অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଶ୍ଵତାପାୟନ ଓ ପରିବେଶ

ପରିବେଶ କାର୍ଯ୍ୟକାରିତା

ପରିବେଶ କାର୍ଯ୍ୟକାରିତା ପାଇଁ ଜୈବ ଓ ଅଜୈବ କାରକ ପରସ୍ପର ନିର୍ଭରଶୀଳ । ଯେପରି ଜଳ, ବାୟୁ ମତ୍ତିକା, ତାପମାତ୍ରା ଆଦି ଅଜୈବ କାରକଙ୍କ ସହାୟତାରେ ଜୀବଜଗତ ତିଷ୍ଠି ରହିଥାନ୍ତି । ଅଜୈବ କାରକ ମଧରୁ ତାପମାତ୍ରାର ଏକ ସ୍ୱତନ୍ତ୍ର ଗୁରୁତ୍ଵ ରହିଛି । ଆଜିର ବିଶ୍ଵ ଜାଗତିକ ଉଷ୍ମତା ବା ବିଶ୍ୱତାପାୟନ ଭଳି ଗୁରୁତର ପରିବେଶ ସମସ୍ୟାର ସମ୍ମୁଖୀନ । ଏହି ସମସ୍ୟା ଆଜି ସମସ୍ତ ଜୀବଜଗତର ସ୍ଥିତି ପାଇଁ ଏକ ବିରାଟ ପ୍ରଶ୍ନବାଚୀ। ସୃଷ୍ଟି କରିଛି ।

ବିଶ୍ଵତାପାୟନର କାରଣ

ପୃଥୁବୀ ପୃଷ୍ଠର ତାପମାତ୍ରା ନିୟନ୍ତ୍ରଣ କରିବାରେ ଯେଉଁ କେତୋଟି କାରକ ପ୍ରମୁଖ ଭୂମିକା ନିଭାଇଥାନ୍ତି ସେଗୁଡ଼ିକ ମଧ୍ୟରେ ଅଙ୍ଗାରକାମ୍ଳ ସମୁଦ୍ର ଜଳ, ବୃକ୍ଷଲତା, କଳକାରଖାନାରୁ ନିର୍ଗତ ଗ୍ୟାସ୍ ପ୍ରମୁଖ । ଏହାଛଡ଼ା ଜଳୀୟବାଷ୍ପ ମିଥେନ୍ ଓ ଓଜୋନ ଆଦି ବାଷ୍ପ ମଧ୍ୟ ତାପମାତ୍ରା ନିୟନ୍ତ୍ରଣ କରିଥାନ୍ତି । ଏଗୁଡ଼ିକର ମାତ୍ରାଧକ ନିର୍ଗମନ ଫଳରେ ବାୟୁମଣ୍ଡଳୀୟ ତାପମାତ୍ରାର ବୃଦ୍ଧି ଘଟୁଛି। ଅଙ୍ଗାରକାମ୍ଳ -ବିଶ୍ଵରେ ଶିଳ୍ପ ବିପ୍ଳବ ପରେ ଶିଳ୍ପାୟନ ବୃଦ୍ଧି ଯୋଗୁଁ ପ୍ରଚୁର ପରିମାଣରେ ଅଙ୍ଗାରକାମ୍ଳ ଚ୍ୟାସର ନିଗମନ ହେବା ସହ ଅନ୍ୟାନ୍ୟ ପ୍ରଦୂଷିତ ବାଷ୍ପ ମଧ୍ୟ ତାପମାତ୍ରା ବୃଦ୍ଧିରେ ସହାୟକ ହୋଇଥାନ୍ତି । ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ମାତ୍ରା ୩୫୦ ପିପି. ଏମ୍ ମଧ୍ୟରେ ରହିଲେ ତାହା ନିରାପଦ ହୋଇଥାଏ । ବର୍ତ୍ତମାନ ଏହାର ମାତ୍ରା ୩୮୭ ପି.ପି.ଏମ୍ ରହିଛି ଓ ଏହାର ଅସ୍ଵାଭାବିକ ବୃଦ୍ଧି ଘଟିବାରେ ଲାଗିଛି । ୧୯୮୦ ମସିହାରୁ ୨୦୧୨ ମସିହା ମଧ୍ୟରେ ବିଶ୍ଵର ହାରାହାରି ତାପମାତ୍ରା (ସ୍ଥଳଭାଗ ଓ ଜଳଭାଗ) ପ୍ରାୟ ୦.୮୫ ସେଣ୍ଟିଗ୍ରେଡ଼୍ ବଢ଼ିଛି । ଏହିତାପମାତ୍ରା ବୃଦ୍ଧି ଭୟଙ୍କର ଭାବେ ବୃଦ୍ଧି ପାଇ ଏକବିଂଶ ଶତାବ୍ଦୀରେ ୧.୭ ଡ଼ିଗ୍ରୀ ସେଣ୍ଟିଗ୍ରେଡ଼୍ ହେବ ବୋଲି ଆନ୍ତଃସରକାରୀ ଜଳବାୟୁ ପରିବର୍ତ୍ତନ କମିଟି ସତର୍କ ସୂଚନା ଦେଇଛି । ନାଇଟ୍ରସ୍ ଟକ୍ଲାଇଡ଼୍ କାର୍ବନ ମନୋକ୍ଲାଇଡ଼୍ ସଲଫର୍ ଡ଼ାଇଅକ୍ସାଇଡ଼୍ ଆଦି ସବୁଜ ଗୃହ ବାଷ୍ପ ମଧ୍ୟ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି କରିଥାନ୍ତି ।

ମିଥେନ୍ - ମିଥେନ୍ ଗ୍ୟାସ ସାଧାରଣତଃ ଜୀବାଶ୍ମ ଇନ୍ଧନର ଉତ୍ପାଦନ, ବିତରଣ ଓ ବ୍ୟବହାର ସମୟରେ ବାୟୁ ପ୍ରଦୂଷିତ କରିଥାଏ । ବାୟୁମଣ୍ଡଳରେ ମିଥେନ୍ର ମାତ୍ରା ୧୫୦ ବର୍ଷ ମଧ୍ୟରେ ଦୁଇଗୁଣା ହୋଇଯାଇଛି । ଗୋରୁ, ଛେଳି,  ମେଣ୍ଢା ଓ ମଇଁଷି

ଆଦି ପଶୁଙ୍କ ରୋମନ୍ଥନ କରୁଥିବା କାରଣରୁ ସେମାନଙ୍କ ଅନ୍ତଃନଳୀରୁ କିଣ୍ଵନ ପ୍ରକ୍ରିୟା ମାଧ୍ୟମରେ ବହୁ ପରିମାଣର ମିଥେନ୍ ବାଷ୍ପ ନିର୍ଗମନ ହୋଇଥାଏ । ଗୃହପାଳିତ ପଶୁମାନଙ୍କ ମଳ (ଗୋବର) ମଧ୍ୟ ବହୁ ପରିମାଣର ମିଥେନ୍ ବାଷ୍ପ ନିଗମନ କରିଥାଏ । ଏହାଛଡ଼ା ଆଦ୍ରଭୂମି, କାଠ, ଗୋବର ଜାଳେଣି ହାରହାରି ୧୨ ମିଲିୟନ୍ ଟନ୍ର ମିଥେନ୍ ବାୟୁ ମଣ୍ଡଳକୁ ଛାଡ଼ିଥାଏ । ଏତଦ୍ୱୀତୀତ, ଉଈ, ସାମୁଦ୍ରିରକ ଜଳଜୀବ ମଧ୍ୟ ମଥେନ୍ ନିଗମନର ସହାୟକ ହୋଇଥାନ୍ତି । ୧୭୫୦ ମସହା ପରଠାରୁ ମଥେନ୍ ଗ୍ୟାସର ମାତ୍ରା ୧୪୮% ବୃଦ୍ଧି ପାଇଛି । ଏହା ଅଙ୍ଗାରକାମ୍ଳଠାରୁ ୨୧ ଗୁଣାରୁ ଅଧିକ ଉତ୍ତାପ ସୃଷ୍ଟି କରିଥାଏ ।

ଓଜୋନ୍ ଓ ଅନ୍ୟାନ୍ୟ ବାଷ୍ପ - ବାୟୁମଣ୍ଡଳରେ ଥିବା ଓଜୋନ ତାପମାତ୍ରା ବୃଦ୍ଧିର କାରଣ ହୋଇଥାଏ । ଏହା ଛଡା ବାୟୁମଣ୍ଡଳୀୟ ଓଜୋନସ୍ତରର ଅବକ୍ଷୟ ହେତୁ ସୂର୍ଯ୍ୟରଶ୍ମିର ଅତିବାଇଗଣୀ ଓ ଅବଲୋହିତ ଋଶ୍ମି ପୃଥୁବୀ ପୃଷ୍ଠକୁ ଆସିବା ସହଜ ହୋଇଥାଏ । ଏହି ରଶ୍ମୀ ତାପମାତ୍ରା ବୃଦ୍ଧିରେ ସହାୟକ ହୋଇ ବିଶ୍ଵ ତାପମାତ୍ରାରେ ପ୍ରମୁଖ କାରଣ ହୋଇଛି ।

ତାପପ୍ରଦୂଷଣ - ତାପଜ ବିଦୁ୍ୟତ କେନ୍ଦ୍ର, ପରମାଣୁ ରିଆକ୍ଟର, ପରମାଣୁ ପରୀକ୍ଷଣ, ରକେଟ ବା କୃତ୍ରିମ ଉପଗ୍ରହ ଉତକ୍ଷେପଣ, କ୍ଷେପଣାସ୍ତ୍ର ପରୀକ୍ଷଣ ଯୁଦ୍ଧ, ଆଗ୍ନେୟଗିରି ଉଦଗୀରଣ ଆଦି ମଧ୍ୟ ସିଧାସଳଖ ତାପମାତ୍ରା ସୃଷ୍ଟିକାରୀ ପ୍ରକ୍ରିୟା ହୋଇଥିବାରୁ ବାୟୁମଣ୍ଡଳରେ ତାହାର ପ୍ରଭାବ ପଡିବା ସହିତ ଜାଗତିକ ଉଷ୍ମତା ବୃଦ୍ଧି କରିଥାଏ । ଏକ ପରିସଂଖ୍ୟାନରୁ ଏହା ସ୍ପଷ୍ଟ ଯେ ସବୁଜ ବାଷ୍ପଗୁଡିକ କାରଖାନା(୨୧%) । ବିଦୂୟତ ଓ ତାପଜକେନ୍ଦ୍ର (୨୫%) ଗମନାଗମନ ଯୋଗୁଁ(୧୪% ଅନ୍ୟାନ୍ୟ ଶକ୍ତ କେନ୍ଦ୍ର ପାଇଁ ୯.୬% ଓ ନିର୍ମାଣ କାର୍ଯ୍ୟ ପାଇଁ ୬.୪% ଭାବେ ନିର୍ଗତ ହୋଇ ତାପମାତ୍ରା ବୃଦ୍ଧି କରିଥାନ୍ତି ।

ଜଳବାୟୁ ପରିବର୍ତ୍ତନ - ତାପମାତ୍ରା ବୃଦ୍ଧି ଯୋଗୁଁ ମୌସୁମୀ ବାୟୁ ପ୍ରବାହ ଓ ଜଳଧାରଣ କ୍ଷମତାରେ ପରିବର୍ତ୍ତନ ଘଟିଛି।

ଜଳବାୟୁ ପରିବର୍ତ୍ତନ ଫଳରେ କେତେବେଳେ ଅଳ୍ପ ବୃଷ୍ଟି ବା ଅତ୍ୟଧୁକ ବୃଷ୍ଟିପାତ ହୋଇ ମରୁଡ଼ି ଓ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରୁଛି ।

ବିଶ୍ଵାସ୍ତରୀୟ ପଦକ୍ଷେପ – ପରିବେଶ ପ୍ରଦୂଷଣ, ସବୁଜଗୃହ ବାଷ୍ପର ମାତ୍ରାଧିକ ବୃଦ୍ଧି, ଜାଗତିକ ଉଷ୍ମତା ବୃଦ୍ଧି, ବିଗତ କେତେ ଦଶନ୍ଧି ଧରି ବିଶ୍ୱ ନେତୃବୃନ୍ଦଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି । ମିଳିତ ଜାତିସଂଘର ଆହ୍ଵାନରେ ପ୍ରଥମେ ରିଓଡିଜେନିରୋରେ ୧୯୯୨ ଜୁନ୍ ୩-୧୪ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଜାତିସଂଘ ସହ ଅନୁବନ୍ଧିତ ୧୭୨ ଦେଶର ପ୍ରତିନିଧିଙ୍କ ସହ ପ୍ରାୟ ୨୪୦୦ପ୍ରତିନିଧି ଯୋଗଦେଇଥୁଲେ । ପ୍ରତିବର୍ଷ ବିଶ୍ଵର ବିଭିନ୍ନ ଦେଶରେ ସମ୍ମିଳନୀ ଆୟୋଜନ କରି ପ୍ରଦୂଷଣମୁକ୍ତ ବିଶ୍ଵଗଠନ, ବିଶ୍ୱତାପାୟନ ଓ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ବିଶ୍ଵ ନେତୃବୃନ୍ଦଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ୧୯୯୨ ମସିହାରେ ଗଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ବୈଠକ ୧୯୯୫ ମସିହାଠାରୁ ବାର୍ଷିକ ସମ୍ମିଳନୀ ମାଧ୍ୟମରେ ବିଶ୍ୱତାପାୟନ ରୋକିବା ପାଇଁ କାର୍ଯ୍ୟପନ୍ଥା ନିରୂପଣ କରୁଛନ୍ତି ।

ସଂଗୃହିତ: ତ୍ରିଗୁଣ ଦାସମହାପାତ୍ର, ମର୍କତନଗର ସେକ୍ଟର-୯, କଟକ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate