অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଭିନ୍ନ ପ୍ରକାର ଚୂଲା ଓ ମହିଳାଙ୍କ ଦ୍ଵାରା ସୌର ଚୂଲାର ବ୍ୟବହାର

ବିଭିନ୍ନ ପ୍ରକାର ଚୂଲା

ଇନ୍ଧନ ଦକ୍ଷ ଚୂଲା

ଏହି ଚୂଲା ବ୍ୟବହାର କଲେ କାମ ଇନ୍ଧନ  ବ୍ୟବହାର ସହିତ ଇନ୍ଧନ ସଂଗ୍ରହ ସମୟ ହ୍ରାସ ପାଏ । ଏହାଦ୍ୱାରା ଧୂଆଁ କମେ ଓ ରୋଷେଇ ସମୟ ମଧ୍ୟ କମିଯାଏ । ଫଳରେ ଜଙ୍ଗଲ ସଂରକ୍ଷଣ ହୁଏ ଓ ଗାଈ ଗୋରୁଙ୍କ ଗୋବର ଜାଳେଣୀ ପାଇଁ ବିନିଯୋଗ ହେବା  ପରିବର୍ତ୍ତେ ଖତ ପାଇଁ ବ୍ୟବହାର କରାଯାଏ । ଗାଁ ରହଳି କାରିଗର ଏପରି ଚୂଲା ନିର୍ମାଣ ପାଇଁ କର୍ମନିଯୁକ୍ତି ମଧ୍ୟ  ପାଇପାରିବେ ।

ଧୂମହୀନ ମାଟି ଚୂଲା

ଏହି ଚୂଲା ଇଟା ଓ ମାଟିରେ ତିଆରି । ଏହାର ଗୋଟିଏ ପ୍ରବେଶ ପଥ ଥାଏ ଯାହାଦ୍ୱାରା କାଠ ଜଳଯାଏ । ଏକ କାଳୀନ ଦୁଇଟି ପତ୍ରରେ ରୋଷେଇ ହୋଇଥାଏ । ଧୂଆଁ ବହାରିବା ପାଇଁ ଗୋଟିଏ ଚିମିନି ଖଞ୍ଜାଯାଏ । ଫଳରେ ଏହି ଚୂଲାର କମ ସମୟରେ ଏବଂ ଜାଳେଣୀ ବ୍ୟବେହାର କରି ବିନା ଧୂଆଁର ରୋଷେଇ ହୋଇଥାଏ ।

ଧାତବ କିମ୍ବା ସେରମିକ ଉଠାଚୂଲା

ଏପରି ଉଠା ଚୂଲାର ବିଶେଷତ୍ଵ ହେଲା କାଠ ଜଳିବା ପରେ ପାଉଁଶ ଝଡି ସଂଗ୍ରହ ହେବା ପାଇଁ ଚୂଲାର ନିମ୍ନଦେଶରେ ଏକ ଜାଲିଥାଏ । ଚୂଲାର ଭିତର ପାଖରେ ଏକ ପାତଥିବା ଯୋଗୁ ବାହାର ଉତ୍ତାପ ଚାଲିଯାଏ ନହିଁ, ବରଂ ଏହା ତାପ ସଂଚୟ କରି ରୋଷେଇ ପାଇଁ ବିନିଯୋଗ କରେ ।

ସୌର ଚୂଲା ଓ ମହିଳା ମାନଙ୍କ ଦ୍ଵାରା ବ୍ୟବହାର

ସୂର୍ଯ୍ୟ ସକଳ ଶକ୍ତି ର ଆଧାର । ଏହି ଶକ୍ତିକୁ ବିନିଯୋଗ କରି ଆମେ ବିନା ଖର୍ଚ୍ଚ  ରୋଷେଇ କରିପାରିବା । ଏଥିପାଇଁ ଆବଶ୍ୟକ ଏକ ସୌର ଚୂଲା, ଏହି ଚୂଲା ବ୍ୟବହାର କରିବା ନିରାପଦ, ସରଳ ଓ ସୀମିତ ବ୍ୟୟ ସାପେକ୍ଷ । ସୌର ଚୂଲାରେ ପ୍ରସ୍ତୁତ ଖାଦ୍ୟରେ ଖାଦ୍ୟଗୁଣ ଓ ବାସ୍ନା ସଂରକ୍ଷିତ ହୋଇଥାଏ ।

ବିଭିନ୍ନ ଅଂଶ

  • ଏହାର ବାହାର ବାକ୍ସଟି ଆଳୁମୁନିୟମ କିମ୍ବା ଟିଣ ପାତରେ ନିର୍ମିତ ।
  • ଭିତର ପାଖ ଆଳୁମୁନିୟମ ଚଦରରେ କଳାରଙ୍ଗ ଦିଆଯାଇ ସୌରତାପ ସଂରକ୍ଷଣ କରାଯାଏ ।
  • ପତ୍ରକୁ ଘୋଡାଇବା ପାଇଁ ରବର ଗାସ୍କେଟଉପରେ ଦୁଇଟି କାଚଘୋଡାଣୀ ଥାଏ ଯାହା ମଧ୍ୟରେ ୧ ସେଣ୍ଟିମିଟର ଖାଲି ଯାଗା ଥାଏ।
  • ଚୂଲା ବାକ୍ସର ଭିତର ଏବଂ ବାହାର ପାତ୍ର ମଧ୍ୟରେ ଉଲ, କରତଗୁଣ୍ଡ ଇତ୍ୟାଦି ଭର୍ତି କରାଯାଏ ଯାହାଦ୍ୱାରା ତାପ ବାହାରକୁ ଚାଲିଯାଏ ନାହିଁ ।
  • ବାହାର କାଚ ଡାଙ୍କୁଣିର ଭିତର ପାଖରେ ଥିବା ଦର୍ପଣ ସୌରରଶ୍ମିକୁ କେନ୍ଦ୍ରାଭୂତ କରି ରୋଷେଇ ପାତ୍ର ଉପରେ ପକାଇଥାଏ ।
  • ରୋଷେଇ ପାଇଁ  ଆଳୁମୁନିୟମ ଦବାକୁ କଳା ରଙ୍ଗ ଦେଇ ପାତ୍ର ମଧ୍ୟରେ ରଖାଯାଏ ।

ରୋଷେଇ ପ୍ରକ୍ରିୟା

  • ପ୍ରଥମେ ସିଧାସଳଖ ସୂର୍ଯ୍ୟକିରଣ ପଡ଼ୂଥିବା  ସ୍ଥାନରେ ସୌର ଚୂଳକୁ ୪୫ ମିନିଟ୍ ରଖନ୍ତୁ ।
  • ବାରମ୍ବାର ସ୍ଥାନ ପରିବର୍ତ୍ତନକରୁନ୍ତୁ ଯେପରି ସୂର୍ଯ୍ୟାଲୋକ ଭଲଭାବରେ ପାତ୍ର ମଧ୍ୟକୁ ପ୍ରବେଶ କରିବ ।
  • କାଚ ଢାଙ୍କୁଣିବାହାର କରି ରୋଷେଇ ଡବା ଗୁଡିକୁ ଏହା ମଧ୍ୟରେ ସଜାଇ ରଖନ୍ତୁ । ଏହି ଡବାର ଘୋଡିଣି ଭଲଭାବରେ ବନ୍ଦ   କରୁନ୍ତୁ ।
  • ପ୍ରାୟ ୧ ଘଣ୍ଟା ମଧ୍ୟରେ ରୋଷେଇ ସଂପୂର୍ଣ୍ଣ ହୁଏ ।

ସତର୍କତା

  • ରୋଷେଇ ହେବା ପରେ ୧୦ – ୧୫ ମିନିଟ୍  ପର୍ଯ୍ୟନ୍ତ କାଚ ଘୋଡାଣି ଖୋଲି ଥଣ୍ଡା ହେବା ପର୍ଯ୍ୟନ୍ତ ରଖନ୍ତୁ ।
  • ରୋଷେଇ ପାତ୍ର ବାହାର କରିବା ପାଇଁ କନା ବେବହାର କରୁନ୍ତୁ ।
  • ରୋଷେଇ ପାତ୍ରର ଘୋଡାଣି ବ୍ୟବହାର କରିବା ସମୟରେ ମୁହଁ ଓ ଶରୀର ଏହାଠାରୁ ଦୂରରେ ରଖନ୍ତୁ । ନଚେତ ଏଥିରୁ ବାହାରୁଥିବା ବାମ୍ଫ କ୍ଷତି ଘଟାଇପାରେ ।

ପରିଚାଳନା

  • ଚୂଲାର ବାହାର ଓ ଭିତର ପାଖରେ ବାରମ୍ବାର କଳା ରଙ୍ଗ ଦିଅନ୍ତୁ ।
  • ରୋଷେଇ ଶେଷରେ ସଫା କନାରେ ପତ୍ରକୁ ସଫା କରୁନ୍ତୁ ।
  • ନରମ କନାରେ କାଚଡଙ୍କୁଣି ବାହାର ଓ ଭିତର ପାଖ ସଫା କରୁନ୍ତୁ ।
  • ପରିବହନ ସମୟରେ ଚୂଲା ମଧ୍ୟରୁ ପାତ୍ର ଗୁଡିକୁ ବାହାର କରି ଦିଅନ୍ତୁ ; ଅନ୍ୟଥା ଚୂଲାର ଭିତର ପାଖ କଳା ଛାଡିଯିବ।
  • ଚୂଲାକୁ ନିରାପଦ ଜାଗାରେ ସେଇତି ରଖନ୍ତୁ ।

ଆଧାର – ଶକ୍ତି ବିଭାଗ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate