অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିରଳ ଛାୟାପଥ ଠାବ

‘ଫ୍ରାଙ୍କେନଷ୍ଟାଇନ୍’ ଛାୟାପଥ

ଅନ୍ୟ ଛାୟାପଥର ଅଂଶବିଶେଷକୁ ନେଇ ଗଠିତ ହୋଇଥିବା ଏକ ବିରଳ ‘ ଫ୍ରାଙ୍କେନଷ୍ଟାଇନ୍’ ଛାୟାପଥକୁ ବୈଜ୍ଞାନିକମାନେ ଠାବ କରିପାରିଛନ୍ତି । ଏହା ପୃଥିବୀଠାରୁ ୨୫୦ ନିୟୁତ ଆଲୋକବର୍ଷ ଦୂରତାରେ ଅବସ୍ଥିତି । ଏକ ନୂଆ ଅଧ୍ୟୟନ ବଳରେ ୟୁଜିସି ୧୩୮୨ ଛାୟାପଥର ଗୁପ୍ତତଥ୍ୟ ଉନ୍ମୋଚନ ହୋଇପାରିଛି । ଏହାକୁ ପୂର୍ବରୁ ଛୋଟ ବୋଲି ମନୋକରାଯାଉଥିଲା । କିନ୍ତୁ ବୈଜ୍ଞାନିକମାନେ ‘ନାସା’ ଦୂରବୀକ୍ଷଣ ଯତ୍ନ ଦ୍ଵାରା ଏବଂ ଅନ୍ୟାନ୍ୟ ପର୍ଯ୍ୟବେକ୍ଷଣ କରି ଜାଣିପାରିଛନ୍ତି । ଯେ, ପୂର୍ବରୁ ଚିନ୍ତାକରାଯାଉଥିବା ଛାୟାପଥର ଏହା  ୧୦ଗୁଣ ବଡ । ଅଧିକାଂଶ ଛାୟାପଥ ଭଳି ଏହାର ଭିତରପାର୍ଶ୍ଵ ବାହାରପାର୍ଶ୍ଵ ଅପେକ୍ଷା ପଛରେ ସୃଷ୍ଟିହୋଇଛି । ସତେଯେପରି କେତେକ ଛୋଟଛୋଟ ଅଂଶକୁ ନେଇ ଗଠିତ ହେବାଭଳି ମନେହେଉଛି ।

ଛାୟାପଥ ସମ୍ବନ୍ଧରେ

ଅଧ୍ୟୟନର ନେତୃତ୍ଵ ନେଇଥିବା ହାଗେନ୍ କହନ୍ତି, “ଏହା ଛାୟାପଥକୁ ସଂପ୍ରସାରିତ ବାହୁଗୁଡିକ ବହୁଦୂରକୁ ଲମ୍ବିଛି ଯାହାକୁ କି ପୂର୍ବରୁ କେବେ କେହି ଦେଖିନଥିଲେ । ପେନ୍ସିଲଭାନିଆ ଷ୍ଟେଟ୍ ୟୁନିଭର୍ସିଟିର ଜଣେ ଗ୍ରାଜୁଏଟ୍ ଛାତ୍ର ଲିଆ ହାଗେନ୍ ଅଚାନକ ଏହି  ଛାୟାପଥକୁ ଦେଖିବାକୁ ପାଇଥିଲେ । ୭୧୮,୦୦୦ ଆଲୋକବର୍ଷ ଦୂରତା ମଧ୍ୟରେ ୟୁଜିସି ୧୩୮୨ ଅବସ୍ଥିତି ଏବଂ ଏହା ମିଲ୍କି ୱେର ୭ଗୁଣରୁ ଅଧିକ ବଡ । ଅଧିକାଂଶ ଛାୟାପଥର ଭିତର ଅଂଶ ପ୍ରଥମେ ଗଠିତ ହୋଇଥାଏ । ପରେ ଏଥିରେ ନୂଆ ତାରକାପୁଞ୍ଜ ମିଶି ବାହ୍ୟଭାଗ ଗଠିତ ହୁଏ । କେତେକ ଛୋଟ ଛାୟାପଥ ଖାଲି ଆଖିକୁ ଦେଖାଯାଉନଥିବା ଗ୍ୟାସ ଏବଂ କଳାବସ୍ତୁରେ ତିଆରି ହୋଇଥିବା ବିଶ୍ଵାସ କରାଯାଏ ।

ଅନ୍ୟୂନ ୩ଶହ କୋଟି ବର୍ଷ ପୂର୍ବେ ଛୋଟଛୋଟ ଛାୟାପଥଗୁଡିକ ବଡ ଛାୟାପଥର କକ୍ଷପଥକୁ ଚାଲିଆସି ଏହା ଚାରିପାଖରେ ପରିକ୍ରମା କରିଛନ୍ତି । କଳାକ୍ରମେ ଏଗୁଡିକ ଚଟକା ଥାଳିଆ ପରି ହୋଇଯାଇ ଏଭଳି ଦୃଶ୍ୟମାନ ହେଉଛନ୍ତି ।

ଆଧାର – ଦୈନିକ ଧରିତ୍ରୀ

Last Modified : 12/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate