ବୈଦ୍ୟୁତିକ ଶକ୍ତି ଆମେ ସମସ୍ତେ ଆକାଶରେ ଘଡଘଡି ଶବ୍ଦ ଶୁଣିବା ପୂର୍ବରୁ ବିଜୁଳି ଆଲୋକ ଦେଖିବାର ଅନୁଭବ କରିଥିବା । ଶୁଷ୍କ ପାଗରେ ତୁମ ଶରୀରରୁ ପିନ୍ଧିଥିବା କୃତ୍ରିମ ତନ୍ତୁର ପୋଷାକକୁ କାଢିଲାବେଳେ ବିଦ୍ୟୁତ ସ୍ଫୁଲିଙ୍ଗର ଶବ୍ଦ ତୁମେ ନିଶ୍ଚୟ ଶୁଣିଥିବ । ଏହା ସ୍ଥିର ବିଦ୍ୟୁତ ଅଟେ । ତୁମେ ବ୍ୟବହାର କରୁଥିବା ଖେଳନାରେ ଥିବା ବ୍ୟାଟେରୀରୁ ରାସାୟନିକ ବା ଅନ୍ୟ ଉତ୍ସରୁ ବିଦ୍ୟୁତ ଉତ୍ପନ୍ନ ହୋଇଥାଏ । ଏହି ବିଦ୍ୟୁତ ସ୍ରୋତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ତୁମ ଗୃହରେ ପହଞ୍ଚିଥାଏ ଯାହା ମାଧ୍ୟମରେ ଗୋଟିଏ ମାତ୍ର ସୁଇଚ ଟିପି ଆମେ ଅନେକ ଆରାମ ଦାୟକ ବିଦ୍ୟୁତ ଚଳିତ ବସ୍ତୁକୁ ବ୍ୟବହାର କରିପାରୁଛେ । ଏହା ଆମକୁ ଆଲୋକ ଏବଂ ଟାପ ଯୋଗାଇଥାଏ । ଏହା ଗୃହରେ ବା କାରଖାନାରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଯଥା ରେଡିଓ ସେଟ, କମ୍ପ୍ୟୁଟର, ଟେଲିଭିଜନ, ଭାକ୍ୟୁମ କ୍ଲିନର, ୱାସିଙ୍ଗମେସିନ, ମିକ୍ସର ଗ୍ରାଇଣ୍ଡର, ଏକ୍ସ – ରେ ମେସିନ, ବୈଦ୍ୟୁତିକ ଟ୍ରେନ ଇତ୍ୟାଦିକୁ ଚାଲିବା ପାଇଁ ଶକ୍ତି ଯୋଗାଇଥାଏ । ବର୍ତ୍ତମାନ ଯୁଗରେ ବିଦ୍ୟୁତ ଶକ୍ତି ବିନା ପୃଥିବୀର କଳ୍ପନା ଅସମ୍ଭବ । ବିଦ୍ୟୁତ ବିନା ଜୀବନ ଜଳ ବିନା ମାଛର ଅବସ୍ଥା ସହ ତୁଳନୀୟ । ତେଣୁ ଏହି ଅଧ୍ୟାୟରେ ଆମେ ବିଦ୍ୟୁତ ସ୍ରୋତର ପ୍ରକୃତି ଏବଂ ଏହା କିପରି କାର୍ଯ୍ୟକରେ ତାହା ଆଲୋଚନା କରିବା । ଉଦ୍ଦେଶ୍ୟ ସ୍ଥିର ବିଦ୍ୟୁତର ବିଭିନ୍ନ ଉଦାହରଣ କହିବ । ଦୁଇ ପ୍ରକାରର ବିଦ୍ୟୁତ ଚାର୍ଜକୁ ଚିହ୍ନି ପାରିବ ଏବଂ କୁଲମ୍ ଙ୍କ ନିୟମକୁ ବର୍ଣ୍ଣନା କରିବା । ବୈଦ୍ୟୁତିକ ବିଭବ ଓ ବିଭବାନ୍ତରକୁ ବୁଝାଇ ପାରିବ । ବିଦ୍ୟୁତ ସ୍ରୋତକୁ ବୁଝାଇବ । ଓମଙ୍କ ନିୟମକୁ ବର୍ଣ୍ଣନା କରିବ ଏବଂ ପରିବାହୀର ପ୍ରତିରୋଧତା ଜାଣିବ । ଏକାଧିକ ପ୍ରତିରୋଧର ପଂକ୍ତି ଓ ସମାନ୍ତରାଳ ସଂଯୋଗର ମୋଟ ପ୍ରତିରୋଧ ନିରୂପଣ କରିବ । ବିଦ୍ୟୁତ ସ୍ରୋତର ତାପୀୟ ପ୍ରଭାବ ଏବଂ ଦୈନନ୍ଦିନ ଜୀବନରେ ଏହାର ପ୍ରୟୋଗ ବୁଝିପାରିବ । ବୈଦ୍ୟୁତିକ କ୍ଷମତା ଏବଂ ବୈଦ୍ୟୁତିକ ଶକ୍ତିର ଏକକ ନିରୂପଣ କରିବା ଏବଂ ଏହାର ବ୍ୟବସାୟିକ ବ୍ୟବହାର ସମ୍ବନ୍ଧୀୟ ଗାଣିତିକ ପ୍ରଶ୍ନର ସମାଧାନ କରିବ । ସ୍ଥିର ବିଦ୍ୟୁତ ଗୋଟିଏ ପ୍ଲାଷ୍ଟିକ ପାନିଆକୁ ଏକ କାଗଜଖଣ୍ଡ ପାଖକୁ ନିଆଯାଏ ଏହା କାଗଜଟିକୁ ଟାଣିପାରେ ନାହିଁ । କିନ୍ତୁ ସେହି ପାନିଆରେ ଶୁଖିଲା କେଶ କୁଣ୍ଡାଇବା ପରେ କେଶ ସହିତ ଘଷି ହୋଇଥିବା ପାନିଆର ପ୍ରାନ୍ତଟି ଛୋଟ ଛୋଟ କାଗଜ ଟୁକୁଡାଗୁଡିକୁ ଆକର୍ଷଣ କରିଥାଏ । ତୁମେ ଜାଣକି ଏପରି କାହିଁକି ଘଟେ ? ପ୍ଲାଷ୍ଟିକ ପାନିଆରେ କେଶ କୁଣ୍ଡାଇବା ବେଳେ ପାନିଆ ଓ କେଶରେ କିଛି ବିଦ୍ୟୁତ ଚାର୍ଜ ସୃଷ୍ଟି ହୋଇଥାଏ । ଏଭଳି ବିଦ୍ୟୁତ ଯାହା ଗୋଟିଏ ବସ୍ତୁ ଅନ୍ୟ ଏକ ବସ୍ତୁସହ ଘର୍ଷଣ ଫଳରେ ସୃଷ୍ଟି ହୁଏ ତାହାକୁ ଘାସନ ବିଦ୍ୟୁତ ବା ସ୍ଥିର ବିଦ୍ୟୁତ କୁହାଯାଏ । ତୁମେ ଜାଣ କି ବିଦ୍ୟୁତ ଚାର୍ଜ ଏବଂ ଚୁମ୍ବକୀୟ ଧର୍ମ ବିଷୟରେ ଖ୍ରୀଷ୍ଟପୂର୍ବ ୬୦୦ ବା ୨୫୦୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । ଗ୍ରୀକ ବୈଜ୍ଞାନିକ ଥାଲେସ ଜାଣିଥିଲେ ଯେ ଅମ୍ବର ବା ପଶୁଲୋମ କୁ ପଶମ କପଡା ଉପରେ ଘଷି ତଦ୍ଵାରା ଶୁଖିଲା କେଶପରି ପର, ଧୂଳି, ଛୋଟ ପତ୍ର ଇତ୍ୟାଦି ଆକର୍ଷଣ କରୁଥିବାର ପ୍ରଦର୍ଶନ କରିଥିଲେ । ଅମ୍ବର ଏକ ପ୍ରକାରର ହଳଦିଆ ପ୍ରାକୃତିକ ପଲିମର ବା ରେଜିନ ଅଟେ ଯାହା ବାଲଟିକ ସମୁଦ୍ର କୂଳରେ ଦେଖାଯାଏ । ଗ୍ରୀକ ଭାଷାରେ ଅମ୍ବରକୁ “ଇଲେକଟ୍ରମ” କୁହାଯାଏ ଯେଉଁ ଶବ୍ଦରୁ ଇଲେକ୍ଟ୍ରିକ, ଇଲେକ୍ଟ୍ରିକ ଚାର୍ଜ, ଇଲେକ୍ଟ୍ରିକ ବଳ ଏବଂ ଇଲେକ୍ଟ୍ରନ ଇତ୍ୟାଦି ନାମାଙ୍କିତ ହୋଇଛି । ଡ. ଉଇଲିୟମ ଗିଲକଟ ଯେ କି ଇଂଲଣ୍ଡର ରାଣୀ ଏଲିଜାବେଥ – ୧ ଙ୍କର ନିଜସ୍ଵ ଡାକ୍ତର ଥିଲେ ବିଦ୍ୟୁତ ସ୍ରୋତର ସୁବ୍ୟବସ୍ଥିତ ଅଧ୍ୟୟନ କରିଥିଲେ । କାଚଦଣ୍ଡକୁ ରେଶମ କନା, ରବର ଜୋତାକୁ କାଠ କାର୍ପେଟର ଇତ୍ୟାଦି ଉପରେ ଘଷି ସେ ଚାର୍ଜିତ ବସ୍ତୁ ସୃଷ୍ଟି କରିଥିଲେ । ଡ. ଗିଲକଟ ଅମ୍ବର ବସ୍ତୁଗୁଡିକୁ ଇଲେକ୍ଟ୍ରିକା ନାମରେ ନାମିତ କରିଥିଲେ ଯେଉଁ ବସ୍ତୁଗୁଡିକୁ ଘଷି ବିଦ୍ୟୁତ ଉତ୍ପନ୍ନ କରାଯାଇ ପାରୁଥିଲା । ତୁମପାଇଁ କାମ ଦୁଇଟି ସରୁ ପାଇପ, ଖଣ୍ଡଟିଏ, ଛୋଟ କାଗଜ ଟୁକୁଡା, ଖଣ୍ଡିଏ ରେଶମ କପଡା, ଦୁଇଖଣ୍ଡ ସୁତା, ଗୋଟିଏ ଛୋଟ କାଚ ବୋତଲ, ଖଣ୍ଡିଏ ସେଲୋଟେପ, ଏବଂ କଇଁଚି ନିଅ । ଗୋଟିଏ ପାଇପ ମଧ୍ୟରେ ସୂତା ପୁରାଇ ଟେବୁଲ ଧାରାରୁ ଝୁଲାଅ । ଟେବୁଲ ଉପରେ ସୂତାକୁ ସେଲୋଟେପ ଦ୍ଵାରା ଲଗାଅ ଯେପରି ପାଇପଟି ସୂତା ଭୂସମାନ୍ତର ହୋଇ ରହିବ । ଏହାକୁ ସ୍ଥିର ହେବାକୁ ଦିଅ । ବର୍ତ୍ତମାନ ଅନ୍ୟ ପାଇପଟିକୁ ପ୍ରଥମ ପାଇପ ପାଖକୁ ଆଣ । ଏବଂ କ’ଣ ଘଟୁଛି ଲକ୍ଷ୍ୟକର । ତୁମେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରିପାରିବ ନାହିଁ । ବର୍ତ୍ତମାନ ଝୁଳୁଥିବା ପାଇପକୁ କାଗଜଖଣ୍ଡ ସହ ଘଷିଲାପରେ ଅନ୍ୟ ପାଇପକୁ ଏହା ପାଖକୁ ଆଣ । ବର୍ତ୍ତମାନ ଧ୍ୟାନର ସହ ଝୁଳୁଥିବା ପାଇପର ପରିବର୍ତ୍ତନ ଲକ୍ଷ୍ୟକର । ତୁମେ ଦେଖିବ ଝୁଳୁଥିବାର ପାଇପଟି ତୁମ ହାତରେ ଥରିଥିବ । ପାଇପ ଆଡକୁ ଆକର୍ଷିତ ହେଉଛି । ତୁମ ହାତରେ ଥିବା ପାଇପଟିକୁ କାଗଜ ଖଣ୍ଡରେ ଘଷି ଏହାକୁ ଝୁଳୁଥିବା ପାଇପ ପାଖରେ ଦେଖାଅ । ଉଭୟ ପାଇପ ମଧ୍ୟରେ ହେଉଥିବା ପରିବର୍ତ୍ତନକୁ ଲକ୍ଷ୍ୟକର । ବର୍ତ୍ତମାନ ଝୁଳୁଥିବା ପାଇପଟି ତୁମ ହାତ ପାଇପଠାରୁ ଦୂରେଇଯିବ । ବର୍ତ୍ତମାନ ଗୋଟିଏ କାଚ ବୋତଲ ନେଇ ରେଶମ କନା ଉପରେ ଘଷ ଏବଂ ଝୁଳୁଥିବା ପାଇପ ପାଖକୁ ନିଅ । ଉଭୟ ମଧ୍ୟରେ ଘଟୁଥିବା ପାରସ୍ପରିକ କ୍ରିୟାକୁ ଲକ୍ଷ୍ୟକର । ଦେଖିବ କାଚବୋତଲଟି ଝୁଳୁଥିବା ପାଇପଟିକୁ ଆକର୍ଷିତ କରୁଛି । ଏଥିରୁ ଆମେ କି ସିଦ୍ଧାନ୍ତ ପାଇଲେ ? ଆମେ ଜାଣିଲେ ଦୁଇଟି ଚାର୍ଜହୀନ ପାଇପ ମଧ୍ୟରେ କୌଣସି କ୍ରିୟା ଘଟେ ନାହିଁ । କିନ୍ତୁ ଚାର୍ଜିତ ପାଇପ ପରସ୍ପରକୁ ବିକର୍ଷିତ କରନ୍ତି ଏବଂ ଚାର୍ଜିତ ପାଇପ ଏବଂ କାଚବୋତଲ ପରସ୍ପରକୁ ଆକର୍ଷଣ କରନ୍ତି । ଏବେ ଆମେ କହିପାରିବା ଯେ ଦୁଇପ୍ରକାରର ଚାର୍ଜ (ଯୁକ୍ତ ଚାର୍ଜ ଏବଂ ବିଯୁକ୍ତ ଚାର୍ଜ) ଉତ୍ପନ୍ନ ହୁଏ । କାଚବୋତଲକୁ ରେଶମ କନାରେ ଘଷିଲେ ଯେଉଁ ଚାର୍ଜ ଉତ୍ପନ୍ନ ହୁଏ ତାହା ସରବତ ପାଇପ ଏବଂ କାଗଜକୁ ଘଷିଲେ ଯେଉଁ ଚାର୍ଜ ଉତ୍ପନ୍ନ ହୁଏ ତାହାଠାରୁ ଭିନ୍ନ । ଏହି ମୌଳିକ ପରୀକ୍ଷାରୁ ଆମେ ପ୍ରତିପାଦିତ କଲେ ଯେ କାଚ ଓ ରେଶମ କନାର ଘର୍ଷଣରୁ ବିଭିନ୍ନ ଚାର୍ଜ ଯୁକ୍ତାତ୍ମକ ହେଲାବେଳେ କାଗଜ ଓ ପାଇପର ଚାର୍ଜର ବିପରୀତ ଧର୍ମ ଅଟେ । ସମଚାର୍ଜ ପରସ୍ପରକୁ ବିକର୍ଷଣ ଏବଂ ଅସମଚାର୍ଜ ପରସ୍ପରକୁ ଆକର୍ଷଣ କରନ୍ତି । ଚାର୍ଜର ପ୍ରକୃତି ଗୋଟିଏ କାର୍ପେଟ ଉପରେ ଚାଲି ଆସି ଏକ କବାଟର ଧାତବ ଗୋଲ ମୁଠା କୁ ଧରି ବିଦ୍ୟୁତ ଆଘାତ ପାଇଛନ୍ତି ? ଆସ ଏହି ଧକ୍କାର କାରଣକୁ ଜାଣିବା । ରବର, ନାଇଲନ, ଉଲ ଲିମବା ପଲିଷ୍ଟର ନିର୍ମିତ ଗାଲିଚା ବା କାର୍ପେଟରେ ଚାଲିବ ବେଳେ ଆମ ଜୋତା ତଳ ପାର୍ଶ୍ଵ ଏବଂ ଗାଲିଚାର ପଦାର୍ଥ ଘଷିହୋଇ ବିପରୀତ ଚାର୍ଜ ସୃଷ୍ଟି କରନ୍ତି । ଯେତେବେଳେ ଆମେ କବାଟର ଧାତବ ଗୋଲ ମୁଠାକୁ ଧରୁ ଆମ ଶରୀରର ମଧ୍ୟରେ ଥିବା ମୁକ୍ତ ଚାର୍ଜ (ଯାହା ଘର୍ଷଣ ଦ୍ଵାରା ସୃଷ୍ଟି ହୁଏ) ଏବଂ ଭୂମିର ମୁକ୍ତ ଚାର୍ଜ ମଧ୍ୟରେ ଉଚ୍ଚ ଭୋଲ୍ଟେଜର ବିସର୍ଜନ ଘଟିଥାଏ ଯାହା ପ୍ରାୟ ୧୫୦୦୦ volt ପାଖାପାଖି ହୋଇଥାଏ । ତେଣୁ ଆମେ ସକ୍ ଅନୁଭବ କରୁ । ଫରାସୀ ବୈଜ୍ଞାନିକ ଚାଲସି ଡୁଫ ନିରୀକ୍ଷଣ କରିଥିଲେ ଯେ କାଚ ଦଣ୍ଡକୁ ରେଶମ କନା ସହ ଘାସିଲେ ଯେଉଁ ଚାର୍ଜ ଉତ୍ପନ୍ନ ହୁଏ ତାହା ଇବୋନାଇଟ ଦଣ୍ଡକୁ ପଶମ କନା ବା ଉଲରେ ବାନ୍ଧିଲେ ଉତ୍ପନ୍ନ ଚାର୍ଜଠାରୁ ଭିନ୍ନ ଅଟେ । କାଚ ଦଣ୍ଡ ଓ ରେଶମ କନାର ଘର୍ଷଣରୁ ଉତ୍ପନ୍ନ ଚାର୍ଜକୁ ଦୁଫେ ‘ଭିଟ୍ରୋୟସ’ ଏବଂ ଇବୋନାଇଟ ଦଣ୍ଡ ସହ ପଶମ କନାର ଘର୍ଷଣରୁ ଉତ୍ପନ୍ନ ଚାର୍ଜକୁ ରେଜିନସ ନାମରେ ନାମିତ କରିଥିଲେ । ପରବର୍ତ୍ତୀ କାଳରେ ଆମେରିକୀୟ ବୈଜ୍ଞାନିକ ବେଜାମିନ ଫ୍ରାଙ୍କାଲିନ (୧୭୦୬-୧୭୯୦) ଭିଟ୍ରୋୟସ କୁ ଯୁକ୍ତାତ୍ମକ ଚାର୍ଜ ଏବଂ ରେଜିନସ କୁ ବିଯୁକ୍ତାତ୍ମକ ଚାର୍ଜ ନାମକୁ ପରିବର୍ତ୍ତନ କରିଥିଲେ ଯାହା ଆଜି ମଧ୍ୟ ଆମେ ଅନୁସରଣ କରୁଛେ । ଦୁଇଟି ପଦାର୍ଥକୁ ଘଷିଲେ ସମ ପରିମାଣର ଯୁକ୍ତ ଓ ବିଯୁକ୍ତ ଚାର୍ଜ ଉତ୍ପନ୍ନ ହୋଇଥାଏ । ପ୍ରକୃତରେ ଘର୍ଷଣ ଦ୍ଵାରା କୌଣସି ଚାର୍ଜ ସୃଷ୍ଟି ହୋଇନଥାଏ । ଗୋଟିଏ ବସ୍ତୁରୁ ବିଯୁକ୍ତ ଚାର୍ଜ ଅନ୍ୟ ପଦାର୍ଥକୁ ଗତି କରିବା ଫଳରେ ଏପରି ହୋଇଥାଏ । ଯେଉଁ ପଦାର୍ଥରୁ ଅଧିକ ବିଯୁକ୍ତ ଚାର୍ଜ ନିର୍ଗତ ହୋଇଥାଏ ଯୁକ୍ତ ଚାର୍ଜର ପରିମାଣ ଅଧିକ ହୋଇଯିବାରୁ ତାହା ଯୁକ୍ତାତ୍ମକ ହୋଇଯାଏ ଏବଂ ଯେଉଁ ପଦାର୍ଥ ବିଯୁକ୍ତ ଚାର୍ଜ ଗ୍ରହଣ କରେ ତାହା ବିଯୁକ୍ତାତ୍ମକ ହୋଇଯାଏ । ଆମେ ଆଗରୁ ପଢିଛେ ଯେ ପଦାର୍ଥଗୁଡିକ ପରମାଣୁ ଏବଂ ଅଣୁ ଦ୍ଵାରା ଗଠିତ । ଏକ ଚାର୍ଜ ବିହୀନ ପଦାର୍ଥ ମଧ୍ୟରେ ଅନେକ ସଂଖ୍ୟକ ପରମାଣୁ ରହିଥାଏ ଯେଉଁ ପରମାଣୁ ସମାନ ସାଂଖିକ ଇଲେକଟ୍ରନ ଓ ପ୍ରୋଟନ କେତେକ ପରମାଣୁରେ ଇଲେକଟ୍ରନ ଗୁଡିକ କମ ଆକର୍ଷଣ ବଳ ଦ୍ଵାରା ବାନ୍ଧି ହୋଇଥାଏ । ସେହିଭଳି ପଦାର୍ଥଗୁଡିକୁ ଘଷିଲେ ସେଥିରୁ ଇଲେକଟ୍ରନ ବାହାରି ଯାଇଥାଏ ଫଳରେ ଇଲେକଟ୍ରନ ସଂଖ୍ୟା ହ୍ରାସ ଯୋଗୁଁ ସେହି ପଦାର୍ଥଗୁଡିକ ଯୁକ୍ତ ଚାର୍ଜରେ ଚାର୍ଜିତ ହୋଇଯାଆନ୍ତି । ଏହି ଚାର୍ଜ ପ୍ରକ୍ରିୟାରେ ଦୃଢ ଭାବରେ ବାନ୍ଧି ହୋଇ ରହିଥିବ । ଯୁକ୍ତ ଚାର୍ଜଗୁଡିକ ଅଂଶ ଗ୍ରହଣ କରନ୍ତି ନାହିଁ । ଚାର୍ଜର ସଂରକ୍ଷଣ ଅନୁସାରେ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା (ଯେଉଁଠାରେ କୌଣସି ଚାର୍ଜ ବ୍ୟବସ୍ଥା ମଧ୍ୟରେ ପ୍ରବେଶ କରାଯାଏ ବା ପ୍ରସ୍ଥ ବାହାରି ପାରେନାହିଁ ଅର୍ଥାତ୍ ଉକ୍ତ ବ୍ୟବସ୍ଥାର ସମୁଦାୟ ବିଦ୍ୟୁତ ଚାର୍ଜର ପରିମାଣ) ସମୟ ଅନୁସାରେ ବଦଳେ ନାହିଁ । ଉକ୍ତ ସ୍ଵତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଥିବା ବିଭିନ ବସ୍ତୁ ମଧ୍ୟରେ ଚାର୍ଜର ଆଦାନପ୍ରଦାନ ହେଉଥିଲେ ମଧ୍ୟ ସମୁଦାୟ ଚାର୍ଜର ପରିମାଣ ସର୍ବଦା ଅପରିବର୍ତ୍ତିତ ରୁହେ । ଚାର୍ଜିତ କନିକାମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ବଳ ଓ କୁଲମଙ୍କ ନିୟମ ଅନୁସାରେ ନିର୍ଦ୍ଧାରିତ ହୋଇଥାଏ । ଫରାସୀ ବୈଜ୍ଞାନିକ ଚାଲିସ ଅଗଷ୍ଟାଇନ ଡି କୁଲମ ଏହା ସମ୍ବନ୍ଧରେ ଅଧ୍ୟୟନ କରିଥିଲେ । କୁଲମ ତାଙ୍କର ପର୍ଯ୍ୟବେକ୍ଷଣ ଗୁଡିକ ନିୟମ ଆକାରରେ ପ୍ରତିପାଦନ କରିଥିଲେ ଯାହାକୁ କୁଲମଙ୍କ ନିୟମ କୁହାଯାଏ । ଉକ୍ତ ନିୟମ ଅନୁସାରେ । “ଦୁଇଟି ଚାର୍ଜିତ କଣିକା ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ଆକର୍ଷଣ ବା ବିକର୍ଷଣ ବଳ ସେମାନଙ୍କ ଚାର୍ଜ ଦ୍ୱୟର ଗୁଣଫଳ ସହ ସମାନୁପାତୀ ଏବଂ ଉଭୟଙ୍କ ମଧ୍ୟରେ ଥିବା ଦୂରତାର ବର୍ଗ ସହିତ ପ୍ରତିଲୋମାନୁପାତୀ” । ଯଦି ଗୋଟିଏ ଚାର୍ଜିତ କଣିକା ଏବଂ ଅନ୍ୟ ଏକ ସମଚାର୍ଜିତ କଣିକା ମଧ୍ୟରେ r ଏକକ ଦୁରତ୍ଵ ଥାଏ ତେବେ ପରସ୍ପର ଉଭୟକୁ ନିମ୍ନ ବଳ ଦ୍ଵାରା ବିକର୍ଷଣ କରିବେ । F = ଯେଉଁଠାରେ K ମାଧ୍ୟମରେ ପ୍ରକୃତି ଉପରେ ନିର୍ଭର କରୁଥିବା ସମାନୁପାତିକ ସ୍ଥିରାଙ୍କ “ଯେଉଁ ମାଧ୍ୟମରେ ଚାର୍ଜ ଦ୍ୱୟ ଅବସ୍ଥିତ” । S. L ଏକକରେ K = 9x (ଶୂନ୍ୟ ବା ବାୟୁ ମାଧ୍ୟମ ପାଇଁ) ଚାର୍ଜ ଏକ ଅଦିଶ ରାଶି । ଯଦି = = ଏବଂ r = 1 m ହୁଏ, ତେବେ F = = 9 X N ଅତଏବ ଶୂନ୍ୟ ମାଧ୍ୟମରେ ଦୁଇଟି ସମଚାର୍ଜ ମଧ୍ୟରେ ଦୁରତ୍ଵ 1m ହେଲେ 1C ଚାର୍ଜ 1N ବିକର୍ଷଣ ବଳ ପ୍ରୟୋଗ କରିବ । ଉକ୍ତ ବଳ ଚାର୍ଜିତ କଣିକା ଦ୍ୱୟ କେନ୍ଦ୍ରବିନ୍ଦୁ ଯୋଗ କରୁଥିବା ରେଖାଦିଗରେ ନିର୍ଦ୍ଦେଶିତ ହେବ । ସମ ଚାର୍ଜ ପାଇଁ ଏହି ବଳ ବିକର୍ଷଣ ଅଟେ । ସ୍ଥିର ବୈଦ୍ୟୁତିକ ବିଭବ ଏବଂ ବିଦ୍ୟୁତ ବିଭାନ୍ତର ଏକ ଚାର୍ଜ ପ୍ରଦର୍ଶନ କରୁନଥିବା ବସ୍ତୁ ଯେପରିକି ଏକ କାଚ ଦଣ୍ଡରେ କିଛି ନିର୍ଦ୍ଧିଷ୍ଟ ଚାର୍ଜ (ଯଥା ଯୁକ୍ତାତ୍ମକ ଚାର୍ଜ) ପ୍ରଦାନ କଲେ ତାହା ଉକ୍ତ ଚାର୍ଜକୁ ଗ୍ରହଣ କରିଥାଏ । ଯଦି ତୁମେ କାଚ ଦଣ୍ଡକୁ ଅଧିକ ଯୁକ୍ତାତ୍ମକ ଚାର୍ଜ ପ୍ରଦାନ କରିବ ତେବେ ଏହି ବାହ୍ୟ ଚାର୍ଜ ଗୁଡିକ ବିକର୍ଷଣ ବଳ ଅନୁଭବ କରିବେ । ତେଣୁ ଏହି ବିକର୍ଷଣ ବଳକୁ ପ୍ରତିହତ କରିବାପାଇଁ ବାହ୍ୟ କାରକକୁ କିଛି କାର୍ଯ୍ୟ କରିବାକୁ ପଡିବ । ଏହି କାର୍ଯ୍ୟ ସ୍ଥିର ବୈଦ୍ୟୁତିକ ବିଭବ ଶକ୍ତି ଆକାରରେ ଚାର୍ଜର ବ୍ୟବସ୍ଥାମହୟରେ ସଞ୍ଚିତ ହୋଇ ରହିବ । ଏହି ଶକ୍ତି ସ୍ଥିତିଜ ଶକ୍ତି ସହ ତୁଳନୀୟ । କୌଣସି ଏକ ବସ୍ତୁକୁ ମାଧ୍ୟାକର୍ଷଣ ବଳର ବିପରୀତ ଦିଗରେ ଉପରକୁ ଉଠାଇଲେ ବସ୍ତୁ ମଧ୍ୟରେ ଯେଉଁ ପରିମାଣର ଶକ୍ତି ସଞ୍ଚିତ ହୁଏ ତାହାକୁ ସ୍ଥିତିଜ ଶକ୍ତି କୁହାଯାଏ । ମନେକର ଚାର୍ଜ q, r ଦୂରତା ଅତିକ୍ରମ କରି ଚାର୍ଜ Q ଆଡକୁ ଗତି କରିଲା । ବିଭବ ଶକ୍ତି ତେବେ q ଚାର୍ଜ ଦ୍ଵାରା ଧାରଣ କରିଥିବ । ସ୍ଥିର ବୈଦ୍ୟୁତିକ ସ୍ଥିତିଜଶକ୍ତି qକୁ ନିମ୍ନ ମତେ ପ୍ରକାଶ କରାଯିବ । U = କୌଣସି ଏକ ଚାର୍ଜର ନିକଟରେ ଏକ ନିର୍ଦ୍ଧିଷ୍ଟ ବିନ୍ଦୁରେ ସ୍ଥିର ବୈଦ୍ୟୁତିକ ବିଭବର ପରିମାଣ ଏକ ଏକକ ଯୁକ୍ତତ୍ମକ ଚାର୍ଜକୁ ଅନନ୍ତ ଦୂରତାରୁ ଉକ୍ତ ବିନ୍ଦୁ ପର୍ଯ୍ୟନ୍ତ ଆଣିବା ପାଇଁ ଆବଶ୍ୟକ କାର୍ଯ୍ୟର ପରିମାଣ ସହ ସମାନ । ଯଦି W = ଅନ୍ତେ ଦୂରତାରୁ ଏକ ଏକକ ଯୁକ୍ତାତ୍ମକ ଚାର୍ଜକୁ Q ଚାର୍ଜର ନିକଟବର୍ତ୍ତୀ ଏକ ବିନ୍ଦୁ ପର୍ଯ୍ୟନ୍ତ ଆଣିବା । ଦୂରତା ଏବଂ V ଉକ୍ତ ବିନ୍ଦୁରେ Q ଚାର୍ଜ ଦ୍ଵାରା ସୃଷ୍ଟି ହେଉଥିବା ବିଭବ ତେବେ V = or = ସ୍ଥିର ବୈଦ୍ୟୁତିକ ବିଭବ ଏକ ଅଦୃଶ୍ୟ ରାଶି । (ଏହାର କେବଳ ପରିମାଣ ଥାଏ କୌଣସି ଦିଗ ନଥାଏ) ଏହାର SI ଏକକ ଜୁଲ/କୁଲମ () ଙ୍କ ଭୋଲ୍ଟ (V) ଯାହା ଇଟାଲୀୟ ବୈଜ୍ଞାନିକ ଆଲାସାନ୍ଦ୍ରୋ ଭୋଲ୍ଟାଙ୍କ ନାମାନୁସାରେ ନାମିତ । ଏକ ବିନ୍ଦୁରେ 1 V ର ବିଭବ ପାଇଁ ଅନନ୍ତ ଦୂରତାକୁ 1 C ଯୁକ୍ତାତ୍ମକ ଚାର୍ଜକୁ ସେହି ବିନ୍ଦୁକୁ ଆଣିବା ପାଇଁ 1J ର କାର୍ଯ୍ୟ କରିବାକୁ ପଡିଥାଏ ବା ସେହି ବିନ୍ଦୁରେ 1 ବିଭବ ଶକ୍ତି ଧାରଣ କରିଥିବା ସ୍ଥାନରେ 1 C ଯୁକ୍ତାତ୍ମକ ଚାର୍ଜ ସ୍ଥାପନ କରିବା ଅର୍ଥାତ୍ 1 ଭୋଲ୍ଟ = 1 ଜୁଲ / 1 ଜୁଲମ ଚାର୍ଜ q ଅନନ୍ତ ଦୂରତାରୁ B ବା C ପାଖକୁ ଆସୁଅଛି । ମନେକର B ଓ C ବିନ୍ଦୁଦ୍ୱୟ ମଧ୍ୟରୁ ‘B’, ‘C’ ଅପେକ୍ଷା qର ନିକଟତର । ଯଦି ଚାର୍ଜ q କୁ ଅନନ୍ତ ଦୂରରୁ C ପର୍ଯ୍ୟନ୍ତ ବା B ପର୍ଯ୍ୟନ୍ତ ଆଣିଲାବେଳେ ଯଥାକ୍ରମେ ଓ ପରିମାଣର କାର୍ଯ୍ୟ ସମ୍ପାଦିତ ହେଲା ତେବେ B ଓ C ବିନ୍ଦୁଠାରେ ବିଭବ ଯଥାକ୍ରମେ = ଏବଂ = / q ଓ ଦ୍ୱୟ ମଧ୍ୟରେ ବିଭବାନ୍ତର = - = ଯେଉଁଠାରେ ଚାର୍ଜଟିକୁ C ଠାରୁ B ପର୍ଯ୍ୟନ୍ତ ଆଣିବା ପାଇଁ ଆବଶ୍ୟକ ହେଉଥିବା କାର୍ଯ୍ୟ ଅତଏବ ଦୁଇଟି ବିନ୍ଦୁ B ଓ C ମଧ୍ୟରେ ବିଭବ ପାର୍ଥକ୍ୟର ପରିମାଣ C ବିନ୍ଦୁଠାରୁ B ପର୍ଯ୍ୟନ୍ତ ଏକକ ଚାର୍ଜକୁ ସ୍ଥାନାନ୍ତର ପାଇଁ ଆବଶ୍ୟକ କାର୍ଯ୍ୟର ପରିମାଣ ସହ ସମାନ ଅଟେ । - କୁ V = - କୁ Wଆକାରରେ ପ୍ରକାଶ କଲେ ବିଭବ ପାର୍ଥକ୍ୟ V = କାର୍ଯ୍ୟ (W)/ ସ୍ଥାନାନ୍ତରିତ ଚାର୍ଜର ପରିମାଣ (q) ଏକ ପରିବାହୀର ଦୁଇଟି ବିନ୍ଦୁ ମଧ୍ୟରେ ୧ ଜୁଲ କାର୍ଯ୍ୟକାରୀ ୧ କୁଲମ ଚାର୍ଜକୁ ସ୍ଥାନାନ୍ତର କରିବା ଦ୍ଵାରା ଯେଉଁ ବିଭବାନ୍ତର (ଚୟ) ସୃଷ୍ଟି ହୁଏ ତାହାକୁ ୧ ଭୋଲ୍ଟ ବିଦ୍ୟୁତ ବିଦ୍ୟୁତ ବିଭାନ୍ତର କୁହାଯାଏ । ଏହା ଏକ ଅଦିଶ ରାଶି । ଏହାକୁ ଭୋଲ୍ଟ ମିଟର ନାମକୁ ଯନ୍ତ୍ର ସାହାଯ୍ୟରେ ମପାଯାଇଥାଏ । ଭୋଲ୍ଟ ମିଟରକୁ ବିଦ୍ୟୁତ ପରିପଥରେ ସମାନ୍ତରାଳ ସଂଯୋଗରେ ସଂଯୁକ୍ତ କରାଯାଇଥାଏ । ଉଦାହରଣ : ଏକ ଜୁଲମ କେତେ ସଂଖ୍ୟକ ଇଲେକଟ୍ରନ ଦ୍ଵାରା ଗଠିତ ? ସମାଧାନ : ମନେକର n ସଂଖ୍ୟକ ଇଲେକଟ୍ରନ I C ଗଠନ କରନ୍ତି । (ଯେହେତୁ ଚାର୍ଜ ଇଲେକଟ୍ରନର ଅଧିକ ବା କମ ଯୋଗୁଁ ସୃଷ୍ଟି ହୋଇଥାଏ ) 1 ଟି ଇଲେକଟ୍ରନର ଚାର୍ଜ 1.6 x C ଚାର୍ଜ q + ne n = = = 6.25 x ଇଲେକଟ୍ରନ ଉଦାହରଣ : ଦୁଇଟି ବିନ୍ଦୁ ମଧ୍ୟରେ ବିଭାନ୍ତର 24v 3C ଚାର୍ଜକୁ ବିନ୍ଦୁଦ୍ୱୟ ମଧ୍ୟରେ ସ୍ଥାନାନ୍ତରିତ କରାଇଲେ କେତେ ପରିମାଣର କାର୍ଯ୍ୟ ହେବ କଳନା କର । ସମାଧାନ q = 3C, v = 24 v, w = ? w = = 3C x 24 V w = 72 J ବିଦ୍ୟୁତ ସ୍ରୋତ ବୈଦ୍ୟୁତିକ ବଲ୍ବ, ହିଟର କଏଲ ଆଦି ସମସ୍ତ ବୈଦ୍ୟୁତିକ ସଂରଜାମ / ଉପକରଣ ଚାର୍ଜଗତିର ଆଧାରରେ କାର୍ଯ୍ୟକ୍ଷମ ହୁଅନ୍ତି । ଯେପରି ଆମେ ଜାଣୁଯେ ନଦୀର ଜଳ ସ୍ରୋତ ଜଳ ପ୍ରବାହକୁ ବୁଝାଏ ଠିକ୍ ସେହିପରି ଧାତବ ପରିବାହୀ/ଧାତବ ତାର ମଧ୍ୟରେ ଚାର୍ଜର ପ୍ରବାହକୁ ବିଦ୍ୟୁତ ସ୍ରୋତ କୁହାଯାଏ । ଅର୍ଥାତ୍ ଏକକ ସମୟରେ ଚାର୍ଜ ପ୍ରବାହର ପରିମାଣକୁ ଏହା ବୁଝାଏ । ଅତଏବ ଏକ ପରିବାହୀ ମଧ୍ୟରେ ଏକକ ସମୟରେ ପ୍ରବାହିତ ହୋଇଥିବା ଚାର୍ଜକୁ ବିଦ୍ୟୁତ ପ୍ରବାହ ବା ବିଦ୍ୟୁତ ସ୍ରୋତ କହନ୍ତି । ଅର୍ଥାତ୍ i = ଚାର୍ଜ (q) / ସମୟ (t) ଯେଉଁଠି q କୁଲମର ଚାର୍ଜ ପରିବାହୀ ମଧ୍ୟରେ t ସେକେଣ୍ଡରେ ପ୍ରବାହିତ ହୁଏ । କୌଣସି ପରିବାହୀ ମଧ୍ୟରେ 1କୁଲମ ଚାର୍ଜ (IC) 1 ସେକେଣ୍ଡ (IS) ମଧ୍ୟରେ ପ୍ରବାହିତ ହେଲେ ତାହାକୁ Iଏମ୍ପିୟର (A) କୁହାଯାଏ । ଅର୍ଥାତ୍ 1A = 1C / 1S SI ଏକକରେ ବିଦ୍ୟୁତ ଚାର୍ଜର ଏକକକୁ ଏମ୍ପିୟର (A) ନାମରେ ପ୍ରସିଦ୍ଧ ଫରାସୀ ବୈଜ୍ଞାନିକ ଆନ୍ଦ୍ରେ ମାରୀ ଏମ୍ପିୟର (୧୭୭୫ - ୧୮୩୬) ଙ୍କ ସମ୍ମାନାର୍ଥେ ନାମିତ କରାଯାଇଛି । ସ୍ୱଳ୍ପ ପରିମାଣର ବିଦ୍ୟୁତ ସ୍ରୋତକୁ ମିଲିଏମ୍ପିୟର ମପାଯାଏ ଯାହାକୁ mA ସଙ୍କେତ ଦ୍ଵାରା ପ୍ରକାଶ କରାଯାଏ ଓ ଅତି କ୍ଷୁଦ୍ର ଏକକ ପାଇଁ ମାଇକ୍ରୋଏମ୍ପିୟର mA ରେ ବ୍ୟବହୃତ ହୋଇଥାଏ । ବିଦ୍ୟୁତସ୍ରୋତ ଏକ ଅଦିଶ ରାଶି । 1mA = A 1 mA = A ଏମିଟିରକୁ ବିଦ୍ୟୁତ ପରିପଥରେ ପଂକ୍ତି ସଂଯୋଗରେ ସଂଯୁକ୍ତ କରାଯାଇଥାଏ । ଏହା ପରିପଥରେ ପ୍ରବାହିତ ବିଦ୍ୟୁତର ପରିମାଣକୁ ମାପିଥାଏ । ତୁମେ ଜାଣ କି ସମସ୍ତ ଧାତୁଗୁଡିକ ଅନେକ ସଂଖ୍ୟକ ମୁକ୍ତ ଇଲେକଟ୍ରନ ( ) ଧାରଣ କରିଥାନ୍ତି ଯାହା ଚାର୍ଜ ବାହକ ଆକାରରେ କାର୍ଯ୍ୟ କରନ୍ତି । ଧାତବ ପରିବାହୀ/ ଧାତବ ତାର ମଧ୍ୟରେ ଏହି ଇଲେକଟ୍ରନ ଗୁଡିକ ପରମାଣୁ ମଧ୍ୟରେ ସମସ୍ତ ସମ୍ଭବ୍ୟ ଦିଗରେ ଖୁବ୍ ଅଧିକ ପରିବେଗ ପ୍ରାୟ ରେ ଗତିକରିଥାନ୍ତି । କିନ୍ତୁ ଯେତେବେଳେ ଏହି ପରିବାହୀକୁ ବ୍ୟାଟେରୀ ସହ ସଂଯୁକ୍ତ କରାଯାଏ ଏହି ଇଲେକଟ୍ରନ ଗୁଡିକ ଏକ ନିର୍ଦ୍ଧିଷ୍ଟ ଦିଗରେ ଗତି କରିବା ଆରମ୍ଭ କରନ୍ତି । ଅର୍ଥାତ୍ ପରିବାହୀ ତାରମଧ୍ୟରେ ବ୍ୟାଟେରୀର ଯୁକ୍ତାତ୍ମକ ମେରୁ ଧାତୁ ବିଯୁକ୍ତାତ୍ମକ ମେରୁ ଆଡକୁ ଭଳି କମ ପରିବେଗରେ ଗତି କରିଥାନ୍ତି । ଏହାକୁ ଇଲେକଟ୍ରନର ନିଷ୍କ୍ରିୟ ପରିବେଗ କୁହାଯାଏ । ଆମେ ଏହା ପୂର୍ବରୁ ଜାଣିଛେ ଯେ ପଦାର୍ଥ ପରମାଣୁ ପ୍ରୋଟନ, ଇଲେକଟ୍ରନ ଏବଂ ନ୍ୟୁଟ୍ରନ ଦ୍ଵାରା ଗଠିତ । ପ୍ରୋଟନ ଯୁକ୍ତାତ୍ମକ ଚାର୍ଜ, ଇଲେକଟ୍ରନ ବିଯୁକ୍ତାତ୍ମକ ଚାର୍ଜ ବହନକରେ କିନ୍ତୁ ବ୍ୟୁତ୍ରାଣ କୌଣସି ଚାର୍ଜ ବହନ କରେନାହିଁ । ପରମାଣୁ ବିଦ୍ୟୁତ ନିରପେକ୍ଷ ଅଟେ । କିନ୍ତୁ କୌଣସି ପଦାର୍ଥରେ ଇଲେକଟ୍ରନ ଅପେକ୍ଷା ପ୍ରୋଟନର ସଂଖ୍ୟା ଅଧିକ ରହିଲେ ଉକ୍ତ ବସ୍ତୁ / ପଦାର୍ଥ ଯୁକ୍ତାତ୍ମକ ଚାର୍ଜରେ ଚାର୍ଜିତ ହୋଇଥାଏ । ସେହିପରି ପଦାର୍ଥ / ବସ୍ତୁ ମଧ୍ୟରେ ପ୍ରୋଟନ ଅପେକ୍ଷା ଅଧିକ ସଂଖ୍ୟକ ଇଲେକଟ୍ରନ ରହିଲେ ତାହା ବୁଜୁକ୍ତାତ୍ମକ ଚାର୍ଜ ଧାରଣ କରେ । ଯଦି ଗୋଟିଏ ଚାର୍ଜିତ ବସ୍ତୁ/ପଦାର୍ଥକୁ ଏକ ଚାର୍ଜବିହୀନ ପଦାର୍ଥ ସହ ଏକ ଧାତବ ପରବାହୀ ସହ ସଂଯୁକ୍ତ କରାଯାଏ ତେବେ ଯୁକ୍ତାତ୍ମକ ଚାର୍ଜ ଉଚ୍ଚ ବିଭବରୁ ନିମ୍ନ ବିଭବ ଆଡକୁ ଏବଂ ବିଯୁକ୍ତାତ୍ମକ ଚାର୍ଜ ନିମ୍ନ ବିଭବରୁ ଉଚ୍ଚ ବିଭବ ଆଡକୁ ପ୍ରବାହିତ ହୋଇଥାଏ । ଚାର୍ଜର ଏହି ପ୍ରବାହ ଉଭୟ ବିଭବ ସମତୁଲ ହେବା ପର୍ଯ୍ୟନ୍ତ ଚାଲିଥାଏ । ନିରବଚ୍ଛିନ୍ନ ବିଦ୍ୟୁତ ସ୍ରୋତର ପ୍ରବାହ ପାଇବା ପାଇଁ ପରପଥ ତାରର ଉଭୟ ପ୍ରାନ୍ତରେ ନିର୍ଦ୍ଧିଷ୍ଟ ବିଭବ ପାର୍ଥକ୍ୟକୁ ବଜାୟ ରଖିବା ଦରକାର ପଡିଥାଏ । ଏହି କାର୍ଯ୍ୟପାଇଁ ଏକ ବାହ୍ୟ ଉତ୍ସରୁ ଶକ୍ତିର ଆବଶ୍ୟକ ହୋଇଥାଏ ଯାହା ଚାର୍ଜବାହକ (ଇଲେକଟ୍ରନ) ଗୁଡିକୁ ଏକ ନିର୍ଦ୍ଧିଷ୍ଟ ଦିଗରେ ପ୍ରବାହିତ ହେବା ପାଇଁ ଅର୍ଥାତ୍ ନିମ୍ନ ବିଭବ ପ୍ରାନ୍ତରୁ ଉଚ୍ଚ ବିଭବ ପ୍ରାନ୍ତକୁ ଆବଶ୍ୟକ ବଳ ପ୍ରଦାନ କରିଥାଏ । ଶକ୍ତିର ଏହି ବାହ୍ୟ ଉତ୍ସଟିକୁ ସେଲ କୁହାଯାଏ । ସେଲ ଏକ ଉପକରଣ ଯାହା ମାଧ୍ୟମରେ ରାସାୟନିକ ଶକ୍ତି ବିଦ୍ୟୁତ ଶକ୍ତିରେ ରୂପାନ୍ତରିତ ହୋଇଥାଏ । ସେଲ ମଧ୍ୟରେ ବିଯୁକ୍ତାତ୍ମକ ଚାର୍ଜିତ ପାତଟି ଇଲେକଟ୍ରନ ଗୁଡିକୁ ବିକର୍ଷଣ କରିଥାଏ ଯାହା ତାର ମଧ୍ୟଦେଇ ଗତି କରିଥାନ୍ତି । ତେଣୁ ଇଲେକଟ୍ରନ ଗୁଡିକ ଯୁକ୍ତାତ୍ମକ ମେରୁ ନିକଟରୁ ସଂଯୁକ୍ତ ପରିବାହୀ ତାର ମଧ୍ୟଦେଇ ଯୁକ୍ତାତ୍ମକ ତାର ଦିଗରେ ପ୍ରବାହିତ ହୋଇଥାନ୍ତି । ଏହାକୁ ଇଲେକଟ୍ରନ ସ୍ରୋତ ବିପରୀତ ଅଟେ ଅର୍ଥାତ ଯୁକ୍ତାତ୍ମକରୁ ବିଯୁକ୍ତାତ୍ମକ ମେରୁ ଦିଗର ବିପରୀତ ଦିଗ । ଅନେକ ଗୁଡିଏ ସେଲର ସଂଯୋଗ ବ୍ୟାଟେରୀ କୁହାଯାଏ । ସେଲଟିଏ ତିଆରି କରିବା ପାଇଁ ୧୮୦୦ ଖ୍ରୀଷ୍ଟାବ୍ଦରେ ପ୍ରଥମ ସଫଳ ପ୍ରଚେଷ୍ଟା କରିଥିଲେ ଇଟାଲୀୟ ବୈଜ୍ଞାନିକ ଆଲସାନ୍ଦ୍ରୋ ଭୋଲ୍ଟା । ତାଙ୍କ ନାମାନୁସାରେ ବିଦ୍ୟୁତ ସ୍ରୋତର ଏହି ସରଲା ଉତ୍ସଟିକୁ ଭୋଲାଟୀୟ ସେଲ ବା ସରଳ ବିଦ୍ୟୁତ ସେଲ କୁହାଯାଏ । ବିଦ୍ୟୁତ ସେଲ ଗୁଡିକ ସଳଖ ବିଦ୍ୟୁତ ସ୍ରୋତ (D.C.) ର ମୁଖ୍ୟ ଉତ୍ସ ଅଟନ୍ତି । ସଳଖ ବିଦ୍ୟୁତ ସ୍ରୋତ ରେ ବିଦ୍ୟୁତ ଗୋଟିଏ ଦିଗରେ ପ୍ରବାହିତ ହୋଇଥାଏ । ଏହି ସ୍ରୋତକୁ ମାପିବା ପାଇଁ ଏମିଟର ବ୍ୟବହାର କରାଯାଇଥାଏ । ସାବଧାନତା : ବ୍ୟାଟେରୀର ଉଭୟ ପ୍ରାନ୍ତକୁ ସିଧାସଳଖ ପରିବାହୀ ତାର ସହ ସଂଯୁକ୍ତ କରନାହିଁ । ଏହାକୁ କୌଣସି ବଲ୍ବ ଭଳି ବୈଦ୍ୟୁତିକ ଉପକରଣ ସହ ସଂଯୁକ୍ତ କଲେ ତାହା ଇଲେକଟ୍ରନର ପ୍ରବାହକୁ ଧୀର କରିଥାଏ । ନହେତ କେବଳ ପରିବାହୀରେ ବିଦ୍ୟୁତ ଦୃତ ଗତିରେ ପ୍ରବାହିତ ହେବା ଫଳରେ ଏହାକୁ ଉତ୍ତପ୍ତ କରିବା ସହ ବ୍ୟାଟେରୀରେ କାର୍ଯ୍ୟକାଳ ମଧ୍ୟ କରାଇଦେଇଥାଏ । ପରିବାହୀ ଓ ଅପରିବାହୀ ସମସ୍ତ ପଦାର୍ଥକୁ ସେମାନଙ୍କର ମଧ୍ୟରେ ଚାର୍ଜର ପ୍ରବାହ ଅନୁସାରେ ୨ ଭାଗରେ ବିଭକ୍ତ କରାଯାଇଥାଏ । ଯଥା ପରିବାହୀ ଓ ଅପରିବାହୀ । ଯେଉଁ ସବୁ ପଦାର୍ଥ ମଧ୍ୟଦେଇ ବିଦ୍ୟୁତ ପ୍ରବାହ ହୋଇପାରେ ସେଗୁଡିକୁ ବିଦ୍ୟୁତ ପରିବାହୀ କୁହାଯାଏ । ଉଦାହରଣ ରୂପା, ତମ୍ବା, ଆଲୁମିନିୟମ ଇତ୍ୟାଦି ଧାତୁ । ଯେଉଁ ସବୁ ପଦାର୍ଥ ମଧ୍ୟଦେଇ ବିଦ୍ୟୁତ ପ୍ରବାହ ହୋଇପାରେ ନହିଁ ସେ ସବୁକୁ ବିଦ୍ୟୁତ ଅପରିବାହୀ କୁହାଯାଏ । ଉଦାହରଣ ରବର, କାଚ, ବେକେଲାଇଟ ଇତ୍ୟାଦି । ପ୍ରତିରୋଧକ ବିଦ୍ୟୁତ ସ୍ରୋତର ପ୍ରବାହକୁ ବିରୋଧ କରିବା ପ୍ରକୃତିକୁ ବୈଦ୍ୟୁତିକ ପ୍ରତିରୋଧ କୁହାଯାଏ । ବୈଦ୍ୟୁତିକ ପ୍ରତିରୋଧକ କୁହାଯାଏ । ଏହାକୁ ସଂକେତ ଦ୍ଵାରା ସୂଚୀତ କରାଯାଇଥାଏ । ପ୍ରତିରୋଧକ ଉଭୟ ଆବଶ୍ୟକ ଏବଂ ଅନାବଶ୍ୟକ ହୋଇପାରେ । ପରିବାହୀ ମଧ୍ୟରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ବିଦ୍ୟୁତ ପ୍ରବାହିତ ହେବା ସମୟରେ ଏହା ଆବଶ୍ୟକ ହୋଇଥାଏ । ପରିପଥରେ ପ୍ରତିରୋଧକ ସଂଯୁକ୍ତ ହେଲେ ଏହା ବିଦ୍ୟୁତ ଶକ୍ତିକୁ ତାପ ଶକ୍ତିରେ ପରିବର୍ତ୍ତନ କରିଥାଏ । ତେଣୁ ପରିପଥରେ କିଛି ବିଦ୍ୟୁତ ଶକ୍ତି କ୍ଷୟ ହୋଇଥାଏ । ଅନ୍ୟପକ୍ଷରେ ଏହି ପ୍ରତିରୋଧକ ହେତୁ ବିଦ୍ୟୁତଶକ୍ତି ଆଲୋକ ଏବଂ ତାପ ପ୍ରଦାନ କରିଥାଏ । ଯଥା ଇଲେକ୍ଟ୍ରିକ ବଲ୍ବ ଆଲୋକ ପ୍ରଦାନ କଲାବେଳେ ଇଲେକ୍ଟ୍ରିକ ହିଟର ତାପ ପ୍ରଦାନ କରିଥାଏ । ତୁମପାଇଁ କାମ ବିଜ୍ଞାନାଗାର ପରୀକ୍ଷା ଶ୍ରେଣୀର ପରିବାହୀ ମଧ୍ୟରେ ପ୍ରବାହିତ ବିଦ୍ୟୁତର ପରିମାଣ ଏବଂ ପରିବାହୀର ଦୁଇ ପ୍ରାନ୍ତ ମଧ୍ୟରେ ଥିବା ବଲ୍ବ ପାର୍ଥକ୍ୟର ସମ୍ବନ୍ଧକୁ ତୁମ ବନ୍ଧୁ ଏବଂ ଶିକ୍ଷକ ସାହାଯ୍ୟରେ ନିରୂପଣ କରିପାରିବ । ଏହି ପରୀକ୍ଷା ପାଇଁ ଏକ ବିଦ୍ୟୁତ କୋଷ, ଗୋଟିଏ ଭୋଲ୍ଟମିଟର (0-1.5 Vର) ଏକ ମିଟର (0 – 1Aର) ଏକ ନିର୍ଦ୍ଧିଷ୍ଟ ମାନର ପ୍ରତିରୋଧକ କଏଲ (1ଓମର), ଏକ ରିଓଷ୍ଟଟ (0-1 ଓମ୍), କିଛି ପରିବାହୀ ତାର ଏବଂ ପ୍ଲଗ ସୁଇଚ ନିଅ । I. ପ୍ରତିରୋଧକ (R), ଏମିଟର (A), ଶୁଷ୍କସେଲ (D) ପ୍ଲଗ ସୁଇଚ (K) ଏବଂ ରିଓଷ୍ଟାଟ (Rh) କୁ ପଂକ୍ତି ସଂଯୋଗରେ ଏବଂ ଭୋଲ୍ଟମିଟର (V) କୁ R ସହ ସମାନ୍ତରାଳ ସଂଯୋଗରେ ସଂଯୁକ୍ତ କର । II. ପରିପଥଟି ମୁକ୍ତ ଥିବା ସମୟରେ ଏମିଟର ଓ ଭୋଲ୍ଟମିଟରର ପାଠ୍ୟଙ୍କ ‘ଶୂନ’ (0) ନିଅ । III. ପରିପଥର ପ୍ଲଗ ସୁଇଚକୁ ଯୋଗ କରି ରିଓଷ୍ଟାଟଟିକୁ ଅଳ୍ପ ଟିକିଏ ଘୁଞ୍ଚାଅ ଓ ଏମିଟର ଏବଂ ଭୋଲ୍ଟ ମିଟର ପାଠ୍ୟଙ୍କ ପରିବର୍ତ୍ତନକୁ ପୁନଶ୍ଚ ଟିପି ରଖ । IV. ରିଓଷ୍ଟାଟ ବ୍ୟବହାର କରି ବିଦ୍ୟୁତ ସ୍ରୋତର ମୂଲ୍ୟ ବୃଦ୍ଧିକର ଏବଂ ଏମିଟର ଓ ଭୋଲ୍ଟମିଟର ପାଠ୍ୟାଙ୍କ ପରିବର୍ତ୍ତନକୁ ପୁନଶ୍ଚ ଟିପି ରଖ । V. ଏହିପରି 4-5 ଧର ମୂଲ୍ୟ ପରିବର୍ତ୍ତନ ଅନୁସାରେ ଏମିଟର ଓ ଭୋଲ୍ଟମିଟର ପରିବର୍ତ୍ତିତ ମୂଲ୍ୟ ଗୁଡିକୁ ଟିପିରଖ । VI. ଏମିଟର ଏବଂ ଭୋଲ୍ଟମିଟରର ଉପରୋକ୍ତ ସୂଚକାଙ୍କ ଗୁଡିକୁ ଗ୍ରାଫ କାଗଜରେ ସ୍ଥାପନା କର । VII. ଏମିଟର ସୂଚକାଙ୍କ ପରିବର୍ତ୍ତନ ସହ ଭୋଲ୍ଟମିଟର ସୂଚକାଙ୍କ ସମାନୁପାତରେ ପରିବର୍ତ୍ତିତ ହେଉଅଛି । ଭୋଲ୍ଟ ଏବଂ ବିଦ୍ୟୁତ ସ୍ରୋତର ଗ୍ରାଫ ପରି ଏକ ସରଳ ରେଖା ଅଟେ । ଏଥିରୁ ଆମେ ଜାଣିଲେ ପରିବାହୀ ମଧ୍ୟରେ ପ୍ରବାହିତ ବିଦ୍ୟୁତ ସ୍ରୋତର ପରିମାଣ ଏହାର ଦୁଇ ପ୍ରାନ୍ତ ମଧ୍ୟରେ ଥିବା ବିଦ୍ୟୁତ ବିଭବାନ୍ତର ସହ ସମାନୁପାତୀ ଅର୍ଥାତ୍ ଏଠାରେ R ସମାନୁପାତୀକ ସ୍ଥିରାଙ୍କ ଅଟେ । ଏବଂ R କୁ ପରିବାହୀ ତାରର ପ୍ରତିରୋଧ କୁହାଯାଏ । ଏହି ପରୀକ୍ଷଣଟିକୁ ବୈଜ୍ଞାନିକ ଜର୍ଜ ସାଇମନ ଓମ ପ୍ରଥମେ ପ୍ରତିପାଦିତ କରିଥିବାରୁ ଏହାକୁ ଓମଙ୍କ ନିୟମ କୁହାଯାଏ । ଓମଙ୍କ ନିୟମ “ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ କୌଣସି ପରିବାହୀ ମଧ୍ୟରେ ପ୍ରବାହିତ ବିଦ୍ୟୁତ ସ୍ରୋତର ପରିମାଣ ପରିବାହୀର ଉଭୟ ପ୍ରାନ୍ତ ମଧ୍ୟରେ ଥିବା ବିଦ୍ୟୁତ ବିଭାବାନ୍ତର ସହ ସମାନୁପାତୀ ” । ପରିବାହୀ ତାରର ଆପମାତ୍ରା ଏବଂ ଅନ୍ୟ ଭୌତିକ ଅବସ୍ଥା ଅପରିବର୍ତ୍ତିତ ରହିଲେ ଓମଙ୍କ ନିୟମର ପ୍ରୟୋଗ ଠିକ୍ ହୋଇଥାଏ । ଯଦି ପରିବାହୀ ତାରର ତାପମାତ୍ରା ବୃଦ୍ଧିପାଏ ତେବେ ଏହାର ପ୍ରତିରୋଧ ବୃଦ୍ଧିପାଇଥାଏ । R ପରିବାହୀର ପ୍ରତିରୋଧ ଏକ ନିର୍ଦ୍ଧିଷ୍ଟ ପରିବାହୀ ତାର ପାଇଁ ସ୍ଥିରାଙ୍କ ଅଟେ । ପରିବାହୀର ପ୍ରତିରୋଧ ନିମ୍ନ କାରକ ଉପରେ ନିର୍ଭର କରିଥାଏ । ଏହାର ଦୈର୍ଘ୍ୟ – ଦୈର୍ଘ୍ୟ ଅଧିକ ହେଲେ ପ୍ରତିରୋଧ ଏହାର ମୋଟେଇ - ଅଧିକ ମୋଟା ତାର, ପ୍ରତିରୋଧ କମ । ଏହାର ପ୍ରସ୍ଥଚ୍ଛେଦ – ପ୍ରସ୍ଥଚ୍ଛେଦ ଧିକ, ପ୍ରତିରୋଧ କମ । ଅତଏବ ଏକ ପରିବାହୀ ତାରର ପ୍ରତିରୋଧ ଏହାର ଦୈର୍ଘ୍ୟସହ ସମାନୁପାତୀ ଏବଂ ପ୍ରସ୍ଥଚ୍ଛେଦର କ୍ଷେତ୍ରଫଳ ସହ ପ୍ରତିଲୋମାନୁପାତୀ ଅଟେ । ପରିବାହୀର ପ୍ରକୃତି – ତମ୍ବାତାରର ପ୍ରତିରୋଧତା ଲୁହତାର ଅପେକ୍ଷା କମ । ସମ ଦୈର୍ଘ୍ୟ ଓ ସମ ପ୍ରସ୍ଥଚ୍ଛେଦ କ୍ଷେତ୍ରଫଳ ବିଶିଷ୍ଟ ଲୁହାତାର ଅପେକ୍ଷା କମ । ପରିବାହୀର ପ୍ରତିରୋଧ କେବେ ବି ନୁଯୁକ୍ତାତ୍ମକ ହୋଇନଥାଏ । ପ୍ରତିରୋଧ ଏକ ଅଦିଶ ରାଶି । ଏହାର SI ଏକକ ‘ଓମ’ ଅଟେ ଏବଂ ଏହାକୁ ଓମେଗା ସଙ୍କେତର ପ୍ରକାଶ କରାଯାଇଥାଏ । ଏକ ଭୋଲ୍ଟ ବିଦ୍ୟୁତ ବିଭାବାନ୍ତର ଥିବା ଏକ ପରିବାହୀ ମଧ୍ୟରେ ଏକ ଏମ୍ପାୟର (IA) ବିଦ୍ୟୁତ ସ୍ରୋତ ପ୍ରବାହିତ ହେବା ସମୟରେ ଉତ୍ପନ୍ନ ପ୍ରତିରୋଧକୁ ଏକ ଓମ (Iଓମ) କୁହାଯାଏ । ଅର୍ଥାତ୍ 1 ଓମ୍ = 1 ଭୋଲ୍ଟ / 1 ଏମ୍ପିୟର ଅଧିକ ପ୍ରତିରୋଧ ମାପିବାପାଇଁ କିଲୋଓମ (kW) ଏବଂ ମେଗା ଓମ (MW) ଏକକ ବ୍ୟବହାର କରାଯାଏ । 1 kW = W 1M W = W ପ୍ରତିରୋଧମାନଙ୍କର ସଂଯୋଗ ଏକ ବୈଦ୍ୟୁତିକ ପରିପଥରେ ପ୍ରତିରୋଧ ଗୁଡିକୁ ଦୁଇଟି ଭିନ୍ନ ପ୍ରକାରରେ ସଂଯୋଗ କରାଯାଇଥାଏ । ଯଥା ପଂକ୍ତି ସଂଯୋଗ ଯେଉଁଥିରେ ପ୍ରତିରୋଧ ଗୁଡିକର ଗୋଟିଏ ପ୍ରାନ୍ତ ସହ ଅନ୍ୟ ଏକ ପ୍ରତିରୋଧର ପ୍ରାନ୍ତ ସଂଯୁକ୍ତ ହୋଇଥାଏ । ସମାନ୍ତରାଳ ସଂଯୋଗରେ ଦୁଇ ବା ତତୋଧିକ ପ୍ରତିରୋଧଗୁଡିକ ଦୁଇଟି ନିର୍ଦ୍ଧିଷ୍ଟ ପ୍ରାନ୍ତ ସହ ସଂଯୁକ୍ତ । ପଂକ୍ତି ସଂଯୋଗ ୩ଟି ପ୍ରତିରୋଧ ପଂକ୍ତି ସଂଯୋଗରେ ଗୋଟିଏ ସେଲ ଏବଂ ଏମିଟର ସହ ସଂଯୁକ୍ତ ହୋଇଛି । ତୁମେ ଲକ୍ଷ୍ୟ କରିବ ବିଦ୍ୟୁତସ୍ରୋତ ପାଇଁ ଏକମାତ୍ର ପଥ ଥିବାରୁ ଏହି ସ୍ରୋତ ତିନୋଟିଯାକ ପ୍ରତିରୋଧ ମଧ୍ୟଦେଇ ଗତି କରିବ । ପ୍ରତିରୋଧ , ଓ ର ଦୁଇ ପ୍ରାନ୍ତ ମଧ୍ୟରେ ବିଭବ ପାର୍ଥକ୍ୟ ଯଥାକ୍ରମେ , , ହେଉ । ଓମଙ୍କ ନିୟମାନୁସାରେ ପ୍ରତ୍ୟକ ପ୍ରତିଦୋଧର ବିଭବ ପାର୍ଥକ୍ୟ । = = ଏବଂ = ବର୍ତ୍ତମାନ ଯଦି P ଓ Q ମଧ୍ୟରେ ବିଭବ ପାର୍ଥକ୍ୟ V ହୁଏ, ତେବେ V = + + = + + (, , ର ମୂଲ୍ୟ ପ୍ରତିସ୍ଥାପନ କଲେ) = i ( + + ) ମନେକର P ଓ Q ମଧ୍ୟରେ ସମୁଦାୟ ପ୍ରତିରୋଧ ହେଉ, ତେବେ ସମୁଦାୟ ବିଭବ ପାର୍ଥକ୍ୟ V = ସମୀକରଣ 16.1 ଓ 16.2 କୁ ତୁଳନା କଲେ ଆମେ ପାଇବା = i ( + + ) କିମ୍ବା = + + ଅର୍ଥାତ ପଂକ୍ତି ସଂଯୋଗରେ ପ୍ରତିରୋଧଗୁଡିକୁ ଏକ ଧାଡିରେ ପ୍ରନ୍ତକୁ ପ୍ରାନ୍ତ ସଂଯୋଗ କଲେ ଏହାର ସମୂହ ପ୍ରତିରୋଧ ପ୍ରତିରୋଧର ଯୋଗଫଳ ସହ ସମାନ । ସମାନ୍ତରାଳ ସଂଯୋଗ ତିନୋଟି ପ୍ରତିରୋଧ ବିଦ୍ୟୁତ ସେଲ ଏମିଟର ସହ ସମାନ୍ତରାଳ ସଂଯୋଗରେ ସଂଯୁକ୍ତ ହୋଇଛନ୍ତି । P ଓ Q ମଧ୍ୟରେ ଥିବା ବିଭବ ପାର୍ଥକ୍ୟ ପ୍ରତ୍ୟକ ପ୍ରତିରୋଧ ମଧ୍ୟରେ ଥିବା ବିଭବ ପାର୍ଥକ୍ୟ ସହ ସମାନ ଏବଂ P ଓ Q ମଧ୍ୟରେ ପ୍ରବାହିତ ବିଦ୍ୟୁତ ପ୍ରତ୍ୟକ ପ୍ରତିରୋଧ ମଧ୍ୟଦେଇ ପ୍ରବାହିତ ବିଦ୍ୟୁତର ସମଷ୍ଟି ସହ ସମାନ । ଯଦି , ଏବଂ ପ୍ରତିରୋଧ ଯଥାକ୍ରମେ , ଓ ମଧ୍ୟରେ ପ୍ରବାହିତ ବିଦ୍ୟୁତକୁ ସୁଚାଏ ତେବେ ପରିପଥରେ ପ୍ରବାହିତ ମୋଟ ବିଦ୍ୟୁତ ସ୍ରୋତ ଯଦି ପ୍ରତ୍ୟକ ପ୍ରତିରୋଧର ବିଭବ V ହୁଏ ତେବେ ଓମଙ୍କ ନିୟମାନୁସାରେ = , = and = ଯଦି ସମାନ୍ତରାଳ ସଂଯୋଗର ସମୂହ ପ୍ରତିରୋଧକୁ ନିଆଯାଏ ଏବଂ ପ୍ରତ୍ୟକ ପ୍ରତିରୋଧ ବିଭବ ପାର୍ଥକ୍ୟ V ହୁଏ ତେବେ I = ସମୀକରଣ (16.4) ଏବଂ (16.5) କୁ ସମୀକରଣ 16.3 ରେ ବ୍ୟବହାର କଲେ ଆମେ ପାଇବା = + + ବା = + + ଅର୍ଥାତ ସମୂହ ପ୍ରତିରୋଧର ବ୍ୟତିକ୍ରମ ପ୍ରତ୍ୟକ ପ୍ରତିରୋଧର ବ୍ୟତିକ୍ରମର ସମଷ୍ଟି ସହ ସମାନ । ତୁମେ ଜାଣ କି ମଲ୍ଟି ମିତାରକୁ AVO ମିଟର ଅର୍ଥାତଏମିଟର, ଭୋଲ୍ଟମିଟର ଏବଂ ଓମମିଟର କୁହାଯାଏ । ଏହା ବିଦ୍ୟୁତ ସ୍ରୋତ, ବିଦ୍ୟୁତ ଭୋଲ୍ଟ ଏବଂ ପ୍ରତିରୋଧ ମାପିଥାଏ । ଉଦାହରଣ : ଏକ ବିଦ୍ୟୁତ ବଲ୍ବର ଫିଲାମେଣ୍ଟ ଏକ ଘଣ୍ଟାରେ ଏକ ପଞ୍ଚମାଂଶ ସମୟରେ 0.5A ବିଦ୍ୟୁତ ବ୍ୟବହାର କଲା । ଉକ୍ତ ପରିପଥରେ ପ୍ରବାହିତ ବିଦ୍ୟୁତ ଚାର୍ଜର ପରିମାଣ କଳନା କର । ସମାଧାନ : ଦତ୍ତ i = 0.5A t = X 1 ଘଣ୍ଟା = X 60 ମିନିଟ୍ = 12 ମିନିଟ୍ Q = it = 12 X 60 s = 720 s (0.5A) X 720 s = 720 s = 360 s ବିଦ୍ୟୁତ ସ୍ରୋତର ତାପନ କ୍ଷମତା ଆମେମାନେ ସାଧାରଣତଃ ଲକ୍ଷ୍ୟ କରୁଯେ ଏକ ବିଦ୍ୟୁତ ବଲ୍ବ ମଧ୍ୟରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହେଲେ ବଲ୍ବର ଫିଲାମେଣ୍ଟ ଉତ୍ତପ୍ତ ହୁଏ ଏବଂ ଏହା ଆଲୋକିତ ହୁଏ ।ସେହିପରି ଇଲେକ୍ଟ୍ରିକ ହିଟରରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହେଲେ ଏହାର କେଲ ପ୍ରଥମେ ଉତ୍ତପ୍ତ ହୋଇ ଲାଲ ହୋଇଯାଏ ଏବଂ ଉତ୍ତାପ ପ୍ରଦାନକରେ । ଏହା କାହିଁକି ହୁଏ ତୁମେ ଜାଣ କି ? କାରଣ ଏକ ବିଦ୍ୟୁତ ପରିପଥରେ ବୈଦ୍ୟୁତିକ ଶକ୍ତି ଟାପ ଶକ୍ତିରେ ରୂପାନ୍ତରିତ ହୁଏ । ବିଦ୍ୟୁତ ସ୍ରୋତର ଏହି ତାପନ କ୍ଷମତାକୁ ଜୁଲଙ୍କ ତାପନ କୁହାଯାଏ । ୧୬.୫.୧ ଏକ ପରିବାହୀ ମଧ୍ୟରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହେଲେ ଉତ୍ପନ ଟାପ ମନେକର ଏକ XY ର ପ୍ରତିରୋଧ R । ଏହା ମଧ୍ୟରେ t ସେକେଣ୍ଡ ପାଇଁ ବିଦ୍ୟୁତ ସ୍ରୋତ i ପ୍ରବାହିତ ହେଉଅଛି । X ଓ Y ମଧ୍ୟରେ ବିଦ୍ୟୁତ ବିଭବ ପାର୍ଥକ୍ୟ V ହେଉ । ତେବେ ପରିବାହୀର ଦୁଇ ପ୍ରାନ୍ତ ମଧ୍ୟରେ Q ଚାର୍ଜ ପ୍ରବାହିତ ହେବା ପାଇଁ ସଂପାଦିତ କାର୍ଯ୍ୟ । W = ବିଭକ୍ତ ପାର୍ଥକ୍ୟ (V) x Q = Vit (\Q = it) ଓମଙ୍କ ନିୟମାନୁସାରେ V = ir W = (iR) it W = iRt ଏଠାରେ ପରିବାହୀର ପ୍ରତିରୋଧ ବିରୋଧରେ ବିଦ୍ୟୁତ ଚାର୍ଜକୁ ପ୍ରବାହିତ କରାଇବା ପାଇଁ ଆବଶ୍ୟକ କାର୍ଯ୍ୟ ଶକ୍ତି ଆକାରରେ ପ୍ରକାଶିତ ହୁଏ । ତେଣୁ ପରିବାହୀରେ ଉତ୍ପନ୍ନ ତାପକୁ H = Rt ସହ ସମାନ କୁହାଯିବ । ଉପରୋକ୍ତ ସୂତ୍ରରୁ ଆମେ ଜାଣିଲୁ ବିଦ୍ୟୁତ ଶକ୍ତି ଯଦି ତାପ, ଆଲୋକ ବା ଯାନ୍ତ୍ରିକ ଶକ୍ତିରେ ପରିଣତ ହୁଏ ତାହାହେଲେ ନିର୍ଦ୍ଧିଷ୍ଟ ସମୟରେ ଉତ୍ପନ୍ନ ଶକ୍ତି ଖଣ୍ଡିଏ ତାରରେ ପ୍ରବାହିତ ସ୍ରୋତର ବର୍ଗ (i) i2 ସହ ସମାନୁପାତୀ ଯଦି R ସହ ସମାନୁପାତୀ ଯଦି R ଓ T ସ୍ଥିରାଙ୍କ ହୁଏ, (ii) f ସହ ସମାନୁପାତୀ ଯଦି ‘R’ ଓ ‘t’ ସ୍ଥିରାଙ୍କ ହୁଏ (iii) ‘R’ ସହ ସମାନୁପାତୀ ଯଦି Pi ‘t’ ସ୍ଥିରାଙ୍କ ହୁଏ । ଏହାକୁ ଜୁଲଙ୍କ ତାପନ ନିୟମ କୁହାଯାଏ । ତାପର S. I ଏକକ ଜୁଲ (j) (4.18J = I cal) ବୈଦ୍ୟୁତିକ ପାୱାର ବୈଦ୍ୟୁତିକ ଶକ୍ତି ଯୋଗୁଁ ହାରରେ ବ୍ୟୟିତ ହୁଏ ବା ଅନ୍ୟ ଶକ୍ତିରେ ପରିଣତ ହୁଏ ତାକୁ ପାୱାର P କହନ୍ତି । ତାହା ହେଲେ ବୈଦ୍ୟୁତିକ ପାୱାର (P) = କାର୍ଯ୍ୟ (W) । ସମୟ (t) P = = = Vi \ P = vi ବୈଦ୍ୟୁତିକ ପାୱାରର SI ଏକକ ଜୁଲ /ସେକେଣ୍ଡ ବା ୱାଟ (W) କୁହାଯାଏ । ଏକ ସେକେଣ୍ଡରେ ଏକ ଜୁଲ କାର୍ଯ୍ୟ ହେଲେ ପାୱାର ଏକ ୱାଟ ହୋଇଥାଏ । 1 ୱାଟ (W) = 1 ଭୋଲ୍ଟ (V) x 1 ଏମ୍ପିୟର (A) ସାଧାରଣ ବ୍ୟବହାର ପାଇଁ 1 ୱାଟ ଅତି ସାନ ହେଉଥିବାରୁ ଏହାଠାରୁ ବଡ ଏକକ ଏକ କିଲୋୱାଟ (KW), ମେଗାୱାଟ (MW) ର ବ୍ୟବହାର କରାଯାଇଥାଏ । 1 କିଲୋୱାଟ (KW) = 1000 ୱାଟ (W) 1 ମେଗାୱାଟ (MW) = ୱାଟ (W) 1 ଗିଗାୱାଟ (GW) = ୱାଟ (W) ବୈଦ୍ୟୁତିକ ପାୱାର ପାଇଁ ଅନେକ ବଡ ଏକକ ଅଶ୍ଵଶକ୍ତି (horse power) ସଂକ୍ଷେପରେ ‘hp’ ବ୍ୟବହାର କରାଯାଏ । 1 ଅଶ୍ଵ ଶକ୍ତି (hp) = 746 ୱାଟ (W) ବୈଦ୍ୟୁତିକ ଯନ୍ତ୍ରପାତି ଗୁଡିକ ବ୍ୟବହାର କରୁଥିବା ବୈଦ୍ୟୁତିକ ଶକ୍ତି ପାୱାର ଏବଂ ବ୍ୟବହୃତ ଗୁଣଫଳ ସହ ସମାନ ଅଟେ । ବୈଦ୍ୟୁତିକ ଶକ୍ତିର SI ଏକକ ଜୁଲ ଅଟେ । କିନ୍ତୁ ଏହି ଏକକ ଅତି କ୍ଷୁଦ୍ର ଅଟେ । ତେଣୁ ବ୍ୟୟିତ ବିଦ୍ୟୁତ ଶକ୍ତି ପାଇଁ ୱାଟ ଘଣ୍ଟା (Wh), କିଲୋୱାଟ ଘଣ୍ଟା (KWh) ମଧ୍ୟରେ ପ୍ରକାଶ କରାଯାଏ । ଏକ ବିଦ୍ୟୁତ ପରିପଥରେ 1 ୱାଟ ବିଦ୍ୟୁତ ପାୱାରର ବୈଦ୍ୟୁତିକ ଯନ୍ତ୍ର 1 ଘଣ୍ଟା ଚାଲିବା ପାଇଁ ଯେତେକ ଶକ୍ତି ବ୍ୟୟ କରେ ତାହାକୁ 1 ୱାଟ ଘଣ୍ଟା କୁହାଯାଏ । ଏକ ୱାଟ ଘଣ୍ଟା = 1 ୱାଟ X 60 X 60 ସେକେଣ୍ଡ = 1000 ଜୁଲ / ସେକେଣ୍ଡ X ସେକେଣ୍ଡ = 36 X ଜୁଲ 1 KWh = 3.6 X ଜୁଲ 1 KWh କୁ ବୋର୍ଡ ଅଫ ଟ୍ରେଡ ଏକକ BTU ମଧ୍ୟ କୁହନ୍ତି । ଘର, ଅଫିସ ଓ କଳକାରଖାନାରେ ବ୍ୟବହୃତ ବିଦ୍ୟୁତ ମିଟର ବ୍ୟୟିତ ବିଦ୍ୟୁତ ଶକ୍ତିକୁ ଏହି ଏକକରେ ମାପ କରେ । ସମସ୍ତ ଏକ କିଲୋୱାଟ ଘଣ୍ଟା ବିଦ୍ୟୁତ ଶକ୍ତିକୁ ଏକ ୟୁନିଟ ବିଦ୍ୟୁତ ଶକ୍ତି ବୋଲି କହିଥାନ୍ତି । ବୈଦ୍ୟୁତିକ ତାପନ ଉପରେ ଆଧାରିତ ବୈଦ୍ୟୁତିକ ଯନ୍ତ୍ରପାତି ବିଦ୍ୟୁତ ସ୍ରୋତର ତାପ ପ୍ରଭାବ ଉପରେ ଆଧାରିତ ଅନେକ ଉପକରଣ / ଯନ୍ତ୍ରପାତି ଘରୋଇ ବ୍ୟବହାରରେ ଲାଗିଥାଏ । ଯଥା ବଅଦ୍ୟୁତିକ ଆଇରନ, ବୈଦ୍ୟୁତିକ କେଟଲି, ଇମରସନ ହିଟର, ଇଲେକ୍ଟ୍ରିକ ଗିଜର, ରୋଷେଇ ଉପକରଣ ଯଥା ବୈଦ୍ୟୁତିକ ଓଭନ, ଟୋଷ୍ଟର, ଷ୍ଟୋଭ, ରୁମ ହିଟର ଇତ୍ୟାଦି । ଏହା ଛଡା ଏହି ତାପ ପ୍ରଭାବକୁ ବୈଦ୍ୟୁତିକ ଫ୍ୟାନ, ବୈଦ୍ୟୁତିକ ଝଳେଇ, ଏବଂ ବୈଦ୍ୟୁତିକ ତୋରଣରେ ବ୍ୟବହାର କରାଯାଏ । ଏହି ସମସ୍ତ ଉପକରଣରେ ଥିବା ମୁକ୍ତ ଇଲେକଟ୍ରନଗୁଡିକ ତ୍ଵରିତ ହୁଅନ୍ତି ଏବଂ ଗତି କରିବା ସମୟରେ ଇଲେକଟ୍ରନଗୁଡିକ ଅନ୍ୟ ଇଲେକଟ୍ରନ ସହ ଧକ୍କା ହୁଅନ୍ତି ଫଳରେ ଶକ୍ତି ସ୍ଥାନାନ୍ତରିତ ହୁଏ । ଇଲେକଟ୍ରନ ଗୁଡିକ ନିଷ୍କ୍ରିୟ ପରିବେଗରେ ଗତି କରିବା ସମୟରେ ସେମାନେ କୌଣସି ଗତିଜ ଶକ୍ତି ଗ୍ରହଣ କରିନଥାନ୍ତି । କିନ୍ତୁ ପରମାଣୁ / ଆୟନ ଶକ୍ତି ଇଲେକଟ୍ରନ ଗୁଡିକ ସହ ଧକ୍କା ଫଳରେ ଅଧିକ ଆୟାମରେ କମ୍ପିତ ହେବାକୁ ଲାଗନ୍ତି । ଅନ୍ୟ ଶବ୍ଦରେ କହିଲେ ପରିବାହୀର ପରମାଣୁଗୁଡିକର କମ୍ପନ ସେମାନଙ୍କର ହାରାହାରି ଗତିଜଶକ୍ତି ବୃଦ୍ଧି ଘଟାଇଥାଏ ଫଳରେ ପରିବାହୀର ତାପମାତ୍ରା ବୃଦ୍ଧିଘଟେ । ତେଣୁ ବିହବ ପାର୍ଥକ୍ୟର ପ୍ରୟୋଗ ଇଲେକଟ୍ରନଗୁଡିକର କ୍ଷୟ ହେଇଥିବ ସ୍ଥିତିଜଶକ୍ତି ହାରାହାରି ଗତିଜଶକ୍ତି ବୃଦ୍ଧି ଆକାରରେ ରୂପାନ୍ତରିତ ହୁଏ ଯାହା ପରିଶେଷରେ ପରିବାହୀର ତାପ ଆକାରରେ ଉତ୍ପନ୍ନ ହୋଇଥାଏ । ବୈଦ୍ୟୁତିକ ଟେଷ୍ଟର ପରିପଥରେ ବିଦ୍ୟୁତ (AC ବା DC) ର ଉପସ୍ଥିତି ଜାଣିବାପାଇଁ ଏହା ବ୍ୟବହୃତ ହୁଏ । ଏହା ଏକ ସ୍କୃଡାଇଭର ପରି ଦେଖାଯାଏ । ଏହି ସ୍କୃଡାଇଭର ଏପରି ଆକାରରେ ନିର୍ମିତ ହୋଇଥାଏ ଯାହା ସବୁ ଅଧିକ ବଳଯୁଗ୍ମ ପ୍ରୟୋଗ କରିପାରେ । ଏହା ମଧ୍ୟରେ ଏକ ନିୟମ ବଳକ ଲାଗିଥାଏ । ସ୍କୃଡାଇଭରର ସ୍କୃ ପ୍ରାନ୍ତଟି ବୈଦ୍ୟୁତିକ ଆଇରନ ଭଳି ଉପକରଣ ସହ ସ୍ପର୍ଶ କରାଇ ଟେଷ୍ଟର ମୁଣ୍ଡ ଉପରେ ଆର୍ଥିଙ୍ଗପାଇଁ ନିଜର ଆଙ୍ଗୁଠିକୁ ଲଗାଇବାକୁ ପଡିଥାଏ । ଯଦି ନିୟମ ବଲ୍ବଟି ଲାଲ ଆଲୋକ ଆକାରରେ ଜଳି ଯାଏ ତେବେ ବୈଦ୍ୟୁତିକ ଉପକରଣର ବାହ୍ୟ ଅଂଶରେ ବିଦ୍ୟୁତ ପ୍ରବାହିତ ହେଉଥିବାର ଜଣାପଡେ ଏବଂ ଏହା ବୈଦ୍ୟୁତିକ ସକ ପ୍ରଦାନ କରିଥାଏ । ଏପରି ହୋଇଥିଲେ ମୁଖ୍ୟ ସୁଇଚ ବନ୍ଦକରିବା ଦରକାର ହୋଇଥାଏ । ଯଦି ଟେଷ୍ଟରରେ ବଲ୍ବଟି ଜଳି ନଥାଏ ବୁଝାପଡେ ଯେ ଉପକରଣଟିରେ ବିଦ୍ୟୁତ ଲିକେଜ ହେଉନାହିଁ । ଯଦି ତୁମେ ଟେଷ୍ଟରକୁ ବୈଦ୍ୟୁତିକ ପ୍ଲଗ ମଧ୍ୟରେ ପୂରାଇଲେ ନିଶ୍ଚୟ ବଲ୍ବଟି ଜଳି ନଥାଏ ତେବେ ଏହି ପ୍ଲଗରେ ବିଦ୍ୟୁତର ଅନୁପସ୍ଥିତ ସୂଚାଏ । ବିଭିନ୍ନ ବୈଦ୍ୟୁତିକ ଉପକରଣ, କ୍ଷୁଦ୍ର ଇଞ୍ଜିନ, ଏବଂ ବୈଦ୍ୟୁତିକ ଖେଳନା ଇତ୍ୟାଦିର ମରାମତି ସମୟରେ ବ୍ୟବହାର କରାଯାଇଥାଏ । ତୁମେ ଜାଣ କି ? ଅଧିକ ପରିମାଣର ବିଦ୍ୟୁତ ଶକ୍ତି ପାଇବା ପାଇଁ ୩ ପ୍ରକାରର ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଥାଏ । ଜଳ ବିଦ୍ୟୁତ କେନ୍ଦ୍ର : ଡ୍ୟାମ ବା ଉଚ୍ଚ ବନ୍ଧା ଦ୍ଵାରା ଜଳକୁ ସଞ୍ଚିତ କରି ଏହାର ସ୍ଥିତିଜ ଶକ୍ତି ବୃଦ୍ଧି କରାଯାଏ । ଏକ ଉଚ୍ଚ ପତ୍ତନରୁ ଜଳକୁ ଜେନେରେଟରର ଟରବାଇନ ଘୁରାଇବା ପାଇଁ ତଳକୁ ଛଡାଯାଏ ଏବଂ ଟରବାଇନ ଘୂରିବା ଫଳରେ ବିଦ୍ୟୁତ ଶକ୍ତି ଉତ୍ପନ୍ନ ହୋଇଥାଏ । ଉଦାହରଣ ପଞ୍ଜାବର ଭାକ୍ରା – ନାଙ୍ଗଲ, ଓଡିଶା ହୀରାକୁଦ ଜଳ ବିଦ୍ୟୁତ କେନ୍ଦ୍ର ଇତ୍ୟାଦି । ତାପଜ ବିଦ୍ୟୁତ କେନ୍ଦ୍ର : ଏଠାରେ ଜୀବାଶ୍ମ ଇନ୍ଧନ ଜାଳି ବାଷ୍ପ ଉତ୍ପନ୍ନ କରାଯାଏ ଯାହା ଜେନେରେଟରର ଟରବାଇନକୁ ଘୂରାଇଥାଏ । ଫଳରେ ଯାନ୍ତ୍ରିକ ଶକ୍ତି ବିଦ୍ୟୁତ ଶକ୍ତିରେ ରୂପାନ୍ତରିତ ହୋଇଥାଏ । ଉଦାହରଣ ଆସାମର ନାମରୂପ ଏବଂ ଓଡିଶାର ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର । ଆଣବିକ ଶକ୍ତିକେନ୍ଦ୍ର : ୟୂରାନିୟମ ପରି ତେଜଷ୍କ୍ରିୟ ମୌଳିକର ବିଖଣ୍ଡନରୁ ଉତ୍ପନ୍ନ ନାଭିକୀୟ ଶକ୍ତି ରୁ ଉତ୍ପନ୍ନ ତାପ ଜଳକୁ ବାଷ୍ପରେ ପରିଣତ କରେ ଏବଂ ଉକ୍ତ ବାଷ୍ପ ଜେନେରେଟରର ଟରବାଇନ ଘୂରାଇ ବିଦ୍ୟୁତ ଶକ୍ତି ଉତ୍ପନ୍ନ କରିଥାଏ । ଉଦାହରଣ ଉତ୍ତର ପ୍ରଦେଶର ନାରୋରା ଆଣବିକକେନ୍ଦ୍ର । ଭାରତର ସମସ୍ତ ମୁଖ୍ୟ ଆବୃତ୍ତି 50 ହର୍ସ ଏବଂ ବିଭବ ପାର୍ଥକ୍ୟ 11,000 ଭୋଲ୍ଟ ବା ତାହାଠାରୁ ଅଧିକ ଅଟେ । ଏହି ଶକ୍ତିକୁ ଟ୍ରାନ୍ସଫରମର ବ୍ୟବହାର କରି ଅଧିକ ଭୋଲ୍ଟକୁ ଅଣାଯାଏ ଓ ଦୂରସ୍ଥାନମାନଙ୍କୁ ପ୍ରେରଣ କରାଯାଏ । ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତ ଏକ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ଦିଗ ପ୍ରାଇଅର୍ତ୍ତନ କରେ । ବିଦ୍ୟୁତ ପ୍ରକଳ୍ପ ବା ଉତ୍ପାଦନ କେନ୍ଦ୍ରମାନଙ୍କରେ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ (AC) ଉତ୍ପାଦିତ ହୋଇଥାଏ । ଏହି ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ (AC) ସଞ୍ଚାରୀ ତାର ମାଧ୍ୟମରେ ଗୃହ ବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ଯୋଗାଇ ଦିଆଯାଇଥାଏ । ଉଦାହରଣ : 100 ଓ 250 V ବୈଦ୍ୟୁତିକ ବଲ୍ବରେ ଥିବା ଫିଲାମେଣ୍ଟର ପ୍ରତିରୋଧ ନିର୍ଣ୍ଣୟ କର । ସମାଧାନ : R = = = 625W ଉଦାହାରଣ : 2 KW ବୈଦ୍ୟୁତିକ ହିଟର 2 ଘଣ୍ଟା ଚାଲିଲେ କେତେ ଶକ୍ତି ଖର୍ଚ୍ଚ ହେବ ନିରୂପଣ କର । ଏହା ଶକ୍ତିକୁ ଜୁଲ ଏକକରେ ପ୍ରକାଶ କର । ସମାଧାନ : Q = Pt = 2kW x 2h = 4kWh = 4 x 3.6 x J = 14.4 x J ଉଦାହରଣ : 2KW ଶକ୍ତି ବିଶିଷ୍ଟ ଏକ ଇମରସନ ହିଟର 1 ଲିଟର ଜଳର ତାପମାତ୍ରା C ରୁ C କୁ ବୃଦ୍ଧି କରିବା ପାଇଁ କେତେ ସମୟ ନେବ ? ସମାଧାନ : Q = Pt Q = mcq mcq = pt 1 ଲିଟର ଜଳର ବସ୍ତୁତଵ (m) = 1 kg ଜଳର ବିଶିଷ୍ଟ ତାପ (C) = 4.18 x J Kg-10 ତାପମାତ୍ରାର ବୃଦ୍ଧି Q = 60-30 = C P = 2 kW = 2000W ସମୀକରଣ (୧) ରେ ମୂଲ୍ୟ ସଂସ୍ଥାପନ କଲେ ଆମେ ପାଇବା 1 X 4.18 X x 30 = 200 x t T = = 62.7s ଉଦାହରଣ : 2hp ଶକ୍ତି ବିଶିଷ୍ଟ ଏକ ମୋଟର 10 ଘଣ୍ଟା ଚାଲିଲେ କେତେ କିଲୋୱାଟ ଶକ୍ତି ବ୍ୟବହୃତ ହେବ ? ସମାଧାନ : p = 2 hp = 2 x 746 W = 1.492 kW Q = Pt = 1.492 kW x 10h = 14.92 kW h ଉଦାହରଣ : 1000 ଓମ ପ୍ରତିରୋଧ ବିଶିଷ୍ଟ ପରିବାହୀରେ 250 V ର ବିଭବ ପାର୍ଥକ୍ୟ ପ୍ରୟୋଗ କରାଗଲେ 10 ସେକେଣ୍ଡରେ କେତେ ତାପଶକ୍ତି ନିର୍ଗତ ହେବ ନିରୂପଣ କର । ସମାଧାନ : ଦତ୍ତ V 250 v R = 1000 w t = 10sec Q = = = 625 J ଉଦାହରଣ : 50Volt ବିଭବ ପାର୍ଥକ୍ୟ ମଧ୍ୟରେ 96 Kc ଚାର୍ଜକୁ ଏକ ଘଣ୍ଟା ପାଇଁ ପ୍ରବାହିତ ହୋଇଗଲେ କେତେ ତାପ ଇତପନ୍ନ ହେବ କଳନା କର । ସମାଧାନ : ଦତ୍ତ Q = 50Q, t = 1h, q = 96 kc = 96000c w = q V = 96000 x 50 w 4800000 J = 4.8 x J = 4.8 Mj ଉଦାହରଣ : ଏକ ବୈଦ୍ୟୁତିକ ଇସ୍ତ୍ରୀର ପ୍ରତିରୋଧ 25 Ohm ମଧ୍ୟରେ 5A ବିଦ୍ୟୁତ ପ୍ରବାହିତ ହୁଏ । ୧ ମିନିଟରେ କେତେ ତାପ ଉତ୍ପନ୍ନ ହେବ କଳନା କର । ସମାଧାନ : ଦତ୍ତ R = 25 Ohm i = 5A t 1m = 60sec ଉତ୍ପନ୍ନ ତାପ H = Rt = x25 Ohm x 60 sec = 37500J ଆଧାର – ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା