অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାଣ ରସାୟନ ଓ ପ୍ରଦୂଷଣ

ପରିବେଶକୁ ପ୍ରଦୂଷିତକରେ

ବାଣ ଫୁଟିଲେ କିଛି ସୁଫଳ ମିଳେନାହିଁ । ବରଂ ତାହା ଆମର ପରିବେଶକୁ ପ୍ରଦୂଷିତ କରେ I ଅବଶ୍ୟ ଏବେ ବାଣାର ବ୍ୟବହାର ହେତୁ ମଣିଷ, ପରିବେଶ ଓ ଜୀବଜନ୍ତୁ ଉପରେ ଏକାଧିକ କୁପ୍ରଭାବ ପଡ଼ୁଥିବାରୁ ଏହାର ଅବିବେକୀ ବ୍ୟବହାରକୁ ବିରୋଧ କରାଯାଉଛି ।

ଦୀପାବଳୀ ଆସିଲେ ବାଣ କଥା ମନେପଡ଼େ। ଏହି ଉତ୍ସବରେ ଆମେ ଦୀପ ଜାଳି ଓ ବାଣ ଫୁଟେଇ ମଜାକରୁ । ପ୍ରାୟ ୩୦୦ ପ୍ରକାର ବାଣ ଅଛି । କେତେକ ବାଣରୁ କେବଳ ଶବ୍ଦ ବାହାରେ । କେତେକ ବାଣରୁ କେବଳ ଆଲୋକ ବାହାରେ । ଆଉ କେତେକ ବାଣରୁ ଉଭୟ ଶବ୍ଦ ଓ ଆଲୋକ ବାହାରେ। ବାଣର ପ୍ରକୃତି ନିର୍ଭର କରେ ବାରୁଦ ଉପରେ । ଏକ ହଜାର ବର୍ଷ ତଳେ ଏକାଦଶ ଶତାବ୍ଦୀରେ ଚାଇନାରେ ଯୁଦ୍ଧ ରକେଟ୍ ତିଆରି ପାଇଁ ପ୍ରଥମେ ବାରୁଦର ବ୍ୟବହାର ଆରମ୍ଭ ହୋଇଥଲା । ପରେ ପରେ ମନୋରଞ୍ଜନ ଉଦ୍ଦେଶ୍ୟରେ ବାରୁଦରୁ ବାଣ ତିଆରି ହେଲା । କହିବା ବାହୁଲ୍ୟ, ଭାରତ ୪୦୦ କୋଟି ଟଙ୍କା ଖର୍ଚ୍ଚ କରି ଚନ୍ଦ୍ରଯାନ  ପଠେଇବା କଥା କହିଲେ ବିଭିନ୍ନ ମହଲରେ ଗରିବ ଦେଶର ଦ୍ଵାହିଦେଇ ୧୫୦୦କୋଟି ଟଙ୍କା ଖର୍ଚ୍ଚରେ ନିଜର ଜିପିଏସ୍ ବ୍ୟବସ୍ଥାର ବିକାଶ କରିବା କଥା କହିଲେ ଲୋକେ ଗରିବ ଦେଶ ଏସବୁ କରିବା ଉଚିତ ନୁହେଁ ବୋଲି ବାହାନା କରନ୍ତି । ଅଥଚ ଆମ ଦେଶର ଲୋକମାନେ ପ୍ରତିବର୍ଷ ଦୀପାବଳି ଦିନ ୧୦,୦୦୦ କୋଟି ଟଙ୍କାର ବାଣ ଫୁଟାନ୍ତି । ବାଣ ଫୁଟିଲେ କିଛି ସୁଫଳ ମିଳେନାହିଁ । ବରଂ ତାହା ଆମର ପରିବେଶକୁ ପ୍ରଦୂଷିତ କରେ । ଅବଶ୍ୟ ଏବେ ବାଣର ବ୍ୟବହାର ହେତୁ ମଣିଷ, ପରିବେଶ ଓ ଜୀବଜନ୍ତୁ ଉପରେ ଏକାଧକ କୁପ୍ରଭାବ ପଡୁଥବାରୁ ଏହାର ଅବିବେକୀ ବ୍ୟବହାରକୁ ବିରୋଧ କରାଯାଉଛି ।

ଶବ୍ଦ ପ୍ରଦୂଷଣ

ଶବ୍ଦ ଶୁଣିବା ସକାଶେ ଆମର କାନ ଅଛି । କିନ୍ତୁ କାନର ବିଶ୍ରବଣ ସୀମା ରହିଛି । ଶବ୍ଦର ସ୍ତରକୁ ମାପିବା ପାଇଁ ଡେସିବେଲ ବା ଡିବି ଏକକ ବ୍ୟବହାର କରାଯାଏ । ଆମ ନିଃଶ୍ଵାସ ପ୍ରଶ୍ଵାସର ଧୁନି ସ୍ତର ହେଉଛି ୧୦ ଡେସିବେଲ । ସାଧାରଣ କଥାବାର୍ତ୍ତାର ଧ୍ୱନି ସ୍ତର ୬୦ ଡେସିବେଲ । ଆମର କାନ ଅତି ବେଶିରେ ୮୫ ଡେସିବେଲ ଶବ୍ଦକୁ ଦିନକୁ ୮ ଘଣ୍ଟା ସହ୍ୟ କରିପାରିବ । ତା'ଠାରୁ ଅଧକ ଧ୍ୱନି ସ୍ତର ଥଲେ କାନରେ ଇଅର ପୁଗ୍ ବ୍ୟବହାର କରିବା ଦରକାର । ଆମେ ୯୦ ଡେସିବେଲ ଧ୍ୱନି ସ୍ତରକୁ ଅତି କମ୍ରେ ୨ ଘଣ୍ଟା କିମ୍ବା ୧୦୦ ଡେସିବେଲକୁ ୧୫ ମିନିଟ, ଅଥବା ୧୧୨ ଡେସିବେଲକୁ ୧ ମିନିଟ ଶୁଣିଲେ ଶ୍ରବଣଜନିତ ସମସ୍ୟା ସୃଷ୍ଟି ହେବ । ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ପିଲାମାନେ ୧୨୦ ଡିବିଠାରୁ ଅଧକ ସ୍ତରର ଶବ୍ଦ ସଂସ୍ପର୍ଶରେ ଆସିବା ଅନୁଚିତ । କାନ ପାଖରେ ୧୪୦ ଡିବି ଶବ୍ଦ ସୃଷ୍ଟି ହେଲେ ଶ୍ରବଣ କ୍ଷମତା ସବୁଦିନ ପାଇଁ ଚାଲିଯାଇପାରେ । ଆମେ ଫୁଟାଉଥିବା ବାଣର ଧ୍ୱନିସ୍ତର ୧୪୦ ଡିବିଠାରୁ ଅଧିକ ।  ସେଭଳି ବାଣ କାନ ପାଖରେ ଫୁଟିଗଲେ କଥା ସରିଲା । ପରିବେଶ ସୁରକ୍ଷା ଆଇନ ୧୯୮୬ ବଳରେ ବାଣ ଓ ଶବ୍ଦ ପ୍ରଦୂଷଣ ସମ୍ପର୍କିତ ଆମର କେତେକ ନିୟମ ରହିଛି । କିନ୍ତୁ ଉତ୍ସବ ପାଳନ ଆଳରେ ସେସବୁ ନିୟମକୁ ଅଣଦେଖା କରାଯାଉଛି ।

ରସାୟନିକ ପଦାର୍ଥ

କେବଳ ଶବ୍ଦ ନୁହେଁ, ବାଣରୁ ନିର୍ଗତ ଉତ୍କଳ ଆଲୋକ ଓ ବିଷାକ୍ତ ଧୂଆଁ ମଧ୍ୟ  ଆମ ପାଇଁ ଅତି ବିପଦପୂର୍ଣ୍ଣ। ମୁଖ୍ୟତଃ ପୋଟାସିୟମ ନାଇଟ୍ରେଟ୍, କୋଇଲା ଓ ଗନ୍ଧକକୁ ଗୁଣ୍ଡକରିବାରୁଦ ତିଆରି ହୁଏ । ବଣ ଜଳିଲେ ସେଥରୁ ତାପ ଓ ଆଲୋକ ବାହାରିବା ପାଇଁ କୋଇଲା ଓ ଗନ୍ଧକ ଦରକାର ହୁଏ । କୋଇଲା ଓ ଗନ୍ଧକ ଜଳେ । ପୋଟାସିୟମ ନାଇଟ୍ରେଟ୍‌ରୁ ମିଳୁଥବା ଅମ୍ଳଜାନ ଏହାକୁ ଜଳିବାରେ ସହାୟତା କରେ । ବାରୁଦରେ ହଠାତ୍ ନିଆଁ ଧରାଇବା କାମରେ ମଧ୍ୟ ଫସଫରସ୍ ରସାୟନିକ ସହାୟତା କରିଥାଏ । ବଣରୁ ବାହାରୁଥବା ଆଲୋକକୁ ରଙ୍ଗିନ କରିବା ସକାଶେ, ସେଥରେ ବିଭିନ୍ନ ରସାୟନିକ ପଦାର୍ଥ ମିଶାହୁଏ । ବାରୁଦରେ ଆଲୁମିନିୟମ ଓ ଟାଇଟାନିୟମ ମିଶେଇଲେ ରୂପା ପରି ଉଜ୍ଜଳ ଧଳା ସ୍କୁଲିଙ୍ଗ ମିଳେ । ମାଗେସିୟମ ମଧ୍ୟ ଉତ୍କଳ ଆଲୋକ ପ୍ରଦାନ କରେ । ତେଣୁ ଝରାବତି ବାରୁଦରେ ଆଲୁମିନିମା, ଟାଇଟନିୟମ ଓ ମାଗେସିୟମ ଭଳି ରସାୟନିକ ପଦାର୍ଥ ମିଶିଥାଏ । ବାରୁଦରେ ଆଲୁମିନିମ ଚୂର୍ଣ୍ଣ ମିଶିଥଲେ । ବାଣରୁ ଝରଝର ହୋଇ ରଜତ ବୃଷ୍ଟି ହେଲା ଭଳି ଲାଗେ । ବେରିୟମ୍ ମିଶିଲେ। ସବୁଜ, ଦୀପ୍ତି ମିଳେ । କ୍ୟାଲସିୟମ ଲବଣରୁ କମଳାରଙ୍ଗ ମିଳେ । ତମ୍ବା ଯୌଗିକ ମିଶିଲେ। ନୀଳରଙ୍ଗର ଆଲୁଅ ବାହାରେ। ବାରୁଦରେ ମଧ୍ୟ ଲୁହା ଗୁଣ୍ଡ ମିଶାଯାଏ । ଆମେ ଜାଣୁ, ଲୁହାର ତାପମାତ୍ରା ବଦଳିଲେ ଏହାର ରଙ୍ଗ ବଦଳିଯାଏ । ତେଣୁ ବାରୁଦରେ ଲୁହାଗୁଣ୍ଡ ଭିନ୍ନ ଭିନ୍ନ ତାପମାତ୍ରାରେ ଅଲଗା ଅଲଗା ବିରୋଧ କରାଯାଉଛି ।

ରଙ୍ଗର ଆଲୋକ ମିଳିପାରେ । ଲିଥିୟମ ଧାତୁ ମଧ୍ୟ ବାଣ ଜଳିଲେ ଲାଲ ରଙ୍ଗର ଆଲୁଅ ଦିଏ । ତେଣୁ ଲାଲ ରଙ୍ଗର ଆଲୁଅ ପାଇବା ସକାଶେ ବାରୁଦରେ ସାଧାରଣତଃ ଲିଥିୟମ କାର୍ବୋନେଟ୍ ଯୌଗିକ ମିଶିଥାଏ । ଉଦ୍ଗଳ ହଳଦିଆ ଆଳୁଆ ପାଇବା ଲାଗି ସୋଡିୟମ ଧାତୁ ଦରକାର ହୁଏ । ହାଲୁକା ନୀଳ ସ୍ଫୁରଣ ପାଇଁ ଚେଷ୍ଟାନ୍‌ସିୟମ୍ ସଲ୍‌ଫେଟ୍ ବ୍ୟବହୃତ ହୁଏ । ଧୂଆଁ ସୃଷ୍ଟି କରିବା କାମରେ ଦସ୍ତାଗୁଣ୍ଡ ସାହାଯ୍ୟ କରେ। ଶ୍ରେଷ୍ଟାନ୍‌ସିୟମ୍ କାର୍ବୋନେଟ୍ ଯୌଗିକରୁ ହଳଦିଆ ଆଲୋକ ମିଳେ ।

କ୍ଷତିକାରକ

ବାଣଜନିତ ଶବ୍ଦ ପ୍ରଦୂଷଣ ହୃଦରୋଗୀମାଙ୍କ ପାଇଁ ଅତି ମାରାତ୍ମକ । ଶବ୍ଦ ପ୍ରଦୂଷଣ ଲୋକମାନଙ୍କଠାରେ ମୁଣ୍ଡ ବିନ୍ଧିବା, ବ୍ୟସ୍ତ ଲାଗିବା, ନିଦ ନ ହେବା ଭଳି ଲକ୍ଷଣମାନ ଦେଖାଯାଏ । ଯେଉଁସବୁ ରାସାୟନିକ ପଦାର୍ଥ ବିଷୟରେ ଉଲ୍ଲେଖ କରାଗଲା, ସେସବୁ ଆଖିରେ ପଡ଼ିଗଲେ। କିମ୍ବା ପେଟ ଭିତରକୁ ଗଲେ ବିଭିନ୍ନ ରୋଗ ସୃଷ୍ଟିକରେ । ମୁଣ୍ଡବିନ୍ଧା, ବାନ୍ତି, ପେଟ କାଟିବା ଓ ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖାଯାଏ । ହାତରେ ବାରୁଦ ଲାଗିଲେ ସହଜରେ ଛାଡ଼େ ନାହିଁ । ବାଣରୁ ବାହାରୁଥବା ବିଷାକ୍ତ ଧୂଆଁ ବାୟୁମଣ୍ଡଳକୁ ଗୁରୁତର ଭାବରେ ପ୍ରଦୂଷିତ କରେ । ଯେହେତୁ ବାଣର ଉଭୟ ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ସ୍ଵାସ୍ଥ୍ୟ ସମସ୍ୟାର ଭୟ ରହିଛି, ଏହାର ତିଆରି ଓ ବ୍ୟବହାର ଉପରେ କଡ଼ା ନିୟନ୍ତ୍ରଣ ଜରୁରୀ । ଏବେ ଡିଜେ ବାଜିବା ଉପରେ କଡ଼ା କଟକଣା ଜାରି ହେଲା ପରେ କିଛିଟା ସୁଫଳ ମିଳିଛି । ସେହିପରି ବାଣ ଫୁଟେଇବା ଉପରେ ମଧ୍ୟ କଟକଣା ସକ୍ରିୟ ହେଉ ।

ଆଧାର -ଓଡିଶା ପରିବେଶ ସମିତି



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate