ପରମାଣୁର ଗଠନ ଡାଲଟନଙ୍କ ତତ୍ତ୍ଵ ଅନୁସାରେ ଭିନ୍ନ ଭିନ୍ନ ମୌଳିକର ପରମାଣୁ ଭିନ୍ନ ଏବଂ ରାସାୟନିକ ପ୍ରତିକ୍ରିୟାରେ ପରମାଣୁ ଗୁଡିକ ପ୍ରତିକ୍ରିୟା ଘଟିଥିବା ପଦାର୍ଥରେ ସଜାହୋଇ ରହିଥାଆନ୍ତି । ପରମାଣୁ କ୍ଷୁଦ୍ରତମ କଣିକା ନୁହେଁ । ଯାହା ଅବିଭାଜ୍ୟ । ଏହାର ଗଠନ ଅଛି ଓ ଏହାର କଣିକା ଗୁଡିକ କ’ଣ ଏବଂ ବିଭିନ୍ନ ମୋଇଲିକର ପରମାଣୁ କାହିଁକି ଭିନ୍ନ ପଢିବା । ଏହି ଅଧ୍ୟାୟରେ ଅବପରମାଣୁର ଆବିଷ୍କାର ଯଥା ପ୍ରୋଟନ ଓ ଇଲେକଟ୍ରନ ବିଷୟରେ ଜାଣିବା ପରମାଣୁ ଗଠନ ବିଷୟରେ ବିଭିନ୍ନ ମଡେଲ ଗୁଡିକରେ ସଜାଇ ହୋଇ ରହିବାକୁ ଇଲେକଟ୍ରନ ସଂରଚନା କୁହାଯାଏ । ଏହି ସଂରଚନାରୁ ମୋଇଲିକର ପ୍ରକୃତି ବିଷୟରେ ଜାଣିହୁଏ । ଏହା ମଧ୍ୟ ରାସାୟନିକ ବନ୍ଧ ସମ୍ବନ୍ଧରେ ଧାରଣା ଦିଏ । ସପ୍ତମ ଅଧ୍ୟାୟରେ ରାସାୟନିକ ବନ୍ଧ ବିଷୟରେ ଆଲୋଚନା କରାଯାଇଛି । ଉଦ୍ଦେଶ୍ୟ ପଦାର୍ଥରେ ଚାର୍ଜିତ କଣିକାର ଉପସ୍ଥିତି । ଇଲେକଟ୍ରନ ଓ ପ୍ରୋଟନ ଆବିଷ୍କାର । ଡାଲଟନଙ୍କ ପରମାଣୁ ତତ୍ତ୍ଵ ଏହାର ବିଫଳତା । ଟମସନ୍ ଓ ରଦରଫୋର୍ଡଙ୍କ ପରମାଣୁ ମଡେଲ ଏବଂ ସେମାନଙ୍କର ନିର୍ଦ୍ଧାରିତ ସୀମା । ସଂକ୍ଷିପ୍ତରେ ବୋରଙ୍କ ପରମାଣୁ ମଡେଲ । ନିଉଟ୍ରନର ଆବିଷ୍କାର । ପ୍ରୋଟନ ଇଲେକଟ୍ରନ ଓ ନିଉଟ୍ରନର ପ୍ରକୃତିଗତ ଗୁଣ । ପାରମାଣବିକ ସଂଖ୍ୟା ୨୦ ପର୍ଯ୍ୟନ୍ତ ଥିବା ମୌଳିକ ଗୁଡିକର ବିଭିନ୍ନ କକ୍ଷରେ ଇଲେକଟ୍ରନ ସଜା ପାଇଁ ନିୟମ । ଯୋଗ୍ୟତାର ସଜ୍ଞା ଓ ଇଲେକଟ୍ରନ ସଂରଚନା ସହ ଏହାର ସମ୍ପର୍କ । ପରମାଣବିକ ସଂଖ୍ୟା ଓ ବସ୍ତୁତ୍ଵ ସଂଖ୍ୟାର ସଜ୍ଞା ଆଇସୋଟେପ ଓ ଆଲେସୋବାରର ବର୍ଣ୍ଣନା । ହାରାହାରି ପାରମାଣବିକ ପରମାଣବିକ ବସ୍ତୁତ୍ଵ ଓ ଏହାର ଆଂଶିକ ମୂଲ୍ୟ । ପରମାଣୁର ଚାର୍ଜିତ କଣିକା ଡାଲଟନଙ୍କ ତତ୍ତ୍ଵ ଅନୁଯାୟୀ ପରମାଣୁ ଅବିଭାଜ୍ୟ ଓ ଏହା ବସ୍ତୁତଵ ସଂରକ୍ଷଣ, ସ୍ଥିର ସଂଯୁକ୍ତ ନିୟମ ଏବଂ ଗୁଣାନୁପାତ ନିୟମ ବିଷୟରେ ଉଲ୍ଲେଖ କରେ । ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ କେତେକ ପରୀକ୍ଷା ଦର୍ଶାଇ ଥିଲାଯେ, ଡାଲଟନଙ୍କ ଦ୍ଵାରା ପ୍ରଦତ୍ତ ପରମାଣୁ, କ୍ଷୁଦ୍ରତ୍ତମ କଣିକା ନୁହେଁ କିମ୍ବା ଏହା ପଦାର୍ଥର ସ୍ଵତନ୍ତ୍ର କଣିକା ନୁହେଁ । ଏହା ଅନେକ କେତେକ କଣିକାର ସମଷ୍ଟି । ଏଗୁଡିକ ଇଲେକ୍ଟ୍ରନ, ପ୍ରୋଟନ ଓ ନିଉଟ୍ରନ ଅଟେ । ଇଲେକ୍ଟ୍ରନ ବିଯୁକ୍ତ ଚାର୍ଜ ଓ ପ୍ରୋଟନ ଯୁକ୍ତ ଚାର୍ଜ ବିଶିଷ୍ଟ, ନିଉଟ୍ରନ ଗୁଡିକ ଚାର୍ଜ ନିରପେକ୍ଷ । ଚାରଜିତ ଅବପରମାଣୁ କଣିକା ବିଷୟରେ ବର୍ତ୍ତମାନ ଜାଣିବା । ଇଲେକ୍ଟ୍ରନର ଆବିଷ୍କାର ୧୮୮୫ ମସିହାରେ ସାର ଉଇଲିଯମ କୃକସ ଧାତୁର ଧର୍ମ ବିଷୟରେ ଜାଣିବା ପାଇଁ କ୍ରମାଗତ ପରୀକ୍ଷା କରିଥିଲେ । ଏଥିପାଇଁ ସେ ଧାତୁକୁ ବାୟୁର ଅନୁପସ୍ଥିତିରେ କାଥୋଡ ରଶ୍ମୀ ଟ୍ୟୁବରେ ଉତ୍ତପ୍ତ କରିଥିଲେ । ଏହି ଟ୍ୟୁବ ହେଉଛି ଏକ ବାୟୁ ଶୂନ୍ୟ କାଚ ନାଲି ମଧ୍ୟରେ ଥିବା ଦୁଇଟି ଧାତବ ଇଲେକ୍ଟ୍ରୋଡ଼କୁ ଏନୋଡ କୁହାଯାଏ । ଯେତେବେଳେ କାଥୋଡ ରଶ୍ମୀ ନଳୀରେ ଅତି ଉଚ୍ଚ ଭୋଲଟେଜର ବିଦ୍ୟୁତ ପ୍ରବାହ କରାଗଲା, ଦେଖାଗଲାଯେ, କାଥୋଡ ଏକ କଣିକା ସ୍ରୋତ ସୃଷ୍ଟି କରୁଛି । ଏହି କଣିକା ଗୁଡିକୁ କାଥୋଡରୁ ବାହାରି ଏନୋଡ ଆଡକୁ ଗତି କରୁଛି ଏବଂ ଏହାକୁ କାଥୋଡ ରଶ୍ମୀ କୁହାଯାଏ । ବାହ୍ୟ ଚୁମ୍ବକୀୟ ବା ବିଦ୍ୟୁତ କ୍ଷେତ୍ରନଥିଲେ ଏହି କଣିକା ଗୁଡିକ ସରଳରେଖାରେ ଗତିକରେ । ୧୮୯୭ ମସିହାରେ ବ୍ରିଟିଶ ବୈଜ୍ଞାନିକ ସାର ଜେ.ଜେ. ଥମସନ ଦର୍ଶାଇ ଥିଲେ ଜେ ଏହି ରଶ୍ମୀ କେତେକ ବିଯୁକ୍ତ ଚାର୍ଜ ବିଶିଷ୍ଟ କଣିକାର ସମଷ୍ଟି । ଏହି ସିଦ୍ଧାନ୍ତ, ପରୀକ୍ଷାକୃତ ଅନୁଭୂତିରୁ ଜଣାଯାଇଥିଲା । ଯେତେବେଳେ ଏହି ପରୀକ୍ଷା ଏକ ବାହ୍ୟ ବୈଦ୍ୟୁତିକ କ୍ଷେତ୍ର ଉପସ୍ଥିତିରେ କରାଯାଇଥିଲା । କାଥୋଡ ରଶ୍ମୀର ଧର୍ମ କାଥୋଡ ରଶ୍ମୀ ସରଳରେଖାରେ ଗତିକରେ । କାଥୋଡ ରଶ୍ମିରେ ଥିବା କଣିକା ବସ୍ତୁତଵ ଓ ଗତିଜ ଶକ୍ତିବହନ କରେ । କାଥୋଡ ରଶ୍ମିକଣିକା ବିଯୁକ୍ତ ଚାର୍ଜ ବିଶିଷ୍ଟ ଓ ବାହ୍ୟ ବୈଦ୍ୟୁତିକ କ୍ଷେତ୍ରରେ ଥିବା ଯୁକ୍ତ ଚାରଜିତ ପ୍ଲେଟ ଦ୍ଵାରା ଆକୃଷ୍ଟ ହୁଏ । ଏହି କ୍ୟାଥୋଡ ରଶ୍ମୀର ଧର୍ମ, କ୍ୟାଥୋଡ ରଶ୍ମୀ ନଳୀରେ ନିଆଯାଇଥିବା ଗ୍ୟାସ ଓ କ୍ୟାଥୋଡ ଏବଂ ଏନୋଡରେ ନିଆଯାଇଥିବା ଧାତୁ ଉପରେ ନିର୍ଭର କରେ ନାହିଁ । ସବୁ କ୍ଷେତ୍ରରେ ଚାରଜିତ ବସ୍ତୁତ୍ଵର ଅନୁପାତ (୧/୩) ସମାନଥିବା ଦେଖାଗଲା । କାଥୋଡ ରଶ୍ମି କାଥୋଡରୁ ଏନୋଡ ଆଡକୁ ସରଳରେଖାରେ ଗତିକରେ ଏହି ବୈଦ୍ୟୁତିକ କ୍ଷେତ୍ରଥିଲେ ଏହା ଯୁକ୍ତ ଅଗ୍ର ଆଡକୁ ଆକୃଷ୍ଟ ହୁଏ । ଏହି ହାତବ ରଶ୍ମିରେ ଥିବା କଣିକା ଗୁଡିକୁ ପରେ ଇଲେକ୍ଟ୍ରନ କୁହାଗଲା । କାଥୋଡ ରଶ୍ମିପାଇଁ ବ୍ୟବହୃତ ଧାତବ ପଦାର୍ଥ କିମ୍ବା କାଥୋଡ ରଶ୍ମି ନଳୀରେ ବ୍ୟବହୃତ ଗ୍ୟାସ ଉପରେ ଏହାର ପ୍ରକୃତି ନିର୍ଭର କରେନାହିଁ । ତେଣୁ ଥମସନ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ସବୁ ପରମାଣୁ ମଧ୍ୟରେ ଇଲେକ୍ଟ୍ରନ ଅଛି, ତେଣୁ ଡାଲଟନଙ୍କ ପରମାଣୁ ତତ୍ତ୍ଵ ଭୁଲ ପ୍ରମାଣିତ ହେଲା । ଏହି ସିଦ୍ଧାନ୍ତ ଏକ ପ୍ରଶ୍ନ ସୃଷ୍ଟିକରେ । ପରମାଣୁ ଯଦି ବିଭାଜିତ ତେବେ ଏହାର କଣିକା ଗୁଡିକ କ’ଣ ? ପରମାଣୁ ଗଠନ କରୁଥିବା କଣିକା ଗୁଡିକୁ ଅବପରମାଣୁ କୁହାଯାଏ । ଯେହେତୁ ପରମାଣୁ ବିଦ୍ୟୁତ ନିରପେକ୍ଷ, ତେଣୁ ଆମେ ଆଶା କରିବା ଯେ ଏଥିରେ ନିଶ୍ଚୟ ଏକ ଯୁକ୍ତ ଚାର୍ଜ ବିଶିଷ୍ଟ କଣିକା ଅଛି ଯାହା ବିଯୁକ୍ତ ଚାର୍ଜ ବିଶିଷ୍ଟ କଣିକା ଇଲେକ୍ଟ୍ରନକୁ ପ୍ୟଶମିତ କରୁଛି । ପ୍ରୋଟନର ଆବିଷ୍କାର ଇଲେକ୍ଟ୍ରନ ଆବିଷ୍କାର ବହୁପୂର୍ବରୁ ୧୮୮୬ରେ ଉଇଜେନ ଗୋଲ୍ଡଷ୍ଟାଇନ ଏକ ଛିଦ୍ରଯୁକ୍ତ କାଥୋଡକୁ ଅଳ୍ପଚାପରେ ଥିବା ଏକ ନିଃସ୍ରବ ନଳ ମଧ୍ୟରେ ନେଇ ଏକ ପରୀକ୍ଷା କରିଥିଲେ । ଯେତେବେଳେ ଉଚ୍ଚ ଭୋତେଜ ଇଲେକ୍ଟ୍ରୋଡ ମାଧ୍ୟମରେ ପ୍ରବାହ କରାଗଲା, ଏକ ନିସ୍କ୍ରଭ ଲାଲ ଜ୍ୟୋତି କାଥୋଡ ପଛପଟେ ଦେଖାଗଲା । କାଥୋଡ ରଶ୍ମିର ବିପରୀତ ଦିଗରେ ଅନ୍ୟଏକ ରଶ୍ମି ବା ଯୁକ୍ତ ରଶ୍ମି କୁହାଗଲା । ଏହି ରଶ୍ମି ଯୁକ୍ତ ଚାର୍ଜ ବିଶିଷ୍ଟ ଏବଂ ଏହାକୁ Rays କୁହାଗଲା । ଏହି କାରଣ ଏଗୁଡିକ ଛିଦ୍ରଯୁକ୍ତ କାଥୋଡମଧ୍ୟରେ ଛିଦ୍ର ମଧ୍ୟଦେଇ ଗତିକରେ । ନିମ୍ନ ଅନୁଭୂତି ଗୁଡିକ ଏନୋଡ ରଶ୍ମି ବିଷୟରେ ଜଣାଗଲା: କାଥୋଡ ରଶ୍ମିପରି ଏହି ଏନୋଡ ରଶ୍ମି ସରଳରେଖାରେ ଗତିକରେ ଏନୋଡ ରଶ୍ମିରେ ଥିବା କଣିକା ଗୁଡିକରେ ବସ୍ତୁତ୍ଵ ଓ ଗତିଜ ଶକ୍ତି ଅଛି । କାନାଲର ସ୍ଥିର କଣିକା ଗୁଡିକ ଇଲେକ୍ଟ୍ରନ ଠାରୁ ବହୁ ଅଧିକ ଭାରି ଓ ଯୁକ୍ତ ଚାର୍ଜ ବହନ କରେ । କଣିକା ଗୁଡିକରେ ଥିବା ଯୁକ୍ତ ଚାର୍ଜ, ଇଲେକ୍ଟ୍ରନରେ ଥିବା ପୂର୍ଣ୍ଣ ସଂଖ୍ୟାର ଗୁଣିତକ ଅଟେ । ଏନୋଡ ରଶ୍ମିର ପ୍ରକୃତି ଓ କେଉଁ ପ୍ରକାର କଣିକା ଏଥିରେ ଅଛି, ତାହା ନିଃସ୍ରବନଳୀ ମଧ୍ୟରେ ଥିବା ଗ୍ୟାସ ଉପରେ ନିର୍ଭର କରେ । କାଥୋଡ ରଶ୍ମିର ଶୂନ୍ୟ ନଳୀ ମଧ୍ୟରେ ଥିବା ଅଳ୍ପ ବାୟୁର ପ୍ରତିକ୍ରିୟା ହେତୁ ଏନୋଡ ରଶ୍ମିର ସୃଷ୍ଟି ହୁଏ । ଏହା କିପରି ହୁଏ ନିମ୍ନରେ ଦିଆଗଲା : କାଥୋଡ ରଶ୍ମିରୁ ନିର୍ଗତ ଇଲେକ୍ଟ୍ରନ ନଳୀ ମଧ୍ୟରେ ଥିବା ଗ୍ୟାସର ନିଷ୍କ୍ରିୟ ପରମାଣୁ ସହ ଧକ୍କା ହୁଏ ଏବଂ ସେଥିରେ ଥିବା ଏକ ବା ଏକାଧିକ ଇଲେକ୍ଟ୍ରନ ବାହାର କରିଦିଏ । ଏହା ଯୁକ୍ତ ଚାର୍ଜଯୁକ୍ତ କଣିକା ଗୁଡିକୁ ଛାଡି ଦିଏ ଯାହାକି କାଥୋଡ ଆଡକୁ ଗତିକରେ । ଯେତେବେଳେ କାଥୋଡ ରଶ୍ମି ନଳୀ ମଧ୍ୟରେ ଉଦଜାନ ଗ୍ୟାସ ଥାଏ, ସେତେବେଳେ କାନାଲ ରନ୍ଧ୍ରରୁ ମିଳୁଥିବା କଣିକା ଗୁଡିକର ପରିମାଣ ସର୍ବାଧିକ ଏବଂ ତାହାର ଚାର୍ଜ ଓ ବସ୍ତୁତ୍ଵର ଅନୁପାତ (୧/୩) ସର୍ବାଧିକ ଅଟେ । ରଦର ଫୋର୍ଡ ଦର୍ଶାଇଥିଲେ ଯେ ଏହି କଣିକା ଗୁଡିକ ଉଦଜାନ ଆୟନ ଦ୍ଵାରା ଚିହ୍ନିତ ହେଲା । ଏହି କଣିକା ଗୁଡିକର ନାମ ପ୍ରୋଟନ ଓ ଏହା ପ୍ରତ୍ୟକ ପଦାର୍ଥରେ ଅଛି । ଥମସନ ଓ ଗୋଲ୍ଡଷ୍ଟାଇନଙ୍କ ପରୀକ୍ଷାରୁ ଜଣାଯାଏ ଯେ, ପରମାଣୁରେ ଦୁଇଟି କଣିକା ଅଛି ଏବଂ ଏଗୁଡିକ ବିପରୀତ ଚାର୍ଜ ବିଶିଷ୍ଟ ଏବଂ ପରମାଣୁ ବିଦ୍ୟୁତ ନିରପେକ୍ଷ, ପରମାଣୁରେ ଏହି ଦୁଇକଣିକା ମାଧ୍ୟମରେ କିପ୍ରକାର ସମ୍ପର୍କ ଅଛି ? ଦୁଇଟି ଚାରଜିତ କଣିକା ଇଲେକ୍ଟ୍ରନ ଓ ପ୍ରୋଟନ ବ୍ୟତୀତ ଅନ୍ୟ ଏକ ନିଷ୍କ୍ରିୟ କଣିକା ନିଉଟ୍ରନ ଅଛି । ପରମାଣୁର ପ୍ରାରମ୍ଭିକ ମଡେଲ ପରମାଣୁ ବିଭାଜନକ୍ଷମ ଏବଂ ଏଥିରେ ୩ଟି କଣିକା ଅଛି । ପ୍ରଶ୍ନଉଠେ ଏହି କଣିକା ଗୁଡିକ ପରମାଣୁରେ କିପରି ସଜାଇ ହୋଇ ରହିଛନ୍ତି ? ବିଭିନ୍ନ ପରୀକ୍ଷାର ଅନୁଭୂତିରୁ ପରମାଣୁ ଗଠନର ବିଭିନ୍ନ ପ୍ରଣାଳୀ ପ୍ରସ୍ତାବ ଦିଆଯାଇଛି । ସେଥିରୁ ୨ଟି ପ୍ରଣାଳୀ ଯଥା ଥମସନ ଓ ରଦର ଫୋର୍ଡଙ୍କ ପରମାଣୁ ମଡେଲ ବିଷୟରେ ଜାଣିବା । ଥମସନ ମଡେଲ ଆମେ ଜାଣିଛେ ଯେ ପ୍ରତ୍ୟକ ପଦାର୍ଥରେ ପରମାଣୁ ଅଛି ଓ ପରମାଣୁ ବିଦ୍ୟୁତ ନିରପେକ୍ଷ । ପରମାଣୁର ଏକ ଅଂଶ ଇଲେକ୍ଟ୍ରନ ଆବିଷ୍କାର କଲାପରେ ଥମସନ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ପରମାଣୁରେ ସମାନ ପରିମାଣରେ ଯୁକ୍ତ ଚାର୍ଜ ଅଛି । ଏହି ଅନୁସାରେ ସେ ପରମାଣୁ ଗଠନର ମଡେଲ ପ୍ରସ୍ତୁତ କଲେ । ତାଙ୍କର ପରମାଣୁ ମଡେଲ ଅନୁଯାୟୀ ପରମାଣୁ ଏକ ବଡ ଗୋଲକରୂପେ ନିଆଯାଇପାରେ ଯେଉଁଥିରେ ସମାନଭାବରେ ଯୁକ୍ତ ଅଛି ଏବଂ ସମାନ ପରିମାଣର ବିଯୁକ୍ତ ଚାର୍ଜ ଇଲେକ୍ଟ୍ରନ ପରମାଣୁ ମଧ୍ୟରେ ବିକ୍ଷାପ୍ତ ଭାବରେ ଅଛି । ଏହି ମଡେଲକୁ Plum Pudding Model କୁହାଯାଏ । ଇଲେକ୍ଟ୍ରନ ଗୁଡିକ Pudding ବିଯୁକ୍ତ ଚାର୍ଜ ବିଶିଷ୍ଟ Plum କୁ ଉପସ୍ଥାପନ କରେ । ଏହି ମଡେଲ ତରଭୁଜ ପରି ଯେଉଁଥିରେ ମଞ୍ଜି ଯୁକ୍ତ ଚାର୍ଜକୁ ଉପସ୍ଥାପନ କରେ ଏବଂ ମଞ୍ଜି ଇଲେକ୍ଟ୍ରନକୁ ସୁଚାଏ । ସେ ଯାହାହେଉ, ତରଭୁଜର ବହୁ ସଂଖ୍ୟକ ମଞ୍ଜି ଅଛି, କିନ୍ତୁ ପରମାଣୁରେ ସେହି ସଂଖ୍ୟକ ମଞ୍ଜି ଥାଇନପାରେ । ରଦରଫୋର୍ଡଙ୍କ ମଡେଲ ଇ. ରଦରଫୋର୍ଡ ଏବଂ ସେମାନଙ୍କର ସହଯୋଗୀ ମାନେ ରେଡିଓ ଆକ୍ଟିଭିଟି କ୍ଷେତ୍ରରେ କାର୍ଯ୍ୟ କରୁଥିଲେ । ସେମାନେ ପଦାର୍ଥ ଉପରେ ଆଲ୍ଫା କନିକାର ପ୍ରଭାବ ଲକ୍ଷ୍ୟ କରୁଥିଲେ । a-କଣିକା ହେଉଛି ଦୁଇଟି ଇଲେକ୍ଟ୍ରନ ହରାଇଥିବା ହିଲିୟମ କଣିକା । ୧୯୧୦ ମସିହାରେ (ରଦରଫୋର୍ଡଙ୍କ ତେକ୍ନିସିୟାନ) a-ରଶ୍ମି ବିଜୁରଣ ପରୀକ୍ଷା କରିଥିଲେ । ଏହା ଥମସନଙ୍କ ପରମାଣୁ ମଡେଲ ଭୁଲ୍ ବୋଲି ପ୍ରମାଣିତ କଲା । a-ରଶ୍ମି ବିଜୁରଣ ପରୀକ୍ଷା : ଏହି ପରୀକ୍ଷାରେ ରେଡିଓ ଆକ୍ଟିଭିଟି ଉତ୍ସରୁ a-କଣିକାର ଗୁଳ୍ମ ଏ ପତଳା (୦.୦୦୦୦୪ ସି.ଏମ୍ ମୋଟା) ସୁନା ପାତିଆ ଉପରେ ନିକ୍ଷେପ କଲେ । ଥମସନଙ୍କ ମଡେଲ ଅନୁଯାୟୀ ଆଶା କରାଯାଉଥିଲାଯେ a-କଣିକା ସିଧା ସଳଖ ସୁନାପାତିଆ ଭେଦକରି ଚାଲିଯିବ ଏବଂ ପାତ ପଛପଟେ ଥିବା ଫଟୋଗ୍ରାଫିକ ପ୍ଲେଟଦ୍ଵାରା ଚିହ୍ନିତ ହୋଇପାରିବ । କିନ୍ତୁ ପରୀକ୍ଷାର ପରିଣାମ ଅତି ଆଶ୍ଚର୍ଯ୍ୟ ଥିଲା । ଏହା ଜଣାଗଲା ଯେ, ଅଧବାକାଂଶ a- କଣିକା ସୁନାପାତିଆ ଭେଦ କରି ଚାଲିଗଲା । କେତେକ a-କଣିକା ଅଳ୍ପବଙ୍କେଇ ଫେରିଆସିଲା । ଅଳ୍ପକେତେକ କଣିକା ବହୁତ ବଙ୍କେଇ ଫେରିଆସିଲା । ୧୯୧୧ ମସିହାରେ ରଦରଫୋର୍ଡ x-ray ବିଚ୍ଛୁରଣ ପରୀକ୍ଷା ଫଳାଫଳ ବର୍ଣ୍ଣନାକଲେ ଏବଂ ଅନ୍ୟଏକ ପରମାଣୁ ମଡେଲ ପ୍ରସ୍ତାବ ଦେଲେ । ରଦରଫୋର୍ଡଙ୍କ ମଡେଲ ଅନୁଯାୟୀ – ପରମାଣୁର ସମସ୍ତ ଯୁକ୍ତ ଚାର୍ଜ ଓ ଏହାର ପ୍ରାୟ ସମସ୍ତ ବସ୍ତୁତ୍ଵ ନିଉକ୍ଲିୟସ ମଧ୍ୟରେ ଅଛି । ପରମାଣୁର ଅନ୍ୟ ସମସ୍ତ ଅଂଶ ପ୍ରାୟ ଶୂନ୍ୟ ଏବଂ ଏଥିରେ ଅତିକ୍ଷୁଦ୍ର ବିଯୁକ୍ତ ଚାର୍ଜ ବିଶିଷ୍ଟ କଣିକା ଇଲେକ୍ଟ୍ରନ ଅଛି । ଏହି ପ୍ରସ୍ତାବିତ ମଡେଲ ଅନୁଯାୟୀ, ବିଚ୍ଛୁରଣ ପରୀକ୍ଷାର ପରୀକ୍ଷାଲବ୍ଧ ପର୍ଯ୍ୟବେକ୍ଷଣ ବୁଝାଇ ହେବ । ପରମାଣୁ ମଧ୍ୟରେ ଥିବା ଇଲେକ୍ଟ୍ରନ ଅଞ୍ଚଳରେ ଯାଉଥିବା aକଣିକା ଗୁଡିକ ବିନା ବାଧାରେ ସିଧାସଳଖ ଗତି କରିବ । ଯେଉଁ କଣିକା ଗୁଡିକ ଯୁକ୍ତ ଚାର୍ଜ ବିଶିଷ୍ଟ ନିଉକ୍ଲିୟସ ଅଞ୍ଚଳକୁ ପ୍ରବେଶ କରିବ, ସେଗୁଡିକର ଗତିପଥ ବଦଳିଯିବ । ନିଉକ୍ଲିୟସ ସହ ଧକ୍କା ଖାଉଥିବା ଅଳ୍ପକେତେକ a-କଣିକା ବାଧାପାଇନ ଫେରି ଆସିବ । ଦ୍ରଷ୍ଟବ୍ୟ : ଏହି ମଡେଲ ଅନୁଯାୟୀ ରଦରଫୋର୍ଡ ନିଯୁକ୍ଲିୟସର ଆକାର କଳ୍ପନା କରିପାରିଲେ । ସେ ହିସାବକରି ଦେଖିଲେ ଯେ ନିଉକ୍ଲିୟସର ବ୍ୟାସାର୍ଦ୍ଧ, ପରମାଣୁର ବ୍ୟାସାର୍ଦ୍ଧର ପ୍ରାୟ ଗୁଣ କ୍ଷୁଦ୍ର । ପରମାଣୁ ଆକାର କ୍ରିକେଟ ଷ୍ଟାଡିୟମ ସଦୃଶ ହେଲେ, ନିଯୁକ୍ଲିୟସର ବ୍ୟାସାର୍ଦ୍ଧ ଷ୍ଟାଡିୟମର କେନ୍ଦ୍ରରେ ଏକ ମାଛି ସଦୃଶ ଅଟେ । ରଦରଫୋର୍ଡଙ୍କ ପରମାଣୁ ମଡେଲରେ ତୃଟି ରଦରଫୋର୍ଡଙ୍କ ପରମାଣୁ ମଡେଲ ଅନୁଯାୟୀ ବିଯୁକ୍ତ ଚାର୍ଜ ବିଶିଷ୍ଟ ଇଲେକ୍ଟ୍ରନ ଯୁକ୍ତ ଚାର୍ଜ ବିଶିଷ୍ଟ ନିଉକ୍ଲିୟସର ଚାରିପାର୍ଶ୍ଵରେ ବୃତ୍ତାକାର ପଥରେ ଘୁରେ । କିନ୍ତୁ ମାକ୍ସଡ୍ଵେଲଙ୍କ ବୈଦ୍ୟୁତିକ ଚୁମ୍ବକ ନୟମ ଅନୁଯାୟୀର ଯଦି ଏକ ଚାରଜିତ କଣିକା ଅନ୍ୟଏକ ଚାର୍ଜିତ କଣିକା ଚାରିପାଖରେ ଘୁରେ, ତେବେ ଏହା କ୍ରମାଗତ ବିକିରଣ ଜନିତ ଶକ୍ତି ହରାଏ, ଶକ୍ତି ଅରାଇଥିବା ହେତୁ ଇଲେକ୍ଟ୍ରନର ବେଗ କମିଯାଏ । ତେଣୁ ଇଲେକ୍ଟ୍ରନ ନିଉକ୍ଲିୟସ ଚାରିପାଖରେ କୁନ୍ତଳାୟିତ ଗତିକରେ ଏବଂ ଶେଷରେ ଏହା ନିଉକ୍ଲିୟସ ମଧ୍ୟକୁ ଖସିଆସେ । ଅନ୍ୟପକ୍ଷରେ କହିଲେ ପରମାଣୁଟି ସ୍ଥିର ନୁହେଁ । କିନ୍ତୁ ପରମାଣୁଟି ସ୍ଥିର ଅଟେ ଏବଂ ପୂର୍ଣ୍ଣ ପତ୍ତନ ଅବସ୍ତା ଆସେ ନାହିଁ । ତେଣୁ ରଦରଫୋର୍ଡଙ୍କ ମଡେଲ ପରମାଣୁର ସ୍ଥିରତା ବୁଝାଇବା ପାଇଁ ଅକ୍ଷମ । ପରମାଣୁରେ ବହୁ ସଂଖ୍ୟକ ଇଲେକ୍ଟ୍ରନ ଅଛି । ରଦରଫୋର୍ଡଙ୍କ ମଡେଲ, ନିଉକ୍ଲିୟସ ଚାରିପାଖରେ ଇଲେକ୍ଟ୍ରନ ଗୁଡିକ କିପରି ସଜାଇ ହୋଇ ରହିଅଛି, ତାହା ବିଷୟରେ କିଛି କୁହେ ନାହିଁ । ରଦରଫୋର୍ଡଙ୍କ ମଡେଲର ଅନ୍ୟ ଏକ ତୃଟି ହେଲା ଏହା ପରମାଣବିକ ବସ୍ତୁତ୍ଵ ଓ ପରମାଣୁ ଶକ୍ତିମାନଙ୍କ ମଧ୍ୟରେ ଥିବା ସମ୍ପର୍କ ବୁଝାଇବା ପାଇଁ ଅସାମର୍ଥ୍ୟ ପ୍ରକାଶ କରେ । ଏହି ସମସ୍ୟା ଚାଦଉଇକ, ପରମାଣୁର ତୃତୀୟ କଣିକା ନିଉଟ୍ରନ ଆବିଷ୍କାର କରି ସମାଧାନ କଲେ । ପରମାଣୁରକ ସ୍ଥିରତା ଏବଂ ଏହାର ଇଲେକ୍ଟ୍ରନ ସଜା ସମସ୍ୟା ନିଲସ ବୋରଙ୍କର ଦ୍ଵାରା ଅନ୍ୟ ଏକ ପରମାଣୁ ମଡେଲ ସାହାଯ୍ୟରେ ସମାଧିତ ହେଲା । ବୋରଙ୍କ ପରମାଣୁ ମଡେଲ ରଦରଫୋର୍ଡଙ୍କ ଛାତ୍ର ନଲସବେରା, 1913 ମସିହାରେ ରଦରଫୋର୍ଡଙ୍କ ମଡେଲର ତୃଟି ସଜାଡିବାପାଇଁ ଏକ ମଡେଲ ପ୍ରସ୍ତାବ ଦେଲେ । ବୋରଙ୍କ ପରିକଳ୍ପିତ ମଡେଲ ଦୁଇଟି ତାଙ୍କର ଦୁଇଟି ତତ୍ତ୍ଵ ଦ୍ଵାରା ଜଣାପଡିବ । ବୋରଙ୍କ ସ୍ଵୀକାର୍ଯ୍ୟ : ସୂର୍ଯ୍ୟ ଚତୁଃପାର୍ଶ୍ଵରେ ଗ୍ରହଗୁଡିକ ଏକ ନିର୍ଦ୍ଧିଷ୍ଟ କକ୍ଷପଥରେ ଘୂରିଲା ପରି, ଇଲେକ୍ଟ୍ରନ ଗୁଡିକ ନିଉକ୍ଲିୟସ ଚାରିପାଖରେ ବୃତ୍ତାକାର ପଥରେ ନିର୍ଦ୍ଧିଷ୍ଟ ଶକ୍ତି ସ୍ତରରେ ଘୂରନ୍ତି । ଏହି ପଥକୁ କକ୍ଷ ବା ଶକ୍ତି ସ୍ତର କୁହାଯାଏ । ଏହି କକ୍ଷପଥରେ ଘୂରିଲା ବେଳେ ଇଲେକ୍ଟ୍ରନ ଗୁଡିକ ଶକ୍ତି ବିକିରଣ ବା ଅବଶୋଷଣ କରନ୍ତି ନାହିଁ । ତେଣୁ ଏହି କକ୍ଷପଥକୁ ସ୍ଥିର କକ୍ଷ ବା ସ୍ଥିରାବସ୍ଥା କୁହାଯାଏ । ଏହି ସ୍ଥିରାବସ୍ଥା, ରଦରଫୋର୍ଡଙ୍କ ମଡେଲର ସ୍ଥିରତାର ସମସ୍ୟା ସମାଧାନ କରିପାରିଲା । ବୋରଙ୍କ ଦ୍ଵାରା ପରିକଳ୍ପିତ ବୃତ୍ତାକାରାର କକ୍ଷ ଯଥେଷ୍ଟ ନଥିଲା ଏବଂ ପରେ ଏହା ନିର୍ଦ୍ଧିଷ୍ଟ ଶକ୍ତି ସ୍ତରକୁ ବିଚାରକୁ ନିଆଗଲା । ବୃତ୍ତାକାର କକ୍ଷ ଦ୍ଵିପରିସର ହେଲାବେଳେ ଶକ୍ତିସ୍ତର ତ୍ରିପରିସରୀୟ ଅଟେ । ନିର୍ଦ୍ଧିଷ୍ଟ ଶକ୍ତି ବିଶିଷ୍ଟ ଶକ୍ତି ସ୍ତର ଗୁଡିକୁ K, L, M, N ଇତ୍ୟାଦି ବା ଯୁକ୍ତ ପୂର୍ଣ୍ଣସଂଖ୍ୟା ୧, ୨, ୩ ପ୍ରଭୃତି ଦ୍ଵାରା ସୂଚୀତ କରାଯାଏ । ଶକ୍ତିସ୍ତର ଗୁଡିକର ଶକ୍ତି ସଂଖ୍ୟା n ବଢିବା ସହିତ ବଢି ଚାଲେ n=1 ପାଇଁ ଶକ୍ତିସ୍ତର ସବୁଠାରୁ କମ୍ । କେଉଁ ଶକ୍ତିସ୍ତରରେ ସର୍ବାଧବକ କେତୋଟି ଇଲେକ୍ଟ୍ରନ ରହିପାରିବ ତାହା ନିୟମ ଦ୍ଵାରା ସୂଚୀତ ହୁଏ ଯେଉଁଠାରେ n= ଶକ୍ତିସ୍ତର ସଂଖ୍ୟା । ତେଣୁ ପ୍ରଥମ ଶେଲ୍ (K)(n=1) ରେ ସର୍ବାଧିକ = = 2 ଟି ଇଲେକ୍ଟ୍ରନ, ୨ୟ ଶେଲ୍ ବା LShell(n=2) ରେ = 2X = 8ଟି, ୩ୟ ବା M ଶେଲରେ ୧୮ଟି ଏବଂ ୪ର୍ଥ ଶେଲ ବା N ଶେଲରେ ୩୨ ଏହିପରି ଇଲେକ୍ଟ୍ରନ ରହିପାରିବ । ପ୍ରତ୍ୟକ ଶେଲ କେତେ ଗୁଡିଏ ଉପଶେଲ ରେ ବିଭକ୍ତି ଅଟେ । ସ୍ଵିକାର୍ଯ୍ୟ ୨: ଇଲେକ୍ଟ୍ରନ ଶକ୍ତି ଅବଶୋଷ ବା ବିକିରଣ କରି କକ୍ଷ ବା ଶକ୍ତି ସ୍ତରକୁ ବଦଳାଇ ପାରିବ । ଶକ୍ତିସ୍ତର ରେ ଥିବା ଏକ ଇଲେକ୍ଟ୍ରନ ଶକ୍ତିର ଗୋଟିଏ ଫୋଟନ ଅବଶୋଷଣ କରି ସର୍ବଶେଷ ଉଚ୍ଚଶକ୍ତିସ୍ତର କୁ ଯାଇପାରିବ, ଯେତେବେଳେ ଇଲେକ୍ଟ୍ରନ ଉଚ୍ଚ ପ୍ରାଥମିକ ସ୍କତିଷ୍ଟର ରୁ ନିମ୍ନ ଶକ୍ତି ସ୍ତର କୁ କକ୍ଷ ବଦଳାଇଥାଏ । ସେତେବେଳେ ଏହା ୨ ଶକ୍ତିର ଗୋଟିଏ ଫୋଟନ ମୁକ୍ତ କରିଥାଏ । ରଦରଫୋର୍ଡଙ୍କ ପରମାଣୁମଡେଲର ୨ଟି ଅସାମର୍ଥ୍ୟ ବୋରଙ୍କ ପରମାଣୁ ମଡେଲ ଦୂରୀଭୂତ କଲା । ତୃତୀୟ ଅସାମର୍ଥ୍ୟ ହେଲା ଏହା ପ୍ରାରମ୍ଭିକ ଭାବେ ପାରମାନବିକ ବସ୍ତୁତ୍ଵ ଓ ପରମାଣୁ ସଂଖ୍ୟାମଧ୍ୟରେ ସମ୍ପର୍କକୁ ବୁଝାଇପାରିଲା ନାହିଁ । ନିଉଟ୍ରନର ଆବିଷ୍କାର ପରେ ଏହି ସମସ୍ୟା ଦୂର ହେଲା । ନିଉଟ୍ରନ ଆବିଷ୍କାର ରଦରଫୋର୍ଡଙ୍କ ପରମାଣୁ ମଡେଲ ପାରମାଣବିକ ବସ୍ତୁତ୍ଵ ଓ ପରମାଣୁ କ୍ରମାଙ୍କ (ପ୍ରୋଟନ ସଂଖ୍ୟା) ମଧ୍ୟରେ ଥିବା ସମ୍ପର୍କ ବୁଝାଇବା ପାଇଁ ଅସମର୍ଥ ହେଲା । ତାଙ୍କ ମଡେଲ ଅନୁଯାୟୀ ହିଲିୟମ ପରମାଣୁର ବସ୍ତୁତ୍ଵ, ଉଦଜାନ ପରମାଣୁ ର ଦୁଇଗୁଣ ହେବା ଦରକାର । କିନ୍ତୁ ପ୍ରକୃତରେ ପରମାଣୁର ବସ୍ତୁତ୍ଵ ଓ ଉଦଜାନ ପରମାଣୁର ବସ୍ତୁତ୍ଵର ଅନୁପାତ ୪:୧ । ଜଣାଗଲା ଯେ ଅନ୍ୟ ଏକ ଅବପରମାଣୁ ନିଉକ୍ଲିୟସ ମଧ୍ୟରେ ଅଛି ଯାହା ନିରପେକ୍ଷ କିନ୍ତୁ ବସ୍ତୁତ୍ଵ ଅଛି । ଏହି ପ୍ରକାର କଣିକା ଜେମ୍ସ ଚାଡଉଇକ ୧୯୩୨ରେ ଆବିଷ୍କାର କରିଥିଲେ । ଏହା ବିଦ୍ୟୁତ ନିରପେକ୍ଷ ଏବଂ ଏହାର ନାମ ନିଉଟ୍ରନ ରଖାଗଲା । ଉଦଜାନ ପରମାଣୁ ବ୍ୟତୀତ ଅନ୍ୟସମସ୍ତ ପରମାଣୁର ନିଉକ୍ଲିୟସରେ ନିଉଟ୍ରନ ଅଛି । ଏହାକୁ ସଙ୍କେତ ନ ଦ୍ଵାରା ପ୍ରକାଶ କରାଯାଏ ଏବଂ ଏହାର ବସ୍ତୁତ୍ଵ ପ୍ରୋଟନର ବସ୍ତୁତ୍ଵଠାରୁ ସାମାନ୍ଯ ଅଧିକ ତେଣୁ ଯଦି ହିଲିୟମ ପରମାଣୁର ୨ଟି ପ୍ରୋଟନ ଓ ୨ ନିଉଟ୍ରନ ଅଛି ତେବେ ଏହାର ହିଲିୟନ ଓ ଉଦଜାନର ବସ୍ତୁତ୍ଵର ଅନୁପାତ ୪:୧ ହେବ । ପରମାଣୁରେ ଥିବା ୩ଟି ମୌଳିକ କଣିକାର ପ୍ରକୃତି ନିମ୍ନରେ ଦିଆଗଲା । କଣିକା ପ୍ରତୀକ ବସ୍ତୁତ୍ଵ (ଜିଗ୍ରାରେ) ପ୍ରକୃତ ଚାର୍ଜ ଜୁଲମରେ ଆପେକ୍ଷିକ ଚାର୍ଜ ଇଲେକ୍ଟ୍ରନ E ୯.୧୦୯୩୮୯ X -୧.୬୦୨୧୭୭ X -୧ ପ୍ରୋଟନ p ୧.୬୭୨୬୨୩ X ୧.୬୦୨୧୭୭ X ୧ ନିଉଟ୍ରନ n ୧.୬୭୪୯୨୮ X ୦ ୦ ପରମାଣୁ କ୍ରମାଙ୍କ ସଂଖ୍ୟା ଓ ପାରମାଣବିକ ବସ୍ତୁତ୍ଵ ପରମାଣୁର ନିଉକ୍ଲିୟସ ମଧ୍ୟରେ ଯୁକ୍ତ ଚାର୍ଜ ବିଶିଷ୍ଟ ପ୍ରୋଟନ ଓ ନିରପେକ୍ଷ କଣିକା ନିଉଟ୍ରନ ଅଛି । ପରମାଣୁରେ ଥିବା ପ୍ରୋଟନ ସଂଖ୍ୟାକୁ ପରମାଣୁ କ୍ରମାଙ୍କ କୁହାଯାଏ ଓ ଏହାକୁ ପ୍ରତୀକ z ଦ୍ଵାରା ସୂଚୀତ କରାଯାଏ । ଗୋଟିଏ ମୌଳିକର ପ୍ରତ୍ୟକ ପରମାଣୁର ଏକାପ୍ରକାର ପରମାଣୁ କ୍ରମାଙ୍କ ଥାଏ । ନିଉକ୍ଲିୟସ ବାହାର ପାର୍ଶ୍ଵରେ ଇଲେକ୍ଟ୍ର ଥାଏ । ପରମାଣୁର ବିଦ୍ୟୁତ ନିରପେକ୍ଷତା ଏହାର ନିଉକ୍ଲିୟସର ପ୍ରୋଟନ ସଂଖ୍ୟା ଓ ସମାନ ପରିମାଣ ଇଲେକ୍ଟ୍ରନ ସଂଖ୍ୟା ଯୋଗୁଁ ସମ୍ଭବ । ତେଣୁ : ପରମାଣୁ କ୍ରମାଙ୍କ = ପ୍ରୋଟନ ସଂଖ୍ୟା = ଇଲେକ୍ଟ୍ରନ ସଂଖ୍ୟା ଡାଲଟନଙ୍କ ତତ୍ତ୍ଵ ଅନୁଯାୟୀ ଭିନ୍ନ ଭିନ୍ନ ମୌଳିକର ପରମାଣୁ ଗୁଡିକ ପରସ୍ପର ଠାରୁ ଭିନ୍ନ । ଏହି ପାର୍ଥକ୍ୟ, ପରମାଣୁର ନିଉକ୍ଲିୟସରେ ଥିବା ପ୍ରୋଟନ ସଂଖ୍ୟା ହେତୁ ହୋଇଥାଏ । ଅନ୍ୟ ଅର୍ଥରେ ଭିନ୍ନ ଭିନ୍ନ ମୌଳିକରେ ସେମାନଙ୍କର ପରମାଣୁ କ୍ରମାଙ୍କର ପାର୍ଥକ୍ୟ ଥାଏ । ଉଦାହରଣ : ଉଦଜାନ ପରମାଣୁର ନିଉକ୍ଲିୟସରେ ଗୋଟିଏ ପ୍ରୋଟନ ଓ ହିଲିୟମ ନିଉକ୍ଲିୟସରେ ୨ଟି ପ୍ରୋଟନ ଥାଏ । ସେମାନଙ୍କର ପରମାଣୁ କ୍ରମାଙ୍କ ଯଥା କ୍ରମେ ୧ ଓ ୨ । ରଦରଫୋର୍ଡଙ୍କ ମଡେଲରୁ ଜଣା ଅଛି ଯେ ପରମାଣୁର ବସ୍ତୁତ୍ଵ ଏହାର ନିଉକ୍ଲିୟସରେ କେନ୍ଦ୍ରୀଭୂତ । ଏହାର କାରଣ, ନିଉକ୍ଲିୟସରେ ଥିବା ଦୁଇଟି ଭାରିକଣିକା ପ୍ରୋଟନ ଓ ନିଉଟ୍ରନ ରେ ଉପସ୍ଥିତି । ଏହି କଣିକା ଗୁଡିକୁ ନିଉକ୍ଲିୟନ କୁହାଯାଏ । ପରମାଣୁର ନିଉକ୍ଲିୟସରେ ଥିବା ନିଉକ୍ଲିୟସ ସଂଖ୍ୟାକୁ ବସ୍ତୁତ୍ଵ ସଂଖ୍ୟା କୁହାଯାଏ । ଏହାକୁ A ଦ୍ଵାରା ପ୍ରକାଶ କରାଯାଏ ଏବଂ ଏହା ମୌଳିକର ପରମାଣୁରେ ଥିବା ସମସ୍ତ ପ୍ରୋଟନ ଓ ନିଉଟ୍ରନ ସଂଖ୍ୟାର ସମଷ୍ଟି ସହ ସମାନ । ତେଣୁ ବସ୍ତୁତ୍ଵ ସଂଖ୍ୟା (A) = ପ୍ରୋଟନ ସଂଖ୍ୟା (z) + ନିଉଟ୍ରନ ସଂଖ୍ୟା (n) ଏକ ମୌଳିକ (X), ପରମାଣୁ କ୍ରମାଙ୍କ (z) ଏବଂ ବସ୍ତୁତ୍ଵ ସଂଖ୍ୟା A କୁ ନିମ୍ନପ୍ରକାରରେ ପ୍ରକାଶ କରାଯାଏ : ଉଦାହରଣ : ର ଅର୍ଥ କାର୍ବନର ପରମାଣୁ କ୍ରମାଙ୍କ ୬, ବସ୍ତୁତ୍ଵ ସଂଖ୍ୟା ୧୨ । ପରମାଣୁର ବିଭିନ୍ନ ମୋଇଲିକ କଣିକା ଗୁଡିକୁ ଏହା ସାହାଯ୍ୟରେ ହିସାବ କରିହେବ । କାର୍ବନ କ୍ଷେତ୍ରରେ ଏହି କଣିକା ଗୁଡିକୁ ଆସ ଜାଣିବା ପରମାଣୁ କ୍ରମାଙ୍କ ୬ର ଅର୍ଥ ପ୍ରୋଟନ ସଂଖ୍ୟା = ଇଲେକ୍ଟ୍ରନ ସଂଖ୍ୟା = ୬ ବସ୍ତୁତ୍ଵ ସଂଖ୍ୟା = ପ୍ରୋଟନସଂଖ୍ୟା + ନିଉଟ୍ରନ ସଂଖ୍ୟା ð ୧୨=୬+ନିଉଟ୍ରନ ସଂଖ୍ୟା ð ନିଉଟ୍ରନ ସଂଖ୍ୟା = ୧୨-୬ = ୬ ତେଣୁ ପରମାଣୁର ୬ ପ୍ରୋଟନ, ୬ ଇଲେକ୍ଟ୍ରନ ଓ ୬ ନିଉଟ୍ରନ ଅଛି । ଇଲେକ୍ଟ୍ରନ ସରଞ୍ଚନା ବିଭିନ୍ନ କକ୍ଷରେ ଇଲେକ୍ଟ୍ରନର ବଣ୍ଟନ । କେନ୍ଦ୍ରୀୟ ନିଉକ୍ଲିୟସ ଚାରିପାଖରେ ଇଲେକ୍ଟ୍ରନ ଗୁଡିକ ନିର୍ଦ୍ଧିଷ୍ଟ ପଥରେ ଯାହାକୁ କକ୍ଷ ବା ଶକ୍ତି ସ୍ତର କୁହାଯାଏ । ଘୁରନ୍ତି, ଏହି କକ୍ଷ ବା ଶକ୍ତି ସ୍ତରର ବିଭିନ୍ନ ଶକ୍ତି ଅଛି ଏବଂ ସେଗୁଡିକ ଭିନ୍ନ ସଂଖ୍ୟାର ଇଲେକ୍ଟ୍ରନ ଧାରଣ କରିପାରନ୍ତି । ପ୍ରଶ୍ନଉଠେ କକ୍ଷ ଚାରିପାଖରେ ଇଲେକ୍ଟ୍ରନ ଗୁଡିକ କିପରି ସଜାଇ ହୋଇ ରହିଛନ୍ତି । ଏହି ପ୍ରଶ୍ନର ଉତ୍ତର ବୋର ଏବଂ ବୁରିଙ୍କି ଦ୍ଵାରା ଦିଆଯାଇଥିଲା । ସେମାନଙ୍କର ଖସଡା ଅନୁଯାୟୀ ଇଲେକ୍ଟ୍ରନ ସଜା ନିମ୍ନ ନିୟମ ଦ୍ଵାରା ପରିଚାଳିତ । ପରମାଣୁର ଏହି କକ୍ଷ ବା ସ୍ତର ଗୁଡିକ K, L, M, N, O ଇତ୍ୟାଦି ବା ଧନାତ୍ମକ ପୂର୍ଣ୍ଣ ସଂଖ୍ୟା, n= 1, 2, 3....n ଇତ୍ୟାଦି ଦ୍ଵାରା ସୂଚୀତ ହୁଏ । କକ୍ଷଗୁଡିକ ଶକ୍ତିର ଉର୍ଦ୍ଧ୍ଵକ୍ରମରେ ସଜ୍ଜିତ ହୁଏ । M ସେଲର ଶକ୍ତି L ସେଲ ଅପେକ୍ଷା ଏବଂ L ସେଲର ଶକ୍ତି K ସେଲ ଅପେକ୍ଷା ଅଧିକ । ଏକ କକ୍ଷରେ ସର୍ବାଧିକ ରହିପାରୁଥିବା ଇଲେକଟ୍ରନ ସଂଖ୍ୟା ସୂତ୍ର ନିୟମ ଦ୍ଵାରା ସୂଚୀତ ହୁଏ, n=ସେଲ ବା କକ୍ଷ ସଂଖ୍ୟା । ତେଣୁ ବିଭିନ୍ନ କକ୍ଷରେ ରହିପାରୁଥିବା ଇଲେକ୍ଟ୍ରନ ସଂଖ୍ୟା ନିମ୍ନ ପ୍ରକାରର : ସର୍ବାଧିକ ସଂଖ୍ୟକ ଇଲେକ୍ଟ୍ରନ K ସେଲ ବା (n=1) = = 2 X = 2 L ସେଲରେ (n=2) = = 2 X = 8 ଏବଂ M ସେଲରେ (n=3) = = 2 X = 18 ଟି ଇଲେକ୍ଟ୍ରନ କକ୍ଷସଂଖ୍ୟା (n) ସେଲର ନାମ ସର୍ବାଧିକ କ୍ଷମତା ୧ K – Shell ୨ ୨ L – Shell ୮ ୩ M – Shell ୧୮ ୪ N – Shell ୩୨ ସେଲଗୁଡିକ ସେମାନଙ୍କର ବର୍ଦ୍ଧିତ ଶକ୍ତି ସ୍ତର ଅନୁଯାୟୀ ସଦ୍ଵିତ । ଭିତର କକ୍ଷ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଅନ୍ୟ କକ୍ଷରେ ଇଲେକ୍ଟ୍ରନ ରହିପାରିବ ନାହିଁ । ବିଭିନ୍ନ କକ୍ଷ ବା ସେଲରେ ପରମାଣୁ ଇଲେକ୍ଟ୍ରନ ଗୁଡିକର ସଜ୍ଜାକୁ ଇଲେକ୍ଟ୍ରନ ସରଞ୍ଚନା କୁହାଯାଏ । ଏହାକୁ ମନେକରି ବିଭିନ୍ନ ମୌଳିକର ବିଭିନ୍ନ କକ୍ଷରେ ଇଲେକଟ୍ରନ ସଜ୍ଜା କିପରି ହୁଏ ଆସ ଜାଣିବା । ଉଦଜାନ (H) ପରମାଣୁର ଗୋଟିଏ ଇଲେକ୍ଟ୍ରନ ଅଛି, ହାର ପ୍ରଥମ ସେଲରେ (K) ରହିବ, ଏବଂ ଏହାର ଇଲେକ୍ଟ୍ରନ ସରଞ୍ଚନା । ପରବର୍ତ୍ତୀ ମୋଇଲିକ ହିଲିୟମ (He) ର ପରମାଣୁରେ ୨ଟି ଇଲେକ୍ଟ୍ରନ ଅଛି, ତେଣୁ ଏହାର ଇଲେକ୍ଟ୍ରନ ସଂରଚନା ୨ । ଏହା ପ୍ରଥମ କକ୍ଷ (K) ରେ ରହିବ । ତୃତୀୟ ମୌଳିକ ଲିଥିୟମ (Li) ର ୩ଟି ଇଲେକ୍ଟ୍ରନ ଅଛି । ବର୍ତ୍ତମାନ ପ୍ରଥମ ସେଲ (K)ରେ ୨ଟି ଇଲେକ୍ଟ୍ରନ ଏବଂ ତୃତୀୟ ଇଲେକ୍ଟ୍ରନଟି ୨ୟ ଶେଲରେ (L), ଯାହାର ଶକ୍ତି ଅଧିକରେ ରହିବ । ତେଣୁ Li ର ଇଲେକ୍ଟ୍ରନ ସରଞ୍ଚନା ୨,୧ । ଯୋଜ୍ୟତାର ଧାରଣା ପ୍ରଥମ ୧୮ଟି ମୌଳିକର ଇଲେକ୍ଟ୍ରନ ସରଞ୍ଚନା ଆଲୋଚନା କଲେ । ଜାଣିହେବ ଯେ ବିଭିନ୍ନ ମୌଳିକର ବାହ୍ୟତ୍ତମ କକ୍ଷ ବା ଯୋଜ୍ୟତା କକ୍ଷରେ ଭିନ୍ନ ସଂଖ୍ୟାର ଇଲେକ୍ଟ୍ରନ ଅଛି । ବାହ୍ୟତ୍ତମ କକ୍ଷରେ ଥିବା ଇଲେକ୍ଟ୍ରନ ସଂଖ୍ୟାକୁ ସଂଯୋଜକ ଇଲେକ୍ଟ୍ରନ କୁହାଯାଏ । ଏହି ସଂଯୋଜକ ଇଲେକ୍ଟ୍ରନର ସଂଖ୍ୟା ଏକ ମୌଳିକର ପରମାଣୁର ସଂଯୋଜକର କ୍ଷମତାକୁ ବୁଝାଏ । ଯୋଜ୍ୟତା ହେଉଛି ରାସାୟନିକ ବନ୍ଧର ସଂଖ୍ୟା ଯାହା ଏକ ସଂଯୋଜୀ ମୌଳିକ ସହ ଏକ ପରମାଣୁ ଗଠନ କରିପାରେ । ଯେହେତୁ ଉଦଜାନ ଏକ ସଂଯୋଜୀ ମୌଳିକ ତେଣୁ ଏକ ମୌଳିକର ଗୋଟିଏ ପରମାଣୁ ଯେତୋଟି ଉଦଜାନ ପରମାଣୁ ସହ ମିଶି ଏକ ଯୌଗିକ ଗଠନ କରେ, ଉଦଜାନ ପରମାଣୁର ସେହି ସଂଖ୍ୟାକୁ ଉକ୍ତ ମୌଳିକର ଯୋଜ୍ୟତା କୁହାଯାଏ । ଉଦାହରଣ : O, , କ୍ଷେତ୍ରରେ ଅମ୍ଳଜାନର ଯୋଜ୍ୟତା ୨ ନାଇଟ୍ରୋଜର ଯୋଜ୍ୟତା ୩, କାର୍ବନର ଯୋଜ୍ୟତା ୪ ଅଟେ । ଯେଉଁ ମୌଳିକତର ବାହ୍ୟତ୍ତମ କକ୍ଷ ଇଲେକଟ୍ରନ ସରଞ୍ଚନା ଦୃଷ୍ଟିରୁ ସମ୍ପୂର୍ଣ୍ଣ ତାହାର ରାସାୟନିକ କ୍ରିୟା ଅଳ୍ପ ବା ଆଦୌ ନଥାଏ । ଏହାର ସଂଯୋଜନା କ୍ଷମତା ବା ଯୋଜ୍ୟତା ଶୂନ (୦) ଅଟେ । ଯେଉଁ ମୌଳିକର ଯୋଜୟତ କକ୍ଷ ଗୁଡିକ ସମ୍ପୂର୍ଣ୍ଣ ସେଗୁଡିକର ସ୍ଥିର ଇଲେକ୍ଟ୍ରନ ସରଞ୍ଚନା ଥାଏ । ପ୍ରଧାନ ଶ୍ରେଣୀର ମୌଳିକ ଗୁଡିକର ଯୋଜ୍ୟତା ମୋଲ (ବାହାର କକ୍ଷ) ରେ ସର୍ବାଧିକ ୮ଟି ଇଲେକ୍ଟ୍ରନ ରହିପାରିବ । ଏହାକୁ ଇଲେକ୍ଟ୍ରନ ଅଷ୍ଟକ ସୂତ୍ର କୁହାଯାଏ । ପରମାଣୁର ସଂଯୋଜନା କ୍ଷମତା ବା ଏକ ପରମାଣୁ ଅନ୍ୟ ପରମାଣୁ ସହ ପ୍ରତିକ୍ରିୟା କରି ଅଣୁ ଗଠନ କରିବା ପାଇଁ ତାହାର ବାହାର କକ୍ଷରେ ୮ଟି ଇଲେକ୍ଟ୍ରନ ଧାରଣ କରିବାକୁ ଚେଷ୍ଟା କରେ । ଅଷ୍ଟକ ସୂତ୍ର ପ୍ରୟୋଗ କରି ଇଲେକ୍ଟ୍ରନ ସରଞ୍ଚନାରୁ ଏକ ମୌଳିକର ଯୋଜ୍ୟତା ନିରୂପଣ କରିହେବ ନିମ୍ନରୁ ତାହା ଜଣା ପଡିବ : ଯଦି Valence Electron = ୪ ବା ତାଠାରୁ କମ୍, ତେବେ ଯୋଜ୍ୟତା ତାହାର Valence Electron ସଂଖ୍ୟା ସହ ସମାନ ଯେତେବେଳେ Valence Electron =୪ ଠାରୁ ଅଧିକ, ତେବେ ତାହା ୮ଠାରୁ ଯେତେ କମ୍, ତାହା ହେଉଛି ତାହାର ଯୋଜ୍ୟତା । କ’ଣ ଶିକ୍ଷା କଲ ଡାଲଟନଙ୍କ ପରମାଣୁ ତତ୍ତ୍ଵ ଅନୁଯାୟୀ ପରମାଣୁ ସମସ୍ତ ପଦାର୍ଥ କ୍ଷୁଦ୍ରତ୍ତମ ଅବିଭାଜ୍ୟ କଣିକା । ଏହି ତତ୍ତ୍ଵ ବସ୍ତୁତଵ ସଂରକ୍ଷଣ ନିୟମ, ସ୍ଥିରାନୁପାତ ନିୟମ ଏବଂ ଗୁଣାନୁପାତ ନିୟମ କୁ ବ୍ୟାଖ୍ୟାକରେ ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ କେତେକ ପରୀକ୍ଷାରୁ ଜଣାଗଲା ଯେ ପରମାଣୁ ପଦାର୍ଥର କ୍ଷୁଦ୍ରତ୍ତମ ବା ଅବିଭାଜ୍ୟ କଣିକା ନୁହେଁ । ଏହା ଆହୁରି କ୍ଷୁଦ୍ରତ୍ତମ କଣିକା ଇଲେକ୍ଟ୍ରନ ପ୍ରୋଟିନ ଓ ନିଉଟ୍ରନ ଦ୍ଵାରା ଗଠିତ । ସାର ଜେଜେ ଥମସନ ଆବିଷ୍କାର କଲେ ଯେ, ଯେତେବେଳେ ଉଚ୍ଚ ଭୋଲ୍ଟ କ୍ୟାଥୋଡ ରଶ୍ମି ନଳୀ ମଧ୍ୟରେ ପ୍ରବାହ କରାଯାଏ, ସେତେବେଳେ କାଥୋଡରୁ ନିର୍ଗତ ରଶ୍ମି କାଥୋଡରୁ ଏନୋଡ ଆଡକୁ ଯାଏ । ଏହାକୁ କାଥୋଡ ରଶ୍ମି କୁହାଯାଏ । ଏହି ରଶ୍ମି ବିଯୁକ୍ତାତ୍ମକ ଚାର୍ଜିତ କଣିକା ଦ୍ଵାରା ଗଠିତ ଏବଂ ଏହାକୁ ଇଲେକ୍ଟ୍ରନ କୁହାଯାଏ । ଇଲେକ୍ଟ୍ରନର ଆବିଷ୍କାର ଅର୍ଥ ଡାଲଟନଙ୍କ ଦ୍ଵାରା ଆବିଷ୍କୃତ ପରମାଣୁ ଯେ ଅବିଭାଜ୍ୟ ତାହା ଭୁଲ୍ ପ୍ରମାଣିତ ହେଲା । ଗୋଲ୍ଡଷ୍ଟାଇନ ନିମ୍ନଚାପରେ ଅଳ୍ପ ବାୟୁ ନିଃସବ ନଳ ମଧ୍ୟରେ ରଖି ତାହା ମଧ୍ୟରେ ରନ୍ଧ୍ରଯୁକ୍ତ କାଥୋଡକୁ ବ୍ୟବହାର କରି ଏନୋଦ ରଶ୍ମି ଆବିଷ୍କାର କରିଥିଲେ । ଆନୋଡ ରଶ୍ମିର ଆବିଷ୍କାର ପରମାଣୁ ମଧ୍ୟରେ ଯୁକ୍ତ ଚାର୍ଜ ପ୍ରୋଟନ ଥିବାର ସତ୍ୟତା ପ୍ରତିପାଦିତ ହେଲା । ଥମସନଙ୍କ Plum Pudding ମଡେଲ ଅନୁଯାୟୀ ପରମାଣୁ ଏକ ବଡଗୋଲକ ସହ ତୁଳନୀୟ ଯେଉଁଥିରେ ଯୁକ୍ତଚାର୍ଜ ସମପରିମାଣରେ ବିଛାଇ ହୋଇ ରହିଛି ଏବଂ ଅଳ୍ପ ପରିମାଣର ବିଯୁକ୍ତଚାର୍ଜ ଇଲେକ୍ଟ୍ରନ ଏହା ମଧ୍ୟରେ ବିକ୍ଷିପ୍ତ ଭାବରେ ରହିଛି । Goeger and Marsdenଙ୍କ a- ରଶ୍ମି ବିଚ୍ଛୁରଣ ପରୀକ୍ଷା ଦ୍ଵାରା ଥମସନଙ୍କ ପରମାଣୁ ମଡେଲ ବିଫଳ ହେଲା । ଏହି ପରୀକ୍ଷାରେ ଏକ ପତଳା ସୁନା ପାତିଆ ମଧ୍ୟରେ ରେଡିଓ ଆକ୍ଟିଭ ଉତ୍ସରୁ କ୍ଷୁଦ୍ର କଣିକା ନିକ୍ଷେପ କରାଗଲା । ଅଧିକାଂଶ a- କଣିକା ସୁନା ପାତିଆ ଭେଦକରି ସିଧାସଳଖ ଚାଲିଗଲା, କେତେକ aକଣିକା ଅଳ୍ପ ବଙ୍କେଇ ଫେରି ଆସିଲା ଏବଂ ଅଳ୍ପ କେତେକ ଅଧିକ ବଙ୍କେଇ ଫେରିଆସିଲା ଏବଂ ଖୁବ୍ ଅଳ୍ପ କଣିକା ସେଇ ରାସ୍ତାରେ ଫେରି ଆସିଲା । ରଦରଫୋର୍ଡଙ୍କ ମଡେଲ ଅନୁଯାୟୀ a-ବିଚ୍ଛୁରଣ ପରୀକ୍ଷାର ଫଳାଫଳ ଜଣା ପଡିଲା । ଏଥିରୁ ଜଣା ଗଲାଯେ, ପରମାଣୁ ଏକ ଦଳ ଏବଂ ଯୁକ୍ତ ଚାର୍ଜିତ କେନ୍ଦ୍ର ସ୍ଥାନ ଅଧିକାର କରେ ଯାହାକୁ ନିଉକ୍ଲିୟସ କୁହାଯାଏ । ଏବଂ ବିଯୁକ୍ତ ଚାର୍ଜ କଣିକା ଇଲେକ୍ଟ୍ରନ ଏହାର ଚାରିପାଖରେ ଘୁରେ । ସମସ୍ତ ଯୁକ୍ତ ଚାର୍ଜ ଓ ପରମାଣୁର ଅଧିକାଂଶ ବସ୍ତୁତ୍ଵ ନିଉକ୍ଲିୟସ ମଧ୍ୟରେ ରହେ । ରଦର ଫୋର୍ଡଙ୍କ ମଡେଲ ବିଫଳହେଲା କାରଣ ଏହା ପରମାଣୁର ସ୍ଥିରତା, ଇଲେକ୍ଟ୍ରନର ବଣ୍ଟନ ଏବଂ ପାରମାଣବିକ ବସ୍ତୁତ୍ଵ ଓ ପରମାଣୁ କ୍ରମାଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିପାରିଲା ନାହିଁ । ପରମାଣୁର ସ୍ଥିରତା ଓ ପରମାଣୁ ମଧ୍ୟରେ ଇଲେକ୍ଟ୍ରନର ସରଞ୍ଚନ ସମସ୍ୟା Neils Bohr ଙ୍କ ଦ୍ଵାରା ବୋରଙ୍କ ପରମାଣୁ ମଡେଲ ଦ୍ଵାରା ସମାଧାନ କରାଯାଇପାରିଲା । ବୋରଙ୍କ ପରମାଣୁ ମଡେଲ ଦୁଇଟି ସ୍ଵୀକାର୍ଯ୍ୟ ଦ୍ଵାରା ବୁଝିହେବ । ପ୍ରଥମଟି ହେଲା, ଇଲେକ୍ଟ୍ରନ ଗୁଡିକ ଏକ ନିର୍ଦ୍ଧିଷ୍ଟ ବୃତ୍ତାକାର ପ୍ରଥରେ ନିର୍ଦ୍ଧିଷ୍ଟ ଶକ୍ତିବହନ କରି କେନ୍ଦ୍ରୀୟ ନିଉକ୍ଲିୟସର ଚାରିପାଖରେ ଘୂରାନ୍ତି ଏବଂ ଦ୍ଵିତୀୟଟି ହେଲା ଇଲେକ୍ଟ୍ରନ ଗୁଡିକ ଶକ୍ତି ଅବଶୋଷଣ କରି ବା ଶକ୍ତି ତ୍ୟାଗ କରି ତାହାର କକ୍ଷପଥ ବା ଶକ୍ତିସ୍ତର ବଦଳାଇ ପାରିବ । ୧୯୩୨ ମସିହାରେ ଜେମ୍ସ ଚାଦଉଇକ ଏକ ବିଦ୍ୟୁତ ନିରପେକ୍ଷ କଣିକା ପରମାଣୁ ମଧ୍ୟରେ ଆବିଷ୍କାର କଲେ ଏବଂ ଏହାକୁ ନିଉଟ୍ରନ ନାମ କରଣ କଲେ । ପରମାଣୁର ପ୍ରୋଟନ ସଂଖ୍ଯାକୁ ପରମାଣୁ କ୍ରମାଙ୍କ କୁହାଯାଏ ଓ ଏହାକୁ z ସଙ୍କେତ ଦ୍ଵାରା ପ୍ରକାଶ କରାଯାଏ । ଅନ୍ୟପକ୍ଷରେ ନିଉକ୍ଲିୟନ ସଂଖ୍ୟା (ପ୍ରୋଟନ + ନିଉଟ୍ରନ) କୁ ପରମାଣୁର ବସ୍ତୁତ୍ଵ ସଂଖ୍ୟା କୁହାଯାଏ । ଏବଂ ଏହାକୁ A ଦ୍ଵାରା ପ୍ରକାଶ କରାଯାଏ । ଶକ୍ତିର ବର୍ଦ୍ଧିତ କ୍ରମରେ ପରମାଣୁର ପ୍ରୋଟନଗୁଡିକ ବିଭିନ୍ନ ଶକ୍ତିସ୍ତରରେ ସଜାଇ ହୋଇ ରହିଥାଆନ୍ତି । ଏହି ବଣ୍ଟନକୁ ଇଲେକ୍ଟ୍ରନ ସରଞ୍ଚନା କୁହାଯାଏ । ଏକ ଶେଲରେ ସର୍ବାଧିକ କେତୋଟି ଇଲେକ୍ଟ୍ରନ ରହିପାରିବ ତାହା ସୂତ୍ର ଦ୍ଵାରା ସୂଚୀତ ହୁଏ ଯେଉଁଠାରେ n ହେଉଛି କକ୍ଷ ବା ଶେଲ ସଂଖ୍ୟା । ଯୋଜ୍ୟତା ହେଉଛି ରାସାୟନିକ ବନ୍ଧାସଂଖ୍ୟା ଯାହାଦ୍ଵାରା ପରମାଣୁ ଏକ ସଂଯୋଜୀ ପରମାଣୁକୁ ନେଇ ଗଠିତ । ଯଦି ସଂଯୋଜକ ଇଲେକ୍ଟ୍ରନ ସଂଖ୍ୟା ୪ ବା ୪ରୁ କମ୍, ତେବେ ଯୋଜ୍ୟତା ତାହାର ସଂଯୋଜକ ଇଲେକ୍ଟ୍ରନ ସଂଖ୍ୟା ସହ ସମାନ । ଅନ୍ୟପକ୍ଷରେ ଯଦି ସଂଯୋଜକ ଇଲେକ୍ଟ୍ରନ ସଂଖ୍ୟା ୪ ଠାରୁ ଅଧିକ ତେବେ ଏହାର ଯୋଜ୍ୟତା ୪ଠାରୁ କେତେ କମ୍ ତାହା ହେଉଛି ଯୋଜ୍ୟତା । ଆଧାର : ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା