ପ୍ରତିଦିନ ଆମ ଚତୁଃପାର୍ଶ୍ଵରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରୁଛେ । ଏଥିରୁ ଅନେକ ଅତି ସରଳ ଓ କେତେକ କ୍ଷଣସ୍ଥାୟୀ ପ୍ରକୃତିର । ଅନ୍ୟକେତେକ ଜଟିଳ ଓ ଚିରସ୍ଥାୟୀ ଆବଦ୍ଧ ପାତ୍ରରେ ଥିବା ବରଫ ବାୟୁ ସଂସ୍ପର୍ଶରେ ଆସିଲେ ତରଳିଯାଇ ତରଳରେ ପରିଣତ ହୁଏ । ଏହି ଜଳକୁ ପାତ୍ରରେ ରଖି ଫ୍ରିଜରରେ ରଖିବା ତାହା ପୁନର୍ବାର ବରଫ ହେବ ।ଏହି ପରିବର୍ତ୍ତନ କ୍ଷଣସ୍ଥାୟୀ ଏବଂ ପଦାର୍ଥ ପୁନର୍ବାର ପୂର୍ବବସ୍ଥାକୁ ଫେରିଆସେ । ଏହି ପରିବର୍ତ୍ତନକୁ ଭୌତିକ ପରିବର୍ତ୍ତନ କୁହାଯାଏ ।
ଖିର ଥରେ ଦହିରେ ପରିଣତ ହେଲେ ତାହା ପୁନର୍ବାର ଖୀର ହୋଇପାରିବ ନାହିଁ । ଏହି ପରିବର୍ତ୍ତନ ରାସାୟନିକ ପରିବର୍ତ୍ତନ ଅଟେ । ଏହା ଚିରସ୍ଥାୟୀ । ଏହି ପରିବର୍ତ୍ତନ ଦ୍ୱୟ ଆମଜୀବନର ଏକ ଅଂଶ । ଏହି ପରିବର୍ତ୍ତନକୁ ଏକ ସମୀକରଣ ମାଧ୍ୟମରେ ପ୍ରକାଶ କରିହେବ । ଏହି ଅଧ୍ୟାୟରେ କିପରି ରାସାୟନିକ ସମୀକରଣ ଲେଖାଯାଏ ଓ ସମତୁଲ କରାଯାଏ ଆମେ ପଢିବା ।
ତୁମେ ତୁମର ଚତୁଃପାର୍ଶ୍ଵରେ ଓ ପ୍ରତିଦିନ ଜୀବନରେ ରାସାୟନିକ ପରିବର୍ତ୍ତନ ଅନୁଭବ କରିଥିବ । ଆସ କେତେକ ପରିବର୍ତ୍ତନ ସମ୍ପୂର୍ଣ୍ଣ କରିବା ।
ତୁମ ପାଇଁ କାମ
ମାଗ୍ନେସିୟମ + ଅମ୍ଳଜାନ – ମାଗ୍ନେସିୟମ ଅକ୍ସାଇଡ
ଜିଙ୍କ୍ + ଲଘୁ ଗନ୍ଧକାମ୍ଳ – ଜିଙ୍କ୍ ସଲଫେଟ୍ + ଉଦଜାନ
ଯେଉଁ ପଦାର୍ଥର ରାସାୟନିକ ପରିବର୍ତ୍ତନ ଘଟେ, ତାକୁ ପ୍ରତିକାରକ ଓ ଯେଉଁ ପଦାର୍ଥ ଉତ୍ପନ୍ନ ହୁଏ ତାକୁ ଉତ୍ପାଦ କୁହାଯାଏ । ପ୍ରତିକ୍ରିୟା (୧) ରେ ମ୍ୟାଗ୍ନେସିୟମ ଓ ଅମ୍ଳଜାନ ପ୍ରତିକାରକ ଓ ମାଗ୍ନେସିୟମ ଅକ୍ସାଇଡ ଉତ୍ପାଦ ଅଟେ । ସେହିପରି ପ୍ରତିକ୍ରିୟା (୨) ରେ ଜିଙ୍କ୍ ଓ ଲଘୁ ଗନ୍ଧକାମ୍ଳ ପ୍ରତିକାରକ ଓ ଜିଙ୍କ୍ ସଲଫେଟ୍ ଓ ଉଦଜାନ ଉତ୍ପାଦ ।
ରାସାୟନିକ ପ୍ରତିକ୍ରିୟାରେ, ପ୍ରତିକାରକ ବାମପାର୍ଶ୍ଵରେ ଏବଂ ଉତ୍ପାଦକୁ ଦକ୍ଷିଣ ପାର୍ଶ୍ଵରେ ଲେଖାଯାଏ । ପ୍ରତିକାରକର ଉତ୍ପାଦରେ ପରିଣତ ହେବାପାଇଁ ଏକ ତିନ ଚିହ୍ନ ଦ୍ଵାରା ସୂଚୀତ କରାଯାଏ । ଏକାଧିକ ପ୍ରତିକାରକ ବା ଉତ୍ପାଦ ଥିଲେ, ସେମାନଙ୍କ ମଧ୍ୟରେ ଯୁକ୍ତ ଚିହ୍ନ (+) ଦିଆଯାଏ ।
ରାସାୟନିକ ସମୀକରଣ ଲେଖିବା ଉପାୟ
ରାସାୟନିକ ସମୀକରଣକୁ ଶବ୍ଦ ପ୍ରତିବଦଳରେ ରାସାୟନିକ ସଙ୍କେତଦ୍ଵାରା ସଂକ୍ଷିପ୍ତ ଓ ବ୍ୟବହାର ଉପଯୋଗୀ କରାଯାଇପାରିବ । ପୂର୍ବ ଅଧ୍ୟାୟରେ ରାସାୟନିକ ସଙ୍କେତ ଦ୍ଵାରା କିପରି ଏକ ଯୌଗିକକୁ ଲେଖାଯାଏ ପଢିଛେ । ବର୍ତ୍ତମାନ ଯଦି ମାଗ୍ନେସିୟମ, ଅମ୍ଳଜାନ ଓ ମାଗ୍ନେସିୟମ ଅକ୍ସାଇଡ ପାଇଁ ଶବ୍ଦ ବଦଳରେ ସଙ୍କେତ ସମୀକରଣ (୧)ରେ ପ୍ରକାଶ କରିବା ତେବେ ଆମେ ପାଇବା
ମାଗ୍ନେସିୟମ + ଅମ୍ଳଜାନ ମାଗ୍ନେସିୟମ ଅକ୍ସାଇଡ
ସେହିପରି ଶବ୍ଦପରିବର୍ତ୍ତନ, ସଙ୍କେତ ଦ୍ଵାରା ସମୀକରଣ (୨)ରେ ପ୍ରକାଶ କରିବା, ତାହା ହେବ
ଦସ୍ତା + ଗନ୍ଧକାମ୍ଳ ଦସ୍ତା ସଲଫେଟ୍ + ଉଦଜାନ ଗ୍ୟାସ
ବସ୍ତୁତ୍ଵ ସଂରକ୍ଷଣ ନିୟମ ତୁମେ ମନେରଖିଛ କି ? ପ୍ରତିକାର ଥିବା ବସ୍ତୁତ୍ଵ ଓ ପରମାଣୁ ସଂଖ୍ୟା, ଉତ୍ପାଦରେ ଥିବା ବସ୍ତୁତ୍ଵ ଓ ପରମାଣୁ ସଂଖ୍ୟା ସହ ସମାନ ହେବା ଉଚିତ୍ । ସମୀକରଣ (୩) ଓ (୪) ଥିବା ବାମପାର୍ଶ୍ଵ (ପ୍ରତିକାରକ) ଓ ଦକ୍ଷିଣ ପାର୍ଶ୍ଵରେ ଉତ୍ପାଦରେ ଥିବା ପରମାଣୁ ସଂଖ୍ୟା ଗଣାଯାଉ । ସମୀକରଣ (୩) ଓ (୪) ରେ ଥିବା ଅମ୍ଳଜାନ ପରମାଣୁ ସଂଖ୍ୟା ସମାନ ନୁହେଁ, କିନ୍ତୁ (୪) ରେ ଉଭୟ ପାର୍ଶ୍ଵରେ ପରମାଣୁ ସଂଖ୍ୟା ସମାନ ଅଟେ । ଯେଉଁ ରାସାୟନିକ ସମୀକରଣରେ ଉଭୟ ପାର୍ଶ୍ଵର ତୀର ଚିହ୍ନର ପରମାଣୁ ସଂଖ୍ୟା ସମାନ ନୁହେଁ, ତଥାପି ତାହା ଏକ ରାସାୟନିକ ସମୀକରଣର ପ୍ରତିନିଧିତ୍ଵକରେ, ସେଗୁଡିକୁ କଙ୍କାଳ ସମୀକରଣ କୁହାଯାଏ ।
ଏହି ସମୀକରଣକୁ ଉପଯୁକ୍ତ ସଲଫର ସାହାଯ୍ୟନେଇ ରାସାୟନିକ ସମୀକରଣକୁ ସମତୁଲ କରାଯାଇ ପାରିବ । ଆମେ ଏହି ଅଧ୍ୟାୟରେ ରାସାୟନିକ ସମୀକରଣ ସମ୍ବନ୍ଧରେ ପଢିବା ।
ସମତୁଲ ସମୀକରଣ
ବସ୍ତୁତ୍ଵ ସଂରକ୍ଷଣ ନିୟମ ଅନୁଯାୟୀ ପଦାର୍ଥ ସୃଷ୍ଟି କରାଯାଇପାରିବ ନାହିଁ କିମ୍ବା ବିନାଶ କରାଯାଇପାରିବ ନାହିଁ । ତେଣୁ ପ୍ରତ୍ୟକ ମୌଳିକ ବସ୍ତୁତ୍ଵ ପ୍ରତିକାର ଓ ଉତ୍ପାଦରେ ନିଶ୍ଚୟ ସମାନ ହେବ । ଅନ୍ୟଅର୍ଥରେ ପ୍ରତ୍ୟକ ମୌଳିକର ପରମାଣୁ ସଂଖ୍ୟା ଆରମ୍ଭରୁ ଏବଂ ପରେ ସମାନ ରହେ । ଏବଂ ସମତୁଲ ସମୀକରଣରେ ଏକ ନିର୍ଦ୍ଧିଷ୍ଟ ମୌଳିକର ପରମାଣୁ ସଂଖ୍ୟା ପ୍ରତିକାରକ ଓ ଉତ୍ପାଦରେ ନିଶ୍ଚୟ ସମାନ ହେବ । ଯଦି ସମାନ ନ ହୁଏ ତେବେ ଏହା ସମତୁଲ ନୁହେଁ । ସମୀକରଣ (୩) ଓ (୪) କଥା ବିଚାର କରାଯାଉ :
ମାଗ୍ନେସିୟମ + ମାଗ୍ନେସିୟମ ଅକ୍ସାଇଡ
ଜିଙ୍କ + ଗନ୍ଧକାମ୍ଳ ଜିଙ୍କସଲଫେଟ + ଉଦଜାନ
ସମୀକରଣ (୪) ସମତୁଲ କାରଣ ଉଭୟପାର୍ଶ୍ଵରେ Zn, H, S ଓ O ର ପରମାଣୁ ସଂଖ୍ୟା ସମାନ । ସମୀକରଣ (୩) ରେ Mg ର ପରମାଣୁ ସଂଖ୍ୟା ଉଭୟପାର୍ଶ୍ଵର ସମାନ କିନ୍ତୁ ପ୍ରତିକାରକର ଅମ୍ଳଜାନପରମାଣୁ ସଂଖ୍ୟାର 2 ( ରେ) ଏବଂ ଉତ୍ପାଦପାର୍ଶ୍ଵରେ ଗୋଟିଏ ଅମ୍ଳଜାନ ପରମାଣୁ (MgO ରେ) ଅଛି । ଉତ୍ପାଦ ପାର୍ଶ୍ଵର ଅମ୍ଳଜାନ ପରମାଣୁ ସଂଖ୍ୟା ସମାନ କରିବା ପାଇଁ 2MgO ଲେଖିବାକୁ ହେବ । ବର୍ତ୍ତମାନ ସମୀକରଣ ଟି ହେବ :
Mg + = 2MgO
ଉକ୍ତ ସମୀକରଣରେ ବାମପାର୍ଶ୍ଵରେ ଗୋଟିଏ ମାଗ୍ନେସିୟମ ପରମାଣୁ କମ୍ ଅଛି ଏହି ପରମାଣୁ ସଂଖ୍ୟା ସମାନ କରିବା ପାଇଁ Mg ପୂର୍ବରୁ 2 ଲେଖିବାକୁ ହେବ ଏବଂ ସମୀକରଣଟି ହେବ :
2Mg + = 2MgO
ବର୍ତ୍ତମାନ ତୀର ଚିହ୍ନର ଉଭୟ ପାର୍ଶ୍ଵର ମାଗ୍ନେସିୟମ ଓ ଅମ୍ଳଜାନ ପରମାନଉ ସଂଖ୍ୟା ସମାନ ଏବଂ ସମୀକରଣଟି ସମତୁଲ ଅଟେ । ଏହି ରାସାୟନିକ ସମୀକରଣକୁ ସମତୁଲ କରିବା ପ୍ରଣାଳୀକୁ Hit and Trial Method କୁହାଯାଏ ।
ଅନ୍ୟ ଏକ ରାସାୟନିକ ସମୀକରଣର ସମତୁଲ କରିବା ପ୍ରଣାଳୀ ଆସ ଦେଖିବା ।
ଯେତେବେଳେ ଉତ୍ତପ୍ତ ଲୁହା ଉପରେ ଷ୍ଟିମ୍ ପ୍ରବାହ କରାଯାଏ, ସେତେବେଳେ ଉଦଜାନ ଗ୍ୟାସ () ନିର୍ଗତ ହୁଏ ଏବଂ ଲୌହ ଅକ୍ସାଇଡ ମିଳେ ।
ଲୁହା à ଲୌହଅକ୍ସାଇଡ + ଉଦଜାନ ଗ୍ୟାସ
ଉକ୍ତ ସମୀକରଣଟି ସମତୁଲ ନୁହେଁ । ସମତୁଲ କରିବା ପାଇଁ ଆସ ନିମ୍ନସୋପାନ ଗୁଡିକ ଅନୁସରଣ କରିବା ।
ପ୍ରଥମ ସୋପାନ :
ପ୍ରତିକାରକ ଓ ଉତ୍ପାଦରେ ଥିବା ବିଭିନ୍ନ ମୌଳିକର ପରମାଣୁ ସଂଖ୍ୟାକୁ ତୁଳନା କରାଯାଉ ।
ମୌଳିକ |
ପ୍ରତିକାରରେ ଥିବା ପରମାଣୁ ସଂଖ୍ୟା |
ଉତ୍ପାଦରେ ଥିବା ପରମାଣୁ ସଂଖ୍ୟା |
Fe |
୧ |
୩ |
H |
୨ |
୨ |
O |
୧ |
୪ |
୨ୟ ସୋପାନ :
ଯେଉଁ ଯୌଗିକରେ ସବୁଠାରୁ ଅହିକ ପରମାଣୁ ଅଛି ତାକୁ ସମତୁଲ କରିବା ଆରମ୍ଭକରିବା । ଯୌଗିକଟି ପ୍ରତିକାରକ ବା ଉତ୍ପାଦ ହୋଇପାରେ । ଉତ୍ପାଦରେ ଥିବା ଯୌଗିକର ମୌଳିକ ଥିବା ସର୍ବାଧିକ ପରମାଣୁ ସଂଖ୍ୟାକୁ ସ୍ଥିର କରାଯାଉ । ଉକ୍ତ ସମୀକରଣର ରେ ସର୍ବାଧିକ ସଂଖ୍ୟାର ଅମ୍ଳଜାନ ପରମାଣୁ ଅଛି । ତୀର ଚିହ୍ନର ଦକ୍ଷିଣ ପାର୍ଶ୍ଵରେ ୪ଟି ଅମ୍ଳଜାନ ପରମାଣୁ ଅଛି ଏବଂ ବାମପାର୍ଶ୍ଵରେ ଗୋଟିଏ ଅମ୍ଳଜାନ ପରମାଣୁ ଅଛି । ଅମ୍ଳଜାନ ପରମାଣୁ ସଂଖ୍ୟା ସମାନ କରିବାକୁ ର ବାମପାର୍ଶ୍ଵରେ ୪ ଲେଖିବା ()
Fe + à + (ଆଂଶିକ ସମାଧାନ) ।
୩ୟ ସୋପାନ :
ଏଠାରେ Fe ଏବଂ H ପରମାଣୁ ତଥାପି ସମତୁଲ ନୁହେଁ । ଉଦଜାନ ପରମାଣୁକୁ ସମତୁଲ, କରାଯାଉ । ତୀର ଚିହ୍ନର ଦକ୍ଷିଣ ପାର୍ଶ୍ଵରେ ଉଦଜାନ ଅଣୁସଂଖ୍ୟାକୁ ୪ କରାଯାଉ । ସମୀକରଣଟି
Fe + à + (ଆଂଶିକ ସମାଧାନ) ।
୪ର୍ଥ ସୋପାନ :
ବର୍ତ୍ତମାନ Fe ମୌଳିକ ସମତୁଲ ନୁହେଁ, ତେଣୁ Fe କୁ ସମତୁଲ କରିବା ପାଇଁ 3Fe ବାମପାର୍ଶ୍ଵରେ ଲେଖିବାକୁ ହେବ । ବର୍ତ୍ତମାନ ସମୀକରଣଟି ,
3Fe + à + ।
୫ମ ସୋପାନ :
ବର୍ତ୍ତମାନ ତୀର ଚିହ୍ନର ଉଭୟପାର୍ଶ୍ଵର ମୌଳିକ ପରମାଣୁ ସଂଖ୍ୟାକୁ ଗଣନା କରାଯାଉ । ଉଭୟପାର୍ଶ୍ଵର ଅମ୍ଳଜାନ, ଉଦଜାନ, ଲୌହ ପରମାଣୁ ସଂଖ୍ୟା ସମାନ ଏବଂ ସମତୁଲ ସମୀକରଣଟି ମିଳିବ :
3Fe + à +
ରାସାୟନିକ ସମୀକରଣକୁ କେମିତି ତଥ୍ୟପୂର୍ଣ୍ଣକରିବା ?
ସମତୁଲ ସମୀକରଣ ପ୍ରତିକାରକ ଓ ଉତ୍ପାଦର ଭୌତିକ ଅବସ୍ଥା ବିଷୟରେ କୌଣସି ସଙ୍କେତ ନାହିଁ । ଅର୍ଥାତ୍ ସେଗୁଡିକ କଠିନ, ତରଳ ବା ଗ୍ୟାସ ଅବସ୍ଥା । କଠିନ ପାଇଁ (S), ତରଳ ପାଇଁ (I) ଏବଂ ଗ୍ୟାସ ପାଇଁ (g) ସମୀକରଣର ଉଭୟପାର୍ଶ୍ଵରେ ଲେଖି ରାସାୟନିକ ସମୀକରଣକୁ ଅଧିକ ତଥ୍ୟପୂର୍ଣ୍ଣ କରିହେବ । ତେଣୁ ସମୀକରଣଟି ନିମ୍ନପ୍ରକାରେ ଲେଖାଯାଇ ପାରିବ :
3Fe(S) + (g) à (S) + (g)
ପୁନଶ୍ଚ ପ୍ରତିକାରକ ବା ଉତ୍ପାଦ ଯଦି ଜଳରେ ଦ୍ରବଣ ହିସାବରେ ନିଆଯାଏ, ତେବେ ତାକୁ (aq) ଲେଖାଯାଇ ପ୍ରକାଶ କରାଯାଏ
CaO (S) + (l) à Ca() (aq)
ବେଳେବେଳେ ପ୍ରତିକ୍ରିୟାରେ ତାପମାତ୍ରା, ଚାପ ଓ ସୀମିତ ଚୂନ ଉତପ୍ରେରକ ପ୍ରଭୃତିର ଉଲ୍ଲେଖ ସମୀକରଣର ତୀର ଚିହ୍ନର ଉପରେ ବା ତଳେ ଲେଖାଯାଏ ।
ଉଦାହରଣ :
CO(g) + (g) à OH(I)
(aq) + O (I) à (aq) +
ରାସାୟନିକ ସମୀକରଣ ସମଉଳକରିବା ପାଇଁ କେତେକ ଟିପ୍ସ :
ଉଦାହରଣ : ର ଅର୍ଥ ନାଇଟ୍ରୋଜେନ ଡାଇଅକ୍ସାଇଡର ୨ଟି ଅଣୁ । କିନ୍ତୁ ଆମେ ଯଦି ଏହାକୁ ୨ଗୁଣ କରିବା ତେବେ ତାହା ହେବ, ଯାହାକି ନାଇଟ୍ରୋଜେନ ଟେଟ୍ରାଅକ୍ସାଇଡ, ଏହା ଏକ ନୂତନ ଯୌଗିକ ।
ସମତୁଲ ରାସାୟନିକ ସମୀକରଣର ଗୁରୁତ୍ଵ
ଗୁଣାତ୍ମକ ଦୃଷ୍ଟିରୁ ଏକ ରାସାୟନିକ ସମୀକରଣ ପ୍ରତିକାରକ ଓ ଉତ୍ପାଦ କ’ଣ ସୁଚାଇଥାଏ, କିନ୍ତୁ ଏକ ସମତୁଲ ସମୀକରଣ ସଂଖ୍ୟାତ୍ମକ ଦୃଷ୍ଟିରୁ ଅଧିକ ସଙ୍କେତ ପ୍ରଦାନ କରେ । ଏକ ସମତୁଲ ସମୀକରଣ ସୂଚନା ଦିଏ :
ମୋଲ ଓ ବସ୍ତୁତ୍ଵ ମଧ୍ୟରେ ସମ୍ପର୍କ
ଏକ ଅଣୁଘଟକ ଉପସ୍ଥିତିରେ, ଯବକ୍ଷାରଜାନ ଓ ଉଦଜାନ ମଧ୍ୟରେ ରାସାୟନିକ ପ୍ରତିକ୍ରିୟାକୁ ବିଚାରକୁ ନିଆଯାଉ ।
(g) + (g) à (g)
ସମସ୍ତ ସମୀକରଣକୁ ଯେକୌଣସି ସଂଖ୍ୟା, ମନେକର 100 ଦ୍ଵାରା ଗୁଣନ କରିବା ।
1X100 ଅଣୁ ଯବକ୍ଷାରଜାନ + 3 X 100 ଅଣୁ ଉଦଜାନ à 2 X 100 ଅଣୁ ଏମୋନିଆ ।
ସମସ୍ତ ସମୀକରଣକୁ 6.022 X ଦ୍ଵାରା ଗୁଣନ କରାଯାଉ,
1 X 6.022 X + 3 X 6.022 X à 2 X 6.022 X
ଯେହେତୁ ଏକ ମୋଲର ଯେକୌଣସି ବସ୍ତୁରେ 6.022 X ଅଣୁ ଥାଏ, ତେଣୁ ଆମେ ଲେଖିପାରିବା ;
୧ ମୋଲ ନାଇଟ୍ରୋଜେନ + ୩ମୋଲ ଉଦଜାନ à ୨ ମୋଲ ଏମୋନିଆ
ମୋଲାର ବସ୍ତୁତ୍ଵକୁ ବିଚାରକୁ ନେଲେ ଆମେ ଲେଖିପାରିବା –
ନାଇଟ୍ରୋଜେନ + ଉଦଜାନ à ଏମୋନିଆ ।
ଗ୍ୟାସମୟ ଅବସ୍ଥାରେ ପ୍ରତିକ୍ରିୟାରେ ଆୟତନର ସମ୍ପର୍କ
ଫ୍ରାନ୍ସର ରସାୟନବିତ୍ ଗେଲୁକାସ ଦର୍ଶାଇ ଥିଲେ ଯେ ଏକା ତାପମାତ୍ରରେ ଓ ଚାପରେ ପ୍ରତିକାରକ ଓ ଉତ୍ପାଦର ଆୟତନ ଗ୍ୟାସୀୟ କ୍ଷେତ୍ରରେ କ୍ଷୁଦ୍ର ପୂର୍ଣ୍ଣସଂଖ୍ୟା ଦ୍ଵାରା ପରସ୍ପର ସମ୍ପର୍କିତ ।
ଗେଲୁକାସଙ୍କ ଆୟତନ ସମ୍ପର୍କିତ ପୂର୍ଣ୍ଣସଂଖ୍ୟା ଅନୁପାତ ଆବିଷ୍କାର ପ୍ରକୃତକରେ ଆୟତନର ଅନୁପାତ ନିୟମ ଅଟେ ।
ଉଦାହରଣ
(g) + (g) = (g)
ଏଠାରେ ଉଦଜାନ, ଅମ୍ଳଜାନ ଓ ଜଳୀୟ ବାଷ୍ପ ଏକା ତାପମାତ୍ରା ଓ ଚାପରେ ଅଛନ୍ତି । ଯଦି ଆମେ ୧୦୦ ମି.ଲି. ଉଦଜାନ, ୫୦ ମି.ଲି. ଅମ୍ଳଜାନ ନେବା ୧୦୦ ମି.ଲି. ଜଳୀୟ ବାଷ୍ପ ପାଇବା (ଏକା ତାପମାତ୍ରା ଓ ଚାପରେ ଆୟତନ ନିଆଯାଏ ) । ତେଣୁ ଏମ ସମତୁଲ ରାସାୟନିକ ସମୀକରଣରୁ ପ୍ରତିକାରକର ଓ ଉତ୍ପାଦର ମୋଲ ବସ୍ତୁତ୍ଵ ଓ ଆୟତନ ମଧ୍ୟରେ ସମ୍ପର୍କରେ ଜାଣିହେବ ।
ଯୋଗପ୍ରତିକ୍ରିୟା
ଦୁଇ ବା ତତ୍ତୋଧିକ ପଦାର୍ଥ ସରଳଭାବରେ ଯୋଗ ହୋଇ ଏକ ନୂତନ ପଦାର୍ଥ ସୃଷ୍ଟିକରନ୍ତି ।
ଉଦାହରଣ :
ଯେତେବେଳେ କୌଣସି ପଦାର୍ଥ ଜଳେ, ଏହା ବାୟୁମଣ୍ଡଳସ୍ଥ ଅମ୍ଳଜାନ ସହ ଯୁକ୍ତ ହୁଏ । ମାଗ୍ନେସିୟମ ରିବନର ଦହନ ହେଲେ ଏକ ଉଜ୍ଜ୍ଵଳ ଆଲୋକ ସୃଷ୍ଟି ହୁଏ । ଦହନବେଳେ ଏହା ଅମ୍ଳଜାନ ସହ ନିମ୍ନ ମତେ ଯୋଗ ହୁଏ :
Mg(S) + (g) à 2MgO (S)
ସେହିପରି, C(S) + (g) à (g)
ତୁମପାଇଁ କାମ
ଏକ ବିକରରେ ଅମ୍ଳପରିମାଣର କଲିଚୂନ (CaO) ନିଆଯାଉ । ଧୀରେ ଧୀରେ ଜଳ ଢଳାଯାଉ, ବକରର ତଳ ଭାଗକୁ ହାତରେ ସ୍ପର୍ଶ କରାଯାଉ । ହାତକୁ ଗରମ ଲାଗିବ । ଧଳାଚୂନ ଧଉଳାଗଲା ବେଳେ ଆମେ କଠିନ ପଦାର୍ଥ ଜଳରେ ମିଶାଉ ଏବଂ ଅଳ୍ପ ସମୟପରେ ଜଳ ଫୁଟେ । ଏହି ଧଳାପଦାର୍ଥ କାଲସିୟମ ଅକ୍ସାଇଡ ଅଟେ ଏବଂ ଏହା ଜଳସହ ପ୍ରତିକ୍ରିୟା କରି ସୀମିତଚୂନ Ca() ପ୍ରସ୍ତୁତ କରେ । କଲିଚୂନ ଓ ଜଳମଧ୍ୟରେ ରାସାୟନିକ ପ୍ରତିକ୍ରିୟା ହେତୁ ତାପ ଉତ୍ପନ୍ନ ହୁଏ । ତେଣୁ ତାପମାତ୍ରା ବଢିଯାଏ ।
ସମୀକରଣ : CaO(S) + (I) à Ca( (aq)
ଉପରୋକ୍ତ ସମୀକରଣରେ କଲିଚୂନ ଓ ଜଳ ମିଶି ଏକ ଉତ୍ପାଦ ସମିତଚୂନ ପ୍ରସ୍ତୁତ କରେ । ଯେଉଁ ପ୍ରତିକ୍ରିୟାରେ ଦୁଇ ବା ତତ୍ତୋଧିକ ପ୍ରତିକାରକରୁ କେବଳ ଗୋଟିଏ ଉତ୍ପାଦ ମିଳେ, ତାକୁ ଯୋଗ ପ୍ରତିକ୍ରିୟା କୁହାଯାଏ ।
ଘରେ ଧଳାରଙ୍ଗ ଦେବାପାଇଁ ସୀମିତଚୂନ, Ca(କାନ୍ଥରେ ଦିଆଯାଏ । ଏହା ଧୀରେ ଧୀରେ ବାୟୁମଣ୍ଡଳସ୍ଥ ଅଙ୍ଗାରକାମ୍ଳ ସହ ପ୍ରତିକ୍ରିୟା କରେ । ନୀଳରଙ୍ଗର ସୀମିତଚୂନ Ca(, ଧଳାକାଲସିୟମ କାର୍ବୋନେଟ (Ca) ରେ ପରିବର୍ତ୍ତିତ ହୁଏ । ଶୁଖିଗଲାପରେ ଏହା ଚିକ୍ ଚିକ୍ କରୁଥିବା ଧଳାରଙ୍ଗ ପାଲଟିଯାଏ । ରାସାୟନିକ କାରଣ : Ca((aq) + (g) à Ca(S) + O (I) |
ତାପଉତ୍ପାଦୀ ପ୍ରତିକ୍ରିୟା :
ଯେଉଁ ରାସାୟନିକ ପ୍ରତିକ୍ରିୟାରେ ତାପଶକ୍ତି ଉତ୍ପାଦ ସହ ନିର୍ଗତ ହୁଏ, ତାକୁ ତାପଉତ୍ପାଦୀ ପ୍ରତିକ୍ରିୟା କୁହାଯାଏ ।
(g) + (g) à + O(g) ମିଥେନ + ଅମ୍ଳଜାନ à ଅଙ୍ଗାରକାମ୍ଳ ଗ୍ୟାସ + ଜଳ ଶ୍ଵାସକ୍ରିୟା ଓ ଖାଦ୍ୟ ହଜମ ହେବ ତାପଉତ୍ପାଦୀ ପ୍ରତିକ୍ରିୟାର ଉଦାହରଣ । ଆମେ ଖାଉଥିବା ଖାଦ୍ୟରୁ ଏହି ତାପଶକ୍ତି ନିର୍ଗତ ହୁଏ । ଆମେ ଖାଉଥିବା ଖାଦ୍ୟ ଯଥା, ଭାତ, ଆଳୁ, ପାଉଁରୁଟି ପ୍ରଭୃତିରେ ଶ୍ଵେତସାର ଥାଏ । ଖାଦ୍ୟ ହଜମ ହେଲେ ତାହା ଶ୍ଵେତସାର ଭାଙ୍ଗି ଗ୍ଲୁକୋଜରେ ପରିଣତ ହୁଏ । ଗ୍ଲୁକୋଜ, ଆମର ଶରୀରର କୋଷରେ ଅମ୍ଳଜାନ ସହ ମିଶି ଶକ୍ତି ସୃଷ୍ଟିକରେ । (aq) + (aq) à (aq) + ଶକ୍ତି ଯେଉଁ ଲୋକମାନେ ଶାରୀରିକ ପରିଶ୍ରମ କରନ୍ତି ସେମାନେ ଅଧିକ ଶକ୍ତି ଆବଶ୍ୟକ କରନ୍ତି, ତେଣୁ ସେମାନେ ଶ୍ଵେତସାର ଜାତୀୟ ଖାଦ୍ୟ ଯଥା, ଭାତ, ଚିନି, ଆଳୁ, ରୁଟି ପ୍ରଭୃତି ଆବଶ୍ୟକ କରନ୍ତି । ପାରିବା ଜାତୀୟ ପଦାର୍ଥ ବା ଜୈବ ପଦାର୍ଥ ବିଘଟନ ହୋଇ କମ୍ପୋଷ୍ଟ ହେବା ଏକ ତାପ ଉତ୍ପାଦୀ ପ୍ରତିକ୍ରିୟା ଅଟେ । |
ବିଘଟନ ପ୍ରତିକ୍ରିୟା :
ଚୂନପଥର କୁ ଉତ୍ତପ୍ତ କଲେ କଲିଚୂନ (CaO) ଏବଂ ଅଙ୍ଗାରକାମ୍ଳ ସୃଷ୍ଟିହୁଏ ।
ଏହି ପ୍ରତିକ୍ରିୟା, ବିଘଟନ ପ୍ରତିକ୍ରିୟାର ଏକ ଉଦାହରଣ । ଯେଉଁ ପ୍ରତିକ୍ରିୟାରେ ଏକ ଯୌଗିକ ଦୁଇ ବା ତତ୍ତୋଧିକ ପଦାର୍ଥରେ ମୌଳିକ ବା ଯୌଗିକରେ ପରିଣତ ହୁଏ । ତାକୁ ବିଘଟନ ପ୍ରତିକ୍ରିୟା କୁହାଯାଏ ।
ତୁମପାଇଁ କାମ
ଏକ ଟେଷ୍ଟଟିଉବ୍ ହୋଲ୍ଡର ସାହାଯ୍ୟରେ ଟେଷ୍ଟଟିଉବ୍ ଧରି ସେଥିରେ ଲୌହସଲଫେଟ୍ ରଖି ଧୀରେ ଉତ୍ତପ୍ତ କରାଯାଉ । ଏକ ମିନିଟ୍ ଉତ୍ତପ୍ତ କଲାପରେ ଫେରସଲଫେଟ୍ ର ରଙ୍ଗରେ କି ପରିବର୍ତ୍ତନ ଘଟୁଛି ଲକ୍ଷ୍ୟ କରାଯାଉ । ଯତ୍ନର ସହ ଗ୍ୟାସର ଗନ୍ଧ ସୁଙ୍ଘାଯାଉ । କ’ଣ ଅନୁଭବ କରୁଛ ? ଫେରସଲଫେଟ୍ ସ୍ଫଟିକରେ ସବୁଜରଙ୍ଗ ଧୀରେ ଧୀରେ ଅପସରି ଯାଉଛି ଏବଂ ପୋଡା ଗନ୍ଧକର ଗନ୍ଧ ଦେଖା ଯାଉଛି ।
Fe. O (S) à Fe(S) + O(g)
2Fe(S) à (S) + (g) + (g)
ଏଠାରେ Fe, O ସ୍ଫଟିକ ପ୍ରଥମେ ଜଳ ଅପସାରଣ କରେ ଏବଂ ପରେ ଓ ଗ୍ୟାସ ବିଘଟିତ ହୁଏ ।
ବିଘଟନ ପ୍ରତିକ୍ରିୟାର ଅନ୍ୟ ଏକ ଉଦାହରଣ :
2Pb()(S) à 2PbO(S) + 4N+ (g)
ଯେଉଁ ବିଘଟନ ପ୍ରତିକ୍ରିୟା ତାପ ପ୍ରୟୋଗ ହେତୁ ଘଟିଥାଏ, ତାକୁ ତାପୀୟ ବିଘଟନ କୁହାଯାଏ ।
ଏକ ପ୍ଲାଷ୍ଟିକ ମଗନେଇ ଏହାର ପୃଷ୍ଠଭାଗରେ ଦୁଇଟି କଣା କରି ଏଥିରେ ରବର ଷ୍ଟପର ଲଗାଯାଉ । ରବର ଷ୍ଟପରରେ ଗ୍ରାଫାଇଟ ଇଲେକଟ୍ରୋଡ ଲଗାଯାଉ ଏବଂ ଏହାକୁ ୬ ଭୋଲ୍ଟ ବ୍ୟାଟେରୀ ସହ ସଂଯୋଗକରାଯାଉ । ବର୍ତ୍ତମାନ ଯତ୍ନରସହ ଦେଖାଯାଉ କ’ଣ ଘଟୁଛି । ଉଭୟ ବିଦ୍ୟୁତ ଅଗ୍ରଠାରେ ବୁଦବୁଦ୍ ଗ୍ୟାସ ବାହାରୁଛି । ଦୁଇଟି ଟେଷ୍ଟ ଟ୍ୟୁବରେ ଜଳ ପୂର୍ଣ୍ଣ କରି ନେଇ ଉଭୟ ଗ୍ରାଫାଇଟ ଇଲେକଟ୍ରୋଡ ଉପରେ ଓଲଟାଇ ରଖାଯାଉ । ଇଲେକଟ୍ରୋଡ ଠାରେ ଉତ୍ପନ୍ନଗ୍ୟାସ, ଟେଷ୍ଟଟ୍ୟୁବ ଦ୍ୱୟର ଜଳ ଅପସାରଣ କରି ତାହାର ସ୍ଥାନ ଅଧିକାର କରିଛି, କିଛି ସମୟ ପରେ ଗ୍ୟାସ ଦ୍ୱୟର ଆୟତନକୁ ଅନୁଧ୍ୟାନ କରାଯାଉ । ଗ୍ୟାସ ଆୟତନର ଅନୁପାତ ୧:୨ । ଯତ୍ନର ସହ ଗ୍ୟାସଥିବା ଟେଷ୍ଟଟ୍ୟୁବ ଦ୍ୱୟକୁ ଗୋଟିକ ପରେ ଗୋଟିଏ ବାହାର କରାଯାଉ । ଗ୍ୟାସ ଦ୍ୱୟ ଉଦଜାନ ଏବଂ ଅମ୍ଳଜାନର ଅନୁପାତ ୨:୧ । ଏହି ପରୀକ୍ଷାରେ ଜଳର ବିଘଟନ, ଏହା ମଧ୍ୟରେ ବିଦ୍ୟୁତ ସ୍ରୋତର ପ୍ରବାହ ହେତୁ ହେଲା ।
ଯେଉଁ ପ୍ରତିକ୍ରିୟାରେ ଯୌଗିକ ମାଧ୍ୟମରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହେତୁ ତାହା ଦୁଇ ବା ତତ୍ତୋଧିକ ପଦାର୍ଥରେ (ମୌଳିକ ବା ଯୌଗିକ) ବିଘଟିତ ହୁଏ, ତାକୁ ବୈଦ୍ୟୁତିକ ବିଶ୍ଳେଷଣ କୁହାଯାଏ ।
ବିସ୍ଥାପନ ପ୍ରତିକ୍ରିୟା :
ଏହି ପ୍ରକାର ପ୍ରତିକ୍ରିୟା କୁ ବୁଝିବାପାଇଁ ନିମ୍ନ କାର୍ଯ୍ୟ କରିବାକୁ ହେବ ।
ତୁମପାଇଁ କାମ :
ଦୁଇଟି ପରୀକ୍ଷାନଳୀ ନେଇ ପ୍ରତ୍ୟକରେ ୧୦ମି.ଲି. ଲଘୁ କପର ସଲଫେଟ ଦ୍ରବଣ ରଖି ଯଥାକ୍ରମେ A ଓ B ନାମ ଦିଆଯାଉ । ଦୁଇଟି ଲୁହାକଣ୍ଟା ନେଇ ତାକୁ ବାଲିକାଗଜରେ ପରିଷ୍କାର କରାଯାଉ । ଏକ ସୂତା ସାହାଯ୍ୟରେ ଗୋଟିଏ ଲୁହାକଣ୍ଟାକୁ ବାନ୍ଧି ପରୀକ୍ଷାନଳୀ Aରେ ବୁଡାଅ; ୨୦ ମିନିଟ୍ ପରେ ଲୁହାକଣ୍ଟା ଉପରିଭାଗରେ ଏବଂ କପର ସଲଫେଟ୍ ଦ୍ରବଣରେ କି ପରିବର୍ତ୍ତନ ଘଟିଛି ତାକୁ ଲକ୍ଷ୍ୟକରାଯାଉ । ପରୀକ୍ଷାନଳୀ A ଓ B ମଧ୍ୟରେ ଥିବା ଦ୍ରବଣର ନୀଳରଙ୍ଗ ଅପସରିଯାଇଛି । ସେହିପରି A ରେ ଓ Bରେ ଥିବା ଲୁହାକଣ୍ଟାର ରଙ୍ଗର ତୁଳନା କରାଯାଉ । Aରେ ଥିବା ଲୁହାକଣ୍ଟାର ରଙ୍ଗ ଧୂସରବର୍ଣ୍ଣ ପାଲଟି ଯାଇଛି । କାହିଁକି ଲୁହାକଣ୍ଟା ଧୂସରବର୍ଣ୍ଣ ହେଲା ଓ କପର ସଲଫେଟ୍ ଦ୍ରବଣର ବର୍ଣ୍ଣ ଉଭେଇଗଲା ଜାଣିଛ କି ?
ଏହି ପ୍ରତିକ୍ରିୟାରେ ଗୋଟିଏ ମୌଳିକ ଲୁହା ଅନ୍ୟ ଏକ ମୌଳିକ ତମ୍ବାକୁ କପର ସଲଫେଟ୍ ଦ୍ରବଣ ମଧ୍ୟରୁ ବିସ୍ଥାପିତ କରିଛି । ଏହି ପ୍ରତିକ୍ରିୟା ବିସ୍ଥାପକ ପ୍ରତିକ୍ରିୟାର ଅନ୍ତର୍ଭୁକ୍ତ ।
ଯେଉଁ ପ୍ରତିକ୍ରିୟାରେ ଗୋଟିଏ ମୌଳିକ, ଅନ୍ୟଏକ ଯୌଗିକରେ ଥିବା ଏକ ମୌଳିକକୁ ବିସ୍ଥାପିତ କରେ ତାକୁ ବିସ୍ଥାପନ ପ୍ରତିକ୍ରିୟା କୁହାଯାଏ ।
ଉଦାହରଣ : Zn(S) + CuS(Aq) + Cu(S)
Pb(S) + Cu(aq) à Pb(aq) + Cu (S)
ଯେହେତୁ, Zn ଓ Pb, କପର ଧାତୁ ଠାରୁ ଅଧିକ କ୍ରିୟାଶୀଳ, ତେଣୁ ସେମାନେ କପର ଯୌଗିକରୁ କପରକୁ ବିସ୍ଥାପିତ କରନ୍ତି ।
ଦ୍ଵିବିସ୍ଥାପନ ପ୍ରତିକ୍ରିୟା
ଦୁଇଟି ପରୀକ୍ଷାନଳୀ ନେଇ ସେମାନଙ୍କୁ A ଓ B ନାମରେ ଚିହ୍ନିତ କରାଯାଉ । ପରୀକ୍ଷା ନଳୀ Aରେ 4ml ସୋଡିୟମ ସଲଫେଟ୍ ଦ୍ରବଣ ଏବଂ ପରୀକ୍ଷା ନଳୀ Bରେ 4ml ବେରିୟମକ୍ଲୋରାଇଡ ଦ୍ରବଣ ନିଆଯାଉ । ବର୍ତ୍ତମାନ କ’ଣ ପରିବର୍ତ୍ତନ ଲକ୍ଷ୍ୟ କରୁଛ ? ଏକ ଧଳାପଦାର୍ଥ ଅବଶେଷ ସୃଷ୍ଟି ହେଉଛି ।
(aq) + Ba(aq) à Ba(S) + 2NOCl (aq)
ଆୟନ ଓ ଆୟନ ମଧ୍ୟରେ ପ୍ରତିକ୍ରିୟାଟି Ba ନାମକ ଧଳା ଅବଶେଷ ସୃଷ୍ଟି ହେଲା । ଅନ୍ୟ ଉତ୍ପାଦ NaCl ଦ୍ରବଣ ମଧ୍ୟରେ ରହିଗଲା । ଯେଉଁ ରାସାଯନିକ ପ୍ରତିକ୍ରିୟାରେ ପ୍ରତିକାରକ ମଧ୍ୟରେ ଆୟନର ଅଦଳବଦଳ ହୁଏ ତାକୁ ଦ୍ଵିବିସ୍ଥାପନ ପ୍ରତିକ୍ରିୟା କୁହାଯାଏ ।
କାରଣ ଓ ନିରାକରଣ
ଜାରଣ ପ୍ରତିକ୍ରିୟା ଜାଣିବା ପାଇଁ ଆସ ଏକ ପରୀକ୍ଷା କରିବା ।
ତୁମପାଇଁ କାମ
ଏକ ଚାଇନା ପାତ୍ରରେ ୨ଗ୍ରାମ ତମ୍ବାଗୁଣ୍ଡ ନେଇ ଖୁବ୍ ଜୋରରେ ଉତ୍ତପ୍ତ କରାଯାଉ ।
ଦେଖାଯିବ ତମ୍ବା ଗୁଣ୍ଡ କଳା ପଡିଯାଇଛି, କାରଣ ତମ୍ବାସହ ଅମ୍ଳଜାନ ଯୁକ୍ତ ହେଲେ ତମ୍ବା ଅକ୍ସାଇଡ ସୃଷ୍ଟିହୁଏ ଯାହାର ରଙ୍ଗ କଳା ଅଟେ ।
ଏହି କଳାରଙ୍ଗର ପାଉଡର (CuO) ଉପରେ ଉଦଜାନ ଗ୍ୟାସ ପ୍ରବାହ କଲେ, କଳା ରଙ୍ଗର ପାଉଡର ଉପରିଭାଗ ଧୂସର ବର୍ଣ୍ଣ ହୋଇଯାଇଛି, ଯାହାକି ତମ୍ବାର ମୂଳ ବର୍ଣ୍ଣ ଅଟେ ।
ସମୀକରଣ : CuO(S) + (g) à CuS(S) + (l)
ପ୍ରତିକ୍ରିୟା (୨୧) ରେ ତମ୍ବା, ଅମ୍ଳଜାନ ଗ୍ରହଣ କରି ଜାରିତ ହୋଇଛି ପ୍ରତିକ୍ରିୟା (୨୨)ରେ କପର ଅକ୍ସାଇଡ, ଅମ୍ଳଜାନ ତ୍ୟାଗ କରି ବିଜାରିତ ହୋଇଛି । ଏହି ପ୍ରତିକ୍ରିୟାରେ ଉଦଜାନ, ଅମ୍ଳଜାନକୁ ଗ୍ରହଣ କରି ଜାରିତ ହୋଇଛି ।
ପ୍ରତିକ୍ରିୟାରେ ଯେତେବେଳେ ଏକ ପଦାର୍ଥ ଅମ୍ଳଜାନ ଗ୍ରହଣକରେ ତାକୁ ଜାରଣ ଏବଂ ଯେତେବେଳେ ଏକ ପଦାର୍ଥ ଅମ୍ଳଜାନ ତ୍ୟାଗ କରେ ତାକୁ ବିଜାରଣ କୁହାଯାଏ ।
ଏହି ପ୍ରତିକ୍ରିୟାରେ ଏକ ପ୍ରତିକାରକ ଜାରିତ ହୁଏ ଏବଂ ଅନ୍ୟଏକ ବିଜାରିତ ହୁଏ । ଏହି ପ୍ରତିକ୍ରିୟାକୁ ଜାରଣ – ବିଜାରଣ କୁହାଯାଏ । ଏହାକୁ ନିମ୍ନ ପ୍ରକାରରେ ଲେଖିହେବ,
ଉକ୍ତ ବ୍ୟବସ୍ଥାରେ CuO ଅମ୍ଳଜାନ ଯୋଗାଏ, ତେଣୁ ଏହା ଏକ ଜାରକ ଏବଂ ଉଦଜାନ ଏହି ଅମ୍ଳଜାନକୁ ଗ୍ରହଣ କରୁଥିବାରୁ ଏହା ଏକ ବିଜାରକ । ଏକ ଜାରଣ – ବିଜାରଣ ପ୍ରତିକ୍ରିୟାରେ ଏକ ଜାରକ, ବିଜାରିତ ହୁଏ ଏବଂ ଏକ ବିଜାରକ ଜାରିତ ହୁଏ ।
ଜାରଣ – ବିଜାରଣର ଉଦାହରଣ :
ZnO(S) + C(S) à Zn(S) + CO(g)
Mn(S) +4HCl (aq) à Mn(aq) + 2O (l) + (g)
କାରଣ ବିଜାରଣ ପ୍ରତିକ୍ରିୟାରେ ଏକ ପଦାର୍ଥ ଜାରିତ ହୁଏ ଏବଂ ଅନ୍ୟଟି ବିଜାରିତ ହୁଏ । ଜାରଣ ବିନା ବିଜାରଣ କିମ୍ବା ବିଜାରଣ ବିନା ଜାରଣ ହୋଇପାରିବ ନାହିଁ । ଏହି ଅଧ୍ୟାୟରେ ଜାରଣ – ବିଜାରଣ ପ୍ରତିକ୍ରିୟାରେ ଇଲେକଟ୍ରନ ଗ୍ରହଣ ଏବଂ ଇଲେକଟ୍ରନ ତ୍ୟାଗ ବିଷୟରେ ବିଷଦ ଭାବରେ ବୁଝାଯିବ ।
ଜାରଣ – ବିଜାରଣ ପ୍ରତିକ୍ରିୟାରେ ଇଲେକଟ୍ରନ ଗ୍ରହଣ ଓ ଇଲେକଟ୍ରନ ତ୍ୟାଗ
ଜାରଣ – ବିଜାରଣ ପ୍ରତିକ୍ରିୟାରେ ଅମ୍ଳଜାନ ଗ୍ରହଣ ଓ ଉଦଜାନ ତ୍ୟାଗ କରିବା ବିଷୟରେ ପଢିଲେ । ଜାରଣ ବିଜାରଣ ପ୍ରତିକ୍ରିୟା କେତେକ ନିର୍ଦ୍ଧିଷ୍ଟ ପ୍ରକ୍ରିୟାରେ ସୀମିତ ରହିଲା ।
ନିମ୍ନ ପ୍ରତିକ୍ରିୟା ଗୁଡିକୁ ଲକ୍ଷ୍ୟକରାଯାଉ :
Cu(s) + (s) à (s)
Fe(s) + S(s) à Fes(s)
ଏହି ପ୍ରତିକ୍ରିୟାରେ ଅମ୍ଳଜାନ ଗ୍ରହଣ ବା ଉଦଜାନ ତ୍ୟାଗ ବିଷୟରେ ଉଲ୍ଲେଖ ନାହିଁ । ପ୍ରତିକ୍ରିୟା Cu(s) + (s) à (s)
କୁ ନିମ୍ନ ଦୁଇଟି ସୋପାନରେ ଲେଖିହେବ –
ସୋପାନ ୧ : Cu à +
ସୋପାନ ୨ : + à
ସୋପାନ (୧) ରେ ଏକ ତମ୍ବା ପରମାଣୁ ୨ଟି ଇଲେକଟ୍ରନ ତ୍ୟାଗ କରି Cupric ion ଏବଂ
ସୋପାନ (୨) ରେ Iodine ୨ଟି ଇଲେକଟ୍ରନ ଗ୍ରହଣ କରି ୨ଟି Iodine ଆୟନରେ ପରିଣତ ହୁଏ ।
ଏଠାରେ ତମ୍ବା ଇଲେକଟ୍ରନ ତ୍ୟାଗ କରି ଜାରିତ ହେଲା ଏବଂ ଆଇଓଡିନ ଇଲେକଟ୍ରନ ଗ୍ରହଣ କରି ବିଜାରିତ ହେଲା । ଯେଉଁ ପ୍ରତିକ୍ରିୟାରେ ପଦାର୍ଥ ଇଲେକଟ୍ରନ ତ୍ୟାଗକରେ ତାକୁ ଜାରଣ ଓ ଯେଉଁ ପଦାର୍ଥ ଇଲେକଟ୍ରନ ଗ୍ରହଣ କରେ ତାକୁ ବିଜାରଣ ପ୍ରତିକ୍ରିୟା କୁହାଯାଏ । ପ୍ରତିକ୍ରିୟାବେଳେ ଯେଉଁ ପଦାର୍ଥ ଅନ୍ୟପକ୍ଷକୁ ଜାରିତ କରେ ତାକୁ ଜାରକ ଓ ଯେଉଁ ପଦାର୍ଥ ଅନ୍ୟ ପଦାର୍ଥକୁ ବିଜାରିତ କରେ ସେହି ପଦାର୍ଥକୁ ବିଜାରିତ କୁହାଯାଏ । ପ୍ରତିକ୍ରିୟାବେଳେ ବିଜାରକ ନିଜେ ଜାରିତ ହୁଏ । ପ୍ରତିକ୍ରିୟା (୨୫)ରେ ତମ୍ବା ବିଜାରକ ପଦାର୍ଥ ଏବଂ ଆଇଓଡିନ ଜାରକ ପଦାର୍ଥ ରୂପେ କାର୍ଯ୍ୟ କରନ୍ତି । ପ୍ରତିକ୍ରିୟା (୨୬) ଏହିପରି ଲେଖାଯାଇପାରିବ :
ସୋପାନ (୧) : Fe à +
ସୋପାନ (୨) S + à
ଏଠାରେ ଜିଙ୍କ୍ ଇଲେକଟ୍ରନ ତ୍ୟାଗ କରି (aq) । Zn ଦ୍ଵାରା ତ୍ୟାଗ ହୋଇଥିବା ଇଲେକଟ୍ରନ ଦ୍ଵାରା ଗୃହୀତ ହୋଇ Cu ରେ ପରିଣତ ହୁଏ । ଏହି ପ୍ରଶସ୍ତ ସଜ୍ଞା ଅନ୍ୟ ଅନେକ ପ୍ରତିକ୍ରିୟା ପାଇଁ ପ୍ରଯୋଜ୍ୟ ।
ଦୈନନ୍ଦିନ ଜୀବନରେ ଜାରଣ-ବିଜାରଣ ପ୍ରତିକ୍ରିୟାର ପ୍ରଭାବ
ପୂର୍ବ ଅଧ୍ୟାୟରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରତିକ୍ରିୟା ବିଷୟରେ ପଢିଛେ । ଏହି ପ୍ରତିକ୍ରୟା ମଧ୍ୟରୁ ଜାରଣ ପ୍ରତିକ୍ରିୟା ଆମ ଜୀବନରେ ବେଶୀ ଦରକାର । ବାଣିଜ୍ୟ ପ୍ରାଧାନ୍ୟ ଦୃଷ୍ଟିରୁ ସଂକ୍ଷାରଣ ବିଷୟରେ ଆମେ ଆଲୋଚନା କରିବା । ଆମର ଖାଦ୍ୟ ଓ ଖାଦ୍ୟ ଉପଯୋଗୀ ପଦାର୍ଥ ସହ ରହଣୀୟ ଅବସ୍ଥାର ସିଧାସଳଖ ସମ୍ପର୍କ ଥିବାରୁ ଏହା ବିଷୟରେ ଜାଣିବା ପ୍ରଣିଧାନ ଯୋଗ୍ୟ । ଏହି ଉଭୟ ସଂକ୍ଷାରଣ ଓ ରହଣୀୟ ଜାରଣ – ବିଜାରଣ ପ୍ରତିକ୍ରିୟାର ଫଳାଫଳ ଅଟେ ।
ବ୍ୟାକ୍ଟେରିଆକୁ ନଷ୍ଟ କରିପାରୁଥିବା ପଦାର୍ଥକୁ ବିଶୋଧନ ବା ବ୍ୟାକ୍ଟେରୀସାଇଡ ବା ଆଣ୍ଟିସେପ୍ଟିକ କୁହାଯାଏ ଅଧିକ ପ୍ରଭାବଶାଳୀ ବିଶୋଧନଗୁଡିକ ଅଧିକ ଜାରଣକାରୀ । ଏକ ଶୋଧନ ରଙ୍ଗୀନ ପଦାର୍ଥ ଗୁଡିକୁ ଜାରିତ କରି ଅନ୍ୟ ରଙ୍ଗହୀନ ପଦାର୍ଥରେ ପରିଣତ କରେ । ଅଧିକାଂଶ ବିଶୋଧକ ଏପରିକି କ୍ଲୋରିନ ଯାହା ବିଭିନ୍ନ ରୂପରେ ଯଥା କଠିନ ଯୌଗିକ ଅବସ୍ଥାରେ କାଲସିୟମ ହାଇପୋକ୍ଲୋରାଇଡ Ca( ରୂପେ ଜାରକ ଭାବରେ ପ୍ରାପ୍ତ । ୱେଲଡିଂ ଓ ଧାତୁ କାଟିବାରେ ବ୍ୟବହୃତ ଅକ୍ସି-ଏସିବିଲିନ୍ ଟର୍ଚ୍ଚରେ ଏସିବିଲିନ୍ ଜାରିତ ହୁଏ ଏବଂ ପ୍ରଚୁର ଟାପ ଉତ୍ପନ୍ନ କରେ । |
ସଂକ୍ଷାରଣ
ସଂକ୍ଷାରଣ ଏକ ନଷ୍ଟକାରୀ ରାସାୟନିକ ପ୍ରଣାଳୀ ଯେଉଁଥିରେ ଧାତୁଗୁଡିକ ବାୟୁ ଓ ଜଳୀୟବାଷ୍ପର ଉପସ୍ଥିତିରେ ଜାରିତ ହୁଅନ୍ତି । ଲୁହାରେ କଳଙ୍କି ଲାଗିବା, ରୂପାର ନିଷ୍ପ୍ରଭତା, ପିତ୍ତଳ, ବ୍ରୋଞ୍ଚ, ତମ୍ବା ଉପରେ ସବୁଜ ବର୍ଣ୍ଣର ଲେପ ଲାଗିବା ପ୍ରଭୃତି ସଂକ୍ଷାରଣର କେତେକ ଉଦାହରଣ । ଏହା ପୋଲ, ଜାହାଜ, କାର ଏବଂ ଅନ୍ୟାନ୍ୟ ମେସିନ୍ ଯାହାକି ଲୁହା କିମ୍ବା ଷ୍ଟିଲରେ ନିର୍ମିତ, ସେଗୁଡିକର ପ୍ରଭୃତ କ୍ଷତି ଘଟାଏ । ଏଥିପାଇଁ କ୍ଷତି ଓ କ୍ଷତ ନହେବା ପାଇଁ ଚେଷ୍ଟାରେ ଅନେକ କୋଟି ଟଙ୍କା ଏକ ବର୍ଷରେ ଖର୍ଚ୍ଚହୁଏ । ଆମପରି ଉନ୍ନତି ଶୀଳ ଦେଶ ପାଇଁ ସଂକ୍ଷାରଣ ରୋକିବା ପାଇଁ ଏକ ବଡ ଆହ୍ଵାନ ।
ତୁମ ପାଇଁ କାମ
ତିନୋଟି ଛୋଟ ବିକର ନେଇ ‘କ’, ‘ଖ’, ‘ଗ’ ନାମ ଦିଆଯାଉ । ପ୍ରତ୍ୟକ ବିକରରେ ୨ଗ୍ରା.ର ଲୁହା କଣ୍ଟା ରଖାଯାଉ । ବିକର ‘କ’ରେ କିଛି ନ ମିଶାଇ ଏହା ଉପରେ କେବଳ କାଚ ଘୋଡଣି ରଖାଯାଉ । ବିକର ଖ ରେ ଅଳ୍ପଜଳ ନେଇ ଖୋଲା ରଖାଯାଉ । ବିକର ‘ଗ’ ରେ ଜଳଦେଇ ଲୁହାକଣ୍ଟାକୁ ସମ୍ପୂର୍ଣ୍ଣ ଘୋଡାଇ ରଖାଯାଉ ,
ପ୍ରତ୍ୟକ ବିକରକୁ ୩ଦିନ ପର୍ଯ୍ୟନ୍ତ ଏହି ପରି ଅବସ୍ଥାରେ ରଖାଯାଉ । ପ୍ରତ୍ୟକ ବିକରକୁ ଲକ୍ଷ୍ୟକରାଯାଉ । ବିକର ‘କ’ ରେ ଥିବା ଲୁହାକଣ୍ଟା ପ୍ରଭାବିତ ହୋଇନାହିଁ । ବିକର ‘ଖ’ ରେ ଥିବା କଣ୍ଟା କଳଙ୍କି ଲାଗିଛି ଏବଂ ବିକର ‘ଗ’ ରେ ଥିବା କଣ୍ଟା ପ୍ରଭାବିତ ହୋଇନାହିଁ ।
କଳଙ୍କି ନଲାଗିବାର ଉପାୟ :
ଧାତୁଗୁଡିକ କଳଙ୍କି ନଲାଗିବାପାଇଁ ବିଭିନ୍ନ ଉପାୟ ଅଛି ବିଶେଷତଃ ଲୁହାରେ କଳଙ୍କି ନଲାଗିବ ଯଥା :
ଖାଦ୍ୟ ଅମ୍ଳିକରଣ
ତେଲ ବା ଚର୍ବିଥିବା ଖାଦ୍ୟକୁ ବହୁତ ସମୟରଖି ଖାଇବା ସୁଙ୍ଘିଥିବା ଅନୁଭୂତି ଥିବ । ତଟକା ଓ ବାସୀ ତେଲ ବା ଘିଅ ମଧ୍ୟରେ ପାର୍ଥକ୍ୟ ଅଛି । ଏହା କାହିଁକି ଘଟେ ? ତେଲ ଓ ଚର୍ବି ଜାରିତ ହୁଏ ଏବଂ ଅମ୍ଳ ସୃଷ୍ଟି ହୁଏ । ଏହି ଅମ୍ଳ ଦୁର୍ଗନ୍ଧ ଓ ଅମ୍ଳିକୃତ କରାଏ । ବହୁଖାଦ୍ୟ ପଦାର୍ଥ ତେଲରେ ରନ୍ଧାଯାଏ ବା ଭଜାଯାଏ । ଏଗୁଡିକୁ ପାତ୍ରରେ ବାୟୁରୁଦ୍ଧ କରି ରଖି ବିକ୍ରି କରାଯାଏ । ବାୟୁ ରୁଦ୍ଧି ପାତ୍ରରେ ଖାଦ୍ୟ ରଖିବା ଦ୍ଵାରା ତାହା ଜାରଣ ପ୍ରକ୍ରିୟାକୁ ବିଳମ୍ବିତ କରେ । ଯେଉଁ ଖାଦ୍ୟରେ ତେଲ ଓ ଘିଅ ଥାଏ, ସେଗୁଡିକୁ ବନ୍ଦ କରିବା ପାଇଁ ସେଥିରେ ଆଣ୍ଟିଜାରକ ବ୍ୟବହାର କରାଯାଏ । ଟିପ୍ସ ପ୍ରସ୍ତୁତକାରୀ ମାନେ ଫ୍ଲାକ୍ସବ୍ୟାଗରେ ଟିପ୍ସସହ ଯବକ୍ଷାରଜାନ ମିଶାଇ ରଖିଥାଆନ୍ତି କାରଣ ଏହା ତେଲର ଜାରଣକୁ ପ୍ରତିହତ କରେ ।
ଆଧାର : ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା
Last Modified : 1/26/2020