অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଂଘନିତ ବସ୍ତୁ ପଦାର୍ଥ ବିଜ୍ଞାନ

ସଂଘନିତ ବସ୍ତୁ ପଦାର୍ଥ ବିଜ୍ଞାନ

ନିଜର ଉଲ୍ଲେଖନୀୟ ଅବଦାନ ଲାଗି ଚଳିତ ବର୍ଷ ପଦାର୍ଥ ବିଜ୍ଞାନ ବିଭାଗରେ ସମ୍ନାନଜନକ ନୋବେଲ ପୁରସ୍କାର ପାଇବା ସକାଶେ ଯୋଗ୍ୟ ବିବେଚିତ ବୈଜ୍ଞାନିକ ଏବଂ ସେମାନଙ୍କ ଗବେଷଣା ସମ୍ପର୍କରେ.....

ବସ୍ତୁର ପ୍ରକାର

ପ୍ରକୃତିରେ ବସ୍ତୁ ତିନି ପ୍ରକାର ପ୍ରାବସ୍ଥାରେ ରହିଥାଏ । ଏଗୁଡିକ ହେଉଛି କଠିନ, ତରଳ ଓ ଗ୍ୟାସୀୟ । ଉଦାହରଣ ସ୍ୱରୂପ, ଜଳ କଠିନ ପ୍ରାବସ୍ଥାରେ ବରଫ, ତରଳ ପ୍ରାବସ୍ଥାରେ ତରଳ ଜଳ ଏବଂ ଗ୍ୟାସୀୟ ପ୍ରାବସ୍ଥାରେ ବାଷ୍ପ ଆକାରରେ ଥାଏ । ତାପମାନକୁ ନେଇ ବାୟୁ ଏଥି ମଧ୍ୟରୁ ଯେକୌଣସି ଗୋଟିଏ ପ୍ରାବସ୍ଥାରେ ରହିଥାଏ ଏବଂ ତାପମାନ ପରିବର୍ତ୍ତନ ହେଲେ ପ୍ରାବସ୍ଥାରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । କିନ୍ତୁ ତାପମାନକୁ ବହୁତ କମାଇଲେ(ପ୍ରାୟ ପରମ ଶୁନ ନିକଟ), ବସ୍ତୁ ଏକ ନୂତନ ଅଜଣା ପ୍ରାବସ୍ଥା ଗ୍ରହଣ କରିଥାଏ ଏବଂ ଆଶାତୀତ ଭାବେ ଏହାର ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ । ପରମ ଶୁନ ହେଉଛି ବିଯୁକ୍ତ ୨୭୩ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଏବଂ ଏହା ତଳକୁ ତାପମାତ୍ରା ଯାଇପାରିବ ନାହିଁ । ଏହି ତାପମାତ୍ରାରେ ବସ୍ତୁରେ ଥିବା ପରମାଣୁଗୁଡ଼ିକର ଗତି ସମ୍ପୂର୍ଣ ରୂପେ ବନ୍ଦ ହୋଇଯାଇଥାଏ । ଏପରି ପ୍ରାବସ୍ଥାରେ ବସ୍ତୁରେ କେତେକ ଅସାଧାରଣ ପରିଘଟଣା ଦୃଷ୍ଟିଗୋଚର ହୁଏ । ସେଗୁଡିକ ମଧ୍ୟରେ ଅତିପରିବାହିତା, ଅତିପ୍ରବହିତା ଏବଂ ଅତି ପତଳା ଚୁମ୍ବକୀୟ ଫିଲ୍ମ ଅନ୍ୟତମ ।

ବିଦ୍ୟୁତ୍ ପ୍ରତିରୋଧ

ଗୋଟିଏ ବିଦ୍ୟୁତ୍ ପରିବାହୀ ପଦାର୍ଥରେ ବିଦ୍ୟୁତ୍ ପ୍ରତିରୋଧ ନ ରହିଲେ ଏହା ପତିପରିବାହିତା ଗୁଣ ହାସଲ କରିଥାଏ । ଏହି ପଦାର୍ଥକୁ ସୁପର କଣ୍ଡକ୍ଟର କୁହାଯାଏ । ଏହା କେବଳ ଅତି କମ୍ ତାପମାତ୍ରାରେ ସମ୍ଭବ ହେଉଛି । ଉଚ୍ଚ ତାପମାତ୍ରାରେ ସମ୍ଭବ ହୋଇପାରିଲେ ଆମର ବୈଦ୍ୟୁତିକ ସଞ୍ଚାରଣ ଓ ବିତରଣଜନିତ କ୍ଷତି ବହୁତ କମିଯାଆନ୍ତା । ସେହିପରି ଅତି କମ୍ ତାପମାତ୍ରାରେ ତରଳ ପଦାର୍ଥର ଶ୍ୟାନତ(ଭିପ୍ସସିଟି)ଶୁନ ହୋଇଯାଏ । ଗୋଟିଏ ପାତ୍ରରେ ଅଧା ପର୍ଯ୍ୟନ୍ତ ଏହି ପଦାର୍ଥ ରଖିଲେ ମଧ୍ୟ ଏହା ଆପେ ଆପେ ବାହାରକୁ ଚାଲିଯିବ । ୧୯୩୦ ଦଶକରେ ରୁଷିଆର ଫ୍ୟୋଡର୍ କପିସ୍କା ହିଲିୟମ-୪ ପରମାଣୁକୁ ବିଯୁକ୍ତ ୨୭୧ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥଣ୍ଡାକରି ଏହି ଗୁଣ ଆବିଷ୍କାର କରିଥିଲେ ଏବଂ ଏଥିପାଇଁ ତାଙ୍କୁ ୧୯୬୮ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ଅତି କମ୍ ତାପମାତ୍ରାର ଏହି ଅଜଣା ପ୍ରସ୍ତାବକୁ ସଂଘନିତ ବସ୍ତୁ ପଦାର୍ଥ ବିଜ୍ଞାନ କୁହାଯାଉଛି । ଏହି ଅଜଣା ପ୍ରାବସ୍ଥା ସମ୍ପର୍କରେ ନୂତନ ତଥ୍ୟ ଉନ୍ମୋଚନ କରି ବସ୍ତୁର ଅଜଣା ରହସ୍ୟ ଜଣାଇଥିବାରୁ ତିନିଜଣ ପଦାର୍ଥ ବିଜ୍ଞାନୀଙ୍କୁ ପଦାର୍ଥ ବିଜ୍ଞାନ ବିଭାଗରେ ଚଳିତବର୍ଷ ନୋବେଲ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି । ସେମାନେ ହେଉଛନ୍ତି ୱାଶିଂଟନ ବିଶ୍ଵବିଦ୍ୟାଳୟର ଡେଭିଡ୍ ଥାଭଲେସ୍,ପ୍ରିନ୍ସଟନ୍ ବିଶ୍ଵବିଦ୍ୟାଳୟର ଡନକାନ୍ ହାଲଡେନ୍ ଏବଂ ବ୍ରାଉନ ବିଶ୍ଵବିଦ୍ୟାଳୟର ମାଇକେଲ କୋସେରଲିଜ୍ । ତିନିଜଣ ଯାକ ନୋବେଲ ପୁରସ୍କାର ବିଜୟୀ ବ୍ରିଟେନରେ ଜନ୍ମ ଗ୍ରହଣ କରିଛନ୍ତି ଏବଂ ସମସ୍ତେ  ଯୁକ୍ତରାଷ୍ଟ ଆମେରିକାର ତିନୋଟି ଭିନ୍ନ ଭିନ୍ନ ବିଶ୍ଵବିଦ୍ୟାଳୟରେ କାର୍ଯ୍ୟରତ ।

ତିନିଜଣ ଯାକ ବୈଜ୍ଞାନିକ ବସ୍ତୁର ନୂତନ ପ୍ରସ୍ତାବକୁ ବୁଝାଇବା ପାଇଁ ପଦାର୍ଥ ବିଜ୍ଞାନରେ ‘ଟପୋଲୋଜି’ ର ଅବଧାରଣାକୁ ବ୍ୟବହାର କରିଛନ୍ତି । ଟପୋଲୋଜି ଗଣିତର ଏକ ଶାଖା । ଯେଉଁ ଗୁଣ ଅବିରତ ଭାବେ ନ ବଦଳି ସୋପାନ ଆକାରରେ ବଦଳିଥାଏ । ତାକୁ ବୁଝାଇବା ପାଇଁ ଏହା ବ୍ୟବହୃତ ହୋଇଥାଏ । ଏହାକୁ ବୁଝାଇବା ପାଇଁ ସୁଲଡେନ୍ ବିଜ୍ଞାନ ଏକାଡ଼େମୀର ଜଣେ କର୍ମକର୍ତ୍ତା ନୋବେଲ ପୁରସ୍କାର ଘୋଷଣା ସମୟରେ ଗୋଟିଏ ପ୍ରେଜଲ୍, ଗୋଟିଏ ବାଜେଲ୍ ଓ ଗୋଟିଏ ବନ୍ ର ପ୍ରଦର୍ଶନ କରିଥିଲେ । ତିନୋଟି ଯାକ ବସ୍ତୁ ହେଉଛି ପାଉଁରୁଟି ଜାତୀୟ ଖାଦ୍ୟ, ମାତ୍ର ପ୍ରତ୍ୟେକର ସ୍ଵାଦ ଓ ଆକୃତି ଅଲଗା । ପୁନଶ୍ଚ ପ୍ରୋଜଲରେ ଦୁଇଟି ଗର୍ତ୍ତ ଓ ବାଜେଲ୍ ରେ ଗୋଟିଏ ଗର୍ତ୍ତ ଥିବାବେଳେ ବନ୍ ରେ କୌଣସି ଗର୍ତ୍ତ ନାହିଁ । ଏହି ତିନୋଟିର ସ୍ଵାଦ, ଆକୃତି କିମ୍ବା ବିକୃତି ଅବିରତ ଭାବେ ପରିବର୍ତ୍ତିତ ହୋଇଥାଏ । ମାତ୍ର ଗର୍ତ୍ତ ସଂଖ୍ୟା କେବଳ ପୂର୍ଣସଂଖ୍ୟା ଆକାରରେ ପରିବର୍ତ୍ତିତ ହୁଏ । ଟାପୋଲୋଜି ପଣ୍ଡିତମାନେ କେବଳ ଏହି ଗର୍ତ୍ତ ଉପରେ ନିଜର ଚିନ୍ତାକୁ କେନ୍ଦ୍ରୀଭୂତ କରିଥାନ୍ତି ।

୧୯୭୦ ଦଶକ ପୂର୍ବରୁ ପଦାର୍ଥବିଜ୍ଞାନୀ ମାନଙ୍କ ମଧ୍ୟରେ ଧାରଣା ଥିଲା ଯେ ଅତି ପରିବାହିତା କିମ୍ବା ଅତି ପ୍ରବଳତା ପତଳା ସ୍ତରରେ ଘଟି ପାରିବ ନାହିଁ, ମାତ୍ର ମାଇକେଲ୍ କୋସେରଲିଜ୍ ଓ ଦେଭିଡ୍ ଥାଉଲେସ ଏହି ଧାରଣାକୁ ବଦଳାଇଦେଲେ । ସେମାନେ ଅତି ପତଳା ସ୍ତରରେ ଏହି ନୂତନ ପ୍ରାବସ୍ଥାକୁ ଆଧ୍ୟୟନ କଲେ ଏବଂ ଏଥିରେ ଅତି ପରିବାହିତା କିମ୍ବା ଅତି ପ୍ରବହତା ଘଟିବେ ବୋଲି ପ୍ରମାଣ କଲେ। ଅତି ପରିବାହିତା କିପରି ଘଟୁଛି ଏବଂ ତାପମାତ୍ରା ବୃଦ୍ଧି ସହିତ ଏହା କାହିଁକି ଚାଲିଯାଉଛି,ତାହା ବୁଝାଇଲେ । ଏହି ସ୍ତର ଏତେ ପତଳା ଯେ ଏହାକୁ ଦ୍ଵିପରିସ୍ତରୀୟ କୁହାଯାଇପାରିବ । ସାଧାରଣ ବସ୍ତୁ ଦୈଘ୍ୟ, ପ୍ରସ୍ଥ ଓ ଉଚ୍ଚତାକୁ ନେଇ ହେଉଛି ତ୍ରିପରିସରୀୟ । ସେହିପରି ଡନଜାନ୍ ହାଲଡେନ୍ ଅତି ସୂକ୍ଷ୍ମ ସୂତାକୁ ନେଇ ଏହି ପ୍ରସ୍ତାବକୁ ଅଧ୍ୟୟନ କରିଥିଲେ । ଏହି ସୂତା ଏତେ ସରୁ ଯେ ଏହାକୁ କେବଳ ଏକସ୍ଥରାୟ କୁହାଯାଇପାରିବ । ସଂଘନିତ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଏହାକୁ ବଂଶଶତାବ୍ଦୀର ସବୁଠାରୁ ଉଲ୍ଲେଖନୀୟ ଆବିଷ୍କାର ଭାବେ ରଖାଯାଏ ।

ଥାଇଲେସ୍ ୧୯୮୩ ମସିହାରେ ପ୍ରକାଶ କଲେ ଯେ ଅଳ୍ପ ତାପମାତ୍ରାରେ ବିଦ୍ୟୁତ ପରିବାହିତା ସମ୍ବଦ୍ଧୀୟ ଜଣା ତଥ୍ୟ ସମ୍ପୂର୍ଣ ନୁହେଁ । ଯେ ‘କ୍ଵାଣ୍ଡମ୍ ହଲ୍ ପ୍ରଭାବ’ ରେ ଏହାକୁ ବୁଝାଇଲେ । ଜର୍ମାନୀର ପଦାର୍ଥ ବିଜ୍ଞାନୀ କ୍ଲାଉସ ଭନ୍ କ୍ଲିନିଙ୍ ଏହି ପ୍ରଭାବକୁ ୧୯୮୦ ମସିହାରେ ଆବିଷ୍କାର କରିଥିଲେ । ଏଥିପାଇଁ ଯେ ୧୯୮୫ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଲାଭ କରିଥିଲେ । ଥାଉଲେସ୍ ଆବିଷ୍କାର କଲେ ଯେ ଅତି ପତଳା ବିଦ୍ୟୁତ ପରିବାହିତା ଦୁଇଗୁଣ, ତିନିଗୁଣ, ଚାରିଗୁଣ ଆଦି ଏହିପରି ଭାବେ ପୂର୍ଣ୍ଣସଂଖ୍ୟା ସୋପାନ ଆକାରରେ ପରିବର୍ତ୍ତିତ ହୋଇଥାଏ । ସେ ଦର୍ଶାଇଥିଲେ ଯେ ଏହି ପୂର୍ଣ୍ଣସଂଖ୍ୟା ଗୁଡିକ ହେଉଛି ଚପୋଲୋଜି ପ୍ରକୃତିର । ସେହି ସମୟରେ ହାଲଡେନ୍ ଆବିଷ୍କାର କଲେ ଯେ କେତେକ ପଦାର୍ଥରେ ଥିବା କ୍ଷୁଦ୍ର ଚୁମ୍ବକର ଶୃଖଳ ଗୁଡିକୁ ବୁଝିବା ପାଇଁ ଚପୋଲୋଜିକୁ ବ୍ୟବହାର କରିହେବ ।

ତିନି ନୋବେଲ ପୁରସ୍କାର ବିଜୟୀ ତାତ୍ତ୍ଵୀକ ଉପାୟରେ ସେମାନଙ୍କର ତତ୍ତ୍ଵକୁ ଆବିଷ୍କାର କରିଥିଲେ । ଏହାକୁ ପରୀକ୍ଷାଗାରରେ ପ୍ରମାଣ କରିବା ସହ ଶିଳ୍ପ ଜଗତରେ ବ୍ୟବହାର ପାଇଁ ଅନେକ ବୈଜ୍ଞାନିକ ଗବେଷଣାରତ । ପତଳା ସ୍ତର ଓ ସୂକ୍ଷ୍ମ ସୂତା ବ୍ୟତୀତ ସାଧାରଣ ତ୍ରିପରିସରୀୟ କେତେକ ପଦାର୍ଥରେ ମଧ୍ୟ ଅନେକ ଚାପୋଲୋଜି ପ୍ରାବସ୍ଥା ଜଣାପଡିଲାଣି । ଗତ ଦଶଦ୍ଧିରେ ଏହି କ୍ଷେତ୍ରରେ ଅଗ୍ରଧାଡିର ଗବେଷଣା ଚାଲୁଛି । ଏହାର ଆବିଷ୍କାର ପଦ୍ଧତିରୁ ଏହି ବସ୍ତୁଗୁଡିକୁ ‘ଚପୋଲୋଜି ବସ୍ତୁ’ କୁହାଯାଉଛି । ଏହା ନୂତନ ପିଢିର ଇଲେକ୍ଟ୍ରୋନିକ୍ସ ଓ ସୁପର କଣ୍ଡକ୍ଟର ଏବଂ ଭବିଷ୍ୟତରେ କ୍ଵାଣ୍ଟମ କମ୍ପୁଟରରେ ବ୍ୟବହାର ହୋଇପାରିବ । ଏହା ବସ୍ତୁ ବିଜ୍ଞାନରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିବ ।

ଆଧାର  : ପତ୍ରକାର

'


© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate