125 କୋଟି ଭାରତୀୟଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ଦ୍ରୁତ ଗତିରେ ବିକାଶ
ଭାରତ ବିଶ୍ଵ ଅଭିବୃଦ୍ଧିର ଇଞ୍ଜିନ ପାଲଟିଲା
- ଅର୍ଥ ବ୍ୟବସ୍ଥା ସୁଦୃଢ ଭାବେ ଆଗକୁ ଅଗ୍ରସର ହେବା ଜାରି ରହିବ, 2018-19 ଆର୍ଥିକ ବର୍ଷ ପାଇଁ 7.4 ପ୍ରତିଶତ ହିସାବରେ ଡିଜିପି ବୃଦ୍ଧିହେବାରଅନୁମାନ ।
- ଭାରତର ମୁଦ୍ରା ଭଣ୍ଡାର 418.94 ବିଲିୟନ ଆମେରିକୀୟ ଡଲାର ହେଲା ।
- ପ୍ରତ୍ୟକ୍ଷ ବିଦେଶୀ ନିବେଶ 2013-14 ରେ 36.5 ବିଲିୟନ ଡଲାରରୁ ବୃଦ୍ଧି ପାଇ 2016-17 ରେ 60.8 ବିଲିୟନ ଡଲାର ହେଲା ।
- ସମ୍ପୂର୍ଣ୍ଣ ମୁଦ୍ରାସ୍ଫୀତି ଅପ୍ରେଲ 2014 ରେ 8.48 ପ୍ରତିଶତରୁ ହ୍ରାସ ପାଇଁ ଅପ୍ରେଲ 2018ରେ 4.58 ପ୍ରତିଶତ ହୋଇଛି, ଖାଦ୍ୟ ମୁଦ୍ରାସ୍ଫୀତି ଅପ୍ରେଲ 2014 ରେ 9.19 ପ୍ରତିଶତରୁ ହ୍ରାସ ପାଇ ଅପ୍ରେଲ 2018ରେ 3.07 ପ୍ରତିଶତ ହୋଇଛି ।
- ଭାରତର ସାମଗ୍ରିକ ଘରୋଇ ଉତ୍ପାଦନ ବର୍ତ୍ତମାନ ମୂଲ୍ୟରେ ବୃଦ୍ଧି ପାଇ 2013ରୁ 2017 ମଧ୍ୟରେ 31 ପ୍ରତିଶତ ହୋଇ ଯାଇଛି, ଯେତେବେଳେ ବିଶ୍ଵର ସାମଗ୍ରିକ ଘରୋଇ ଉତ୍ପାଦନରେ 4 ପ୍ରତିଶତର ବୃଦ୍ଧି ହୋଇଛି ।
- ବିଶ୍ଵର ସାମଗ୍ରିକ ଘରୋଇ ଉତ୍ପାଦନରେ ଭାରତର ଅଂଶ 2013ରେ 2.43 ପ୍ରତିଶତରୁ ବୃଦ୍ଧି ପାଇ 2017ରେ 3.08 ପ୍ରତିଶତ ହୋଇଥିଲା । ବିଶ୍ଵର ସାମଗ୍ରିକ ଘରୋଇ ଉତ୍ପାଦନରେ ଭାରତର ଅଂଶ 2005ରେ 1.75 ପ୍ରତିଶତରୁ ବୃଦ୍ଧି ପାଇ 2013ରେ 2.43 ପ୍ରତିଶତ ହୋଇଥିଲା ଏହି ଭଳି ବିଶ୍ଵ ଅଭିବୃଦ୍ଧିରେ ଯୋଗଦାନ ଚାରି ବର୍ଷରେ ହାସଲ କରାଯାଇଛି, ଯାହା ପୂର୍ବରୁ 8 ବର୍ଷ ଲାଗୁଥିଲା ।
ଜିଏସଟି କାରବାରକୁ ସହଳ ଏବଂ ଜୀବନରେ ସରଳତା ବଢାଇଛି
- ଅନେକ ବହୁଧା ଏବଂ ଖଣ୍ଡିତ କର ବ୍ୟବସ୍ଥାକୁ ସମାପ୍ତ କରିବା ଦ୍ଵାରା ଛୋଟ ଛୋଟ ବ୍ୟବସାୟୀ
ଏବଂ ଉପଭୋକ୍ତା ମାନଙ୍କୁ ଲାଭ ମିଳିଲା ।
- ଟିକସର ଦୂଷ୍ପ୍ରଭାବରେ ହ୍ରାସ ।
- ଦରଦାମ ହ୍ରାସ ପାଇଲା ।
- ତନଖି ଫାଟକ ବାଣ୍ଡ ହେବାଦ୍ଵାରା ସମଗ୍ର ଦେଶରେ ପରିବହନ ପାଇଁ
ଲାଗୁଥିବା ସମୟରେ ମହତ୍ତ୍ଵପୂର୍ଣ୍ଣ ହ୍ରାସ ।
ସାହସିକ ସଂସ୍କାର, ସୁଦୃଢ ସଂସ୍ଥାନ ଆଉ ପୁଣି ଆଗକୁ ବଢୁଥିବା ଅର୍ଥବ୍ୟବସ୍ଥା
- ବାଣିଜ୍ୟିକ କୋଇଲା ଖନନ ପାଇଁ ଘରୋଇ କ୍ଷେତ୍ରକୁ ଅନୁମତି ।
- ରିୟଲ ଇଷ୍ଟେଟ ନିୟନ୍ତ୍ରଣ ଅଧିନିୟମ ରେ କିଣିବାବାଲାଙ୍କ ସ୍ଵପ୍ନ, ଅଧିକାରକ୍ଷମ ନିବେଶର ସୁରକ୍ଷା ।
- 72,500 କୋଟି ଟଙ୍କାର ନିବେଶ ଲକ୍ଷ୍ୟ ଅତିକ୍ରମ କଲା ।
- 89 କୋଇଲା ଖଣିର ଆବଣ୍ଟନ ସହିତ ପାରଦର୍ଶି ସଂସାଧନ ଆବଣ୍ଟନ ।
ବ୍ୟାଙ୍କିଙ୍ଗ ସଂସ୍କାର, ଭବିଷ୍ୟତ ବିକାଶ ପାଇଁ ଇନ୍ଧନ
- ଐତିହାସିକ ଦେବାଳିଆ ଆଇନର ମହତ୍ଵପୂର୍ଣ୍ଣ ପରିଣାମ ।
- ଅଭିବୃଦ୍ଧି ଏବଂ ରୋଜଗାର ସୃଷ୍ଟିକୁ ସମର୍ଥନ ଦେବା ପାଇଁ ଆଗାମୀ ଦୁଇ ବର୍ଷରେ 2,11,000 କୋଟି ଟଙ୍କା ବ୍ୟୟରେ ସାର୍ବଜନିକ କ୍ଷେତ୍ରରେ ବ୍ୟାଙ୍କକୁ ପୁନଃ ପୁଞ୍ଜିକରଣ ସୁବିଧା ।
- ବ୍ୟାଙ୍କ ଗୁଡିକୁ ସୁଦୃଢ ଏବେମ ପ୍ରତିଦ୍ଵନ୍ଦୀ କରିବା ପାଇଁ ବୈକଳ୍ପିକ ବ୍ୟବସ୍ଥା ମାଧ୍ୟମରେ ସାର୍ବଜନିକ କ୍ଷେତ୍ରରେ ବ୍ୟାଙ୍କ ଗୁଡିକର ବିଲୟକୁ ମଞ୍ଜୁରି ।
ଅନୁପାଳନରେ ସରଳତା ମାଧ୍ୟମରେ ଶ୍ରମିକ କଲ୍ୟାଣ ସୁନିଶ୍ଚିତ କରିବା
- କର୍ମଚାରୀ ମାନଙ୍କର ଇପିଏଫ୍ଓ ଖାତାର ହସ୍ତାନ୍ତରରେ ଏବେ କୌଣସି ଅସୁବିଧା ଉଠାଇବାକୁ ପଡୁ ନାହିଁ – ସାର୍ବଜନିକ ଖାତା ସଂଖ୍ୟା (ୟୁଏଏନ୍) ରେ ପୋର୍ଟେବିଲିଟିକୁ ପ୍ରୋତ୍ସାହନ ମିଳିଛି ।
- ଶ୍ରମ ସୁବିଧା ପୋର୍ଟାଲ : ଅନନ୍ୟ ଶ୍ରମିକ ପରିଚୟ ନମ୍ବର ଆବଣ୍ଟିତ, ପ୍ରତିଷ୍ଠାନ ଗୁଡିକର ଅଫଲାଇନ ପଞ୍ଜିକରଣ ।
- ପାରିଶ୍ରମିକ ପ୍ରାପ୍ୟ ଅଧିନିୟମ, 2017 : ନିଯୁକ୍ତିଦାତା ଏହା ଅଧୀନରେ କର୍ମଚାରୀ ମାନଙ୍କୁ ଆରିଶ୍ରମିକ ପ୍ରଦାନ ନଗଦ ଅର୍ଥରେ କରିବେ ଅଥବା ଚେକ୍ ମାଧ୍ୟମରେ କରିବେ ଅବା କର୍ମଚାରୀ ମାନଙ୍କର ବ୍ୟାଙ୍କ ଖାତାରେ ଜମା କରିବେ ।
ଏକ ଅଗ୍ରଣୀ ମୋବାଇଲ ବିନିର୍ମାଣ କେନ୍ଦ୍ର
- 120 ମୋବାଇଲ ବିନିର୍ମାଣ ଶାଖା ସ୍ଥାପିତ କରାଯାଇଛି, ଯେତେବେଳେ 2014 ରେ କେବଳ
ଶାଖା ହିଁ ସ୍ଥାପିତ କରାଯାଇଥିଲା ।
- 2014-15ରେ କେବଳ 6 କୋଟି ମୋବାଇଲ ହେଣ୍ଡସେଟ ତୁଳନାରେ 2017-18 ବର୍ଷରେ 22.5 କୋଟି ମୋବାଇଲ ହ୍ୟାଣ୍ଡସେଟ ତିଆରି କରାଯାଇଛି ।
- 2017-18 ବର୍ଷରେ ଭାରତରେ 1.32 ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋବାଇଲ ହେଣ୍ଡସେଟ ନିର୍ମାଣ କରାଯାଇଥିଲା, ଯେତେବେଳେ କି 2016-17 ବର୍ଷରେ 18,992 କୋଟି ଟଙ୍କା ମୂଲ୍ୟରେ ହେଣ୍ଡସେଟ ନିର୍ମାଣ କରାଯାଇଥିଲା ।
ଦେଶ ବିକାଶର ଇଞ୍ଜିନ ‘ଏମଏସଏମଇ’ କୁ ନୂତନ ଦୃଢତା ପ୍ରଦାନ କରିବା
- ଗ୍ୟାରେଣ୍ଟି ବିନା ଋଣ, 12 କୋଟି ଛୋଟ ଉଦ୍ୟୋମୀଙ୍କ ଆସିମୀତ ସ୍ଵପ୍ନ ‘ମୁଦ୍ରା’ ଦ୍ଵାରା ଲାଭାନ୍ଵିତ ହେଲେ ।
- 50 କୋଟି ଟଙ୍କା ବଦଳରେ ଏବେ 250 କୋଟି ଟଙ୍କା ପର୍ଯ୍ୟନ୍ତ ବାର୍ଷିକ କାରବାର କରୁଥିବା କମ୍ପାନୀ ମାନଙ୍କ ପାଇଁ କର୍ପୋରେଟ ଟିକସ ଦରକୁ ହ୍ରାସ କରି 25 ପ୍ରତିଶତ କରି ଦିଆଯାଇଛି ।
ସରକାରଙ୍କଠାରେ ଏବେ ଅଧିକ ବିଶ୍ଵାସ, ଅଧିକ ଟିକସ ଅନୁପାଳନ
- 2017-18 ଆର୍ଥିକ ବର୍ଷରେ 6.84 କୋଟି ଆଇଟିଆର ଦାଖଲ କରାଯାଇଥିଲା, ଯାହା 2013-14 ଆର୍ଥିକ ବର୍ଷ ତୁଳନାରେ ହେଉଛି 80.05 ପ୍ରତିଶତ ଅଧିକ
ଭାରତ ବଦଳିଲା ଦୁନିଆ ପ୍ରଶଂସା କଲା
- ‘କାରବାରରେ ସୁଗମତା’ ସୂଚକାଙ୍କରେ ଭାରତର ମାନ୍ୟତା 2014 ରେ 142 ତମ ସ୍ଥାନରୁ ଉନ୍ନତି ଘଟି 42ଟି ସ୍ଥାନ ଦେଇ 2018 ରେ 100 ତମ ସ୍ଥାନରେ ଯାଇ ପହଞ୍ଚିଯାଇଛି ।
- ଡବ୍ଲ୍ୟୁଇଏଫ ର ବିଶ୍ଵ ପ୍ରତିଦ୍ଵନ୍ଦିତାମୂଳକ ସୂଚକାଙ୍କରେ ଭାରତର ମାନ୍ୟତା 2014-15 ବର୍ଷରେ 71 ତମ ସ୍ଥାନରୁ ସୁଧାର ହୋଇ 2016-17 ରେ 39ତମ ସ୍ଥାନରେ ପହଞ୍ଚିଯାଇଛି ।
- ଭାରତ ନୂତନ ଅଥବା ଗ୍ରୀନ ଫିଲ୍ମ ଏଫଡିଆଇ ଆକର୍ଷିତ କରିବା ଦୃଷ୍ଟିରେ ହେଉଛି ଦୁନିଆର ଏକ ନମ୍ବର ।
- ଭାରତ ଅଙ୍କଟାଡର ବିଶ୍ଵ ନିବେଶ ରିପୋର୍ଟ (ଡବ୍ଲ୍ୟୁଆଇଆର) ରେ 2016-17 ବର୍ଷ ପାଇଁ ଶ୍ରେଷ୍ଠ ସମ୍ଭାବିତ ଗତିଶୀଳ ଅର୍ଥବ୍ୟବସ୍ଥା ସୂଚୀରେ ତୃତୀୟ ସ୍ଥାନରେ ଅଛି ।
- ଭାରତ 2016ରେ ଦେଶରେ ଏଫଡିଆଇ (ପ୍ରତ୍ୟକ୍ଷ ବିଦେଶୀ ନିବେଶ) ପ୍ରଦାହ ତାଲିକାରେ 9ମ ସ୍ଥାନରେ ଥିଲା – ବିଶ୍ଵ ନିବେଶ ରିପୋର୍ଟ 2017
- ମୁତିଜ୍ 14 ବର୍ଷରେ ପ୍ରଥମ ଥର ଭାରତର ସୋଭେରନ୍ କ୍ରେଡିଟ ରେଟିଂକୁ ‘ବିଏଏ3’ ରୁ ବୃଦ୍ଧି କରି ‘ବିଏଏ2’ କରି ଦେଇଛନ୍ତି ।
ସାମ୍ପ୍ରତିକ ମୂଲ୍ୟରେ ଭାରତର ଜିଡିପି 2013 ଏବଂ 2017 ମଧ୍ୟରେ 31% ବୃଦ୍ଧି ପାଇଛି ଅପରପକ୍ଷରେ ବୈଶ୍ୱିକ ଜିଡିପି 4% ବୃଦ୍ଧି ପାଇଛି ।
“କେନ୍ଦ୍ର ସରକାର ନିୟୁତ ସଂଖ୍ୟାରେ ଭାରତୀୟଙ୍କ ଅଦ୍ଭୁତପୂର୍ବ ଅଭିବୃଦ୍ଧି ଦିଗରେ କାର୍ଯ୍ୟ କରୁଛି”
ଆଧାର : ଭାରତ ସରକାର
Last Modified : 3/3/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.