অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶାରେ ଲୌହ ବିଜ୍ଞାନର ଏକ ଜାଜ୍ଵଲ୍ୟମାନ ନିଦର୍ଶନ

ଓଡିଶାରେ ଲୌହ ବିଜ୍ଞାନର ଏକ ଜାଜ୍ଵଲ୍ୟମାନ ନିଦର୍ଶନ

କୋଣାର୍କ ମନ୍ଦିର ଲୌହ କଡି

ପ୍ରାକ କଥନ :- ଭାରତବର୍ଷ ଅତୀତରେ ଯେ କେବଳ ଧର୍ମଶାସ୍ତ୍ର , ତର୍କଶାସ୍ତ୍ର , ସାହିତ୍ୟ ଓ ବ୍ୟାକରଣ ରାଜନୀତି ବିଜ୍ଞାନ ତଥା ଦର୍ଶନଶାସ୍ତ୍ର ପରି କଳା ସମ୍ବନ୍ଧୀୟ ବିଦ୍ୟା ଆଦିରେ ଉତ୍କର୍ଷ ଲାଭ କରିଥିଲା ତାହା ନୁହେଁ  ,  ଏ ଦେଶ ସ୍ଥାପତ୍ୟ , ମନ୍ଦିର ନିର୍ମାଣ କୌଶଳ , ଗଣିତ , କୃଷିବିଦ୍ୟା , ଜ୍ୟୋତିର୍ବିଦ୍ୟା , ଭେଷଜ ବିଜ୍ଞାନ ଓ ଶଲ୍ୟ ଚିକିତ୍ସା ଇଦ୍ୟାଦି ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧୀୟ ଶାସ୍ତ୍ରାଦିରେ ମଧ୍ୟ ଉଚ୍ଚ ପାରଦର୍ଶିତା ଲାଭ କରି ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା   । ଏ ସବୁର ନିଦର୍ଶନ ଭାରତବର୍ଷର ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ   ।  ଉଦାହରଣ ସ୍ୱରୂପ ସିନ୍ଧୁ ଉପତ୍ୟକାରେ ପତ୍ନତତ୍ତ୍ଵବିତମାନେ ଅନେକ ତଥ୍ୟ ଉଦଘାଟନ କରିପଡ଼ିଛନ୍ତି  ।  ସେ ସମୟରେ ଥିବା ସହର  (ଯଥା ମେହେର ଗଡ ଖ୍ରୀ:ପୂର୍ବ ୭୦୦୦ -୩୩୦୦ ) ମାନଙ୍କରେ ମାଟି , ଇଟାର ଘର,ଶସ୍ୟାଗାର , ବିଭିନ୍ନ ପ୍ରକାର ଆୟୁଧ , ଧାତୁ ନିର୍ମିତ ସାମଗ୍ରୀ , ଶୋଧିତ ଚମଡାର ବସ୍ତୁ ଇତ୍ୟାଦି ମାଟି ତଳୁ ଉଧାର କରାଯାଇଛି    ।  କୃଷି କ୍ଷେତ୍ରରେ ଖ୍ରୀ:ପୂର୍ବ ୫ମ ସହସ୍ରାଦ୍ଦରୁ ଖ୍ରୀ:ପୂର୍ବ ୪ର୍ଥ ସହସ୍ରାଦ୍ଦ ମଧ୍ୟରେ କପାଚାଷର ପ୍ରଚଳନ ଭାରତବର୍ଷରେ ଆରମ୍ଭ ହୋଇଥିବାର ଜଣାପଡେ   । ସେହିଭଳି ଆଖୁଚାଷର ମଧ୍ୟ ବହୁଳ ପ୍ରଚଳନ ଥିବାର ଜଣାଯାଇଥାଏ   । ଆଶ୍ଚର୍ଯ୍ୟର କଥା , ସିନ୍ଧୁ ଉପତ୍ୟକାର ଅଧିବାସୀଙ୍କ ମଧ୍ୟରେ ମାନକୀକାରଣ ବିଶେଷ କରି , ମାପ , ଓ ଓଜନ ସମ୍ପର୍କୀୟ ମାନକୀକାରଣ ପ୍ରଚଳନ ହୋଇସାରିଥିଲା   ।

ସେହିପରି ଗଣିତ ବିଦ୍ୟାକ୍ଷେତ୍ରରେ ଭାରତୀୟମାନଙ୍କର ସବୁଠାରୁ ବଡ ଅବଦାନ ହେଲା “ଶୂନ୍ୟ “ (୦) ର ଜ୍ଞାନ ଏବଂ ବ୍ୟବହାର ;ଦଶମିକ ପ୍ରଣାଳୀ ପ୍ରଚଳନ ଏବଂ ବିଯୁକ୍ତ ସଂଖ୍ୟା ବିଷୟରେ ଜ୍ଞାନ   ।  ଏହି ପ୍ରତ୍ୟେକ ତଥ୍ୟ ମାନବ ସମାଜର ଅଗ୍ରଗତି ବୃଦ୍ଧି କରିବାରେ ସାହାଯ୍ୟ କରିଛି  ।

ଜ୍ୟୋତିର୍ବିଜ୍ଞାନରେ ମଧ୍ୟ ଭାରତୀୟମାନେ ଅତୀତ କାଳରେ ସେମାନଙ୍କ ସମୟରେ ସବୁଠାରୁ ଆଗ ଧାଡିରେ ଥିଲେ(ଖ୍ରୀ:ପୂର୍ବ ୪୦୦-୧୨୦୦)  ।  ସେମାନଙ୍କ ମଧ୍ୟରେ ଆର୍ଯ୍ୟ ଭଟ୍ଟ , ବ୍ରହ୍ମଗୁପ୍ତ ଏବଂ ଭାସ୍କର -୨ ଅଗ୍ରଗଣ୍ୟ  । ଆମ ଓଡିଶାରେ ଜ୍ୟୋତିର୍ବିଦ୍ ପଠାଣି  ସାମନ୍ତ ଚନ୍ଦ୍ରଶେଖର ୨୫୦୦ ସଂସ୍କୃତ ଶ୍ଳୋକବିଶିଷ୍ଟ “ସିଦ୍ଧାନ୍ତ ଦର୍ପଣ “ ଏବେ ମଧ୍ୟ ଏକ ବିରିଷ୍ଟ ପୁସ୍ତକ ଭାବରେ ପରିଗଣିତ ଏବଂ ବର୍ତ୍ତମାନ ଯୁଗରେ ବ୍ୟବହୃତ କୌଣସି ଦୂରବୀକ୍ଷଣ ଯନ୍ତ୍ର ବ୍ୟବହାର  ନ କରି ଯେପରି ଭାବରେ ଗ୍ରହ, ନକ୍ଷତ୍ରମାନଙ୍କର ଗତିବିଧିର ଲକ୍ଷ ଏବଂ ଗଣନା କରିପାରିଥିଲେ ଏବଂ ବିଶେଷ କରି ୧୮୭୮ ମସିହାର ଡିସେମ୍ବର ୯ ତାରିଖରେ  “ ଶୁକ୍ର “ ଗ୍ରହର ସ୍ଞ୍ଚଲାର ନିର୍ଭୁଲ ପ୍ରାକ – ଗଣନା କରିଥିଲେ  ,  ତାହା ଜ୍ୟୋତିଗଣନାରେ ଥିବା ତାଙ୍କର ଉଚ୍ଚକୋଟିର କ୍ଷମତାର ପରିଚୟ ଦେଇଥାଏ  ।  ଏସବୁ ଓଡିଶାବାସୀଙ୍କ ପାଇଁ ଏକ ଗର୍ବର କାରଣ ହୋଇ ରହିଥିବ   ।

ଭାରତବର୍ଷରେ ବିଭିନ୍ନ ଧାତୁର ବିଶେଷ କରି ତମ୍ବା, ପିତ୍ତଳ, କଂସା ବହୁଳ ବ୍ୟବହାର ଅନେକ ପ୍ରାଚୀନ ପରମ୍ପରାର ଅନ୍ତର୍ଗତ   । ଲୌହ ଏବଂ ଇସ୍ପାତ , ଯାହା ଆଧୁନିକ ଯୁଗରେ ଅଗ୍ରଗତିର ଏକ ମାପକାଠି ଭାବରେ ଜଣା , ତାହାର ବ୍ୟବହାର ମଧ୍ୟ ଭାରତବର୍ଷରେ ବହୁ ପୁରୁଣା  । ବେଦ ଓ ପୁରାଣମାନଙ୍କରୁ ବିଭିନ୍ନ କିସମର ଲୁହାର ନାମକାରଣ ଦେଖିବାକୁ ମିଳିଥାଏ   ।  ଏଥିରେ ସହଜରେ ଲୌହ ବ୍ୟବହାରର ଉତ୍କର୍ଷ ଓ ପ୍ରାଚୀନତା ସମ୍ପର୍କରେ ଜାଣିହୁଏ   । ବିଭିନ୍ନ ଆୟୁଧ , ସ୍ତମ୍ଭ ଏବଂ ମନ୍ଦିରମାନଙ୍କରେ ଥିବା କଡି ଓ ଖିଲାନ ଲୋହରେ ନିର୍ମାଣ କରାଯାଉଥିଲା  ।  ଏହି ତାଲିକାରେ ସବୁଠାରୁ ପ୍ରସିଦ୍ଧି ଲାଘ କରିଥିଲା  “ ଡାମାସକସ ତରବାରୀ  “  । ଏହାର ନିର୍ମାଣ ଶୈଳୀ ପାଶ୍ଚାତ୍ୟ ଦେଶର ବିଜ୍ଞାନିକମାନଙ୍କ ପାଇଁ ଏକଫରକ  “ ଆଶ୍ଚର୍ଯ୍ୟ ଥିଲା  “  ।  ଉଦସ “ ଇସ୍ପାତ ରୁ ତିଆରି ଏକ ତରବାରୀରେ ଅଧିକ ଅଙ୍ଗାରକ (କାର୍ବନ ) ଥିବା ସତ୍ତ୍ୱେ ଏହା କିପରି ଭାବରେ ଭଙ୍ଗୁରତାକୁ ପ୍ରତିରୋଧ କରିଠୁବା ଥିଲା  - ତାହା ହିଁ ଏହାର ବିଶେଷତ୍ଵ ଥିଲା  ।  ତା ଛଡା ତାବରୀର ଶରୀର ଉପରେ ଅଙ୍କିତ ତରଙ୍ଗାୟିତ ରେଖାଚିତ୍ର ମଧ୍ୟ ପଶ୍ଚ୍ୟାତ୍ୟ ବିଜ୍ଞାନୀମାନଙ୍କ ପାଇଁ ରହସ୍ୟମୟ ଥିଲା  ।  ଦୀର୍ଘ ଆଠସହ ବର୍ଷର ଗବେଷଣା ପରେ ଏବେ ମାତ୍ର ଦାସ ବର୍ଷ ତଳେ ଏହି ବିଷୟରେ ମୋଟାମୋଟି ତଥ୍ୟ ଉଦଘାଟିତ ହୋଇପାରିଛି   ।  ଏହି ‘ବିସ୍ମୟକର ‘ ଇସ୍ପାତ “ ଉଦସ” ଏବଂ ଏଥିରେ ତିଆରି “ ଡାମାସକସ ତରବାରୀ ଭାରତୀୟ ପ୍ରଯୁକ୍ତି ବିଦ୍ୟାର ପରାକାଷ୍ଠାର ଏକ ଉଚ୍ଚକୋଟିର ନିଦର୍ଶନ ଭାବରେ ସ୍ବୀକୃତି ପାଇପାରିଛି  ।  ସେହିଭଳି ଦିଲ୍ଲୀର କୁତବ ମିନାର ପରିସର ମଧ୍ୟରେ ଥିବା ଥିବା ଗୁପ୍ତ ଯୁଗର  (୪୦୦ ଖ୍ରୀ;ଅ ) “ ଆଶୋକ ସ୍ତମ୍ଭ” ଲୌହରୁ ତିଆରି ହୋଇଥିଲେ ମଧ୍ୟ ଗତ  ୧୬୦୦ ବର୍ଷ ମଧ୍ୟରେ କିଭଳି ଭାବରେ କଳଙ୍କି ଲାଗିବା ପ୍ରତିରୋଧ କରିପାରିଛି  , ତାହା ବିଶ୍ଵର ବୈଜ୍ଞାନିକମାନଙ୍କ ପାଖରେ ଅନେକ ଦିନ ପର୍ଯ୍ୟନ୍ତ ରହସ୍ୟାବୃତ ହୋଇ ରହିବା ପରେ ମାତ୍ର,ଦଶ ପନ୍ଦର ବର୍ଷ ତଳେ ସେ ବିଷୟରେ ତଥ୍ୟ ଜଣାପଡିଛି   ।

ଲୌହ ଏବଂ ଇସ୍ପାତ ବ୍ୟବହାରର ଏହି ଉଚ୍ଚକୋଟିର ଉଧାରଣ କ୍ରମରେ କୋଣାର୍କ ମନ୍ଦିର ପରିସର ମଧ୍ୟରେ ପଡିଥିବା ଲୌହ କଡି ମଧ୍ୟ ଆଉ ଏକ ଉନ୍ନତମାନର ଜ୍ଞାନର ନିଦର୍ଶନ ବୋଲି ଗଣା ଯାଇଥାଏ   ।  କିନ୍ତୁ ଦୁଃଖର କଥା , କୋଣାର୍କର ଲୌହ କଡି ଗଠନ ପ୍ରଣାଳୀ ସମ୍ପର୍କରେ ସେଭଳି ଉଚ୍ଚମାନର ଗବେଷଣା ହୋଇପାରିନାହିଁ   ।  ତେଣୁ ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ ଯେଉଁ ତଥ୍ୟମାନ ରହିଛି , ତାହା ବିଶେଷ ଭାବରେ  “ ମତାମତ “ ପର୍ଯ୍ୟାୟଭୁକ୍ତ ବୋଲି କୁହାଯାଇପାରିବ  । ଓଡିଶା ତଥା ଭାରତବର୍ଷର ମନ୍ଦିରମାନଙ୍କ ମଧ୍ୟରେ ଅତ୍ୟନ୍ତ ଉଚ୍ଚସ୍ଥାନ ପାଇଥିବା କୋଣାର୍କ ମନ୍ଦିର ସମ୍ପର୍କରେ ମଧ୍ୟ ଏହି ଲୌହ କଡି ଆଲୋକପାଟ କରିପାରନ୍ତା   ।  ଏହିସବୁ ବିଶାଳ ଲୌହକଡିର ପ୍ରସ୍ତୁତିକୁ ଅନୁଧାନ କରିବା ପାଇଁ ତତ୍କାଳନ ଲୌହ ଏବଂ ଇସ୍ପାତ ତିଆରି ପଦ୍ଧତି ସମ୍ପର୍କରେ ସମ୍ୟକ ଜ୍ଞାନ ସାହାଯ୍ୟ କରିବ   ।

ପ୍ରାଚୀନ ଭାରତରେ ଲୌହ ଉତ୍ପାଦନ ପ୍ରକ୍ରିୟା  :- ପୃଥିବୀ ପୃଷ୍ଠରେ ଥିବା ପ୍ରାକୃତିକ ପଦାର୍ଥଗୁଡିକ ମଧ୍ୟରେ ଲୌହର ପରିମାଣ ପ୍ରାୟ ପାଞ୍ଚ ଶତାଂଶ ;କିନ୍ତୁ ଏହା ଏକ ମୌଳିକ ପଦାର୍ଥ ଭାବରେ ନ ଥାଏ   । ବିଶେଷ ଭାବରେ,ଅମ୍ଳଜାନ ସହିତ ଯୁକ୍ତ ହୋଇ ବିଭିନ୍ନ ପ୍ରକାରର – ଲୌହ –ଅକସାଇଡ ଭାବରେ ଏହା ରହିଥାଏ   । ପୁଣି ଲୌହ –ଅକସାଇଡ ଅନ୍ୟ ଯୌଗିକ ବାଲୁକା ପଦାର୍ଥ  (ଯଥା ସିଲିକନ-ଅକସାଇଡ,ଆଲୁମିନିୟମ –ଅକସାଇଡ ଇତ୍ୟାଦି  ) , ଫସପରସ , ଜଳକଣା ସହିତ ମିଶି ଖଣିଜ ପଦାର୍ଥ ଭାବରେ ଉପଲବ୍ଧ  ହୁଅନ୍ତି  । ଲୌହ ଖଣିରୁ ଉତ୍ତୋଳନ କରାଯାଉଆଥିବା ଲୌହ ବାହକ ଖଣିଜ ( ହେମାତାଇତ, ମାଗ୍ନେଟାଇଟ ଇତ୍ୟାଦି) ରୁ ଶୁଦ୍ଧ ଲୁହା ଉଧାର କରିବାକାଉ ହେଲେ ପ୍ରଥମେ ଏଥିରେ ମିଶ୍ରିତ ଥିବା ବାଲୁକା ଇତ୍ୟାଦିକୁ ନିଷ୍କାସିତ କରିବାକୁ ପଡିଥାଏ   ।

ଶେଷ ରେ ଏକ ଭାଟି ମଧ୍ୟରେ ଶୋଧିତ ଖଣିଜ ପଦାର୍ଥ ସହିତ ଅଙ୍ଗାରକ (କାର୍ବନ) ଇତ୍ୟାଦି ମିଶ୍ରଣ କରି ଉତ୍ତାପ ଦିଆଯାଇଥାଏ   ।  ଉତ୍ତାପ ୯୦୦ ଡିଗ୍ରୀ ସେଲସିଅସ ଊର୍ଦ୍ଦ୍ଵକୁ ଉଠିବା ପରେ ଲୌହ ସହିତ ସଂଯୁକ୍ତ ଅମ୍ଳଜାନ ସେଥିରୁ ବାହାରିଯାଏ  ଅଙ୍ଗାରକ ସହିତ ରାସାଯନିକ ପ୍ରକ୍ରିୟାରେ ଏକାଠି ହୁଏ   । ଫଳରେ ଯୋଗିକ ଲୌହ –ଅକସାଇଡ ଶୁଦ୍ଧ ଲୁହାରେ ପରିଣତ ହୁଏ  ;କିନ୍ତୁ ଉତ୍ତାପର ମାତ୍ରା ବିଶୁଦ୍ଧ ଲୌହର ତରଳାଙ୍କ (୧୫୩୬ ଡିଗ୍ରୀ ସେଲସିୟସ) ପର୍ଯ୍ୟନ୍ତ ନ ବଢିଲେ ଏହା ତରଳ ଅବସ୍ଥାକୁ ଆସି ନଥାଏ   । ପ୍ରାଚୀନ ଭାରତରେ ଯେଉଁ ଲୌହ ଉତ୍ପାଦକ ଭାଟି ବ୍ୟବହୃତ ହେଉଥିଲା  , ତାହା ସାଧାରଣ କାଦୁଅ –ମାଟିକୁ ଶୁଷ୍କ କରାଯାଇ ତିଆରି ହେଉଥିଲା   ।  ଏହା ପଦାର୍ଥର ଉତ୍ତାପ ସହନ ଶକ୍ତି  ୧୨୫୦-୧୩୦୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ସୀମିତ ଥିଲା   । ଫଳତଃ ଆମ ଦେଶରେ ତରଳ ଲୁହାର ପ୍ରଚଳନ ଆନୁମାନିକ  ୧୮୦୦ ଖ୍ରୀ;ଅ ପର୍ଯ୍ୟନ୍ତ ହୋଇନଥିଲା ବୋଲି ଅନେକ ବିଶେଷଜ୍ଞଙ୍କ ମତ  । (ଚୀନ ଦେଶରେ ପ୍ରଥମେ ଲୁହାକୁ ତରଳେଇବାର ପଦ୍ଧତି ବୋଧହୁଏ ଆରମ୍ଭ ହୋଇଥିଲା ) । ତା ହେଲେ ଆମ ଦେଶରେ ଲୌହଭିତ୍ତିକ ବ୍ୟବହୃତ ବିଭିନ୍ନ ଆୟୁଧ , ଯନ୍ତ୍ରାଂଶ, କଡି , ଇତ୍ୟାଦି କି ଉପାୟରେ ପ୍ରସ୍ତୁତ ହୋଇପାରୁଥିଲା   ।

ଏଠାରେ ମାନେ ରଖିବାକୁ ହେବ ଯେ , ଶୁଦ୍ଧ ଲୁହାର ତରଳାଙ୍କର ମାତ୍ରା ଅତ୍ୟନ୍ତ ଅଧିକ ଥିଲା  , ବେଳେ ଏଥିରେ ଅଙ୍ଗାରକ  (କାର୍ବନ) ମିଶ୍ରଣ କାଲେ , ତାହାର ତରଳାଙ୍କ ହ୍ରାସ ପାଇଥାଏ   ।  (ଉଦାହରଣ ସ୍ୱରୂପ – ଲୁହା ସହିତ ୪.୨୬ ଶତାଂଶ ଅଙ୍ଗାରକ ଦ୍ରବିଭୂତ ହେଲେ ମାତ୍ରା ମାତ୍ରା  ୧୧୫୩ ସେଲସିୟସରେ ତରଳାବସ୍ତାକୁ ଆସିଥାଏ   ) ଫଳରେ ଅଧିକ (୪ ଶତାଂଶ ବା ତହିଁରୁ ଅଧିକ ଅଙ୍ଗାରକ ଥିବାଲୁହା (ଯାହା ଢଳେଇ ଲୁହା ବା କାଷ୍ଟ ଆଇରନ ଭାବରେ ଜଣା) , କମ ଉତ୍ତାପ ସୃଷ୍ଟି କ୍ଷମତାସମପର୍ଣ୍ଣ “; କ୍ୟୁ ପୋଲୋ “ ରେ ମଧ୍ୟ ତରଳା ଯାଇପରେ  । ଏବେ ପୁଣି ପ୍ରାଚୀନ ଯୁଗକୁ ଫେରିବା  ।

ପୂର୍ବରୁ କୁହାଗଲା ଯେ ଲୁହା ସହିତ ଅଙ୍ଗାରକ ଦ୍ରବୀଭୁତ ହେଲେ , ତାହାର ତରଳାଙ୍କ ନିମ୍ନମୁଖୀ  ହୋଇଥାଏ  ।  ଅନ୍ୟ ପକ୍ଷରେ ଲୌହ ବାହକ ଖଣିଜ ପଦାର୍ଥ (ଯଥା ହେମାଟାଇଟ, ମାଗ୍ନେଟାଇଟ ଇତ୍ୟାଦି) ରେ ଥିବା ବର୍ଜ୍ୟବସ୍ତୁଗୁଡିକ (ଯଥା ସିଲିକନ ଅକସାଇଡ, ଆଲୁମିନିୟମ। ଫସଫରସ ଇତ୍ୟାଦି) ଲୌହ ଅକସାଇଡ ସହିତ ମିଶି ଯେଉଁ ମାଳ – ବସ୍ତୁରେ ପରିବର୍ତ୍ତିତ ହୁଅନ୍ତି , ତାହାର ତରଳାଙ୍କ ୧୨୦୦-୧୨୫୦ ଡିଗ୍ରୀ ସେଲସିୟସ ମଧ୍ୟରେ ସୀମିତ ରହେ  । ଫଳ ସ୍ୱରୂପ ଯଦି ଲୌହବାହାକ କହଣିଜ ପଦାର୍ଥ କୁ ଅଙ୍ଗାରକ – ବାହାକ (ଯଥା କାଠ କୋଇଲା) ସହିତ ଏକତ୍ର ମିଶ୍ରଣ କରି ଏକ ଭାଟିରେ ରଖି ଉତ୍ତାପ ଦିଆଯାଏ  , ତେବେ ୧୨୦୦-୧୨୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିଲା ବେଳକୁ କଠିନ ଅବସ୍ଥାରେ ଥିବା ଲୌହ ଅମ୍ଳଜାନଠାରୁ ଅଲଗା ହୋଇ ସାରିଥାଏ   ।  ପୁଣି ବର୍ଜ୍ୟବସ୍ତୁମାନେ ମଳ ଭାବରେ ତରଳ ଅବସ୍ଥାରେ ଥାଆନ୍ତି , ଅର୍ଥାତ ଭାଟି ଭୀତରେ ଥିବା ପାତ୍ରରେ ଏବେ ଏକ କଠିନ ବସ୍ତୁ  (ଅମ୍ଳଜାନ ବିହୀନ ଲୌହ) ଏବଂ ତରଳ ପଦାର୍ଥ (ମଳ ବା ସ୍ଲାଗ ) ମିଶ୍ରିତ ଅବସ୍ଥାରେ ଥାଆନ୍ତି   ।  ଏହାକୁ ଯଦି ଏକ ହାତୁଡି ସାହାଯ୍ୟରେ ବାରମ୍ବାର ପ୍ରକାର କରାଯାଏ  ,  ତେବେ ସେହି ତରଳ ମଳ ପଦାର୍ଥଗୁଡିକ ବାହାରିଯାଆନ୍ତି ଏବଂ ଶୁଦ୍ଧ ଲୌହ କଠିନ ଅବସ୍ଥାରେ ରହିଥାଏ   । ଯେହେତୁ ଏହି ଲୁହା ହାତୁଡି – ପ୍ରକାର ଦ୍ଵାରା ତିଆରି ହୋଇଥାଏ  ,  ଏହାକୁ ପିଟା – ଲୁହା (ରଟ ଆଇରନ) ଆଖ୍ୟା ଦିଆଯାଇଥାଏ   । ଯେଉଁ ପୂର୍ବ ବର୍ଣ୍ଣିତ ପଦ୍ଧତିରେ ଏହି ଲୁହା ତିଆରି ହୋଇଥାଏ  , ସେହି ପ୍ରକ୍ରିୟାକୁ  “ ବ୍ଲୁମେରି “ ଲୁହା ତିଆରି ପ୍ରକ୍ରିୟା ବୋଲି କୁହାଯାଇଥାଏ   ।  ଏହି ପ୍ରକ୍ରିୟା ଆମେରିକା , ୟୁରୋପ ମହାଦେଶରେ ମଧ୍ୟ ପରବର୍ତ୍ତୀ ସମୟରେ ବ୍ୟବହାର କରାଯାଇଥାଏ   । ଏଠାରେ ସୂଚାଇ ଦିଆଯାଇଥାଏ ପାରେ ଯେ ଏବର ଲୁହା ତରଳା ଉଚ୍ଚ ମାଟି ପ୍ରାୟ ସବୁ ଦେଶରେ ଦେଖିବାକୁ ମିଳେ  ଏବଂ ପ୍ରାଚୀନ ସମୟରେ  “ ବ୍ଲୁମେରି” ପ୍ରକ୍ରିୟାର ବ୍ୟବଶାୟିକ ଭିତ୍ତିରେ ଏବେ ଆଉ ପ୍ରଚଳନ ନାହିଁ   ।  ଲୁହା ତରଳା ଉଚ୍ଚ ମାଟି ଏକ ନୀରବଚ୍ଛିନ୍ନ ପ୍ରକ୍ରିୟା ହୋଇଥିଲା ବେଳେ “ ବ୍ଲୁମେରି “ପଦ୍ଧତି ବିଚ୍ଛିନ୍ନ ପଦ୍ଧତି ଅଟେ   । ଅର୍ଥାତ ଏକ ପାତ୍ରରେ ଖଣିଜ ଲୁହା , କାଠ କୋଇଲା ଇତ୍ୟାଦି ସାମାନ୍ୟ ଗୁଣ୍ଡ କରାଯାଇ ରଖାଯାଇଥାଏ   ଏବଂ ପାତ୍ରଟି ମୁଦି ଦିଆଯାଇ ଉଚ୍ଚଟାପ ଭାଟି ଭୀତରେ ରଖି ଦିଆଯାଏ   ।  ନିର୍ଦ୍ଧିଷ୍ଟ ତାପମାନରେ ଏବଂ ନିର୍ଦ୍ଧିଷ୍ଟ ସମୟପରେ ଏହି ପତ୍ରଟିକୁ ବାହାରକୁ ଅଣାଯାଇଥାଏ   । ସେଥିରୁ କଠିନ ଅବସ୍ଥାରେ ଥିବା ରନ୍ଧ୍ରଯୁକ୍ତ ଶୁଦ୍ଧ ଲୁହା  (ଏବର ସ୍ପଞ୍ଜ ଆଇରନ ସଙ୍ଗେ ତୁଳନୀୟ) ହାତୁଡିରେ ପିଟା ହେବା ପରେ ବାହାରେ   । କିନ୍ତୁ ଉଚ୍ଚ ଭାଟି  ରୁ ଅଧିକ ଅଙ୍ଗାରକଯୁକ୍ତ ତରଳ ଲୁହା ନୀରବଚ୍ଛିନ୍ନ ଭାବେ ଉତ୍ପାଦନ କରାଯାଏ  , ଏହାର ବେଶୀ ଭାଗ ଆଧୁନିକ ଇସ୍ପାତ ତିଆରି କାର୍ଯ୍ୟରେ ବ୍ୟବହୃତ ହୋଇଥାଏ   ।

କୋଣାର୍କ ମନ୍ଦିର ଏବଂ ଏଠାରେ ବ୍ୟବହୃତ ଲୌହ କଡି :- ପୁରୀଠାରୁ ପ୍ରାୟ  ୩୨ କିମି ଉତ୍ତର ପୂର୍ବ ଦିଗରେ ତ୍ରୟୋଦଶ ଶତାଦ୍ଦୀ ରେ ନିର୍ମିତ ପୃଥିବୀ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଅବସ୍ଥିତ  । ଏବେ ଠାରେ ଆମେ ଯାହା ଦେଖୁ ଏବଂ ଯାହା “ କଳା ପାଗୋଡା” ଭାବରେ ଖ୍ୟାତ, ତାହା କେବଳ ମୁଖଶାଳା(ଜଗମୋହନ) ମାତ୍ର । ପ୍ରଧାନ ମନ୍ଦିର ପ୍ରାୟ ସପ୍ତଦଶ ଶତାଦ୍ଦୀରେ ଭାଙ୍ଗି ଯାଇଥିଲା ବୋଲି ଐତିହାସିକମାନେ ମତ ଦିଅନ୍ତି  ।  ପ୍ରଧାନ ମନ୍ଦିରର  ଉଚ୍ଚତା ୧୨୫ ଫୁଟ ବା ତତୋଧିକ ଥିଲା ବୋଲି ବିଭିନ୍ନ ଆକଳନରୁ ତଥା ଭ୍ରମଣ କାହାଣୀମାନଙ୍କରୁ ଜଣାପଡେ   । ଗଙ୍ଗବଂଶର (ଲାଙ୍ଗୁଡା) ନରସିଂହ ଦେବଙ୍କଅମଳରେ  (ଖ୍ରୀ;ଅ ୧୨୩୮-୧୨୬୪) ଏହି ମନ୍ଦିର ସୂର୍ଯ୍ୟ ଉପାସନା ନିମନ୍ତେ  (ଶାମ୍ବ ଉପାଖ୍ୟାନ ଭିତ୍ତିରେ) ତିଆରି ହୋଇଥିଲା   । ମୁଖ୍ୟ ମନ୍ଦିର ସପ୍ତଦଶ ଶତାଦ୍ଦୀରେ ଭାଙ୍ଗିଯିବା ପରେ ଏବେ ଯେଉଁ ମୁଖ ଶାଳା ଅଛି , ତାହାର  ଉଚ୍ଚତା ପ୍ରାୟ ୧୨୮ ଫୁଟ   ।  ଏଥିରେ କଳସ ଇତ୍ୟାଦି ମିଶିଲେ ଆହୁରି  ୨୫ ଫୁଟ ଯୋଡି ହୋଇଯିବ   ।  କୋଣାର୍କ ମନ୍ଦିର ତିଆରି ପରେ ତାହାର ସୂକ୍ଷ୍ମ କାର୍ଯ୍ୟକାର୍ଯ୍ୟ , ନିର୍ମାଣ ଶୈଳୀ , ବିଶାଳତା ଏବଂ (ଅର୍କ) କ୍ଷେତ୍ର ମାହାତ୍ମ୍ୟ ଲାଗି ପ୍ରସିଦ୍ଧ ଲାଭ କରିଥିଲା  ।  ଏହି ମନ୍ଦିର ଉତ୍କଳୀୟ କାରିଗରୀମାନଙ୍କର ଶିଳ୍ପ କଳା, ଭାସ୍କର୍ଯ୍ୟ ତଥା ସ୍ଥାପତ୍ୟ ର ପରାକାଷ୍ଠାର ଚରମ ନିଦର୍ଶନ ବୋଲି କୁହାଯାଇଥାଏ  ।

ପ୍ରଧାନ ମନ୍ଦିରର ରହିଥିବା ସମୟରେ ଯେଉଁମାନେ ତାହାକୁ ଦେଖିଥିଲେ , ସେମାନେ ଅନେକ ଏହାକୁ ଭରତବର୍ଷର ସବୁଠାରୁ ବଡ ଏବଂ ସୁନ୍ଦର ମନ୍ଦିର ବୋଲି ଅଭିହିତ କରିଥିଲେ   ।  ସେମାନଙ୍କ ମଧ୍ୟରେ ଆକବରଙ୍କ ସଭା (କୋର୍ଟ) ରେ ଥିବା ପ୍ରସିଦ୍ଧ ଐତିହାସିକ  ଏବଂ ଜୀବନୀ – ଲେଖକ ଅବୁଲ ଫଇଜଲ (୧୫୫୧-୧୬୦୬) ତାଙ୍କର ଆଇନ ଇ –ଆକବର ପୁସ୍ତକରେ କୋଣାର୍କ ମନ୍ଦିର ସମ୍ପର୍କରେ ନିଜର ଅନୁପମ ଅନୁଭୂମି ବର୍ଣ୍ଣନା କରିଛନ୍ତି   ।  ଓଡିଶା ତଥା ଭାରତବର୍ଷର ଦୁର୍ଭାଗ୍ୟ ଯେ ଏହି ମନ୍ଦିର ଆଉ ନାହିଁ   ।  ହେଲେ ଯେଉଁ ଜଗମୋହନ,ନାଟ୍ୟମନ୍ଦିର ଇତ୍ୟାଦି ଏବେ ବିଦ୍ୟମାନ , ତାହା ମଧ୍ୟ ବିଶ୍ଵରେ ଆଲୋଡନ ସୃଷ୍ଟି କରିଛି  । ଜଗମୋହନ ମନ୍ଦିରର ସୁରକ୍ଷା ନିମନ୍ତେ ବ୍ରିଟିଶ ସରକାର ମନ୍ଦିରର ସବୁ ଦ୍ଵାରକୁ ବନ୍ଦ କରିଦେବାକୁ ଏବଂ ମନ୍ଦିରର ମଧ୍ୟଭାଗକୁ ବାଲି  ପୂର୍ଣ୍ଣ କରିବାକୁ ନିଷ୍ପତ୍ତି ନେଲେ   ।  ୧୯୦୧ ମସିହାରେ ଏହି କାର୍ଯ୍ୟ ଜେନ ଇଞ୍ଜିନିୟନ ଶ୍ରୀ କିଶନ ସ୍ୱରୂପଙ୍କ ତତ୍ବାବଧାନରେ ଆରମ୍ଭ କରଜାଏ  ୧୯୦୪ ମସିହାରେ ସଂପୂର୍ଣ୍ଣ କରାଯାଇଥିଲା   ।  ଏହାର କଳାତ୍ମକ ସୃଜନଶୀଳତାକୁ ଦ୍ରୁଷ୍ଟିରେ ରଖି ଜାତିସଂଘର ଶିକ୍ଷା,ବିଜ୍ଞାନ ଏବଂ ସଂସ୍କୃତି ସଂସ୍ଥା (ଇଉନେସକୋ) ୧୯୮୪ ମସିହାରେ କୋଣାର୍କ ମନ୍ଦିରକୁ ଏକ “ ବିଶ୍ଵ ଐତିହ୍ୟ ସ୍ଥାନ” ର ମର୍ଯ୍ୟାଦା ଦେଇଛନ୍ତି   ।

ଏବେ ମନ୍ଦିର ବେଢାରେ ଭାରତୀୟ ପତ୍ନତତ୍ୱ୍ବ ବିଭାଗ ଦ୍ଵାରା ସଂଗୃହିତ ହୋଇ ଅନେକଗୁଡିଏ କଡି ଉତ୍ତର – ପୂର୍ବ ଦିଗରେ ଏକ ସିମେଣ୍ଟ ଚଟାଣ ଉପରେ ଏକତ୍ର ରଖାଯାଇଛନ୍ତି   । ଏଥିରେ ପ୍ରାୟ  ୨୯ ଖଣ୍ଡ କଡି ଥିଲା ବୋଲି କିଛି ପୁସ୍ତକରେ  (ଯଥା ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କର  “ କୋଣାର୍କ୧୯୧୯”) ଉଲ୍ଲେଖ ଅଛି  ।  ବର୍ତ୍ତମାନ ଗାଚିତ ତ୍ଘିବା କଡିମାନଙ୍କୁ ଦେଖିଲେ  ମନେହୁଏ ସ୍ଥାନାନ୍ତର ସମୟରେ ଏପରି ଘଟିଥିବାର ସମ୍ଭାବନା  ।

“ କୋଣାର୍କ “ପୁସ୍ତକ ଅନୁସାରେ ସବୁଠାରୁ ବଡ କଡିଟିର ଲମ୍ବ ୩୫ ଫୁଟ ୯ ଇଞ୍ଚ , ଉଚ୍ଚତା ଓ ବେଧ  ଯଥାକ୍ରମେ ୧୦ ଇଞ୍ଚ ଓ ୮ ଇଞ୍ଚ ଉଚ୍ଚତା ଏବଂ ବେଦ୍ଧ ମଧ୍ୟସ୍ଥଳରେ ପ୍ରାନ୍ତ ଅପେକ୍ଷା ଏକରୁ ଦୁଇଇଞ୍ଚ ଅଧିକ  । କୋଣାର୍କ ମନ୍ଦିର ଓ ଓଡିଶାର ଅନେକ ମଦନିର ଯଥା ଭୁବନେଶ୍ଵରର ଲିଙ୍ଗରାଜ, ମୁକ୍ତେଶ୍ଵର , ପୁରୀର ଶ୍ରୀ ଜଗନ୍ନାଥ ଏବଂ ଗୁଣ୍ଡିଚା ମନ୍ଦିରର ଅନେକ ସ୍ଥାନରେ ଲୁହାକଡିର ବ୍ୟବହାର ଦେଖିବାକୁ ମିଳେ   ।  କୋଣାର୍କ ମନ୍ଦିରର ବିଭିନ୍ନ ସ୍ଥାନରେ ଲୁହାକଡି ବ୍ୟବହୃତ ହୋଇଥିଲା ବୋଲି ଜଣାଯାଏ   ।  ସୂଚନାଯୋଗ୍ୟ ଯେ କୋଣାର୍କ ମନ୍ଦିରର ମୁଖଶାଳା ବା ଜଗମୋହନ (ଏବେ ଯାହାଦେଖୁ) ଏକ “ ପୀଢ “ ମନ୍ଦିର ଅଟେ ଏବଂ ପ୍ରଧାନ ମନ୍ଦିର (ଯାହା ଭୁସୁଡି ପଡିବା ପରେ ଏବେ ପ୍ରାୟ ନିଶ୍ଚିହ୍ନ , ପଶ୍ଚିମପଟେ ଏହି ମନ୍ଦିରର ଭଗ୍ନାବଶେଷ ଦେଖିବାକୁ ମିଳେ  ) ଏକ “ ରେଖ ମନ୍ଦିର ଥିଲା   ।  ଏହି “ପୀଢ “ ଏବଂ ରେଖ ମଦନିର ଛାତ ମୁଦ କରିବା ପାଇଁ କୁହା କଡି ପଡି ତାହା ଉପରେ ବେକୀ ଚକଡା ପଡିଥିଲା  ।  ଉପଲବ୍ଧ ବିବରଣୀରୁ ଆହୁରି ମଧ୍ୟ ଜଣାଯାଏ ଯେ ଜଗମୋହନର ମୁଖ୍ୟ ଛାତ ତଳେ ଆଉ ଏକ ଶୂନ୍ୟ ଛାତ ମଧ୍ୟ ଥିଲା  । ଚାରୋଟି ବଡ ବଡ ଖମ୍ବ ଉପରେ ଲୁହା କାଢି ରଖି ତା ଉପରେ ଏହି ଛାତ ଗଚନ କରାଯାଇଥିଲା   ।

କିଛି ବିବରଣୀରୁ ଜଣାପଡେ ଯେ ପୂର୍ବପାଟକୁ ମୁଖଶାଳା କାନ୍ଥଠାରୁ  ପ୍ରାୟ  ୧୬ ଫୁଟ ବାହାରକୁ ଖମ୍ବ ଦ୍ଵାର, ଖମ୍ବ ପ୍ରଭୁତି ବାହାରିଥିଲା  । ଦୁଇଟି ଖମ୍ବ ଉପରେ  ୨୧ ଫୁଟ ଲମ୍ବ , ୧ ଫୁଟ ଉଚ୍ଚ ,୮ ଇଞ୍ଚ ଓସାରର ଗୋଟିଏ ଲୁହା କଡି ଥିଲା  ।  ଏହି ଲୁହା କଡି ଉପରେ ପ୍ରସିଦ୍ଧ , ନବଗ୍ରହ ପାଟ ସ୍ଥ୍ପାନ ହୋଇଥିଲା   ।  କଳା ମୁଗୁନି ପଥରର ଏହି ନବଗ୍ରହ ପାଟର ଆୟତନ ଥିଲା  ୧୯ ଫୁଟ ୧୦ ଇଞ୍ଚ, ଲମ୍ଭ ୩ ଫୁଟ ୯ ଇଞ୍ଚ ,  ଏବଂ ୪ ଫୁଟ ଓ ୯ ଇଞ୍ଚ ମୋଟ  ।  ଅହାର ମୋଜାନ ପ୍ରାୟ  ୨୬ ଟନ ବୋଲି ବିଶାରଦମାନେ ଆକଳନ କରିଛନ୍ତି   ।  ଫର୍ଗୁସନଙ୍କର ଫଟୋଚିତ୍ରରୁ ଜଣାପଡେ ଯେ ଏହି ନବଗ୍ରହ ପାଟ ଏବଂ ମୁଖଶାଳାର ପ୍ରଥମ ପୀଢ ମଧ୍ୟରେ ଆହୁରି ଅନେକ କରୁକାର୍ଯ୍ୟ ହୋଇଥିଲା  । ପରବର୍ତ୍ତୀ ସମୟରେ  (ଯଥା ଶ୍ରୀ ରାଜେନ୍ଦ୍ର ଲାଲ ମିତ୍ରଙ୍କ ବହି-୧୮୮୦) ବେଳକୁ ଏ ସମସ୍ତ ଭାଙ୍ଗିଜିଆଇଥିଲା ଏବଂ ନବଗ୍ରହ ପାଟଟି ତଳକୁ ଖସିପଡିଥିଲା  । ମୁଖଶାଳା ଦ୍ଵାର ମୁହଁରେ ଏହି ନବଗ୍ରହ ପାଟ ଅନେକ ବର୍ଷ ପଡିରହିବା ପରେ କଲିକତା ସଂଗ୍ରହାଳୟକୁ ଏହାକୁ ସ୍ଥାନାନ୍ତର କରିବାକୁ ସରକାର ବିଚାର କଲେ   । ଏଥି ଲାଗି ଅର୍ଥ ମଧ୍ୟ ମଞ୍ଜୁର ହେଲା   ।  ମାତ୍ର ଅଳ୍ପ ଦୂର ନେବା ପରେ ଏ ଯୋଜନା ବନ୍ଦ ହେଲା  । ତା ପରେ  ୧୮୯୩ ମଡ଼ିହାରେ ସଂପୂର୍ଣ୍ଣ ପାଟକୁ ତିନି ଭାଗରେ ଚିରି ଦିଆଯାଏ କେବଳ ମୂର୍ତ୍ତି ଥିବା ସାନ  ପଥରଖଣ୍ଡ ନେବାକୁ ଚେଷ୍ଟା କରାଗଲା  , କିନ୍ତୁ ମାତ୍ର ଦୁଇ ଫଳଙ୍ଗ ନେବା ପରେ ଆଉ ନେଇପାରିଲେ ନାହିଁ   ।  ଫଳରେ ସେଇଠି ନଗଗ୍ରହ ମୃତ୍ତି ରହିଗଲେ   ।  ପରେ ଏକ ଘର ତିଆରିକରି ପଣ୍ଡାମାନେ ତାଙ୍କୁ ପୂଜା ଆରମ୍ଭ କଲେ  । ଏଠାରେ ଉପରୋକ୍ତ ବର୍ଣ୍ଣନାର ଉଲେଖ କରିବାର ଉଦ୍ଦେଶ୍ୟ ହେଉଛି ଯେ ଏବେ ବଡ ବିଶାଳ ପଥର , ଯାହାକୁ ଖଣ୍ଡ କରିବା ସତ୍ତ୍ୱେ ସ୍ଥାନାନ୍ତର କରିବା ପ୍ରତାପୀ ବ୍ରିଟିଶ ସରକାରଙ୍କ ପାଇଁ ସମ୍ଭବ ହୋଇପାରିଲା ନାହିଁ , ସେ ପଥର ମନ୍ଦିରରେ ଉପରକୁ ଟେକାଜେ ସେଠାରେ ଶୋଭା ପାଉଥିଲେ  ।  ତାର ଗୋଟିଏ କାରଣ ହେଲା  , ଉଚ୍ଚମାନର ଲୁହା କଡି (ତିଆରି କୌଶଳ) ବ୍ୟବହାର ସେତେବେଳେ ଜଣାଥିଲା   ।

ଲୁହା କଡିର ବିଶ୍ଳେଷଣ ଏବଂ ତିଆରି ପଦ୍ଧତି

କୋଣାର୍କ ମନ୍ଦିରର କରଗରୀମାନେ ବିଶାଳତାକୁ ଦ୍ରୁଷ୍ଟିରେ ରଖି (ତୋରଣ ବା ଆର୍କ) ବ୍ୟବହାର ନ କରିଥିବାରୁ ସେମାନଙ୍କୁ କଡିର ବ୍ୟବହାର କରିବାକୁ ପଡିଥିଲା  । ବଡ ଲୁହା କଡିର ଓଜନ ପ୍ରାୟ ୬.୬ ଟନରୁ ଅଧିକ ବୋଲି  ଆୟତନରୁ ହିସାବ କରାଯାଇଛି   , ତୁଳନା ପାଇଁ ସୂଚନାଯୋଗ୍ୟ ଯେ ଦିଲ୍ଲୀର କୁତବ ମିନାର ପରିସରରେ ଥିବା ଲୌହ ଅଶୋକ ସ୍ତମ୍ଭର ଓଜନ ୬ ଟନରୁ ଊଣା   । ଏହି ବିଶାଳ ଲୌହ କଡିରେ ଥିବା ପଦାର୍ଥମାନଙ୍କର ବିଶ୍ଳେଷଣ ତଥା ଏହାର ଉତ୍ପାଦନ ପ୍ରକ୍ରିୟା ଏବଂ ଏହାର ଗୁଣାତ୍ମକ ମାନ ବିଷୟରେ କିଛି ଆଲୋଚନା ଏଠାରେ ପ୍ରାସଙ୍ଗିକ ହେବ  ।

ଟାଟା ଷ୍ଟିଲ କମ୍ପାନୀର ଶ୍ରୀ ଏମ କେ ଘୋଷ ଏହି କଡିର କିଛି ଅଂଶ ନେଇ ତାହା ପରୀକ୍ଷା କରି ଫଳାଫଳ ୧୯୩୬ ମସିହାରେ ପ୍ରକାଶ କରିଥିଲେ   । ସେଥିରୁ ଜଣାପଡେ ଯେ ଅଙ୍ଗାରକର ପରିମାଣ  ୦.୨୧ ରୁ ୦.୪୫ ଶତାଂଶ ;ସିଲିକନ ୦.୦୫ ରୁ ୦.୧୧ ଶତାଂଶ ;ଗନ୍ଧକ (ସଲଫର) ୦.୦୬ ରୁ ୦.୦୧୫ ଶତାଂଶ ;ମାଙ୍ଗାନିଜ ପ୍ରାୟ ଶୂନ୍ୟ ଏବଂ ଫସଫରସର ପରିମାଣ  ୦.୦୧୫ ରୁ ୦.୦୧୮ ଶତାଂଶ   ।  ଏହି କାର୍ଯ୍ୟରୁ ଜଣାଗଲା ଯେ କଡିର ବିଭିନ୍ନ ସ୍ଥାନର ରାସାଯନିକ ବିଶ୍ଳେଷଣରେ ପାର୍ଥକ୍ୟ ଅଛି  ।  ଏହି କାର୍ଯ୍ୟରୁ ଜଣାଗଲା ଯେ କଡିର ବିଭିନ୍ନ ସ୍ଥାନର ରାସାୟନିକ ବିଶ୍ଳେଷଣରେ ପାର୍ଥକ୍ୟ ଅଛି  ।  ଏହି ଖଣିଜ ପଦାର୍ଥର ବିବିଧତା ମଧ୍ୟ ଦର୍ଶାଉଅଛି  । ଦିଲ୍ଲୀର ଅଶୋକ ସ୍ତମ୍ଭରେ ଫସଫରସର ପରିମାଣ ପ୍ରାୟ ୦.୨ ଶତାଂଶ ଥିବା ବେଳେ,  କୋଣାର୍କରେ ତାହା ଏକ ଦଶମାଂଶ ପ୍ରାୟ  ।  ସେହି କାରଣରୁ ଏଠାରେ କଳଙ୍କିରୋଧକ ଶକ୍ତି ଅପେକ୍ଷାକୃତ କମ  ।   ତା ଛଡା ସାମୁଦ୍ରିକ ଜଳବାୟୁରେ ମଧ୍ୟ ଏହି କଡି ୮୦୦ ବର୍ଷରେ କିଛି ମାତ୍ରାରେ କଳଙ୍କିଯୁକ୍ତ ହୋଇଅଛି   । ୧୯୬୮ ମସିହାରେ ଡଃ ଜୟନ୍ତ ମୁଖାର୍ଜୀ ଏବଂ ଅନ୍ୟମାନେ ଜାତୀୟ ଧାତୁ ଗବେଷଣାଗାର ଜାମସେଦପୁରରେ କିଛି କଳଙ୍କିର ବିଶ୍ଳେଷଣ କରାଇଥିଲେ ଏବଂ ସେଥିରେ ଥିବା ବିଭିନ୍ନ ଅକସାଇଡ ଥିବା ଦର୍ଶାଇଥିଲେ   ।  ୧୯୧୨ ମସିହାରେ ମନମୋହନ ଗାଙ୍ଗୁଲି ଲୁହା କଡିର ଓଜନ ବହନ କରିବାର ଶକ୍ତି ମାପ କରିବା ପାଇଁ ଭୁବନେଶ୍ଵରର ଏକ ମନ୍ଦିରରୁ ଛୋଟ ଅଂଶ ସଂଗ୍ରହ କରିଥିଲେ ଏବଂ ବେଙ୍ଗଲ ଇଞ୍ଜିନିୟରିଂ କଲେଜରେ ତାହା ପରୀକ୍ଷା କରାଇଥିଲେ   । ଏଥିରୁ ଏହାର ଶକ୍ତି ପ୍ରାୟ  ୨୦ ଟନ ପ୍ରତି ବର୍ଗ ଇଞ୍ଚ (ପ୍ରାୟ ୩୦୦ ମେଗା ପାସ୍କାଲ) ବୋଲି ଜଗାଗଲା   । କୋଣାର୍କରେ ଥିବା ଲୁହା କଡି ଏହାଠାରୁ ଉନ୍ନତ ମାନର ବୋଲି ଜଣାଯାଏ   ।  ଏହି ମାପ ଅର୍ଥାତ ୨୦ ଟନ ପ୍ରତି ବର୍ଗଇଞ୍ଚ ବା  ୩୦୦ ମେଗାପାସ୍କାଲ ) ବର୍ତ୍ତମାନର ସାଧାରଣ ଲୁହାର ଶକ୍ତିଠାରୁ ସାମାନ୍ୟ ଅଧିକ   ।

କୋଣାର୍କରେ ବ୍ୟବହୃତ ଲୁହା ଉତ୍ପାଦନର ପ୍ରଣାଳୀ ସେହି ସମୟରେ ଭାରତବର୍ଷର ଅନ୍ୟତ୍ର ତିଆରି ହେଉଥିବା ପଦ୍ଧତିଠାରୁ ବିଶେଷ ଅଲଗା ନୁହେଁ ବୋଲି ଜଣାପଡେ   ।  ଅର୍ଥାତ ପୂର୍ବରୁ ଜେଭଳି କୁହାଯାଇଛି , ଲୌହ ବହନକାରୀ ଖଣିଜ ଏବଂ  (ଜାଳେଣୀ କାଠରୁ ପ୍ରସ୍ତୁତ) କାଠକୋଇଲା ଏକାଠି କରି ଏକ ପାତ୍ରରେ ରଖି ତାହାକୁ ଭାଟି ମଧ୍ୟରେ ରଖି ଉତ୍ତାପ ଦେଲେ କ୍ରମଶଃ ବିଶୁଦ୍ଧ ଲୁହା ରାସାୟନିକ ପ୍ରକ୍ରିୟା ଫଳରେ ତିଆରି ହୁଏ ଏବଂ ତାହା କଠିନ ଅବସ୍ଥାରେ ଥାଏ   । ଅନ୍ୟ ପକ୍ଷରେ ଖଣିଜ ପଦାର୍ଥରେ ଥିବା ମଳବସ୍ତୁର ଏକ ମିଶ୍ରଣ ସୃଷ୍ଟି ହୋଇଥାଆନ୍ତି   ।  ତାହାକୁ ଭାରକୁ ଆଣି ହାତୁଡି ସାହାଯ୍ୟରେ ପ୍ରହାର କାଲେ , ତରଳ ବସ୍ତୁଗୁଡିକ ବାହାରକୁ ନିଷ୍କାସିତ ହୋଇଯାଆନ୍ତି  ଏବଂ ଶୁଦ୍ଧ କଠିନ ଲୁହା ପୃଥକ ହୋଇ ରାହିଯାଏ     ।  ଏହାକୁ ହାତୁଡି – ପ୍ରହାର ଦ୍ଵାରା ବିଭିନ୍ନ ଆକୃତି ଦିଆଯାଇଥାଏ   , ସୂଚନା ଯୋଗ୍ୟ ଯେ ମଳପଦାର୍ଥ ସଂପୂର୍ଣ୍ଣ ଭାବରେ ନିଷ୍କାସିତ ହୋଇପାରେ ନାହିଁ   ।  କିଛି କିଛି ଅଂଶରେ ବଳକା ମଳ ଲୁହା ସହିତ ମିଶି ରହିଯାଇଥାଏ  ।  ତେଣୁ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଲୁହାକୁ ନିରୀକ୍ଷଣ କାଲେ ଏଥିରେ ରାହିଜାଇଥିବା ଏହି ମଳଅଂଶ ଦେଖିହୁଏ   ।  (ଆଜିକାଲୀର ପଦ୍ଧତିରେ ଲୁହା ତରଳ ହେଲା ପରେ ଏହାକୁ ପୃଥକ କରାଯାଉଥିବାରୁ ଏଥିରେ ମଳ ପଦାର୍ଥ ମୋଟେ ନ ଥାଏ  ) । କୋଣାର୍କ ଲୁହାରେ ମଧ୍ୟ ସାମାନ୍ୟ ମଳ ଅଂଶ ଦେଖିବାକୁ ମିଳିଥାଏ   । ଏଥିରୁ ଜଣାପଡେ ଯେ ଲୁହା ଉତ୍ପାଦନ ଓଡିଶାରେ ମଧ୍ୟ “ ବ୍ଲୁମେରି” ପଦ୍ଧତିରେ ହେଉଥିଲା   ।

ଦିଲ୍ଲୀର ଅଶୋକ ସ୍ତମ୍ଭର (ଏବଂ  ଅନୁରୂପ ସ୍ତମ୍ଭମାନଙ୍କର) ଗଠନ ପ୍ରଣାଳୀ ପରୀକ୍ଷା କରାଗଲା ପରେ ଜଣାପଡିଛି ଯେ ଏହା ସ୍ତର ସ୍ତର ହୋଇ ଗଢାହୋଇଛି  ।  ଅର୍ଥାତ    ପୂର୍ବ ପଂକ୍ତିରେ ଯାହା ବର୍ଣ୍ଣିତ ହେଲା , ସେହି ପଦ୍ଧତିର ପୁନରାବୃତ୍ତି କରାଯାଇ ସ୍ତମ୍ଭଟିର ସଂପୂର୍ଣ୍ଣ କରାଯାଇଛି  ;ମାତ୍ର କୋଣାର୍କର ଲୌହ କଡି ତିଆରି କରିବା ଲାଗି ସେକାଳର ଧାତୁବିତମାନେ ଏକ ଭିନ୍ନ ପଦ୍ଧତିର ଆଶ୍ରୟ ନେଇଥିଲେ – ତାହା ହିଁ ଏହାର ବିଶେଷତ୍ଵ   ।  ଏହାକୁ ପ୍ରାଞ୍ଜଳ ଭାବରେ ଐତିହାସିକ ପଣ୍ଡିତ କୃପାସିନ୍ଧୁ ତାଙ୍କର “ କୋଣାର୍କ “ ପୁସ୍ତକରେ ନିମ୍ନମତେ ବର୍ଣ୍ଣନା କରିଛନ୍ତି , ଯାହା ଆର୍ଣ୍ଣଟଙ୍କର ପୁରୀ ଜିଲ୍ଲା ଗେଜେଟରୁ ଉଦ୍ଧୃତ   ।

“ ପ୍ରଥମରେ ଏକ ବା ଦେଢପୁଟ ଲାମ୍ବା ଓ ଦୁଇ ତିନି ଇଞ୍ଚ ଚଉଡାରେ ଲୁହା ଗଜମାନ ତିଆରି କରାଯାଉଥିଲା   ।  ତତ୍ପରେ କେତେଗୁଡିଏ ଗଜ ପରସ୍ପର ସହିତ ଏକତ୍ର  କରାଇ କଡି ଯେତେ ଲମ୍ବ ଓ ମୋଟ ହେବା ଦରକାର , ସେ ପର୍ଯ୍ୟନ୍ତ ଖଞ୍ଜାଇ ରଖାଦେଉଥିଲା  । ସେ ସମସ୍ତ ଉପରେ ତରଳ ଲୁହା ଧଳା ଦେଉଥିଲା   । ତାହାଦ୍ଵାରା ଗଡ ଗୁଡିକ ମଧ୍ୟରେ ଖଞ୍ଜାଇ ଫାଙ୍କମାନ ପୂର୍ଣ୍ଣ  ହୋଇଯାଉଥିଲା ଏବଂ ଗଜ ଗୁଡିକ ପରସ୍ପର ସହିତ ଜଡିତ ହୋଇଥିବାରୁ କଡି  ସୁଦୃଢ ହେଉଥିଲା  । “

ବର୍ତ୍ତମାନ ଉପରୋକଟ ବର୍ଣ୍ଣନାର ଆଲୋଚନା ଆବଶ୍ୟକ   ।  ଯେଉଁ ସାନ ସାନ ଗଜମାନଙ୍କ କଥା କୁହାଗଲା ତାହା ସହଜରେ ପ୍ରାନ୍ତ ଭାଗରୁ କଡିମାନଙ୍କୁ ଅନୁଧ୍ୟାନ କଲେ ବାରିହୁଏ   ।  କିନ୍ତୁ ପଣ୍ଡିତ କୃପାସିନ୍ଧୁଙ୍କର ଉପରୋକ୍ତ ପଂକ୍ତିରେ ଥିବା ତରଳ ଲୁହା କଥାଟିକୁ ସମର୍ଥନ କରିହେବ ନାହିଁ   ।  ପ୍ରଥମତଃ ଆଗରୁ ପ୍ରମାଣିତ ହୋଇଛି ଯେ ତ୍ରୟୋଦଶ ଶତାଦ୍ଦୀ ସମୟରେ “ ତରଳ “ ଲୁହା ଉତ୍ପାଦନ କ୍ଷମତା ଭାରତ ବର୍ଷରେ ତଥା ଓଡିଶାରେ ନଥିଲା  ।  ଦ୍ଵିତୀୟତଃ କେବଳ ତରଳ ଲୁହା ବ୍ୟବହୃତ ହୋଇଥିଲେ ଖଞ୍ଜା ହୋଇଥିବା ଗଜମାନଙ୍କ ମଧ୍ୟରେ ଏତେ ଫାଙ୍କ ନଥାନ୍ତା , ଯାହା ସହଜରେ ଦେଖିହେଉଛି  ,  । ତୃତୀୟତଃ ତରଳ ଲୁହା ଢାଳି ଗଜମାନଙ୍କୁ ଯୋଡିଥିଲେ କଡିର ଉପରସ୍ତରକୁ ହାତୁଡିରେ ପ୍ରକାର କରିବା ଅତ୍ୟନ୍ତ ଜରୁରୀ ହୋଇନଥାନ୍ତା କିନ୍ତୁ କଡିମାନଙ୍କ ପୃଷ୍ଠସ୍ତରକୁ ନିରୀକ୍ଷଣ କାଲେ ହାତୁଡିପିଟା ଦାଗ ସ୍ପଷ୍ଟ ଦେଖିବାକୁ ମିଳେ   ।  ତେଣୁ ସଂକ୍ଷିପ୍ତରେ କହିଲେ  , ଗୁଡିଏ ପିଟାଲୁହା ଗଜମାନଙ୍କୁ ଏକାଠି କରି ତା ଉପରେ ତତଲା ବ୍ଲୁମେରି ଲୁହା  ( ଯେଉଁଥିରେ ଶୁଦ୍ଧ ଲୁହା କଠିନ ବସ୍ତୁ ଭାବରେ ଓ ତରଳ ମଳ ବସ୍ତୁ ଥାଏ ) ଢାଳି , ହାତୁଡି ପିଟା ହୋଇ ଏହି ବଡ ବଡ ଲୁହାକଡି ତିଆକରି ହୋଇଥିଲେ   । ମେସିନ ନ ଥିବାରୁ ହାତରେ ପିଟା ହେଉଥିବା ହାତୁଡିରେ ଅତ୍ୟନ୍ତ ଉଚ୍ଚମାନର ଚାପ ପ୍ରୟୋଗର କ୍ଷମତା ମିଳୁ ନ ଥିଲା  । ତେଣୁ କଡିର ମଧ୍ୟଭାଗରେ ଠାଏ ଥାଏ  ( ଗଜ ମାନଙ୍କ ମଧ୍ୟରେ) ଅଯୋଡା ଅଂଶ ଦେଖିବାକୁ ମିଳେ   ।

ବଡକଥା ହେଲା ଯେଉଁ ପଦ୍ଧତିରେ କୋଣାର୍କର କଡି ତିଆରି ହେଉଥିଲା, ସେଥିରେ ଗୋଟିଏ କଡି ମଧ୍ୟରେ ଅନେକ ଗୁଡିଏ ଛୋଟ ଛୋଟ ଗଜର ବ୍ୟବହାର କରଯାଇଥିଲା   । ଏପରି ଗଠନକୁ ସଂମିଶ୍ରତ ଗଠନ ବୋଲି କୁହାଯାଇଥାଏ   ।  ଏହାର ବିଶେଷତଃ ହେଉଛି ଯେ କାର୍ଯ୍ୟରେ ବ୍ୟବହୃତ ହେବା ସମୟରେ ଏପରି ସଂମିଶ୍ରତ ଗଠନର କଡିରେ ଯଦି କୌଣସି ସ୍ଥାନରେ ଅଧିକ ଚାପ ଯୋଗୁଁ ଫାଟର ସୃଷ୍ଟି ହୁଏ  ,  ଏହି ଫାଟ କିଛି ଦୂର ଅଗ୍ରସର ହୋଇ ଆଉ ଏକ ପାର୍ଶ୍ଵବର୍ତ୍ତୀ ଗଜ ପାଖ ଏ ପହଞ୍ଚିଗଲେ ଅଟକି ଯାଇଠାଏ  । ଅର୍ଥାତ ଏଭଳି କଡି ଯେ କେବଳ ବିଶାଳ ଓଜନ ବହନ କରିବାର ସକ୍ଷମ ଥିଲା ତା ନୁହେଁ  , ଏହାର ବିଶେଷ ଗଠନ ପାଇଁ ଏହା ମଧ୍ୟରେ ଫାଟ ଅଗ୍ରସରତା ରୋଧକ ଶକ୍ତି ମଧ୍ୟ ନିହିତ ଥିଲା  ।  ଏହା ଛଡା ଏହି କଡିଗୁଡିକ ବ୍ୟବହାର କ୍ଷେତ୍ର ଅନୁସାରେ ଅନେକ ସମୟରେ ମଧ୍ୟଭାଗରେ ପ୍ରାନ୍ତ ଅପେକ୍ଷା ଏକ , ଦୁଇ ଇଞ୍ଚ ଅଧିକ ମୋଟ ହେବା ଫଳରେ ଅପରିବର୍ତ୍ତିତ କଡିଠାରୁ ଅଧିକ ଓଜନ ବହନ କ୍ଷମତା ମଧ୍ୟ ଅଧିକାରୀ ଥିଲେ   ।

ମନ୍ଦିର ଲାଗି ଲୁହା ଉତ୍ପାଦନ ଏବଂ ଲୁହା କଡି ତିଆରି କରିବା ସ୍ଥାନ

ଓଡିଶାର ଅନେକ ସ୍ଥାନରେ ଅତୀତ କାଳରେ ଲୁହା ଉତ୍ପାଦନ ହେଉଥିଲା ବୋଲି ବିଭିନ୍ନ ବିବରଣୀରୁ ଜଣାପଡେ   । ଯଥା ତାଳଚେର ଆଞ୍ଚଲ  (ଯେଉଁଠାରେ ପଥର କୋଇଲାର ଖଣି ଏବେ କାର୍ଯ୍ୟକରି  ) , ଢେଙ୍କାନାଳର ରଙ୍ଗସ୍ଥଳୀ ଇତ୍ୟାଦି   ।  ମୋଟ ଉପରେ , ଜଙ୍ଗଲ ପାଖାପାଖି ଆଞ୍ଚଲରେ କାଠ କୋଇଲା ପାଇଁ ଏବଂ ଲୁହା ଖଣିଜର ପାଖାପାଖି ଲୁହା ତିଆରି ହେବାର ସମ୍ଭାବନା ଉପରେ ଜେନ ଗୁରୁତ୍ଵ ଦେବା ସ୍ଵାଭାବିକ  ।  ମାତ୍ର ପଣ୍ଡିତ କୃପାସିନ୍ଧୁଙ୍କ ମତରେ କୋଣାର୍କ ମନ୍ଦିର ନିକଟବର୍ତ୍ତୀ ଆଞ୍ଚଲରେ ହିଁ ଲୁହା ଉତ୍ପାଦିତ ହୋଇ ସେହିଠାରେ ହିଁ କଡି ତିଆରି ହେଉଥିଲା  । ଯଦି ଜେନ ନକ୍ସା ଅନୁସାରେ ଗଢିଉଠିଥିବା କୋଣାର୍କ ମନ୍ଦିର କଥା ଏବଂ ସେଥିରେ ପ୍ରୟୋଜନ ପଡୁଥିବା ଲୁହା କଡି କଥା ଚିନ୍ତା କରିବ , ତେବେ ସ୍ଵତଃ ଏହି ସିଦ୍ଧାନ୍ତରେ ହିଁ ଉପନିୟତ ହେବ ଯେ ପଣ୍ଡିତ କୃପାସିନ୍ଧୁଙ୍କ ବିଶ୍ଳେଷଣ ହିଁ ଅଧିକ ବିଶ୍ଵାସଯୋଗ୍ୟ  । କାରଣ କାରିଗରର ଯୋଜନା ଅନୁସାରେ ହିଁ କଡିର ଆକାର ଗଠନ କରାଯାଉଥିଲା   ।  ଦ୍ଵିତୀୟତରେ ବିଶାଳ କଡି ସବୁ ଦୂରରୁ ଆଣିବା ଅପେକ୍ଷା ଲୌହ – ଖଣିଜକୁ ଅନ୍ୟ ଜାଗାରୁ ସଂଗ୍ରହ କରି , ନିକଟବର୍ତ୍ତୀ ଜଙ୍ଗଲରୁ କାଠ କୋଇଲା  ( ଜଙ୍ଗଲ କଥା ପୋଡାଯାଇ ସେଥିରୁ ପ୍ରସ୍ତୁତ) ତିଆରି କରି ଲୁହା ଉତ୍ପାଦନ  କରିବା ଏବଂ କଡି ତିଆରି କରିବା ଅପେକ୍ଷା କୃତ ସହଜ ଏବଂ ବୁଦ୍ଧିମାନର କାର୍ଯ୍ୟ ;କିନ୍ତୁ କୋଣାର୍କ ନିକଟବର୍ତ୍ତୀ ଲୁହା ଉତ୍ପାଦନ କାର୍ଯ୍ୟ ଏ ପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ   ।  ଏ ସମ୍ପର୍କରେ କିମ୍ବଦନ୍ତୀ ଅଛି ଏବଂ ସେଠାରେ ବସବାସ କରୁଥିବା ଲୋକମାନଙ୍କର ମଧ୍ୟରେ ଏହି ବିଶ୍ଵାସ ମଧ୍ୟ ପ୍ରଚଳିତ   ।

ଉପସଂହାର

କୋଣାର୍କ ମନ୍ଦିରରେ ବିଭିନ୍ନ ସ୍ଥାନରେ ଯେଉଁ ଲୁହାକଡି ବ୍ୟବହାର କରଯାଇଥିଲା ତାହା ଏକ ବିଶେଷ ଉପାୟ ଅବଲମ୍ବନ  କରି ତିଆରି ହେଉଥିଲା  । ପ୍ରଥମେ ଅନେକଗୁଡିଏ ଲୁହାଗଜକୁ ପାଖାପାଖି ରଖି ତା ଉପରେ କଠିନ ଶୁଦ୍ଧ ଲୁହା ଏବଂ ତରଳ ମଦର ଏକ ମିଶ୍ରଣକୁ ଢାଳି , ତାକୁ ହାତୁଡି ସାହାଯ୍ୟରେ ପ୍ରହାର କରି ସମସ୍ତ ଗଜକୁ ଏବଂ ନୂତନ କରି ଧଳା ହୋଇଥିବା ମିଶ୍ରଣକୁ ସନଯୋଜିତ କରି କଡି ତିଆରି ହେଉଥିଲା , ଯାହା ଏକ ସଂମିଶ୍ରଣ ଗଠନର ପରିଚୟ ଦିଏ   । ଏହି ଲୁହା କଡିଗୁଡିକର ଓଜନ ସହନକାରୀ କ୍ଷମତା ଏବଂ ଫାଟ ଅଗ୍ରସରତା ପ୍ରତିରୋଧକ ଶକ୍ତି , ଉଭୟ ଉଚ୍ଚମାନର ଥିଲା  ।  ତାଛଡା ଏହି ଲୁହା କଡିମାନଙ୍କର କଳଙ୍କି ପ୍ରତିରୋଧକ ଶକ୍ତି- ଉଭୟ ଉଚ୍ଚମାନର ଥିଲା   ।  ତାଛଡା ଏହି ଲୁହା କଡିମାନଙ୍କର କଳଙ୍କି ପ୍ରତିରୋଧକ ଶକ୍ତି – ଉଭୟ ଉଚ୍ଚମାନର ଥିଲା  ।  ତା ଛଡା ଏହି ଲୁହା କଡିମାନଙ୍କର କଳଙ୍କି ପ୍ରତିରୋଧକ ଶକ୍ତି ଦିଲ୍ଲୀ ଅଶୋକସ୍ତମ୍ଭ ର ସମକକ୍ଷ ନ ହେଲେ ମଧ୍ୟ , ସମୁଦ୍ରକୁଳର କ୍ଳୋରିନମିଶା ଜଳୀୟବାଷ୍ପ ଦ୍ଵାରା ହେଉଥିବା ତୀବ୍ର କଳଙ୍କିକାରଣ ପ୍ରକ୍ରିୟାକୁ ଏମାନେ ପାଖାପକ୍ଷୀ ୮୦୦ ବର୍ଷ ଧରି ପ୍ରତିରୋଧ କରିଆସୁଛନ୍ତି ଏବଂ ଆମର ଗୌରବମୟ ଅତୀତକୁ ପୁଣି ଥରେ ମନେପକେଇ ଦେଉଛନ୍ତି   ।

ଏସବୁ ସତ୍ତ୍ୱେ ଏବେ ମଧ୍ୟ ଅନେକ ଦିଗ ରହିଛି  , ଯାହାକୁ ପୁଣି ଥରେ ବୈଜ୍ଞାନିକ ଉପାୟରେ ପରୀକ୍ଷା  - ନିରୀକ୍ଷା କରିବାର ସମୟ ଆସିଛି   । ଏ ସବୁ ଭିତରେ ଅଛି ଲୁହା କଡିମାନଙ୍କର ପ୍ରକୃତ ରାସାୟନିକ ବିଶ୍ଳେଷଣ , କୋଣାର୍କ ପାଖରେ ଥିବା ଲୁହା ତିଆରି ସ୍ଥାନମାନଙ୍କୁ ତନଖି ଦେଖିବା ଏବଂ ତାହା ଜରିଆରେ ସେତେବେଳେ ଲୁହା ତିଆରି ପ୍ରକ୍ରିୟାକୁ ବିଶ୍ଳେଷଣ କରିବା ଇତ୍ୟାଦି   ।  ଏସବୁ କଲେ ମନ୍ଦିରର ଲୁହା କଡି ସମ୍ପର୍କୀୟ ସବୁ ରହସ୍ୟ ତୁଦଘାଟିତ ହୋଇପାରିବ ତା ସହିତ ଏ ଜାତିର ଗର୍ବ ଓ ଗୌରବ କୋଣାର୍କର  ସମୁଚିତ ମୂଲ୍ୟାୟନ ହୋଇପାରିବ   ।

ସଂଗୃହୀତ - ପ୍ରଫେସର ଓଁକାରନାଥ ମହାନ୍ତି



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate