ଉପକ୍ରମ ରୋଷେଇ ଏକ ଦୈନିକ ଜୀବନଚର୍ଯ୍ୟା । ଜାଳେଣୀ ସଂଗ୍ରହ ପାଇଁ ପରିବାରର ସଦସ୍ୟକୁ ଅନେକ ସମୟ ବିତାଇବାକୁ ପଢେ । ୨୦୧୧ ଜନଗଣନା ସର୍ତ୍ତ ଅନୁଯାୟୀ ସମୁଦାୟ ଘରସଂଖ୍ୟା ମଧ୍ୟରୁ ୪୯% ଜାଳେଣୀ ଭାବରେ କାଠ ବ୍ୟବହାର କରନ୍ତି । ୧୮.୩% ଶସ୍ୟର ଅବଶିଷ୍ଟାଶଂକୁ ବ୍ୟବହାର କରନ୍ତି । ୨.୯% କିରୋସିନ ବ୍ୟବହାର କରନ୍ତି । ୧% ଗୋବରକୁ ଜାଳେଣୀ ଭାବରେ ବ୍ୟବହାର କରନ୍ତି । ଏହି ସବୁ ଜାଳେଣୀ ବାହାରୁଥିବା ଧୂଆଁ କେବଳ ପରିବେଶ ଉପରେ ନୁହେଁ ବରଂ ରୋଷେଇ କରୁଥିବା ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଏ । ଯେତେବେଳେ ଲୋକ ମାନେ ଖୋଲାଖୋଲି କାଠଜାଳି ରୋଷେଇ କରନ୍ତି ସେତେବେଳେ ଲୋକମାନେ ଖୋଲାଖୋଲି କାଠ ଜାଳି ରୋଷେଇ କରନ୍ତି ସେତେବେଳେ ମାଇକ୍ରୋ ପାଟିକଲସ ନିଶ୍ଵାସରେ ଗ୍ରହଣ କରନ୍ତି ଯାହା ଦ୍ଵାରା ଫୁସଫୁସ ଓ ହୃଦରୋଗରେ ଆକ୍ରାନ୍ତ ହୁଅନ୍ତି । ଏହି ଧୂଆଁ ନିଶ୍ଵାସ ବାଟେ ଗ୍ରହଣ କରିବା ୨ପ୍ୟାକେଟ ସିଗାରେଟ୍ ଟାଣିବା ସାଙ୍ଗେ ସମାନ । ବିଗତ କିଛି ବର୍ଷ ମଧ୍ୟରେ ସହରାଞ୍ଚଳରେ ଧନିକ ଶ୍ରେଣୀ ର ପରିବାର କିରୋସିନ କିମ୍ବା LPG ଗ୍ୟାସ ଷ୍ଟୋଭ ବ୍ୟବହାର କରୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଗ୍ରାମାଞ୍ଚଳ ଲୋକମାନେ ଜାଳେଣୀ ଭାବରେ କାଠ ବା ଅନ୍ୟାନ୍ୟ ଜିନିଷ ବ୍ୟବହାର କରୁଛନ୍ତି । ଦ୍ଵିତୀୟତଃ ଭାରତରେ ୨୧.୬% ହେଉଛି ଜଙ୍ଗଲ,ଜାଳେଣୀ ପାଇଁ କାଠ କଟାଯିବା ଦ୍ଵାରା ଦିନକୁ ଦିନ ଜଙ୍ଗଲକ୍ଷୟ ହେବାକୁ ଲାଗିଛି । ଜାଳେଣୀ କାଠର ଅଭାବ ଦେଖାଦେଇଛି । ଏ ସବୁ ସମସ୍ୟାର ସମାଧାନ ହେଉଛି ବାୟୋମାସ ରୋଷେଇ ଷ୍ଟୋର । ଏହା ରୋଷେଇ କଲା ସମୟରେ ଅଳ୍ପଜାଳ ଦରକାର କରେ ଏବଂ ଟକ୍ସନିର ମାତ୍ରାକୁ କମ୍ କରିଥାଏ । ରୋଷେଇ ଷ୍ଟୋଭ ଏହି ଷ୍ଟୋଭର ଡ଼ିଜାଇନ ଏପରି ପ୍ରସ୍ତୁତ ହୋଇଛି ଯେ ଏଥିରେ ରୋଷେଇ କଲେ ଜାଳେଣୀ କାଠ ବ୍ୟବାହର ୮୦%, କ୍ଷତିପହଞ୍ଚାଇଥିବା ଧୂଆଁ ୧୦୦% ଏବଂ ସମୟ ୭୦% କମିଯିବ । ଏଥିରେ ଛୋଟ, ସରୁ କାଠି ଭଳି କାଠ ଦରକାର ହୁଏଯାହାକି ଗଛକୁ କାଟିବା ଦରକାର ହୁଏ ନାହିଁ । ଗୋଟିଏ ବର୍ଣ୍ଣର ଘରୋଇ କାଠ ଷ୍ଟୋଭ ଘରୋଇ ରୋଷେଇ ପାଇଁ ଏକ ବର୍ଣ୍ଣର କାଠ ଷ୍ଟୋଭ ବ୍ୟବହାର କରାଯାଇଥାଏ । ଏହି ଷ୍ଟୋଭର ବ୍ୟବହାର ଉପକାରିତା : ୫୦% ଜାଳେଣୀ କମ୍ ଖର୍ଚ୍ଚ ହୋଇଥିବାରୁ ୫ଜାଣିଆ ପରିବାରରେ ପ୍ରତ୍ୟେକ ଦିନ ୨kg ଜାଳ ସଞ୍ଚୟ ହୋଇଥାଏ ।୮୦% ଧୂଆଁ, ପରିବେଶ ପ୍ରଦୂଷଣ କୁ ରୋକିଥାଏ ଯାହା ସ୍ୱାସ୍ଥ୍ୟ ଉପରେ ଆଞ୍ଚକୁ ରୋକିଥାଏ ।ଏହା ଓଜନ ମାତ୍ର ୫kg ତେଣୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ସୁବିଧାରେ କରାଯାଇପାରେ ।କାଠ କାଟିବା, ତାକୁ ଜାଳେଣୀ ପାଇଁ ପ୍ରସ୍ତୁତ କରିବା ସମୟ ବଞ୍ଚେ ।ଜାଳେଣୀ ଖର୍ଚ୍ଚ କମିବାକୁ ଷ୍ଟୋଭର ଖର୍ଚ୍ଚ ୬ମାସରେ ଭରଣା ହୋଇଯାଏ ।ବାର୍ଷିକ ରକ୍ଷଣାବେକ୍ଷଣା କରାଗଲେ ଷ୍ଟୋଭ ୫ ବର୍ଷ ଆରାମରେ ଚାଲିପାରିବ । ଦୁଇଟି ବର୍ଣ୍ଣର ଥିବା ଘରୋଇ କାଠ ଷ୍ଟୋଭ ଏହି ଷ୍ଟୋଭରେ ୨ଟି ବର୍ଣ୍ଣର ଥାଏ । ଉପକାରିତା: ୫୦% ଜାଳେଣୀ କମ୍ ଖର୍ଚ୍ଚ ହୋଇଥିବାରୁ ୫ଜାଣିଆ ପରିବାରରେ ପ୍ରତ୍ୟେକ ଦିନ ୨kg ଜାଳ ସଞ୍ଚୟ ହୋଇଥାଏ । ୮୦% ଧୂଆଁ, ପରିବେଶ ପ୍ରଦୂଷଣ କୁ ରୋକିଥାଏ ଯାହା ସ୍ୱାସ୍ଥ୍ୟ ଉପରେ ଆଞ୍ଚକୁ ରୋକିଥାଏ । ଏହା ଓଜନ ମାତ୍ର ୮kg ତେଣୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ସୁବିଧାରେ କରାଯାଇପାରେ । କାଠ କାଟିବା, ତାକୁ ଜାଳେଣୀ ପାଇଁ ପ୍ରସ୍ତୁତ କରିବା ସମୟ ବଞ୍ଚେ । ଜାଳେଣୀ ଖର୍ଚ୍ଚ କମିବାକୁ ଷ୍ଟୋଭର ଖର୍ଚ୍ଚ ୬ମାସରେ ଭରଣା ହୋଇଯାଏ । ବାର୍ଷିକ ରକ୍ଷଣାବେକ୍ଷଣା କରାଗଲେ ଷ୍ଟୋଭ ୫ ବର୍ଷ ଆରାମରେ ଚାଲିପାରିବ । ଅନୁଷ୍ଠାନ ରୋଷେଇଷ୍ଟୋଭ ଅନୁଷ୍ଠାନରେ ରୋଷେଇ ପାଇଁ ବିଭିନ୍ନ ଶକ୍ତିର ଷ୍ଟୋଭ ରହିଛି । ୪୦ ଲିଟର -୧୦୦ ମିଲପାଇଁ ୮୦ ଲିଟର -୨୦୦ମିଲପାଇଁ ୨୦୦ ଲିଟର- ୫୦୦ମିଲପାଇଁ ମୁଖ୍ୟତଃ ଏହା ସ୍କୁଲ ମାନଙ୍କରେ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବାହର କରାଯାଇପାରିବ । ଆଧାର PRACTICAL ACTION Email : rssobbs@gmail.com