ବିଭିନ୍ନ ପ୍ରକାର ଚୂଲା ଇନ୍ଧନ ଦକ୍ଷ ଚୂଲା ଏହି ଚୂଲା ବ୍ୟବହାର କଲେ କାମ ଇନ୍ଧନ ବ୍ୟବହାର ସହିତ ଇନ୍ଧନ ସଂଗ୍ରହ ସମୟ ହ୍ରାସ ପାଏ । ଏହାଦ୍ୱାରା ଧୂଆଁ କମେ ଓ ରୋଷେଇ ସମୟ ମଧ୍ୟ କମିଯାଏ । ଫଳରେ ଜଙ୍ଗଲ ସଂରକ୍ଷଣ ହୁଏ ଓ ଗାଈ ଗୋରୁଙ୍କ ଗୋବର ଜାଳେଣୀ ପାଇଁ ବିନିଯୋଗ ହେବା ପରିବର୍ତ୍ତେ ଖତ ପାଇଁ ବ୍ୟବହାର କରାଯାଏ । ଗାଁ ରହଳି କାରିଗର ଏପରି ଚୂଲା ନିର୍ମାଣ ପାଇଁ କର୍ମନିଯୁକ୍ତି ମଧ୍ୟ ପାଇପାରିବେ । ଧୂମହୀନ ମାଟି ଚୂଲା ଏହି ଚୂଲା ଇଟା ଓ ମାଟିରେ ତିଆରି । ଏହାର ଗୋଟିଏ ପ୍ରବେଶ ପଥ ଥାଏ ଯାହାଦ୍ୱାରା କାଠ ଜଳଯାଏ । ଏକ କାଳୀନ ଦୁଇଟି ପତ୍ରରେ ରୋଷେଇ ହୋଇଥାଏ । ଧୂଆଁ ବହାରିବା ପାଇଁ ଗୋଟିଏ ଚିମିନି ଖଞ୍ଜାଯାଏ । ଫଳରେ ଏହି ଚୂଲାର କମ ସମୟରେ ଏବଂ ଜାଳେଣୀ ବ୍ୟବେହାର କରି ବିନା ଧୂଆଁର ରୋଷେଇ ହୋଇଥାଏ । ଧାତବ କିମ୍ବା ସେରମିକ ଉଠାଚୂଲା ଏପରି ଉଠା ଚୂଲାର ବିଶେଷତ୍ଵ ହେଲା କାଠ ଜଳିବା ପରେ ପାଉଁଶ ଝଡି ସଂଗ୍ରହ ହେବା ପାଇଁ ଚୂଲାର ନିମ୍ନଦେଶରେ ଏକ ଜାଲିଥାଏ । ଚୂଲାର ଭିତର ପାଖରେ ଏକ ପାତଥିବା ଯୋଗୁ ବାହାର ଉତ୍ତାପ ଚାଲିଯାଏ ନହିଁ, ବରଂ ଏହା ତାପ ସଂଚୟ କରି ରୋଷେଇ ପାଇଁ ବିନିଯୋଗ କରେ । ସୌର ଚୂଲା ଓ ମହିଳା ମାନଙ୍କ ଦ୍ଵାରା ବ୍ୟବହାର ସୂର୍ଯ୍ୟ ସକଳ ଶକ୍ତି ର ଆଧାର । ଏହି ଶକ୍ତିକୁ ବିନିଯୋଗ କରି ଆମେ ବିନା ଖର୍ଚ୍ଚ ରୋଷେଇ କରିପାରିବା । ଏଥିପାଇଁ ଆବଶ୍ୟକ ଏକ ସୌର ଚୂଲା, ଏହି ଚୂଲା ବ୍ୟବହାର କରିବା ନିରାପଦ, ସରଳ ଓ ସୀମିତ ବ୍ୟୟ ସାପେକ୍ଷ । ସୌର ଚୂଲାରେ ପ୍ରସ୍ତୁତ ଖାଦ୍ୟରେ ଖାଦ୍ୟଗୁଣ ଓ ବାସ୍ନା ସଂରକ୍ଷିତ ହୋଇଥାଏ । ବିଭିନ୍ନ ଅଂଶ ଏହାର ବାହାର ବାକ୍ସଟି ଆଳୁମୁନିୟମ କିମ୍ବା ଟିଣ ପାତରେ ନିର୍ମିତ । ଭିତର ପାଖ ଆଳୁମୁନିୟମ ଚଦରରେ କଳାରଙ୍ଗ ଦିଆଯାଇ ସୌରତାପ ସଂରକ୍ଷଣ କରାଯାଏ । ପତ୍ରକୁ ଘୋଡାଇବା ପାଇଁ ରବର ଗାସ୍କେଟଉପରେ ଦୁଇଟି କାଚଘୋଡାଣୀ ଥାଏ ଯାହା ମଧ୍ୟରେ ୧ ସେଣ୍ଟିମିଟର ଖାଲି ଯାଗା ଥାଏ। ଚୂଲା ବାକ୍ସର ଭିତର ଏବଂ ବାହାର ପାତ୍ର ମଧ୍ୟରେ ଉଲ, କରତଗୁଣ୍ଡ ଇତ୍ୟାଦି ଭର୍ତି କରାଯାଏ ଯାହାଦ୍ୱାରା ତାପ ବାହାରକୁ ଚାଲିଯାଏ ନାହିଁ । ବାହାର କାଚ ଡାଙ୍କୁଣିର ଭିତର ପାଖରେ ଥିବା ଦର୍ପଣ ସୌରରଶ୍ମିକୁ କେନ୍ଦ୍ରାଭୂତ କରି ରୋଷେଇ ପାତ୍ର ଉପରେ ପକାଇଥାଏ । ରୋଷେଇ ପାଇଁ ଆଳୁମୁନିୟମ ଦବାକୁ କଳା ରଙ୍ଗ ଦେଇ ପାତ୍ର ମଧ୍ୟରେ ରଖାଯାଏ । ରୋଷେଇ ପ୍ରକ୍ରିୟା ପ୍ରଥମେ ସିଧାସଳଖ ସୂର୍ଯ୍ୟକିରଣ ପଡ଼ୂଥିବା ସ୍ଥାନରେ ସୌର ଚୂଳକୁ ୪୫ ମିନିଟ୍ ରଖନ୍ତୁ । ବାରମ୍ବାର ସ୍ଥାନ ପରିବର୍ତ୍ତନକରୁନ୍ତୁ ଯେପରି ସୂର୍ଯ୍ୟାଲୋକ ଭଲଭାବରେ ପାତ୍ର ମଧ୍ୟକୁ ପ୍ରବେଶ କରିବ । କାଚ ଢାଙ୍କୁଣିବାହାର କରି ରୋଷେଇ ଡବା ଗୁଡିକୁ ଏହା ମଧ୍ୟରେ ସଜାଇ ରଖନ୍ତୁ । ଏହି ଡବାର ଘୋଡିଣି ଭଲଭାବରେ ବନ୍ଦ କରୁନ୍ତୁ । ପ୍ରାୟ ୧ ଘଣ୍ଟା ମଧ୍ୟରେ ରୋଷେଇ ସଂପୂର୍ଣ୍ଣ ହୁଏ । ସତର୍କତା ରୋଷେଇ ହେବା ପରେ ୧୦ – ୧୫ ମିନିଟ୍ ପର୍ଯ୍ୟନ୍ତ କାଚ ଘୋଡାଣି ଖୋଲି ଥଣ୍ଡା ହେବା ପର୍ଯ୍ୟନ୍ତ ରଖନ୍ତୁ । ରୋଷେଇ ପାତ୍ର ବାହାର କରିବା ପାଇଁ କନା ବେବହାର କରୁନ୍ତୁ । ରୋଷେଇ ପାତ୍ରର ଘୋଡାଣି ବ୍ୟବହାର କରିବା ସମୟରେ ମୁହଁ ଓ ଶରୀର ଏହାଠାରୁ ଦୂରରେ ରଖନ୍ତୁ । ନଚେତ ଏଥିରୁ ବାହାରୁଥିବା ବାମ୍ଫ କ୍ଷତି ଘଟାଇପାରେ । ପରିଚାଳନା ଚୂଲାର ବାହାର ଓ ଭିତର ପାଖରେ ବାରମ୍ବାର କଳା ରଙ୍ଗ ଦିଅନ୍ତୁ । ରୋଷେଇ ଶେଷରେ ସଫା କନାରେ ପତ୍ରକୁ ସଫା କରୁନ୍ତୁ । ନରମ କନାରେ କାଚଡଙ୍କୁଣି ବାହାର ଓ ଭିତର ପାଖ ସଫା କରୁନ୍ତୁ । ପରିବହନ ସମୟରେ ଚୂଲା ମଧ୍ୟରୁ ପାତ୍ର ଗୁଡିକୁ ବାହାର କରି ଦିଅନ୍ତୁ ; ଅନ୍ୟଥା ଚୂଲାର ଭିତର ପାଖ କଳା ଛାଡିଯିବ। ଚୂଲାକୁ ନିରାପଦ ଜାଗାରେ ସେଇତି ରଖନ୍ତୁ । ଆଧାର – ଶକ୍ତି ବିଭାଗ