অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାଗ ଓ ଜଳବାୟୁ (ଜଙ୍ଗଲ ପରିମାଣ ଏବଂ ପର୍ବତ ଶ୍ରେଣୀର ଅବସ୍ଥିତି)

ପାଗ ଓ ଜଳବାୟୁ (ଜଙ୍ଗଲ ପରିମାଣ ଏବଂ ପର୍ବତ ଶ୍ରେଣୀର ଅବସ୍ଥିତି)

ଜଙ୍ଗଲ ପରିମାଣ

ଅରଣ୍ୟ  ବା  ଜଙ୍ଗଲ  ଜଳ  ବାୟୁର  ଫଳ ଓ  କରକ  ମଧ୍ୟ   । ଅଧିକ  ଜଙ୍ଗଲ  ପୂର୍ଣ୍ଣ  ଅଞ୍ଚଳରେ  ତାପମାନ  କମ୍  ରୁହେ   । ଜଙ୍ଗଲ  ହେତୁ  ଭୂମି  ଆଚ୍ଛାଦିତ  ହୋଇ  ରହୁଥିବାରୁ   ସୂର୍ଯ୍ୟ କିରଣ  ସହଜରେ  ମୃତ୍ତିକା   ଭିତରକୁ  ଭେଦ  କରିପାରେ  ନାହିଁ   । ଏଣୁ  ତାପମାନ  କମ୍  ରୁହେ   ।

ବର୍ଷାର  ପ୍ରକୋପ  ମଧ୍ୟ  ମୃତ୍ତିକା  କ୍ଷୟ  କରାଇପାରେ  ନାହିଁ   । ଜଙ୍ଗଲ  ପୂର୍ଣ୍ଣ  ଅଞ୍ଚଳରେ   ସାଧାରଣତଃ   ବେଶି ବର୍ଷା  ହୋଇଥାଏ  । କେନ୍ଦୁଝର  ଓ  ମୟୂରଭଞ୍ଜ  ଓ  କୋରାପୁଟର  ଅଧିକ  ଜଙ୍ଗଲ  ପରିମାଣ  ଏହି  ଅଞ୍ଚଳରେ  ଅଧିକ  ବୃଷ୍ଟିର   କାରଣ  ହୋଇଥାନ୍ତି   ।

ପର୍ବତ ଶ୍ରେଣୀର  ଅବସ୍ଥିତି

ଜଳୀୟ  ବାଷ୍ପପୂର୍ଣ୍ଣ   ବାୟୁ  ଉଚ୍ଚ  ପର୍ବତ  ଶ୍ରେଣୀ   ଦ୍ଵାରା  ବାଧାପ୍ରାପ୍ତ  ହୋଇ  ବୃଷ୍ଟି   କରାଇଥାଏ   । ପର୍ବତର  ପ୍ରତିବାତ  ଅଞ୍ଚଳରେ   ବେଶି   ବର୍ଷାହୁଏ   । ଅନୁବାତ  ଅଞ୍ଚଳରେ  ବାୟୁ  ପ୍ରବାହ   ପହଞ୍ଚିଲାବେଳକୁ   ଏହା  ଜଳକଣା  ଶୂନ୍ୟ  ହୋଇଯାଇଥାଏ   ।

ଭାରତର  ଉତ୍ତରରେ  ହିମାଳୟ  ପର୍ବତମାଳା  ନଥିଲେ  ଏତେ  ବର୍ଷା  ହେଉ  ନଥାନ୍ତା   । ଆଗରୁ  ବାଙ୍ଗାଲୋର  ଓ  ମାଙ୍ଗାଲୋର  ଜଳବାୟୁ  ଉପରେ  ପଶ୍ଚିମଘାଟ  ପର୍ବତମାଳାର   ପ୍ରଭାବ  ବିଷୟରେ  କୁହାଯାଇଛି   । ଓଡିଶାରେ   ମୟୂରଭଞ୍ଜ , କେନ୍ଦୁଝର ଓ  କୋରାପୁଟ  ଜିଲ୍ଲାମାନଙ୍କରେ  ଉଚ୍ଚ   ପାହାଡ  ଥିବାରୁ  ଏହି  ଅଞ୍ଚଳରେ  ଅନ୍ୟାନ୍ୟ  ଜିଲ୍ଲା  ଅପେକ୍ଷା  ବେଶି  ବର୍ଷା  ହୋଇଥାଏ  । ଏ  ଅଞ୍ଚଳରେ  ଜଙ୍ଗଲ  ପରିମାଣ  ମଧ୍ୟ  ଅଧିକ।

ଭୂମିର  କ୍ରମିନିମ୍ନତା , ଢାଲୁର  ଦିଗ , ଭୂପ୍ରକୃତି  ମଧ୍ୟ  ଜଳବାୟୁକୁ  କିଛି  ପରିମାଣରେ  ପ୍ରଭାବିତ  କରିଥାଏ  । ଏତଦ୍ ବ୍ୟତୀତ , ପରିବେଶ  ପରିବର୍ତ୍ତନ  ଲାଗି  ବାହ୍ୟ  ଉପାଦାନର  ହସ୍ତକ୍ଷେପ  ଜଳବାୟୁରେ  ମଧ୍ୟ  ପରିବର୍ତ୍ତନ  ଆଣିଥାଏ   । ସଭ୍ୟତାର  ବିକାଶ  ସଙ୍ଗେ  ସଙ୍ଗେ  ଭୂପୃଷ୍ଠରେ   ଜନସଂଖ୍ୟାର  ବୃଦ୍ଧି , ସେମାନଙ୍କର  ସୁଖ  ଓ  ସମୃଦ୍ଧି  ଓ  ବସବାସ   ପାଇଁ  କୃଷି , ବାସ  ଓ  ଶିଳ୍ପାୟନ  ସାଧାରଣ  ଜଳବାୟୁ   ପରିବର୍ତ୍ତନର  କାରଣ   ହୋଇଥାଏ  ।

କଲିକତା  ହୁଗୁଳିନଦୀ  କୂଳରେ ଓ  ବଙ୍ଗୋପସାଗର  ଉପକଣ୍ଠରେ  ଅବସ୍ଥିତ   ହୋଇଥିଲେହେଁ  ଏହାର   ତାପମାନ  ସ୍ଵାଭାବିକ   ତାପମାନଠାରୁ  ଯଥେଷ୍ଟ   ଅଧିକ   । ଏହାର  ବାୟୁମଣ୍ଡଳ  ସର୍ବଦା  ଉତ୍ତପ୍ତ  ଓ  ପ୍ରଦୂଷିତ   । ଏହି  ଅଞ୍ଚଳ  ଜଙ୍ଗଲ  ଶୂନ୍ୟ   । କଲିକତାର  ଜଳବାୟୁ  ସମ୍ପୂର୍ଣ୍ଣ   ଭାବେ   କୃତିମତାର   ଜଳବାୟୁ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ  ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 7/2/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate