ପୁରୁଷାନୁକ୍ରମେ ଆମ ପିତାମାତା ମାନେ ତେନ୍ତୁଳି ଓ ଲେମ୍ବୁ ରସ ତମ୍ବା ବାସନକୁ ଚକ୍ ଚକ୍ କରିବା ପାଇଁ ବ୍ୟବହାର କରୁଥିଲେ । ଆମ ମା ଖଟାକୁ ଧାତୁ ପାତ୍ରରେ ରଖୁ ନଥିଲେ । ସାଧାରଣତଃ ଲୁଣ ଓ ଚିନିକୁ ସଂରକ୍ଷଣ ରୂପେ ବ୍ୟବହାର କରାଯାଉଅଛି । ପୂର୍ବଜମାନେ କିପରି ଜାଣିଲେ – ଲେମ୍ବୁ, ତେନ୍ତୁଳି, ଲୁଣ ଓ ଚିନି ପ୍ରଭାବ ଯୁକ୍ତ ଭାବରେ କାର୍ଯ୍ୟ କରେ । ଆମେ ବିଭିନ୍ନ ପ୍ରକାରର ପଦାର୍ଥ ବ୍ୟବହାର କରୁଛେ ଡ୍ରେନ, ପାଇପ ଓ ଝରକାର କାଚ ସଫା କରିବା ପାଇଁ, ଏହି ରାସାୟନିକ ପଦାର୍ଥ କିପରି କାମ କରେ ? ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ଏହି ଅଧ୍ୟାୟରେ ଆମେ ଖୋଜିବା ଏକାଧିକ ଉଦାହରଣ ଅମ୍ଳ, କ୍ଷାର ଓ ଲବଣକୁ ନେଇ ଗଠିତ । ଏହି ବିଷୟରେ ପଦାର୍ଥକୁ ଅମ୍ଳ, କ୍ଷାର ଓ ଲବଣ ଭାବରେ ବିଭକ୍ତ କରିପାରିବା । ଆମେ ସେହି ପଦାର୍ଥ ମାନଙ୍କର ଧର୍ମ ସମ୍ବନ୍ଧରେ ପଢିବା । ଏହି ବିଷୟରେ (pH) ସମ୍ବନ୍ଧରେ ପଢିବା – ଯାହାକି ଅମଳତ୍ଵଧର୍ମ ଓ ଜୀବନରେ ତାର ଉପଯୋଗିତା ବିଷୟରେ ଜାଣିବା ।
ଅମ୍ଳ ଓ କ୍ଷାର
ହଜାର ହଜାର ବର୍ଷ ଧରି ମନୀଷା ଜାଣିଛି ଭିନେଗାର ଲେମ୍ବୁରସ, ଅଁଳା ଓ ତେନ୍ତୁଳି ରସ ଖଟା । ମାତ୍ର ଅଳ୍ପ କେତେଶହ ବର୍ଷ ପୂର୍ବେ ମଣିଷ ବୁଝିଲା ଏହି ପଦାର୍ଥର ଖଟା ଗୁଣ ଅମ୍ଳ ଯୋଗୁଁ ହୋଇଥାଏ । ଅମ୍ଳ ଶବ୍ଦଟି ଲାଟିନ ଶବ୍ଦ “ଆସରେ” ବା “ACCRE” ରୁ ଆସିଛି । ଏହା ସପ୍ତଦଶ ଶତାବ୍ଦୀରେ ପ୍ରଥମେ ରବର୍ଟ ବୟେଲଙ୍କ ଦ୍ଵାରା ନିମ୍ନ ପଦ୍ଧତି ମାଧ୍ୟମରେ ଅମ୍ଳ ଓ କ୍ଷାରକୁ ଚିହ୍ନଟ କରାଗଲା ।
ଅମ୍ଳ |
କ୍ଷାର |
ପାଟିକୁ ଆମ୍ବିଳି ଲାଗେ |
ପାଟିକୁ କଷା ଲାଗେ |
ଧାତୁକୁ କ୍ଷୟ କରେ |
ହାତକୁ ଲାଳୁଆ ଲାଗେ |
ନୀଳ ଲିଟମସକୁ ନାଲି ରଙ୍ଗ କରେ |
କ୍ଷାର ନାଲି ଲିଟମସକୁ ନୀଳ କରେ |
କ୍ଷାର ଶହ ମିଶି ଅଳ୍ପ ଅମ୍ଳତ୍ଵ ଗୁଣ ଦେଖାଏ |
ଅମ୍ଳ ଶହ ମିଶିଲେ ଅଳ୍ପ କ୍ଷାର ହୁଏ । |
ରବର୍ଟ ବୟେଲ ଅମ୍ଳ ଓ କ୍ଷାରର ଧର୍ମ ପ୍ରକାଶ କଲେ । ମାତ୍ର ଗଠନ ଅନୁସାରେ ଏହାର ଧର୍ମକୁ ପ୍ରକାଶ କରି ପାରିଲେ ନାହିଁ । ସ୍ଵିଡେନ ବୈଜ୍ଞାନିକ ସାନ୍ତେ ଆର ହେନିୟସ ଅମ୍ଳର ଗଠନ ଅନୁସାରେ ଧର୍ମ ପ୍ରକାଶ କଲେ । ସେ କହିଲେ ଅଧିକାଂଶ ପଦାର୍ଥ ଜଳରେ ଦ୍ରବୀଭୂତ ହେଲେ ଆୟନ ସୃଷ୍ଟି କରନ୍ତି । ଅମ୍ଳ ଓ କ୍ଷାର ସୃଷ୍ଟି ହେବାର ପ୍ରକୃତି ଆୟନ ଉପରେ ନିର୍ଭର କରେ ।
ଅମ୍ଳ
ଅମ୍ଳ ଜଳରେ ଦ୍ରବୀଭୂତ ହେଲେ () ସୃଷ୍ଟି କରେ । (HCl) ର ଜଳୀୟ ଦ୍ରବଣ ବିଶ୍ଲେଷିତ ହୁଏ
ଅମ୍ଳର କେତେକ ଉଦାହରଣ –
କ୍ଷାର
କ୍ଷାର ଏକ ପଦାର୍ଥ ଯିଏ ଜଳରେ ଦ୍ରବୀଭୂତ ହେଲେ () ଆୟନ ଦିଏ । ଉଦାହରଣ – ସୋଡିୟମ ହାଇଡ୍ରୋସାଇଡ (NaoH) ଜଳରେ ଦ୍ରବଣରେ ()ଆୟନ ଦିଏ ।
ଯଥା NaOH ଜଳମିଶ୍ରିତ à (ଜଳମିଶ୍ରିତ)+ () (ଜଳମିଶ୍ରିତ)
କ୍ଷାରର କେତେକ ଉଦାହରଣ –
ସୂଚକ
ଆପଣମାନେ ଦେଖିଥିବେ କପଡା ଉପରେ ଲାଗିଥିବା ହଳଦୀ ଓ ଝାଳର ଛାପ ଉପରେ ସାବୁନ ମାରିଲେ ତାହା ନାଲି ରଙ୍ଗ ଧାରଣ କରେ । ଏହା କାହିଁକି ହୁଏ ? ହଳଦୀ ସାବୁନ ଶହ ମିଶିଳା ବେଳେ କ୍ଷାରର କାମ କଳା । କେତେକ ପଦାର୍ଥ ଅଛି ଯାହା ଅମ୍ଳ ଶହ ପ୍ରତିକ୍ରିୟା ବେଳେ ରଙ୍ଗ ଦେଖାନ୍ତି ଓ କ୍ଷାର ଶହ ପ୍ରତିକ୍ରିୟା ବେଳେ ଅନ୍ୟ ରଙ୍ଗ ପ୍ରଦର୍ଶିତ କରନ୍ତି । ଗନ୍ଧକର୍ପୁର ଓ ମିଥାଇଲ ଅରେଞ୍ଜ ଅନ୍ୟ ଏକ ସୂଚକ ।
ଅମ୍ଳ ଏବଂ କ୍ଷାରର ଧର୍ମ
ପ୍ରତ୍ୟକ ପଦାର୍ଥ କେତେକ ସ୍ଵତନ୍ତ୍ର ଧର୍ମ ପ୍ରଦର୍ଶନ କରନ୍ତି । ଆମେ ଏକ ପଦାର୍ଥକୁ ଅମ୍ଳ କିମ୍ବା କ୍ଷାରର ଚାପରେ ସେମାନଙ୍କର ଧର୍ମ ଆଧାର କରି ଗ୍ରହଣ କରାଇବା । ଅମ୍ଳ ଓ କ୍ଷାରର ପ୍ରକୃତି ଗତ ଧର୍ମକୁ ଆସ ଶିଖିବା ।
ଅମ୍ଳର ଧର୍ମ
ନିମ୍ନ ଲିଖିତ ଚାରିତ୍ରିକ ଗୁଣ ଅଟେ ।
ସ୍ଵାଦ
କେତେକ ଖାଦ୍ଯ ପଦାର୍ଥ ପାଟିକୁ ଆମ୍ବିଳି ଲାଗେ । ଅଧିକାଂଶ କଞ୍ଚାଫଳ ଯଥା ଲେମ୍ବୁ, ଭିନେଗାର, ଖଟାଦହିରେ ଅମ୍ଳ ଥିବାରୁ ତାହା ଆମ୍ବିଳି ଲାଗେ , ତେଣୁ ଆମେ କହିବା ଅମ୍ଳର ସ୍ଵାଦ ଆମ୍ବିଳି । ଏହା ସତ୍ୟ କେବଳ ଜଳୀୟ ଅମ୍ଳ ପାଇଁ ।
ପଦାର୍ଥ |
କେଉଁ ଅମ୍ଳ ଅଛି |
ଲେମ୍ବୁରସ |
ସାଇଟ୍ରିସଅମ୍ଳ ଓ ଆକସରବିନ୍ ଅମ୍ଳ |
ଭିନେଗାର |
ଇଥାନୋଇକ ଅମ୍ଳ ବା ଏସିଟିକ ଅମ୍ଳ |
ତେନ୍ତୁଳି |
ଟାଟାରିକ ଅମ୍ଳ |
ଖଟାଦହି |
ଲାକଟିକ ଅମ୍ଳ |
ତୁମପାଇଁ କାମ
ନିକଟସ୍ଥ ଦୋକାନକୁ ଯାଇ ନିମ୍ନ ଜିନିଷକୁ କିଣି ପରୀକ୍ଷା କର
ଲିଟମସ କାଗଜ ନେଇ ଏହା ପରୀକ୍ଷା କର ଓ ଦେଖା ଏହା ଅମ୍ଳ କି ନୁହେଁ ।
ସୂଚକ ପ୍ରତିକ୍ରିୟା
ଆମେ ଜାଣିଲେ ଯେ ଅମ୍ଳ ଓ କ୍ଷାର ଶହ ପ୍ରତିକ୍ରିୟା କରି ବିଭିନ୍ନ ରଙ୍ଗ ପ୍ରଦାନ କରେ ।
ସୂଚକ |
ଅମ୍ଳ ଶହ ସୂଚକ କେଉଁ ରଙ୍ଗ ସୃଷ୍ଟି କରେ |
ଲିଟମସ |
ନାଲି |
ଗନ୍ଧକର୍ପୁର |
ରଙ୍ଗହୀନ |
ମିଥାଇଲ ଆରେଞ୍ଜ |
ନାଲି |
ବିଦ୍ୟୁତ ଗ୍ରହଣ ଓ ଅମ୍ଳର ବିଭାଜନୀକରଣ
ଅମ୍ଳ ଜଳ ଶହ ମିଶି ବିଦ୍ୟୁତ ପରିବହନ କରେ । ତେଣୁ ଅମ୍ଳ କାର ଓ ଇନଭର୍ଟରରେ ଥିବା ବ୍ୟାଟେରୀରେ ବ୍ୟବହାର କରାଯାଏ । ଯେତେବେଳେ ଅମ୍ଳ ଜଳ ମଧ୍ୟରେ ଦ୍ରବୀଭୂତ ହୁଏ, ସେତେବେଳେ ଆୟନ ସୃଷ୍ଟିକରେ । ଏହି ପ୍ରକ୍ରିୟାକୁ ବିୟୋଜନ କୁହାଯାଏ । ମୁଖ୍ୟତଃ ଅମ୍ଳ ଜଳ ମଧ୍ୟରେ ଦ୍ରବୀଭୂତ ହୋଇ ଆୟନ ଦିଏ । ଯାହାକି ଅମ୍ଳର ଗୁଣକୁ ବୁଝାଏ । ଏହି ଆୟନ ଏକାକୀ ନରହି ଜଳ ଶହ ମିଶିଥାଏ ।
+ O à
ଆୟନକୁ ହାଇଡ୍ରୋ ନିୟମ ଆୟନ କୁହାଯାଏ । ଏହି ଆୟନ ଗୁଡିକ ଜଳୀୟ ଦ୍ରବଣରେ ସୂଚାଯାଏ ।
ଅମ୍ଳର ବିୟୋଜନ ହେବାର କ୍ଷମତାକୁ ନେଇ ସବଳ ଅମ୍ଳ ଓ ଦୁର୍ବଳ ଅମ୍ଳ ସ୍ଥିର କରାଯାଏ ।
ସବଳ ଓ ଦୁର୍ବଳ ଅମ୍ଳ :
ଅମ୍ଳକୁ ଦୁଇ ଭାଗରେ ଯଥା : ସବଳ ଅମ୍ଳ ଓ ଦୁର୍ବଳ ଅମ୍ଳ ଭାବରେ ବିଭକ୍ତ କରାଯାଇଛି ।
ସବଳ ଅମ୍ଳ |
ଦୁର୍ବଳ ଅମ୍ଳ |
ଯେଉଁ ଅମ୍ଳ ଜଳରେ ସଂପୂର୍ଣ୍ଣ ବିୟୋଜନ ହୁଏ ତାକୁ ସବଳ ଅମ୍ଳ କୁହାଯାଏ । ନାଇଟ୍ରିକ ଅମ୍ଳ ଜଳରେ ସମ୍ପୂର୍ଣ୍ଣ ବିଯୋଜିତ ହୁଏ । (ଜଳମିଶ୍ରିତ) - (ଜଳମିଶ୍ରିତ) + ମାତ୍ର ସାତଟି ସବଳ ଅମ୍ଳ ଅଛି ଯଥା :
|
ଯେଉଁ ଅମ୍ଳ ଜଳରେ ଦ୍ରବୀଭୂତ ହୋଇ ଆଂଶିକ ବିୟୋଜନ ହୁଏ ତାକୁ ଦୁର୍ବଳ ଅମ୍ଳ କହନ୍ତି । ସମସ୍ତ ଜୈବ ସାର ଦୁର୍ବଳ । ତେଣୁ ସେମାନଙ୍କର ବିଲୋଜନ ଆଂଶିକ । ତେଣୁ ଏହାକୁ ଦୁଇଟି ଅର୍ଦ୍ଧ ତୀର ଦ୍ଵାରା ଦର୍ଶାଯାଇଛି ।
ଉଦାହରଣ : a) COOH – ଇଥାନୋଇକ (ଆସେଟିକ ଅମ୍ଳ) b) HF – ହାଇଡ୍ରୋଫ୍ଲୋରିକ ଅମ୍ଳ c) HCN- ହାଇଡ୍ରୋସିନିକ ଅମ୍ଳ d) COOH ବେଞ୍ଜାଇନ ଅମ୍ଳ |
ଧାତୁ ଶହ ଅମ୍ଳର ପ୍ରତିକ୍ରିୟା :
ଧାତୁଶହ ଅମ୍ଳର ପ୍ରତିକ୍ରିୟା ନିମ୍ନ କାର୍ଯ୍ୟକ୍ରମରୁ ଜଣାପଡିବ ।
ତୁମପାଇଁ କାମ
ଏହି କାର୍ଯ୍ୟଟିକୁ ତୁମ ପାଠ୍ୟ କେନ୍ଦ୍ର ଲାବୋରୋଟୋରୀରେ କରିପାରିବ ।
ଲକ୍ଷ୍ୟ : ଧାତୁ ଓ ଅମ୍ଳର ପ୍ରତିକ୍ରିୟାକୁ ଜାଣିବା ।
ଆବଶ୍ୟକୀୟ ଉପକରଣ ?
ପରୀକ୍ଷାନଳୀ, ଦସ୍ତାଖଣ୍ଡ, ଲଘୁ – ଗନ୍ଧକାମ୍ଳ (), ଦିଆସିଲି ଏବଂ ଏକ ପରୀକ୍ଷା ନଳୀକୁ ଧରୁଥିବା ଚିମୁଟା ।
କ’ଣ କରିବାକୁ ହେବ :
କ’ଣ ଦେଖିବାକୁ ପାଇଲ ?
ଯଥା ଦସ୍ତା ଓ ଲଘୁ ଗନ୍ଧକାମ୍ଳର ପ୍ରତିକ୍ରିୟାକୁ ନିମ୍ନ ଉପାୟରେ ପ୍ରକାଶ କରାଯାଇପାରିବ ।
Zn + à Zn +
ଅମ୍ଳସହ ଧାତବୀୟ କାର୍ବୋନେଟ ଓ ହାଇଡ୍ରୋଜେନ କାର୍ବୋନେଟର ପ୍ରତିକ୍ରିୟା :
ତୁମପାଇଁ କାମ
ଲକ୍ଷ୍ୟ : ଅମ୍ଳ ସହ ଧାତବୀୟ କାର୍ବନ ଓ ହାଇଡ୍ରୋଜେନ କାର୍ବୋନେଟର ପ୍ରତିକ୍ରିୟା ଜାଣିବା ।
କ’ଣ ଦରକାର :
ଏକ ପରୀକ୍ଷା ନଳୀ, ଫୁଟାଇବା ପରୀକ୍ଷା ନଳୀ, କର୍କ, ନିର୍ଗମ ନଳୀ, ସୋଡିୟମ କାର୍ବୋନେଟ, ସୋଡିୟମ ହାଇଡ୍ରୋହେନ କାର୍ବୋନେଟ ଏବଂ ଲଘୁ ଲବଣାମ୍ଳ ତତ ସହିତ ଚୂନ ପାଣି ।
କ’ଣ କରିବାକୁ ହେବ ?
ବସ୍ତୁରେ ଦର୍ଶାହେଲାପରି ଉପକରଣକୁ ସଜାଯାଇ
କ’ଣ ଦେଖିଲ ?
ଏହି ପରୀକ୍ଷାରୁ ଆମେ ଜାଣିଲୁ ଯେ କ୍ଷାରସୋଡା ବା ଖାଇବା ସୋଡା ଅମ୍ଳ ସହ ପ୍ରତିକ୍ରିୟା କରି ଗ୍ୟାସ ସୃଷ୍ଟି କଲା ।
ସୋଡିୟମ କାର୍ବୋନେଟ + ଲଘୁ ଲବଣାମ୍ଲ à ସୋଡିୟମ କ୍ଲୋରାଇଡର ଜଳୀୟ ଦ୍ରବଣ + ଜଳ + ଅଙ୍ଗାରକାମ୍ଳ ଗ୍ୟାସ
ଖାଇବା ସୋଡା + ଲଘୁ ଲବଣାମ୍ଲ à ଖାଇବା ଲୁଣ (ଜଳ ମିଶ୍ରିତ) + ଜଳ + ଅଙ୍ଗାରକାମ୍ଳ ଗ୍ୟାସ
ଅଙ୍ଗାରକାମ୍ଳ ଗ୍ୟାସ ଚୂନପାଣି ସଂସ୍ପର୍ଶରେ ଆସିଲେ Ca( ହୁଏ । ଚୂନପାଣି ଦୁଧିଆ ରଙ୍ଗ ଅର୍ଥାତ୍ କାଲସିୟମ କାର୍ବୋନେଟର ଧଳା ଅଧଃକ୍ଷେପ ।
ଚୂନପାଣିର ଜଳୀୟ ଦ୍ରବଣ + ଅଙ୍ଗାରକାମ୍ଳ ଗ୍ୟାସ à କାଲସିୟମ କାର୍ବୋନେଟର ଧଳା ଅଧଃକ୍ଷେପ + ଜଳ
ଯଦି ଅଧିକ ପରିମାଣର ଗ୍ୟାସ ଚୂନପାଣିରେ ଦ୍ରବୀଭୂତ ହୁଏ ତେବେ ଧଳା ଅଧଃକ୍ଷେପ ଉଭେଇଯାଏ ।
କାଲସିୟମ କାର୍ବୋନେଟର ଧଳା ଅଧଃକ୍ଷେପ + ଜଳ + ଅଙ୍ଗାରକାମ୍ଳ ଗ୍ୟାସ à କ୍ୟାଲସିୟମ ହାଇଡ୍ରୋଜେନ କାର୍ବୋନେଟ (ଜଳରେ ଦ୍ରବଣୀୟ)
ଏହିପରି ସଂକ୍ଷେପରେ ଲେଖିଲେ ,
ଧାତବ କାର୍ବୋନେଟ + ଅମ୍ଳ à ଲୁଣ + ଜଳ + ଅଙ୍ଗାରକାମ୍ଳ
ଅମ୍ଳ ସହ ଧାତବୀୟ ଅକ୍ସାଇଡର ପ୍ରତିକ୍ରିୟା
ଆମ୍ଭେମାନେ ଅମ୍ଳ ସହ ଧାତବ ଅକ୍ସାଇଡର ପ୍ରତିକ୍ରିୟା
ତୁମପାଇଁ କାମ
ଲକ୍ଷ୍ୟ : ଅମ୍ଳସହ ଧାତବ ଅକ୍ସାଇଡର ପ୍ରତିକ୍ରିୟା
ପରୀକ୍ଷା ପାଇଁ କ’ଣ ଦରକାର ?
ଏକ ବିକର, କାଚଦଣ୍ଡ, କପର ଅକ୍ସାଇଡ ଏବଂ ଲଘୁ ଲବଣାମ୍ଲ ।
କିପରି ପରୀକ୍ଷା କରିବା ?
କପର ଅକ୍ସାଇଡ ସହ ଲଘୁ ଲବଣାମ୍ଲର ପ୍ରତିକ୍ରିୟା କ’ଣ ଦେଖିବାକୁ ହେବ ?
ଏହି ପ୍ରତିକ୍ରିୟାରୁ ଆମେ ନିଷ୍ପତ୍ତିରେ ପହଞ୍ଚିଲୁ ଯେ କପର ଅକ୍ସାଇଡ ସହିତ ଲଘୁ ଲବଣାମ୍ଲ ପ୍ରତିକ୍ରିୟା ଫଳରେ କପର କ୍ଲୋରାଇଡ ସୃଷ୍ଟିହୁଏ । ଯାହାକି କପରର ଏକ ଲବଣ । ଏହି ଲବଣ ଜଳରେ ସବୁଜ ମିଶ୍ରିତ ନୀଳ ରଙ୍ଗ ସୃଷ୍ଟିକରେ ।
କପର ଅକ୍ସାଇଡ + ଲଘୁ ଲବଣାମ୍ଲ à କପର (II) କ୍ଲୋରାଇଡ + ଜଳ
ଅନ୍ୟ କେତେକ ଅକ୍ସାଇଡ ଯଥା ମ୍ୟାଗ୍ନେସିୟମ ଅକ୍ସାଇଡ (MgO) ଏବଂ କ୍ୟାଲସିୟମ ଅକ୍ସାଇଡ (CaO) କିମ୍ବା କଲିଚୂନ ଏକା ଉପାୟରେ ପ୍ରତିକ୍ରିୟା କରେ ଯଥା :
କାଲସିୟମ ଅକ୍ସାଇଡ କୁଇକାଲାଇମ + ଲଘୁ ଲବଣାମ୍ଲ – କ୍ୟାଲସିୟମ କ୍ଲୋରାଇଡ + ଜଳ
ସାରାଂଶ ଭାବରେ ଲେଖିଲେ
ଧାତବ ଅକ୍ସାଇଡ + ଅମ୍ଳ à ଲବଣ + ଜଳ
ଅମ୍ଳ ସହ କ୍ଷାର ପ୍ରତିକ୍ରିୟା
ଅମ୍ଳ ସହ କ୍ଷାରର ପ୍ରତିକ୍ରିୟା କ’ଣ ହେଉଛି ଆସ ଆଲୋଚନା କରିବା
ତୁମ ପାଇଁ କାମ
ଲକ୍ଷ୍ୟ : ଅମ୍ଳ ଓ କ୍ଷାର ପ୍ରତିକ୍ରିୟା ଜାଣିବା
କେଉଁ ଉପକରଣ ଆବଶ୍ୟକ ?
ଏକ ପରୀକ୍ଷା ନଳୀ, ଗନ୍ଧ କର୍ପୁର
କ’ଣ କରିବା ଦରକାର ?
ଏହି ପରୀକ୍ଷାରୁ ଆମେ ଜାଣିଲୁ ଯେ ଲଘୁ ଲବଣାମ୍ଲ ଓ NaOH ପରସ୍ପର ପ୍ରତିକ୍ରିୟା କରନ୍ତି । ଯଦି ଅଧିକ ମାତ୍ରାରେ HCl ଯୋଗ କରାଯାଏ । NaOH ର କ୍ଷାରୀୟ ଗୁଣ ଲୋପ ପାଏ ଏବଂ HCl ର ଅମ୍ଳତ୍ଵ ଗୁଣ ମଧ୍ୟ ଲୋପ ପାଏ । ଏହି ପ୍ରତିକ୍ରିୟାକୁ Neutralization Proced ବା “ପ୍ରଶମନ କରଣ” ପ୍ରକ୍ରିୟା କହନ୍ତି । ପୁନଶ୍ଚ ଏହି ଧାରାରେ ଲବଣ ଓ ଜଳ ମିଳେ ଲବଣାମ୍ଲ ଓ ସୋଡିୟମ ହାଇଡ୍ରକସାଇଡ ପ୍ରତିକ୍ରିୟା ଫଳରେ ସୋଡିୟମ କ୍ଲୋରାଇଡ ଓ ଜଳ ମିଳେ ।
HCl (ଜଳ ମିଶ୍ରିତ) + NaOH (ଜଳମିଶ୍ରିତ) à NaCl (ଜଳମିଶ୍ରିତ) + O
ଏକାଭଳି ପ୍ରତିକ୍ରିୟା ଅନ୍ୟ ଅମ୍ଳ ଓ କ୍ଷାର ସହ ଘଟିଥାଏ । ଯଥା : ଗନ୍ଧକାମ୍ଳ ଓ ପଟାସିୟମ ହାଇଡ୍ରୋକସାଇଡ ପ୍ରତିକ୍ରିୟା କଲେ ପଟାସିୟମ ସଲଫେଟ୍ ଓ ଜଳ ସୃଷ୍ଟିକରେ ।
ସଲଫ୍ୟୁରିକ ଅମ୍ଳ + ପଟାସିୟମ (ଜଳମିଶ୍ରିତ) à ହାଇଡ୍ରୋକସାଇଡ + ପୋଟାସିୟମ ସଲଫେଟ୍ ଦ୍ରବଣ + ଜଳ
ସାଧାରଣତଃ ଅମ୍ଳ ଓ କ୍ଷାରର ପ୍ରତିକ୍ରିୟାକୁ ନିମ୍ନ ଭାବରେ ପ୍ରକାଶ କରାଯାଇ ପାରେ ।
ଅମ୍ଳ + କ୍ଷାର à ଲବଣ + ଜଳ
କ୍ଷୟଶୀଳ ପ୍ରକୃତି
ଅମ୍ଳ ବିଭିନ୍ନ, ଧାତବ (ଅକ୍ସାଇଡ, ହାଇଡ୍ରୋକସାଇଡ ସହ ପ୍ରତିକ୍ରିୟା କରି ସେଗୁଡିକୁ କ୍ଷୟକରେ, ଏହି ପ୍ରକୃତିକୁ କ୍ଷୟଶୀଳ ପ୍ରକୃତି କହନ୍ତି । ଅମ୍ଳର ଧର୍ମ କ୍ଷୟଶୀଳ ।
ଅମଳର ସବଳତା, କ୍ଷୟଶୀଳ ଠାରୁ ଫରକ କ୍ଷୟଶୀଳ ଗୁଣ ହିଁ ଅମ୍ଳର ସାମର୍ଥ୍ୟ ନୁହେଁ । କ୍ଷୟଶୀଳ ଗୁଣ ଏହାର ବିଯୁକ୍ତାତ୍ମକ ଆୟନ ଉପରେ ନିର୍ଭରଶୀଳ HF, ହାଇଡ୍ରୋଜେନ ଫ୍ଲୋରାଇଡ ଗୋଟିଏ ଦୁର୍ବଳ ଅମ୍ଳ ମାତ୍ର ଫ୍ଲୋରାଇଡ ଆୟନ (F) ସିଲିକନ ପରମାଣୁକୁ ଅବକ୍ଷୟ କରେ ଏବଂ ଉଦଜାନ ଆୟନ ସିଲିକା () ସହ ପ୍ରତିକ୍ରିୟା କରେ । + 4HF à + O |
କ୍ଷାରର ଧର୍ମ
ସ୍ଵାଦ ଓ ସ୍ପର୍ଶ :
କ୍ଷାର ପାଟିକୁ କଷାଳିଆ ଲାଗେ, ଏବଂ ଏହାର ଦ୍ରବଣ ହାତକୁ ଲାଳୁଆ ଲାଗେ ।
ସତର୍କତା ଯଦିଓ ଆମେ ଅମ୍ଳ ଓ କ୍ଷାରକୁ ଚାଖିବାକୁ କହୁ ତଥାପି କୌଣସି ଅମ୍ଳ ବା କ୍ଷାରକୁ ଚାଖିବା ଉପଦେଶ ବାହାରେ । ସେଥିରୁ ଅଧିକାଂଶ କ୍ଷତି କାରକ । ସେହିପରି ସବଳ ଅମ୍ଳ ଓ ସବଳ କ୍ଷାରକୁ ଛୁଇଂବାକୁ ଅନୁଚିତ୍ । ସେମାନେ ଚର୍ମକୁ ନଷ୍ଟ କରିଦେଲେ ପାରନ୍ତି । |
ସୂଚକ ସହ ପ୍ରତିକ୍ରିୟା :
ଯଦି କ୍ଷାର ସହ ସୂଚକର ପ୍ରତିକ୍ରିୟା ହୁଏ, ତେବେ ପ୍ରତ୍ୟକ ସୂଚକ ଅଲଗା ରଙ୍ଗ ପ୍ରଦର୍ଶିତ କରିଥାଏ । ସାଧାରଣ ଭାବରେ ବ୍ୟବହାର ହେଉଥିବା ସୂଚକ ହେଲା ।
ସୂଚକ |
କ୍ଷାରରେ ସୂଚକର ରଙ୍ଗ |
ଲିଟମସ |
ନୀଳ |
ଗନ୍ଧକର୍ପୁର |
ଗୋଲାପୀ |
ମିଠାଇଲେ ଅରେଞ୍ଜ |
ହଳଦିଆ |
ବିଦ୍ୟୁତ ଶକ୍ତିର ପରିବହନ ଓ କ୍ଷାରୀୟ ପଦାର୍ଥର ବିଭାଜନ :
କ୍ଷାରର ଜଳୀୟ ଦ୍ରବଣ ବିଦ୍ୟୁତ ପରିବହନ କରେ କାରଣ ଏହା ଜଳୀୟ ଦ୍ରବଣରେ ଆୟନ ସୃଷ୍ଟିକରେ । କ୍ଷାର ଗୁଡିକ () ଦିଏ ଯାହାକି ଏକ ମୁଖ୍ୟ କ୍ଷାରୀୟ ଧର୍ମ । ଯେଉଁ ପଦାର୍ଥ ଗୁଡିକ ଜଳରେ ଦ୍ରାବଣୀୟ ଓ () ଆୟନ ଦିଏ ତାହା ଆଲ୍କାଲିସ୍ । ସମସ୍ତ କ୍ଷାରୀୟ ପଦାର୍ଥ କ୍ଷାର ଅଟନ୍ତି, କିନ୍ତୁ ସମସ୍ତ କ୍ଷାର ଆଲକାଲାଇନ ନୁହଁନ୍ତି । ଏହାକୁ ଭିତ୍ତିକରି ଆମେ ଦୁର୍ବଳ ସବଳ କ୍ଷାର କଥା ଚିନ୍ତା କରିବା ।
ସବଳ ଓ ଦୁର୍ବଳ କ୍ଷାର
ସବଳ ଓ ଦୁର୍ବଳ କ୍ଷାରର ଧର୍ମ ନିମ୍ନରେ ପ୍ରଦତ୍ତ କରାଗଲା ।
ସବଳ କ୍ଷାର |
ଦୁର୍ବଳ କ୍ଷାର |
କ୍ଷାର ଜଳରେ ସମ୍ପୂର୍ଣ୍ଣ ବିଯୋଜିତ ହୋଇ କାଟାୟନ ଓ ହାଇଡ୍ରକ ସାଇଡ ଆୟନ () ଦିଏ, ଯଥା (KOH (aq) à (aq)+ (aq) ମାତ୍ର ଦୁଇଟି ସବଳକ୍ଷାର ମିଳେ । ସେମାନେ ସମସ୍ତେ ହାଇଡ୍ରକ ସାଇଡ ଗ୍ରୁପର ଅଟନ୍ତି ।
|
ଦୁର୍ବଳ କ୍ଷାର ଗୁଡିକ ବିଯୋଜିତ ହୋଇ ଆୟନ ଦିଏନାହିଁ । ମାତ୍ର ଜଳରେ ବିଯୋଜିତ ହୋଇ ଦିଅନ୍ତି । କ୍ଷାର ଗୁଡିକ ଜଳୀୟ ଦ୍ରବଣରେ ସମ୍ପୂର୍ଣ୍ଣ ବିଯୋଜିତ ହୋଇନଥାଏ । ତେଣୁ ମାତ୍ରା କମ୍ ରହିଥାଏ । ଦୁଇଟି ଅର୍ଦ୍ଧତୀରର ଅର୍ଥ ପ୍ରତିକ୍ରିୟା ଶେଷ ହେବାପୂର୍ବରୁ ସମାନତା ପହଞ୍ଚି ଯାଉଛି ) କେତେକ ଦୁର୍ବଳ କ୍ଷାରର ନାମ ହେଲା
|
ଧାତୁ ସହ କ୍ଷାରର ପ୍ରତିକ୍ରିୟା
ଅମ୍ଳ ଭଳି କ୍ଷାର ମଧ୍ୟ ପ୍ରତିକ୍ରିୟା ଶୀଳ ଧାତୁ ମାନଙ୍କ ସହ ପ୍ରତିକ୍ରିୟା କରି ଉଦଜାନ ଗ୍ୟାସ ତ୍ୟାଗ କରେ । ଯଥା ସୋଡିୟମ ହାଇଡ୍ରକସାଇଡ ଦସ୍ତା ସହ ପ୍ରତିକ୍ରିୟା କରେ ।
ଦସ୍ତାଖଣ୍ଡ + ସୋଡିୟମ ହାଇଡ୍ରକସାଇଡ – ସୋଡିୟମ ଜିଙ୍କେଟ + ଉଦଜାନ
କ୍ଷାରୀୟ ପଦାର୍ଥର ଅଧାତବ ଅକ୍ସାଇଡ ସହ ପ୍ରତିକ୍ରିୟା :
କ୍ଷାରକ ଅଧାତବ ଅକ୍ସାଇଡ (ଯଥା (, S, , )) ସହ ପ୍ରତିକ୍ରିୟା କରି ଲବଣ ଓ ଜଳ ପ୍ରଦାନ କରେ ।
ଯଥା –
କ୍ୟାଲସିୟମ + ଅଙ୍ଗାରକାମ୍ଳ à କ୍ୟାଲସିୟମ + ଜଳ
ଏହି ପ୍ରତିକ୍ରିୟାକୁ ଏକ ସାଧାରଣ ଆକାରରେ ସୁଚେଇଲେ :
କ୍ଷାର + ଅଧାତବ ଅକ୍ସାଇଡ à ଲବଣ + ଜଳ
କ୍ଷାର ସହିତ ଅମ୍ଳର ପ୍ରତିକ୍ରିୟା
ଅମ୍ଳ ଓ କ୍ଷାରର ପ୍ରତିକ୍ରିୟା ଆଗରୁ ଜାଣିଛେ, ଏହି ପ୍ରତିକ୍ରିୟାକୁ ପ୍ରଶମନୀ କରଣ ପ୍ରତିକ୍ରିୟା କୁହାଯାଏ, ମାତ୍ର ଅମ୍ଳ ଓ କ୍ଷାର ମିଶିଲେ ଲବଣ ଓ ଜଳ ହୁଏ । ତଳେ ଅନ୍ୟ କେତେକ ଏହିପରି ପ୍ରତିକ୍ରିୟାର ଉଦାହରଣ ଦିଆଗଲା ।
HCl(aq) + KOH(aq) à KCl (aq) + O (l)
କଷ୍ଟିକ ଧର୍ମ ସବଳକ୍ଷାର ଯଥା ସୋଡିୟମ ହାଇଡ୍ରକ ସାଇଡ ଓ ଓ ପୋଟାସିୟମ ହାଇଡ୍ରକସାଇଡ ଜୈବ ପଦାର୍ଥ ପ୍ରତି ବହୁ କ୍ଷୟକାରୀ, ଚର୍ମର ପ୍ରୋଟିନ ଅଂଶ ଓ ମାଂସକୁ ମଣ୍ଡ କରିବାରେ ସାହାଯ୍ୟ କରେ । ଏଣୁ ଏହାକୁ କଷ୍ଟିକ ଧର୍ମ କହନ୍ତି ଏବଂ ଏହି ଗୁଣ ଯୋଗୁଁ ସୋଡିୟମ ହାଇଡ୍ରକସାଇଡକୁ କଷ୍ଟିକ ସୋଡା କହନ୍ତି ଏବଂ ପଟାସିୟମ ହାଇଡ୍ରକ ସାଇଡକୁ “କଷ୍ଟିକ ପଟାସ” କୁହାଯାଏ । ଏହି କଷ୍ଟିକ ଶବ୍ଦକୁ ଅମ୍ଳ କ୍ଷେତ୍ରରେ ବ୍ୟବହାର କରାଯାଏ ନାହିଁ । |
ଜଳ ଏବଂ ଅମ୍ଳ ଓ କ୍ଷରର ବିୟୋଜନ
ଆମେ ଆଗରୁ ଜାଣିଛେ ଅମ୍ଳ ଜଳରେ ଦ୍ରବୀଭୂତ ହୋଇ ଆୟନ ଦିଏ ଏବଂ କ୍ଷାର ଜଳରେ ଦ୍ରବୀଭୂତ ହୋଇ ଆୟନ ଦିଏ । ଜଳ ବିୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରେ ।
ଅମ୍ଳ ଓ କ୍ଷାରର ବିୟୋଜନରେ ଜଳର ଭୂମିକା
ଶୁଖିଲା ନୀଳ ଲିଟମସକୁ କାଗଜକୁ ପରୀକ୍ଷା ନଳୀରୁ ଆସୁଥିବା ଶୁଷ୍କ ଲବଣାମ୍ଲ ଗ୍ୟାସ ସହ ପ୍ରତିକ୍ରିୟା କଲେ ରଙ୍ଗ ବଦଳେ ନାହିଁ । ଯେତେବେଳେ ଓଦା ନୀଳ ଲିଟମସ କାଗଜରେ ପରୀକ୍ଷା କରିବା ରଙ୍ଗ ବଦଳିଯିବ । ଅର୍ଥାତ୍ ନୀଳ ଲିଟମସ ନାଲି ହୋଇଯିବ । ଏହା ସୂଚିତ କରୁଛି ଯେ, ଆୟନ ଶୁଷ୍କ ଲବଣାମ୍ଲ ଗ୍ୟାସରୁ ମିଳେନି ଯେତେବେଳେ ଏହା ଜଳମିଶ୍ରିତ ହେଉଛି ସେ ତେବେ ଆୟନ ବାହାରୁଛି । ଯାହାକି ଲିଟମସ ରଙ୍ଗ ନୀଳରୁ ନାଲି ହେଲା ।
କ୍ଷାର ମଧ୍ୟ ଏକାପରି ବ୍ୟବହାର ଦେଖାଏ । ଯଦି ଆମେ ସୋଡିୟମ ହାଇଡ୍ରକସାଇଡ ସହ ନାଲି ଲିଟମସର ସଂଯୋଗ କରିବା, ରଙ୍ଗ ବଦଳିବ ନାହିଁ । NaOH ଗୋଟିଏ ଜଳଶୋଷକ ଯୌଗିକ ତେଣୁ ଜଳକୁ ସହଜରେ ଶୋଷିନିଏ, ଯଦି ଏହା ହେଲା ତେବେ ନାଲି ଲିଟମସର ରଙ୍ଗ ବଦଳିଯିବ । ଯଦିଓ ଶୁଷ୍କ NaOH ରେ OR ଅଛି ମାତ୍ର ଏହା ମୁକ୍ତ ନୁହେଁ, ମାତ୍ର ଜଳ ସଂସ୍ପର୍ଶରେ ଆସିଲେ ମୁକ୍ତ ହୁଏ । ଫଳରେ ଲିଟମସର ରଙ୍ଗ ବଦଳେ । ତେଣୁ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ, ଅମ୍ଳ ଓ କ୍ଷାର ଜଳୀୟ ଦ୍ରବଣରେ ହିଁ ସେମାନଙ୍କର ଧର୍ମ ପ୍ରଦର୍ଶନ କରନ୍ତି ।
ସତର୍କତା ଜଳରେ ଗନ୍ଧକାମ୍ଳର ମିଶ୍ରଣ () ଏକ ତାପ ଉତ୍ପାଦୀ ପ୍ତାନାଳୀ । ତେଣୁ ଏକ ଜଳୀୟଦ୍ରବଣ ପ୍ରସ୍ତୁତ କରିବାକୁ ହେଲେ ଗନ୍ଧକାମ୍ଳକୁ ଧୀରେ ଧୀରେ ଜଳରେ ଢଳା ଯାଏ ଏବଂ ଘଣ୍ଟାଯାଏ, କେବେହେଲେ ଜଳକୁ ଘନ ଗନ୍ଧକାମ୍ଳରେ ଢଳାଯାଏ ନାହିଁ । ଯେହେତୁ ପ୍ରଚୁର ତାପମାତ୍ରା ଉତ୍ପନ୍ନ ହୁଏ । ଏହି କାରଣରୁ ଅମ୍ଳ ଚର୍ମରେ ପୋଡା କ୍ଷତ ସୃଷ୍ଟିକରେ କିମ୍ବା ଯେଉଁ ପଦାର୍ଥ ଉପରେ ପଡେ ତାକୁ ନଷ୍ଟ କରିଦିଏ । |
ଅମ୍ଳ ଓ କ୍ଷାର ରସାୟନରେ ଜଳ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ । ଜଳ ଅମ୍ଳ ଓ କ୍ଷାର ସହ ଯଥାକ୍ରମେ ଓ ଆୟନ ସୃଷ୍ଟିକରେ । ଜଳ ନିଜେ ମଧ୍ୟ ବିୟୋଜନ ପ୍ରକ୍ରିୟାରେ ଆୟନ ଦିଏ । ଜଳର ଏହିଗୁଣକୁ ଜଳର ସ୍ଵୟଂ ବିୟୋଜନ କ୍ଷମତା କୁହାଯାଏ ।
ଜଳର ସ୍ଵୟଂ ବିୟୋଜନ କ୍ଷମତା
ଜଳରୁ ବିଯୋଜିତ ହୁଏ (aq) ଓ (aq) ଆୟନ ।
ଏହି ସ୍ଵୟଂ ବିୟୋଜନ କ୍ଷମତା ଅତି କମ୍ (C) ପ୍ରାୟତଃ 100 କୋଟି () ଟି ଅଣୁରୁ 2ଟି ଅଣୁ ବିୟୋଜିତ ହୁଏ ।
ତେଣୁ ଜଳରେ ଓ ଆୟନର ପରିମାଣ ବହୁତ କମ ।
[] = [] = 1.0 X mol
() = () = 1.0 X Mol ବା ମୋଲ / ଲିଟର
ବର୍ଗବନ୍ଧନୀ ସୂଚିତ କରୁଛି ମୋଲର ଗାଢତା । ଏହିପରି ର ଅର୍ଥ ଜଳୀୟ ଦ୍ରବଣରେ ଆୟନ ଉପସ୍ଥିତ ସେହିପରି () ଗାଢତା ଅର୍ଥ ଜଳୀୟ ଦ୍ରବଣରେ () ଆୟନର ଉପସ୍ଥିତ (ମୋଲ/ଲିଟର)
ଏହା ଜାଣିବା ଦରକାର ଯେ ଶୁଦ୍ଧ ଜଳରେ ବା ପ୍ରଶମିତ ଦ୍ରବଣରେ
[] = []
ପୁନଶ୍ଚ ଶୁଦ୍ଧ ଜଳରେ ବା ପ୍ରଶମିତ ଦ୍ରବଣରେ (aq) ଓ (aq) ର ଗୁଣଫଳ ସର୍ବଦା ସମାନ । ଏହାକୁ ଜଳର ଆୟନିକ ଗୁଣଫଳ କହନ୍ତି । ଏହାକୁ ମଧ୍ୟ ଆୟନିକ ଗୁଣଫଳର ସ୍ଥିରାଙ୍କ କୁହାଯାଏ ।
Kw = [] []
C ତାପମାତ୍ରା ବା (298K) ଶୁଦ୍ଧଜଳରେ Kw ର ମୂଲ୍ୟ ଆପେ ପାଇବା
Kw = (1.0 X ) X (1.0 X ) = 1.0 X ମୋଲ / ଲିଟର
ଅମ୍ଳ, କ୍ଷାର ଓ ନିଉଟ୍ରାଲ ଦ୍ରବଣ :
ଆମେ ଜାଣିଛୁ ଜଳ ବିୟୋଜିତ ହେଲେ ଏକା ସଂଖ୍ୟକ ଓ ଆୟନ ମିଳେ । ତେଣୁ ସେମାନଙ୍କର ଗାଢତା ମଧ୍ୟ ସମାନ ରହେ ।
[] = []
ନିଉଟ୍ରାଲ ଦ୍ରବଣରେ ସମସ୍ତ ନିଉଟ୍ରାଲ ଦ୍ରବଣରେ ଓ ଆୟନ ପରିମାଣ ସମାନ ରହେ ଯଥା : [] = []
ଅର୍ଥାତ୍ ଓ ଆୟନର ଆୟନିକ ଗାଢତା ମଧ୍ୟ ସମାନ ।
ଅମ୍ଳୀୟ ଦ୍ରବଣ
ଅମ୍ଳୀୟ ଦ୍ରବଣ ଅଧିକ ପରିମାଣରେ (aq) ଆୟନ ତ୍ୟାଗକରେ ତେଣୁ
ଅନ୍ୟ ଭାଷାରେ (aq) ର ଗାଢତା (aq) ର ଗାଢତା ଠାରୁ ଅଧିକ ହେଲେ ତାକୁ ଅମ୍ଳୀୟ ଦ୍ରବଣ କୁହାଯାଏ ।
ଅର୍ଥାତ୍ ଆୟନର ଗାଢତା ର ଗାଢତା ଠାରୁ ଅଧିକ । ମାତ୍ର ଆମେ ଜାଣିଛେ ଓ ର ଆୟନର ଗୁଣଫଳ Kw ସର୍ବଦା ସ୍ଥିର ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ ଏହା କେବଳ ସମ୍ଭବ ଯଦି ର ପରିମାଣ ଜଳୀୟ ଦ୍ରବଣର କମ ରହେ ।
ଯଥା [] < mol
କ୍ଷାରୀୟ ଦ୍ରବଣ
କ୍ଷାର ଆୟନ ସେମାନଙ୍କର ଦ୍ରବଣ ମଧ୍ୟରେ ପ୍ରଦାନ କରେ । ଏହା ତା’ର ର ଗାଢତା ବଢିଥାଏ । ତେଣୁ
[] > []
[] > 1.0 X mol
ଅନ୍ୟ ଭାଷାରେ ଯେଉଁ ଦ୍ରବଣରେ ଆୟନର ଗାଢତା ଆୟନର ଗାଢତା ଠାରୁ କମ୍ ଥାଏ ତାକୁ କ୍ଷାରୀୟ ଦ୍ରବଣ କହନ୍ତି । ପୁନଶ୍ଚ Kw ର ମୂଲ୍ୟ ସ୍ଥିରତା ଯୋଗୁଁ ଆୟନର ଗାଢତା ବେଳେବେଳେ କମ୍ ହୋଇଥାଏ । ତେଣୁ []L 1.0 X mol
ଆମେ ଜଳୀୟ ଦ୍ରବଣର ପ୍ରକୃତିକୁ ଉଦଜାନ ଆୟନ ((aq))
ଦ୍ରବଣର ପ୍ରକୃତି |
ଆୟନର ଗାଢତା C (298K) ରେ । |
ନିଉଟ୍ରାଲ |
() = 1.0 X ମୋଲ / ଲି. |
ଅମ୍ଳ |
() > 1.0 X ମୋଲ / ଲି. |
କ୍ଷାର |
() < 1.0 X ମୋଲ / ଲି. |
pH ଏବଂ – ଏହାର ପ୍ରଭାବ
ଆୟନର ଗାଢତାକୁ 10ର ଘାତତ ହିସାବରେ ପ୍ରକାଶ କରାଯାଏ । ପୁନଶ୍ଚ ସୁବିଧା ଦୃଷ୍ଟିରୁ ଏହାକୁ ଲଗାରିଦମରେ ପ୍ରକାଶ କରାଯାଏ । pH ସ୍କେଲ କହିଲେ ଉଦଜାନ ଆୟନ ବା () ଗାଢତାକୁ ବୁଝାଏ । pH ଶବ୍ଦ ପ୍ରଥମେ ଡେନମାର୍କ ଜୈବବିଜ୍ଞାନ ସୋରେନ – ସୋରେନସେନ – 1909 ମସିହାରେ ଆବିଷ୍କୃତ ହୋଇଥିଲା । pH ଅର୍ଥ “ଉଦଜାନ ପାୱାର” ।
pH କହିଲେ () ଉଦଜାନ ଆୟନ ଗାଢତାର ପ୍ରତିଲୋମାନୁପାତ ଅଲଗାରିଦମ୍ କୁ ବୁଝାଏ । ଯଥା : pH = - log []
ବିଯୁକ୍ତାତ୍ମକ ପ୍ରତୀକ ହେତୁ ଏହା ନିଶ୍ଚିତଯେ, ଯେତେବେଳେ [] ବଢିବ pH କମିବ ଏବଂ [] କମିଲେ pH ବଢିବ ।
[] = 1.0 X mol Log [] = log () = -7 and pH = log [] = - (-7) pH = -7
(298K) ତାପମାତ୍ରା ଏବଂ ଶୁଦ୍ଧ ଜଳରେ
[] = 1.0 X mol
ପୁନଶ୍ଚ pOH = 7
ଯେହେତୁ Kw = 1.0 X
pKw = 14
pKw, pH ଏବଂ pOH ମଧ୍ୟରେ ସମ୍ପର୍କ ହେଲା । pKw = pH + pOH
ଏହା (298K) ତାପମାତ୍ରାରେ 14 = pH + pOH
pH କୁ ନେଇ ଗାଣିତିକ ସମାଧାନ :
ବର୍ତ୍ତମାନ ଆମେ ଆୟନର ଗାଢତା ଆୟନର ଗାଢତା ଏବଂ pH ର ସମ୍ପର୍କ ପଢିଛେ । ବର୍ତ୍ତମାନ ଆମେ ଆଲୋଚନା କରିବା କେତେକ pH ସମ୍ବନ୍ଧୀୟ ସମାଧାନ । ବର୍ତ୍ତମାନ ଯାହା ପଢିଛେ ।
ଉଦାହରଣ ୮.୧ : 001 ମୋଲାର ଦ୍ରବଣ ଯୁକ୍ତ HCl ର pH ନିର୍ଣ୍ଣୟ କର ।
ସମାଧାନ
HCl ଏକ ସବଳ ଅମ୍ଳ । ଏହା ଜଳରେ ସଂପୂର୍ଣ୍ଣ ବିୟୋଜିତ ହୁଏ ।
HCl (aq) à (aq) + (aq)
ଏହି ଧାରାରେ 1 ମୋଲ ଲବଣାମ୍ଲ 1 ମୋଲର ଆୟନ ଦିଏ । ତେଣୁ ଆୟନର ଗାଢତା HCl ସଙ୍ଗେ ସମାନ ଯଥା 001 ମୋଲାର ବା 1.0 X ମୋଲ/ଲିଟର ଏହିପରି, [] = 1 X mol ମୋଲ/ଲିଟର
ଉଦାହରଣ ୮.୨ : ଗନ୍ଧକାମ୍ଳର ଜଳୀୟ ଦ୍ରବଣର ଗାଢତା 5 X ମୋଲ/ଲିଟର ହେଲେ pH କେତେ ?
ସମାଧାନ ଗନ୍ଧକାମ୍ଳ ଜଳରେ ବିୟୋଜିତ ହୁଏ ।
ଯଥା : (aq) à (aq) + (aq)
ପ୍ରତ୍ୟକ ମୋଲ ଗନ୍ଧକାମ୍ଳର 2 ମୋଲ ଆୟନ ଦେଇଥାଏ । 5x X ମୋଲ/ଲିଟର ଗାଢତା ବିଶିଷ୍ଟ ଏକ ଲିଟର ଦ୍ରବଣରେ 5 X ମୋଲ ପରିମାଣର ଥାଏ । ଅର୍ଥାତ୍ 2 X 5 X = 10 X ବା ମୋଲ ପରିମାଣର ଆୟନ ଗୋଟିଏ ଲିଟର ଦ୍ରବଣରେ ବାହାରେ ।
ତେଣୁ () = 1.0 X ମୋଲ /ଲିଟର
ଉଦାହରଣ ୮.୩ : 1X ମୋଲାର ଦ୍ରବଣ ଯୁକ୍ତ NaOH ର pH ନିର୍ଣ୍ଣୟ କର ।
ସମାଧାନ : NaOH (aq) à (aq) + (aq)
NaOH ଗୋଟିଏ ସବଳକ୍ଷାର ଏହାକୁ ବିୟୋଜନ କଲେ,
NaOH (aq) à (aq) (aq)
ଏକ ମୋଲ NaOH ଦିଏ 1 ମୋଲ ପରିମାଣ () ଆୟନ ତେଣୁ
[] = 1 X mol ମୋଲ / ଲିଟର
ଉଦାହରଣ ୮.୪ : ଏକ ଦ୍ରବଣରେ ଉଦଜାନ ଆୟନର ଗାଢତା 1.0 X mol (ମୋଲ / ଲିଟର)ଏହାର pH ନିର୍ଣ୍ଣୟ କର ।
ସମାଧାନ : ଏଠାରେ ଦ୍ରବଣ ଅତ୍ୟନ୍ତ ଲଘୁ ବା ପତଳା । ତେଣୁ pH ହିସାବ କରାଯିବ ସମ୍ପର୍କକୁ ନେଇ pH = log[]
pH ସ୍କେଲ :
pH ସ୍କେଲକୁ ସାଧାରଣତଃ 0 ରୁ 14 ମଧ୍ୟରେ ଦିଆଯାଏ । pH7 କୁ ନିଉଟ୍ରାଲ ବୋଲି ଧରାଯାଏ । 7 ଠାରୁ ତଳକୁ ଅଏମଏଲଏ ଏବଂ 7 ଠାରୁ ଅଧିକା କ୍ଷାରକୁ ବୁଝାଏ ।
ଆମେ ଜାଣିଛୁ ଯେ କୌଣସି ଦ୍ରବଣର pH ଓ pOH ସବୁବେଳେ ସମାନ । ଯେତେବେଳେ ଗୋଟିଏ ବଢେ ଅନ୍ୟଟି କମେ । ଏହି ସମ୍ପର୍କଟି ହେଲା ।
ତାପମାତ୍ରାରେ pH ଓ pOH ମଧ୍ୟରେ ସମ୍ପର୍କ
କେତେକ ସାଧାରଣ ପଦାର୍ଥର pH ପ୍ରଦର୍ଶିତ କରାଗଲା
ସାଧାରଣ ଅମ୍ଳ |
pH |
ସାଧାରଣ କ୍ଷାର |
pH |
HCl 4% |
0 |
ମଣିଷର ପାଟିର ଲାଳ |
6-8 |
ପାଚକରସ |
1 |
ରକ୍ତ-ପ୍ଲାଜମା |
7.4 |
ଲେମ୍ବୁପାଣି |
2 |
ଅଣ୍ଡାର ଧଳାଅଂଶ |
8 |
ଭିନେଗାର |
3 |
ସମୁଦ୍ର ଜଳ |
8 |
କମଳା |
3.5 |
ଖାଇବା ସୋଡା |
9 |
ସୋଡା, ଅଙ୍ଗୁର |
4 |
ପ୍ରତିଅମ୍ଳ |
10 |
ଖଟା ଦହି |
4.5 |
ଏମୋନିଆ ଜଳ |
11 |
ସଦ୍ୟ କ୍ଷାର |
5 |
ଚୂନପାଣି |
12 |
ମଣିଷ ଲାଳ |
6-8 |
ନଳା ସଫାକାରୀ ତରଳ |
13 |
ଶୁଦ୍ଧ ଜଳ |
7 |
କଷ୍ଟିକ ସୋଡା 4% NaOH |
14 |
pH ନିର୍ଣ୍ଣୟ :
ଯେ କୌଣସି ଦ୍ରବଣର pH ନିର୍ଣ୍ଣୟ କରିବା ପାଇଁ ସୂଚକ ଦରକାର ବା pH ମିଟରର ଆବଶ୍ୟକତା ରହିଛି । pH ମିଟର ଦ୍ଵାରା ଅଧିକ ନିରପେକ୍ଷ ମୂଲ୍ୟ ମିଳେ । ଏଠାରେ ଆମେ ସୂଚକ ବ୍ୟବହାର କରିବା ଗୋଟିଏ ଦ୍ରବଣର pH ନିର୍ଣ୍ଣୟ ପାଇଁ ।
ବିଶ୍ଵ ସୂଚକ / pH କାଗଜ
ବିଶ୍ଵ ସୂଚକ କେତେକ ସୂଚକ ମାନଙ୍କର ମିଶ୍ରଣ । ନିର୍ଦ୍ଧିଷ୍ଟ pHରେ ଏକ ନିର୍ଦ୍ଧିଷ୍ଟ ପ୍ରକାରର ରଙ୍ଗ ଏଥିରୁ ମିଳେ । କେଉଁ pH ପାଇଁ କେଉଁ ରଙ୍ଗ ପ୍ରଦର୍ଶିତ ହେବ ତାହାର ଏକ ସୂଚନା ଫର୍ଦ୍ଦ ମିଳୁଛି । ସୂଚନା ଦେଖି ଆମେ pH ନିର୍ଣ୍ଣୟ କରିବା । pH କାଗଜ ଉପରେ ଦ୍ରବଣର ଗୋଟିଏ ଟୋପା ପକାଇଲେ କାଗଜ ରଙ୍ଗ ବଦଳିଯାଏ ଏବଂ ଏକ ନିର୍ଦ୍ଧିଷ୍ଟ ରଙ୍ଗ ଧାରଣ କରେ । ଏହି ରଙ୍ଗ କଲର ଚାର୍ଟ ରଙ୍ଗ ସହ ମେଳ କରି ଆମେ pH ର ମୂଲ୍ୟ ଜାଣିବା । ଏହିପରି ଭାବରେ pH ଆନୁମାନିକ ମୂଲ୍ୟ ସ୍ଥିର କରାଯାଏ ।
ଦୈନନ୍ଦିନ ଜୀବନରେ pH ପ୍ରଭାବ
pH ଆମ ଦୈନନ୍ଦିନ ଜୀବନରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଛି ।
pH ମଣିଷ ଓ ପଶୁ କ୍ଷେତ୍ରରେ
ଅଧିକାଂଶ ଜୈବ ରାସାୟନିକ ପ୍ରକ୍ରିୟା ଶରୀର ମଧ୍ୟରେ ଘଟିଥାଏ ଯାହାର pH ସୀମା 7.0 ରୁ 7.8 ମଧ୍ୟରେ । ଯଦି pH ର ମୂଲ୍ୟ ଟିକେ ବଦଳେ ତେବେ ସବୁ ଅସୁବିଧା
ଅମ୍ଳବର୍ଷା
ଯେତେବେଳେ ବର୍ଷାଜଳର pH, 5.6 ତଳକୁ ଆସେ ଏହାକୁ ଅମ୍ଳବର୍ଷା କହନ୍ତି । ଅମ୍ଳବର୍ଷା ନଦୀଜଳରେ ମିଶିଲେ ଏହାର ସାମାନ୍ୟ ଅମ୍ଳତ୍ଵ ଧାରଣ କରେ । ଫଳରେ ଜଳରେ ବାସ କରୁଥିବା ଜୀବମାନଙ୍କର ବଞ୍ଚିବା କଷ୍ଟକର ହୋଇପଡେ ।
ଉଦ୍ଭିଦ ପାଇଁ pH
ମୃତ୍ତିକାର ଯଦି ଠିକ୍ ରହିଲା ଅର୍ଥାତ୍ ବେଶୀ ଅମ୍ଳତ୍ଵ ବା ବେଶୀ କ୍ଷାରତ୍ଵ ନାହିଁ ତେଣୁ ଉଦ୍ଭିଦର ବୃଦ୍ଧି ଠିକ୍ ରହିବ ।
ହଜମ ପ୍ରକ୍ରିୟା ପାଇଁ
ଆମ ପାକସ୍ଥଳୀରୁ ଝରୁଥିବା ହାଇଡ୍ରୋକ୍ଳୋରିକ ଅମ୍ଳ ଯାହାକି ଖାଦ୍ଯ ହଜମରେ ସାହାଯ୍ୟ କରେ । ଆମେ ମସଲା ଖାଦ୍ଯ ଖାଉଛେ ଯାହାକି ଅମ୍ଳତ୍ଵ ଆଣେ, ପୁନଶ୍ଚ ଅମ୍ଳତ୍ଵ ପେଟ ମଧ୍ୟରେ ପୋଡାଜଳା ଓ ଯନ୍ତ୍ରଣା ସୃଷ୍ଟିକରେ । ଏହାକୁ ଦୂର କରିବା ପାଇଁ ଆମେ ବ୍ୟବହାର କରୁ ପ୍ରତିଅମ୍ଳ । ପ୍ରତିଅମ୍ଳ ଏକ କ୍ଷାରକ ଯଥା “ମିଲ୍କ ଅଫ ମ୍ୟାଗ୍ନେସିଆ”
ପ୍ରାଣୀ ଓ ଉଦ୍ଭିଦ ମାନଙ୍କର ସ୍ଵୟଂ ପ୍ରତିରୋଧ
ମହୁମାଛି ଦଂଶନ କଲେ ପ୍ରବଳ ଯନ୍ତ୍ରଣା ଓ ପୋଡାଜଳା ହୁଏ । ଏହା ମିଥାନୋଇକ ଅମ୍ଳର ପ୍ରଭାବରେ ଘଟିଥାଏ । ଆମେ ଦୁର୍ବଳ କ୍ଷାରକ ଯୁକ୍ତ ଖାଇବା ସୋଡା କ୍ଷତ ସ୍ଥାନରେ ଲଗାଇଲେ ଉପସମ ପାଇପାରିବା ।
ବିଛୁଆତି ଭଳି କେତୋଟି ଗଛର ସରୁ ସରୁ ଶୁଙ୍କ ଥାଏ । ଯେତେବେଳେ ଆମେ ଗଛ ସମ୍ପର୍କରେ ଆସୁ ଏହି ଶୁଙ୍କ ଆମ ଦେହରେ ଗେଞ୍ଜି ହୋଇ ପ୍ରବଳ ଯନ୍ତ୍ରଣା ଦିଏ । ବିଛୁଆତି ଗଛ ପାଖରେ ଗଛ ଉଠେ ଯାହାକି ବିଛୁଆତିର ପ୍ରଭାବକୁ କମାଏ ।
ଦନ୍ତକ୍ଷୟ :
ଦାନ୍ତର ଏନାମେଲ କାଲସିୟମ ଫସଫେଟ୍ ପରି କଠିନ ପଦାର୍ଥରେ ତିଆରି । ଆମେ ଖାଇଥିବା ବିଭିନ୍ନ ପଦାର୍ଥ ଦାନ୍ତ ସନ୍ଧିରେ ଲାଗି ରହେ । ଯଦି ଆମେ ଠିକ୍ ଭାବରେ ପ୍ରତ୍ୟକ ଭୋଜନ ପରେ ଦାନ୍ତ ନ ଘଷିବା ତେବେ ଦାନ୍ତ ସନ୍ଧିରେ ବ୍ୟାକ୍ଟେରିଆ ବୃଦ୍ଧି ଘଟେ । ତେବେ ଖାଦ୍ୟ କଣିକା ଓ ମିଠା କଣିକା ଏନାମେଲକୁ ବ୍ୟାକ୍ଟେରିଆ ସାହାଯ୍ୟରେ ନଷ୍ଟ କରେ । ଏହି ପ୍ରକ୍ରିୟାରେ ଅମ୍ଳ ଉତ୍ପନ୍ନ ହୁଏ ଓ pH, 5.5 ତଳକୁ ଖସିଯାଏ । ଅମ୍ଳତ୍ଵ ବୃଦ୍ଧି ଯୋଗୁଁ ଦନ୍ତକ୍ଷୟ ଆସ୍ତେ ଆସ୍ତେ ଘଟେ ପରିଶେଷରେ ଦାନ୍ତ ଭଗ୍ନ ଅବସ୍ଥାକୁ ଆସିଯାଏ ।
ଲବଣ
ଲବଣ ଗୁଡାକ ଆୟନିକ ଯୌଗିକ ମାତ୍ର ଏଥିରେ ବା ଆୟନ ନଥାଏ
ଅମ୍ଳ ଓ କ୍ଷାରର ପ୍ରଶମନୀ କରଣ ପ୍ରକ୍ରିୟା ଯୋଗୁଁ ଯଥା :
କ୍ଷାରକ + ଅମ୍ଳ ଲବଣ + ଜଳ
ସାଧାରଣ ଭାବରେ, MOH + HX à MX + O
ଏଠାରେ ଆମେ ଜାଣିଲୁ ଯେ, ଲବଣର ଯୁକ୍ତାତ୍ମକ ଚାରଜିତ କାତାୟନ କ୍ଷାରକରୁ ଆସିଛି । ତେଣୁ ଏହାକୁ “ବେସିକ ରେଡିକାଲ” କହନ୍ତି । ଲବଣର ବିଯୁକ୍ତାତ୍ମକ ଚାରଜିତ ଆନାୟନ ଅମ୍ଳରୁ ଆସିଛି । ତେଣୁ ଏହି ଅଂଶ “ଏସିଡ ରେଡିକାଲ” କହନ୍ତି ଯଥା : ଲବଣ NaCl ରେ କାତାୟନ କ୍ଷାରକ NaOH ରୁ ଆସିଛି ଏବଂ ଆନୟନ Cl ଆସିଛି ଲବଣାମ୍ଲରୁ ତେଣୁ ଏହାକୁ “ଏସିଡ ରେଡିକାଲ” କହନ୍ତି ।
ଅମ୍ଳ ସହ ଧାତୁର ପ୍ରତିକ୍ରିୟା :
ଧାତୁ ଅମ୍ଳ ସହ ପ୍ରତିକ୍ରିୟା କରି ଲବଣ ଓ ଉଦଜାନ ଗ୍ୟାସ ଦିଏ ।
ଧାତୁ + ଅମ୍ଳ à ଲବଣ + ଉଦଜାନ
ଅମ୍ଳ ସହ ଧାତବୀୟ କାର୍ବୋନେଟ ଏବଂ ହାଇଡ୍ରୋଜେନ କାର୍ବୋନେଟ ପ୍ରତିକ୍ରିୟା :
ବିଭିନ୍ନ ଅମ୍ଳ ସହ ଧାତବୀୟ କାର୍ବୋନେଟ ଓ ବାଇକାର୍ବୋନେଟ ପ୍ରତିକ୍ରିୟା ଫଳରେ ଲବଣ, ଜଳ ପ ଅଙ୍ଗାରକାମ୍ଳ ଗ୍ୟାସ ଉତ୍ପନ୍ନ କରେ ।
+ 2HCl à + O +
+ HCl à NaCl + O +
ଲବଣର ପ୍ରକାର ଭେଦ ଏବଂ ଏହାର ଦ୍ରବଣର ପ୍ରକାର ଭେଦ
ଲବଣ |
ଲବଣର ଯୁକ୍ତ ଦ୍ରବଣର ପ୍ରକୃତି |
pH (C) |
|
ଅମ୍ଳ |
କ୍ଷାର |
||
ସବଳ |
ସବଳ |
ପ୍ରଶମିତ |
pH =7 |
ଦୁର୍ବଳ |
ସବଳ |
କ୍ଷରୀୟ |
pH > 7 |
ସବଳ |
ଦୁର୍ବଳ |
ଅମ୍ଳୀୟ |
pH< 7 |
ଦୁର୍ବଳ |
ଦୁର୍ବଳ |
ଅଧିକ ତଥ୍ୟ ଲୋଡା |
- |
ଯଥା, ସବଳ ଅମ୍ଳ + ସବଳକ୍ଷାର = ପ୍ରଶମିତ ଦ୍ରବଣ (pH->7)
ବହୁଳ ଭାବରେ ବ୍ୟବହୃତ ଲବଣ
ଘରେ ଓ କଳ କାରଖାନା ମାନଙ୍କରେ ବହୁଳ ଭାବରେ କେତେକ ଲବଣ ବ୍ୟବହାର କରାଯାଉଛି । ଆସ ସେଥିମଧ୍ୟରୁ କେତେକ ଲବଣ ସମ୍ବନ୍ଧରେ ଆଲୋଚନା କରିବା ।
ଖାଇବା ସୋଡା
ତୁମେ ଦେଖିଥିବ ତୁମ ମା’ମାନେ ଡାଲି ପ୍ରସ୍ତୁତ କଲାବେଳେ କିଛି ଖାଇବା ସୋଡା ବ୍ୟବହାର କରନ୍ତି । ସେ କହନ୍ତି ଖାଇବା ସୋଡା ଦେଲେ ଡାଲି ଜଲ୍ଦି ହୁଏ । ଏହାର ରାସାୟନିକ ସଙ୍କେତ ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ, ।
ପ୍ରସ୍ତୁତି
ଖାଇବା ସୋଡା ସଲଭେ ପଦ୍ଧତି ଦ୍ଵାରା ପ୍ରସ୍ତୁତ ହୁଏ । ପ୍ରକୃତରେ ଏହି ପଦ୍ଧତିରେ କ୍ଷାର ସୋଡା ପ୍ରସ୍ତୁତ ହୁଏ ମାତ୍ର ଏକ ମଧ୍ୟବର୍ତ୍ତୀ ଅଂଶ ଭାବରେ ଖାଇବା ସୋଡା ପ୍ରସ୍ତୁତ ହୁଏ ।
ଦରକାର ହେଉଥିବା କଞ୍ଚାମାଲ
ପ୍ରକ୍ରିୟା
ସଲଭେ ପ୍ରକ୍ରିୟାରେ, ଚୂନପଥରକୁ ଗରମ କଲେ ଗ୍ୟାସ ମିଳେ
ଚୂନପଥର à ଚୂନ + ଅଙ୍ଗାରକାମ୍ଳ
ଏହାକୁ ଥଣ୍ଡା ଲୁଣ ଦ୍ରବଣ ମଧ୍ୟରେ କରାଗଲା ଯାହାକି ପୂର୍ବରୁ ଏମୋନିଆ ଦ୍ରବଣ ସହ ପରିପୃକ୍ତ କରାଯାଇଛି ।
ଅଳ୍ପ ପରିମାଣରେ ଜଳରେ ଦ୍ରବଣୀୟ ମାତ୍ର ଧବଳ ରଙ୍ଗର ସ୍ଫଟିକ ସୃଷ୍ଟିକରେ । ଏହାର ଦ୍ରବଣ ଜଳରେ କ୍ଷାରୀୟ ଅଟେ । ଏହା ଅଳ୍ପ କ୍ଷତିକାରକ କ୍ଷାରକ ।
ଉତ୍ତାପ ସହ ପ୍ରତିକ୍ରିୟା : ସୋଡିୟମ ଯାଇଡ୍ରୋଜେନ କାର୍ବୋନେଟକୁ ଗରମ କଲେ ଏହା ସୋଡିୟମ କାର୍ବୋନେଟ ଓ ଅଙ୍ଗାରକାମ୍ଳ ଗ୍ୟାସରେ ପରିଣତ ହୁଏ ।
ବ୍ୟବହାର
ଦୁର୍ବଳ ଏବଂ କ୍ଷତି କରୁନଥିବା କ୍ଷାରକ ଯୋଗୁଁ ଖାଇବା ସୋଡାକୁ ଔଷଧ ରୂପେ ବ୍ୟବହାର କରାଯାଏ ଯଦ୍ୱାରା ପେଟ ପୀଡାରୁ ଉପଶମ ମିଳେ । ଲେମ୍ବୁପାଣି ଓ ତେନ୍ତୁଳିପାଣି ସହ ଖାଇବା ସୋଡା ମିଶାଇ ଏକ ମୃଦୁପାନୀୟ ପ୍ରସ୍ତୁତ କରାଯାଏ
ଲୁଗାଧୁଆ ସୋଡା
କ୍ଷାରସୋଡା ଲୁଗାପଟା ସଫା କରିବା ପାଇଁ ବ୍ୟବହାର କରାଯାଏ । ଧୋବା ଏହି ସୋଡାକୁ ବହୁଳ ଭାବରେ ବ୍ୟବହାର କରନ୍ତି ଅଧିକ ଧଳା ଦିଶିବା ପାଇଁ ଏହାର ରାସାୟନିକ ସଙ୍କେତ ସୋଡିୟମ କାର୍ବୋନେଟ ଡେକାହାଇଡ୍ରେଟ, , O
ପ୍ରସ୍ତୁତି
କ୍ଷାରସୋଡା / ଲୁଗାଧୁଆ ସୋଡା ସଲଭେ ପଦ୍ଧତିରେ ପ୍ରସ୍ତୁତ କରାଯାଏ । ଆମେ ଜାଣିଛେ ଖାଇବା ସୋଡାର ପ୍ରସ୍ତୁତି ପ୍ରଣାଳୀ । ଖାଇବା ସୋଡାକୁ ଗରମ କଲେ କ୍ଷାର ସୋଡା ମିଳେ । କ୍ଷାରସୋଡା ସହ ଜଳ ମିଶ୍ରଣ ଘାତିଳେ ଲୁଗାଧୁଆ ସୋଡା ମିଳେ ।
+ O à .O
ପ୍ଲାଷ୍ଟର ଅଫ ପ୍ୟାରିସ
ଆଧୁନିକ ଘରଦ୍ଵାର ବିଭିନ୍ନ ଡିଜାଇନ ସବୁ ଦେଖିଛ ତାହା ହିଁ ପ୍ଲାଷ୍ଟର ଅଫ ପ୍ୟାରିସ ଦ୍ଵାରା ଗଠିତ । ଏହାକୁ POP ମଧ୍ୟ କୁହାଯାଏ । ରାସାୟନିକ ଭାବରେ ଏହାକୁ 2Ca.O କାଲସିୟମ ସଲଫେଟ ହେମି ହାଇଡ୍ରେଟ କହନ୍ତି ।
ପ୍ରସ୍ତୁତି
କଞ୍ଚାମାଲ
ଜିପ୍ ସମ (Ca.2O) ବ୍ୟବହାର ହୁଏ ଏହାର କଞ୍ଚାମାଲ ପାଇଁ ।
ପ୍ରସ୍ତୁତି : ଜିପ୍ ସମ ରାସାୟନିକ ସଙ୍କେତ (Ca.2O) ମାତ୍ର ପ୍ଲାଷ୍ଟର ଅଫ ପ୍ୟାରିସର Ca.1/2O ଲେଖାଯାଏ । ଏଥିରେ ଜଳର ସ୍ଫଟିକ ବ୍ୟବଧାନ ଥାଏ ।
ଯେତେବେଳେ ଜିପ୍ ସମକୁ (373K) ରେ ଗରମ କରାଯାଏ ସେ ଜଳର ସ୍ଫଟିକ ହରାଏ ତେଣୁ ତାପମାତ୍ରା c ରୁ ଅଧିକ ହେବା ଉଚିତ୍ ନୁହେଁ । ଯଦି ଅଧିକ ହେବ ସମସ୍ତ ଜଳ ସ୍ଫଟିକ ଉଡିଯିବ ଓ ଜଳଶୂନ୍ୟ ବା କ୍ୟାଲସିୟମ ସଲଫେଟ ରହିବ । ଏହାକୁ “ପୋଡା ଓ ମୃତ” ବୋଲି କୁହାଯିବ । ପରେ ଜଳ ସହମିଶ୍ରଣ କଲେ ମଧ୍ୟ ପୂର୍ବଗୁଣ ଫେରିପାଏ ନାହିଁ ।
ବ୍ୟବହାର
ବ୍ଲିଚିଂ ପାଉଡର
ଆପଣମାନେ ନୂଆ ଲୁଗାର ଧବଳତା ପାଇଁ ଆଶ୍ଚର୍ଯ୍ୟ ହୋଇଛନ୍ତି କି ? ଏହା ଏପରି ଧଳା ହେଲା କାହିଁକି ? ତିଆରି ସମୟରେ ଲୁଗାର ବ୍ଲିଚିଂ ଗୁଣ ଯୋଗୁଁ ଏହିପରି ଦେଖାଯାଏ । ବ୍ଲିଚିଂ ଏକ ପ୍ରକ୍ରିୟା ଯେଉଁଥିରେ ଲୁଗାର ରଙ୍ଗ ଛଡାଇ ଅଧିକ ଶୁଭ୍ରତା ଆଣିବା । ବହୁଦିନ ଧରି ବ୍ୟବହାର କରାଯାଇଛି । ଏହାର ରାସାୟନିକ ସଙ୍କେତ କାଲସିୟମ ଅକ୍ସି କ୍ଲୋରଇଡ ବା ଉବକ୍ଟଉକ୍ଷ
ପ୍ରସ୍ତୁତି କରଣ
କଞ୍ଚାମାଲ : ବ୍ଲିଚିଂ ପାଉଡର ପ୍ରସ୍ତୁତି ପାଇଁ ଆବଶ୍ୟକୀୟ କଞ୍ଚାମାଲ ହେଲା ।
ପ୍ରସ୍ତୁତି ପ୍ରଣାଳୀ
ବ୍ଲିଚିଂ ପାଉଡର ହାସେନ – କ୍ଲେଭର ପ୍ରକ୍ରିୟାରେ ପ୍ରସ୍ତୁତ ହୁଏ । ଏହି କାରଖାନାରେ ୪ଟି ସିଲିଣ୍ଡର ଅଛି । କ୍ଳୋରିନ ଗ୍ୟାସ ପ୍ରବେଶ ପାଇଁ ଗୋଟିଏ ପ୍ରବେଶପଥ ଅଛି । ଉପରପଟୁ ଶୁଷ୍କ କଲିଚୂନ କ୍ଲୋରିନ ବା Ca ଢଳାଯାଏ । ତଳପଟୁ କ୍ଲୋରିନ ଗ୍ୟାସ ଛାଡି ଦିଆଯାଏ । ଶୁଷ୍କ କଲିଚୂନ କ୍ଲୋରିନ ଗ୍ୟାସ ସହ ମିଶି ତଳକୁ ତଳ ଚାଲିଆସେ । ପରିଶେଷରେ ବ୍ଲିଚିଂପାଉଡର ତଳ ଅଂଶରେ ସଂଗୃହିତ ହୁଏ ।
କଲିଚୂନ + କ୍ଲୋରିନ à ବ୍ଲିଚିଂ ପାଉଡର
ବ୍ୟବହାର
ଆଧାର – ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
Last Modified : 1/26/2020