ଓଡିଶାରେ ବିଜୁଳି ଚାହିଦା ପ୍ରତିବର୍ଷ ବଢି ବଢି ଚାଲିଛି । ୨୦୦୭-୦୮ ବର୍ଷରେ ରାଜ୍ୟର ବିଜୁଳି ଚାହିଦା ୧୮୮୪୬ ମେଗା ୟୁନିଟ ଥିବାବେଳେ ୨୦୧୫-୧୬ ରେ ଏହା ୨୨୧୨୧ ମେଗା ୟୁନିଟରେ ପହଞ୍ଚିଛି । ତେବେ ୨୦୨୧ ବେଳକୁ ଏହା ପାଖାପାଖି ଦୁଇଗୁଣ ବୃଦ୍ଧି ପାଇ ୪୨୫୬୬ ମେଗା ୟୁନିଟରେ ପହଞ୍ଚିବା ଆକଳନ କରାଯାଇଛି । ୧୮ ତମ ଇପିଏସ ରିପୋର୍ଟରେ ପ୍ରକାଶିତ ତଥ୍ୟ ।
ସମ୍ପ୍ରତି ରାଜ୍ୟରେ ବିଜୁଳି ସମସ୍ୟା ନାହିଁ ଆବଶ୍ୟକ ତୁଳନାରେ ବିଜୁଳି ଉପଲବ୍ଧ ହେଉଛି । ତେବେ ଭବିଷ୍ୟତରେ ବିଜୁଳି ଚାହିଦା ଢେର ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଇପିଏସ ରିପୋର୍ଟ ଆଧାରରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି କେନ୍ଦ୍ର ଶକ୍ତି ଓ କୋଇଲା ମନ୍ତ୍ରୀ ପୀୟୂଷ ଗୋଏଲ । ୨୦୧୫-୧୬ ରେ ରାଜ୍ୟରେ ୨୨୧୨୧ ମେଗା ୟୁନିଟ ବିଜୁଳିର ଆବଶ୍ୟକତା ଥିବାବେଳେ ୨୧୯୫୯ ମେଗା ୟୁନିଟ ବିଜୁଳି ଉପଲ୍ଲବ୍ଧ ଥିଲା ।
ସେହିପରି ରାଜ୍ୟରେ ବିଜୁଳି ଚାହିଦା ୨୦୧୪-୧୫ ରେ ୨୬୪୮୨ ମେଗା ୟୁନିଟ ୨୦୧୩-୧୪ ରେ ୨୪୯୫୮ ମେଗାୟୁନିଟ ,୨୦୧୨-୧୩ ରେ ୨୫୧୫୫ ମେଗା ୟୁନିଟ ରହିଥିଲା । ତେବେ ଉପଲ୍ଲବ୍ଧ ବିଜୁଳି ନିଅଣ୍ଟ ଖୁବ କମ ଥିବା ଯୋଗୁଁ ଏହା ଭରଣା ହୋଇ ପାରିଥିଲା । କିନ୍ତୁ ଭବିଷ୍ୟତରେ ଓଡିଶାର ଆବଶ୍ୟକତା ଢେର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୨୦୧୬-୧୭ ରେ ଓଡିଶାରେ ବିଜୁଳୁର ଆବଶ୍ୟକତା ୩୫୭୭୨ ମେଗା ୟୁନିଟ ଛୁଇଁପାରେ ଏବଂ ୨୦୧୭-୧୮ ରେ ଏହା ୩୬୯୯୯ ମେଗାୟୁନିଟ ପହଞ୍ଚିବା ଆକଳନ କରାଯାଇଛି । ୨୦୨୦-୨୧ ରେ ଏହା ୪୧୦୦ ମେଗା ୟୁନିଟ ଅତିକ୍ରମ କରିବ ଏବଂ ୨୦୨୧-୨୨ ବେଳକୁ ବିଜୁଳି ଆବଶ୍ୟକତା ୪୨୫୬୬ ମେଗା ୟୁନିଟ ହେବ ବୋଲି ଇପିଏସ ରିପୋର୍ଟରେ ଉଲ୍ଲେଖ ରହିଛି । ସମ୍ପ୍ରତି ଜେଆଇଟିପିଏଲ ପକ୍ଷରୁ ଡେରାଙ୍ଗ ତାପଜ ବିଦ୍ୟୁତ କେନ୍ଦ୍ରର ୩ ଟି ୟୁନିଟରୁ ୧୦୫୦ ମେଗାୱାଟ ବିଜୁଳି ଉତ୍ପାଦନ ହେଉଛି । ଇଣ୍ଡବାରାଥ ତାପଜ ବିଦ୍ୟୁତ କେନ୍ଦ୍ରର ୨ ଟି ୟୁନିଟରୁ ୭୦୦ ମେଗାୱାଟ , କେବିକେ ନିଳାଚଳର ୩ ଟି ୟୁନିଟରୁ ୧୦୫୦ , ଲାନକୋ ବାବନ୍ଧର ୨ ଟି ୟୁନିଟରୁ ୧୩୨୦ ମେଗାୱାଟ ଓ ୟୁନିଟରୁ ୧୬୦୦ ଓ ଓପିଜିସିଏଲର ୨ ୟୁନିଟରୁ ୧୩୨୦ ମେଗାୱାଟ ବିଜୁଳି ଉତ୍ପାଦନ ପାଇଁ ଲକ୍ଷ ରହିଛି । ଫଳରେ ବର୍ଦ୍ଧିତ ବିଦ୍ୟୁତ ଆବଶ୍ୟକତା ଭରଣା ହୋଇପାରିବ ବୋଲି ଶ୍ରୀ ଗୋଏଲ କହିଛନ୍ତି ।
ଆଧାର – ସମାଜ
Last Modified : 1/16/2020