ରୋଷେଇ ଏକ ଦୈନିକ ଜୀବନଚର୍ଯ୍ୟା । ଜାଳେଣୀ ସଂଗ୍ରହ ପାଇଁ ପରିବାରର ସଦସ୍ୟକୁ ଅନେକ ସମୟ ବିତାଇବାକୁ ପଢେ । ୨୦୧୧ ଜନଗଣନା ସର୍ତ୍ତ ଅନୁଯାୟୀ ସମୁଦାୟ ଘରସଂଖ୍ୟା ମଧ୍ୟରୁ
ଏହି ସବୁ ଜାଳେଣୀ ବାହାରୁଥିବା ଧୂଆଁ କେବଳ ପରିବେଶ ଉପରେ ନୁହେଁ ବରଂ ରୋଷେଇ କରୁଥିବା ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଏ । ଯେତେବେଳେ ଲୋକ ମାନେ ଖୋଲାଖୋଲି କାଠଜାଳି ରୋଷେଇ କରନ୍ତି ସେତେବେଳେ ଲୋକମାନେ ଖୋଲାଖୋଲି କାଠ ଜାଳି ରୋଷେଇ କରନ୍ତି ସେତେବେଳେ ମାଇକ୍ରୋ ପାଟିକଲସ ନିଶ୍ଵାସରେ ଗ୍ରହଣ କରନ୍ତି ଯାହା ଦ୍ଵାରା ଫୁସଫୁସ ଓ ହୃଦରୋଗରେ ଆକ୍ରାନ୍ତ ହୁଅନ୍ତି । ଏହି ଧୂଆଁ ନିଶ୍ଵାସ ବାଟେ ଗ୍ରହଣ କରିବା ୨ପ୍ୟାକେଟ ସିଗାରେଟ୍ ଟାଣିବା ସାଙ୍ଗେ ସମାନ । ବିଗତ କିଛି ବର୍ଷ ମଧ୍ୟରେ ସହରାଞ୍ଚଳରେ ଧନିକ ଶ୍ରେଣୀ ର ପରିବାର କିରୋସିନ କିମ୍ବା LPG ଗ୍ୟାସ ଷ୍ଟୋଭ ବ୍ୟବହାର କରୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଗ୍ରାମାଞ୍ଚଳ ଲୋକମାନେ ଜାଳେଣୀ ଭାବରେ କାଠ ବା ଅନ୍ୟାନ୍ୟ ଜିନିଷ ବ୍ୟବହାର କରୁଛନ୍ତି । ଦ୍ଵିତୀୟତଃ ଭାରତରେ ୨୧.୬% ହେଉଛି ଜଙ୍ଗଲ,ଜାଳେଣୀ ପାଇଁ କାଠ କଟାଯିବା ଦ୍ଵାରା ଦିନକୁ ଦିନ ଜଙ୍ଗଲକ୍ଷୟ ହେବାକୁ ଲାଗିଛି । ଜାଳେଣୀ କାଠର ଅଭାବ ଦେଖାଦେଇଛି । ଏ ସବୁ ସମସ୍ୟାର ସମାଧାନ ହେଉଛି ବାୟୋମାସ ରୋଷେଇ ଷ୍ଟୋର । ଏହା ରୋଷେଇ କଲା ସମୟରେ ଅଳ୍ପଜାଳ ଦରକାର କରେ ଏବଂ ଟକ୍ସନିର ମାତ୍ରାକୁ କମ୍ କରିଥାଏ ।
ଏହି ଷ୍ଟୋଭର ଡ଼ିଜାଇନ ଏପରି ପ୍ରସ୍ତୁତ ହୋଇଛି ଯେ ଏଥିରେ ରୋଷେଇ କଲେ ଜାଳେଣୀ କାଠ ବ୍ୟବାହର ୮୦%, କ୍ଷତିପହଞ୍ଚାଇଥିବା ଧୂଆଁ ୧୦୦% ଏବଂ ସମୟ ୭୦% କମିଯିବ । ଏଥିରେ ଛୋଟ, ସରୁ କାଠି ଭଳି କାଠ ଦରକାର ହୁଏଯାହାକି ଗଛକୁ କାଟିବା ଦରକାର ହୁଏ ନାହିଁ ।
ଘରୋଇ ରୋଷେଇ ପାଇଁ ଏକ ବର୍ଣ୍ଣର କାଠ ଷ୍ଟୋଭ ବ୍ୟବହାର କରାଯାଇଥାଏ । ଏହି ଷ୍ଟୋଭର ବ୍ୟବହାର ଉପକାରିତା :
୫୦% ଜାଳେଣୀ କମ୍ ଖର୍ଚ୍ଚ ହୋଇଥିବାରୁ ୫ଜାଣିଆ ପରିବାରରେ ପ୍ରତ୍ୟେକ ଦିନ ୨kg ଜାଳ ସଞ୍ଚୟ ହୋଇଥାଏ ।ଏହି ଷ୍ଟୋଭରେ ୨ଟି ବର୍ଣ୍ଣର ଥାଏ । ଉପକାରିତା:
ଅନୁଷ୍ଠାନରେ ରୋଷେଇ ପାଇଁ ବିଭିନ୍ନ ଶକ୍ତିର ଷ୍ଟୋଭ ରହିଛି ।
୪୦ ଲିଟର -୧୦୦ ମିଲପାଇଁ
୮୦ ଲିଟର -୨୦୦ମିଲପାଇଁ
୨୦୦ ଲିଟର- ୫୦୦ମିଲପାଇଁ
ମୁଖ୍ୟତଃ ଏହା ସ୍କୁଲ ମାନଙ୍କରେ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବାହର କରାଯାଇପାରିବ ।
ଆଧାର
PRACTICAL ACTION
Last Modified : 12/10/2019