ମହାକାଶ ବିଜ୍ଞାନ କ୍ଷେତ୍ରରେ ଗୁରୁବାର ଭାରତରୁ ଏକ ବଡ ଧରଣର ସଫଳତା ମିଳିଛି । ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଜିଏମଏଲଭି – ଏଫ୦୫ ଜରିଆରେ ଅତ୍ୟାଧୁନିକ ପାଣିପାଗ ଉପଗ୍ରହ ଇନସାଟ –ଥ୍ରୀଡି ଆରର ସଫଳ ଉତକ୍ଷେପଣ ହୋଇଛି ।
ଅପରାହ୍ନ ୪ ତା ୫୦ ରେ ମହାକାଶ କେନ୍ଦ୍ରର ଦ୍ଵିତୀୟ ଲାଞ୍ଚ ପ୍ୟାଡରୁ ୪୯.୧୩ ମିଟର ଲମ୍ବ ବିଶିଷ୍ଟ ରକେଟ ଉତକ୍ଷେପଣ ହୋଇଥିଲା । ସଫଳତାର ସହ ଏହା ଆକାଶକୁ ଉଠିବା ସହିତ ୧୭ ମିନିଟ ପରେ ୨.୨୧୧ କିଗ୍ରା ବିଶିଷ୍ଟ ଇନସାଟ- ଥ୍ରୀଡିଆରକୁ ଏହା ଜିଓଶିଙ୍କ୍ରୋନାସ ଟ୍ରାନ୍ସଫର ଅର୍ବିଟରେ ଅବସ୍ଥାନ କରିଥିଲା । ଅପରାହ୍ନ ୪ ତା ୧୦ ରେ ଏହି ଉପଗ୍ରହ ଉତକ୍ଷେପଣ ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଇନ୍ଧନ ପୁରାଇବା କାର୍ଯ୍ୟରେ ବିଳମ୍ବ ହେବାରୁ ଉତକ୍ଷେପଣ ସମୟ ଗଡିଗଲା ।
ଇନସାଟ – ଥ୍ରୀଡିଆର ଦ୍ଵାରା ପାଣିପାଗର ଆଗୁଆ ସୂଚନା ମିଳିପାରିବ । ପାଣିପାଗ ସମ୍ପର୍କିତ ବିଭିନ୍ନ ତଥ୍ୟ ସାଙ୍ଗକୁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଏହା ସହାୟକ ହେବ । ତେବେ ଏହି ଉପଗ୍ରହର ମିସନ ଲାଇଫ ୧୦ ବର୍ଷ ବୋଲି ଜଣାଯାଇଛି । ଜିଏମଏଲଭର ୧୦ ମ ଫ୍ଲାଇଟି ଦ୍ଵାରା ଏହାର ଉତକ୍ଷେପଣ ହୋଇଥିବାରୁ ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥା ପାଇଁ ଏହା ଏକ ବଡ ସଫଳତା । ବୈଜ୍ଞାନିକମାନେ ସଫଳତା ପାଇଁ ଖୁସି ମନାଇଥିଲେ । ଇସ୍ରୋ ଅଧ୍ୟକ୍ଷ ଏ.ଏସ କିରମ କୁମାର ତାଙ୍କ ଟିମକୁ ବଧେଇ ଜଣାଇଛନ୍ତି । ଉପଗ୍ରହଟି ନିର୍ଦ୍ଧାରଣ କକ୍ଷପଥରେ ପହଞ୍ଚିସାରିଛି ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି ।
ଆଧାର – ଧରିତ୍ରୀ
Last Modified : 12/10/2019