ବିଶ୍ଵସ୍ତରୀୟ

ଆନ୍ତର୍ଜାତୀୟ ଶକ୍ତି ସଂସ୍ଥା ପୂର୍ବାନୁମାନ କରେ ଯେ ୨୦୩୦ ମସିହା ସୁଦ୍ଧା ବିଶ୍ଵର ବାର୍ଷିକ ଶକ୍ତି ଚାହିଦା ପାଖାପାଖି ୧.୫% ହାରରେ ବଢିବ । ଏହା ୧୨୦୦୦ ନିୟୁତ ଟନ ତୈଳ ସମକକ୍ଷ ରୁ ବଢି ୧୬୨୦୦ ନିୟୁତ ଟନ ତୈଳ ସମକକ୍ଷ ରେ ପହଞ୍ଚିବ, ଯାହା ସମଗ୍ର ଚାହିଦାର ୪୦% ଅଭିବୃଦ୍ଧି ଅଟେ । ଏସିଆର ବିକାଶଶୀଳ ଦେଶ ଏବଂ ମଧ୍ୟ ପ୍ରାଚ୍ୟ ଏହି ଅଭିବୃଦ୍ଧି ପାଇଁ ମୁଖ୍ୟତଃ ଦାୟୀ। ଆନ୍ତର୍ଜାତୀୟ ଶକ୍ତି ସଂସ୍ଥା ଅନୁଯାୟୀ ମୁଣ୍ଡ ପିଛା ଶକ୍ତି ଉପଯୋଗ ବୃଦ୍ଧିରେ ପରିବହନ ଓ ତା ପଛକୁ ଉତ୍ପାଦନ କ୍ଷେତ୍ରର ଯଥେଷ୍ଟ ଯୋଗଦାନ ରହିଛି । ଭାରତ ଓ ଚୀନ ଏହାର ବ୍ୟତିକ୍ରମ, ଏଠାରେ ଉତ୍ପାଦନ କ୍ଷେତ୍ର ପଛକୁ ଘରୋଇ ଉପଯୋଗ ଏହି ବୃଦ୍ଧି ପାଇଁ ଦାୟୀ। ନିମ୍ନରେ ବିଶ୍ଵସ୍ତରରେ ଶକ୍ତି ଉପଯୋଗର ପ୍ରବୃତ୍ତି ବିଷୟରେ କୁହାଯାଇଛି

ଆଶା କରାଯାଏ ଯେ ଜୀବାଶ୍ମ ଇନ୍ଧନ, ମୁଖ୍ୟତଃ କୋଇଲା, ଆଗାମୀ ଦିନର ବିପଣନ ହୋଇ ପାରୁଥିବା ଶକ୍ତିର ବର୍ଦ୍ଧିତ ଚାହିଦା ମେଣ୍ଟାଇବ । ତୈଳ ଏବଂ ଅନ୍ୟାନ୍ୟ ପେଟ୍ରୋଲିଅମ ଉତ୍ପାଦ ମଧ୍ୟ ଅନେକାଂଶରେ ଏହି ଚାହିଦା ମେଣ୍ଟାଇବେ, କିନ୍ତୁ ଦର ବୃଦ୍ଧି ଯୋଗୁଁଏହାର ଭାଗ ଆସନ୍ତା କିଛି ବର୍ଷ ମଧ୍ୟ ରେ କମିଯିବ। ପେଟ୍ରୋଲ ଏବଂ ଅନ୍ୟ ତରଳ ଇନ୍ଧନ ଆସନ୍ତା ବର୍ଷ ମାନଙ୍କରେ ପରିବହନ କ୍ଷେତ୍ରରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିବେ, କାରଣ ପେଟ୍ରୋଲ ଏବଂ ଅନ୍ୟ ତରଳ ଇନ୍ଧନ ସହ ପ୍ରତିଯୋଗୀତା କଲାପରି ବିକଳ୍ପ ବହୁତ କମ । ଭବିଷ୍ୟତରେ ଜୈବ ଇନ୍ଧନର ଭାଗ ମଧ୍ୟ ବଢିବା ଆଶା କରାଯାଏ । ଯାହାହେଉ, ଅନ୍ୟ କେତୋଟି ସଂସାଧନ ଦିଗ ପ୍ରତି ଧ୍ୟାନ ମଧ୍ୟ ଦେବାକୁ ହେବ । ତୈଳର କ୍ରମ ବର୍ଦ୍ଧମାନ ମୂଲ୍ୟ ପ୍ରକୃତିକ ଗ୍ୟାସ ଓ ଜୀବାଶ୍ମ ଇନ୍ଧନର ଚାହିଦା ଓ ବ୍ୟବହାରକୁ ପ୍ରଭାବିତ କରିବ । ଯେହେତୁ ତୈଳ ଓ ପ୍ରକୃତିକ ଗ୍ୟାସ ବହୁମୂଲ୍ୟ ହୋଇଯିବ, ଏହା କୋଇଲା ବ୍ୟବହାରକୁ ଅନେକାଂଶରେ ପ୍ରଭାବିତ କରିବ । ଏହା ଭାରତ, ଚୀନ ଓ ଆମେରିକାକୁ ବହୁଳ ମାତ୍ରାରେ ପ୍ରଭାବିତ କରିବ । ବିଶ୍ଵ ସ୍ତରରେ ବିଦ୍ୟୁତ ଉତ୍ପାଦନ ପାଇଁ ମଧ୍ୟ ପ୍ରକୃତିକ ଗ୍ୟାସ ଏବଂ କୋଇଲା ବ୍ୟବହାର ହେବ ।

ଜୀବାଶ୍ମ ଇନ୍ଧନର ବର୍ଦ୍ଧିତ ମୂଲ୍ୟ, ଶକ୍ତି ସୁରକ୍ଷା, ପରିବେଶ ଇତ୍ୟାଦି ଆଣବିକ ଶକ୍ତି ଏବଂ ଗ୍ରୀଡ ସଂଯୁକ୍ତ ଅକ୍ଷୟଶକ୍ତି କ୍ଷେତ୍ରରେ ବିଶ୍ଵ ସ୍ତରରେ ଉନ୍ନତି ଆଣିବା ଆଶା କରାଯାଏ ।

ଜୀବାଶ୍ମ ଇନ୍ଧନର ବର୍ଦ୍ଧମାନ ମୂଲ୍ୟ, ବିଶେଷକରି ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ, ତତ୍ସହିତ ଅକ୍ଷୟଶକ୍ତି ର ବିକାଶ ପାଇଁ ସରକାରୀ ନୀତି ଓ କାର୍ଯ୍ୟକ୍ରମ ସମୟାନୁକ୍ରମେ ଅକ୍ଷୟଶକ୍ତି ର ବ୍ୟବହାରକୁ ପ୍ରୋତ୍ସାହନ ଦେବ ।

ଭାରତ ସ୍ତରୀୟ

ଭାରତର ସନ୍ତୋଷଜନକ ଏବଂ ନିରନ୍ତର ଆର୍ଥିକ ଅଭିବୃଦ୍ଧି ଏହାର ଶକ୍ତି ସମ୍ବଳ ତଥା ଚାହିଦା ଉପରେ ବିଶାଳ ଚାପ ସୃଷ୍ଟି କରିବ ।

ଚାହିଦା ଓ ଯୋଗାଣର ବ୍ୟାପକ ଅସୁନ୍ତଳନ ଭାରତ ସରକାରଙ୍କୁ ଶକ୍ତି ଯୋଗାଣ ବୃଦ୍ଧି ପାଇଁ ଦରକାର ପଡିବ । ଭାରତ ପ୍ରାୟ ୮୦% ତୈଳ ଆମଦାନୀ କରିଥାଏ, ଏବଂ ଏହା ଭବିଷ୍ୟତରେ ବୃଦ୍ଧହୀ ପାଇବାର ସୁଯୋଗ ରହିଛି । ଏହା ଭାରତର ଶକ୍ତି ସୁରକ୍ଷାକୁ ପ୍ରଭାବିତ କରିବାର ଭୟ ରହିଛି । ଏହା ସହ ଭବିଷ୍ୟତରେ ନିଜସ୍ଵ କୋଇଲା କମିଯିବା ହେତୁ ଆୟାତୀତ କୋଇଲା ଉପରେ ନିର୍ଭରଶୀଳତା ଏବଂ ଉତ୍ପାଦନ ଓ ତାର୍କିକ ବ୍ୟବରୋଧ ବଢିବ ଯାହାକି ଆଣବିକ ଶକ୍ତି ଉତ୍ପାଦନକୁ ପ୍ରଭାବିତ କରିବ ।

ବୃହତ ଜଳ ବିଦ୍ୟୁତ ପ୍ରକଳ୍ପର ଓ ତତ୍ସହିତ ଆଣବିକ ଶକ୍ତି କ୍ଷେତ୍ରରେ ସମସ୍ୟା ବୃଦ୍ଧିପାଇ ଚାଲିଛି; ସେଥିପାଇଁ ଦେଶ ଭବିଷ୍ୟତରେ ଗମ୍ଭୀର ଶକ୍ତି ଯୋଗାଣ ସମସ୍ୟାର ସମ୍ମୁଖୀନ ହୋଇପାରେ ।

ଆର୍ଥିକ ଅଭିବୃଦ୍ଧି, ସମ୍ପନ୍ନତା ଏବଂ ସହରିକରଣ, ମୁଣ୍ଡପିଛା ଉପଯୋଗ, ଏବଂ ଶକ୍ତି ଉପଯୋଗର ପ୍ରସାର ବୃଦ୍ଧି ଯୋଗୁ ବିଦ୍ୟୁତର ଚାହିଦା ବସ୍ତୁତଃ ବହୁତ ବଢେଇଦେଇପାରେ । ତେଣୁ ଏହା ଛହିଦ ଓ ଯୋଗାଣର ଏକ ଅସୁନ୍ତାଳନ ସୃଷ୍ଟି କରିବ । ପ୍ରଥମରୁ ଆଧିକାରିକ ରୂପେ ଶକ୍ତିର ଅଭାବ ୧୨.୭% ରେ ପହଞ୍ଚିଲାଣି, ଦୀର୍ଘସୂତ୍ରେ ଆହୁରି ବଢିବାର ସୁଯୋଗ ରହିଛି ।

ଅଣ-ପାରମ୍ପରିକ ଶକ୍ତି ଉତ୍ସ

ଅକ୍ଷୟ ଶକ୍ତିର ଉତ୍ସ ବହୁତ ମହତ୍ଵପୁର୍ଣ । ଉତ୍ସ ମଧ୍ୟରେ ଜୈବ ଗ୍ୟାସ, ଜୈବ ଇନ୍ଧନ, ସୌର ଶକ୍ତି, ବାୟବୀୟ ଶକ୍ତି ଇତ୍ୟାଦି । ଏଗୁଡିକ ରାଜ୍ୟ ମଧ୍ୟରେ ଦୂର ଏବଂ ଅପହଞ୍ଚ ଇଲାକା ରେ ଶକ୍ତି ଯୋଗାଇବା ପାଇଁ ପରିବେଶ ବନ୍ଧୁ ଏବଂ ଆର୍ଥିକ କୁଶଳୀ ଉପାୟ । ଅଧିକାଂଶ ଯୋଜନା ଭାରତ ସରକାରଙ୍କ ଦ୍ଵାରା କରାଯାଇଥାଏ । ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଆନୁଷଙ୍ଗିକ ସହାୟତା ଯୋଗାଇଥାନ୍ତି।

• ଗବେଷଣା ଓ ବିକାଶ

ଏହି ଯୋଜନାରେ ବର୍ତମାନ ଚାଲୁଥିବା ଅକ୍ଷୟଶକ୍ତି ଉପକରଣ ଓ ବ୍ୟବସ୍ଥା/ ପ୍ରଣାଳୀ କୁ ଉନ୍ନତତର କରାଯାଏ ।

• ଜାତୀୟ ଜୈବ ଗ୍ୟାସ ଏବଂ ଖତ ପରିଚାଳନା ଯୋଜନା

ଏହି ଯୋଜନାରେ ଭାରତ ସରକାର ଜୈବ ଗ୍ୟାସ ପ୍ଳାଣ୍ଟ ପ୍ରତିଷ୍ଠା ଅନୁବୃତ୍ତି ସହାୟତା, ଟର୍ନ-କି ଦେୟ, ତାଲିମ ସହାୟତା ଏବଂ ସେବା ମୂଲ୍ୟ ପାଇଁ ସହାୟତା ପ୍ରଦାନ କରିଥାନ୍ତି ।

• ଅପଶିଷ୍ଟ ପୁନଃ-ପ୍ରକ୍ରିୟାକରଣ ସଂଶାଧନ ପୁନରୁଦ୍ଧାର ପ୍ରଣାଳୀ

ଏହି ଯୋଜନାରେ ଗୋଷ୍ଠୀ ଜୈବ ଗ୍ୟାସ ପ୍ଳାଣ୍ଟ ଏବଂ ସଂସ୍ଥାଗତ ଜୈବ ଗ୍ୟାସ ପ୍ଳାଣ୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ଏକ ଯୋଜନା ।

• ଉନ୍ନତ ଚୁଲା

ଏହି ଯୋଜନାରେ ଘର ମାନଙ୍କୁ ଉଚ୍ଚ କ୍ଷମତା ସଂପନ୍ନ କାଠ ଚୁଲି ପ୍ରଯୁକ୍ତି ତଥା ଧୁମା ବିହୀନ ଚୁଲି ଯୋଗାଇ ଦିଆଯାଏ। ତେଣୁ ବନକ୍ଷୟ କମିବା ସହିତ ଘରର ଆଭ୍ୟନ୍ତରୀଣ ପ୍ରଦୂଷଣ ମଧ୍ୟ କମ ହୋଇଥାଏ ।