ଭାରତରେ ବାଇଓମାସ ଆଧାରିତ ବିଦ୍ଯୁତ ଉତ୍ପାଦନର ସମ୍ଭାବନା
ଭାରତରେ କୃଷି, କୃଷି ଆଧାରିତ ଶିଳ୍ପ ଓ ଜଙ୍ଗଲ କ୍ଷେତ୍ରରେ ବିପୁଳ ମାତ୍ରାରେ ବାଇଓମାସ ସାମଗ୍ରୀ ଉତ୍ପାଦିତ ହୋଇଥାଏ. ଏକ ଆକଳନ ଅନୁସାରେ ଭାରତରେ କେବଳ କୃଷି ଓ କୃଷି ଆଧାରିତ ଶିଳ୍ପରୁ ହିଁ 5 ଶହ ମିଲିୟନ ଟନ ବାଇଓମାସ ସାମଗ୍ରୀ ଉତ୍ପାଦିତ ହୋଇଥାଏ.ଉତ୍ତାପ ହିସାବରେ ଦେଖିବାକୁ ଗଲେ ଏହି ମାତ୍ରା 175 ମିଲିୟନ ଟନ ତୈଳ ସହ ସମାନ. ଏହି ସାମଗ୍ରୀର କିଛି ଅଂଶ ଗ୍ରାମୀଣ ଅଂଚଳରେ ପଶୁଙ୍କୁ ଖାଦ୍ୟ ଦେବା ପାଇଁ ଓ ଗ୍ରାମୀଣ ଅର୍ଥନୀତିରେ ଇନ୍ଧନ ଦେବା ପାଇଁ ବ୍ୟବହାର କରାଯ଼ାଇଥାଏ. ତେବେ ଅଧ୍ୟୟନରୁ ଜଣା ପଡିଛି ଯ଼େ ପାଖାପାଖି 150ରୁ 200 ମିଲିୟନ ଟନ ବାଇଓମାସ ସାମଗ୍ରୀର ସଠିକ ବ୍ୟବହାର ହୋଇ ପାରୁ ନାହିଁ ଓ ଏହାକୁ ବୈକଳ୍ପିକ ବ୍ୟବହାର ପାଇଁ କମ ମୁଲ୍ୟରେ ଉପଲବ୍ଧ କରାଯ଼ାଇପାରେ. ଏହି ମାତ୍ରାର ବାଇଓମାସରୁ 15000ରୁ 25000 ମେଗାବାଟ ବିଜୁଳି ଉତ୍ପାଦନ କରାଯ଼ାଇପାରେ. ଏହା ବାଦ ବିଜୁଳି ବେଷ୍ଟ ଲ୍ଯାଣ୍ଡ, ସଡକ ଓ ରେଳ ଲାଇନ କଡରେ ପ୍ଲାଣ୍ଚେସନରୁ ଉପଲବ୍ଧ ବାଇଓମାସରୁ ମଧ୍ୟ ବିଜୁଳି ଉତ୍ପାଦନ କରାଯ଼ାଇପାରେ. ଏଭଳି ବାଇଓମାସରୁ 70 ହଜାର ମେଗାବାଟ ଅତିରିକ୍ତ ବିଜୁଳି ଉତ୍ପାଦନ କରାଯ଼ାଇପାରେ ବୋଲି ଆକଳନ କରାଯ଼ାଇଛି. ତେଣୁ ମୋଟ ଉପରେ ବାଇଓମାସରୁ ବିଜୁଳି ଉତ୍ପାଦନର ସାମର୍ଥ 100000 ମେଗାବାଟର ରହିଛି.
ବାଇଓମାସ ଆଧାରିତ ବିଜୁଳି ଉତ୍ପାଦନ ପାଇଁ ବ୍ୟବହାର ହେଉଥିବା ଟେକ୍ନୋଲୋଜି
ପାରମ୍ପାରିକ କୋଇଲା ଆଧାରିତ ତାପଜ ବିଦ୍ଯୁତର ଟେକ୍ନୋଲୋଜି ପରି ବାଇଓମାସ ଆଧାରିତ ବିଜୁଳି ଉତ୍ପାଦନ ଟେକନଲୋଜି ବ୍ୟବହାର ହୁଏ. ବାଇଓମାସ କୁ ବଏଲରରେ ଜଳାଇ ଷ୍ଟିମ ଉତ୍ପାଦନ କରାଯ଼ାଏ ଓ ଏହା ଦ୍ବାରା ବିଜୁଳି ଉତ୍ପାଦନ ପାଇଁ ଟୁର୍ବୋ ଅପରେଟର ଚଳାଯ଼ାଏ
ବିଦ୍ଯୁତ ଲୋଡକୁ ଆଖି ଆଗରେ ରଖି ଏହି ପ୍ରକଳ୍ପ ଗୁଡିକର ନିର୍ମାଣ କରାଯ଼ାଇପାରେ କାରଣ ବାଇଓମାସକୁ ରଖା ଯ଼ାଇପାରେ ଓ ଦରକାର ଅନୁସାରେ ବ୍ୟବହାର କରାଯ଼ାଇପାରେ
ଏହି ପ୍ରକଳ୍ପ ପାଇଁ କୋଇଲା ଆଧାରିତ ତାପଜ ବିଦ୍ଯୁତ ପ୍ରକଳ୍ପ ପରି ଉପକରଣ ରହିଥାଏ ତେଣୁ କୌଣସି ନୂଆ ଟେକ୍ନୋଲୋଜିର ବିକାଶ ଆବଶ୍ୟକ ହୁଏ ନାହିଁ
ଗ୍ରାମୀଣ ଅଂଚଳରେ ଏହା ବାଇଓମାସର ସମ୍ପର୍କ ଅଧିକ ଥିବାରୁ ସେଠାରେ ବିଜୁଳି ଶକ୍ତିର ଯ଼ୋଗାଣର ଗୁଣବତ୍ତାରେ ସୁଧାର ଆସିବାର ସମ୍ଭାବନା ରହିଛି.
ଅନେକ ପ୍ରକାରର ବାଇଓମାସ ସାମଗ୍ରୀକୁ ସମାନ ପ୍ଲାଣ୍ଟରେ ବ୍ୟବହାର କରାଯ଼ାଇପାରେ .
ସାଧାରଣ ଭାବେ ବାଇଓମାସ ପ୍ରକଳ୍ପ ଗୁଡିକରେ ପୁଂଜି ଖର୍ଚ 3 କୋଟି ଟଙ୍କା/ ଏମଡବଲୁରୁ 4 କୋଟି ଟଙ୍କା /ଏମଡବଲୁ ପର୍ଯ଼ନ୍ତ ହୋଇଥାଏ. ଉତ୍ପାଦନର ମୁଲ୍ୟ ବାଇଓମାସର ମୁଲ୍ୟ, ପ୍ଲାଣ୍ଚ ଲୋଡ କାରକ ଉପରେ ନିର୍ଭର କରେ
ତାପଜ ଓ ବିଦ୍ଯୁତ ଆପ୍ଲିକେସନ ପାଇଁ ବାଇଓମାସ ଗ୍ୟାସିଫିକେସନ
ବାଇଓମାସ ଗ୍ୟାସିଫିକେସନ କଣ ?
ବାଇଓମାସ ଗ୍ୟାସିଫିକେସନ ହେଉଛି କଠିନ ବାଇଓମାସରୁ ଜରିଆରେ ଦହନଶୀଳ ଗ୍ୟାସ ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ଥର୍ମୋ କେମିକାଲ କନଭର୍ସନ. ଏଥିରେ ଆଂଶିକ ଦହନ ମାର୍ଗରେ ପୂର୍ଣ ଦହନ ପାଇଁ ଆବଶ୍ୟକ ହେଉଥିବା ପବନ ଠାରୁ କମ ଏବଂ ନିୟନ୍ତ୍ରିତ ମାତ୍ରାରେ ବାୟୁ ଯ଼ୋଗାଇ ଦିଆଯ଼ାଇଥାଏ.
ଉତ୍ପାଦକ ଗ୍ୟାସର କମ୍ପୋଜିସନ ନିମ୍ନରେ ଦିଆଗଲା
କାର୍ବନ ମନୋକ୍ସାଇଡ 18 ରୁ 20 ପ୍ରତିଶତ
ହାଇଡ୍ରୋଜେନ 15ରୁ 20 ପ୍ରତିଶତ
ମିଥେନ 1ରୁ 5 ପ୍ରତିଶତ
କାର୍ବନ ଡାଇଅକ୍ସାଇଡ 9ରୁ 12 ପ୍ରତିଶତ
ନାଇଟ୍ରୋଜେନ 45ରୁ 55 ପ୍ରତିଶତ
କାଲୋରିଫିକ ଭେଲ୍ଯୁ 1000ରୁ 2000 କେକାଲ / ଏମକ୍ଯୁ
ବାଇଓମାସ ଗ୍ୟାସିଫିକେସନ କାହିଁକି ?
ବିଦ୍ଯୁତ ଉତ୍ପାଦନ ପାଇଁ ଆନ୍ତରିକ ଦହନଶାଳ (ଆଇସି) ଇଂଜିନକୁ ସଠିକ ଭାବେ ଡିଜାଇନ କରାଯ଼ାଇ ଉତ୍ପାଦକ ଗ୍ଯାସକୁ ଡିଜେଲ ପରିବର୍ତେ ଇନ୍ଧନ ରୂପେ ବ୍ୟବହାର କରାଯ଼ାଇ ପାରେ
ଶିଳ୍ପରେ ଉତ୍ତାପ ସୃଷ୍ଟିକାରୀ ଆପ୍ଲିକେସନ ପାଇଁ ତୈଳ ଭଳି ପାରମ୍ପରିକ ଶକ୍ତିର ପ୍ରକାର ବଦଳରେ ଉତ୍ପାଦକ ଗ୍ୟାସକୁ ବ୍ୟବହାରର କରାଯ଼ାଇ ପାରେ.
ଗ୍ୟାସିଫିକେସନ ପ୍ରକ୍ରିଯାରେ ଅପେକ୍ଷାକୃତ ସଫା ବାଇଓମାସ ବ୍ୟବହାର ହୋଇଥାଏ ଓ ପରିବେଶ ଅନୁସାରେ ଏହା ସ୍ବୀକାର୍ଯ଼.
ବର୍ତମାନର ଡିଜେଲ ଜେନେରେଟର ସେଟ (ଡିଜି)ରେ ଡିଜେଲର ଆଂଶିକ ସବଷ୍ଟିଚ୍ଯୁସନରେ ମଧ୍ୟ ଖୁବ ଅଧିକ ଆର୍ଥିକ ସଂଚଯ ହୋଇଥାଏ.
କେଉଁ ପ୍ରକାରର ବାଇଓମାସକୁ ଗ୍ୟାସିଫାଏ କରାଯ଼ାଉପାରେ ?
ସାଧାରଣଭାବେ ଉପଲବ୍ଧ ଗ୍ୟାସିଫାଯର କାଠ/ କାଠ ଭଳି ବାଇଓମାସ ବ୍ୟବହାର କରନ୍ତି, କିଛି ରାଇସ ହସ୍କ ମଧ୍ୟ ବ୍ୟବହାର କରନ୍ତି. ଅନ୍ୟ କିଛି ଅଣ କାଠଭଳି ବାଇଓମାସ ସାମଗ୍ରୀକୁ ମଧ୍ୟ ଗ୍ୟାସିଫାଏ କରି ପାରନ୍ତି, ଯ଼ଦିଓ ଉପରୋକ୍ତ ସାମଗ୍ରୀ ପାଇଁ ଯୋଗ୍ୟ ହେଉଥିବା ଭଳି ଗ୍ୟାସିଫାଅର ଡିଜାଇନ କରିବା ଆବଶ୍ୟକ ଏବଂ ବାଇଓମାସକୁ ଅନେକ ମାମଲାରେ କମ୍ପାକ୍ଟ ହେବାକୁ ପଡିଥାଏ
ଗ୍ୟାସିଫାଅର ଗୁଡିକ କିପରି କାମ କରେ ?
ଗ୍ୟାସିଫାଅର ଗୁଡିକ ଅପ ଡ୍ରାଫ୍ଟ କିମ୍ବା ଡାଉନ ଡ୍ରାଫ୍ଟ ପ୍ରକାରର ହୋଇପାରେ. ଡାଉନଡ୍ରାଫ୍ଟ ପ୍ରକାରର ଗ୍ୟାସିଫାଅରରେ ଇନ୍ଧନ ଏବଂ ପବନ କୋ କରେଣ୍ଟ ଭାବେ ଗତି କରନ୍ତି. ଅପଡ୍ରାଫ୍ଟ ଗ୍ୟାସିଫାଅରରେ ଇନ୍ଧନ ଏବଂ ପବନ କାଉଣ୍ଚର କରେଣ୍ଚ ଭାବେ ଗତି କରନ୍ତି. ତେବେ ମୌଳିକ ପ୍ରତିକ୍ରିୟl ଜୋନ ସମାନ ରହେ
ରିଆକ୍ଟରରୁ ଇନ୍ଧନ ଉପରୁ ଲୋଡ କରାଯ଼ାଏ. ଇନ୍ଧନ ତଳକୁ ଆସିବା ବେଳେ ଏହାର ଡ୍ରାଇଂ ଓ ପାଇରୋଲିସିସ କରାଯ଼ାଇଥାଏ. ଅକ୍ସିଡେସନ ଜୋନରେ ବାୟୁକୁ ଇଂଜେକ୍ଟ କରାଯ଼ାଏ ଏବଂ କଠିନ ବାଇଓମାସ ଓ ପାଇରୋଲିସିସ ଉତ୍ପାଦର ଆଂଶିକ ଦହନ ଜରିଆରେ ତାପମାତ୍ରା 1100 ଡିଗ୍ରୀ ସେଲସିଯସକୁ ବୃଦ୍ଧି ପାଏ. ଏହା ଦ୍ବାରା ହେଭି ହାଇଡ୍ରୋକାର୍ବନ ଓ ଟାର ଗୁଡିକ ଭାଙ୍ଗିବାରେ ସହାଯକ ହୁଏ. ଏହି ଉତ୍ପାଦ ଗୁଡିକ ତଳକୁ ଆସିବା ବେଳେ ସେମାନେ ରିଡକ୍ସନ ଜୋନରେ ପ୍ରବେଶ କରନ୍ତି ଯ଼େଉଁ ଠାରେ ଲାଲ ଗରମ ଚାରକୋଲ ଉପରେ କାର୍ବନ ଡାଇଅକ୍ସାଇଡ ଏବଂ ବାଟର ଭେପରର ଗତିବିଧି ଯ଼ୋଗୁ ଉତ୍ପାଦକ ଗ୍ଯାସ ପ୍ରସ୍ତୁତ ହୋଇଥାଏ. ଏହାକୁ ଇଂଜିନକୁ ପଠାଇବା ପୂର୍ବରୁ ଏହି ଗରମ ଓ ମଇଳା ଗ୍ୟାସ କୁଲର,କ୍ଲିନର ଏବଂ ଫିଲ୍ଟର ପ୍ରଣାଳୀ ମଧ୍ୟ ଦେଇ ଗତି କରିଥାଏ
.ଉତ୍ପାଦକ ଗ୍ୟାସ ସହ କଣ କରାଯ଼ାଇପାରେ ?
ସଫା ଉତ୍ପାଦକ ଗ୍ୟାସକୁ ଡୁଆଲ ଇନ୍ଧନ ଆଇସି ଇଂଜିନ (ଯ଼େଉଁଥିରେ ଡିଜେଲକୁ 60ରୁ 80 ପ୍ରତିଶତ ପର୍ଯ୍ୟନ୍ତ ବଦଳା ଯ଼ାଇପାରେ) ଜରିଆରେ କିମ୍ବା 100 ପ୍ରତିଶତ ଗ୍ୟାସ ଫାଏର୍ଡ ଇଗ୍ନିସନ ଇଂଜିନରେ ଜରିଆରେ ବିଦ୍ଯୁତ ଶକ୍ତି ଉତ୍ପାଦନରେ ବ୍ୟବହାର କରାଯ଼ାଇପାରେ.କ୍ଷୁଦ୍ର ବଏଲର , ହଟ ଏୟlର ଜେନେରେଟର, ଫର୍ନେସ, ଡ୍ରାଏର ଆଦି ଅନେକ କାମ ପାଇଁ ହିଟିଂ ପାଇଁ ବ୍ୟବହାର କରାଯ଼ାଉଥିବା ପାରମ୍ପରିକ ଶକ୍ତି .ପ୍ରକାର ବଦଳରେ ଉତ୍ପାଦକ ଗ୍ୟାସକୁ ବ୍ୟବହାର କରାଯ଼ାଇପାରେ
କ୍ଷମତା
ବାଇଓମାସ ଗ୍ୟାସିଫାଅର ପ୍ରଣାଳୀ ଗୁଡିକ କିଛି କିଲୋବାଟରୁ କିଛି ମେଗାବାଟ ବିଦ୍ଯୁତ ପର୍ଯ୍ୟନ୍ତ ରେଂଜର କ୍ଷମତା ବିଶିଷ୍ଟ ନିର୍ମାଣ କରାଯ଼ାଇଥାଏ. ହିଟିଂ ଆପ୍ଲିକେସନ ପାଇଁ କରେଣ୍ଚ ୟୁନିଟ ସାଇଜ 200ରୁ 300 କେଜି /ଏଚ ତୈଳ ବ୍ୟବହାର ସହ ସମକକ୍ଷ.
ଦାମ
ବାଇଓସାମ ଆଧାରିତ ବିଦ୍ଯୁତ ଉତ୍ପାଦନ ପ୍ରଣାଳୀର ଦାମ 4 କୋଟି ଟଙ୍କା/ ଏମଡବଲୁଇ ଠାରୁ ଆରମ୍ଭ କରି 4.5 କୋଟି ଟଙ୍କା/ ଏମଡବଲୁଇ ପର୍ଯ଼ନ୍ତ ହୋଇଥାଏ. ଉତ୍ପାଦିତ ବିଦ୍ଯୁତର ଦାନ ବାଇଓମାସ, ପ୍ଲାଣ୍ଚ ଲୋଡ ଫେକ୍ଟର ଆଦି ଉପରେ ନିର୍ଭର କରେ ଏବଂ ଏହା 2.50 ଟଙ୍କା/ କେଡବଲୁଏଚରୁ 3.50 ଟଙ୍କା/ କେଡବଲୁଏଚ ମଧ୍ୟରେ ହୋଇଥାଏ. ତାପଜ ଆପ୍ଲିକେସନ ପାଇଁ ପୁଂଜି ମୁଲ୍ୟ 1 ମିଲିଯନ କେସିଏଲ କ୍ଷମତା ପାଇଁ 0.5ରୁ 0.7 କୋଟି ଆକଳନ କରାଯ଼ାଇଛି
ବେଗେସ ଆଧାରିତ କୋଜେନେରେସନ
ସାଧାରଣ ଶବ୍ଦରେ କୋଜେନେରେସନ ହେଉଛି ସେହି ପ୍ରକ୍ରିୟl ଯ଼େଉଁଥିରେ ଗୋଟିଏ ଇନ୍ଧନ ପ୍ରଯୋଗ କରାଯ଼ାଇ ଗୋଟିଏରୁ ଉର୍ଧ ଶକ୍ତି କ୍ରମିକ ଭାବେ ପ୍ରସ୍ତୁତ କରାଯ଼ାଏ. ପ୍ରକ୍ରିୟl ଶିଳ୍ପ ଗୁଡିକରେ ଷ୍ଚିମ ଓ ବିଜୁଳିର କୋଜେନେରେସନ ଇନ୍ଧନ ବ୍ୟବହାରର ସାମର୍ଥକୁ ମୋଟ ଉପରେ ଖିୁବ ଅଧିକ ବଢାଇଥାଏ.କୋଜେନେରେସନ ପାଇଁ ସର୍ବନିମ୍ନ ସର୍ତ ହେଲା ଯ଼େ ଉତ୍ତାପ ଓ ବିଦ୍ଯୁତର ଆବଶ୍ୟକୀୟ ଅନୁପାତ. ଚିନିକଳରେ ଏହି ସର୍ତ ପୂରଣ ହୋଇଥାଏ. ବିଦ୍ଯୁତ ଉତ୍ପାଦନ ବେଳେ ବହୁଳ ମାତ୍ରାରେ ଉତ୍ତାପ କମ ତାପମାତ୍ରା ସିଙ୍କକୁ ରିଜେକ୍ସନ ହୋଇଥାଏ. ସାଧାରଣ ବିଜୁଳି ଉତ୍ପାଦନ କେନ୍ଦ୍ର ଗୁଡିକରେ କଣ୍ଡେନସରରେ ଉତ୍ତାପ ରିଜେକ୍ସନ ହୋଇଥାଏ, ଯ଼େଉଁଠାରେ ଷ୍ଟିମର 70 ପ୍ରତିଶତ ଉତ୍ତାପ ପରିବେଶକୁ ଯ଼ାଇଥାଏ. ତେବେ କୋଜେନେରେସନ ମୋଡରେ ଏହି ଉତ୍ତାପ ନଷ୍ଟ ହୁଏ ନାହିଁ ଓ ଏହା ହିଟିଂ ଆବଶ୍ୟକତା ପ୍ରକ୍ରିୟl ପୂରଣ କରିବାରେ ବ୍ୟବହୃତ ହୁଏ. ଦେଶରେ କାମ କରୁଥିବା ଚିନି ମିଲରୁ କୋଜେନେରେସନ ପ୍ରକଳ୍ପ ଗୁଡିକରୁ 35 ଶହ ମେଗାବାଟ ଅତିରିକ୍ତ ବିଜୁଳି ଉତ୍ପାଦନ କରାଯ଼ିବାର ସାମର୍ଥ ଥିବା ଆକଳନ କରାଯ଼ାଇଛି.
ଏହି ପ୍ରକଳ୍ପ ପାଇଁ ଆବଶ୍ଯକ ହେଉଥିବା ମୁଖ୍ୟ. ଉପକରଣରେ ଉଚ୍ଚ ପ୍ରେସର ବେଗେସ ଫାଇଆର୍ଡ ବଏଲର୍ସ, ଷ୍ଟିମ ଟରବାଇନ ଏବଂ ଗ୍ରିଡ ଇଣ୍ଟରଫେଜିଂ ପ୍ରଣାଳୀ ସାମିଲ ରହିଛି . ଏହି ସବୁ ଉପକରଣ ସ୍ବଦେଶ ନିର୍ମିତ.
ଇନ୍ଧନ ବ୍ୟବହାରର ସାମର୍ଥକୁ 60 ପ୍ରତିଶତ ପର୍ଯ୍ୟନ୍ତ କିମ୍ବା କିଛି ମାମଲାରେ ତା ଠାରୁ ଉର୍ଧ ପର୍ଯ୍ୟନ୍ତ ବଢାଇ ଦିଆଯ଼ାଇପାରେ. କୋଜେନେରେସନ ପ୍ରକଳ୍ପ ଗୁଡିକର କ୍ଷମତା କିଛି କିଲୋବାଟ ଠାରୁ ଆରମ୍ଭ କରି କିଛି ମେଗାବାଟ ବିଜୁଳି ଉତ୍ପାଦନ ପର୍ଯ୍ୟନ୍ତ ହୋଇପାରେ.
ଦାମ
ଚିନି ମିଲ ମାନଙ୍କରେ ବେଗେସ ଆଧାରିତ କୋଜେନେରେସନ ପ୍ରକଳ୍ପ ସ୍ଥାପନା କରିବା ପାଇଁ ପୂଂଜି ମୁଲ୍ୟ 3 କୋଟି /ମେଟ୍ରିକ ଟନ ଓ 4 କୋଟି /ମେଟ୍ରିକ ଟନ ହୋଇଥାଏ. ଏହା ଦେଖା ଯ଼ାଇଛି ସାଧାରଣ ସୁଗାର ମିଲ ଯ଼େଉଁଥିରେ ହାରାହାରି 160 ଦିନ କ୍ରସିଂ କାମ ହେଉଛି, ସେଠାରେ କୋ ଜେନେରେସନ ଜରିଆରେ ଅତିରିକ୍ତ ବିଜୁଳି ଉତ୍ପାଦନ ପାଇଁ ପୁଂଜି ବିନିଯ଼ୋଗ କଲେ ଦୀର୍ଘକାଳୀନ ଭାବେ ଲାଭଦାଯକ ହୋଇଥାଏ.
ସ୍ରୋତ ବାଇଓମାସ ବୁକଲେଟ, ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ, ଭାରତ ସରକାର
Last Modified : 3/5/2020