অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବ୍ୟାଟେରି ଲୋ

ବ୍ୟାଟେରି ଲୋ

ବର୍ତ୍ତମାନ ସମୟରେ ମୋବାଇଲ୍ ଫୋନ୍ ବିଭିନ୍ନ ସୁବିଧା ସୁଯୋଗ ଆଣି ଦେଇଛି ହାତ ପାଆନ୍ତାରେ ।  ଯେଉଁଥିଲାଗି ଅଧିକାଂଶ ବିଶେଷ କରି ଯୁବପିଢି ଛୋଟରୁ ବଡ ପ୍ରତିଟି କାର୍ଯ୍ୟ ଲାଗି ଏହା ଉପରେ ନିର୍ଭରଶୀଳ । ଆଉ ଏମିତିରେ ଯେବେ ହଠାତ୍ ହୋଇଯାଏ ଏହାର ବ୍ୟାଟେରି ଲୋ ତେବେ କାମ ସବୁ ହୋଇଯାଏ । ଅଚଳ ମୋବାଇଲ୍ ଫୋନ୍, ଛୋଟିଆ ଜିନିଷଟିଏ ସତ । ହେଲେ ଏହା ବର୍ତ୍ତମାନ ସମୟରେ ସମସ୍ତଙ୍କ ଲାଗି ଅତି ଅତ୍ୟାବଶ୍ୟକ ପାଲଟି ଯାଇଛି । ଏହା କେବଳ ଯୋଗାଯୋଗ କିମ୍ବା ମନୋରଞ୍ଜନର ମାଧ୍ୟମ ହୋଇ ରହିନାହିଁ । ବରଂ ମୋବାଇଲ୍ ଇଣ୍ଟରନେଟ୍ ଜରିଆରେ ପାଠପଢା, ଅଫିସ୍ କାମ ଠୁ ଆରମ୍ଭ କରି ବ୍ୟାଙ୍କ, ଶପିଂ ଆଦି ଅନେକ ସୁବିଧା ମିଳୁଛି ହାତପାଆନ୍ତାରେ । ହେଲେ କେବେ କେବେ କୌଣସି ଜରୁରୀ କାର୍ଯ୍ୟ ସମୟରେ ମୋବାଇଲ୍ ବ୍ୟାଟେରି ଲୋ ହୋଇଗଲେ କାମ ସବୁ ଯେମିତି ହୋଇଯାଏ । ଅଚଳ । ଏହି ସମସ୍ୟା ଲାଗି ମୋବାଇଲ୍ ଫୋନ୍‌ର ଦୀର୍ଘ ସମୟ ବ୍ୟବହାର, ଏଥିରେ ଥିବା ବିଭିନ୍ନ ଆପ୍ ଏବଂ ବ୍ୟବହାର ସମୟରେ କେତୋଟି ସାମାନ୍ୟ କଥାକୁ ଅଣଦେଖା କରିବା ମୁଖ୍ୟତଃ ଦାୟୀ । ତେବେ କେଉଁସବୁ ଆପ୍ଲିକେଶନ୍ନ  ମୋବାଇଲ୍‌ର ବ୍ୟାଟେରି ଶୀଘ୍ର ଡ୍ରାଏ କରିଥାଏ ଜାଣି ରଖନ୍ତୁ ବ୍ୟାଟେରି ସେଭର୍ ବା ରୟମ୍ କ୍ଲିନିଂ ଆପ୍: ଏହି ଆପ୍ଲିକେଶନ୍ ସବୁଠାରୁ ଅଧିକ, ଶୀଘ୍ର ବ୍ୟାଟେରି ଡ଼ାଏ କରିଥାଏ । କାରଣ ଏହି ଆପ୍ ମୋବାଇଲ୍‌ରେ ଆପଣ କୌଣସି କାମ ନ କରୁଥିବା ସମୟରେ ମଧ୍ୟ ଚାଲିଥାଏ ।

ସୋସିଆଲ୍ ସାଇଟ୍ ଆପ:

ଅନେକେ ଫେସବୁକ୍, ଦ୍ଵାଟ୍ସଆପ, ଟୁଇଟର ଭଳି ବିଭିନ୍ନ ସୋସିଆଲ୍ ସାଇଟ୍ ଆୟଗୁଡିକୁ ଏକା ସମୟରେ ବ୍ୟବହାର କରୁଥିବାରୁ ଶୀଘ୍ର ବ୍ୟାଟେରି ଚାର୍ଜ କମିଥାଏ ।

ଆଣ୍ଟିଭାଇରସ୍ ଆପ:

ମୋବାଇଲ୍‌ର ସୁରକ୍ଷା ପାଇଁ ବ୍ୟବହାର କରାଯାଉଥିବା ଆଣ୍ଟିଭାଇରସ୍ ଆପଗୁଡିକ ଅଧିକାଂଶ ସମୟରେ ଫୋନ୍‌ରେ ଚାଲିଥାଏ । ଏହା ଫୋନ୍‌କୁ ସ୍ଥାନ୍ କରିବା ସହ ବାହାରୁ ଆସୁଥିବା ପୋଟେନ୍ସିଆଲ ଥେଫ୍ଟରୁ ମଧ୍ୟ ସୁରକ୍ଷା ଦେଇଥାଏ । ଯାହାଫଳରେ ଅଧିକ ବ୍ୟାଟେରି ଖର୍ଚ୍ଚ ହୋଇଥାଏ ।

ଫଟୋ ଏଡିଟିଙ୍ଗ୍ ଆପ୍ :

ବିଭିନ୍ନ ସମୟରେ ଫଟୋ ଉଠାଇବା, ଏହାକୁ ଏଡିଟ୍ କରି ସୋସିଆଲ୍ ସାଇଟ୍‌ରେ ଛାଡିବା ଆଦି ଅନେକଙ୍କର ଖୁବ୍ ପସନ୍ଦ । ହେଲେ ବାରମ୍ବାର ଏପରି କରିବା ଦ୍ଵାରା ଫଟୋ ଏଡିଟିଙ୍ଗ ଆପ୍ ଫୋନ୍‌ର ଚାର୍ଜ ଶୀଘ୍ର ଡାଉନ୍ କରାଇଥାଏ ।

ଏକଷ୍ଟ୍ରା ବ୍ରାଉଜିଙ୍ଗ୍ ଆୟ:

ଫୋନ୍ ରେ ନିଜର ଡିଫଲ୍ଟ ଆପ୍ ଗୁଡିକ ବ୍ୟତୀତ ଅନ୍ୟ ଆପ ରହିଲେ ମଧ୍ୟ ବ୍ୟାଟେରି ଲାଇଫ୍ କମିଥାଏ ।

ୟୁଟ୍ୟୁବ୍

ଏଥିରେ ଭିଡିଓ ଦେଖିବା  ଦ୍ଵାରା ଖୁବ୍‌ଶୀଘ୍ର ବ୍ୟାଟେରି ଡ୍ରାଏ ହୋଇଥାଏ ।

ଗୋମ୍ ଆପ୍: ମୋବାଇଲ୍‌ରେ ବହୁତ ସମୟ ଧରି ବିଭିନ୍ନ ଗେମ୍ ଖେଳିବା ଅଧିକାଂଶ ଯୁବତୀ ଯୁବକଙ୍କ ପସନ୍ଦ । ହେଲେ ଏଭଳି ଗେମ୍ ଆପ୍ ରଖିବା ଦ୍ଵାରା ସବୁଠାରୁ ଶୀଘ୍ର ବ୍ୟାଟେରି ସରିଥାଏ ।

ଜାଣିବା କଥା

କେତୋଟି ସାଧାରଣ କଥା ପ୍ରତି ଦୃଷ୍ଟି ଦେଲେ ଶୀଘ୍ର ମୋବାଇଲ୍ ବ୍ୟାଟେରି ହାସକୁ ରୋକାଯାଇପାରିବ | ଜାଣି ରଖନ୍ତୁ...

  1. ବ୍ୟବହାର କରୁନଥିବା  ସମୟରେ ମୋବାଇଲ୍‌ରେ କୌଣସି ଆପ୍ ଖୋଲା ରଖନ୍ତୁ ନାହିଁ । ସେହିପରି ଟୁଜି, ଥ୍ରୀଜି, ୱାଇଫାଇ ଏବଂ ବ୍ଲୁ  ଟୁଥ୍ ଆଦି ମଧ୍ୟ ବ୍ୟବହାର ସରିବା ମାତ୍ରେ ବନ୍ଦ କରିଦିଅନ୍ତୁ ।
  2. ଫୋନ୍ କୁ ଭାଇବ୍ରେଶନ୍ ମୋଡରେ ରଖନ୍ତୁ ନାହିଁ । ଏହାଦ୍ଵାରା ମଧ୍ୟ ବ୍ୟାଟେରି ଖର୍ଚ୍ଚ କମିଥାଏ ।
  3. ବ୍ୟାଟେରି ଠିକ୍ ରଖବା ଲାଗି ସ୍ଳିଫି, ଫ୍ଲାଇଟ୍ କିମ୍ବା ଇନଆକ୍ଟିଭ ମୋଡରେ ରଖିବା ବଦଳରେ ଆବଶ୍ୟକ ସମୟରେ ସୁଇଚ୍ ଅଫ୍ କରିଦିଅନ୍ତୁ ।
  4. କୌଣସି ଏକ ନିର୍ଦ୍ଦିଷ୍ଟ ଆପ୍ଲିକେଶନ ବ୍ୟବହାର କରୁଥିବା ସମୟରେ ବ୍ୟାକ୍‌ଗ୍ରାଉଣ୍ଡରେ ରନିଂ’ ଥିବା ଅନ୍ୟ ଆପଗୁଡିକୁ ମିନିମାଇଜ୍ କରିବା ପରିବର୍ତ୍ତେ ବନ୍ଦ କରିଦିଅନ୍ତୁ ।
  5. ବିଶେଷ କରି ଇଣ୍ଟରନେଟ୍ ଅଧକ ସମୟ ବ୍ୟବହାର କରିବା ଦ୍ଵାରା ଚାର୍ଜ ଶୀଘ୍ର ସରିଥାଏ । ତେଣୁ ଇଣ୍ଟରନେଟ୍ ବ୍ୟବହାର କରୁଥିବା ବେଳେ ଏକା ସମୟରେ ଅନେକ ସାଇଟ ଖୋଲନ୍ତୁ ନାହିଁ ।
  6. ସେହିପରି ମ୍ୟାପ, ଜିପିଏସ୍ କିମ୍ବା ନ୍ୟାଭିଗେଶନ ଭଳି ଆସିକେଶନ ବ୍ୟବହାର କରୁ ନ ଥିବା ସମୟରେ ଏହାକୁ ସ୍କ୍ରିନ ଉପରେ ଓପନ କରି ରଖନ୍ତୁ ନାହିଁ ।
  7. ସୂର୍ଯ୍ୟକିରଣ ସଂସ୍ପର୍ଶରେ ସିଧାସଳଖ ଆସିବା କିମ୍ବା ଗରମ ସ୍ଥାନରେ ରହିବାଦ୍ଵାରା ବି ମୋବାଇଲର ବ୍ୟାଟେରି ଲାଇଫ୍ କମିଥାଏ । ତେଣୁ ଏହାକୁ ନର୍ମାଲ ତାପମାତ୍ରାରେ ରଖନ୍ତୁ । ମୋବାଇଲକୁ କେବେବି ସାରା ରାତି ଚାର୍ଜ କରନ୍ତୁ ନାହିଁ
  8. ଏହାଦ୍ଵାରା ନା କେବଳ ବ୍ୟାଟେରିର ଚାର୍ଜ କ୍ଷମତା କମିବା ବରଂ ଏହା ଗରମ ହୋଇ ଫାଟିବାର ଆଶଙ୍କା ବି ବୃଦ୍ଧି  ପାଇବ ।
  9. ଆଡ୍ ଫ୍ରି ଆପ୍ଲିକେଶନ୍‌ରେ ବ୍ୟାଟେରି ଅପେକ୍ଷାକୃତ କମ୍ ଖର୍ଚ୍ଚ ହୋଇଥାଏ ।
  10. ସ୍କ୍ରିନର ବ୍ରାଇଟନେସ୍ ସବୁବେଳେ ଅଧିକ ନ ରଖ୍ ସାମାନ୍ୟ ରଖନ୍ତୁ । ଏହାଦ୍ଵାରା ବ୍ୟାଟେରି ଖର୍ଜ କମ୍ ହେବା ସହ ଆଖ୍ୟାରେ ମଧ୍ୟ ପ୍ରେସର କମ୍ ହୋଇଥାଏ । ସେହିପରି ବ୍ୟାକଲାଇଟ୍ ଟାଇମ୍ ବା ସ୍କିନ୍ ଟାଇମ୍ ଯେତେ ସମ୍ଭବ କମ୍ ରଖନ୍ତୁ ।
  11. ଅଟୋ ଲକ୍ ଟାଇମ୍ ଅଧିକ ରଖିବା  ଦ୍ଵାରା ମଧ୍ୟ ଚାର୍ଜ ଶୀଘ୍ର ସରିଥାଏ । ତେଣୁ ଏହାକୁ କମ୍ ରଖବାକୁ ଚେଷ୍ଟା କରନ୍ତୁ ।
  12. ଲାଇଭ ୱାଲପେପର ବି ବ୍ୟାଟେରି ଲାଇଫ୍ କମାଇବାର ଅନ୍ୟତମ। କାରଣ । ତେଣୁ ଲାଇଭ୍ ୱାଲପେପର ରଖନ୍ତୁ ନାହିଁ ।

ଆଧାର:ଓଡିଶା ଖବର

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate