୋକ  ମାତ୍ରା  ଓ  ପରିମାଣ  ଅନୁସାରେ  ଅନ୍ୟ  ସମସ୍ତ  ଉତ୍ପାଦନକାରୀ  ଉପାଦାନ  ଅନୁକୂଳ  ରହିଲେ   ହେକ୍ଟର  ପିଛା  ୧୭ ଟନ  ଧାନ ଓ  ୧୭ ଟନ  ଶୁଖିଲା  ନଡା  ଉତ୍ପାଦନ   କରାଯାଇ  ପାରିବ  ବୋଲି  କଳନା  କରାଯାଇଛି   ।

ଫସଲ ଉପରେ  ପବନର  ପ୍ରଭାବ

ପବନହେତୁ  ଗଛର  ପ୍ରଶ୍ଵେଦନ ଓ  ଅଙ୍ଗାରକାମ୍ଳ  ଶକ୍ତି  ପରିବର୍ତ୍ତିତ  ହୋଇଥାଏ  ।  ଟାଣ  ପବନ  ହେଲେ  ପତ୍ର  ଫାଟିଯାଏ , ଭାଙ୍ଗିଯାଏ ଓ  ଝଡିପଡେ   । ଫସଲର   ଆବଶ୍ୟକ  ଜଳ  ପରିମାଣର  ଶତକଡା  ୨ – ୬ ଭାଗ  ପବନ  ଦ୍ଵାରା  ଖର୍ଚ୍ଚ   ହୋଇଥର   । ତାପମାନ  ଓ  ଆର୍ଦ୍ରତା   ଉପରେ  ନିର୍ଭରକରି   ପବନର  ବେଗ  ପ୍ରଭାବ  ଫସଲ  ଉପରେ  ଭିନ୍ନ  ହୋଇଥାଏ   । ପବନର  ପ୍ରଭାବ  ଫସଲର  ଉଚ୍ଚତା  ଓ  ବିସ୍ତାର  ଉପରେ  ନିର୍ଭର   କରେ   । ଘଣ୍ଟାକୁ  ୧୦୦ କି.ମି. ବେଗରେ  ପବନ  ବହିଲେ  ୦.୩ ମିଟରରୁ  କମ୍  ଉଚ୍ଚ  ଗଛ  ବା  ଫସଲର  କିଛି  କ୍ଷତି  ହୁଏନାହିଁ  । ସମାନ  ବେଗ  ପବନରେ   ଧାନଗଛ  ଅପେକ୍ଷା   ମକା  ଗଛର  ବେଶି   କ୍ଷତିହୁଏ   ।  ପବନର  ବେଗ  ଘଣ୍ଟାକୁ   ୧୮ କି.ମି. ରୁ  କମ୍ ହେଲେ  ଫସଲର  ଉପକାର  ହୁଏ  କିନ୍ତୁ  ବେଶି  ହେଲେ   କ୍ଷତିହୁଏ   ।

ଫସଲ ଉପରେ  ଆର୍ଦ୍ରତାର  ପ୍ରଭାବ

ଅନେକ  ଫସଲ  ଆର୍ଦ୍ର  ବାୟୁମଣ୍ଡଳରୁ  ଜଳ  ସଂଗ୍ରହ  କରିଥାନ୍ତି  ।  ଏଣୁ  ଫସଲ   ଲାଗି  କମ୍  ଜଳସେଚନ   ଆବଶ୍ୟକ  ହୋଇଥାଏ  । ଆର୍ଦ୍ର  ବାୟୁମଣ୍ଡଳ  ଫସଲର  ଅଙ୍ଗାର  ଆତ୍ମିକରଣରେ  ସାହାଯ୍ୟକରେ   । କେତେକ  ଫସଲରେ  ଫୁଲ ଓ  ଫଳ  ସଂଖ୍ୟା  ବୃଦ୍ଧିପାଏ   । ଆର୍ଦ୍ର  ଜଳବାୟୁରେ  ତନ୍ତୁ   ଜାତୀୟ  ଫସଲ  ଯଥା – ଝୋଟ  କାଉଁରିଆ ଓ  ଖଟା  ପାଳଙ୍ଗ  ଭଳି  ଫସଲ  ଭଲ  ହୁଏ  । କାକୁଡି  ଓ  ଶାଗ  ଜାତୀୟ  ଫସଲ  ଅଧିକ  ଆର୍ଦ୍ରତାରେ  ଭଲ  ଅମଳ  ଦିଅନ୍ତି  । ବନ୍ଧାକୋବି  , ମୂଳା , ଗାଜର  ସାଲଗମ୍  ଇତ୍ୟାଦି  ଫସଲ  ଅଳ୍ପ  ଆର୍ଦ୍ର   ଜଳବାୟୁରେ  ଭଲ  ଅମଳ  ଦିଅନ୍ତି   । ବିଲାତି  ବାଇଗଣ , ଶିମ , ବାଇଗଣ , ଲଙ୍କାମରିଚ  ଇତ୍ୟାଦି  ଫସଲ  ୪୦ – ୬୦ ଆର୍ଦ୍ରତାରେ  ୭୦ ଭାଗରୁ   ବେଶି  ହେଲେ   ପରାଗ  ସଙ୍ଗମ  ହ୍ରାସପାଏ  ଏଣୁ  କମ୍  ଫଳ  ଧରେ  । ଧାନ  ଏକ  ଅତି  ଆର୍ଦ୍ରତାଗ୍ରାହୀ   ଫସଲ  ହୋଇଥିଲେ  ହେଁ  ପାଚିଲାବେଳକୁ  ବେଶି  ଆର୍ଦ୍ରତା  ରହିଲେ  ଧାନ  ଶୀଘ୍ର   ପାଚେ  ନାହିଁ  । ହଠାତ୍  ଆର୍ଦ୍ରତା  କମିଯାଇ  ଝାଞ୍ଜି  ହେଲେ   ଅଗାଡି  ସଂଖ୍ୟା   ବୃଦ୍ଧିପାଏ   ।

ଆର୍ଦ୍ରତା  ବଢିଲେ  ଫସଲରେ  ନାନାପ୍ରକାର   ରୋଗ  ଦେଖାଯାଏ   । ଅଳ୍ପ  ଫସଲରେ ପତ୍ରପୋଡା  ରୋଗ  ବ୍ୟାପେ   । ଧାନର   ଚିତାରୋଗ ଓ  ପତ୍ରପୋଡା   ରୋଗ  ଆର୍ଦ୍ରତା  ବଢିଲେ   ବ୍ୟାପେ  ଓ  ଅମଳ   ହ୍ରାସକରେ   । ଅଧିକ  ଆର୍ଦ୍ରତା  ହେତୁ   ଧାନ  ଫସଲରେ  ଖରିଫ  ଋତୁରେ   ଡାଳୁଅ  ଋତୁ  ଅପେକ୍ଷା   ବେଶି  ରୋଗ  ଦେଖାଯାଏ   । ଆର୍ଦ୍ରତା  ୬୦ ଭାଗରୁ   ବେଶି  ହେଲେ   ଗହମ  ଫସଲର  ରଷ୍ଟ  ରୋଗ  ବ୍ୟାପେ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ  ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate