অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୌରଶକ୍ତିରେ ପରିଚାଳିତ

ସୌରଶକ୍ତି

ଚେନ୍ନାଇର କିଲପାକ ଆଞ୍ଚଳରେ ୧୭ ବାସୁ  ଷ୍ଟ୍ରିଟରେ ଏକ ପୂର୍ଣ୍ଣ ନିୟୋଜିତ ଘର ରହିଛି । ଏହି ଘରେ ନିଜସ୍ଵ ବାୟୋଗ୍ୟସ୍  ବ୍ୟବସ୍ଥା, ଜଳ ସଞ୍ଚୟ ୟୁନିଟ୍ ତଥା ନିଜସ୍ଵ  କିଚେନ୍ ଗାର୍ଡେନ ରହିଛି । ଏହି ଘରର ମାଲିକ ହେଉଛନ୍ତି ଆଇ ଆଇଏମ୍ ଅହମଦାବାଦ ଏବଂ ଆଇଆଇଟି ମାଡ୍ରାସରୁ ସ୍ନାତକ ହାସଲ କରିଥିବା ଡ. ସୁରେଶ । ସେ ଟେକ୍ସଟାଇଲ କମ୍ପାନୀର ମାର୍କେଟିଂ ଏକ୍‌ଜିକ୍ୟୁଟିଭ ପଦରୁ ଚାକିରି ଆରମ୍ଭ କରି କମ୍ପାନୀର ପରିଚାଳନା ନିର୍ଦେଶକ ହୋଇପାରିଥୁଲେ । ଏବେ ଆଉ ଏକ କମ୍ପାନୀର ସାଧାରଣ ପରିଚାଳକ ଭାବେ କାର୍ଯ୍ୟ କରୁଛନ୍ତି । ବାୟୋଗ୍ୟସ୍ ଚେଷ୍ଟାଭରେ ତିଆରି ହୋଇଥିବା କଫିରୁ ସୁରେଶଙ୍କ ସକାଳ ଆରମ୍ଭ ହୁଏ । ତାଙ୍କ ଘରେ ବିଦ୍ୟୁତ ଉପକରଣଗୁଡିକ ସୌରଶକ୍ତିରେ ପରିଚାଳିତ । ରୋଷେଇ ଲାଗି ଅର୍ଗାନିକ ପରିବା ବ୍ୟବହାର କରାଯାଏ ଯାହା ଛାତ ଉପରେ ନିର୍ମିତ କିଟେନ୍ ଗାର୍ଡେନରୁ ଆସେ ।

ପ୍ଲାଣ୍ଟ ପ୍ରସ୍ତୁତ

ଏ ପ୍ରସଙ୍ଗରେ ପ୍ରେରଣା କେଉଁଠାରୁ ପାଇଲେ ବୋଲି ପ୍ରଶ୍ନର ଉତ୍ତରରେ ସୁରେଶ କହନ୍ତି ଯେ, ଜର୍ମାନୀ ବୁଲିବାକୁ ଯାଇଥିବା ବେଳେ ସେଠାରେ ଲୋକଙ୍କ ଘର ଛାତରେ ସୋଲାର ପ୍ଲାଣ୍ଟ ଲାଗିଥିବା ଦେଖୁ ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା । ସେ ଭାବିଲେ, ଯଦି କମ୍ ସୂର୍ଯ୍ୟାଲୋକ ପାଉଥିବା ଦେଶରେ ଲୋକେ ସୌରଶକ୍ତିରୁ ଜୀବନ ନିର୍ବାହ କରିପାରୁଛନ୍ତି ତେବେ ଭାରତ ପରି ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ, ଥିବା ଦେଶରେ ଏହା କାହିକି ସମ୍ଭବ ହୋଇପାରିବନି ? ଆରମ୍ଭରେ ସେ ସୋଲାର ପ୍ଲାଣ୍ଟ କରିବା ଲାଗି ବଡ ବଡ କମ୍ପାନୀ ମାଲିକମାନଙ୍କ ସହିତ ସାକ୍ଷାତ କଲେ ।

ଲାଗି ବର୍ଷେରେ ଘର ପାଇଁ ୧ କିଲୋୱାଟର ସୋଲାର ପ୍ଲାଣ୍ଟ ପ୍ରସ୍ତୁତ କରିନେଲେ । ୨୦୧୫ରେ ସେ ଏହାର କ୍ଷମତା ୩ କିଲୋୱାଟକୁ ବୃଦ୍ଧି କରିଥଲେ ।

ପ୍ଲାଣ୍ଟରୁ ଘରକୁ ବିଦ୍ୟୁତ ଶକ୍ତି

ସୋଲାର ପ୍ଲାଣ୍ଟରୁ ଘରକୁ ବିଦ୍ୟୁତ ଶକ୍ତି ଯୋଗାଇବା ଲାଗି ଅଲଗା ଓୟାରିଂ” ଆବଶ୍ୟକ ନୁହେଁ । ମାତ୍ର ଗୋଟିଏ ଦିନରେ ଏହାକୁ ଲଗାଇହେବ । ରକ୍ଷଣାବେକ୍ଷଣ ଲାଗି ୬ମାସକୁ ଥରେ ପ୍ୟାନେଲଗୁଡିକୁ ସଫା କରିବା ଜରୁରୀ । ତାଙ୍କ ଘରେ ୧୧ଟି ପଙ୍ଖ, ୨୫ଟି ଲାଇଟ୍, ଗୋଟିଏ ଫ୍ରିଜ୍, କମ୍ପ୍ୟୁଟର, ପାଣି ମଟର, ଟିଭି, ଗ୍ରାଇଣ୍ଡର, ଓଭନ୍,ୱାସିଂ ମେସିନ୍ ଏବଂ ଗୋଟିଏ ଏୟାର କଣ୍ଡିସନର ରହିଛି ଯାହା କେବଳ ସୌରଶକ୍ତି ଦ୍ଵାରା ପରିଚାଳିତ । ଗତ ଚାରିବର୍ଷ ଭିତରେ ଗୋଟିଏ ସେକେଣ୍ଡ ବି ସେମାନେ ବିଜୁଳି କାଟ୍ ଭଳି ପରିସ୍ଥିତିରେ ପଡିନାହାନ୍ତି । ଦିନକୁ ୧୨ ରୁ ୧୬ୟନିଟ୍ ବିଦ୍ୟୁତ ସୋଲାର ପ୍ଲାଣ୍ଟରୁ ମିଳିଯାଉଛି । ଏହା ସହିତ ଛାତରୁ ସଂଗୃହୀତ ବର୍ଷାଜଳ ଅର୍ଗାନିକ ଫିଲ୍‌ଟର ଦ୍ଵାରା ବିଶୁଦ୍ଧ କରି ଭିନ୍ନଭିନ୍ନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ସେମାନେ । ବାୟୋଗ୍ୟ।ସ ପ୍ଲାଣ୍ଟରେ ପ୍ରତିଦିନ ୧୦ କିଲୋଗ୍ରାମର ବର୍ଜାବସ୍ତୁ ପକାଇ ମାସକୁ ୩୫ରୁ ୪୦ କିଲୋଗ୍ରାମ ଗ୍ୟାସ୍ ପାଇଯାଉଛନ୍ତି । ଏହା ୨୫ରୁ ୩୦ କିଲୋଗ୍ରାମ ଏଲ୍‌ ପିଜି ସହ ସମାନ ହେବ ।

ପ୍ରତିଦିନର ସକାଳ ନିଜ ବଗିଚାରେ ବିତାଇବା ସୁରେଶଙ୍କର ପସନ୍ଦ | ତାଙ୍କ ବଗିଚାରେ ପ୍ରାୟ ୨୦ ପ୍ରକାର ପନିପରିବା ଅର୍ଗାନିକ ଉପାୟରେ ଚାଷ କରାଯାଉଛି | କାହା ଉପରେ ଆଶ୍ରୀ ନକରି ଆତ୍ମନିର୍ଭରଶୀଳ ହୋଇ ଆରାମଦାୟକ ଜୀବନ ଜିଇବାରେ ବିଶ୍ଵାସ କରନ୍ତି ସୁରେଶ । ଏହା ସହିତ ପ୍ରକୃତିକୁ ସୁରକ୍ଷା ଦେବା ଲାଗି ମଧ୍ୟ ଲକ୍ଷ୍ୟ ରଖିଛନ୍ତି ।

ଆଧାର: ଶକ୍ତି ମଞ୍ଚ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate