ରାଜ୍ୟ ଜଳସମ୍ପଦ ବିଭାଗ ସହରାଞ୍ଚଳ ପାଇଁ ଏକ ନୂତନ ଯୋଜନା ୨୦୧୪-୧୫ ଆର୍ଥିକ ବର୍ଷରେ ହାତକୁ ନେଇଛନ୍ତି । ଏହି ପାଞ୍ଚବର୍ଷିୟା ଯୋଜନାଟି ଛାତଉପର ବର୍ଷାଜଳ ଅମଳ ଓ ଭୂତଳଜଳ ପୁନଃଭରଣ ପାଇଁ ଉଦ୍ଦିଷ୍ଟ । ପ୍ରାଥମିକ ଅବସ୍ଥାରେ ଯୋଜନାଟି ଭୂତଳଜଳ ସର୍ବେକ୍ଷଣ ଓ ଅନୁସନ୍ଧାନ ନିର୍ଦ୍ଦେଶାଳୟ ଦ୍ଵାରା ଭୁବନେଶ୍ଵର ଓ ବ୍ରହ୍ମପୁର , ଟିଟିଲାଗଡ, ବଲାଙ୍ଗୀରି ଓ ଝାରସୁଗୁଡା ସହରମାନଙ୍କରେ କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନାଟିଆର ସବିଶେଷ ବିବରଣୀ ଜଳସମ୍ପଦ ବିଭାଗର ୱେବସାଇଡ – www.dowrorissa.gov.in ରୁ ମିଳିପାରିବ ।
ରାଜ୍ୟରେ ପାନୀୟ ଜଳ ଯୋଗାଣ ପାଇଁ ଭୂତଳଜଳ ଏକ ମୁଖ୍ୟ ଉତ୍ସ ରୂପେ ପରିଗଣିତ ହୋଇଥାଏ ଦ୍ରୁତ ସହରୀକାରଣ ଯୋଗୁଁ ପ୍ରାକୃତିକ ଉପାୟରେ ହେଉଥିବା ଭୂତଳଜଳ ପୁନଃଭରଣର ପରିମାଣ ଓ ପରିସର ଦିନକୁ ଦିନ କମି କମି ଯାଇଛି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଲା ବହୁ ପରିମାଣରେ ସରକାରୀ ଓ ବେସରକାରୀ କୋଠାଘର ଗୁଡିକର ଛାତଉପରେ ବର୍ଷାଜଳ ଅମଳ କରି ଭୂତଳଜଳକୁ ପୁନଃଭରଣ କରିବା । ଏହାଦ୍ଵାରା ସହରାଞ୍ଚଳରେ ଭୂତଳଜଳର ସ୍ତର ଓ ଗୁଣାତ୍ମକ ମାନ ବୃଦ୍ଧି କରିହେବ । ଏତତ ବ୍ୟତୀତ ବର୍ଷା ଜଳ ସଂରକ୍ଷଣ ଯୋଗୁଁ ସହରାଞ୍ଚଳରେ ହେଉଥିବା ଆଶୁ ବନ୍ୟାର ପ୍ରକୋପ ମଧ୍ୟ କେତେକାଂଶରେ ହ୍ରାସ ପାଇବେ ।
v ଯେଉଁ କୋଠାଘର ଗୁଡିକର ଛାତର କ୍ଷେତ୍ରଫଳ ୨୦୦ ବର୍ଗମିଟର ବା ୨୧୫୦ ବର୍ଗ ମିଟର କମ ଓ ୩ ଟି ମହଲାରୁ ଅଧିକ ହୋଇ ନଥିବ ସେଗୁଡିକ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ । କୋଠାଘର ମାଲିକମାନେ ନିଜସ୍ୱ ଖର୍ଚ୍ଚରେ ଛାତ ଉପରେ ବର୍ଷାଜଳ ଅମଳ ବ୍ୟବସ୍ଥା ନିର୍ମାଣ କରି ସରକାରୀ ରିହାତି ପାଇ ପାରିବେ ।
v ଦରଖାସ୍ତ ଫର୍ମ ଓ ଅନ୍ୟାନ୍ୟ ବିବରଣୀ ନିକଟସ୍ଥ ଭୂତଳଜଳ ଅନୁସନ୍ଧାନ ଓ ସର୍ବେକ୍ଷଣ କାର୍ଯ୍ୟ।ଳୟରୁ ପାଇ ପାରିବେ ।
v ଦରଖାସ୍ତ ସହିତ ଯେକୌଣସି ଜାତୀୟକରଣ ବ୍ୟାଙ୍କ ଦ୍ଵାରା ପ୍ରସ୍ତୁତ ୧୦୦ ଟଙ୍କାର ବ୍ୟାଙ୍କ ଡ୍ରାଫ୍ଟ ନିର୍ଦ୍ଦେଶକ, ଭୂତଳଜଳ ସର୍ବେକ୍ଷଣ ଓ ଅନୁସନ୍ଧାନ ନାମରେ ଭୁବନେଶ୍ଵରରେ ପ୍ରାପ୍ୟ ସୂଚିତ ଥାଇ ନିକଟସ୍ଥ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ।ଳୟ ରେ ଡାକଦ୍ଵାରା କିମ୍ବା ନିଜେ ଦାଖଲ କରି ପାରିବେ । ଦରଖାସ୍ତ ଯଦି ଅସମ୍ପୂର୍ଣ୍ଣ ଥାଏ , ତେବେ ଏହା ଖାରଜ ହେବ ।
v ଭୂତଳ ଜଳ ସମ୍ବନ୍ଧିୟ ତଥ୍ୟ ଅନୁଯାୟୀ ଭୂତଳଜଳ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ।ଳୟ ଅଧିକାରୀ ପ୍ରାକ ଆକଳନ କରି RRHS ନିର୍ମାଣ ପାଇଁ ଘର ମାଲିକଙ୍କୁ ଅନୁମତି ଦେବେ ।
v GWS&I ଦ୍ଵାରା ତାଲିମପ୍ରାପ୍ତ ପରାମର୍ଶଦାତାମାନେ (RWHC) ସମସ୍ତ ବୈଷୟିକ ଜ୍ଞାନ କୌଶଳ ଘର ମାଲିକଙ୍କୁ ଆବଶ୍ୟକ ସ୍ଥଳେ ଯୋଗାଇଦେବେ ।
v କୋଠାଘର ର ଆକାର ଓ ପ୍ରକାର ଅନୁଯାୟୀ RRHS ନିର୍ମାଣ ଖର୍ଚ୍ଚ ଅଲଗା ଅଲଗା ହୋଇଥାଏ । RRHS ପାଇଁ ମୁଖ୍ୟତଃ ନିମ୍ନଲିଖିତ ବ୍ୟବସ୍ଥା ଘର ମାଲିକମାନ ନିଜସ୍ୱ ଖର୍ଚ୍ଚରେ ନିର୍ମାଣ କରିବେ ।
v RRHS ପାଇଁ ଏକ ଉପଯୁକ୍ତ ପୁନଃଭରଣ କୂପ ନିର୍ମାଣ ବାଧ୍ୟତାମୂଳକ ଅଟେ । ନଚେତ ସବସିଟି ମିଳିବ ନାହିଁ ।
v RRHS ପରୀକ୍ଷା ହେଲାପରେ ଘରମାଲିକ ୫୦ % ପୁଞ୍ଜି ନିବେଶ ବା ସର୍ବାଧିକ ୪୫, ୦୦୦୦ ଟଙ୍କା ଘର ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବସିଟି ବାବଦରେ ପଠାଯିବ ।
v ସବସିଡି ପାଇଁ , ନିର୍ଦ୍ଧାରିତ ଫର୍ମରେ ସମ୍ପୃକ୍ତ ଘର ମାଲିକ ଅନ୍ୟାନ୍ୟ ପ୍ରମାଣପତ୍ର ସହିତ GWS&ଆଇ କାର୍ଯ୍ୟ।ଳୟ କୁ ଜଣାଇବେ ।
v RRHS ର ରକ୍ଷଣାବେଖାନା ଖର୍ଚ୍ଚ ଘର ମାଲିକ ବହନ କରିଆବେ ।
ଯୋଗାଯୋଗ କାର୍ଯ୍ୟlଳୟ |
ସହର |
||||
ନିର୍ବାହୀ ଯନ୍ତ୍ରୀ ଭୂତଳ ଜଳ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟlଳୟ , ଏଚ.ପି , ବିଲଡିଙ୍ଗ , ଡେଲଟା ଛକ ୟୁନିଟ-୮ ଭୁବନେଶ୍ଵର -୧୨ |
ଭୁବନେଶ୍ଵର |
||||
ନିର୍ବାହୀ ଯନ୍ତ୍ରୀ ଭୂତଳ ଜଳ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟlଳୟ , ଭାବିନାରାୟଣପୁର , ରଙ୍ଗେଳଲୁଣ୍ଡା ଭଞ୍ଜବିହାରୀ , ବ୍ରହ୍ମପୁର- ୭
|
ବ୍ରହ୍ମପୁର |
||||
ନିର୍ବାହୀ ଯନ୍ତ୍ରୀ ଭୂତଳ ଜଳ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟlଳୟ , ଲାଲଟିକିରା, ରାଜେନ୍ଦ୍ର କଲେଜ ବଲାଙ୍ଗୀରି-୨
|
ବଲାଙ୍ଗୀରି |
||||
ନିର୍ବାହୀ ଯନ୍ତ୍ରୀ ଭୂତଳ ଜଳ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟlଳୟ , ଦାନିପାଲି ସେଣ୍ଟ୍ରାଲ ଏକସାଇଜ କାର୍ଯ୍ୟlଳୟ ନିକଟ , ସମ୍ବଲପୁର -୪
|
ସମ୍ବଲପୁର |
ଆଧାର - ଭୂତଳ ଜଳ ସର୍ବେକ୍ଷଣ ଓ ଅନୁସନ୍ଧାନ ନିର୍ଦ୍ଦେଶାଳୟ ।
Last Modified : 12/7/2019