ଉପକ୍ରମ

ବିଶ୍ଵର ପ୍ରଥମ ସୌରବିମାନ ଦୀର୍ଘ ୪୦ ହଜାର କିମି ଯାତ୍ରା କରିବା ପରେ ୨୬ ତାରିଖରେ ଆବୁଧାବିଠାରେ ଅବତରଣ କରିଛି । ଉକ୍ତ ବିମାନ ମାର୍ଚ୍ଚ ୨୦୧୫ରେ ଯାତ୍ରା ଆରମ୍ଭ କରିଥିଲା । ତେବେ ଏହା କେବଳ ସୌରଶକ୍ତି ବଳରେ ଉଡାଣ କରି ଇତିହାସ ସୃଷ୍ଟି କରିଛି । ସୁଇସ ଜ୍ଞାନକୌଶଳରେ ନିର୍ମିତ ବିମାନ ଏହାର ଯାତ୍ରା କାଳରେ ୧୬ ଟି ସ୍ଥାନରେ ରହଣି କରିଥିଲା । ଆଦୌ ଜୈବ ଇନ୍ଧନ ବ୍ୟବହାର ନ କରି ପ୍ରମାଣ କରିଦେଇଛି ଯେ, ଏହା ବିଶ୍ଵଶକ୍ତିର ଅର୍ଦ୍ଦେକ ସଞ୍ଚୟ କରିବା ସହ ପ୍ରାକୃତିକ ସମ୍ବଳକୁ ରକ୍ଷା କରିବା ଏବଂ ଜୀବନରେ ନାମରେ ଉନ୍ନତି ଆଣିବା ।

ସୋଲାର ସେଲ ଶକ୍ତି

ଆବୁଧାବିଠାରେ ବିମାନ ଅବତରଣ କରିବାର କିଛି ସମୟ ପୂର୍ବରୁ ସୋଲାର ଇମ୍ଫଲ୍ସ ଅଧ୍ୟକ୍ଷ ତଥା ପାଇଲଟ ପିକାର୍ଡ ଏକ ବିବୃତ୍ତିରେ କହିଛନ୍ତି “ ଆମ ମିଶନ ଭଳି ସ୍ଥଳଭାଗ ସୌର ଶକ୍ତିର ବହୁଳ ବ୍ୟବହାର ହେଲେ ପ୍ରାକୃତିକ ସମ୍ବଳ ସଞ୍ଚୟହେବ ସହ ବାୟୁମଣ୍ଡଳ ପ୍ରଦୂଷଣ ରୋକାଯାଇପାରିବ । ବିମାନରେ ଖଞ୍ଜା ଯାଇଥିବା ୧୭,୨୪୮ଟି ସୋଲାର ସେଲ ଶକ୍ତି ଯୋଗାଉଛି । ଏହା ୪ ଟି ବୈଦ୍ୟୁତିକ ମୋଟରରୁ ଶକ୍ତି ଯୋଗାଇ ବିମାନର ପ୍ରପେଲର କୁ କାର୍ଯ୍ୟକ୍ଷମ କରେ । ବିମାନଟି ରାତିରେ ୪ ଟି ଲିଥିଅମ ପଲିମର ବ୍ୟାଟେରୀ ଦ୍ଵାରା ଚାଳିତ ହେବ । ବିମାନତେ ଡେଣା ପାଖାପାଖି ୨୩୬ ଫୁଟ ବସ୍ତରିତ ହୋଇପାରେ । ବିମାନର ଓଜନ ପାଖାପାଖି ୨୩୦୦. କିଗ୍ରା । ଜାପାନରୁ ହାୱାଇ ଯାତ୍ରା କରୁଥିବାବେଳେ ବ୍ୟାଟେରୀ ଅଚଳ ହୋଇଯିବାରୁ ପାଇଲଟଙ୍କୁ ୯ ମାସ ବିଳମ୍ବ ସହ୍ୟ କରିବାକୁ ପଡୁଥିଲା । ଅବୁଧାବିଠାରେ ଚୁଡାନ୍ତ ଅବତରଣ କରିବା ପୂର୍ବରୁ କାଏରୋଠାରେ ମଧ୍ୟ ସପ୍ତାହକରୁ ଅଧିକ ସମୟ ବିଳମ୍ବ ହୋଇଥିଲା ।

ବିମାନଟି ଓମାନ, ଭାରତ ,ମ୍ୟାନମାର , ଚାଇନା , ଜାପାନ, ଆମେରିକା , ସ୍ପେନ , ଇଟାଲୀ , ଇଜିପ୍ଟ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ ରେ ରହଣି କରିଥିଲା । ସେହିଭଳି ଉତ୍ତର ଆମେରିଆର କାଲିଫର୍ଣ୍ଣିଆ , ଆରୋଜୋନା ଏବଂ ନ୍ୟୁୟର୍କରେ ମଧ୍ୟ ଅବତରଣ କରିଥିଲା ।

ଆଧାର: ସମାଜ