অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇସ୍ରୋ ରଚିଲା ଇତିହାସ

ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ସଫଳତା

ଏକ ସଙ୍ଗେ ୨୦ଟି ଉପଗ୍ରହକୁ ସଫଳତାର ସହିତ ଉତ୍ କ୍ଷେପଣ  କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା  (ଇସ୍ରୋ)   ଇତିହାସ ରଚିବା ସହିତ ନିଜ ପୂର୍ବ ରେକର୍ଡକୁ ଭଙ୍ଗ କରିଛି । ବୁଧବାର ସକାଳ ୯ଟା ୨୫ ମିନିଟ୍ ରେ  ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଧୂବ୍ରୀୟ ଉପଗ୍ରହ ଉତ୍ କ୍ଷେପଣ ଯାନ ( ପିଏସ୍ଏଲଭି ସି -୩୪) ମହାକାଶକୁ ଯାତ୍ରା କରିଥିଲା ଏବଂ ୨୬ ମିନିଟ୍ ୩୦ ସେକେଣ୍ଡରେ ୨୦ଟି ଉପଗ୍ରହକୁ ମହାକାଶରେ ସ୍ଥାପିତ କରିଥିଲା । ଏହା ପୂର୍ବରୁ ଇସ୍ରୋ ୨୦୦୮ରେ ଏକ ସଙ୍ଗରେ ୧୦ଟି ଉପଗ୍ରହ ଉତ୍ କ୍ଷେପଣ କରିଥିଲା । ତେବେ ବିଶ୍ଵରେ ଏକ ସଙ୍ଗରେ ସର୍ବାଧିକ ଉପଗ୍ରହ ଉତ୍ କ୍ଷେପଣ କରିବାର ରେକର୍ଡ ରୁଷ୍ ଓ ଆମେରିକା ନାମରେ ରହିଛି । ଆମେରିକା ଏକ ସଙ୍ଗରେ ୨୯ଟି ଓ ରୁଷ୍ ଏକ ସଙ୍ଗରେ ୩୩ଟି ଉପଗ୍ରହକୁ ଉତ୍ କ୍ଷେପଣ କରିଥିଲା।

ମହାକାଶ ଯାନ ପିଏସ୍ଏଲଭି ସି - ୩୪

ଇସ୍ରୋର ମହାକାଶ ଯାନ ପିଏସ୍ଏଲଭି ସି - ୩୪କୁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥ ସତୀଶ ଧାୱନ ମହାକାଶ କେନ୍ଦ୍ରକୁ ଉତ୍ କ୍ଷେପଣ କରାଯାଇଥିଲା । ଏହି  ତତ୍ କ୍ଷେପଣ ଲାଗି ସୋମବାର ୯ଟା ୨୬ ମିନିଟ୍ ରୁ ୪୮ ଘଣ୍ଟିଆ ଓଲଟା ଗଣନା ଆରମ୍ଭ  ହୋଇଥିଲା । ପିଏସ୍ଏଲଭି ସି -୩୪ ଜରିଆରେ ଇସ୍ରୋ ୧୭ଟି ବିଦେଶୀ ଓ ୩ଟି ସ୍ଵଦେଶୀ ଉପଗ୍ରହ ଉତ୍ କ୍ଷେପଣ କରିଛି । ଭାରତର ୩ଟି ଉପଗ୍ରହ ମଧ୍ୟରୁ ଗୋଟିଏ ପୃଥିବୀ ନିରୀକ୍ଷଣ ଉପଗ୍ରହ କାର୍ଟୋସାଟ୍-୨ ଶୃଙ୍ଖଳାର ଉପଗ୍ରହ । ଏହାର ଓଜନ ୭୨୫ କେଜି । ଅନ୍ୟ ଦୁଇଟି ଭାରତୀୟ ବିଶ୍ଵବିଦ୍ୟାଳୟ ଦ୍ଵାରା ନିର୍ମିତ ଉପଗ୍ରହ ।

ଆଧାର – ଦୈନିକ ଧରିତ୍ରୀ

Last Modified : 12/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate