କ୍ଷେତ୍ରଫଳ ଏବଂ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଦକ୍ଷିଣ ଏସିଆର ସବୁଠାରୁ ବଡ ଦେଶ ଅଟେ । ଏହା ମହାସାଗର ଦ୍ଵାରା ବେଷ୍ଟିତ । ଗଣନା ଅନୁଯାୟୀ ଭାରତ, ଭାରତ ମହାସାଗରରେ ଅବସ୍ଥିତ । ଏହା ୟୁରୋପ ଏବଂ ଆଫ୍ରିକା ମଧ୍ୟରେ ଦକ୍ଷିଣ ପୂର୍ବ ଏସିଆ ମଧ୍ୟରେ ଦୂର ପ୍ରାଚ୍ୟ ଏସିଆ ଏବଂ ଓସେଆନିଆଁ ମଧ୍ୟରେ ସାମୁଦ୍ରିକ ପଥକୁ ନିର୍ଦ୍ଦେଶିତ କରୁଅଛି । ଏଥିଯୋଗୁଁ ଭାରତର ବହୁ ପୁରାତନ କାଳରୁ ବହୁ ଦେଶ ମଧ୍ୟରେ ବାଣିଜ୍ୟିକ ସୁସମ୍ପର୍କ ସ୍ଥାପନ କରିପାରିଥିଲା । ଭାରତର ଅବସ୍ଥିତି ଜଳ ଓ ସ୍ଥଳରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ନାଥୁଲା ଗିରିପଥ (ସିକିମ), ସିପକିଲା (ହିମାଚଳ ପ୍ରଦେଶ), ଯୋଜିଲା ଏବଂ ଦୂରଜିଲା (ଜାମ୍ମୁ ଓ କାଶ୍ମୀର) ପ୍ରଭୃତି ବିଭିନ୍ନ ଗିରିପଥର ଗୁରୁତ୍ଵ ଏଠାରେ ରହିଅଛି । ଭାରତ ଓ ତିବ୍ଦତର ପ୍ରଧାନ ବାଣିଜ୍ୟ ପଥ ଦାର୍ଜିଲିଂ ନିକଟରେ କାଲିମ୍ ପଙ୍ଗକୁ ତିବ୍ଦତର ଲାସା ସହିତ ଜେଲପେଲା ଗିରିପଥ ଦ୍ଵାରା ଯୋଗ କରାଯାଇଛି । ପ୍ରାଚୀନ ପରିବ୍ରାଜକମାନଙ୍କୁ ଆହୁରି ଅନେକ ଗିରିପଥ ଭାରତକୁ ପଥ ଦେଖାଇଥିଲା । ଏହି ପଥଗୁଡିକ କେବଳ ଯେ ବାଣିଜ୍ୟିକ ଗୁରୁତ୍ଵ ରହିଅଛି ତାହା ନୁହେଁ ଏବଂ ସଭ୍ୟତାର ବିନିମୟ କ୍ଷେତ୍ରରେ ଏହା ଗୁରୁତ୍ଵ ହାସଲ କରିଛି ।
ଭାରତ ପୃଥିବୀର ସପ୍ତମ ବୃହତ୍ତମ ଦେଶ ଅଟେ । ଏହାର ସ୍ଥଳ ଭାଗର ସୀମାରେଖା ୧୫,୨୦୦ କି.ମି. ଏବଂ ଉପକୂଳର ସୀମାରେଖା ୬୧୦୦ କି.ମି. ଅଟେ । ଭାରତର ଭୂ-ଭାଗର କ୍ଷେତ୍ରଫଳ ୩.୨୮ ଲକ୍ଷ ବର୍ଗ କି.ମି. ଅଟେ । ପୃଥିବୀରେ ଥିବା ଭୂ-ଭାଗର ୨.୪୨ ଭାଗ ଭାରତରେ ରହିଛି ।
ଶାସନର ସୁବିଧା ଦୃଷ୍ଟିରୁ ଭାରତକୁ ୨୮ଗୋଟି ରାଜ୍ୟ ଓ ୭ ଗୋଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଛି । ଏହି ମାନଚିତ୍ର ପ୍ରତ୍ୟକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ସେମାନଙ୍କର ରାଜଧାନୀକୁ ସୂଚାଉଛି । ଏହା ଚିତ୍ତାକର୍ଷକ ଯେ ଦିଲ୍ଲୀ ଭାରତର ରାଜଧାନୀ ହୋଇଥିଲା ବେଳେ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀର ମଧ୍ୟ ରାଜଧାନୀ ଅଟେ । ଅନ୍ୟ କୌଣସି ରାଜଧାନୀ ଏହିପରି ଥିବାର ତୁମେ ଚିହ୍ନିତ କରିପାରିବ କି ? ହଁ ଅଛି । ଚଣ୍ଡିଗଡ, ପଞ୍ଜାବ ଓ ହରିୟାଣ ରାଜ୍ୟ ଦ୍ୱୟର ରାଜଧାନୀ ଅଟେ । ପୁଣି ଚଣ୍ଡିଗଡ କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ ଅଟେ ।
ଭାରତରେ ଭୂମି ରୂପର ଗଠନରେ ବ୍ୟତିକ୍ରମ ଦେଖାଦେଇଥାଏ । ଏହା ବୃହତ୍ ହିମାଳୟ ପର୍ବତ ଶ୍ରେଣୀ, ଉତ୍ତରସ୍ଥ ସମତଳ ଭୂମି, ଥର ମରୁଭୁମି, ଉପକୂଳବର୍ତ୍ତୀ ସମତଳ ଭୂମି ଏବଂ ଉପଦ୍ଵୀପୀୟ ମାଳଭୂମିକୁ ଅନ୍ତର୍ଭୁକ୍ତ କରୁଅଛି । ଟୋପୋଗ୍ରାଫିରେ ଯେଉଁ ବ୍ୟତିକ୍ରମ ଦେଖାଯାଇଅଛି ତାହାର ନିମ୍ନଲିଖିତ କାରଣ ହୋଇପାରେ ।
ଭାରତରେ ପ୍ରାକୃତିକ ବିଭେଦତା ଦେଖାଯାଏ । କେତେକ ଅଞ୍ଚଳରେ ଉଚ୍ଚ ଗିରିଶୃଙ୍ଗ ରହିଛି ତ ଅନ୍ୟ ସ୍ଥାନମାନଙ୍କରେ ନଦୀ ଦ୍ଵାରା ଗଠିତ ସମତଳ ଭୂମି ରହିଛି । ଭୂ-ପ୍ରକୃତି ଅନୁସାରେ ଭାରତକୁ ନିମ୍ନଲିଖିତ ଛଅ ଭାଗରେ ବିଭକ୍ତ କରାଯାଇଅଛି ।
ହିମାଳୟ ଏକ ତରୁଣା ଭଙ୍ଗିଳ ପର୍ବତ ଅଟେ । ଏହା ପୃଥିବୀର ଉଚ୍ଚତମ ପର୍ବତଶ୍ରେଣୀ ଅଟେ । ହିମାଳୟ ପ୍ରାକୃତିକ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରୁଅଛି । ହିମାଳୟ ଦେଇ ଭାରତର ପଡୋଶୀମାନେ ପ୍ରବେଶ କରିବାକୁ ଏହାର ଅତ୍ୟଧିକ ଥଣ୍ଡା, ବରଫ ଏବଂ ବନ୍ଧୁର ଭୂମିରୂପ ନିରୂତ୍ସାହିତ କରୁଅଛି । ଏହାର ବିସ୍ତୃତି ପଶ୍ଚିମରୁ ପୂର୍ବକୁ ସିନ୍ଧୁ ନଦୀଠାରୁ ବ୍ରହ୍ମପୁତ୍ର ନଦୀ ପର୍ଯ୍ୟନ୍ତ ୨୫୦୦ କି.ମି. ଅଟେ । ଏହାର ପ୍ରସ୍ତ ପଶ୍ଚିମରେ ୪୦୦କି.ମି. ଓ ପୂର୍ବରେ ୧୫୦ କି.ମି. ରହିଅଛି । ହିମାଳୟ ପର୍ବତଶ୍ରେଣୀ ତିନିଗୋଟି ସମାନ୍ତରାଳ ପର୍ବତ ଶ୍ରେଣୀରେ ବିଭକ୍ତ ହୋଇଅଛି ।
ଉତ୍ତରସ୍ଥ ପର୍ବତ ଶ୍ରେଣୀ ଏବଂ ଗିରିଶୃଙ୍ଗକୁ ନେଇ ହିମାଦ୍ରି ଗଠିତ । ଏହାର ହାରାହାରି ଉଚ୍ଚତା ୬୦୦୦ ମିଟର ଏବଂ ପ୍ରସ୍ଥ ୧୨୦ ରୁ ୧୯୦ କି.ମି. । ଏହା ଏକ ନିରବଚ୍ଛିନ୍ନ ପର୍ବତ ଶ୍ରେଣୀ । ଏହା ବରଫ ଦ୍ଵାରା ଆଚ୍ଛାଦିତ ଅନେକ ତୁଷାର ସ୍ରୋତ ଏଠାରେ ଅବତରଣ କରୁଅଛି । ଏଠାରେ ଅନେକ ଉଚ୍ଚ ପର୍ବତ ଶୃଙ୍ଗ ଯଥା – ଏଭେରେଷ୍ଟ, କାଞ୍ଚନଜଙ୍ଘୀ, ମାକାଲୁ, ଧବଳଗିରି, ନଙ୍ଗା ପର୍ବତ ପ୍ରଭୃତି ରହିଅଛି । ଏମାନଙ୍କର ଉଚ୍ଚତା ୮୦୦୦ ମିଟରରୁ ଅଧିକ ଅଟେ । ମାଉଣ୍ଟ ଏଭେରେଷ୍ଟ ପୃଥିବୀର ଉଚ୍ଚତମ ଶୃଙ୍ଗ ଅଟେ । ଏହାର ଉଚ୍ଚତା ୮୮୪୮ ମିଟର ଅଟେ । କାଞ୍ଚନ ଜଙ୍ଘୀ ଭାରତୀୟ ହିମାଳୟର ଉଚ୍ଚତମ ଶୃଙ୍ଗ ଅଟେ । ଏହି ଅଞ୍ଚଳରେ ଅନେକ ଉଚ୍ଚ ଗିରିପଥମନ ରହିଅଛି । ସେଗୁଡିକ ହେଲା ବାରାଲାଛା-ଲା, ନାଥୁ-ଲା, ଯୋଜି-ଲା, ବୋମିଡି-ଲା ହିମାଳୟ ଗଙ୍ଗା ଏବଂ ଯମୁନା ନଦୀର ଉତ୍ପତ୍ତି ସ୍ଥଳ ଅଟେ ।
ଉଚ୍ଚ ହିମାଳୟ ବା ହିମାଚଳ
ଏହି ପର୍ବତ ଶ୍ରେଣୀର ଉଚ୍ଚତା ୧୦୦୦ ମିଟରରୁ ୪୫୦୦ ମିଟର ମଧ୍ୟରେ ଏବଂ ଏହାର ପ୍ରସ୍ଥ ୫୦ କି.ମି. ଅଟେ । ଏହାର ପ୍ରମୁଖ ପର୍ବତ ଶ୍ରେଣୀ ହେଲା ପିରପଞ୍ଜଲ, ଧଉଳଧର ଏବଂ ମହାଭାରତ ପର୍ବତଶ୍ରେଣୀ, ଏଠାରେ ସିମଲା, ଡେଲାହାଉସୀ, ଦାର୍ଜିଲିଂ, ଛକ୍ରାଟା, ମସୌରୀ, ନୌନୀତାଲ ପ୍ରଭୃତି ଅନେକ ଶୈଳନିବାସ ରହିଅଛି । ଏଠାରେ କାଶ୍ମୀର, କୁଲୁ, କାଙ୍ଗ୍ରି ପ୍ରଭୃତି ପ୍ରସିଦ୍ଧ ଉପତ୍ୟକାମାନ ରହିଅଛି ।
ବାହ୍ୟ ହିମାଳୟ ବା ସିୱାଲିକ
ଏହି ହିମାଳୟ ପର୍ବତ ଶ୍ରେଣୀର ବାହାରେ ରହିଅଛି । ଏହାର ଉଚ୍ଚତା ୯୦୦ ମିଟରରୁ ୧୧୦୦ ମିଟର ମଧ୍ୟରେ ଏବଂ ଏହାର ପ୍ରସ୍ଥ ୫୦ କି.ମି. ଅଟେ । ଏଠାରେ ଅଳ୍ପୋଚ୍ଚ କେତେକ ପାହାଡ଼ ରହିଅଛି । ସେଗୁଡିକ ହେଲା ଜାମ୍ମୁ ପାହାଡ, ମିଜୋ, ମିସମି ପାହାଡ ପ୍ରଭୃତି । ହିମାଚଳ ଏବଂ ସିୱାଲିକ ପର୍ବତ ଶ୍ରେଣୀ ମଧ୍ୟରେ ରହିଥିବା ଉପତ୍ୟକାକୁ ଡୁନ୍ କହନ୍ତି । ସେଗୁଡିକ ହେଲା ଡେରାଡୁନ, କେଟଲିଡୁନ, ଏବଂ ପାଟଲିଡୁନ ।
ଟ୍ରାନ୍ସ ହିମାଳୟ ପର୍ବତଶ୍ରେଣୀ
ଏହା ବୃହତ୍ତର ହିମାଳୟ ଉତ୍ତରରେ ସମାନ୍ତରାଳ ଭାବରେ ଯାସକାର ପର୍ବତଶ୍ରେଣୀ ନାମରେ ଗତି କରିଅଛି । ଯାସକାର ପର୍ବତଶ୍ରେଣୀର ଉତ୍ତରରେ ଲାଦାଖ ପର୍ବତଶ୍ରେଣୀ ଅବସ୍ଥିତ । ସିନ୍ଧୁ ନଦୀ ଯାସକାର ଏବଂ ଲାଦାଖ ପର୍ବତଶ୍ରେଣୀ ମଧ୍ୟ ଦେଇ ଗତି କରୁଅଛି । ଦେଶର ସବା ଉତ୍ତରରେ କାରାକୋରମ ପର୍ବତଶ୍ରେଣୀ ଅବସ୍ଥିତ । କେ-୨ ପୃଥିବୀର ଦ୍ଵିତୀୟ ଉଚ୍ଚତମ ଏବଂ ଭାରତର ଉଚ୍ଚତମ ଶୃଙ୍ଗ ଅଟେ ।
ପୂର୍ବାଞ୍ଚଳ ପର୍ବତ
ଭାରତର ପୂର୍ବରେ ଥିବା ମିସମି, ପାତକୋଇ, ନଗା, ମିଜୋ ପ୍ରଭୃତି ପର୍ବତଶ୍ରେଣୀ ଏଠାରେ ରହିଅଛି । ମେଘାଳୟ ମାଳଭୂମି ଏହାର ଅଂଶ ବିଶେଷ । ଯାହାକି ଗାରୋ, ଖାସି ଏବଂ ଜୟନ୍ତିଆ ପର୍ବତ ମଧ୍ୟରେ ରହିଅଛି ।
ଭାରତର ଉତ୍ତରସ୍ଥ ସମତଳ ଭୂମି ହିମାଳୟର ଦକ୍ଷିଣ ଏବଂ ଉପଦ୍ଵୀପୀୟ ମାଳଭୂମିର ଉତ୍ତର ମଧ୍ୟରେ ଅବସ୍ଥିତ । ସିନ୍ଧୁ, ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀମାନଙ୍କ ଦ୍ଵାରା ଆନିତ ପଟୁମାଟି ଦ୍ଵାରା ଏହା ଗଠିତ ହୋଇଅଛି । ପଶ୍ଚିମରେ ଥିବା ପଞ୍ଜାବଠାରୁ ପୂର୍ବରେ ଥିବା ଆସାମ ପର୍ଯ୍ୟନ୍ତ ଏହାର ଦୈର୍ଘ୍ୟ ୨୪୦୦ କି.ମି. ଅଟେ । ଏହାର ପ୍ରସ୍ଥ ପଶ୍ଚିମରେ ୩୦୦ କି.ମି. ଥିଲାବେଳେ । ପୂର୍ବରେ ପ୍ରାୟ ୧୫୦ କି.ମି. ରହିଅଛି । ଏହା ପ୍ରଧାନତଃ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ଆସାମ ମଧ୍ୟରେ ରହିଅଛି । ଏହି ସମତଳ ଭୂମି ଅଧିକ ଉର୍ବର ଅଟେ । କାରଣ ହିମାଳୟରୁ ବାହାରିଥିବା ନଦୀମାନଙ୍କ ଦ୍ଵାରା ଆନିତ କ୍ଷୟଶୀଳ ଉର୍ବର ମୃତ୍ତିକା ଦ୍ଵାରା ଏହା ଗଠିତ । ଏହା ପୃଥିବୀର ବୃହତ୍ତମ ଉର୍ବର ସମତଳ ଭୂମି ମଧ୍ୟରୁ ଅନ୍ୟତମ ଅଟେ । ଏଠାରେ ମୁଖ୍ୟତଃ ଗହମ, ଧାନ, ଆଖୁ, ଡାଲିଜାତୀୟ ଶସ୍ୟ ତୈଳବୀଜ ଏବଂ ଝୋଟ ଚାଷ କରାଯାଏ । ଜଳସେଚନର ସୁବିଧା ଥିବାରୁ ଏଠାରେ ଅଧିକ ଖାଦ୍ୟଶସ୍ୟ ଉତ୍ପାଦିତ ହୁଏ । ଉତ୍ତରସ୍ଥ ସମତଳ ଭୂମି ବିସ୍ତୃତ ଭାବରେ ଦୁଇ ଭାଗରେ ବିଭକ୍ତ ।
ପଶ୍ଚିମସ୍ଥ ସମତଳ ଭୂମି – ଏହି ସମତଳ ଭୂମି ସିନ୍ଧୁ ନଦୀ ଦ୍ଵାରା ସୃଷ୍ଟି ହୋଇଅଛି । ଏହା ଆରାବଳୀ ପର୍ବତର ପଶ୍ଚିମରେ ଅବସ୍ଥିତ ଅଟେ । ଏହା ସତଲେଜ, ବେୟାସ ଏବଂ ରାବିନଦୀ ଦ୍ଵାରା ଆନିତ ପଟୁମାଟି ଦ୍ଵାରା ଗଠିତ । ସମତଳ ଭୂମିର ଏହି ଅଂଶକୁ ଦୋଆବ କୁହାଯାଏ ।
ଗଙ୍ଗା ବ୍ରହ୍ମପୁତ୍ର ସମତଳ ଭୂମି – ଏହି ଭୂମି ଦୁଇଗୋଟି ପ୍ରଧାନ ନଦୀ ଦ୍ଵାରା ଆନିତ କ୍ଷୟଶୀଳ ପଦାର୍ଥ ଜମା ହୋଇ ସୃଷ୍ଟି ହୋଇଅଛି । ସେ ନଦୀ ଦୁଇଗୋଟି ହେଉଛନ୍ତି ଗଙ୍ଗା ଏବଂ ବ୍ରହ୍ମପୁତ୍ର । ମୂଳ ସଭ୍ୟତା ମହେଞ୍ଜୋଦାରେ ଏବଂ ହରପ୍ପା ସଭ୍ୟତାକୁ ନଦୀ ଉପତ୍ୟକା ସଭ୍ୟତା କୁହାଯାଏ । ଏହି ସଭ୍ୟତା ଏହି ସମତଳ ଅଞ୍ଚଳରେ ବ୍ୟାପୀ ରହିଥିଲା । କାରଣ ସେଠାରେ ନଦୀ ବେଷ୍ଟିତ ଉର୍ବର ସମତଳ ଭୂମି ଥିଲା ।
ଦୋଆବ – ଦୁଇନଦୀ ମଧ୍ୟରେ ଥିବା ଉର୍ବର ଭୂମି । ଉଦାହରଣ ପଞ୍ଜାବର ବୋୟାଆବ ଅଞ୍ଚଳ । ଖଦାର – ପ୍ରାୟ ପ୍ରତିବର୍ଷ ବନ୍ୟାପ୍ଲାବିତ ଅଞ୍ଚଳ । ଭାଙ୍ଗର – ଯେଉଁ ଅଞ୍ଚଳ କେବେ ହେଲେ ବନ୍ୟାପ୍ଲାବିତ ହୁଏ ନାହିଁ । |
ଏହା ପ୍ରାଚୀନ ଭୂଭାଗ ଗଣ୍ଡୱାନାଲ୍ୟାଣ୍ଡର ଅଂଶ ବିଶେଷ ଅଟେ । ଏହା ୫ ଲକ୍ଷ ବର୍ଗ କି.ମି. ଅଞ୍ଚଳକୁ ଅଧିକାର କରିଅଛି । ଏହାର ବିସ୍ତାର ଗୁଜୁରାଟ, ମହାରାଷ୍ଟ୍ର, ବିହାର, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ ରହିଅଛି । ଯେଉଁଥିରେ ଭାରତର ଉପଦ୍ଵୀପୀୟ ମାଳଭୂମିକୁ ଦର୍ଶାଯାଇଅଛି ।
ନର୍ମଦା ନଦୀ ଉପଦ୍ଵୀପୀୟ ମାଳଭୂମିକୁ ଦୁଇ ଭାଗରେ ବିଭକ୍ତ କରୁଅଛି ।
କେନ୍ଦ୍ରୀୟ ଉଚ୍ଚଭୂମି – ଏହା ନର୍ମଦା ନଦୀ ଏବଂ ଉତ୍ତରସ୍ଥ ସମତଳ ଭୂମି ମଧ୍ୟରେ ବିସ୍ତୃତ । ଗୁରୁତ୍ୱପୂର୍ଣ୍ଣ ପର୍ବତ ଆରାବଳୀ ଗୁଜୁରାଟ ରାଜସ୍ଥାନ ଦେଇ ଦିଲ୍ଲୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଅଛି । ଆରାବଳୀ ପର୍ବତର ଉଚ୍ଚତମ ଶୃଙ୍ଗ ଗୁରୁଶିଖ (୧୭୨୨m) ମାଉଣ୍ଟଆବୁ ନିକଟରେ ରହିଅଛି । ମାଳବ ମାଳଭୂମି ଓ ଛୋଟ ନାଗପୁର ମାଳଭୂମି କେନ୍ଦ୍ରୀୟ ଉଚ୍ଚଭୂମିର ଅଂଶ ବିଶେଷ ଅଟେ । ମାଳବ ମାଳଭୂମିର ପ୍ରଧାନ ନଦୀ ବେତୱା, ଚମ୍ବଇ ଏବଂ କେନ ଅଟେ । ସେହିପରି ଛୋଟ ନାଗପୁର ମାଳଭୂମିର ପ୍ରଧାନ ପାହାଡ ମହାଦେବ, କୈସୁର ଏବଂ ମୌକାଲ ଅଟେ । ବିନ୍ଧ୍ୟ ସାତପୁରା ପାହାଡ ମଧ୍ୟରେ ନର୍ମଦା ନଦୀର ଉପତ୍ୟକା ରହିଅଛି । ଏହି ନଦୀ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହୋଇ ଆରବ ସାଗରରେ ପଡିଅଛି ।
ଦାକ୍ଷିଣାତ୍ୟ ମାଳଭୂମି – ଦାକ୍ଷିଣାତ୍ୟ ମାଳଭୂମି ଛୋଟ ନାଗପୁର ମାଳଭୂମି ପର୍ଯ୍ୟନ୍ତ ବିସ୍ତୃତ ଅଟେ । ଦାକ୍ଷିଣାତ୍ୟ ମାଳଭୂମିର କଳାମାଟି ଥିବା ଅଞ୍ଚଳକୁ ‘ଡେକାନଟ୍ରାପ’ କୁହାଯାଏ । ଏହା ଅଗ୍ନି ଉଦ୍ଗିରଣ ଫଳରେ ସୃଷ୍ଟି ହୋଇଅଛି । କୃଷ୍ଣ ମୃତ୍ତିକା କପା ଚାଷ ଏବଂ ଆଖୁଚାଷ ପାଇଁ ଉତ୍କୃଷ୍ଟ ଅଟେ । ଦାକ୍ଷିଣାତ୍ୟ ମାଳଭୂମି ଦୁଇ ଭାଗରେ ବିଭକ୍ତ ।
ପଶ୍ଚିମ ଘାଟ – ଏହା ପଶ୍ଚିମ ଉପକୂଳ ସହିତ ସମାନ୍ତରାଳ ଭାବରେ ୧୬୦୦ କି.ମି. ପର୍ଯ୍ୟନ୍ତ ବିସ୍ତୃତ ଅଟେ । ଏହାର ହାରାହାରି ଉଚ୍ଚତା ଉଚ୍ଚତା ୧୦୦୦ ମିଟର ଅଟେ । ଏହାର ପ୍ରସିଦ୍ଧ ଗିରିଶୃଙ୍ଗଗୁଡିକ ହେଲା ଦୋଦୋବେତ୍ତା, ଆନାଇମୁଡି ଏବଂ ମାକୃତ୍ତି । ଏହି ଅଞ୍ଚଳର ଉଚ୍ଚତମ ଶୃଙ୍ଗ ଆନାଇମୁଡି (୨୬୯୫ ମିଟର) ଅଟେ । ପଶ୍ଚିମଘାଟ ଏକ ନିରବଚ୍ଛିନ୍ନ ପର୍ବତ ଶ୍ରେଣୀ ଅଟେ । ଏହାକୁ ଅତିକ୍ରମ କରିବା ପାଇଁ ପାଲଘାଟ, ଥାଲଘାଟ ଏବଂ ଭୋର ଘାଟ ଗିରିପଥ ରହିଅଛି । ଗୋଦାବରୀ, ଭୀମା ଏବଂ କୃଷ୍ଣନଦୀ ଏହାର ପୂର୍ବଦିଗରେ ଏବଂ ତାପ୍ତିନଦୀ ଏହାର ପଶ୍ଚିମ ଦିଗରେ ପ୍ରବାହିତ ହେଉଛନ୍ତି । ଆରବ ସାଗରରେ ପ୍ରବେଶ କରିବା ପୂର୍ବରୁ ଏହାର ସ୍ରୋତ ପ୍ରଖର ଅଟେ । ପ୍ରସିଦ୍ଧ ଯୋଗ ଜଳପ୍ରପାତ ସରାବତୀ ନଦୀଶାଖାରେ ଏବଂ ଶିବସସମୁଦ୍ର ଜଳପ୍ରପାତ କାବେରୀ ନଦୀ ଶଯ୍ୟାରେ ରହିଅଛି ।
ପୂର୍ବଘାଟ ପର୍ବତ ଶ୍ରେଣୀ – ପୂର୍ବଘାଟ ପର୍ବତ ଶ୍ରେଣୀ ନିରବଚ୍ଛିନ୍ନ ପର୍ବତ ଶ୍ରେଣୀ ନୁହେଁ । ଏହାର ହାରାହାରି ଉଚ୍ଚତା ୬୦୦ ମିଟର ଅଟେ । ଏହି ମହାନଦୀ ଉପତ୍ୟକାର ଦକ୍ଷିଣରୁ ନୀଳଗିରି ପର୍ବତ ପର୍ଯ୍ୟନ୍ତ ପୂର୍ବ ଉପକୂଳ ସହିତ ସମାନ୍ତର ଭାବରେ ଗତି କରିଅଛି । ଏହି ଅକନ୍ହଲର ଉଚ୍ଚତମ ଶୃଙ୍ଗ ମହେନ୍ଦ୍ରଗିରି (୧୫୦୧ ମିଟର) ଅଟେ । ପ୍ରସିଦ୍ଧ ପାହାଡ ମହେନ୍ଦ୍ରଗିରି, ଓଡିଶାର ନିମାଇଗିରି, ଦକ୍ଷିଣ ଆନ୍ଧ୍ର ପ୍ରଦେଶର ନାଲାମଲାଇ, ତାମିଲନାଡୁର କୋଲିମାଲାଇ ଏବଂ ପଚାଇମାଲାଇ ଅଟେ । ଏହି ଅଞ୍ଚଳର ଜଳ ମହାନଦୀ, ଗୋଦାବରୀ, କୃଷ୍ଣା ଓ କାବେରୀ ନଦୀ ଦ୍ଵାରା ନିଷ୍କାସିତ ହୁଏ । ପୂର୍ବଘାଟ ଏବଂ ପଶ୍ଚିମଘାଟକୁ ଦକ୍ଷିଣରେ ନୀଳଗିରି ସଂଯୁକ୍ତ କରୁଅଛି ।
ଭାରତୀୟ ମରୁଭୁମି ଆରାବଳୀ ପର୍ବତର ପଶ୍ଚିମ ସୀମାରେ ରହିଅଛି । ଏହାଥର ମରୁଭୁମି ନାମରେ ନାମିତ । ଏହା ପୃଥିବୀର ନବମ ଉଷ୍ମ ମରୁଭୁମି ଅଟେ । ଏହା ଗୁଜୁରାଟ ଓ ରାଜସ୍ଥାନ ରାଜ୍ୟମଧ୍ୟରେ ବିସ୍ତୃତ । ଏହି ଅଞ୍ଚଳର ପାଣିପାଗ ଶୁଷ୍କ ଏବଂ ଅର୍ଦ୍ଧଶୁଷ୍କ ଅଟେ । ଏହା ବାର୍ଷିକ ୧୫୦ ମିଲିମିଟର ବର୍ଷା ପାଏ । ଏଠାରେ କଣ୍ଟକ ଉଦ୍ଭିଦ ଜନ୍ମେ । ‘ଲୁନି’ ଏହି ଅଞ୍ଚଳର ପ୍ରଧାନ ନଦୀ ଅଟେ । ଅନ୍ୟ ଜଳ ସ୍ରୋତ ବର୍ଷା ସମୟରେ ଦେଖାଦିଏ । ଅନ୍ୟ ସମୟରେ ବାଲୁକା ମଧ୍ୟରେ ଅଦୃଶ୍ୟ ହୋଇଯାଏ ।
ଭାରତର ଉପକୂଳବର୍ତ୍ତୀ ସମତଳ ଭୂମି, ଆରବ ସାଗର ଓ ବଙ୍ଗୋପ ସାଗର ସହିତ ଉପଦ୍ଵୀପୀୟ ମାଳଭୂମିର ଉଭୟ ପାର୍ଶ୍ଵରେ ଗତିକରିଅଛି । ପଶ୍ଚିମ ଉପକୂଳସ୍ଥ ସମତଳଭୂମି ଅଣଓସାରିଆ ଅଟେ । ଏହା ଆରବସାଗରକୁ ଲାଗି ରହିଅଛି । ଏହାର ଓସାର ୧୦-୨୦ କି.ମି. ଅଟେ । ଏହା କନ୍ଥର ରାନଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିସ୍ତୃତ ଅଟେ । ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଅଛି । (କ) କୋଙ୍କଣ ଉପକୂଳ (ମୁମ୍ବାଇଠାରୁ ଗୋଆ ପର୍ଯ୍ୟନ୍ତ) (ଖ) କର୍ଣ୍ଣାଟକ ଉପକୂଳ (ଗୋଆଠାରୁ ମାଙ୍ଗାଲୋର ପର୍ଯ୍ୟନ୍ତ) (ଗ) ମାଲବାର ଉପକୂଳ (ମାଙ୍ଗାଲୋର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ) ପୂର୍ବ ଉପକୂଳ ସମତଳ ଭୂମି ବଙ୍ଗୋପସାଗର ସହିତ ସମାନ୍ତରାଳ ଭାବରେ ରହିଅଛି । ଏହା ପଶ୍ଚିମ ଉପକୂଳସ୍ଥ ସମତଳ ଭୂମିଠାରୁ ଅଧିକ ପ୍ରଶସ୍ଥ ଅଟେ । ଏହାର ହାରାହାରି ପ୍ରସ୍ଥ ୧୨୦ କି.ମି. ଅଟେ । ଏହାର ଉତ୍ତର ଭାଗକୁ ଉତ୍ତର ସରକାର ଏବଂ ଦକ୍ଷିଣ ଭାଗକୁ କରମଣ୍ଡଳ ଉପକୂଳ କୁହାଯାଏ । ପୂର୍ବଉପକୂଳସ୍ଥ ସମତଳ ଭୂମି ମହାନଦୀ, ଗୋଦାବରୀ, କୃଷ୍ଣା ଏବଂ କାବେରୀ ନଦୀର ତ୍ରିକୋଣ ଭୂମିକୁ ନେଇ ଗଠିତ ହୋଇଅଛି । ଭାରତର ବୃହତ୍ତମ ଲବଣାକ୍ତ ହ୍ରଦ ଓଡିଶାର ଚିଲିକା ମହାନଦୀ ତ୍ରିକୋଣ ଭୂମିର ଦକ୍ଷିଣରେ ଅବସ୍ଥିତ । ଏହି ଉପକୂଳବର୍ତ୍ତୀ ସମତଳ ଭୂମିରେ ଧାନ, ମସଲା, ନଡିଆ, ଲଙ୍କା ପ୍ରଭୃତି ଉତ୍ପାଦିତ ହୋଇଥାଏ । ଏହା ବାଣିଜ୍ୟ ବ୍ୟବସାୟର କେନ୍ଦ୍ରସ୍ଥଳୀ ଅଟନ୍ତି । ଉପକୂଳ ଅଞ୍ଚଳ ମାଛଧରା କାର୍ଯ୍ୟପାଇଁ ଜଣାଶୁଣା । ତେଣୁକରି ଅନେକ ମାଛଧରା ଗାଁ ଏହାର କୂଳରେ ଗଢି ଉଠିଛି । ମାଲବାର ଉପକୂଳରେ ‘ଭୂମନାଡୁ’ ପ୍ରସିଦ୍ଧ ଉପହ୍ରଦ ରହିଅଛି ।
ଭାରତର ଦୁଇଗୋଟି ଦ୍ଵୀପପୁଞ୍ଜ ରହିଅଛି । ବଙ୍ଗୋପସାଗରରେ ଥିବା ୨୦୪ଗୋଟି ଦ୍ଵୀପ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜ ନାମରେ ନାମିତ ହୋଇଅଛି ଏବଂ ଆରବ ସାଗରରେ ଥିବା ୪୩ଗୋଟି ଦ୍ଵୀପ ଲାକ୍ଷା ଦ୍ଵୀପପୁଞ୍ଜ ନାମରେ ଅଭିହିତ ହୋଇଅଛି । ବଙ୍ଗୋପସାଗରରେ ଉତ୍ତରରୁ ଦକ୍ଷିଣକୁ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ ଲମ୍ବିଅଛି । ସେମାନେ ଆକାରରେ ଅଡ ଅଟନ୍ତି । ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ‘ବରେନ’ ଠାରେ ଗୋଟିଏ ଜୀବନ୍ତ ଆଗ୍ନେୟଗିରି ରହିଅଛି । ଆରବ ସାଗରରେ କେରଳର ମାଲବାର ଉପକୂଳରୁ ଲାକ୍ଷା ଦ୍ଵୀପପୁଞ୍ଜକୁ ଚିହ୍ନଟ କରାଯାଇଛି । ଏହାର କ୍ଷେତ୍ରଫଳ ୩୨ ବର୍ଗ କି.ମି. ଅଟେ । ଲାକ୍ଷା ଦ୍ଵୀପର ରାଜଧାନୀ କାଭାର୍ତ୍ତି ଅଟେ । ଏହି ଦ୍ଵୀପପୁଞ୍ଜ ପ୍ରବାଳ କୀଟ ଦ୍ଵାରା ଗଠିତ ହୋଇଅଛି । ଏଠାରେ ବିଭିନ୍ନ ପ୍ରକାର ଉଦ୍ଭିଦ ଓ ପ୍ରାଣୀ ଦେଖାଯାଆନ୍ତି । ପର୍ଯ୍ୟଟକ ପାଇଁ ଏହା ଏକ ଆକର୍ଷଣର ବିନ୍ଦୁ ଅଟେ । ଏହା ବିଭିନ୍ନ ପ୍ରକାର ଜଳକ୍ରୀଡା ସ୍ନୋକଳିଙ୍ଗ, ଡାଇଭିଙ୍ଗ ପାଇଁ ଏବଂ ଅନ୍ୟ ଖେଳ ପାଇଁ ଜଣାଶୁଣା ଅଟେ ।
ଭାରତରେ ଜଳ ନିଷ୍କାସନ ପ୍ରଣାଳୀ
ଭୂପୃଷ୍ଠସ୍ଥ ଜଳ ନଦୀମାନଙ୍କ ଦ୍ଵାରା ପ୍ରବାହିତ ହୋଇ ବୋହି ଯିବାକୁ ଜଳ ନିଷ୍କାସନ କୁହାଯାଏ । ଗୋଟିଏ ଅଞ୍ଚଳର ଜଳ ନଦୀ ଏବଂ ଏହାର ଉପନଦୀମାନଙ୍କ ଦ୍ଵାରା ବହିଯିବାକୁ ଡ୍ରେନଏଜ ବେସିନ ବୁଝାଇଥାଏ । ଜଳ ନିଷ୍କାସନ ପ୍ରଣାଳୀର ଅନେକ କାରକ ରହିଅଛି । ସେଗୁଡିକ ହେଲା ଭୂମିର ଢାଲୁ, ଭୌଗୋଳିକ ଗଠନ, ଜଳର ପରିମାଣ ଏବଂ ଗତି (ତୀବ୍ରତା) । ଗୋଟିଏ ନଦୀ ଜଳ ନିଷ୍କାସନ ସମୟରେ ଅନେକ କାର୍ଯ୍ୟ କରିଥାଏ । ଗୋଟିଏ ନିର୍ଦ୍ଧିଷ୍ଟ ଅଞ୍ଚଳର ଅତ୍ୟଧିକ ଜଳକୁ ସ୍ଥାନାନ୍ତରିତ କରିବା, କ୍ଷୟିତ ଦ୍ରବ୍ୟକୁ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ବୋହିନେବା, ପ୍ରାକୃତିକ ଭାବେ ଜଳସେଚନ ବ୍ୟବସ୍ଥା ଏବଂ ଗୋଟିଏ ଅଞ୍ଚଳର ଜଳସ୍ତରକୁ ନିର୍ବାହ କରିବା । ପରମ୍ପରାଗତ ଭାବରେ ନଦୀର ପ୍ରଚୁର ସ୍ଵଚ୍ଛ ଜଳ ଲୋକଙ୍କ କାମରେ ଲାଗିଥାଏ ଏବଂ ଏହା ନୌଚାଳନା ପାଇଁ ସାହାଯ୍ୟ କରିଥାଏ । ଆଜିର ଦୁନିଆଁରେ ନଦୀର ଗୁରୁତ୍ଵ ବଢିଯାଇଅଛି । ନଦୀର ଜଳକୁ ବ୍ୟବହାର କରି ଜଳବିଦ୍ୟୁତ ଶକ୍ତି ଉତ୍ପାଦନ କରିବା ସହିତ ଜଳ ଭିତ୍ତିକ କାରଖାନାମନ ସ୍ଥାପିତ ହୋଇଅଛି । ଆହୁରି ମଧ୍ୟ ଏହା ଟୁରିଷ୍ଟମାନଙ୍କୁ ଆକୃଷ୍ଟ କରୁଛି । ସେମାନେ ନୌଚାଳନ ରାଫଟିଙ୍ଗ ଏବଂ ତୀଖରୁ ଲମ୍ଫ ପ୍ରଦାନ କରୁଛନ୍ତି । ବିଭିନ୍ନ ବ୍ୟବହାର ଦୃଷ୍ଟିରୁ ନଦୀଗୁଡିକ ମାନବ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ଏମାନେ ମନୁଷ୍ୟର ଜୀବନରେଖା ରୂପେ ବିବେଚିତ ହେଉଛନ୍ତି । ଅନେକ ସହର ନଦୀକୂଳରେ ସ୍ଥାପିତ ହୋଇଅଛି ଏବଂ ନଦୀକୂଳ ଘନ ଜନସଂଖ୍ୟାରେ ପୂର୍ଣ୍ଣ ଅଟେ । ଯମୁନା ନଦୀକୂଳରେ ଦିଲ୍ଲୀ, ଗଙ୍ଗାନଦୀ କୂଳରେ ପାଟଣା, ବ୍ରହ୍ମପୁତ୍ର ନଦୀ କୂଳରେ ଗୌହାଟୀ, ଗୋଦାବରୀ ନଦୀ କୂଳରେ ନାସିକ ଏବଂ ମହାନଦୀ କୂଳରେ କଟକ ସହର ଏହାର ଉଦାହରଣ ଅଟେ । ଉତ୍ପତ୍ତି ଦୃଷ୍ଟିରୁ ନଦୀଗୁଡିକୁ ଦୁଇ ଭାଗରେ ବିଭକ୍ତ କରାଯାଇଅଛି ।
ଉପନଦୀ – ଯେଉଁ ଜଳସ୍ରୋତ କିମ୍ବା ନଦୀ ପ୍ରଧାନ ନଦୀରେ ମିଶି ଜଳ ନିଷ୍କାସିତ କରିଥାଏ ତାକୁ ଉପନଦୀ କୁହାଯାଏ । ଯମୁନା ଏହାର ଉଦାରହଣ ଅଟେ । ତ୍ରିକୋଣ ଭୂମି – ନଦୀର ମୁହାଣରେ ପଟୁ, ବାଲି, ଗୋଡି, ଜମାହୋଇ ଯେଉଁ ତ୍ରିଭୁଜାକାର ଭୂମି ସୃଷ୍ଟି ହୁଏ ତାକୁ ତ୍ରିକୋଣଭୂମି କହନ୍ତି । ଗାଙ୍ଗେୟ ତ୍ରିକୋଣଭୂମି ଏହାର ଉଦାହରଣ ଅଟେ । ଏସଟୁଆରୀ – ଗୋଟିଏ ଉପକୂଳବର୍ତ୍ତୀ ଅଞ୍ଚଳ ଯେଉଁଠାରେ ଜୁଆର ସମୟରେ ଲବଣାକ୍ତ ଜଳ ନଦୀର ମଧୁର ଜଳ ସହିତ ମିଶିଥାଏ ତାକୁ ଏସଟୁଆରୀ କୁହାଯାଏ । ନର୍ମଦା ନଦୀରେ ଏସଟୁଆରୀ ଅଛି । |
ପ୍ରଧାନ ଜଳ ନିଷ୍କାସନ ପ୍ରଣାଳୀ
ଉତ୍ପତ୍ତି ଦୃଷ୍ଟିରୁ ଭାରତୀୟ ନଦୀଗୁଡିକୁ ଦୁଇଗୋଟି ପ୍ରଧାନ ନିଷ୍କାସନ ପ୍ରଣାଳୀରେ ବିଭକ୍ତ କରାଯାଇଅଛି । ଆସ ଉଭୟଙ୍କ ମଧ୍ୟରେ ତୁଳନାତ୍ମକ ଆଲୋଚନା କରିବା ।
ହିମାଳୟରୁ ନିର୍ଗତ ନଦୀ –
ହିମାଳୟ ଜଳ ନିଷ୍କାସନ ପ୍ରଣାଳୀ
ଅଧିକାଂଶ ହିମାଳୟରୁ ବାହାରିଥିବା ନଦୀ ଚିରସ୍ରୋତା ଅଟନ୍ତି । ଚିରସ୍ରୋତା ଅର୍ଥ ନଦୀରେ ବର୍ଷସାରା ଜଳ ରହିଥାଏ । ଏହାର କାରଣ ଅଧିକାଂଶ ନଦୀ ତୁଷାର ସ୍ରୋତ ଏବଂ ବରଫାବୃତ୍ତ ଶୃଙ୍ଗରୁ ଉତ୍ପତ୍ତି ଲାଭ କରିଛନ୍ତି । ଏମାନେ ବୃଷ୍ଟିଜଳ ମଧ୍ୟ ପାଇଥାନ୍ତି । ଏହି ଶ୍ରେଣୀର ନଦୀଗୁଡିକ ହେଲେ –
ଉପଦ୍ଵୀପୀୟ ନିଷ୍କାସନ ପ୍ରଣାଳୀ
ତୁମେମାନେ ଉପଦ୍ଵୀପୀୟ ମାଳଭୂମି ବିଷୟରେ ପଢିସାରିଛ । ଅଧିକାଂଶ ଉପଦ୍ଵୀପୀୟ ନଦୀ ପୂର୍ବଦିଗକୁ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପଡିଛନ୍ତି । କେବଳ ନର୍ମଦା ଏବଂ ତାପ୍ତିନଦୀ ପଶ୍ଚିମଘାଟର ପଶ୍ଚିମ ଦିଗରେ ପ୍ରବାହିତ ହେଉଛନ୍ତି । ଏମାନେ ଜଳବିଦ୍ୟୁତ ଶକ୍ତି ଉତ୍ପାଦନ କରିଥାନ୍ତି । କାରଣ ଏଥିରେ ଜଳ ପ୍ରପାତ ସୃଷ୍ଟି ହୋଇଅଛି । ପ୍ରଧାନ ଉପଦ୍ଵୀପୀୟ ନଦୀଗୁଡିକ ହେଲା – ମହାନଦୀ, ଗୋଦାବରୀ, କୃଷ୍ଣା ଏବଂ କାବେରୀ ।
ନଦୀଗୁଡିକୁ ପରିଷ୍କାର ରଖିବା
ପୃଥିବୀର ସମୁଦାୟ ଜଳ ଭାଗର ୯୭% ଲବଣାକ୍ତ ଜଳ ଏବଂ ବାକି ମଧୁର ଜଳ । ଏହା ମେରୁ ଅଞ୍ଚଳରେ ବରଫ ଆକାରରେ ରହିଅଛି । ବୃଷ୍ଟିପାତ, ନଦୀ, ହ୍ରଦ ଭୂମି ତଳେ ଥିବା ମଧୁର ଜଳର ପରିମାଣ ୧% ରୁ କମ୍ ଅଛି । ପୃଥିବୀର ସମୁଦାୟ ଜନସଂଖ୍ୟାର ଆବଶ୍ୟକତା ଏହି ସ୍ୱଳ୍ପ ମଧୁର ଜଳ ପୂର୍ଣ୍ଣ କରୁଅଛି । ମଧୁର ଜଳ ଗୋଟିଏ ମୁଲ୍ୟବାନ ସମ୍ପଦ ଅଟେ ଏବଂ ବର୍ଦ୍ଧିତ ଜନସଂଖ୍ୟା ନଦୀ ଏବଂ ହ୍ରଦ ପାଇଁ ସତର୍କ ଘଣ୍ଟି ଅଟେ । ସହର, ଗ୍ରାମ ବା ଅନ୍ୟ ସ୍ଥାନରେ ନଦୀ ପ୍ରବାହିତ ହେଉଥିବାର ତୁମେ ଦେଖିବ । ଭାରତରେ ବହୁ ସଂଖ୍ୟକ ନଦୀ ରହିଅଛି ତାହା ତାହାର କୂଳରେ ବାସ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କର ଜୀବନରେଖା ଅଟେ । ଏହି ନଦୀଗୁଡିକୁ ବିସ୍ତୃତ ଭାବରେ ଚାରିଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଅଛି ।
ଜୀବନ ଧାରଣ ପଥରେ ନଦୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଅନେକ ସହର ଆଉ ମଧ୍ୟ ପବିତ୍ର ତୀର୍ଥସ୍ଥାନ ନଦୀକୂଳରେ ଅବସ୍ଥିତ – ଆଉ ମଧ୍ୟ ଏହା ବିଚିତ୍ର ଯେ ଗଙ୍ଗା ଏବଂ ଯମୁନା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପବିତ୍ର ଅଟେ । ଏହା ବ୍ୟତୀତ ସେମାନେ ପରିବେଶ ଏବଂ ଅସଂଖ୍ୟ ମନ୍ଦ ଅଭ୍ୟାସ ଦ୍ଵାରା ପ୍ରଦୂଷିତ ହେଉଛନ୍ତି । ନର୍ଦ୍ଦମାର ଦୂଷିତ ଜଳ ମିଶିବା ଦ୍ଵାରା ଭାରତ ନଦୀମାନଙ୍କର ୭୦% ଭାଗ ଜଳ ଦୂଷିତ ହୋଇଥାଏ ।
ପ୍ରାଣିଜ ଏବଂ ରାସାୟନିକ ଦ୍ରବ୍ୟର ମିଶ୍ରଣ ଫଳରେ ପ୍ରବାହିତ ହଲ ଦୂଷିତ ହୋଇଥାଏ । ଏହା ଜଳୀୟ ଜୀବନକୁ ପ୍ରବାହିତ କରିବା ସହିତ ସ୍ୱାସ୍ଥ୍ୟହାନୀର ଅନେକ କାରଣ ହୋଇଥାଏ । ଏହି ପ୍ରଦୂଷଣ ସହିତ ନଦୀମାନଙ୍କ ପ୍ରତି ମନୁଷ୍ୟର କାର୍ଯ୍ୟକଳାପ ଅନେକ ସମସ୍ୟା ସୃଷ୍ଟି କରେ । ସହରବାସୀ ନଦୀମାନଙ୍କୁ ଦୂଷିତ କରିବା କାର୍ଯ୍ୟରେ ସମ୍ପୂର୍ଣ୍ଣ ଲିପ୍ତ । ଉଦାହରଣ ସ୍ୱରୂପ ଦିଲ୍ଲୀରେ ଯମୁନାର ସଂକ୍ରମିତ କଳାପାଣି ଯାହାକି ରାଜଧାନୀ ବାସିନ୍ଦାଙ୍କ କ୍ଵଚିତ ଦୃଷ୍ଟି ଆକର୍ଷଣ କରେ ।
ଏଣୁକରି ଭାରତର ରାଜ୍ୟ ସରକାରଗୁଡିକ ଜଳ ସମସ୍ୟାକୁ ନିଜର କାର୍ଯ୍ୟ ରୂପେ ଗ୍ରହଣ କରିବା ଉଚିତ୍ । ପ୍ରତ୍ୟକ ନଦୀକୁ ନିଜର ବୋଲି ଭାବି ଅଳ୍ପେ ବହୁତେ କାର୍ଯ୍ୟ କରିବା ଉଚିତ୍ । ଧ୍ଵନୀ ବିଜ୍ଞାନୀ ଏବଂ ରକ୍ଷଣଶୀଳମାନଙ୍କର ଦୀର୍ଘ ଦାବୀ ଯେ ନଦୀଗୁଡିକ ସମୟୋଚିତ ସତ୍ତାଯୁକ୍ତ ବ୍ୟବହାର ଚାହାନ୍ତି ଏହା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଏହା ନଦୀମାନଙ୍କ ଜଳର ଗୁଣାତ୍ମକ ବିକାଶ କରିପାରେ । ସରକାର ଜଳ ଶୁଦ୍ଧିକରଣ ଉଦ୍ଦେଶ୍ୟ ରଖି କାର୍ଯ୍ୟକାରୀ କରିବା ଉଚିତ୍ । ଦେଶରେ ଜଳଚାଷ ଲୋକଙ୍କ ସମର୍ଥନ ଲାଭ କରୁଅଛି । ଏହାଦ୍ଵାରା ମୌସୁମୀ ବୃଷ୍ଟିପାତ ନଦୀ ମଧ୍ୟରେ ସାଇତି ରଖାଯାଇପାରିବ । କେତେକ ନାଗରିକ, ଅନୁଷ୍ଠାନ ଏବଂ ଜନ ଆନ୍ଦୋଳନ ମଧ୍ୟ ଲୋକମାନଙ୍କ ମଧ୍ୟରେ ଦୂଷିତ ନଦୀମାନଙ୍କ ଜଳ ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି କରୁଛନ୍ତି ।
ଆଧାର : ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ
Last Modified : 12/11/2019