ସାଧାରଣତଃ ଟମାଟୋ ଅଧିକ ଦିନ ପର୍ଯ୍ୟନ୍ତ ରହିଗଲେ ନଷ୍ଟ ହୋଇଯାଇଥାଏ ଏବଂ ଖାଦ୍ୟ ଉପଯୋଗୀହୋଇ ନ ଥାଏ । ହେଲେ ଏବେ ଏହି ପଚା ଟମାଟୋରୁ ବିଦ୍ୟୁତ ଉତ୍ପାଦନ କରାଯାଇପାରିବ । ଆମେରିକାସ୍ଥିତ ସାଉଥ୍ ଡାକୋଟା ସ୍କୁଲ ଅଫ୍ ମାଇନ୍ସ ଆଣ୍ଟ ତେକ୍କ୍ନୋଲୋଜି, ପ୍ରିନ୍ସଟୋନ୍ ୟୁନିଭର୍ସିଟି ଏବଂ ଫ୍ଲୋରିଡା ଗଲ୍ଫ କୋଷ୍ଟର ବିଶେଷଜ୍ଞମାନେ ଏହି ଉପରେ ଗବେଷଣା କରିଥିଲେ ।
ଉକ୍ତ ଗବେଷଣାରୁ ସେମାନେ ଖରାପ ହୋଇଯାଇଥିବା ଟମାଟୋରୁ କିପରି ବିଦ୍ୟୁତ ଉତ୍ପାଦନ କରାଯାଇପାରିବ ତାହାର ଉପାୟ ଖୋଜି ବାହାର କରିଛନ୍ତି । ପଚା ଟମାଟୋ ମାଇକ୍ରୋବାଇଆଲ୍ ଇଲେକ୍ଟ୍ରୋକେମିକାଲ୍ ସେଲ୍ ସଂସ୍ପର୍ଶରେ ଆସିବା ଦ୍ଵାରା ସେଥିରୁ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ବୋଲି ଏହି ଗବେଷଣାରୁ ଜଣାପଡିଛି । ପ୍ରଥମ ପରୀକ୍ଷଣରେ ବିଶେଷଜ୍ଞମାନେ ୧୦ ମିଲିଗ୍ରାମ ପଚା ଟମାଟୋରୁ ପ୍ରାୟ ୦.୩ ୱାଟ୍ ବିଦ୍ୟୁତ ଉତ୍ପାଦନ କରିଥିଲେ । ତେବେ ଏହି ପ୍ରକ୍ରିୟା ଦୂଷିତ ଜଳକୁ ବିଶୁଦ୍ଧ କରିବାରେ ମଧ୍ୟ ବେଶ୍ ସହାୟକ ହୋଇପାରିବା ବୋଲି ଗବେଷଣାରତ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ତେବେ ଏନେଇ ଅଧିକ ତଥ୍ୟ ଜାଣିବା ପାଇଁ ବିଶେଷଜ୍ଞମାନେ ଗବେଷଣା ଜାରି ରହିଛି ।
ଆଧାର:ଧରିତ୍ରୀ
Last Modified : 6/23/2020