অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶକ୍ତି ସଂରକ୍ଷଣ

ଶକ୍ତି ସଂରକ୍ଷଣର ଗୁରୁତ୍ବ

ଗାନ୍ଧୀଜୀ କହୁଥିଲେ ଯେ ପୃଥିବୀ ନିକଟରେ ସମସ୍ତଙ୍କର ଆବଶ୍ୟକତା ପୂରଣ କରିବାର ସାମର୍ଥ ରହିଛି ହେଲେ ସମସ୍ତଙ୍କର ଲୋଭକୁ ପୂରଣ କରିବାକୁ ସାମର୍ଥ ନାହିଁ . ଶକ୍ତି ସଂରକ୍ଷଣ କାହିଁକି ଜରୁରୀ ସେ ସମ୍ପର୍କରେ କିଛି ତଥ୍ୟ ନିମ୍ନରେ ଦିଆଗଲା

ଶକ୍ତି ଉତ୍ପାଦନ ଠାରୁ ଅଧିକ ଗତିରେ ଆମେ ଶକ୍ତି ଖର୍ଚ କରୁ. କୋଇଲା, ତୈଳ ଓ ପ୍ରାକୃତିକ ଗ୍ୟାସ ଯ଼ାହା ବହୁଳ ଭାବେ ଉତ୍ସ ରୂପେ ବ୍ୟବହାର ହୁଏ, ତାହା ତିଆରି ହେବାରୁ ହଜାର ହଜାର ବର୍ଷ ଲାଗେ.

ଶକ୍ତି ସ୍ରୋତ ଗୁଡିକ ହେଉଛି ସୀମିତ. ଭାରତରେ  ବିଶ୍ବର ସମସ୍ତ ଶକ୍ତି ଉତ୍ସର ମାତ୍ର 1 ପ୍ରତିଶତ ରହିଥିବା ବେଳେ ବିଶ୍ବର 16  ପ୍ରତିଶତ ଜନସଂଖ୍ୟl ଭାରତରେ ରହନ୍ତି .

ଅଧିକାଂଶ ଶକ୍ତି ଉତ୍ସ ଗୁଡିକୁ ଆମେ ପୁଣି ଥରେ କିମ୍ବା ନବୀକରଣ କରି ପାରିବା ନାହିଁ.  ଦେଶରେ ଖର୍ଚ ହେଉଥିବା ଶକ୍ତି ମଧ୍ୟରୁ  ଅଣ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ  ହେଉଛି 80 ପ୍ରତିଶତ.  କୁହାଯାଏ ଯ଼େ ଆମର ଶକ୍ତି ଉତ୍ସ ଗୁଡିକ ଅନ୍ୟ40 ବର୍ଷ ପରେ ସମାପ୍ତ ହୋଇଯ଼ାଇ ପାରେ.

ଆମେ ଯ଼ଦି ଶକ୍ତି ସଂଚୟ କରିବା ତେବେ ଦେଶର ଖୁବ ଧନ ରକ୍ଷା କରି ପାରିବା .  ଆମ ଦେଶରେ ବ୍ୟବହାର କରାଯ଼ାଉଥିବା ଅଶୋଧିତ ତୈଳର 75 ପ୍ରତିଶତ ବିଦେଶରୁ ଆମଦାନୀ ହୋଇଥାଏ ଓ ପ୍ରତି ବର୍ଷ ଏ ବାବଦରେ ଆମକୁ 1,50,000 କୋଟି ଟଙ୍କା ଖର୍ଚ କରିବାକୁ ପଡେ.

ଆମେ ଯ଼େତେବେଳେ ଶକ୍ତି ସଂଚୟ କରୁ ସେତେବେଳେ ଆମେ ଅର୍ଥ ସଂଚୟ କରୁ.  ଆପଣ କଳ୍ପନା କରନ୍ତୁ ଯ଼େତେବେଳେ ଆପଣଙ୍କର ଏଲପିଜି ସିଲିଣ୍ଡର ଏକ ସପ୍ତାହ ପରେ ଆସେ ବା ଆପଣଙ୍କର ବିଜୁଳି ବିଲ କମ ଆସେ .

ଆମେ ଯ଼େତେବେଳେ ଶକ୍ତି ସଂଚୟ କରୁ ସେତେବେଳେ ଆମେ ଆମର ଶକ୍ତି ସଂଚଯ କରୁ. ଆମେ ଯ଼େତେବେଳେ ଇନ୍ଧନ କାଠକୁ ସଠିକ ଭାବେ ବ୍ୟବହାର କରୁ ସେତେବେଳେ ଆମର କାଠ କମ ଆବଶ୍ଯକ ହୁଏ ଓ  ଏହାକୁ ସଂଗ୍ରହ କରିବାର କଷ୍ଟ ମଧ୍ୟ କମ ହୁଏ.

·    ଶକ୍ତି ସଂଚଯ କରିବାର ଅର୍ଥ ହେଲା ଯ଼େ ଶକ୍ତି ଉତ୍ପାଦନ କରିବା .  ଆମେ ଯ଼େତେବେଳେ ଏକ ୟୁନିଟ ଶକ୍ତି ସଂଚୟ କରୁ , ଏହା ଦୁଇ ୟୁନିଟ ଶକ୍ତି ଉତ୍ପାଦନ ସହ ସମାନ .

·    ପ୍ରଦୂଷଣ କୁ କମ କରିବା ପାଇଁ ଶକ୍ତି ସଞ୍ଚୟ କରନ୍ତୁ . ଶକ୍ତି ଉତ୍ପାଦନ ଏବଂ ଶକ୍ତିର ବ୍ୟବହାର ଦ୍ବାରା ବାୟୁ ପ୍ରଦୂଷଣ ବହୁଳ ମାତ୍ରାରେ ହୁଏ ଓ ଗ୍ରୀନ ହାଉସ ଗ୍ୟାସ ଉତ୍ସର୍ଜନର 83 ପ୍ରତିଶତ ଏହି କାରଣରୁ ହୋଇଥାଏ

·    ଗୋଟିଏ ପୁରୁଣା ଭାରତୀ କଥା ରହିଛି ଯ଼େ ପୃଥିବୀ, ଜଳ ଓ ବାୟୁ ଆମ ପିତାମାତାଙ୍କ ଠାରୁ ଆମକୁ ଦିଆଯ଼ାଇଥିବା ଉପହାର ନୁହେଁ  ବରଂ ଏହା ଆମର ପିଲାମାନଙ୍କ ଠାରୁ ଏହା ହେଉଛି ଋଣ. ତେଣୁ ଆମେ ଶକ୍ତି ସଂରକ୍ଷଣକୁ ଅଭ୍ୟାସ ରେ ପରିଣତ କରିବା ଆବଶ୍ଯକ.

ସ୍ରୋତ  ଶକ୍ତି ସଂରକ୍ଷଣ ମିଶନ ହାଇଦ୍ରାବାଦ

କୃଷିରେ ଶକ୍ତି ସଂରକ୍ଷଣ

କୃଷି କ୍ଷେତ୍ରରେ ଜଳସେଚନ ପାଇଁ କିମ୍ବା ଜଳକୁ ବାହାର କରିବା ପାଇଁ ଓ ଅନ୍ୟକାମ ପାଇଁ  ଶକ୍ତିର ସାଧାରଣ ଭାବେ ବ୍ୟବହାର ହୋଇଥାଏ. ଏଥି ପାଇଁ ବ୍ୟବହାର କରାଯ଼ାଉଥିବା ପମ୍ପସେଟରେ ସାଧାରଣ ବା ବଡ ଧରଣ ସୁଧାର କରି ଏବଂ ଆଇଏସଆଇ ମାର୍କା ପମ୍ପରେ ପରିବର୍ତନ କରି  ଏଗୁଡିକର ସାମର୍ଥରେ 25ରୁ 35 ପ୍ରତିଶତ ସୁଧାର କରି ସାମର୍ଥ ବୃଦ୍ଧି କରାଯ଼ାଇପାରେ

ଜଳସେଚନ ପମ୍ପସେଟ ବ୍ୟବହାର ବେଳେ ଶକ୍ତି ସଂରକ୍ଷଣ ପାଇଁ ଟିପ୍ସ

ଜଳସେଚନ ପାଇଁ ବ୍ୟବହାର କରାଯ଼ାଉଥିବା ପମ୍ପସେଟରେ ସାଧାରଣ ବା ବଡ ଧରଣ ସୁଧାର କରି ଏବଂ ଆଇଏସଆଇ ମାର୍କା ପମ୍ପରେ ପରିବର୍ତନ କରି  ଏଗୁଡିକର ସାମର୍ଥରେ 25ରୁ 35 ପ୍ରତିଶତ ସୁଧାର କରି ସାମର୍ଥ ବୃଦ୍ଧି କରାଯ଼ାଇପାରେ

ବଡ ଭାଲଭ ଦ୍ବାରା ବିଜୁଳି କିମ୍ବା ଡିଜେଲ ସଂଚୟ କରାଯ଼ାଇପାରେ କାରଣ କୂଅରୁ ପାଣି କାଢିଲା ବେଳେ କମ ଇନ୍ଧନ ଓ ଶକ୍ତି ଆବଶ୍ୟକ ହୁଏ
ପାଇପରେ ବେଣ୍ଡ ଓ ଫିଟିଂ ଯ଼େତେ କମ ଥିବ ସେତେ ଅଧିକ ବିଜୁଳି ସଂଚୟ କରାଯ଼ାଇପାରିବ.

ପାଇପରେ ସାଧାରଣ ବେଣ୍ଡ ତୁଳନାରେ ଶାର୍ପ ବେଣ୍ଡ ଥିଲେ ଘର୍ଷଣଜନିତ 70 ପ୍ରତିଶତ କ୍ଷତି କମ ହୋଇଥାଏ.

ପାଇପର ଉଚ୍ଚତାକୁ 2 ମିଟର କମ କରି ଚାଷୀ ପ୍ରତି ମାସରେ ଅତି କମରେ 15 ଲିଟର ଡିଜେଲ ସଂଚୟ କରି ପାରିବ.କୂଅର ଜଳସ୍ତରର 10 ଫୁଟ ଉର୍ଧକୁ ନ ରହିଲେ ପମ୍ପ ଠିକ ଭାବେ ଚାଲେ.

ଭଲ ଗୁଣବତ୍ତା ସମ୍ପନ୍ନ ପିଭିସି ସକ୍ସନ ପାଇପ ବ୍ୟବହାର କରି ଶକ୍ତି ସଂଚୟ କରନ୍ତୁ ଓ 20 ପ୍ରତିଶତ ପର୍ଯ୍ୟନ୍ତ ବିଜୁଳି ବଂଚାନ୍ତୁ

ପମ୍ପ ଉତ୍ପାଦକଙ୍କ ଦ୍ବାରା ସୁପାରିଶ ଅନୁସାରେ ପମ୍ପସେଟରେ  ନିୟମିତ ତେଲ ଓ ଗ୍ରିସ ଦିଅନ୍ତୁ

ଶକ୍ତି ଓ ଭୋଲ୍ଟେଜରେ ସୁଧାର ଆଣିବାକୁ ଆଇଏସଆଇ ମାର୍କା  ମୋଟର ବିଶିଷ୍ଟ ସଠିକ କ୍ଷମତା ବିଶିଷ୍ଟ ସଣ୍ଟ କାପାସିଟର ବ୍ୟବହାର କରନ୍ତୁ. ଏହା ବିଜୁଳି ବଂଚାଇବାରେ ସହାୟକ ହେବ .

ଦିନରେ କୂଅର ଲାଇଟକୁ ବନ୍ଦ କରି ଦିଅନ୍ତୁ

ସ୍ରୋତ     ଶକ୍ତି ସଂରକ୍ଷଣ ମିଶନ

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate