অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୋବର ଗ୍ୟାସ ପ୍ଳାଣ୍ଟର ବ୍ୟବହାର

ଗୋବର ଗ୍ୟାସ ପ୍ଳାଣ୍ଟ

ଗୋବର ଗ୍ୟାସ ରେ ୫୫ – ୭୫ ପ୍ରତିଶତ ମିଥେନ୍ ସହିତ ଉଦ୍ଜାନ ଓ ଅଙ୍ଗାରକାମ୍ଳ ଗ୍ୟାସଥାଏ । ଏହି ଗ୍ୟାସ ବ୍ୟବହାର କରି ରୋଷେଇ କରାଯିବା ସହିତ ଆଲୁଅ ଓ ପଙ୍ଖା ବ୍ୟବହାର କରାଯାଇ ପାରିବ ।

କାର୍ଯ୍ୟାକାରିତା

  • ଗୋଟିଏ ପାତ୍ରରେ ଗୋବର,ଘରୋଇ ଆବର୍ଜନା ଓ ପାଣିକୁ ମିଶାଯାଏ।
  • ଏହି ମିଶ୍ରଣିକୁ ଏକ ପ୍ରବେଶ ନଳୀ ଦେଇ ବହନ ଟ୍ୟାଙ୍କକୁ ପଠାଯାଏ ।
  • ଏହି ଜୈବ ପଦାର୍ଥ ଅମ୍ଳଜାନ ଅନୁପସ୍ଥିରେ ପଚିଲେ ଏଥିରୁ ବାୟୋ ଗ୍ୟାସ ବାହାରେ ।
  • ଏହି ଗ୍ୟାସକୁ ନିର୍ଗମ ନଳୀ ଦେଇ ସଂଗ୍ରହ କରି ବ୍ୟବହାର କରାଯାଏ ।
  • ପଚିଥିବା ଜୈବ ପଦାର୍ଥ ହାଲୁକା ହୋଇ ଭାସେ ଏବଂ ଟ୍ୟାଙ୍କ ରୁ ନିର୍ଗମ ନଳୀ ଦେଇ ବାହାରକୁ ବାହାରିଯାଏ ଯାହାକୁ ଉତ୍କୃଷ୍ଟ ଖତ ରୂପେ ବ୍ୟବହାର କରାଯାଇଥାଏ ।

ପ୍ଳାଣ୍ଟର ଆକାର

ପ୍ଳାଣ୍ଟର ଆକାର (ଘନ ମିଟର)

ଦୈନିକ ଗୋବର ଚାହିଦା (କି.ଗ୍ରା )

ଗାଈଗୋରୁ ସଂଖ୍ୟା

କେତେଜଣ ଲୋକଙ୍କ ପାଇଁ ରୋଷେଇ ହେବ

କେ. ଭି.ଆଇ. ସି ମଡେଲ ଖର୍ଚ୍ଚ ଟଙ୍କା

୨୫

୨ – ୩

୩-୪

୮୦୦୦

୫୦

୪ – ୫

୫-୬

୧୧୦୦୦

୭୫

୬ – ୭

୮-୧୨

୧୪୦୦୦

୧୦୦

୮ – ୯

୧୨ -୧୬

୧୬୫୦୦

ସ୍ଥାନ ନିରୂପଣ

  • ଏକ ଖୋଲା, ଉଚ୍ଚ ଏବଂ ସୂର୍ଯ୍ୟାଲୋକ ପାଉଥିବା ସ୍ଥାନରେ ଗୋବର ଗ୍ୟାସ ପ୍ଳାଣ୍ଟ ସ୍ଥାପନ କରନ୍ତୁ ।
  • ଏହାରୋଷେଇ ଘର ଏବଂ ଗାଈ ଗୁହାଳର ନିକଟରେ ଥିବା ଭଲ ।
  • ଭୂମିର ଜଳ ପତନ ୨ ମିଟର ତଳେ ରହିବା ଆବଶ୍ୟକ ।
  • ପିଇବା ପାଣି ଯୋଗାଉଥିବା କୂଅଠାରୁ ୧୫ ମିଟର ଦୂରରେ ଗ୍ୟାସ  ପ୍ଳାଣ୍ଟ ବସାଇବା ଭଲ ।

ରୋଷେଇ ସମୟରେ ଶକ୍ତି ସଂରକ୍ଷଣ -

ଉନ୍ନତ ପ୍ରଣାଳୀରେ ରୋଷେଇ କଲେ ଶକ୍ତି ସଂରକ୍ଷଣ ହେବା ସହିତ ଖାଦ୍ୟ ଗୁଣ ସଂରକ୍ଷିତ ରହେ ।

ଉତ୍ତମ ପାତ୍ର

  • ଗୋଳାକୃତି ପାତ୍ର ଚଟକା ପାତ୍ର ଅପେକ୍ଷା ଭଲ । କାରଣ ଗୋଲାକାର ପାତ୍ରରେ ତାପ ସଂଚାର ସବୁଆଡେ ଭଲଭାବରେ ହୋଇଥାଏ ।
  • ପାତ୍ରର ବ୍ୟାସ ଚୁଲି ମୁହଁ ବ୍ୟାସର ଦେହରୁ ୨ ଗୁଣ ହେବା ଆବଶ୍ୟକ ।
  • ପାତ୍ରର ତଳ ଅଂଶ ସଫାକରି ରୋଷେଇ କରିବା ଭଲ ।

ଶକ୍ତି  ସଂରକ୍ଷଣ କୌଶଳ

  • ଯଥା ସମ୍ଭବ କମ ପାଣିରେ ରୋଷେଇ କରନ୍ତୁ ।
  • ସର୍ବଦା ପାତ୍ରରେ ଢାଙ୍କୁଣୀ ଦେଇ ରୋଷେଇ କରନ୍ତୁ ।
  • ଡାଲି, ଚାଉଳ ଇତ୍ୟାଦି ରାନ୍ଧିବା ପୂର୍ବରୁ ଅଧଘଣ୍ଟା ପାଣିରେ ବତୁରାଇ ରାନ୍ଧନ୍ତୁ । ବୁଟ ଓ ମଟରକୁ ରାତିସାରା ପାଣିରେ ଭିଜାଇ ରାନ୍ଧନ୍ତୁ ।
  • ଚୂଳିରୁ ଜାଳ ଯେପରି ବାହାରି ନ ଯାଏ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ।
  • ପାଣି ଜୋର ରେ ଫୁଟିଲେ ଜାଳ କମାଇ ଦିଆନ୍ତୁ । ରୋଷେଇ ସାରିଲେ ତୁରନ୍ତ ଜଳ କାଠ ବାହାରି କରି ପାଣିରେ ନିଆଁ  ଲିଭାଇ ଦିଅନ୍ତୁ ।
  • ନଡାକୁ ଛୋଟ ଛୋଟ କାଟନ୍ତୁ ଓ ଅଧିକ ମାତ୍ରାରେ ଚୂଲିଜଳାନ୍ତୁ ନାହିଁ ।
  • ସର୍ବଦା ଶୁଖିଲା କାଠ ବ୍ୟବହାର କରନ୍ତୁ ।
  • ନଡାକୁ ଛନ୍ଦି ରଖନ୍ତୁ ଯେପରି ଏହା ମଧ୍ୟରେ  ବି ବାୟୁ ପ୍ରବେଶ କରିପାରିବେ ।
  • ସେତେବେଳେ କାଠ ସହିତ ପତ୍ର, ନଡା ଇତ୍ୟାଦି ଜଳାଯାଏ  , ପ୍ରଥମେ କାଠ ଜଳିବା ପରେ ପତ୍ର ଓ ନଡା କୁ ବ୍ୟବହାର କରନ୍ତୁ ।
  • ଯଦି ବାଧ୍ୟ ହୋଇ ଗୋବର ଜାଳୁଥାନ୍ତି ତେବେ ଲମ୍ବା ବାଡି ଉପରେ ଗୋବର ବୋଳି ଶୁଖାଇ ଜାଳନ୍ତୁ ।

ଆଧାର – ଶକ୍ତି ବିଭାଗ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate