অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରମାଣୁ ବୋମା

ଉପକ୍ରମ

ପରମାଣୁ ବୋମା ଭିତରେ ଥିବା ୟୁରାନିୟମ ଭାଙ୍ଗିଲେ ପ୍ରଚୁର ଶକ୍ତି ନିର୍ଗତ ହୁଏ । ଏହି ଶକ୍ତି ତାପଶକ୍ତି, କମ୍ପନ ଶକ୍ତି ଓ ଏକାଧିକ ମାରାତ୍ମକ ବିକିରଣ ରୂପରେ ନିର୍ଗତ ହୁଏ । ପରମାଣୁ ବୋମା ଫାଟିଲେ ଏହାର କୁପ୍ରଭାବ ବର୍ଷ ବର୍ଷ ବର୍ଷ ରହେ ‘ଲିଟିଲ ବୟ ଓ ‘ଫ୍ୟାଟ ମ୍ୟାନ’ ’ବୋମା ସକାଶେ ଆଜି ବି ଜାପାନରେ ବିକଳାଙ୍ଗ ଶିଶୁ ଜନ୍ମ ହେଉଛନ୍ତି । ଲୋକମାନଙ୍କ ଶରୀରରେ କର୍କଟ ରୋଗ ହେଉଛି ମୁଖମଣ୍ଡ, ମସ୍ତିଷ୍କ ଓ ଚର୍ମ ଉପରେ କୁପ୍ରଭାବ ପଡୁଛି । ସେଠାରେ ବିକଳାଙ୍ଗ ଜୀବଜନ୍ତୁ ଓ କୀଟପତଙ୍ଗ ଜନ୍ମ ହେଉଛନ୍ତି । ବିକୃତ ଫଳ ଓ ପନିପରିବା ଦେଖିବାକୁ ମିଳୁଛି ।

ପରମାଣୁ ବୋମାର ନାମ

ଆମେ ‘ଲିଟିଲ ବୟ କହିଲେ ‘କୁନି ବାଳକ’ ବୋଲି ବୁଝିବୁ ଓ ‘ଫ୍ୟାଟ ମ୍ୟାନ୍’ କହିଲେ ‘ମୋଟାଲୋକ’ କୁ ବୁଝିବୁ । କିନ୍ତୁ ଅସଲରେ ଏଗୁଡିକ ହେଉଛି ଦୁଇଟା ପରମାଣୁ ବୋମାର ନାମ । ଚଉସ୍ତରି ବର୍ଷ ତଳର ଘଟଣା । ଦ୍ଵିତୀୟ ବିଶ୍ଵଯୁଦ୍ଧ ଚାଲିଥାଏ । ୧୯୪୫ ମସିହା ଅଗଷ୍ଟ ୬ ତାରିଖ । ସକାଳ ୮ଟା ୧୫ ମିନିଟ୍ । ହଠାତ୍ ଜାପାନର ହିରୋସୀମା ସହର ଉପରେ ଏକ ପରମାଣୁ ବୋମା ପଡିଲା । ତାହାର ନାମ ‘ଲିଟିଲ ବୟ’ । ସହର ଉପରେ ନିଆଁର ଝଡ ମାଡି ଆସିଲା । ସାରା ସହର ପ୍ରଚଣ୍ଡ କମ୍ପନରେ ଥରିଗଲା । ମାତ୍ର କେଇ ସେକେଣ୍ଡ ଭିତରେ ସହରର ୭୦,୦୦୦ ଲୋକ କିଛି ବୁଝିବା ଆଗରୁ ନିଆଁରେ ଜଳିପୋଡି ପାଉଁଶ ହୋଇଗଲେ । କେଇଟା ମୂହୁର୍ତ୍ତରେ ସହରର ତିନିଭାଗରୁ ଦୁଇଭାଗ କୋଥାବାଦୀ ଧ୍ଵଂସ ହୋଇଗଲା । ସେତିକିରେ ପରମାଣୁ ବୋମାର ନାରକୀୟ କାଣ୍ଡ ଶେଷ ହେଲା ନାହିଁ । ଅଗଷ୍ଟ ୯ ତାରିଖ ଦିନ ଜାପାନର ନାଗାଷାକି ସହର ଉପରେ ଆଉ ଏକ ପରମାଣୁ ବୋମା ପଡିଲା, ଯାହାର ନାମ ଥିଲା ‘ଫ୍ୟାଟ ମ୍ୟାନ’ । ପ୍ରାୟ ୮୭,୦୦୦ ଲୋକ ପ୍ରାଣ ହରାଇଲେ । କୋଥାବାଦୀ ଧୂଳିସାତ ହେଲା । ପରମାଣୁ ଶକ୍ତିର ଭୟଙ୍କର ରୂପ ପୃଥିବୀବାସୀଙ୍କୁ ଆଚମ୍ବିତ କରିଥିଲା । ଆଜି ପରମାଣୁ ଶକ୍ତିର ଅପପ୍ରୟୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଅଗଷ୍ଟ ୬ ତାରିଖକୁ ‘ହିରୋସୀମା ଦିବସ’ ଓ ଅଗଷ୍ଟ ୯ ତାରିଖକୁ ‘ନାଗାସାକୀ ଦିବସ’ ଭାବରେ ପାଳନ କରାଯାଉଛି ।

ନିଉକ୍ଲିୟ ବିଭାଜନ

ପରମାଣୁ ହେଉଛି ଅତି ଛୋଟ କଣିକା । ତା’ ଭିତରେ ନିଉକ୍ଲିୟସ ଥାଏ । ଗୋଟିଏ ନିଉକ୍ଲିୟସ ଭାଙ୍ଗିଯାଇ ଦୁଇଟା ଛୋଟ ଛୋଟ ନିଉକ୍ଲିୟସ ସୃଷ୍ଟି କରିପାରେ । ଏହାକୁ ‘ନିଉକ୍ଲିୟ ବିଭାଜନ’ ବା ‘ଫିଶନ’ କୁହାଯାଏ । ଏମିତି ହେଲେ ପ୍ରଚୁର ଶକ୍ତି ନିର୍ଗତ ହୁଏ । ଏହି ଶକ୍ତିକୁ ‘ନିଉକ୍ଲିୟ ଶକ୍ତି’ ବୋଲି କୁହାଯାଏ । ପରମାଣୁ ବୋମା ଭିତରେ ଥିବା ୟୁରାନିୟମ ଭାଙ୍ଗିଲେ ପ୍ରଚୁର ଶକ୍ତି ନିର୍ଗତ ହୁଏ । ଏହି ଶକ୍ତି ତାପଶକ୍ତି, କମ୍ପନ ଶକ୍ତି ଓ ଏକାଧିକ ମାରାତ୍ମକ ବିକିରଣ ରୂପରେ ନିର୍ଗତ ହୁଏ । ପରମାଣୁ ବୋମା ଫାଟିଲେ ଏହାର କୁପ୍ରଭାବ ବର୍ଷ ବର୍ଷ ରହେ । ‘ଲିଟିଲ ବୟ’ ଓ ‘ଫ୍ୟାଟ ମ୍ୟାନ’ ବୋମା ସକାଶେ ଆଜି ବି ଜାପାନରେ ବିକଳାଙ୍ଗ ଶିଶୁ ଜନ୍ମ ହେଉଛନ୍ତି ଲୋକମାନଙ୍କ ଶରୀରରେ କର୍କଟ ରୋଗ ହେଉଛି । ମୁଖମଣ୍ଡଳ, ମସ୍ତିଷ୍କ ଓ ଚରମ ଉପରେ କୁପ୍ରଭାବ ପଡୁଛି । ସେଠାରେ ବିକଳାଙ୍ଗ ଜୀବଜନ୍ତୁ ଓ କୀଟପତଙ୍ଗ ଜନ୍ମ ହେଉଛନ୍ତି । ବିକୃତ ଫଳ ଓ ପନିପରିବା ଦେଖିବାକୁ ମିଳୁଛି ।

ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ପ୍ରୟୋଗ

ଭାଗ୍ୟର କଥା, ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପରମାଣୁ ବୋମାର ଅପପ୍ରୟୋଗ ଭଳି ଭୁଲର ପୁନରାବୃତ୍ତି ହୋଇନାହିଁ । ବରଂ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ପ୍ରୟୋଗ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି । ପରମାଣୁ ଶକ୍ତିକୁ ପ୍ରଳୟ ପାଇଁ ବ୍ୟବହାର ନ କରି ଶାନ୍ତିପୂର୍ଣ୍ଣ ପ୍ରୟୋଗ ଦିଗରେ ପ୍ରୟାସ ହେଉଛି । ଏବେ ଶକ୍ତି ସଙ୍କଟ ଦୂର କରିବା ଦିଗରେ ପରମାଣୁ ଶକ୍ତି ବିଶେଷ ଭୂମିକା ଗ୍ରହଣ କରିଛି । ପୃଥିବୀର ବିଭିନ୍ନ ଦେଶରେ ୪୦୦ରୁ ଅଧିକ ପରମାଣୁ ରିଆକ୍ଟର କାର୍ଯ୍ୟ କରୁଛି । ଏଥିରୁ ୧୭ ପ୍ରତିଶତ ବିଜୁଳିଶକ୍ତି ମିଳୁଛି । ଆମ ଦେଶରେ ମଧ୍ୟ ପରମାଣୁ ଶକ୍ତିରୁ ୪ ପ୍ରତିଶତ ବିଜୁଳିଶକ୍ତି ଉତ୍ପନ୍ନ ହେଉଛି ।

ସଂଗୃହୀତ – କମାଳାକାନ୍ତ ଜେନା

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate