অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବର୍ଷା ସମୟରେ କାର୍ଯ୍ୟ କରିବ ସୌର ସେଲ୍

ପାରମ୍ପରିକ ଶକ୍ତି ଉପରେ ଗୁରୁତ୍ଵ

ବେଜିଂ – ଜଳବିଦ୍ୟୁତ୍ ତାପଜ ବିଦ୍ୟୁତ୍ ପରମାଣୁ ଶକ୍ତି ଚାଳିତ ରିଆକ୍ଟରରୁ ବିଦ୍ୟୁତ ଉତ୍ପାଦନ ଆବଶ୍ୟକ ଶକ୍ତି ଚାହିଦା ମେଣ୍ଟାଇବାରେ ସମର୍ଥ ହେଉନାହିଁ ଏହାର କୁପ୍ରଭାବ ମଧ୍ୟ ପରିବେଶ ଉପରେ ପଡୁଛି ତେଣୁ ସମଗ୍ର ପୃଥିବୀରେ ପାରମ୍ପରିକ ଶକ୍ତି ଉପରେ ଗୁରୁତ୍ଵ ଦେବା ଆରମ୍ଭ ହେଲାଣି । ବିଶେଷ କରି ସୌର ଶକ୍ତି କୁ ଏବେ ଅଧିକାଂଶ ଦେଶ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳୁଛି ଯେଉଁ ସବୁ ଦେଶ ପର୍ଯ୍ୟାପ୍ତ ସୌର ଲୋକ ପାଉଛନ୍ତି ସେହିସବୁ ଦେଶ ସୂର୍ଯ୍ୟ କିରଣରୁ ଶକ୍ତି ଉତ୍ପାଦନ ପାଇଁ ପ୍ରଯୁକ୍ତି ଗତ ଜ୍ଞାନ କୌଶଳକୁ ଉପଯୋଗ କରୁଛନ୍ତି ତେବେ ଏଥିରେ ଗୋଟେ ଅସୁବିଧା ରହିଛି ଯେ ବର୍ଷା ସମୟରେ ସୌରଶକ୍ତି ମିଳିବା ସମ୍ଭବ ହେଉ ନାହିଁ ଏହି ଅସୁବିଧାକୁ ହୃଦୟଙ୍ଗମ କରି ଚାଇନାର ବୈଜ୍ଞାନିକମାନେ ଏବେ ଏଭଳି ଏକ ଆଶ୍ଚର୍ଜ୍ୟଜନକ ସାମଗ୍ରୀ ବ୍ୟବାହାର କରି ସୌର ସେଲ ତିଆରି କରିଛନ୍ତି ଯାହା ଦ୍ଵାରା ବର୍ଷା ସମୟରେ ମଧ୍ୟ ସୌର ଶକ୍ତି ଉତ୍ପାଦନ ସମ୍ଭବ ହେବ । ଏହି ଆଶ୍ଚର୍ଜ୍ୟଜନକ ସମଗ୍ରୀଟି ହେଉଛି “ଗ୍ରାଫିନ୍” ।

ସୌର ଶକ୍ତିର ବିକାଶ

ପ୍ରକାଶ ଯେ ବିଗତ ବର୍ଷ ଗୁଡୁକରେ ପ୍ରଯୁକ୍ତି ଗତ ବିକାଶ ଜରିଆରେ ସୌର ସେଲ୍ କୁ ଅଧିକ ଦକ୍ଷ କରାଯିବା ସହ ବ୍ୟୟସାପେକ୍ଷ ମଧ୍ୟ କରାଯାଇଛି କିନ୍ତୁ ଏ କ୍ଷେତ୍ରରେ ଗୋଟିଏ ଆସୁବିଧା ରହୁଛି । ସୌର ସେଲରୁ ବର୍ଷା ସମୟରେ ଶକ୍ତି ଉତ୍ପାଦନ ହୋଇପାରୁନାହିଁ ସୌର ସେଲ୍ କୁ ସବୁଦିନିୟା କରିବା ଲାଗି ଚାଇନାର ବୈଜ୍ଞାନିକମାନେ ଗବେଷଣା ଚଳାଇଥିଲେ ।

ଏଥିରେ ତାଙ୍କୁ ସଫଳତା ମିଳିଛି ସୌର ଶକ୍ତିକୁ ବିଦ୍ୟୁତ ଶକ୍ତିରେ ପରିଣତ କରିବାପାଇଁ ଓସେନ୍ ୟୁନିଭର୍ ସିଟି ଅଫ୍ ଚାଇନା ଏବଂ ୟୁନାନ୍ ନର୍ମାଲ ୟୁନିଭର୍ ସିଟି ବୈଜ୍ଞାନିକ ମାନଙ୍କୁ ନେଇ ଗଠିତ ଏକ ଟିମ କାର୍ଯ୍ୟ କରୁଥିଲା । ସେମାନେ ଏକ ଉଚ କ୍ଷମତାସମ୍ପନ୍ନ ସୋଲାର ସେଲ୍ ବିକ୍ରି କରିପାରିଛନ୍ତି । ବର୍ଷା ହେଉଥିବା ସମୟରେ ଏହି ସେଲ ରୁ ଯେପରି ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇ ପାରିବ ସେଥିପାଇଁ ସେମାନେ ଏହା ଉଅରେ ଗ୍ରାଫିନର ଏକ ଅତି ପତଳା ଫିଲ୍ମ ପୁଟ ଦେଇଛନ୍ତି ।

ସୌରଶକ୍ତିର ପ୍ରକ୍ରିୟା ପ୍ରସ୍ତୁତି

ଗ୍ରାଫିନ୍ ହେଉଛି କାର୍ବନର ଦୁଇଟି ଫର୍ମ ଯେଉଁଥିରେ ଅଣୁଗୁଡିକ ମହୁଫେଣା ଭଳି ପରସ୍ପର ସହ ଲଗାଲଗି ହୋଇ ରହିଥାନ୍ତି ଅକ୍ସିସିଡେସନ୍ ଏକ୍ ସଫୋଲିସନ ଏବଂ ଗ୍ରାଫାଇଟର ମାତ୍ରା ହ୍ରାସଦ୍ଵାରା ଏହା ପ୍ରସ୍ତୁତ ହୋଇଥାଏ ଗ୍ରାଫିନ ତାର ଅଶ୍ଵାଭାବିକ ଇଲେକ୍ ଟ୍ରୋନିକ ଉପାଦାନ ପାଇଁ ପରିଚିତ । ଏହା ଦ୍ଵାରା ବୈଦ୍ୟୁତିକସ୍ରୋତ ପ୍ରବାହିତ ହୋଇପାରେ । ଏଥିରେ ଥିବା ଇଲେକଟ୍ରୋନସ ଦ୍ଵାରା ବିଦ୍ୟୁତ ସ୍ରୋତ ସମଗ୍ର ସୋଲାର ସେଲ ସ୍ତରକୁ ସଞ୍ଚରି ଯାଇଥାଏ । ଏହି ପ୍ରକ୍ରିୟା ଆଧାରରେ ବୈଜ୍ଞାନିକ ମାନେ ପ୍ରସ୍ତୁତ କରିଥିବା ସୋଲାର ସେଲ ବର୍ଷା ସମୟରେ ମଧ୍ୟ ଶକ୍ତି ଉତ୍ପାଦନରେ ସହାୟକ ହୋଇଥାଏ।

ଆଧାର - ଶକ୍ତି ବ୍ୟୁରୋ

Last Modified : 3/13/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate