ଡାଲଟନଙ୍କ ତତ୍ତ୍ଵ ଅନୁସାରେ ଭିନ୍ନ ଭିନ୍ନ ମୌଳିକର ପରମାଣୁ ଭିନ୍ନ ଏବଂ ରାସାୟନିକ ପ୍ରତିକ୍ରିୟାରେ ପରମାଣୁ ଗୁଡିକ ପ୍ରତିକ୍ରିୟା ଘଟିଥିବା ପଦାର୍ଥରେ ସଜାହୋଇ ରହିଥାଆନ୍ତି । ପରମାଣୁ କ୍ଷୁଦ୍ରତମ କଣିକା ନୁହେଁ । ଯାହା ଅବିଭାଜ୍ୟ । ଏହାର ଗଠନ ଅଛି ଓ ଏହାର କଣିକା ଗୁଡିକ କ’ଣ ଏବଂ ବିଭିନ୍ନ ମୋଇଲିକର ପରମାଣୁ କାହିଁକି ଭିନ୍ନ ପଢିବା ।
ଏହି ଅଧ୍ୟାୟରେ ଅବପରମାଣୁର ଆବିଷ୍କାର ଯଥା ପ୍ରୋଟନ ଓ ଇଲେକଟ୍ରନ ବିଷୟରେ ଜାଣିବା ପରମାଣୁ ଗଠନ ବିଷୟରେ ବିଭିନ୍ନ ମଡେଲ ଗୁଡିକରେ ସଜାଇ ହୋଇ ରହିବାକୁ ଇଲେକଟ୍ରନ ସଂରଚନା କୁହାଯାଏ । ଏହି ସଂରଚନାରୁ ମୋଇଲିକର ପ୍ରକୃତି ବିଷୟରେ ଜାଣିହୁଏ । ଏହା ମଧ୍ୟ ରାସାୟନିକ ବନ୍ଧ ସମ୍ବନ୍ଧରେ ଧାରଣା ଦିଏ । ସପ୍ତମ ଅଧ୍ୟାୟରେ ରାସାୟନିକ ବନ୍ଧ ବିଷୟରେ ଆଲୋଚନା କରାଯାଇଛି ।
ଡାଲଟନଙ୍କ ତତ୍ତ୍ଵ ଅନୁଯାୟୀ ପରମାଣୁ ଅବିଭାଜ୍ୟ ଓ ଏହା ବସ୍ତୁତଵ ସଂରକ୍ଷଣ, ସ୍ଥିର ସଂଯୁକ୍ତ ନିୟମ ଏବଂ ଗୁଣାନୁପାତ ନିୟମ ବିଷୟରେ ଉଲ୍ଲେଖ କରେ । ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ କେତେକ ପରୀକ୍ଷା ଦର୍ଶାଇ ଥିଲାଯେ, ଡାଲଟନଙ୍କ ଦ୍ଵାରା ପ୍ରଦତ୍ତ ପରମାଣୁ, କ୍ଷୁଦ୍ରତ୍ତମ କଣିକା ନୁହେଁ କିମ୍ବା ଏହା ପଦାର୍ଥର ସ୍ଵତନ୍ତ୍ର କଣିକା ନୁହେଁ । ଏହା ଅନେକ କେତେକ କଣିକାର ସମଷ୍ଟି । ଏଗୁଡିକ ଇଲେକ୍ଟ୍ରନ, ପ୍ରୋଟନ ଓ ନିଉଟ୍ରନ ଅଟେ । ଇଲେକ୍ଟ୍ରନ ବିଯୁକ୍ତ ଚାର୍ଜ ଓ ପ୍ରୋଟନ ଯୁକ୍ତ ଚାର୍ଜ ବିଶିଷ୍ଟ, ନିଉଟ୍ରନ ଗୁଡିକ ଚାର୍ଜ ନିରପେକ୍ଷ । ଚାରଜିତ ଅବପରମାଣୁ କଣିକା ବିଷୟରେ ବର୍ତ୍ତମାନ ଜାଣିବା ।
୧୮୮୫ ମସିହାରେ ସାର ଉଇଲିଯମ କୃକସ ଧାତୁର ଧର୍ମ ବିଷୟରେ ଜାଣିବା ପାଇଁ କ୍ରମାଗତ ପରୀକ୍ଷା କରିଥିଲେ । ଏଥିପାଇଁ ସେ ଧାତୁକୁ ବାୟୁର ଅନୁପସ୍ଥିତିରେ କାଥୋଡ ରଶ୍ମୀ ଟ୍ୟୁବରେ ଉତ୍ତପ୍ତ କରିଥିଲେ । ଏହି ଟ୍ୟୁବ ହେଉଛି ଏକ ବାୟୁ ଶୂନ୍ୟ କାଚ ନାଲି ମଧ୍ୟରେ ଥିବା ଦୁଇଟି ଧାତବ ଇଲେକ୍ଟ୍ରୋଡ଼କୁ ଏନୋଡ କୁହାଯାଏ ।
ଯେତେବେଳେ କାଥୋଡ ରଶ୍ମୀ ନଳୀରେ ଅତି ଉଚ୍ଚ ଭୋଲଟେଜର ବିଦ୍ୟୁତ ପ୍ରବାହ କରାଗଲା, ଦେଖାଗଲାଯେ, କାଥୋଡ ଏକ କଣିକା ସ୍ରୋତ ସୃଷ୍ଟି କରୁଛି । ଏହି କଣିକା ଗୁଡିକୁ କାଥୋଡରୁ ବାହାରି ଏନୋଡ ଆଡକୁ ଗତି କରୁଛି ଏବଂ ଏହାକୁ କାଥୋଡ ରଶ୍ମୀ କୁହାଯାଏ । ବାହ୍ୟ ଚୁମ୍ବକୀୟ ବା ବିଦ୍ୟୁତ କ୍ଷେତ୍ରନଥିଲେ ଏହି କଣିକା ଗୁଡିକ ସରଳରେଖାରେ ଗତିକରେ । ୧୮୯୭ ମସିହାରେ ବ୍ରିଟିଶ ବୈଜ୍ଞାନିକ ସାର ଜେ.ଜେ. ଥମସନ ଦର୍ଶାଇ ଥିଲେ ଜେ ଏହି ରଶ୍ମୀ କେତେକ ବିଯୁକ୍ତ ଚାର୍ଜ ବିଶିଷ୍ଟ କଣିକାର ସମଷ୍ଟି । ଏହି ସିଦ୍ଧାନ୍ତ, ପରୀକ୍ଷାକୃତ ଅନୁଭୂତିରୁ ଜଣାଯାଇଥିଲା । ଯେତେବେଳେ ଏହି ପରୀକ୍ଷା ଏକ ବାହ୍ୟ ବୈଦ୍ୟୁତିକ କ୍ଷେତ୍ର ଉପସ୍ଥିତିରେ କରାଯାଇଥିଲା ।
ସବୁ କ୍ଷେତ୍ରରେ ଚାରଜିତ ବସ୍ତୁତ୍ଵର ଅନୁପାତ (୧/୩) ସମାନଥିବା ଦେଖାଗଲା । କାଥୋଡ ରଶ୍ମି କାଥୋଡରୁ ଏନୋଡ ଆଡକୁ ସରଳରେଖାରେ ଗତିକରେ ଏହି ବୈଦ୍ୟୁତିକ କ୍ଷେତ୍ରଥିଲେ ଏହା ଯୁକ୍ତ ଅଗ୍ର ଆଡକୁ ଆକୃଷ୍ଟ ହୁଏ ।
ଏହି ହାତବ ରଶ୍ମିରେ ଥିବା କଣିକା ଗୁଡିକୁ ପରେ ଇଲେକ୍ଟ୍ରନ କୁହାଗଲା । କାଥୋଡ ରଶ୍ମିପାଇଁ ବ୍ୟବହୃତ ଧାତବ ପଦାର୍ଥ କିମ୍ବା କାଥୋଡ ରଶ୍ମି ନଳୀରେ ବ୍ୟବହୃତ ଗ୍ୟାସ ଉପରେ ଏହାର ପ୍ରକୃତି ନିର୍ଭର କରେନାହିଁ । ତେଣୁ ଥମସନ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ସବୁ ପରମାଣୁ ମଧ୍ୟରେ ଇଲେକ୍ଟ୍ରନ ଅଛି, ତେଣୁ ଡାଲଟନଙ୍କ ପରମାଣୁ ତତ୍ତ୍ଵ ଭୁଲ ପ୍ରମାଣିତ ହେଲା । ଏହି ସିଦ୍ଧାନ୍ତ ଏକ ପ୍ରଶ୍ନ ସୃଷ୍ଟିକରେ । ପରମାଣୁ ଯଦି ବିଭାଜିତ ତେବେ ଏହାର କଣିକା ଗୁଡିକ କ’ଣ ? ପରମାଣୁ ଗଠନ କରୁଥିବା କଣିକା ଗୁଡିକୁ ଅବପରମାଣୁ କୁହାଯାଏ । ଯେହେତୁ ପରମାଣୁ ବିଦ୍ୟୁତ ନିରପେକ୍ଷ, ତେଣୁ ଆମେ ଆଶା କରିବା ଯେ ଏଥିରେ ନିଶ୍ଚୟ ଏକ ଯୁକ୍ତ ଚାର୍ଜ ବିଶିଷ୍ଟ କଣିକା ଅଛି ଯାହା ବିଯୁକ୍ତ ଚାର୍ଜ ବିଶିଷ୍ଟ କଣିକା ଇଲେକ୍ଟ୍ରନକୁ ପ୍ୟଶମିତ କରୁଛି ।
ଇଲେକ୍ଟ୍ରନ ଆବିଷ୍କାର ବହୁପୂର୍ବରୁ ୧୮୮୬ରେ ଉଇଜେନ ଗୋଲ୍ଡଷ୍ଟାଇନ ଏକ ଛିଦ୍ରଯୁକ୍ତ କାଥୋଡକୁ ଅଳ୍ପଚାପରେ ଥିବା ଏକ ନିଃସ୍ରବ ନଳ ମଧ୍ୟରେ ନେଇ ଏକ ପରୀକ୍ଷା କରିଥିଲେ । ଯେତେବେଳେ ଉଚ୍ଚ ଭୋତେଜ ଇଲେକ୍ଟ୍ରୋଡ ମାଧ୍ୟମରେ ପ୍ରବାହ କରାଗଲା, ଏକ ନିସ୍କ୍ରଭ ଲାଲ ଜ୍ୟୋତି କାଥୋଡ ପଛପଟେ ଦେଖାଗଲା । କାଥୋଡ ରଶ୍ମିର ବିପରୀତ ଦିଗରେ ଅନ୍ୟଏକ ରଶ୍ମି ବା ଯୁକ୍ତ ରଶ୍ମି କୁହାଗଲା । ଏହି ରଶ୍ମି ଯୁକ୍ତ ଚାର୍ଜ ବିଶିଷ୍ଟ ଏବଂ ଏହାକୁ Rays କୁହାଗଲା । ଏହି କାରଣ ଏଗୁଡିକ ଛିଦ୍ରଯୁକ୍ତ କାଥୋଡମଧ୍ୟରେ ଛିଦ୍ର ମଧ୍ୟଦେଇ ଗତିକରେ ।
ନିମ୍ନ ଅନୁଭୂତି ଗୁଡିକ ଏନୋଡ ରଶ୍ମି ବିଷୟରେ ଜଣାଗଲା:
କାଥୋଡ ରଶ୍ମିର ଶୂନ୍ୟ ନଳୀ ମଧ୍ୟରେ ଥିବା ଅଳ୍ପ ବାୟୁର ପ୍ରତିକ୍ରିୟା ହେତୁ ଏନୋଡ ରଶ୍ମିର ସୃଷ୍ଟି ହୁଏ । ଏହା କିପରି ହୁଏ ନିମ୍ନରେ ଦିଆଗଲା :
କାଥୋଡ ରଶ୍ମିରୁ ନିର୍ଗତ ଇଲେକ୍ଟ୍ରନ ନଳୀ ମଧ୍ୟରେ ଥିବା ଗ୍ୟାସର ନିଷ୍କ୍ରିୟ ପରମାଣୁ ସହ ଧକ୍କା ହୁଏ ଏବଂ ସେଥିରେ ଥିବା ଏକ ବା ଏକାଧିକ ଇଲେକ୍ଟ୍ରନ ବାହାର କରିଦିଏ । ଏହା ଯୁକ୍ତ ଚାର୍ଜଯୁକ୍ତ କଣିକା ଗୁଡିକୁ ଛାଡି ଦିଏ ଯାହାକି କାଥୋଡ ଆଡକୁ ଗତିକରେ । ଯେତେବେଳେ କାଥୋଡ ରଶ୍ମି ନଳୀ ମଧ୍ୟରେ ଉଦଜାନ ଗ୍ୟାସ ଥାଏ, ସେତେବେଳେ କାନାଲ ରନ୍ଧ୍ରରୁ ମିଳୁଥିବା କଣିକା ଗୁଡିକର ପରିମାଣ ସର୍ବାଧିକ ଏବଂ ତାହାର ଚାର୍ଜ ଓ ବସ୍ତୁତ୍ଵର ଅନୁପାତ (୧/୩) ସର୍ବାଧିକ ଅଟେ । ରଦର ଫୋର୍ଡ ଦର୍ଶାଇଥିଲେ ଯେ ଏହି କଣିକା ଗୁଡିକ ଉଦଜାନ ଆୟନ ଦ୍ଵାରା ଚିହ୍ନିତ ହେଲା । ଏହି କଣିକା ଗୁଡିକର ନାମ ପ୍ରୋଟନ ଓ ଏହା ପ୍ରତ୍ୟକ ପଦାର୍ଥରେ ଅଛି ।
ଥମସନ ଓ ଗୋଲ୍ଡଷ୍ଟାଇନଙ୍କ ପରୀକ୍ଷାରୁ ଜଣାଯାଏ ଯେ, ପରମାଣୁରେ ଦୁଇଟି କଣିକା ଅଛି ଏବଂ ଏଗୁଡିକ ବିପରୀତ ଚାର୍ଜ ବିଶିଷ୍ଟ ଏବଂ ପରମାଣୁ ବିଦ୍ୟୁତ ନିରପେକ୍ଷ, ପରମାଣୁରେ ଏହି ଦୁଇକଣିକା ମାଧ୍ୟମରେ କିପ୍ରକାର ସମ୍ପର୍କ ଅଛି ?
ଦୁଇଟି ଚାରଜିତ କଣିକା ଇଲେକ୍ଟ୍ରନ ଓ ପ୍ରୋଟନ ବ୍ୟତୀତ ଅନ୍ୟ ଏକ ନିଷ୍କ୍ରିୟ କଣିକା ନିଉଟ୍ରନ ଅଛି ।
ପରମାଣୁ ବିଭାଜନକ୍ଷମ ଏବଂ ଏଥିରେ ୩ଟି କଣିକା ଅଛି । ପ୍ରଶ୍ନଉଠେ ଏହି କଣିକା ଗୁଡିକ ପରମାଣୁରେ କିପରି ସଜାଇ ହୋଇ ରହିଛନ୍ତି ? ବିଭିନ୍ନ ପରୀକ୍ଷାର ଅନୁଭୂତିରୁ ପରମାଣୁ ଗଠନର ବିଭିନ୍ନ ପ୍ରଣାଳୀ ପ୍ରସ୍ତାବ ଦିଆଯାଇଛି । ସେଥିରୁ ୨ଟି ପ୍ରଣାଳୀ ଯଥା ଥମସନ ଓ ରଦର ଫୋର୍ଡଙ୍କ ପରମାଣୁ ମଡେଲ ବିଷୟରେ ଜାଣିବା ।
ଥମସନ ମଡେଲ
ଆମେ ଜାଣିଛେ ଯେ ପ୍ରତ୍ୟକ ପଦାର୍ଥରେ ପରମାଣୁ ଅଛି ଓ ପରମାଣୁ ବିଦ୍ୟୁତ ନିରପେକ୍ଷ । ପରମାଣୁର ଏକ ଅଂଶ ଇଲେକ୍ଟ୍ରନ ଆବିଷ୍କାର କଲାପରେ ଥମସନ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ପରମାଣୁରେ ସମାନ ପରିମାଣରେ ଯୁକ୍ତ ଚାର୍ଜ ଅଛି । ଏହି ଅନୁସାରେ ସେ ପରମାଣୁ ଗଠନର ମଡେଲ ପ୍ରସ୍ତୁତ କଲେ । ତାଙ୍କର ପରମାଣୁ ମଡେଲ ଅନୁଯାୟୀ ପରମାଣୁ ଏକ ବଡ ଗୋଲକରୂପେ ନିଆଯାଇପାରେ ଯେଉଁଥିରେ ସମାନଭାବରେ ଯୁକ୍ତ ଅଛି ଏବଂ ସମାନ ପରିମାଣର ବିଯୁକ୍ତ ଚାର୍ଜ ଇଲେକ୍ଟ୍ରନ ପରମାଣୁ ମଧ୍ୟରେ ବିକ୍ଷାପ୍ତ ଭାବରେ ଅଛି ।
ଏହି ମଡେଲକୁ Plum Pudding Model କୁହାଯାଏ । ଇଲେକ୍ଟ୍ରନ ଗୁଡିକ Pudding ବିଯୁକ୍ତ ଚାର୍ଜ ବିଶିଷ୍ଟ Plum କୁ ଉପସ୍ଥାପନ କରେ । ଏହି ମଡେଲ ତରଭୁଜ ପରି ଯେଉଁଥିରେ ମଞ୍ଜି ଯୁକ୍ତ ଚାର୍ଜକୁ ଉପସ୍ଥାପନ କରେ ଏବଂ ମଞ୍ଜି ଇଲେକ୍ଟ୍ରନକୁ ସୁଚାଏ । ସେ ଯାହାହେଉ, ତରଭୁଜର ବହୁ ସଂଖ୍ୟକ ମଞ୍ଜି ଅଛି, କିନ୍ତୁ ପରମାଣୁରେ ସେହି ସଂଖ୍ୟକ ମଞ୍ଜି ଥାଇନପାରେ ।
ରଦରଫୋର୍ଡଙ୍କ ମଡେଲ
ଇ. ରଦରଫୋର୍ଡ ଏବଂ ସେମାନଙ୍କର ସହଯୋଗୀ ମାନେ ରେଡିଓ ଆକ୍ଟିଭିଟି କ୍ଷେତ୍ରରେ କାର୍ଯ୍ୟ କରୁଥିଲେ । ସେମାନେ ପଦାର୍ଥ ଉପରେ ଆଲ୍ଫା କନିକାର ପ୍ରଭାବ ଲକ୍ଷ୍ୟ କରୁଥିଲେ । a-କଣିକା ହେଉଛି ଦୁଇଟି ଇଲେକ୍ଟ୍ରନ ହରାଇଥିବା ହିଲିୟମ କଣିକା । ୧୯୧୦ ମସିହାରେ (ରଦରଫୋର୍ଡଙ୍କ ତେକ୍ନିସିୟାନ) a-ରଶ୍ମି ବିଜୁରଣ ପରୀକ୍ଷା କରିଥିଲେ । ଏହା ଥମସନଙ୍କ ପରମାଣୁ ମଡେଲ ଭୁଲ୍ ବୋଲି ପ୍ରମାଣିତ କଲା ।
a-ରଶ୍ମି ବିଜୁରଣ ପରୀକ୍ଷା :
ଏହି ପରୀକ୍ଷାରେ ରେଡିଓ ଆକ୍ଟିଭିଟି ଉତ୍ସରୁ a-କଣିକାର ଗୁଳ୍ମ ଏ ପତଳା (୦.୦୦୦୦୪ ସି.ଏମ୍ ମୋଟା) ସୁନା ପାତିଆ ଉପରେ ନିକ୍ଷେପ କଲେ । ଥମସନଙ୍କ ମଡେଲ ଅନୁଯାୟୀ ଆଶା କରାଯାଉଥିଲାଯେ a-କଣିକା ସିଧା ସଳଖ ସୁନାପାତିଆ ଭେଦକରି ଚାଲିଯିବ ଏବଂ ପାତ ପଛପଟେ ଥିବା ଫଟୋଗ୍ରାଫିକ ପ୍ଲେଟଦ୍ଵାରା ଚିହ୍ନିତ ହୋଇପାରିବ । କିନ୍ତୁ ପରୀକ୍ଷାର ପରିଣାମ ଅତି ଆଶ୍ଚର୍ଯ୍ୟ ଥିଲା ।
ଏହା ଜଣାଗଲା ଯେ,
୧୯୧୧ ମସିହାରେ ରଦରଫୋର୍ଡ x-ray ବିଚ୍ଛୁରଣ ପରୀକ୍ଷା ଫଳାଫଳ ବର୍ଣ୍ଣନାକଲେ ଏବଂ ଅନ୍ୟଏକ ପରମାଣୁ ମଡେଲ ପ୍ରସ୍ତାବ ଦେଲେ । ରଦରଫୋର୍ଡଙ୍କ ମଡେଲ ଅନୁଯାୟୀ –
ଏହି ପ୍ରସ୍ତାବିତ ମଡେଲ ଅନୁଯାୟୀ, ବିଚ୍ଛୁରଣ ପରୀକ୍ଷାର ପରୀକ୍ଷାଲବ୍ଧ ପର୍ଯ୍ୟବେକ୍ଷଣ ବୁଝାଇ ହେବ । ପରମାଣୁ ମଧ୍ୟରେ ଥିବା ଇଲେକ୍ଟ୍ରନ ଅଞ୍ଚଳରେ ଯାଉଥିବା aକଣିକା ଗୁଡିକ ବିନା ବାଧାରେ ସିଧାସଳଖ ଗତି କରିବ । ଯେଉଁ କଣିକା ଗୁଡିକ ଯୁକ୍ତ ଚାର୍ଜ ବିଶିଷ୍ଟ ନିଉକ୍ଲିୟସ ଅଞ୍ଚଳକୁ ପ୍ରବେଶ କରିବ, ସେଗୁଡିକର ଗତିପଥ ବଦଳିଯିବ । ନିଉକ୍ଲିୟସ ସହ ଧକ୍କା ଖାଉଥିବା ଅଳ୍ପକେତେକ a-କଣିକା ବାଧାପାଇନ ଫେରି ଆସିବ ।
ଦ୍ରଷ୍ଟବ୍ୟ : ଏହି ମଡେଲ ଅନୁଯାୟୀ ରଦରଫୋର୍ଡ ନିଯୁକ୍ଲିୟସର ଆକାର କଳ୍ପନା କରିପାରିଲେ । ସେ ହିସାବକରି ଦେଖିଲେ ଯେ ନିଉକ୍ଲିୟସର ବ୍ୟାସାର୍ଦ୍ଧ, ପରମାଣୁର ବ୍ୟାସାର୍ଦ୍ଧର ପ୍ରାୟ ଗୁଣ କ୍ଷୁଦ୍ର । ପରମାଣୁ ଆକାର କ୍ରିକେଟ ଷ୍ଟାଡିୟମ ସଦୃଶ ହେଲେ, ନିଯୁକ୍ଲିୟସର ବ୍ୟାସାର୍ଦ୍ଧ ଷ୍ଟାଡିୟମର କେନ୍ଦ୍ରରେ ଏକ ମାଛି ସଦୃଶ ଅଟେ । |
ରଦରଫୋର୍ଡଙ୍କ ପରମାଣୁ ମଡେଲ ଅନୁଯାୟୀ ବିଯୁକ୍ତ ଚାର୍ଜ ବିଶିଷ୍ଟ ଇଲେକ୍ଟ୍ରନ ଯୁକ୍ତ ଚାର୍ଜ ବିଶିଷ୍ଟ ନିଉକ୍ଲିୟସର ଚାରିପାର୍ଶ୍ଵରେ ବୃତ୍ତାକାର ପଥରେ ଘୁରେ । କିନ୍ତୁ ମାକ୍ସଡ୍ଵେଲଙ୍କ ବୈଦ୍ୟୁତିକ ଚୁମ୍ବକ ନୟମ ଅନୁଯାୟୀର ଯଦି ଏକ ଚାରଜିତ କଣିକା ଅନ୍ୟଏକ ଚାର୍ଜିତ କଣିକା ଚାରିପାଖରେ ଘୁରେ, ତେବେ ଏହା କ୍ରମାଗତ ବିକିରଣ ଜନିତ ଶକ୍ତି ହରାଏ, ଶକ୍ତି ଅରାଇଥିବା ହେତୁ ଇଲେକ୍ଟ୍ରନର ବେଗ କମିଯାଏ । ତେଣୁ ଇଲେକ୍ଟ୍ରନ ନିଉକ୍ଲିୟସ ଚାରିପାଖରେ କୁନ୍ତଳାୟିତ ଗତିକରେ ଏବଂ ଶେଷରେ ଏହା ନିଉକ୍ଲିୟସ ମଧ୍ୟକୁ ଖସିଆସେ ।
ଅନ୍ୟପକ୍ଷରେ କହିଲେ ପରମାଣୁଟି ସ୍ଥିର ନୁହେଁ । କିନ୍ତୁ ପରମାଣୁଟି ସ୍ଥିର ଅଟେ ଏବଂ ପୂର୍ଣ୍ଣ ପତ୍ତନ ଅବସ୍ତା ଆସେ ନାହିଁ । ତେଣୁ ରଦରଫୋର୍ଡଙ୍କ ମଡେଲ ପରମାଣୁର ସ୍ଥିରତା ବୁଝାଇବା ପାଇଁ ଅକ୍ଷମ । ପରମାଣୁରେ ବହୁ ସଂଖ୍ୟକ ଇଲେକ୍ଟ୍ରନ ଅଛି । ରଦରଫୋର୍ଡଙ୍କ ମଡେଲ, ନିଉକ୍ଲିୟସ ଚାରିପାଖରେ ଇଲେକ୍ଟ୍ରନ ଗୁଡିକ କିପରି ସଜାଇ ହୋଇ ରହିଅଛି, ତାହା ବିଷୟରେ କିଛି କୁହେ ନାହିଁ । ରଦରଫୋର୍ଡଙ୍କ ମଡେଲର ଅନ୍ୟ ଏକ ତୃଟି ହେଲା ଏହା ପରମାଣବିକ ବସ୍ତୁତ୍ଵ ଓ ପରମାଣୁ ଶକ୍ତିମାନଙ୍କ ମଧ୍ୟରେ ଥିବା ସମ୍ପର୍କ ବୁଝାଇବା ପାଇଁ ଅସାମର୍ଥ୍ୟ ପ୍ରକାଶ କରେ । ଏହି ସମସ୍ୟା ଚାଦଉଇକ, ପରମାଣୁର ତୃତୀୟ କଣିକା ନିଉଟ୍ରନ ଆବିଷ୍କାର କରି ସମାଧାନ କଲେ ।
ପରମାଣୁରକ ସ୍ଥିରତା ଏବଂ ଏହାର ଇଲେକ୍ଟ୍ରନ ସଜା ସମସ୍ୟା ନିଲସ ବୋରଙ୍କର ଦ୍ଵାରା ଅନ୍ୟ ଏକ ପରମାଣୁ ମଡେଲ ସାହାଯ୍ୟରେ ସମାଧିତ ହେଲା ।
ବୋରଙ୍କ ପରମାଣୁ ମଡେଲ
ରଦରଫୋର୍ଡଙ୍କ ଛାତ୍ର ନଲସବେରା, 1913 ମସିହାରେ ରଦରଫୋର୍ଡଙ୍କ ମଡେଲର ତୃଟି ସଜାଡିବାପାଇଁ ଏକ ମଡେଲ ପ୍ରସ୍ତାବ ଦେଲେ । ବୋରଙ୍କ ପରିକଳ୍ପିତ ମଡେଲ ଦୁଇଟି ତାଙ୍କର ଦୁଇଟି ତତ୍ତ୍ଵ ଦ୍ଵାରା ଜଣାପଡିବ ।
ବୋରଙ୍କ ସ୍ଵୀକାର୍ଯ୍ୟ : ସୂର୍ଯ୍ୟ ଚତୁଃପାର୍ଶ୍ଵରେ ଗ୍ରହଗୁଡିକ ଏକ ନିର୍ଦ୍ଧିଷ୍ଟ କକ୍ଷପଥରେ ଘୂରିଲା ପରି, ଇଲେକ୍ଟ୍ରନ ଗୁଡିକ ନିଉକ୍ଲିୟସ ଚାରିପାଖରେ ବୃତ୍ତାକାର ପଥରେ ନିର୍ଦ୍ଧିଷ୍ଟ ଶକ୍ତି ସ୍ତରରେ ଘୂରନ୍ତି । ଏହି ପଥକୁ କକ୍ଷ ବା ଶକ୍ତି ସ୍ତର କୁହାଯାଏ । ଏହି କକ୍ଷପଥରେ ଘୂରିଲା ବେଳେ ଇଲେକ୍ଟ୍ରନ ଗୁଡିକ ଶକ୍ତି ବିକିରଣ ବା ଅବଶୋଷଣ କରନ୍ତି ନାହିଁ । ତେଣୁ ଏହି କକ୍ଷପଥକୁ ସ୍ଥିର କକ୍ଷ ବା ସ୍ଥିରାବସ୍ଥା କୁହାଯାଏ । ଏହି ସ୍ଥିରାବସ୍ଥା, ରଦରଫୋର୍ଡଙ୍କ ମଡେଲର ସ୍ଥିରତାର ସମସ୍ୟା ସମାଧାନ କରିପାରିଲା ।
ବୋରଙ୍କ ଦ୍ଵାରା ପରିକଳ୍ପିତ ବୃତ୍ତାକାରାର କକ୍ଷ ଯଥେଷ୍ଟ ନଥିଲା ଏବଂ ପରେ ଏହା ନିର୍ଦ୍ଧିଷ୍ଟ ଶକ୍ତି ସ୍ତରକୁ ବିଚାରକୁ ନିଆଗଲା । ବୃତ୍ତାକାର କକ୍ଷ ଦ୍ଵିପରିସର ହେଲାବେଳେ ଶକ୍ତିସ୍ତର ତ୍ରିପରିସରୀୟ ଅଟେ । ନିର୍ଦ୍ଧିଷ୍ଟ ଶକ୍ତି ବିଶିଷ୍ଟ ଶକ୍ତି ସ୍ତର ଗୁଡିକୁ K, L, M, N ଇତ୍ୟାଦି ବା ଯୁକ୍ତ ପୂର୍ଣ୍ଣସଂଖ୍ୟା ୧, ୨, ୩ ପ୍ରଭୃତି ଦ୍ଵାରା ସୂଚୀତ କରାଯାଏ ।
ଶକ୍ତିସ୍ତର ଗୁଡିକର ଶକ୍ତି ସଂଖ୍ୟା n ବଢିବା ସହିତ ବଢି ଚାଲେ n=1 ପାଇଁ ଶକ୍ତିସ୍ତର ସବୁଠାରୁ କମ୍ । କେଉଁ ଶକ୍ତିସ୍ତରରେ ସର୍ବାଧବକ କେତୋଟି ଇଲେକ୍ଟ୍ରନ ରହିପାରିବ ତାହା ନିୟମ ଦ୍ଵାରା ସୂଚୀତ ହୁଏ ଯେଉଁଠାରେ n= ଶକ୍ତିସ୍ତର ସଂଖ୍ୟା ।
ତେଣୁ ପ୍ରଥମ ଶେଲ୍ (K)(n=1) ରେ ସର୍ବାଧିକ = = 2 ଟି ଇଲେକ୍ଟ୍ରନ, ୨ୟ ଶେଲ୍ ବା LShell(n=2) ରେ = 2X = 8ଟି, ୩ୟ ବା M ଶେଲରେ ୧୮ଟି ଏବଂ ୪ର୍ଥ ଶେଲ ବା N ଶେଲରେ ୩୨ ଏହିପରି ଇଲେକ୍ଟ୍ରନ ରହିପାରିବ । ପ୍ରତ୍ୟକ ଶେଲ କେତେ ଗୁଡିଏ ଉପଶେଲ ରେ ବିଭକ୍ତି ଅଟେ ।
ସ୍ଵିକାର୍ଯ୍ୟ ୨: ଇଲେକ୍ଟ୍ରନ ଶକ୍ତି ଅବଶୋଷ ବା ବିକିରଣ କରି କକ୍ଷ ବା ଶକ୍ତି ସ୍ତରକୁ ବଦଳାଇ ପାରିବ । ଶକ୍ତିସ୍ତର ରେ ଥିବା ଏକ ଇଲେକ୍ଟ୍ରନ ଶକ୍ତିର ଗୋଟିଏ ଫୋଟନ ଅବଶୋଷଣ କରି ସର୍ବଶେଷ ଉଚ୍ଚଶକ୍ତିସ୍ତର କୁ ଯାଇପାରିବ,
ଯେତେବେଳେ ଇଲେକ୍ଟ୍ରନ ଉଚ୍ଚ ପ୍ରାଥମିକ ସ୍କତିଷ୍ଟର ରୁ ନିମ୍ନ ଶକ୍ତି ସ୍ତର କୁ କକ୍ଷ ବଦଳାଇଥାଏ । ସେତେବେଳେ ଏହା ୨ ଶକ୍ତିର ଗୋଟିଏ ଫୋଟନ ମୁକ୍ତ କରିଥାଏ ।
ରଦରଫୋର୍ଡଙ୍କ ପରମାଣୁମଡେଲର ୨ଟି ଅସାମର୍ଥ୍ୟ ବୋରଙ୍କ ପରମାଣୁ ମଡେଲ ଦୂରୀଭୂତ କଲା । ତୃତୀୟ ଅସାମର୍ଥ୍ୟ ହେଲା ଏହା ପ୍ରାରମ୍ଭିକ ଭାବେ ପାରମାନବିକ ବସ୍ତୁତ୍ଵ ଓ ପରମାଣୁ ସଂଖ୍ୟାମଧ୍ୟରେ ସମ୍ପର୍କକୁ ବୁଝାଇପାରିଲା ନାହିଁ । ନିଉଟ୍ରନର ଆବିଷ୍କାର ପରେ ଏହି ସମସ୍ୟା ଦୂର ହେଲା ।
ନିଉଟ୍ରନ ଆବିଷ୍କାର
ରଦରଫୋର୍ଡଙ୍କ ପରମାଣୁ ମଡେଲ ପାରମାଣବିକ ବସ୍ତୁତ୍ଵ ଓ ପରମାଣୁ କ୍ରମାଙ୍କ (ପ୍ରୋଟନ ସଂଖ୍ୟା) ମଧ୍ୟରେ ଥିବା ସମ୍ପର୍କ ବୁଝାଇବା ପାଇଁ ଅସମର୍ଥ ହେଲା । ତାଙ୍କ ମଡେଲ ଅନୁଯାୟୀ ହିଲିୟମ ପରମାଣୁର ବସ୍ତୁତ୍ଵ, ଉଦଜାନ ପରମାଣୁ ର ଦୁଇଗୁଣ ହେବା ଦରକାର । କିନ୍ତୁ ପ୍ରକୃତରେ ପରମାଣୁର ବସ୍ତୁତ୍ଵ ଓ ଉଦଜାନ ପରମାଣୁର ବସ୍ତୁତ୍ଵର ଅନୁପାତ ୪:୧ । ଜଣାଗଲା ଯେ ଅନ୍ୟ ଏକ ଅବପରମାଣୁ ନିଉକ୍ଲିୟସ ମଧ୍ୟରେ ଅଛି ଯାହା ନିରପେକ୍ଷ କିନ୍ତୁ ବସ୍ତୁତ୍ଵ ଅଛି ।
ଏହି ପ୍ରକାର କଣିକା ଜେମ୍ସ ଚାଡଉଇକ ୧୯୩୨ରେ ଆବିଷ୍କାର କରିଥିଲେ । ଏହା ବିଦ୍ୟୁତ ନିରପେକ୍ଷ ଏବଂ ଏହାର ନାମ ନିଉଟ୍ରନ ରଖାଗଲା । ଉଦଜାନ ପରମାଣୁ ବ୍ୟତୀତ ଅନ୍ୟସମସ୍ତ ପରମାଣୁର ନିଉକ୍ଲିୟସରେ ନିଉଟ୍ରନ ଅଛି । ଏହାକୁ ସଙ୍କେତ ନ ଦ୍ଵାରା ପ୍ରକାଶ କରାଯାଏ ଏବଂ ଏହାର ବସ୍ତୁତ୍ଵ ପ୍ରୋଟନର ବସ୍ତୁତ୍ଵଠାରୁ ସାମାନ୍ଯ ଅଧିକ ତେଣୁ ଯଦି ହିଲିୟମ ପରମାଣୁର ୨ଟି ପ୍ରୋଟନ ଓ ୨ ନିଉଟ୍ରନ ଅଛି ତେବେ ଏହାର ହିଲିୟନ ଓ ଉଦଜାନର ବସ୍ତୁତ୍ଵର ଅନୁପାତ ୪:୧ ହେବ । ପରମାଣୁରେ ଥିବା ୩ଟି ମୌଳିକ କଣିକାର ପ୍ରକୃତି ନିମ୍ନରେ ଦିଆଗଲା ।
କଣିକା |
ପ୍ରତୀକ |
ବସ୍ତୁତ୍ଵ (ଜିଗ୍ରାରେ) |
ପ୍ରକୃତ ଚାର୍ଜ ଜୁଲମରେ |
ଆପେକ୍ଷିକ ଚାର୍ଜ |
ଇଲେକ୍ଟ୍ରନ |
E |
୯.୧୦୯୩୮୯ X |
-୧.୬୦୨୧୭୭ X |
-୧ |
ପ୍ରୋଟନ |
p |
୧.୬୭୨୬୨୩ X |
୧.୬୦୨୧୭୭ X |
୧ |
ନିଉଟ୍ରନ |
n |
୧.୬୭୪୯୨୮ X |
୦ |
୦ |
ପରମାଣୁ କ୍ରମାଙ୍କ ସଂଖ୍ୟା ଓ ପାରମାଣବିକ ବସ୍ତୁତ୍ଵ
ପରମାଣୁର ନିଉକ୍ଲିୟସ ମଧ୍ୟରେ ଯୁକ୍ତ ଚାର୍ଜ ବିଶିଷ୍ଟ ପ୍ରୋଟନ ଓ ନିରପେକ୍ଷ କଣିକା ନିଉଟ୍ରନ ଅଛି । ପରମାଣୁରେ ଥିବା ପ୍ରୋଟନ ସଂଖ୍ୟାକୁ ପରମାଣୁ କ୍ରମାଙ୍କ କୁହାଯାଏ ଓ ଏହାକୁ ପ୍ରତୀକ z ଦ୍ଵାରା ସୂଚୀତ କରାଯାଏ । ଗୋଟିଏ ମୌଳିକର ପ୍ରତ୍ୟକ ପରମାଣୁର ଏକାପ୍ରକାର ପରମାଣୁ କ୍ରମାଙ୍କ ଥାଏ । ନିଉକ୍ଲିୟସ ବାହାର ପାର୍ଶ୍ଵରେ ଇଲେକ୍ଟ୍ର ଥାଏ । ପରମାଣୁର ବିଦ୍ୟୁତ ନିରପେକ୍ଷତା ଏହାର ନିଉକ୍ଲିୟସର ପ୍ରୋଟନ ସଂଖ୍ୟା ଓ ସମାନ ପରିମାଣ ଇଲେକ୍ଟ୍ରନ ସଂଖ୍ୟା ଯୋଗୁଁ ସମ୍ଭବ । ତେଣୁ :
ପରମାଣୁ କ୍ରମାଙ୍କ = ପ୍ରୋଟନ ସଂଖ୍ୟା = ଇଲେକ୍ଟ୍ରନ ସଂଖ୍ୟା
ଡାଲଟନଙ୍କ ତତ୍ତ୍ଵ ଅନୁଯାୟୀ ଭିନ୍ନ ଭିନ୍ନ ମୌଳିକର ପରମାଣୁ ଗୁଡିକ ପରସ୍ପର ଠାରୁ ଭିନ୍ନ । ଏହି ପାର୍ଥକ୍ୟ, ପରମାଣୁର ନିଉକ୍ଲିୟସରେ ଥିବା ପ୍ରୋଟନ ସଂଖ୍ୟା ହେତୁ ହୋଇଥାଏ । ଅନ୍ୟ ଅର୍ଥରେ ଭିନ୍ନ ଭିନ୍ନ ମୌଳିକରେ ସେମାନଙ୍କର ପରମାଣୁ କ୍ରମାଙ୍କର ପାର୍ଥକ୍ୟ ଥାଏ ।
ଉଦାହରଣ : ଉଦଜାନ ପରମାଣୁର ନିଉକ୍ଲିୟସରେ ଗୋଟିଏ ପ୍ରୋଟନ ଓ ହିଲିୟମ ନିଉକ୍ଲିୟସରେ ୨ଟି ପ୍ରୋଟନ ଥାଏ । ସେମାନଙ୍କର ପରମାଣୁ କ୍ରମାଙ୍କ ଯଥା କ୍ରମେ ୧ ଓ ୨ । ରଦରଫୋର୍ଡଙ୍କ ମଡେଲରୁ ଜଣା ଅଛି ଯେ ପରମାଣୁର ବସ୍ତୁତ୍ଵ ଏହାର ନିଉକ୍ଲିୟସରେ କେନ୍ଦ୍ରୀଭୂତ । ଏହାର କାରଣ, ନିଉକ୍ଲିୟସରେ ଥିବା ଦୁଇଟି ଭାରିକଣିକା ପ୍ରୋଟନ ଓ ନିଉଟ୍ରନ ରେ ଉପସ୍ଥିତି । ଏହି କଣିକା ଗୁଡିକୁ ନିଉକ୍ଲିୟନ କୁହାଯାଏ । ପରମାଣୁର ନିଉକ୍ଲିୟସରେ ଥିବା ନିଉକ୍ଲିୟସ ସଂଖ୍ୟାକୁ ବସ୍ତୁତ୍ଵ ସଂଖ୍ୟା କୁହାଯାଏ । ଏହାକୁ A ଦ୍ଵାରା ପ୍ରକାଶ କରାଯାଏ ଏବଂ ଏହା ମୌଳିକର ପରମାଣୁରେ ଥିବା ସମସ୍ତ ପ୍ରୋଟନ ଓ ନିଉଟ୍ରନ ସଂଖ୍ୟାର ସମଷ୍ଟି ସହ ସମାନ । ତେଣୁ
ବସ୍ତୁତ୍ଵ ସଂଖ୍ୟା (A) = ପ୍ରୋଟନ ସଂଖ୍ୟା (z) + ନିଉଟ୍ରନ ସଂଖ୍ୟା (n)
ଏକ ମୌଳିକ (X), ପରମାଣୁ କ୍ରମାଙ୍କ (z) ଏବଂ ବସ୍ତୁତ୍ଵ ସଂଖ୍ୟା A କୁ ନିମ୍ନପ୍ରକାରରେ ପ୍ରକାଶ କରାଯାଏ :
ଉଦାହରଣ : ର ଅର୍ଥ କାର୍ବନର ପରମାଣୁ କ୍ରମାଙ୍କ ୬, ବସ୍ତୁତ୍ଵ ସଂଖ୍ୟା ୧୨ । ପରମାଣୁର ବିଭିନ୍ନ ମୋଇଲିକ କଣିକା ଗୁଡିକୁ ଏହା ସାହାଯ୍ୟରେ ହିସାବ କରିହେବ । କାର୍ବନ କ୍ଷେତ୍ରରେ ଏହି କଣିକା ଗୁଡିକୁ ଆସ ଜାଣିବା
ପରମାଣୁ କ୍ରମାଙ୍କ ୬ର ଅର୍ଥ
ପ୍ରୋଟନ ସଂଖ୍ୟା = ଇଲେକ୍ଟ୍ରନ ସଂଖ୍ୟା = ୬
ବସ୍ତୁତ୍ଵ ସଂଖ୍ୟା = ପ୍ରୋଟନସଂଖ୍ୟା + ନିଉଟ୍ରନ ସଂଖ୍ୟା
ð ୧୨=୬+ନିଉଟ୍ରନ ସଂଖ୍ୟା
ð ନିଉଟ୍ରନ ସଂଖ୍ୟା = ୧୨-୬ = ୬
ତେଣୁ ପରମାଣୁର ୬ ପ୍ରୋଟନ, ୬ ଇଲେକ୍ଟ୍ରନ ଓ ୬ ନିଉଟ୍ରନ ଅଛି ।
ଇଲେକ୍ଟ୍ରନ ସରଞ୍ଚନା
ବିଭିନ୍ନ କକ୍ଷରେ ଇଲେକ୍ଟ୍ରନର ବଣ୍ଟନ । କେନ୍ଦ୍ରୀୟ ନିଉକ୍ଲିୟସ ଚାରିପାଖରେ ଇଲେକ୍ଟ୍ରନ ଗୁଡିକ ନିର୍ଦ୍ଧିଷ୍ଟ ପଥରେ ଯାହାକୁ କକ୍ଷ ବା ଶକ୍ତି ସ୍ତର କୁହାଯାଏ । ଘୁରନ୍ତି, ଏହି କକ୍ଷ ବା ଶକ୍ତି ସ୍ତରର ବିଭିନ୍ନ ଶକ୍ତି ଅଛି ଏବଂ ସେଗୁଡିକ ଭିନ୍ନ ସଂଖ୍ୟାର ଇଲେକ୍ଟ୍ରନ ଧାରଣ କରିପାରନ୍ତି । ପ୍ରଶ୍ନଉଠେ କକ୍ଷ ଚାରିପାଖରେ ଇଲେକ୍ଟ୍ରନ ଗୁଡିକ କିପରି ସଜାଇ ହୋଇ ରହିଛନ୍ତି । ଏହି ପ୍ରଶ୍ନର ଉତ୍ତର ବୋର ଏବଂ ବୁରିଙ୍କି ଦ୍ଵାରା ଦିଆଯାଇଥିଲା । ସେମାନଙ୍କର ଖସଡା ଅନୁଯାୟୀ ଇଲେକ୍ଟ୍ରନ ସଜା ନିମ୍ନ ନିୟମ ଦ୍ଵାରା ପରିଚାଳିତ ।
ସର୍ବାଧିକ ସଂଖ୍ୟକ ଇଲେକ୍ଟ୍ରନ K ସେଲ ବା (n=1) = = 2 X = 2
L ସେଲରେ (n=2) = = 2 X = 8 ଏବଂ
M ସେଲରେ (n=3) = = 2 X = 18 ଟି ଇଲେକ୍ଟ୍ରନ
କକ୍ଷସଂଖ୍ୟା (n) |
ସେଲର ନାମ |
ସର୍ବାଧିକ କ୍ଷମତା |
୧ |
K – Shell |
୨ |
୨ |
L – Shell |
୮ |
୩ |
M – Shell |
୧୮ |
୪ |
N – Shell |
୩୨ |
ବିଭିନ୍ନ କକ୍ଷ ବା ସେଲରେ ପରମାଣୁ ଇଲେକ୍ଟ୍ରନ ଗୁଡିକର ସଜ୍ଜାକୁ ଇଲେକ୍ଟ୍ରନ ସରଞ୍ଚନା କୁହାଯାଏ । ଏହାକୁ ମନେକରି ବିଭିନ୍ନ ମୌଳିକର ବିଭିନ୍ନ କକ୍ଷରେ ଇଲେକଟ୍ରନ ସଜ୍ଜା କିପରି ହୁଏ ଆସ ଜାଣିବା ।
ଯୋଜ୍ୟତାର ଧାରଣା
ପ୍ରଥମ ୧୮ଟି ମୌଳିକର ଇଲେକ୍ଟ୍ରନ ସରଞ୍ଚନା ଆଲୋଚନା କଲେ । ଜାଣିହେବ ଯେ ବିଭିନ୍ନ ମୌଳିକର ବାହ୍ୟତ୍ତମ କକ୍ଷ ବା ଯୋଜ୍ୟତା କକ୍ଷରେ ଭିନ୍ନ ସଂଖ୍ୟାର ଇଲେକ୍ଟ୍ରନ ଅଛି । ବାହ୍ୟତ୍ତମ କକ୍ଷରେ ଥିବା ଇଲେକ୍ଟ୍ରନ ସଂଖ୍ୟାକୁ ସଂଯୋଜକ ଇଲେକ୍ଟ୍ରନ କୁହାଯାଏ । ଏହି ସଂଯୋଜକ ଇଲେକ୍ଟ୍ରନର ସଂଖ୍ୟା ଏକ ମୌଳିକର ପରମାଣୁର ସଂଯୋଜକର କ୍ଷମତାକୁ ବୁଝାଏ । ଯୋଜ୍ୟତା ହେଉଛି ରାସାୟନିକ ବନ୍ଧର ସଂଖ୍ୟା ଯାହା ଏକ ସଂଯୋଜୀ ମୌଳିକ ସହ ଏକ ପରମାଣୁ ଗଠନ କରିପାରେ । ଯେହେତୁ ଉଦଜାନ ଏକ ସଂଯୋଜୀ ମୌଳିକ ତେଣୁ ଏକ ମୌଳିକର ଗୋଟିଏ ପରମାଣୁ ଯେତୋଟି ଉଦଜାନ ପରମାଣୁ ସହ ମିଶି ଏକ ଯୌଗିକ ଗଠନ କରେ, ଉଦଜାନ ପରମାଣୁର ସେହି ସଂଖ୍ୟାକୁ ଉକ୍ତ ମୌଳିକର ଯୋଜ୍ୟତା କୁହାଯାଏ ।
ଉଦାହରଣ : O, , କ୍ଷେତ୍ରରେ ଅମ୍ଳଜାନର ଯୋଜ୍ୟତା ୨ ନାଇଟ୍ରୋଜର ଯୋଜ୍ୟତା ୩, କାର୍ବନର ଯୋଜ୍ୟତା ୪ ଅଟେ । ଯେଉଁ ମୌଳିକତର ବାହ୍ୟତ୍ତମ କକ୍ଷ ଇଲେକଟ୍ରନ ସରଞ୍ଚନା ଦୃଷ୍ଟିରୁ ସମ୍ପୂର୍ଣ୍ଣ ତାହାର ରାସାୟନିକ କ୍ରିୟା ଅଳ୍ପ ବା ଆଦୌ ନଥାଏ । ଏହାର ସଂଯୋଜନା କ୍ଷମତା ବା ଯୋଜ୍ୟତା ଶୂନ (୦) ଅଟେ । ଯେଉଁ ମୌଳିକର ଯୋଜୟତ କକ୍ଷ ଗୁଡିକ ସମ୍ପୂର୍ଣ୍ଣ ସେଗୁଡିକର ସ୍ଥିର ଇଲେକ୍ଟ୍ରନ ସରଞ୍ଚନା ଥାଏ । ପ୍ରଧାନ ଶ୍ରେଣୀର ମୌଳିକ ଗୁଡିକର ଯୋଜ୍ୟତା ମୋଲ (ବାହାର କକ୍ଷ) ରେ ସର୍ବାଧିକ ୮ଟି ଇଲେକ୍ଟ୍ରନ ରହିପାରିବ । ଏହାକୁ ଇଲେକ୍ଟ୍ରନ ଅଷ୍ଟକ ସୂତ୍ର କୁହାଯାଏ । ପରମାଣୁର ସଂଯୋଜନା କ୍ଷମତା ବା ଏକ ପରମାଣୁ ଅନ୍ୟ ପରମାଣୁ ସହ ପ୍ରତିକ୍ରିୟା କରି ଅଣୁ ଗଠନ କରିବା ପାଇଁ ତାହାର ବାହାର କକ୍ଷରେ ୮ଟି ଇଲେକ୍ଟ୍ରନ ଧାରଣ କରିବାକୁ ଚେଷ୍ଟା କରେ । ଅଷ୍ଟକ ସୂତ୍ର ପ୍ରୟୋଗ କରି ଇଲେକ୍ଟ୍ରନ ସରଞ୍ଚନାରୁ ଏକ ମୌଳିକର ଯୋଜ୍ୟତା ନିରୂପଣ କରିହେବ ନିମ୍ନରୁ ତାହା ଜଣା ପଡିବ :
କ’ଣ ଶିକ୍ଷା କଲ
ଆଧାର : ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା
Last Modified : 1/16/2020