অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଟାଙ୍ଗରା ଭୁଇଁରୁ ସୌରଶକ୍ତି

ଉପକ୍ରମ

କୌଣସି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ସେ ଅଞ୍ଚଳର ଶିଳ୍ପ ସମୃଦ୍ଧ ଉପରେ ନିର୍ଭର କରିଥାଏ  । ଶିଳ୍ପ ସମୃଦ୍ଧି ପାଇଁ କଞ୍ଚାମାଲର ଉପଲବ୍ଧତା, ଶିଳ୍ପ ସ୍ଥାପନ ପାଇଁ ଶକ୍ତି ଜଳ,ଗମନାଗମନ ଆଦି ଭିତ୍ତିଭୂମିର ଆବଶ୍ୟକତା ରହିଥାଏ  । ପଶ୍ଚିମ ଓଡିଶାରେ ପ୍ରାକୃତିକ ଓ ଖଣିଜ ସମ୍ପଦର ପ୍ରଚୁର୍ଯ୍ୟ ସତ୍ତ୍ୱେ ଶିଳ୍ପାଞ୍ଚଳ ପାଇଁ ଉପଯୁକ୍ତ ଭିତ୍ତିଭୂମିର ଅଭାବ ରହିଛି  । ମୁଖ୍ୟତଃ ପାରମ୍ପରିକ ବିଦ୍ୟୁତ ଶକ୍ତିର ଅଭାବ ପଶ୍ଚିମ ଓଡିଶାରେ ସୌରଶକ୍ତିର ବିନିଯୋଗ କରାଯାଇ ପାରିଲେ ଶିଳ୍ପର ବିକାଶ ସାଙ୍ଗକୁ ପଶ୍ଚିମ ଓଡିଶାର ଆର୍ଥିକ ବିକାଶ ସମ୍ଭବ ହୋଇ ପାରିବ ବୋଲି ବୈଜ୍ଞାନିକ ମାନେ ମତ ପ୍ରକାଶ କରିଛନ୍ତି  । ଆମେରିକା ମହାକାଶ ଗବେଷଣା ସଂସ୍ଥା (ନାସା)ର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି ସାଧାରଣତଃ ସୂର୍ଯ୍ୟ କିରଣରୁ ସୌରବିଦ୍ୟୁତ ଉତ୍ପାଦନ ପାଇଁ ଯେଉଁ ପରିମାଣର ସୂର୍ଯ୍ୟକିରଣ ଓ ସୌର ତାପ ଅବଶ୍ୟକ ପଶ୍ଚିମ ଓଡିଶାରେ ତାହା ଉପଲ୍ଲବ୍ଧ ବୋଲି ଏହି ରିପୋର୍ଟ ଦର୍ଶାଯାଇଛି  । ପଶ୍ଚିମ ଓଡିଶାରେ ଖାଲି ପଡିଥିବା ଟାଙ୍ଗରା ଜମିର ମାତ୍ର ୧୦ % ଜମିରେ ସୌର ପ୍ୟାନେଲ ସ୍ଥାପନ କରାଯାଇ ୩୦୪୮୫ ମେଗାୱାଟ , ସୌର ବିଦ୍ୟୁତ ଉତ୍ପାଦନ କରାଯାଇ ପାରିବ ବୋଲି ଆକଳନ କରଯାଇଛି  ।

ଆମେରିକା ନାସା ରିପୋର୍ଟ ଅନୁସାରେ , ପଶ୍ଚିମ ଓଡିଶାର ୧୦ ଟି ଜିଲ୍ଲାରେ ହାରାହାରି ୪.୯ କିଲୋ ୱାଟ ଆୱାର ସୌର ବିଦ୍ୟୁତ ଉପଲ୍ଲବ୍ଧ ହୋଇପାରିବ  । ସେହିପରି ଓଡିଶା ସ୍ପେସ ଏପ୍ଳ୍ନିକେସନ ସେଣ୍ଟର ଠାରୁ ସଙ୍କୁଳିତ ତଥ୍ୟ ଅନୁସାରେ ସଂପ୍ରତି ପଶ୍ଚିମ ଓଡିଶାର ଦଶଟି ଜିଲ୍ଲାରେ ୧୪୯୧୧୮୫ ଏକର ଟାଙ୍ଗରା ଜମି ଉପଲ୍ଲବ୍ଧ ରହିଛି  । ଏହି ବଞ୍ଜର ଜମିର ଏକଦଶମାଂଶ ଅର୍ଥାତ ୧୪୯୧୧୮ ଏକର ଜମିରେ ସୌରଯନ୍ତ୍ର ସ୍ଥାପନ କରାଗଲେ ତହିଁରୁ ୩୦୪୮୫ ମେଗାୱାଟ ସୌରବିଦ୍ୟୁତ ଉତ୍ପାଦନ ହୋଇ ପାରିବ । ସମ୍ପ୍ରତି ରାଜ୍ୟରେ ୪୭୪୪୩୨୨ ଏକର ଟାଙ୍ଗରା ଜମି ଉପଲ୍ଲବ୍ଧ ରହିଛି । ଏହାର ଦଶମାଂଶ ଅର୍ଥାତ ୪୭୪୪୩୨ ଏକର ଜମିରେ ସୌର ଯନ୍ତ୍ର ସ୍ଥାପନ କରାଯାଇ ପାରିଲେ ରାଜ୍ୟରେ ୯୪୮୮୬ ମେଗାୱାଟ ବିଦ୍ୟୁତ ଉତ୍ପାଦିତ ହୋଇ ପାରିବ   ।

ରୁଫ ଟପ ଫଟୋଭୋଲଟିକ ପାୱାର ପ୍ଳାଣ୍ଟ

ସାଧାରଣତଃ ହାଇଡ୍ରା ଇଲେକ୍ଟ୍ରି ଓ ଥର୍ମାଲ ପାୱାର ପ୍ଳାଣ୍ଟ ସ୍ଥାପନ ଦ୍ଵାରା ପରିବେଶ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି  ।  ଅପରନ୍ତୁ ସୋଲାର ପାୱାର ପ୍ଳାଣ୍ଟ ଦ୍ଵାରା ପରିବେଶ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡୁନାହିଁ   । ଏଣୁ ରାଜ୍ୟ ତଥା ଦେଶର ଅଧିକରୁ ଅଧିକ ସୋଲାର ପାୱାର ପ୍ଳାଣ୍ଟ ସ୍ଥାପନ ଅବଶ୍ୟକତା ରହିଛି  । ସୋଲାର ରେଡିଏସନ ମ୍ୟାପ ଅନୁଯାୟୀ ପଶ୍ଚିମ ଓଡିଶାରେ ବାର୍ଷିକ ଆଉନ୍ନୀ ୩୦୦ ଦିନ ସୂର୍ଯ୍ୟଲୋକ ମିଳିପାରୁଥିବାରୁ ସୋଲାର ଫଟୋ ଭୋଲଟିକ ଓ ସୋଲାର ଥର୍ମାଲ ବ୍ୟବସ୍ଥା ଦ୍ଵାରା ୨୦୦୦ ରୁ ୮୦୦୦ ମେଗାୱାଟ ସୌର ଶକ୍ତି ଉତ୍ପାଦିତ ହୋଇପାରିବ  । ଦେଶରେ ବିଦ୍ୟୁତ ଶକ୍ତି ଉତ୍ପାଦନ ବୃଦ୍ଧି କରିବାରୁ ଜାତୀୟ ସୌର ମିଶନର ଗଠନ କରାଯାଇଛି  । ଓଡିଶାରେ ମଧ୍ୟ ସୋର ଶକ୍ତି ବୃଦ୍ଧି ପାଇଁ ୨୦୧୩ ରେ ପୂର୍ବ ପ୍ରଚଳିତ ନନ କନଭେସନାଲ ଏଜେନ୍ସି ପଲିଶି ପରିବର୍ତ୍ତେ  “ଓଡିଶା ସୋଲାର ପଲିଶି -୨୦୧୩ ପ୍ରଚାଳନ କରଯାଇଛି  । ଆକଳନ ଅନୁଯାୟୀ ଓଡିଶାରେ ୫୩,୮୨୦ ମେଗାୱାଟ ଅକ୍ଷୟ ଶକ୍ତିର ସମ୍ଭାବନା ରହିଛି । ସୋଲାର ପ୍ଳାଣ୍ଟ ଓ ସୋଲାର ପାୱାର ଗ୍ରୀଟ ସ୍ଥାପନ ନିମନ୍ତେ ସରକାର ମଧ୍ୟ ପ୍ରୋତ୍ସାହନ ଦେଇ ଆସୁଛନ୍ତି । ଏହା ସହିତ ଯେଉଁ ମାନେ ବ୍ୟକ୍ତିଗତ ସ୍ତରରେ ସୋଲାର ପ୍ଳାଣ୍ଟ ସ୍ଥାପନ କରିବେ ସେମାନଙ୍କ ଠାରୁ ଏସଟିପି ଏବଂ ଓଇଆରସି ମାଧ୍ୟମରେ ଓଡିଶା ସରକାର ସୌରବିଦ୍ୟୁତ ଶକ୍ତି କ୍ରୟ କରିବେ ବୋଲି ଘୋଷଣା ମଧ୍ୟ କାରୀ ସାରିଛନ୍ତି   । ତେବେ ପୂର୍ବ ଓଡିଶା ତୁଳନାରେ ପଶ୍ଚିମ ଓଡିଶାରେ ଅଧିକ ଗ୍ରୀଷ୍ମତାପ ଅନୁଭୂତ ହେଉଥିବାରୁ ପଶ୍ଚିମ ଓଡିଶା ରେ ସୌର ବିଦ୍ୟୁତ ଶକ୍ତି ଉତ୍ପାଦନ ବ୍ୟାପକ ସମ୍ଭାବନା ରହିଛି  ।  ଏଣୁ ପଶ୍ଚିମ ଓଡିଶାରେ ଜଣସାଧାରଣ ଓ ଘରୋଇ ପ୍ରତିଷ୍ଠାନଗୁଡିକ ଘର ଛାତ ଉପରେ  ‘ରୁଫ ଟପ ଫଟୋଭୋଲଟିକ ପାୱାର ପ୍ଳାଣ୍ଟ ‘’ ସ୍ଥାପନ କାରୀ କରିବେ ।

ଏଣୁ ପଶ୍ଚିମ ଓଡିଶାରେ ରାଜ୍ୟ ସରକାର ପିପିପି ମୋଡରେ ଅଧିକରୁ ଅଧିକ ପରିମାଣର ସୌର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ ଉଦ୍ୟମ ହେବା ଅବଶ୍ୟକ  । ଏଥି ସକାଶେ ରାଜ୍ୟ ବଜେଟରେ ମଧ୍ୟ ଏହାର ବ୍ୟବସ୍ଥା କରିବାକୁ ପଶ୍ଚିମ ଓଡିଶାର ସାଂସଦ ଓ ବିଧାୟକମାନେ ସ୍ଵର ଉତ୍ତୋଳନ କରିବାର ଅବଶ୍ୟକତା ରହିଛି  ।


ଆଧାର : ସମାଜ ଖବର କାଗଜ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate