অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାୟୋମାସ ରୋଷେଇଷ୍ଟୋଭ

ଉପକ୍ରମ

ରୋଷେଇ ଏକ ଦୈନିକ ଜୀବନଚର୍ଯ୍ୟା । ଜାଳେଣୀ ସଂଗ୍ରହ ପାଇଁ ପରିବାରର ସଦସ୍ୟକୁ ଅନେକ ସମୟ ବିତାଇବାକୁ ପଢେ ।  ୨୦୧୧ ଜନଗଣନା ସର୍ତ୍ତ ଅନୁଯାୟୀ ସମୁଦାୟ ଘରସଂଖ୍ୟା ମଧ୍ୟରୁ

  • ୪୯% ଜାଳେଣୀ ଭାବରେ କାଠ ବ୍ୟବହାର କରନ୍ତି ।
  • ୧୮.୩% ଶସ୍ୟର ଅବଶିଷ୍ଟାଶଂକୁ ବ୍ୟବହାର କରନ୍ତି ।
  • ୨.୯% କିରୋସିନ ବ୍ୟବହାର କରନ୍ତି ।
  • ୧% ଗୋବରକୁ ଜାଳେଣୀ ଭାବରେ ବ୍ୟବହାର କରନ୍ତି ।

ଏହି ସବୁ ଜାଳେଣୀ ବାହାରୁଥିବା ଧୂଆଁ କେବଳ ପରିବେଶ ଉପରେ ନୁହେଁ ବରଂ ରୋଷେଇ  କରୁଥିବା ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଏ । ଯେତେବେଳେ ଲୋକ ମାନେ ଖୋଲାଖୋଲି କାଠଜାଳି ରୋଷେଇ କରନ୍ତି ସେତେବେଳେ  ଲୋକମାନେ ଖୋଲାଖୋଲି କାଠ ଜାଳି ରୋଷେଇ କରନ୍ତି ସେତେବେଳେ ମାଇକ୍ରୋ ପାଟିକଲସ ନିଶ୍ଵାସରେ ଗ୍ରହଣ କରନ୍ତି ଯାହା ଦ୍ଵାରା  ଫୁସଫୁସ ଓ ହୃଦରୋଗରେ ଆକ୍ରାନ୍ତ ହୁଅନ୍ତି । ଏହି  ଧୂଆଁ ନିଶ୍ଵାସ ବାଟେ ଗ୍ରହଣ କରିବା ୨ପ୍ୟାକେଟ ସିଗାରେଟ୍ ଟାଣିବା ସାଙ୍ଗେ ସମାନ । ବିଗତ କିଛି ବର୍ଷ ମଧ୍ୟରେ ସହରାଞ୍ଚଳରେ ଧନିକ ଶ୍ରେଣୀ ର ପରିବାର କିରୋସିନ କିମ୍ବା LPG ଗ୍ୟାସ ଷ୍ଟୋଭ ବ୍ୟବହାର କରୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଗ୍ରାମାଞ୍ଚଳ ଲୋକମାନେ ଜାଳେଣୀ ଭାବରେ କାଠ ବା ଅନ୍ୟାନ୍ୟ ଜିନିଷ ବ୍ୟବହାର କରୁଛନ୍ତି । ଦ୍ଵିତୀୟତଃ ଭାରତରେ ୨୧.୬% ହେଉଛି ଜଙ୍ଗଲ,ଜାଳେଣୀ ପାଇଁ କାଠ କଟାଯିବା ଦ୍ଵାରା  ଦିନକୁ ଦିନ ଜଙ୍ଗଲକ୍ଷୟ ହେବାକୁ ଲାଗିଛି । ଜାଳେଣୀ କାଠର ଅଭାବ ଦେଖାଦେଇଛି ।  ଏ ସବୁ ସମସ୍ୟାର ସମାଧାନ ହେଉଛି  ବାୟୋମାସ ରୋଷେଇ ଷ୍ଟୋର । ଏହା ରୋଷେଇ କଲା ସମୟରେ ଅଳ୍ପଜାଳ ଦରକାର କରେ ଏବଂ ଟକ୍ସନିର ମାତ୍ରାକୁ କମ୍ କରିଥାଏ ।

ରୋଷେଇ ଷ୍ଟୋଭ

 

ଏହି ଷ୍ଟୋଭର  ଡ଼ିଜାଇନ ଏପରି ପ୍ରସ୍ତୁତ ହୋଇଛି ଯେ ଏଥିରେ ରୋଷେଇ କଲେ ଜାଳେଣୀ କାଠ ବ୍ୟବାହର ୮୦%, କ୍ଷତିପହଞ୍ଚାଇଥିବା ଧୂଆଁ ୧୦୦% ଏବଂ ସମୟ ୭୦% କମିଯିବ । ଏଥିରେ ଛୋଟ, ସରୁ କାଠି ଭଳି କାଠ ଦରକାର ହୁଏଯାହାକି ଗଛକୁ କାଟିବା ଦରକାର ହୁଏ ନାହିଁ ।

ଗୋଟିଏ ବର୍ଣ୍ଣର ଘରୋଇ କାଠ ଷ୍ଟୋଭ

ଘରୋଇ ରୋଷେଇ ପାଇଁ ଏକ ବର୍ଣ୍ଣର କାଠ ଷ୍ଟୋଭ ବ୍ୟବହାର କରାଯାଇଥାଏ । ଏହି ଷ୍ଟୋଭର ବ୍ୟବହାର ଉପକାରିତା :

୫୦% ଜାଳେଣୀ କମ୍ ଖର୍ଚ୍ଚ ହୋଇଥିବାରୁ ୫ଜାଣିଆ ପରିବାରରେ ପ୍ରତ୍ୟେକ ଦିନ ୨kg ଜାଳ ସଞ୍ଚୟ ହୋଇଥାଏ ।
୮୦% ଧୂଆଁ, ପରିବେଶ ପ୍ରଦୂଷଣ କୁ ରୋକିଥାଏ ଯାହା ସ୍ୱାସ୍ଥ୍ୟ ଉପରେ ଆଞ୍ଚକୁ ରୋକିଥାଏ ।
ଏହା ଓଜନ ମାତ୍ର ୫kg ତେଣୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ସୁବିଧାରେ କରାଯାଇପାରେ ।
କାଠ କାଟିବା, ତାକୁ ଜାଳେଣୀ ପାଇଁ ପ୍ରସ୍ତୁତ କରିବା ସମୟ ବଞ୍ଚେ ।
ଜାଳେଣୀ ଖର୍ଚ୍ଚ କମିବାକୁ ଷ୍ଟୋଭର ଖର୍ଚ୍ଚ ୬ମାସରେ ଭରଣା ହୋଇଯାଏ ।
ବାର୍ଷିକ ରକ୍ଷଣାବେକ୍ଷଣା କରାଗଲେ ଷ୍ଟୋଭ ୫ ବର୍ଷ ଆରାମରେ ଚାଲିପାରିବ ।

ଦୁଇଟି ବର୍ଣ୍ଣର ଥିବା ଘରୋଇ କାଠ ଷ୍ଟୋଭ

ଏହି ଷ୍ଟୋଭରେ  ୨ଟି ବର୍ଣ୍ଣର ଥାଏ  । ଉପକାରିତା:

  • ୫୦% ଜାଳେଣୀ କମ୍ ଖର୍ଚ୍ଚ ହୋଇଥିବାରୁ ୫ଜାଣିଆ ପରିବାରରେ ପ୍ରତ୍ୟେକ ଦିନ ୨kg ଜାଳ ସଞ୍ଚୟ ହୋଇଥାଏ ।
  • ୮୦% ଧୂଆଁ, ପରିବେଶ ପ୍ରଦୂଷଣ କୁ ରୋକିଥାଏ ଯାହା ସ୍ୱାସ୍ଥ୍ୟ ଉପରେ ଆଞ୍ଚକୁ ରୋକିଥାଏ ।
  • ଏହା ଓଜନ ମାତ୍ର ୮kg ତେଣୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ସୁବିଧାରେ କରାଯାଇପାରେ ।
  • କାଠ କାଟିବା, ତାକୁ ଜାଳେଣୀ ପାଇଁ ପ୍ରସ୍ତୁତ କରିବା ସମୟ ବଞ୍ଚେ ।
  • ଜାଳେଣୀ ଖର୍ଚ୍ଚ କମିବାକୁ ଷ୍ଟୋଭର ଖର୍ଚ୍ଚ ୬ମାସରେ ଭରଣା ହୋଇଯାଏ ।
  • ବାର୍ଷିକ ରକ୍ଷଣାବେକ୍ଷଣା କରାଗଲେ ଷ୍ଟୋଭ ୫ ବର୍ଷ ଆରାମରେ ଚାଲିପାରିବ ।

ଅନୁଷ୍ଠାନ ରୋଷେଇଷ୍ଟୋଭ

ଅନୁଷ୍ଠାନରେ  ରୋଷେଇ ପାଇଁ ବିଭିନ୍ନ ଶକ୍ତିର ଷ୍ଟୋଭ ରହିଛି ।

୪୦ ଲିଟର -୧୦୦ ମିଲପାଇଁ

୮୦ ଲିଟର -୨୦୦ମିଲପାଇଁ

୨୦୦ ଲିଟର- ୫୦୦ମିଲପାଇଁ

ମୁଖ୍ୟତଃ ଏହା ସ୍କୁଲ ମାନଙ୍କରେ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବାହର କରାଯାଇପାରିବ ।

ଆଧାର

PRACTICAL ACTION

Email : rssobbs@gmail.com

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate