ହୋମ / ଶକ୍ତି / ଶ୍ରେଷ୍ଠ ପ୍ରଚଳନ / ପଦାର୍ଥ ବିଜ୍ଞାନର ପରିଚୟ
ସେଆର କରନ୍ତୁ

ପଦାର୍ଥ ବିଜ୍ଞାନର ପରିଚୟ

ପଦାର୍ଥ ବିଜ୍ଞାନର ପରିଚୟ ବିଷୟରେ ସୂଚନା ।

ବସ୍ତୁର ଗତି ଓ ଶକ୍ତି


“ବସ୍ତୁର ଗତି ଓ ଶକ୍ତି ପଛରେ ରହିଥିବା ବିଜ୍ଞାନ ହେଉଛି ପଦାର୍ଥ ବିଜ୍ଞାନର ସଂଜ୍ଞା । କିନ୍ତୁ ନିଉଟନ୍ ହେଉଛନ୍ତି ପଦାର୍ଥ ବିଜ୍ଞାନର ସୂତ୍ରଧର, ପଦାର୍ଥ ବିଜ୍ଞାନର ପିତା । କାରଣ, ସେ ପଦାର୍ଥ ବିଜ୍ଞାନର ମୂଳମନ୍ତ୍ର ଉଚ୍ଚାରଣ କରିଥିଲେ । ବିଶ୍ୱ ବ୍ରହ୍ମାଣ୍ଡରେ ଅନେକ ଘଟଣା ଘଟୁଛି। ପ୍ରତ୍ୟେକ ଘଟଣା ପଛରେ କିଛି ନା କିଛି କାରଣ ରହିଛି । ସେହି କାରଣ ସଂପର୍କରେ ବିଶେଷ ଭାବରେ ଜାଣିବା ହେଉଛି ବିଜ୍ଞାନ।”

ଆଜିକୁ ୫୫ ଲକ୍ଷ ବର୍ଷ ତଳେ ମଣିଷ ଜାତି ପୃଥିବୀ ପୃଷ୍ଠରେ ଜନ୍ମ ନେଲା । ସେବେଠାରୁ ଆମର ଗବେଷଣା ଜାରି ରହିଛି । କିନ୍ତୁ ଆଜି ଯେଉଁ ଯୁଗକୁ ‘ବିଜ୍ଞାନର ଯୁଗ’ ବୋଲି କୁହାଯାଉଛି, ବିଜ୍ଞାନ ଓ ଗବେଷଣା ଆରମ୍ଭ ଏଇ ୩୦୦ ବର୍ଷର ଗବେଷଣା ଆମକୁ ସୁଖସୁବିଧା ଦେଇଛି । ଆମର ଭାବନାକୁ ଉନ୍ନତ କରିଛି । ଆମ ହୃଦୟରେ ଆଶା ଓ ଆକାଙ୍କକ୍ଷାର ଜୁଆର ସୃଷ୍ଟି କରିଛି।

ଆଜିର ଯୁଗକୁ ବିଜ୍ଞାନର ଯୁଗ କୁହାଯିବାର ଯଥେଷ୍ଟ କାରଣ ରହିଛି । ସବୁ କାରଣକୁ ଗୋଟିଏ ବାକ୍ୟରେ କହିଲେ, ଆମ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ବିଜ୍ଞାନ ପ୍ରଭାବିତ କରିଛି । ଆମେ ବିଭିନ୍ନ ପ୍ରକାର ଆଉ ବିଭିନ୍ନ ଆକାରର ଜିନିଷପତ୍ର ଦେଖୁ । ସବୁ ଜିନିଷର ରଙ୍ଗ ସମାନ ନଥାଏ । ଅଥବା, ସମସ୍ତଙ୍କର ଆକୃତି ବି ସମାନ ନଥାଏ । ରଙ୍ଗ ଦେଖିବାରେ ହେଉ, କିମ୍ବା ବିଭିନ୍ନ ବସ୍ତର ଭିନ୍ନ ଭିନ୍ନ ଆକାର ଓ ଆକୃତି ହେଉ, ସେସବୁ ପଛରେ ରହୁଥିବା କାରଣ ବିଷୟରେ ଅନୁଶୀଳନ କଲେ, କଅଣ-କିପରି- କାହିଁକି ବୋଲି ପ୍ରଶ୍ନର ଉତ୍ତର ଖୋଜିଲେ, ସବୁଠି ବିଜ୍ଞାନର ସ୍ଵାକ୍ଷର ଦେଖିବାକୁ ମିଳେ । ପ୍ରକୃତିରେ ଘଟୁଥିବା ଘଟଣା ଗୁଡିକୁ ବୁଝିବା ପାଇଁ ଆମେ କେତେବେଳେ ପଦାର୍ଥ ବିଜ୍ଞାନର ସହାୟତା ନେଉ ପୁଣି ଆଉ କେତେବେଳେ ରସାୟନ ବିଜ୍ଞାନର ସହାୟତା ନେଉ ।

ପଦାର୍ଥ ବିଜ୍ଞାନର ଅର୍ଥ ବିଷୟରେ ଆଲୋଚନା

କେତେବେଳେ ଗଣିତ, ପୁଣି ଆଉ କେତେବେଳେ ଉଦ୍ଭିଦ ବିଜ୍ଞାନ ଅଥବା ପ୍ରାଣୀବିଜ୍ଞାନର ସହାୟତା ନେଉ । ଏଠାରେ ପଦାର୍ଥ ବିଜ୍ଞାନର ଅର୍ଥ ବିଷୟରେ ଆଲୋଚନା କରାଯାଇଛି । ପଦାର୍ଥ ବିଜ୍ଞାନ ଦ୍ଵାରା ବୁଝି ହେଉଥିବା କେତେକ ସାଧାରଣ ଘଟଣା ବିଷୟରେ ଆଲୋଚନା କରିବା ।

ସ୍ଥିର ଥିବା ବସ୍ତକୁ ଠେଲିଲେ କାହିଁକି ଚାଲେ ? ଚାଲୁଥିବା ସାଇକେଲକୁ ପଛରୁ ଟାଣିଲେ କାହିଁକି ଅଟକି ଯାଏ ? ବେଲୁନ୍‌କୁ ଜୋର୍ ଚିପିଲେ କାହିଁକି ଫାଟିଯୋଏ ? ଏସବୁ ହେଉଛି ବସ୍ତୁର କଥା ଏବଂ ବସ୍ତୁର ଗତି ଓ ଶକ୍ତିର କଥା । ବସ୍ତୁ ଏବଂ ବସ୍ତୁର ଗତି ଓ ଶକ୍ତି ପଛରେ ରହିଥିବା ବିଜ୍ଞାନ ହେଉଛି ପଦାର୍ଥ ବିଜ୍ଞାନ । ବସ୍ତୁଟି ଏମିତି କାହିଁକି ଦିଶିଲା, ବସ୍ତୁଟି କାହିଁକି ଚାଲିଲା, ଯଦି ଚାଲୁଥିଲା, ତେବେ କାହିଁକି ଅଟକିଲା, ପଦାର୍ଥ ବିଜ୍ଞାନ ପାଖରେ ଏଭଳି ଅଗଣିତ ପ୍ରଶ୍ନର ଉତ୍ତର ରହିଛି । ଆମର ଦୈନନ୍ଦିନ ଜୀବନରେ ପଦାର୍ଥ ବିଜ୍ଞାନ ସମ୍ପର୍କିତ ଅନେକ ଘଟଣା ଦେଖିବାକୁ ମିଳେ । ଆମର ଦୈନନ୍ଦିନ ଜୀବନକୁ ସରସ ଓ ସୁନ୍ଦର କରିବାରେ ପଦାର୍ଥ ବିଜ୍ଞାନର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ବିଶ୍ୱ ବ୍ରହ୍ମାଣ୍ଡରେ ଘଟୁଥିବା ଅଗଣିତ ଘଟଣା ପଛରେ ପଦାର୍ଥ ବିଜ୍ଞାନ ରହିଛି । ଗଛରୁ ଫଳ ତଳକୁ ପଡେ କାହିଁକି, ପୃଥିବୀ ଚାରିପଟେ ଜହ୍ନମାମୁ ବୁଲୁଛି କାହିଁକି, ଆକାଶ କାହିଁକି ନୀଳ ଦିଶେ, ସକାଳର ସୂର୍ଯ୍ୟ କାହିଁକି ଲାଲ, କନିଅର ଫୁଲ କାହିଁକି ହଳଦିଆ, ଇନ୍ଦ୍ରଧନୁ ଏତେ ରଙ୍ଗିନ କାହିଁକି, ପୁନେଇଁ ଜହ୍ନ ଗୋଲ କାହିଁକି, ଶଙ୍ଖ ଫୁଙ୍କିଲେ ଶବ୍ଦ ବାହାରେ କାହିଁକି, ଘଣ୍ଟା ବାଜିଲେ ଶବ୍ଦ ବାହାରେ କାହିଁକି, ପାଣିରେ ଲୁହାକଣ୍ଟା ବୁଡିଯାଏ, କିନ୍ତୁ ଜାହାଜ କେମିତି ଭାସେ, ଏ.ସି. ଲାଗିଥିବା ଦୋକାନରେ କାଚର କାନ୍ଥ କରାଯାଏ କାହିଁକି, ବିଜୁଳି ମାରିଲା ପରେ ଘଡଘଡ଼ି ଶୁଣାଯାଏ କାହିଁକି ଏମିତି ଲକ୍ଷ ଲକ୍ଷ । ପ୍ରଶ୍ନର ସରଳ ଉତର ହେଉଛି ପଦାର୍ଥ । ବିଜ୍ଞାନ ଏସବୁ ଘଟଣାକୁ ଆମେ ପଦାର୍ଥ ବିଜ୍ଞାନ ଦ୍ଵାରା ବୁଝି ପାରିବା । ପ୍ରକୃତିକୁ ବିରାଟ ଗବେଷଣାଗାର କହିଲେ, ପଦାର୍ଥ ବିଜ୍ଞାନ ହେଉଛି ପ୍ରକୃତି ଉପରେ ଗବେଷଣା ଜାରି ରଖିଥିବା ଗବେଷକ ଛାତ୍ର। ପଦାର୍ଥ ବିଜ୍ଞାନ ପ୍ରସଙ୍ଗ। ଆସିଲେ ସାର ଆଇଜାକ୍ ନିଉଟନଙ୍କ କଥା ମନେ ପଡେ । ବସ୍ତୁର ଗତି ଓ ଶକ୍ତି ପଛରେ ରହିଥିବା ବିଜ୍ଞାନ ହେଉଛି ପଦାର୍ଥ ବିଜ୍ଞାନର ସଂଜ୍ଞା । କିନ୍ତୁ ନିଉଟନ୍ ହେଉଛନ୍ତି ପଦାର୍ଥ ବିଜ୍ଞାନର ସୂତ୍ରଧର, ପଦାର୍ଥ ବିଜ୍ଞାନର ପିତା । କାରଣ, ସେ ପଦାର୍ଥ ବିଜ୍ଞାନର ମୂଳମନ୍ତ୍ର ଉଚ୍ଚାରଣ କରିଥିଲେ। ବିଶ୍ୱ ବ୍ରହ୍ମାଣ୍ଡରେ ଅନେକ ଘଟଣା ଘଟୁଛି । ପ୍ରତ୍ୟେକ ଘଟଣା ପଛରେ କିଛି ନା କିଛି କାରଣ ରହିଛି । ସେହି କାରଣ ସଂପର୍କରେ ବିଶେଷ ଭାବରେ ଜାଣିବା ହେଉଛି ବିଜ୍ଞାନ । ଗଛରୁ ତଳକୁ ଫଳ ପଡ଼ିବା ବି ସେମିତିକା ଗୋଟିଏ ଘଟଣା । ଆମ ପାଇଁ ଅତି ସାଧାରଣ ଘଟଣା । କିନ୍ତୁ ନିଉଟନଙ୍କ ପାଇଁ ଏହା ଥିଲା ଅତି ଗୁରୁତ୍ଵପୂର୍ଣ୍ଣ ଘଟଣା । ସେଓ ଗଛରୁ ସେଓ ପଡିବା ଘଟଣା ତାଙ୍କୁ ପୃଥିବୀର ମାଧ୍ୟାକର୍ଷଣ ବିଷୟରେ ଗଭୀର ଭାବରେ ଚିନ୍ତା କରିବା ପାଇଁ ପ୍ରେରଣା ଯୋଗାଇଥିଲା । ସେ ଚନ୍ଦ୍ର ଉପରେ ପୃଥିବୀର ଆକର୍ଷଣ ବିଷୟରେ ଅନେକ ତଥ୍ୟର ସନ୍ଧାନ ପାଇଲେ । ବସ୍ତୁ ଉପରେ ବଳ ପ୍ରୟୋଗ କଲେ କିପରି ତା’ର ଅବସ୍ଥାର ପରିବର୍ତ୍ତନ ହୁଏ, ସେହି ବିଷୟରେ ଅନେକ ନିୟମ ଦୁନିଆକୁ ଜଣାଇଲେ । ଏହା ହେଉଛି ପଦାର୍ଥ ବିଜ୍ଞାନର ମୂଳ ମନ୍ତ୍ର ।

ମାଧ୍ୟାକର୍ଷଣ ବଳର ଭୂମିକା

ପୃଥିବୀ ଗୋଟିଏ ଗ୍ରହ, ଚନ୍ଦ୍ର ତାହାର ଉପଗ୍ରହ । ଆମେ ଜାଣୁ ପୃଥିବୀ ଚାରିପଟେ ଚନ୍ଦ୍ର ବୁଲୁଛି । ଏଥିରେ ମାଧ୍ୟାକର୍ଷଣ ବଳର ଭୂମିକା ରହିଛି। ପୃଥିବୀ ଯେମିତି ମାଧ୍ୟାକର୍ଷଣ ବଳ ଦ୍ଵାରା ଫଳକୁ ନିଜ ଆଡକୁ ଟାଣେ, ସେମିତି ଚନ୍ଦ୍ରକୁ ମଧ୍ୟ ନିଜ ଆଡକୁ ଟାଣୁଛି । ପଦାର୍ଥ ବିଜ୍ଞାନରେ ଅନୁଶୀଳନ କଲେ, ପୃଥିବୀର ମାଧ୍ୟାକର୍ଷଣ ବଳ ନଥିଲେ । ଚନ୍ଦ୍ର ବୁଲିପାରିବ ନାହିଁ, ନିଜର କକ୍ଷପଥରୁ ଖସି ଶୂନ୍ୟକୁ ପଳେଇବ । ଆକାଶ ଆମକୁ ନୀଳ ଦେଖାଯିବାର କାରଣ ପଛରେ ରହିଛି ପଦାର୍ଥ ବିଜ୍ଞାନ । ସୂର୍ଯ୍ୟକିରଣ ଧଳା, କିନ୍ତୁ ସେଥିରେ ସାତଟି ରଙ୍ଗ ରହିଛି, ଯାହାକୁ ଆମେ କହୁ ବା- ଘ-ନୀ-ସ-ହ-ନା - ଲା । ଗବେଷଣାରୁ ଜଣାପଡ଼ିଛି ଯେ, ଆକାଶରେ ରହିଥିବା କ୍ଷୁଦ୍ର କଣିକା ଗୁଡିକ ବାଇଗଣି ଓ ନୀଳ ରଙ୍ଗର ଆଲୋକକୁ ସବୁଠାରୁ ଅଧିକ ଶୋଷିପାରନ୍ତି, ତେଣୁ କଣିକାଗୁଡିକରୁ ନୀଳ ଓ ବାଇଗଣି ରଙ୍ଗର ଆଲୋକ ବାହାରୁଥାଏ । ଆମର ଆଖି ବାଇଗଣି ତୁଳନାରେ ନୀଳ ରଙ୍ଗର ଆକୋକକୁ ଭଲ ଦେଖିପାରେ । ତେଣୁ ଆକାଶ ଆମକୁ ନୀଳ ଦେଖାଯାଏ ।

ବର୍ଷାଦିନେ ଆମେ ଆକାଶରେ ଇନ୍ଦ୍ରଧନୁ ଦେଖୁ । ସୂର୍ଯ୍ୟକିରଣରେ ଥିବା ରଙ୍ଗରୁ ଇନ୍ଦ୍ରଧନୁରେ ୭ଟି ରଙ୍ଗ ଆସୁଛି । ବର୍ଷା ପାଇଁ ବାୟୁମଣ୍ଡଳରେ ଭାସି ବୁଲୁଥିବା କ୍ଷୁଦ୍ର କ୍ଷୁଦ୍ର ଜଳକଣା ଭିତରେ ସୂର୍ଯ୍ୟକିରଣ ପଶିଲେ, ୭ଟି ରଙ୍ଗର ଆଲୋକ ୭ଟି ଅଲଗା ଅଲଗା କୋଣରେ ବଙ୍କେଇ ଯାଆନ୍ତି । ପୁଣି ଥରେ ସେଗୁଡିକ ଜଳବିନ୍ଦୁ ଭିତରେ ବଙ୍କେଇ ଯାଇ ଭୂଇଁ ଆଡକୁ ଗତି କରନ୍ତି । ସେହି ଆଲୋକ ଆମ ଆଖିରେ ପଡିଲେ ଆମେ ୭ଟି ରଙ୍ଗ ଥିବା ଇନ୍ଦ୍ରଧନୁ ଦେଖୁ । ବର୍ଷାଦିନେ ବିଜୁଳି ମାରିବାର କିଛି ସମୟ ପରେ ଘଡଘଡି ଶୁଣାଯାଏ । ଏସବୁ ପାଇଁ ଦାୟୀ ହେଉଛି ବାଦଲରେ ରହିଥିବା ଚାର୍ଜକଣିକା । ବିଜୁଳି ଓ ଘଡଘଡି ଏକ ସଙ୍ଗରେ ସୃଷ୍ଟି ହେଲେ ବି ଆଲୋକ କ୍ଷୀପ୍ର ବେଗରେ ଆମ ପାଖରେ ପହଞ୍ଚଯାଏ । ଆମେ ବିଜୁଳି ଦେଖିପାରୁ । ହେଲେ ଶବ୍ଦ ଧୀରେ ଧୀରେ ଆସି ଆମ କାନପାଖରେ ଶୁଣୁ । ଆମ ନିତିଦିନିଆ ଜୀବନରେ ଏମିତି ଅନେକ ଘଟଣାକୁ ପଦାର୍ଥ । ବିଜ୍ଞାନ ସହାୟତାରେ ବୁଝି ପାରିବା ।

ନିଉଟନ୍ ପଦାର୍ଥ ବିଜ୍ଞାନର ସୂତ୍ରଧର

ନିଉଟନ୍ ଯେମିତି ପଦାର୍ଥ ବିଜ୍ଞାନର ସୂତ୍ରଧର, ସେମିତି ଆଲବର୍ଟ ଆଇନ୍‌ଷ୍ଟାଇନ୍ ହେଉଛନ୍ତି ଆଧୁନିକ । ପଦାର୍ଥ ବିଜ୍ଞାନର ସୂତ୍ରଧର କେବଳ । ନିଉଟନଙ୍କର ଅନୁଶୀଳନ ଦ୍ଵାରା ବିଶ୍ୱବ୍ରହ୍ମାଣ୍ଡକୁ ସଂପୂର୍ଣ୍ଣ ଭାବରେ ବୁଝିବା ସମ୍ଭବ ନଥିଲା । ହୁଏତ ଆଇନ୍‌ଷ୍ଟାଇନ୍ ତାଙ୍କର ଗବେଷଣା ତଥ୍ୟକୁ ଆମ ଭିତରେ ବାଣ୍ଟି ନଥିଲେ, ଆଜି ବିଶ୍ୱବ୍ରହ୍ମାଣ୍ଡର ଗୂଢ ତଥ୍ୟକୁ ବୁଝିବା ସମ୍ଭବ ହୋଇପାରି ନଥାନ୍ତି । ତେଣୁ ଆଲବର୍ଟ ଆଇନ୍‌ଷ୍ଟାଇନ୍ ହେଉଛନ୍ତି ଆଧୁନିକ ପଦାର୍ଥ ବିଜ୍ଞାନର ପିତା । ତାଙ୍କର ଆପେକ୍ଷିକତା ତତ୍ଵ ଆଜି ପଦାର୍ଥ ବିଜ୍ଞାନକୁ ଶ୍ରେଷ୍ଠତ୍ଵର ଅଧିକାରୀ କରିପାରିଛି । ଶୂନ୍ୟରେ ଆଲୋକର ବେଗ ସବୁଠାରୁ ଅଧିକ ବୋଲି ସେ କହିଥିଲେ। ସେ ପ୍ରମାଣ କରିଥିଲେ, ତୀବ୍ରଗତିରେ ଯାଉଥିବା ବସ୍ତୁର ଲମ୍ବ କମିଯାଏ ଓ ବସ୍ତୁତ୍ଵ ବଢ଼ିଯାଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା, ମହାକାଶରେ ଗତି କରୁଥିବା ରକେଟ୍ ଭିତରେ ବସିଥିବା ମହାକାଶଚାରୀର ବୟସ ଆମ ପରି ନବଢି ଧୀରେ ଧୀରେ ବଢେ । ଏଭଳି ଚମତ୍କାର ତଥ୍ୟ କେବଳ । ଆଇନ୍‌ଷ୍ଟାଇନ୍ ଦେଇପାରିଥିଲେ, ଯାହାକୁ । ନେଇ ଆଜି ଆମେ ଟାଇମ୍ ମେଶିନ୍ ତିଆରି କରିବା ପାଇଁ ଯୋଜନା କରୁଛୁ । ଟାଇମ୍ ମେଶିନ୍ ଭିତରେ ବସିଲେ ଆମର ବୟସ । କମିଯାଇ ପାରିବ ଓ ବଢିଯାଇ ପାରିବ । କମିବା ବଢ଼ିବା ଆମର ଇଚ୍ଛା ଉପରେ ନିର୍ଭର କରେ । ଏସବୁ ଚମତ୍କାରିତା ଆଉ କୌଣସି ବିଜ୍ଞାନର କଥା ନୁହେଁ, ବରଂ ଆମ ପଦାର୍ଥ ବିଜ୍ଞାନର କଥା ।

ଆଧାର – କମଳାକାନ୍ତ ଜେନା, ମୁଖ୍ୟ କୋଅର୍ଡିନେଟର, ଏମ୍. ଏସି. (ଆପ୍ଲାଏଡ୍ ଫିଜିକ୍ସ), ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top