ଯୁଗ ଯୁଗରୁ ମଣିଷ ନିଆଁ, ଉତ୍ତାପ ଏବଂ ସେଗୁଡିକରୁ ମିଳୁଥିବା ସୁବିଧାଗୁଡିକ ସଂପର୍କରେ ସଚେତନ । ଆଧୁନିକ ଯୁଗର ସବୁଠାରୁ ବଡ ଆବିଷ୍କାର ହେଲା ବିଦ୍ୟୁତ ଶକ୍ତି ଏବଂ ଏହାର ସଫଳ ଉତ୍ପାଦନ ଓ ବ୍ୟବହାର । ବିଦ୍ୟୁତ୍ ଶକ୍ତିକୁ ବ୍ୟବହାର କରି ସଫଳ ଭାବରେ ଆମେ ଆମର ଆଲୋକ ଅଗ୍ନି, ଉତ୍ତାପ ତଥା ବିଭିନ୍ନ ସେମିନ୍ ଚଳାଇବା ପାଇଁ ଶକ୍ତିର ଯେଉଁ ଆବଶ୍ୟକତା ରହିଛି ସେଗୁଡିକ ପୁରୁଣ ହୋଇଥାଏ । ଶକ୍ତିର ଉତ୍ସ କହିଲେ ଆମେ କାଠ ଜାଳେଣୀ, କୋଇଲା, ପେଟ୍ରୋଲ, କିରୋସିନ, ଡିଜେଲ ତଥା ଅନେକ ପ୍ରକାରର ଜୈବିକ ତେଲ ଏବଂ କେତେକ ରାସାୟନିକ ଦ୍ରବ୍ୟକୁ ବୁଝାଏ । ଏସବୁ ଗୁଡିକ ଧୀରେ ଧୀରେ କମିଯିବାରେ ଲାଗିଛି । କାରଣ ଏଗୁଡିକ ଖଣି, ସମୁଦ୍ରଗର୍ଭ ଏବଂ ଜଙ୍ଗଲରୁ ହିଁ ଅଣାଯାଏ । ଏଗୁଡ଼ିକୁ ଜାଳି ଆମର ବିଭିନ୍ନ ଆବଶ୍ୟକତା ଆଲୋକ, ଉତ୍ତାପ, ରୋଷେଇ ଗାଡି ଯାତାୟତ ଇତ୍ୟାଦି ପାଇଁ ବ୍ୟବହାର କରନ୍ତି । ଏହି ସରିସରି ଆସୁଥିବା ପ୍ରାକୃତିକ ସଂଶୋଧନ ସଂପୂର୍ଣ୍ଣ ସମାପ୍ତ ହୋଇଯିବ । ଲୋକସଂଖ୍ୟା ବୃଦ୍ଧି ସହିତ ସେମାନଙ୍କର ଆବଶ୍ୟକତାକୁ ରଖି ଏହିସମସ୍ତ ଜାଳେଣୀ ଗୁଡିକ ଯେ ଭବିଷ୍ୟତରେ ଅନେକ ନଅଣ୍ଟିଆ ପରିସ୍ଥିତି ସୃଷ୍ଟି ହେବ ଏଥିରେ ସନ୍ଦେହ ନାହିଁ ।
ଏପରି ଯଦି ସନ୍ଧି ମୁହୂର୍ତ୍ତରେ ସୌର ଶକ୍ତି ପବନ ଶକ୍ତି ଓ ଜଳ ଗୁଡିକୁ ବ୍ୟବହାର କରି ଶକ୍ତି ଉତ୍ପାଦନ କରିବା ପରି ଅନେକ ବୈଷୟିକ ବ୍ୟବସ୍ଥା ଭବିଷ୍ୟତର କ୍ରମବର୍ଦ୍ଧିଷ୍ଣ ଲୋକ ସମ୍ବଳକୁ ଖୁବ୍ ସାହାଯ୍ୟ କରିବ ।
କୋଇଲା ଜଳାଇ ଜଳକୁ ବାଷ୍ପରେ ପରିଣତକରି ବିଶାଳ ଟର୍ବାଇନ୍ ଗୁଡିକ ପରିଚାଳନାକରି ବିଦ୍ୟୁତ୍ ଉତ୍ପାଦନ କରାଯାଏ । ଏହା ପରିବେଶକୁ କରେ । କୋଇଲା ଖନନ ପାଇଁ କେତେକ ଜଙ୍ଗଲ ଓ ବୃକ୍ଷ ନଷ୍ଟ ହୁଏ । କୋଇଲା ଜମିଲେ ବାୟୁମଣ୍ଡଳ ଏହାର ବିଷାକ୍ତ ଧୁଆଁରେ ପ୍ରଦୂଷିତ ହୁଏ । ଯାହା ମୃତ୍ୟୁକୁ ଲୋକଙ୍କର ନିକଟତର କରାଏ । ସେଥିରେ ପରିବେଶ ସନ୍ତୁଳନ ନଷ୍ଟ ହୁଏ । ଖୁବ୍ ଗରମ ସାଂଗକୁ ପାଣିର ଅଭାବ, ପ୍ରଦୂଷଣ ଜନିତ , ରୋଗ ହେତୁ । ମାନସିକ / ଶାରୀରିକ ଓ ଆର୍ଥିକ ସମସ୍ୟାମାନ ଆମ ପ୍ରଗତିର ପଥ ହୋଇଥାଏ । ନଦୀବନ୍ଧ ଦ୍ଵାରା, ଅନେକ ସ୍ଥଳରେ ବିଦ୍ୟୁତ୍ ଉତ୍ପାଦନ କରାଯାଏ । କିନ୍ତୁ ଏହା ଦ୍ଵାରା ଅନେକ ଜଙ୍ଗଲ, ଜମି ଓ ଗ୍ରାମମାନଙ୍କୁ ଜଳମଗ୍ନ ହୋଇଥାଏ । ପରିବେଶ ସନ୍ତୁଳନ ଖରାପ ହୁଏ । ଏଥିରେ ଅନେକ ବ୍ୟୟ ହୋଇଥାଏ ।
ତେବେ ସୌରଶକ୍ତି ଦ୍ଵାରା ଜେନ ଲୋକ ନିଜ ଘରେ ଶକ୍ତି ଉତ୍ପାଦନ ଏବଂ ଏହାର ବିଶେଷ ବ୍ୟବହାର କରିପାରିବ । ସେହିପରି ଜୈବିକ ଆବର୍ଜନାରୁ ବାୟୋଗ୍ୟାସ କୁ ସଫଳ ଭାବରେ ଇନ୍ଧନରୂପେ ବ୍ୟବହାର କରାଯାଇ ରନ୍ଧନ ଓ ଆଲୋକ ବ୍ୟବସ୍ଥା କରାଯାଇ ପାରୁଛି । ପବନ କଳର ବ୍ୟବହାର କରି ବ୍ୟକ୍ତିଗତ ଓ ସାମୂହିକ ସ୍ତରରେ ଅନେକ ଶକ୍ତି ସମସ୍ୟାକୁ ସମାଧାନ କରାଯାଇ ପାରୁଛି । ଏଗୁଡିକ ଏବେ ବହୁଳଭାବରେ ଗାଁ ମାନଙ୍କରେ ଉପଲବ୍ଧ ହୋଇପାରିଲେ ଗାଁର ଉନ୍ନତି ସହଜ ହୋଇଯିବ ।
ଆଧାର – ଦୈନିକ ଧରିତ୍ରୀ
Last Modified : 3/2/2020