অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନଦୀରେ ହେବ ଭାସମାନ ସୌର ପ୍ରକଳ୍ପ

ସୋଲାର ପ୍ଲାଣ୍ଟ୍ ନିର୍ମାଣ

ଜମି ଉପରେ, ଘର ଓ ଅଫିସ୍ ଛାତ ଉପରେ ସୋଲାର ପ୍ଲାଣ୍ଟ୍ । ବହୁତ ଶୀଘ୍ର  ଦେଶର ପ୍ରମୁଖ ନଦୀ ଓ ପୋଖରୀଗୁଡ଼ିକରେ  ଭାସମାନ ସୋଲାର ପ୍ଲାଣ୍ଟ୍ ନିର୍ମାଣ କରାଯିବ ।

ଦେଶ ଭିତରେ ଏଭଳି ସୋଲାର ପ୍ଲାଣ୍ଟ୍ ନିର୍ମାଣ କରିବାର କଣ ସବୁ ସମ୍ଭାବନା ରହିଛି ତାହାକୁ ଖୋଜି ବାହାର କରିବା ପାଇଁ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସର୍ଭେ କରାଯାଉଛି ।

ମହାରାଷ୍ଟ୍ର ଓ କେରଳରେ ଏଭଳି ଭାସମାନ ସୋଲାର ପ୍ଳାଣ୍ଟ ନିର୍ମାଣ କରିବା ପାଇଁ ଜର୍ମାନୀର କେଏଫଡବ୍ଲ୍ୟୁ ଡେଭେଲପ୍ମେଣ୍ଟ୍ ବ୍ୟାଙ୍କ ସହ ସରକାର ବୁଝାମଣା ସ୍ଵାକ୍ଷର କରିଛନ୍ତି ।

କେଏଫଡବ୍ଲ୍ୟୁ ରୁ  ପାଣ୍ଠି

କେଏଫଡବ୍ଲ୍ୟୁ ସହ ୩୦୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବା ପାଇଁ ବୁଝାମଣା ହୋଇଛି ।  ସେହି ପାଣ୍ଠିକୁ ନେଇ ଯେଉଁ ଭାସମାନ ସୋଲାର ପ୍ଲାଣ୍ଟ୍ ନିର୍ମାଣ କରାଯିବ ତାହା ଅନ୍ୟମାନଙ୍କ ପାଇଁ ପ୍ରଯୁକ୍ତି ଓ ବ୍ୟବସ୍ଥା ଦୃଷ୍ଟିରୁ ଉଦାହରଣ ଭାବେ କାର୍ଯ୍ୟ କରିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୪୦ ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ଏଭଳି ଭାସମାନ ସୋଲାର ପ୍ଲାଣ୍ଟ୍ ରୁ ଉତ୍ପାଦନ କରିବାକୁ ପ୍ରୟାସ କରାଯିବ । ରିନୁଏବଲ୍ ଏନର୍ଜି  କଲେଜର ଚେୟାରମ୍ୟାନ୍ କହିଛନ୍ତି ଯେ, ଏଭଳି ଭାସମାନ ସୌର ପ୍ଲାଣ୍ଟ୍ ଜରିଆରେ ଦେଶରେ ୩.୧ ଲକ୍ଷ ମେଗାୱାଟ୍ ର ସବୁଜ ଶକ୍ତି ଉତ୍ପାଦନ ହେବା ଭଳି ସୁଯୋଗ ରହିଛି ।

ଦେଶରେ ଥିବା ଜଳଭଣ୍ଡାର ଗୁଡ଼ିକରେ ୧୦ ପ୍ରତିଶତ ଉପଯୋଗ କରି ଏଭଳି ପ୍ଲାଣ୍ଟ୍ ନିର୍ମାଣ କରାଯାଇପାରିବ । ନିକଟରେ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ସେହି ବୈଠକରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସୋଲାର ଏନର୍ଜି ଓ ରିନ୍ୟୁଏବଲ୍ ଏନର୍ଜି କଲେଜରୁ ମିଳିତ ଭାବେ ସର୍ବେକ୍ଷଣ କରିବାର ଦାୟିତ୍ଵ ପ୍ରଦାନ କରଯାଇଥିଲା  । ନ୍ୟାସନାଲ୍ ରିମୋଟ୍ ସେନ୍ସିଂ ସେଣ୍ଟର୍ର ସହାୟତା ମଧ୍ୟ ଏଥିପାଇଁ ନିଆଯିବ ।

ବିଦ୍ୟୁତ୍ ଶକ୍ତି  ଉତ୍ପାଦନ

ଜମିଉପରେ ନିର୍ମାଣ କରାଯାଉଥିବା ସୋଲାର ପ୍ଲାଣ୍ଟ୍ ତୁଳନାରେ ପାଣି ଉପରେ  ଭାସମାନ ସୋଲାର ପ୍ଲାଣ୍ଟ୍ ର ପ୍ରଦର୍ଶନ ଅଧିକ ରହିବ  ବୋଲି ଅନୁମାନ କରାଯାଉଛି । ଏକ ମେଗାୱାର୍ ଭାସମାନ ସୋଲାର ପ୍ଲାଣ୍ଟ୍ ରୁ ୧୭ ଲକ୍ଷ ୟୁନିଟ୍ ବିଦ୍ୟୁତ୍ ଶକ୍ତି  ଉତ୍ପାଦନ କରାଯାଇପାରିବ । ସମାନ ପରିମାଣର ଜମି ଉପରେ ଥିବା ସୋଲାର ପ୍ଲାଣ୍ଟ୍ ରୁ ୧୬ ଲକ୍ଷ ୟୁନିଟ୍ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହେବ ।


ଆଧାର :ଦୈନିକ ସମ୍ବାଦ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate