অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାର୍ବନ ମନୋକ୍ସାଇଡରୁ ଜୈବ ଇନ୍ଧନ

କାର୍ବନ ମନୋକ୍ସାଇଡରୁ ଜୈବ ଇନ୍ଧନ

ଜୈବଇନ୍ଧନ ଇଥାନଲ  ପ୍ରସ୍ତୁତି

ଶିଳ୍ପାଞ୍ଚଳରୁ ନିର୍ଗତ  ହେଉଥିବା  ମନୋକ୍ସାଇଡକୁ  କେତେକ ବୀଜାଣୁ ଖାଇ  ବଞ୍ଚିଥାଆନ୍ତି  । ଏହି  ବୀଜାଣୁକୁ ବ୍ୟବହାର  କରି  ଜୈବଇନ୍ଧନ ଇଥାନଲ  ପ୍ରସ୍ତୁତି ପାଇଁ  ବୈଜ୍ଞାନିକମାନେ  ଏକ ନୂଆ ଉପାୟ  ଖୋଜି ପାଇଛନ୍ତି  । ଅଜୈବ  ପଦାର୍ଥ  ଏବଂ  ଶିଳ୍ପସଂସ୍ଥାରୁ  ଅପଦ୍ରବ ଭାବେ  ନିର୍ଗତ ହେଉଥିବା  ମନୋକ୍ସାଇଡରୁ  ଜୈବ ଇନ୍ଧନ  ସୃଷ୍ଟି ଲାଗି  ଗବେଷକମାନେ  ଚେଷ୍ଟା  ଚଳାଇଛନ୍ତି  । ଆମେରିକାର  କର୍ନେଲ ୟୁନିଭର୍ସିଟିର  ଆସିଷ୍ଟାଣ୍ଟ ପ୍ରଫେସର  ଲ୍ୟୁଡମିଲ୍ଲା ଆରିଷ୍ଟାଇଲ  କହନ୍ତି “ଅପଦ୍ରବକୁ  ନଷ୍ଟହେବାକୁ  ନଦେଇ  ଏହାକୁ  ଆମେ  ଚାହିଦା  ମୁତାବକ  କାର୍ଯ୍ୟରେ  ଲଗାଇପାରିବା  । ବୀଜାଣୁକୁ  ଆମ କାର୍ଯ୍ୟରେ  ଲଗାଇବା  ନିମନ୍ତେ  ପ୍ରଥମେ ଆମକୁ ଜାଣିବାକୁ  ହେବ  ଯେ , ସେମାନଙ୍କଠାରେ  କିପରି  ଖାଦ୍ୟ ହଜମ ପ୍ରକ୍ରିୟା  ସମ୍ପାଦିତ  ହୁଏ  ଏବଂ ସେମାନେ  କିଭଳି  କାର୍ଯ୍ୟ  କରନ୍ତି  । କର୍ନେଲ  ପ୍ରଫେସର  ଲାର୍ସ ଆଞ୍ଜିନେଣ୍ଟଙ୍କ  କହିବାଅନୁଯାୟୀ , ଶିଳ୍ପସଂସ୍ଥାରୁ  ନିର୍ଗତ ଅପଦ୍ରବରୁ  ଇଥାନଲ ପ୍ରସ୍ତୁତ କରିବା  ବର୍ତ୍ତମାନ ସମୟର  ଆବଶ୍ୟକତା  । ତେଣୁ ଶିନ୍ଥେଟିକ ଗ୍ୟାସ ବା ସୀନଗ୍ୟାସ  ଏକ ମୁଖ୍ୟ ଜୈବପ୍ରଯୁକ୍ତି  ଭିତ୍ତିକ ସମାଧାନ ।  ତେବେ ବୈଜ୍ଞାନିକମାନେ  ଏହି ପ୍ରକ୍ରିୟାର  ସ୍ଵାଭାବିକ  ପ୍ରକୃତି  ଜାଣିବାକୁ ଆଗ୍ରହୀ ଅଛନ୍ତି  ।

ଷ୍ଟିଲ ଉତ୍ପାଦନ

ଇସ୍ପାତ କାରଖାନାରେ ଷ୍ଟିଲ ଉତ୍ପାଦନ ବେଳେ  କୋକିଂକୋଲ ବାହାରିବା  ପରି  ଗୁରୁ  ଶିଳ୍ପକାରଖାନାରୁ  ଏକ ବାଇପ୍ରଡକ୍ଟ  ଭାବେ  କାର୍ବନ  ମନୋକ୍ସାଇଡ  ଗ୍ୟାସ  ନିର୍ଗତ  ହୋଇଥାଏ  । ଏହି  କାର୍ବନ  ମନୋକ୍ସାଇଡକୁ  ଛାଡିଦେଲେ  ବୀଜାଣୁଗୁଡିକ  କାର୍ବନ ମନୋକ୍ସାଇଡକୁ ଇଥାନଲରେ ପରିଣତ  କରିପାରିବେ  ଯାହା  ଏକ  ଜୈବଅଣୁ ଭାବରେ ପରିଚିତ  । କାର୍ବନ ମନୋକ୍ସାଇଡ  ହେଉଛି  ଏକ ଅଣଜୈବିକ ଅଣୁ  । ଏଥିରୁ ସୃଷ୍ଟ   ଉପାଦାନକୁ ଆମେ  ଆମର  ମୂଲ୍ୟବାନ କାମରେ   ଲଗାଇପାରିବା  । ଏହି ଗବେଷଣାମୂଳକ  ଅଧ୍ୟୟନ “ଜର୍ନାଲ ଏନର୍ଜି ଆଣ୍ଡ ଏନଭାୟରନ ମେଣ୍ଟାଲ ସାଇନ୍ସରେ  ପ୍ରକାଶ  ପାଇଛି  ।

ଆଧାର  - ଧରିତ୍ରି

Last Modified : 12/7/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate