ବୈଜ୍ଞାନିକମାନେ ସୋଲାର ସେଲରେ ସିଲିକନ ବଦଳରେ ଆଉ ଏକ ମ୍ୟାଟେରିଆଲ ବ୍ୟବହାର କରିବାକୁ ଯାଉଛନ୍ତି । ଏହା ଅପେକ୍ଷାକୃତ ଶସ୍ତା ଏବଂ ସୋଲାର ସେଲ ତିଆରି ପାଇଁ ସହଜ ହେବ ବୋଲି ବୈଜ୍ଞାନିକମାନେ କହୁଛନ୍ତି । ଏହି ବିକଳ୍ପ ପଦାର୍ଥକୁ ପେରୋସ୍କାଇଟ କୁହାଯାଉଛି । ଏହା ପୂର୍ବାପେକ୍ଷା ଅଧିକ ଦକ୍ଷ ଏବଂ ଗ୍ରହଣୀୟ ହେବ । ସିଙ୍ଗାପୁରସ୍ଥିତ ମ୍ୟାଟେରିଆଲସ ରିସର୍ଚ୍ଚ ଆଣ୍ଡ ଇଞ୍ଜିନିୟରିଂ ପ୍ରତିଷ୍ଠାନର ଲିନ ଲିଓଙ୍ଗ କହନ୍ତି ।“ସିଲିକନ ଦ୍ଵାରା ପ୍ରସ୍ତୁତ ସୋଲାର ସେଲ ଦୀର୍ଘ ଦିନ ହେଲା ଏହାର ଅସ୍ତିତ୍ଵ ଜାହିର କରିଆସୁଛି ।
ତେବେ ଏହା ଅପେକ୍ଷା ଶସ୍ତା ଏବଂ ଅଧିକ ଦକ୍ଷତାର ସହ କାର୍ଯ୍ୟ କରୁଥିବା ଏକ ସୋଲାର ସେଲ ପ୍ରସ୍ତୁତି ପାଇଁ ବୈଜ୍ଞାନିକମାନେ ପ୍ରୟାସ କରୁଛନ୍ତି ।” ସିଲିକନ ସୋଲାର ସେଲ ପ୍ରସ୍ତୁତି ଅଧିକ ଶ୍ରମସାପେକ୍ଷ । ଏହା କାର୍ଯ୍ୟକ୍ଷମ ହେବାକୁ ଅଧିକ ତାପମାତ୍ରା ଆବଶ୍ୟକ କରେ । ଅପରପକ୍ଷରେ ପେରୋସ୍କାଇଟ ସୋଲାର ସେଲରେ ପ୍ରକ୍ରିୟା ଆପେକ୍ଷିକ ଭାବେ ସହଜ ଏବଂ ଏହାକୁ ତିଆରି କରିବା ସହଜ । କିନ୍ତୁ ଏହାର ଦକ୍ଷତା ସିଲିକନ ଦକ୍ଷତାର ପାଖାପାଖି । ଅର୍ଥାତ ସିଲିକନ ସେଲର ଦକ୍ଷତା ୨୫ ପ୍ରତିଶତ ହୋଇଥିବା ବେଳେ ସେତୁଳନାରେ ପେରୋସ୍କାଇଟର ଦକ୍ଷତା ୨୨ ପ୍ରତିଶତ ଆକିନ୍ତୁ ଗବେଷକ ମାନଙ୍କ କହିବା ଅନୁଯାୟୀ ସିଲିକନ ସୋଲାର ସେଲର ପ୍ରଭୁତ୍ଵ ଏତେ ଅଧିକ ଯେ , ଏହାର ବିକଳ୍ପ ପ୍ରତି ଗବେଷକ ଓ ବ୍ୟବସାୟୀମାନଙ୍କୁ ମନେଇବା କଷ୍ଟକର ହୋଇପଡୁଛି । ଏହି ନୂଆ ଶ୍ରେଣୀର ସୋଲାର ସେଲ ମାତ୍ର ୪ ବର୍ଷ ତଳର । ବିଭିନ୍ନ ତାପମାତ୍ରା ଏବଂ ଆଲୋକର ବ୍ୟାପକତାରେ ପେରୋସ୍କାଇଟ ସୋଲାର ସେଲର ଦକ୍ଷତା ମାପ କରି ଗବେଷକମାନେ ଏହାର ଗଠନ ପଦ୍ଧତି ଉପରେ ସୂଚନା ଦେଇଛନ୍ତି । ଏହାକୁ କେବଳ ସାଧାରଣ ତାପମାତ୍ରାରେ ପରୀକ୍ଷା କରାଯାଇଛି । ତେବେ ଛାତ ଉପରେ ସିଧାସଳଖ ସୂର୍ଯ୍ୟକିରଣ ପାଇ ଅତି ଉଚ୍ଚ ତାପମାତ୍ରାରେ ଏହା କାର୍ଯ୍ୟ କରିବ କି ନା ସେ ସମ୍ପର୍କରେ ଲୋକମାନେ ସନ୍ଦିହାନ ଅଛନ୍ତି ବୋଲି ଲିଓଙ୍ଗ କହିଛନ୍ତି ।
ଆଧାର : ଧରିତ୍ରୀ
Last Modified : 12/26/2019