অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜଳଶକ୍ତି

ଜଳ  ଶକ୍ତିର ଆଧାର ।   ଜଳ ବାୟୁ ପରି ଜଳରୁ ମଧ୍ୟ ଶକ୍ତି ଉତ୍ପାଦନ କରି ବ୍ୟବହାର କରାଯାଇପାରୁଛି । ଏହାକୁ ଜଳଶକ୍ତି କୁହାଯାଏ । ନିମ୍ନୋକ୍ତ ପ୍ରକାରରେ ଜଳଶକ୍ତିକୁ ବ୍ୟବହାର କରାଯାଏ ।

ଜଳଶକ୍ତିକୁ ବ୍ୟବହାର

ଜୁଆର ଶକ୍ତି (Tidal energy)

ଘୂର୍ଣ୍ଣାୟମାନ ପୃଥିବୀ ଉପରେ ଚନ୍ଦ୍ରର ମାଧାକର୍ଷଣ ପ୍ରଭାବ ଯୋଗୁଁ ସମୁଦ୍ର ଜଳର ଉତଥାନ ପତନ ପରିଲକ୍ଷିତ ହୁଏ ଓ ଜୁଆର ସୃଷ୍ଟି  ହୁଏ । ତୁମେ ଯଦି କୌଣସି ସମୁଦ୍ରକୂଳରେ ବାସ କରୁଛ ବା ସମୁଦ୍ର ନିକଟକୁ ବୁଲି ଯାଇଛ ତେବେ ସମୁଦ୍ର ଜଳର ଉତଥାନ ପତନକୁ ଲକ୍ଷ୍ୟକର । ସମୁଦ୍ର ଜଳର ଉତଥାନପତନରୁ ଜୁଆର ଶକ୍ତିର ସୃଷ୍ଟି । ସମୁଦ୍ର ତଟବର୍ତ୍ତୀ ସ୍ଥାନରେ ପିଟି ହେଉଥୁବା ଢେଉର ଶକ୍ତି ଯଥେଷ୍ଟ ଅଧିକ ।

1961 ମସିହାରେ ଫରାସୀ ବୈଜ୍ଞାନିକମାନେ ଜୁଆରରୁ ଶକ୍ତି ସଂଗ୍ରହ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ରାନ୍ସ ନଦୀ ମୁହାଣରେଜୁଆର ଓ ଭଟ୍ଟା ମଧ୍ୟରେ ଜଳପତ୍ତନର ଉଚ୍ଚତାରେ ପ୍ରାୟ 14 ମିଟର ପାର୍ଥକ୍ୟ ରହେ । ଦିନକ ମଧ୍ୟରେ ଦୁଇଥର ଜୁଆର ଓ ଭଟ୍ଟା ହୋଇଥାଏ । ସେହି ଜୁଆରରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ ।

ଜୁଆର ଶକ୍ତି ସଂଗ୍ରହ ପାଇଁ ନଦୀ ମୁହାଣରେ ପ୍ରାୟ 20 କି.ମି. ଲମ୍ବର ଜଳାଶୟ ନିର୍ମାଣ କରାଯାଇ ସେଥିରେ ସୁଇସ୍ ଗେଟ୍ (Sluice gate) ଲଗାଯାଏ  । ଉଚ୍ଚ ଜୁଆର ସମୟରେ ସେହ ଗେଟକୁ ଖୋଲି ଦିଆଯାଏ  । ଜଳାଶୟ ମଧ୍ୟକୁ ଜଳ ପ୍ରବେଶ କଲାପରେ ଗେଟ ବନ୍ଦ କରାଯାଏ । ପରେ ଉଚ୍ଚପତନରୁ ଜଳକୁ ନିୟମିତଭାବେ ସମୁଦ୍ରକୁ ଖଲାସ କରାଯାଏ । ଏହି ଖଲାସ ହେଉଥୁବା ଜଳସ୍ରୋତରେ ଟରବାଇନ (Turbine) ଚଳାଇ ବିଦ୍ୟୁତଶକ୍ତି ଉତ୍ପାଦନ କରାଯାଏ ।

ଆମ ଦେଶ। ଜୋର ବା ଜୋମ ଉପସାଗର, କଚ୍ଛ ଉପସାଗର ଓ ପଶ୍ଚିମ ବଂଗର ହୁଗୁଳୀ ନଦୀ ମୁହାଣରେ ଏହିପରି ବ୍ୟବସ୍ଥା ଅଛି। ଭାରତର ସୁଦୀର୍ଘ ସମୁଦ୍ର ଉପକୁଳରେ ଜୁଆର ଶକ୍ତି ବିନିଯୋଗ କରି ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ । ଏହା କରାଗଲେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଓ ଜଳସେଚନରେ ଦେଶ ସମୃଦ୍ଧ ହୋଇପାରିବ ।

ଢେଉଶକ୍ତି ( Wave energy)

ଜୁଆର ପରି ଢେଉରେ ଥିବା ଗତିଜଶକ୍ତିକୁ ବିନିଯୋଗ କରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରିବ । ସମୁଦ୍ରର ଉପରିଭାଗରେ ପ୍ରବଳ ବାୟୁପ୍ରବାହରୁ ଢେଭର ସୃଷ୍ଟି । ଏହି ଢେଉ ଶକ୍ତିକୁ ସଂଗ୍ରହ କରି ଟରବାଇନ ଚଳାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରୁଛି ।

ସାମୁଦ୍ରିକ ତାପଜ ଶକ୍ତି (Ocean thermal energy)

ସମୁଦ୍ରର ପୃଷ୍ଠଭାଗ ଓ ଆଭ୍ୟନ୍ତରୀଣ ଜଳ ମଧ୍ୟରେ ଅବା ତାପମାତ୍ରାର ପ୍ରଭେଦକୁ ବ୍ୟବହାର କରି ଶକ୍ତି ସଂଗ୍ରହ କରାଯାଇପାରେ । ସାଗର ବା ମହାସାଗରର ପୃଷ୍ଠଭାଗ ଜଳ ସୂର୍ଯ୍ୟ ତାପରେ ଭରାପ୍ତ ହୁଏ କିନ୍ତୁ ଅତି ଗଭୀରରେ ଅବା ଜଳ ଅପେକ୍ଷାକୃତ ଥଣ୍ଡା ଥାଏ। ତାପମାତ୍ରାର ଏହି ତାରତମ୍ୟକୁ ସାମୁଦ୍ରିକ ତାପଜ ଶକ୍ତି ରୂପାନ୍ତରଣ କେନ୍ଦ୍ର (Ocean Thermal Energy Conversion Power Plant) ମାନଙ୍କରେ ତାପଜ ଶକ୍ତିରେ ରୂପାନ୍ତରିତ କରାଯାଏ । ଏହି ପ୍ରକାର ଶକ୍ତିକୁ ସାମୁଦ୍ରିକ ତାପଜ ଶକ୍ତି କୁହାଯାଏ । ଏହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇପାରୁଛି ।

ସମୁଦ୍ରର ପୃଷ୍ଠଭାଗ ଜଳ ଓ 2 କି.ମି.) ଗଭୀର ଜଳ ମଧ୍ୟରେ ତାପମାତ୍ରାର ପାର୍ଥକ୍ୟ 20°C ବା 293X ହେଲେ, ରୂପାନ୍ତରଣ ପାୱାର ପୂଣ୍ଟ କାର୍ଯ୍ୟକ୍ଷମ ହୋଇଥାଏ । ପୃଷ୍ଠଭାଗର ତାପ ତରଳ ଏମୋନିଆ ଓ କ୍ଲୋରୋଫ୍ଲୋରୋକାର୍ବନ(CFC)କୁ ବାଷ୍ପୀଭୂତ କରିବାରେ  ବ୍ୟବହୃତ ହୁଏ । ପରେ ଏହି ବାଷ୍ପ ଜେନେରେଟରର ଟରବାଇନ, ପୁରାଇବାରେ ସାହାଯ୍ୟ କରେ । ଅତି ଗଭୀରରେ ଅବା ଥଣ୍ଡାଜଳକୁ ପମ୍ପ ସାହାଯ୍ୟରେ ଉପରକୁ ଉଠାଯାଇ ବାଷ୍ପକୁ ଥଣ୍ଡାକରି ପୁଣି ତରଳ ଅବସ୍ଥାକୁ ଅଣାଯାଏ । ଏହି ପ୍ରକ୍ରିୟାରେ ବର୍ଷର ସବୁ ସମୟରେ ଶକ୍ତି ଉପଲବ୍ଧ ହୋଇପାରେ । ଏଥିପାଇଁ ପବନର ଗତି ଉପରେ  ନିର୍ଭର କରିବାକୁ ପଡେନାହିଁ ।

ନଦୀବନ୍ଧ ଯୋଜନା (River dam project )

ନଦୀବନ୍ଧ ଯୋଜନା ଦ୍ଵାରା ନଦୀରେ ବନ୍ଧ ପକାଇ ଏକ ବୃହତ୍ ଜଳଭଣ୍ଡାର ସୃଷ୍ଟି କରାଯାଏ । ପରେ ଜଳକୁ ଉଚ୍ଚପତ୍ତନରୁ ନିମ୍ନ ପତ୍ତନକୁ ପ୍ରବଳ ବେଗରେ ଛଡ଼ାଯାଏ । ସେଥିରୁ ଜାତ ହେଉଥୁବା ଜଳସ୍ରୋତ ଶକ୍ତି ଟରବାଇନ୍ ଘୁରାଇବାରେ ବ୍ୟବହୃତ ହୁଏ । ଟରବାଇନସହ ସଂଯୁକ୍ତ ଜେନେରେଟରର ଆର୍ମେଚର ଘୁରିବା ଦ୍ଵାରା ବିଦ୍ୟୁତ ଶକ୍ତି ଉତ୍ପାଦିତ ହୁଏ ।

ଜଳବିଦ୍ୟୁତ ଯୋଗାଣ ଆଇନ

1948 ମସିହାରୁ ଭାରତ ସରକାର ଜଳବିଦ୍ୟୁତ ଯୋଗାଣ ଆଇନ ପ୍ରଣୟନ କରିଛନ୍ତି । ଜଳ ବିଦ୍ୟୁତ ଉତ୍ପାଦନ ଓ ବଣ୍ଟନ କାର୍ଯ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହେଉଛି । ଆମ ରାଜ୍ୟରେ ହୀରାକୁଦ, ମାଛକୁଣ୍ଡ, ବାଲିମେଳା, ରେଙ୍ଗାଲି, ଉପର କୋଲାବ, ଉପର ଇନ୍ଦ୍ରାବତୀ ଆଦି ଜଳବିଦ୍ୟୁତ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି । ଜଳଶକ୍ତିର କ୍ଷମତା ଯଥେଷ୍ଟ ଅଧ୍ୟକ । ଏହାକୁ ସହଜରେ ଅନ୍ୟ ଶକ୍ତିରେ ରୂପାନ୍ତରିତ କରାଯାଇପାରେ । କିନ୍ତୁ ସେ ଶକ୍ତିକୁ ସଫଳ ଉପାୟରେ ସଂଗ୍ରହ କରି ବ୍ୟାବସାୟିକ କ୍ଷେତ୍ରରେ ଉପଯୁକ୍ତ ଭାବରେ ବିନିଯୋଗ କରି ପାରିଲେ ଶକ୍ତି ଚାହିଦା ପୂରଣ ହୋଇପାରିବ ।

ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate