ପାଣିପାଗ ଓ ଜଳବାୟୁ ଏକା ଭଳିଆ ଲାଗୁଥିଲେବି ଅଲଗା। ପାଣିପାଗ ପ୍ରାୟତଃ ପ୍ରତ୍ୟେକ ଦିନ ବଦଳିଥାଏ। ଏକ ନିର୍ଦିଷ୍ଟ ଦିନର ଖରା, ବର୍ଷା, ଥଣ୍ଡା ଇତ୍ୟାଦିକୁ ସେହି ଜାଗାର ପାଣିପାଗ କୁହାଯାଇଥାଏ, କିନ୍ତୁ ବିଶ୍ଵ ଜଳବାୟୁ ସଂସ୍ଥା ଅନୁଯାଇ ଜଳବାୟୁ ସେହିଜାଗାର ପାଖାପାଖି ୩୦ ବର୍ଷର ପଣିପାଗର ହାରାହାରି ହିସାବକୁ ବୁଝାଏ।
ବର୍ତ୍ତମାନ ବିଶ୍ଵର ତାପମାତ୍ରା ବଢୁଛି। ତା ସହିତ ଜଳବାୟୁରେ ମଧ୍ୟ ବହୁତ ପରିବର୍ତ୍ତନ ଦେଖାଯାଉଛି। ଏସବୁର ନିରାକରଣ ନିମନ୍ତେ ଅଳ୍ପ କିଛି ଦିନ ତଳେ ପ୍ୟାରିସ ଠାରେ ଜାତିସଂଘ ତରଫରୁ ଏକ ଆନ୍ତର୍ଜାତିକ ସମ୍ମିଳନୀ ଆହୁତ ହୋଇଥିଲା। ଏହି ସମ୍ମିଳନୀରେ ବିଶ୍ଵର ୧୫୯ ଦେଶ ଯୋଗଦେଇଥିଲେ। ଏହି ସମ୍ମିଳନୀରେ ଏକ ଐତିହାସିକ ଚୁକ୍ତି ମଧ୍ୟ ସ୍ଵାକ୍ଷରିତ ହୋଇଛି।
ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ (୧୫୫୭୦୭ ବର୍ଗ କି. ମି) ଏକ ପ୍ରଶାସନିକ ରାଜ୍ୟ। ଏହାର ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ, ପଶ୍ଚିମରେ ଛତିଶଗଡ଼, ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଏବଂ ପୂର୍ବରେ ବଙ୍ଗୋପ ସାଗର ରହିଅଛି । ରାଜ୍ୟର ପଶ୍ଚିମ ଓ ଉତ୍ତରାଂଶ ଛୋଟନାଗପୁର ମାଳଭୂମିର ଅଂଶବିଶେଷ । ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀ ପ୍ରଭୃତିର ମୁହାଣରେ ଉର୍ବର ପଟୁମୃତ୍ତିକା ଯୁକ୍ତ ସମତଳ ଭୂମି ଦେଖାଯାଏ । ଏହି ସମତଳ ଭୂମିରେ ମୂଖ୍ୟତଃ ଧାନଚାଷ କରାଯାଏ ।
ଓଡ଼ିଶାର ପ୍ରାୟ ୩୪% ଭୂମି ଅରଣ୍ୟ ଆଚ୍ଛାଦିତ, କିନ୍ତୁ ବିଭିନ୍ନ କାରଣମାନଙ୍କ ହେତୁ ଏହା କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି । ଓଡ଼ିଶାରେ ଅନେକ ଅଭୟାରଣ୍ୟମାନ ରହିଛି । ଏଥିମଧ୍ୟରୁ ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଭାବେ ପ୍ରସିଦ୍ଧ । ବ୍ୟାଘ୍ର ବ୍ୟତୀତ ଝରଣା ଓ ସବୁଜିମା ପୂର୍ଣ୍ଣ ଏହି ଜଙ୍ଗଲରେ ହସ୍ତୀ ଓ ଅନ୍ୟାନ୍ୟ ପଶୁପକ୍ଷୀ ବାସ କରନ୍ତି । ଭିତରକନିକା ଅଭୟାରଣ୍ୟ ୧୯୭୫ରୁ ଘଡ଼ିଆଳ କୁମ୍ଭୀରମାନଙ୍କୁ ସୁରକ୍ଷା ଯୋଗାଇ ଆସୁଛି । ଗହୀରମଥା, ଦେବୀ ନଦୀ ଏବଂ ଋଷିକୁଲ୍ୟା ନଦୀ ମୁହାଣକୁ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡ଼ଲ କଇଁଛ ଅଣ୍ଡା ଦେବାପାଇଁ ଆସନ୍ତି ।
ଓଡ଼ିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ ହେଉଛି ଦେଓମାଳୀ (୧୬୭୨ ମି.) ଯାହାକି ଦକ୍ଷିଣ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ ଏବଂ ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳାର ଅନ୍ତର୍ଗତ । ଏହା ମଧ୍ୟ ପୂର୍ବଘାଟ ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗ । ଅବସ୍ଥିତି: ୧୮°୪୦'୩"ଉ ୮୨°୫୮'୫୯"ପୂ ।
ମହାନଦୀର ଦକ୍ଷିଣ ମୁହାଣରେ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ହ୍ରଦ ଚିଲିକା ହେଉଛି ଏସିଆ ମହାଦେଶର ସର୍ବବୃହତ୍ ଲବଣାକ୍ତ ହ୍ରଦ । ଏହାକୁ ପକ୍ଷୀ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଛି । ଏଠାରେ ପ୍ରତିବର୍ଷ ପ୍ରାୟ ୧୬୦ ପ୍ରଜାତିର ସ୍ଥାନୀୟ ଓ ପ୍ରବାସୀ ପକ୍ଷୀଙ୍କ ସମାଗମ ହୋଇଥାଏ । ଚିଲିକାରେ ଏକ ନୌ-ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ରହିଛି ।
ଯେହେତୁ ଓଡିଶା ଏକ ଉପକୂଳବର୍ତ୍ତୀ ରାଜ୍ୟ, ଏଠାକାର ଜଳବାୟୁ ପ୍ରାୟତଃ ସମୁଦ୍ର ଉପରେ ନିର୍ଭରଶୀଳ। ଆମ ରାଜ୍ୟରେ ଏପ୍ରିଲ ଓ ମେ ମାସରେ ଅଧିକ ଖରା ହୋଇଥାଏ, କିନ୍ତୁ ପୂର୍ବ ପର୍ବତମାଳା ଅଞ୍ଚଳରେ ବହୁତ ଥଣ୍ଡା (ଶିତ) ମଧ୍ୟ ଅନୁଭୂତ ହୋଇଥାଏ।
ଓଡିଶାର ଜାଳବାୟୁକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ। ଖରା (ଏପ୍ରିଲ ରୁ ଜୁନ), ବର୍ଷା (ଜୁଲାଇ ରୁ ସେପ୍ଟେମ୍ବର) ଓ ଶିତ (ଅକ୍ଟୋବର ରୁ ଫେବ୍ରୁଆରି)। ଓଡିଶାର ଅବସ୍ଥିତି କର୍କଟ କ୍ରାନ୍ତି ପାଖରେ, ତେଣୁ ଏହାର ଜାଳବାୟୁ କାନ୍ତିମଣ୍ଡଳୀୟ। ସୁନ୍ଦରଗଡ, ସମ୍ବଲପୁର, ବରଗଡ, ବଲାଙ୍ଗିର, କଳାହାଣ୍ଡି ଓ ମୟୂରଭଞ୍ଜ ଇତ୍ୟାଦି ଜିଲ୍ଲାରେ ପ୍ରାୟ ବର୍ଷ ତମାମ ଜାଳବାୟୁ ଉଷ୍ମ (ହାରାହାରି ୪୦ ରୁ ୪୬ ଡିଗ୍ରୀ ମଧ୍ୟରେ) ରହିଥାଏ, କିନ୍ତୁ ଶିତଦିନେ ଅତ୍ୟଧିକ ଥଣ୍ଡା ମଧ୍ୟ ଅନୁଭୂତ ହୋଇଥାଏ। ଉପକୂଳବର୍ତ୍ତୀ ଅଞ୍ଚଳରେ ଜାଳବାୟୁ ପ୍ରାୟତଃ ସମାନ ରହିଥାଏ କିନ୍ତୁ ଗୁଲଗୁଳି ଓ ଚିପଚିପା ରହିଥାଏ। ଖରାଦିନେ ଓଡିଶାର ହାରହରି ତାପମାତ୍ରା ୩୫ ରୁ ୪୦ ଡିଗ୍ରୀ ରହିଥିଲାବେଳେ କୋରାପୁଟ ଓ ଫୁଲବାଣୀ ଭଳି କେତେକ ଜାଗାକୁ ଛାଡିଦେଲେ, ତାପମାତ୍ରା ୧୨ ରୁ ୧୪ ଡିଗ୍ରୀ ରହିଥାଏ।
ଓଡିଶାର ହାରାହାରି ବର୍ଷା ବର୍ଷକୁ ପ୍ରାୟ ୧୫୦ ସେଣ୍ଟିମିଟର। ଏଠାକାର ବର୍ଷରୁତୁ ମୌସୁମୀବାୟୁ ପ୍ରବାହ ଉପରେ ନିର୍ଭର କରେ। ଜୁଲାଇ ସବୁଠାରୁ ଆର୍ଦ୍ର ଓ ଅନେକ ନଦୀରେ ବନ୍ୟା ମଧ୍ୟ କରିଥାଏ। ଜାନୁଆରୀ ଓ ଫ୍ରେବୃୟାରୀ ସବୁଠାରୁ ଶୁଷ୍କ ମାସ।
ଆଧାର – ଓଡିଶା ଜଙ୍ଗଲ ଓ ପରିବେଶ ବିଭାଗ
Last Modified : 12/11/2019