ନୂଆ ଏଲପିଜି ସଂଯ଼ୋଗୀକରଣ ପାଇବା କିପରି ଦେଶର ଅଧିକାଂଶ ଭାଗରେ ଦାବି ଅନୁସାରେ ନୂଆ ଏଲପିଜି ସଂଯ଼ୋଗୀକରଣ ବ୍ୟବସ୍ଥା ଉପଲବ୍ଧ ରହିଛି . ନୂଆ ସଂଯ଼ୋଗୀକରଣ ପାଇଁ ଜଣଙ୍କୁ ପଂଜୀକରଣ କରିବାକୁ ପଡିବ ନୂଆ ଏଲପିଜି ସଂଯ଼ୋଗୀକରଣ ପାଇଁ ଅନଲାଇନ ପଂଜୀକରଣ ଅଧିକାଂଶ ତୈଳ ବିପଣନ କମ୍ପାନୀ ମାନେ ନୂଆ ଗ୍ୟାସ ସଂଯ଼ୋଗୀକରଣ ପାଇଁ ଅନଲାଇନ ପଂଜୀକରଣ ବ୍ଯବସ୍ଥା କରିଛନ୍ତି. ଅନଲାଇନ ପଂଜକରଣ, ନୂଆ ଗ୍ୟାସ ସଂଯ଼ୋଗ ପାଇଁ ନିମ୍ନରେ ଲିଙ୍କ ପ୍ରଦାନ କରାଗଲା Indane - http://indane.co.in/new_connection.php HP Gas - http://dcms.hpcl.co.in/consumerportal/logging/securelogin.aspx Bharat Gas - http://www.ebharatgas.com/pages/Customer_Console/New_Domestic_Connection.html ଯ଼େଉଁ ଦସ୍ତାବେଜ ଆବଶ୍ୟକ ସେଗୁଡିକ ମଧ୍ୟ.ରେ ପରିଚୟର ପ୍ରମାଣ, ଘରର ପ୍ରମାଣ, ଠିକଣା ଆଦି ସାମିଲ ରହିଛି ଓ ଏହା କେବାୟସି ଫର୍ମ ଓ ଏହି ଫର୍ମାଟରେ ଏକ ସତ୍ଯପାଠ ଦେବାକୁ ପଡେ ଯ଼େଉଁଥିରେ କୁହାଯ଼ାଏ ଯ଼େ ଆପଣଙ୍କ ଘରେ କୌଣସି ଏଲପିଜି ବା ପିଏନଜି ସଂଯ଼ୋଗ ନାହିଁ,ପରିଚୟର ପ୍ରମାଣ, ଘରର ପ୍ରମାଣ ପାଇଁ ଯ଼େଉଁ ଦସ୍ତାବେଜ ଆବଶ୍ୟକ ହୁଏ ସେଗୁଡିକ ହେଲା ପରିଚଯର ପ୍ରମାଣ*ଠିକଣାର ପ୍ରମାଣ* ଆଧାର ନମ୍ବର (ଯୁଆଇଡି / ଇଆଇଡି) ପାସପୋର୍ଟ ନମ୍ବର ପାନ କାର୍ଡ ନମ୍ବର ମତଦାତା ପରିଚଯ଼ ପତ୍ର କେନ୍ଦ୍ର / ରାଜ୍ୟ ଦ୍ହାରା ଜାରୀ କରାଯ଼ାଇଥିବା ପରିଚଯ ପତ୍ର ଡ୍ରାଇଭିଂ ଲାଇସେନ୍ସ ଆଧାର ( ଯୁଆଡି) ) ଡ୍ରାଇଭିଂ ଲାଇସେନ୍ସ ଲିଜ ଚୁକ୍ତି ମତଦାତା ପରିଚଯ଼ ପତ୍ର ଟେଲିଫୋନ / ବିଜୁଳି / ପାଣି ବିଲ l ପାସପୋର୍ଟ ନିଜ ପକ୍ଷରୁଘୋଷଣା, ଗେଜେଟେଡ ଅଫିସରଙ୍କ ଦ୍ବାରା ଆଟେଷ୍ଟେସନ ରାସନ କାର୍ଡ ଫ୍ଲାଟ ଆଲଟମେଣ୍ଚ / ପଜେସନ ପତ୍ର ଘର ପଂଜୀକରଣ ଦସ୍ତାବେଜ ଏଲଆଇସି ବୀମା ବ୍ଯାଙ୍କ /କ୍ରେଡିଟ କାର୍ଡ ଷ୍ଟେଟମେଣ୍ଟ ଯ଼ଦି ରାଜ୍ୟ ସରକାର କହନ୍ତି ଯ଼େ ଅନ୍ୟ କୌଣସି ଦସ୍ତାବେଜ ବା ପ୍ରକ୍ରିୟl ପୂରଣ ହେବା ଆବଶ୍ୟକ ତେବେ ଇସି ଆକ୍ଟ ଅନୁସାରେ ତାହା କରିବାକୁ ହେବ . ଉଦାହରଣ ସ୍ବରୂପ କିଛି ରାଜ୍ୟ ରେ କିଛି ରାଜ୍ୟ ସରକାରଙ୍କର ନିର୍ଦେଶ ପ୍ରାପ୍ତ ହୋଇଛି ଯ଼େ ନୂଆ ସଂଯ଼ୋଗ କେବଳ ରାସନ କାର୍ଡ ଦେଖାଇଲେ ହିଁ ଦିଆଯ଼ିବ . ଉପରେ ଦିଆଯ଼ାଇଥିବା ସୂଚୀ ସମ୍ପୂର୍ଣ ନୂହେଁ ଓ କେବଳ ଦେଖାଇବା ପାଇଁ ହୋଇଛି . ଥରେ ଅନଲାଇନ ପଂଜୀକରଣ ସମାପ୍ତ ହେଲା ପରେ ଏକ ପଂଜୀକରଣ ନମ୍ବର ମିଳିଥାଏ. ଗ୍ରାହକ ମାନେ ଏହି ନମ୍ବରକୁ ବ୍ୟବହାର କରି ତାଙ୍କର ପଂଜୀକରଣର ଷ୍ଟାଟସ ସମ୍ପର୍କରେ ଜାଣିପାରିବେ. ଗ୍ରାହକ ମାନେ ପ୍ରିଣ୍ଟ ଆଉଟ ବାହାର କରି ହସ୍ତାକ୍ଷର କରି ଆବଶ୍ୟକୀୟ ଦସ୍ତାବେଜ ଧରି ଏଲପିଜି ବିତରକଙ୍କ ପାଖକୁ ଯ଼ାଇ ପାରିବେ ନୂଆ ସଂଯ଼ୋଗୀକରଣରେ ଫେରି ପାଉଥିବା ଜମା ରାଶି ସିଲିଣ୍ଡର ଓ ଡମେଷ୍ଟିକ ପ୍ରେସର ରେଗୁଲେଟର (ଡିପିସି)ଉପରେ ଜମାରାଶି ନିମ୍ନରେ ଦିଆଗଲା: ଉପକରଣର ପ୍ରକାର ଜମା ରାଶି ଟଙ୍କାରେ 14.2 କିଲୋ ସିଲିଣ୍ଡର ( ଉତ୍ତର ପୂର୍ବ ରାଜ୍ୟ ଛା଼ଡି ଅନ୍ୟ ସମସ୍ତ ରାଜ୍ୟ ପାଇଁ) 1450/- ଡମେଷ୍ଟିକ ପ୍ରେସର ରେଗୁଲେଟର( ଉତ୍ତର ପୂର୍ବ ରାଜ୍ୟ ଛା଼ଡି ଅନ୍ୟ ସମସ୍ତ ରାଜ୍ୟ ପାଇଁ) 150/- 14.2 କିଲୋ ସିଲିଣ୍ଡର ( ଉତ୍ତର ପୂର୍ବ ରାଜ୍ୟ ପାଇଁ) 1150/- ଡମେଷ୍ଟିକ ପ୍ରେସର ରେଗୁଲେଟର( ଉତ୍ତର ପୂର୍ବ ରାଜ୍ୟ ପାଇଁ) 100/- 5 କିଲୋ ଘରୋଇ ଏଲପିଜି ସିଲିଣ୍ଡର (ଦେଶ ସାରା ପାଇଁ ) 350/- ନୂଆ ସଂଯୋଗ ବେଳେ ବିତରକଙ୍କ ଠାରୁ ହଟ ପ୍ଲେଟ କିଣିବା ବାଧ୍ୟତାମୂଳକ କି ଗ୍ରାହକ ମାନଙ୍କୁ ବିତରକ ମାନଙ୍କ ଠାରୁ ହଟ ପ୍ଲେଟ (ଗ୍ଯାସ ଷ୍ଟୋଭ) କିମ୍ବା ଅନ୍ୟ କିଛି କିଣିବା ବାଧ୍ୟତାମୂଳକ ନୁହେଁ ନୂଆ ଏଲପିଜି ଗ୍ୟାସ ସଂଯ଼ୋଗୀକରଣ ପରେ ମିଳୁଥିବା ଦସ୍ତାବେଜ ଆବଶ୍ୟକୀୟ ଧନରାଶି ଜମା କରିବା ପରେ ଗ୍ରାହକଙ୍କୁ ସବସ୍କ୍ରିପସନ ଭାଉଚର (ଏସଭି) ମିଳିବ, ଯ଼ାହାକୁ ଗ୍ରାହକ ସୁରକ୍ଷିତ ଭାବେ ରଖିବା ଉଚିତ. ବିତରକ ଏକ ବୁକଲେଟ ମଧ୍ୟ ଗ୍ରାହକଙ୍କୁ ପ୍ରଦାନ କରିବ ଯ଼ାହାକୁ ଘରୋଇ ଗ୍ରାହକ ଗ୍ୟାସ କାର୍ଡ ବା ନୀଳ ବହି ବା ପାସ ବହି ବୋଲି କୁହାଯ଼ାଏ ଓ ଏଥିରେ ଏଲପିଜି ସଂଯ଼ୋଗୀକରଣ ସମ୍ପର୍କରେ ଓ ଯ଼ୋଗାଣ ସେବା ସମ୍ପର୍କରେ ବିତରକର କର୍ମଚାରୀ ଲେଖିଥାଏ. ଏସଭି ହଜି ଯ଼ିବା ସ୍ଥିତିରେ ଗ୍ରାହକଙ୍କୁ ନନ ଜୁ଼ଡିସିଆଲ ଷ୍ଟାମ୍ପ ପେପରରେ ଫର୍ମାଟ ଅନୁସାରେ ଆପ୍ଲିକେବଲମୁଲ୍ୟରେ ସତ୍ୟପାଠ ଦେଇ ଜମା କରିବାକୁ ପଡିବ . ଏହା ବିତରକଙ୍କ ପାଖରେ ମଧ୍ୟ ଥିବ. ଯ଼ଦି ଆପଣ ପିଏନଜି ଗ୍ରାହକ ତେବେ declaration of loss of SV by PNG consumers କୁ ବ୍ୟବହାର କରନ୍ତୁ. ସ୍ରୋତ ତୈଳ ମାର୍କେଟିଂ କମ୍ପାନୀ ମାନଙ୍କର ବେବସାଇଟ