অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସବୁ ବିଶ୍ୱବିଦ୍ୟାଳୟ ଓ ୩ଟି ଭେଷଜ ମହାବିଦ୍ୟାଳୟରେ ଛାତ ଉପର ସୌରଶକ୍ତି ପ୍ରକଳ୍ପ ଆରମ୍ଭ କରାଯିବ

ସବୁ ବିଶ୍ୱବିଦ୍ୟାଳୟ ଓ ୩ଟି ଭେଷଜ ମହାବିଦ୍ୟାଳୟରେ ଛାତ ଉପର ସୌରଶକ୍ତି ପ୍ରକଳ୍ପ ଆରମ୍ଭ କରାଯିବ

ଉପକ୍ରମ

ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ବ୍ରହ୍ମପୁର, କଟକ ଓ ବୁର୍ଲାସ୍ଥିତ ୩ଟି ଭେଷଜ ମହାବିଦ୍ୟାଳୟର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ସଚିବାଳୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର କାର୍ଯ୍ୟ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସୌରଶକ୍ତି ପ୍ରକଳ୍ପ ର ଉପକାରିତା

ବୈଠକର ଆଲୋଚନାରୁ ଜଣାଯାଇଛି ଯେ ୫୦୮୦ ଦୁର୍ଗମ ଗ୍ରାମରେ ସୌରାକ୍ତି ସହାୟତାରେ ପମ୍ପ ଦ୍ୱାରା ପାନୀୟ ଜଳର ସୁବିଧା କରାଯାଇଛି। ରାଜ୍ୟର ୬୮ଟି ଜନଜାତି ଛାତ୍ରାବାସରେ ପାନୀୟ ଜଳର ସୁବିଧା ପାଇଁ ଛାତ ଉପରେ ସୌରଶକ୍ତି ପ୍ରକଳ୍ପ କରାଯାଇଛି ଏବଂ ଜନଜାତି ଛାତ୍ରାବାସଗୁଡ଼ିକରେ ୧୪୦ଟି ସୌରଶକ୍ତିରେ ସଡ଼କ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ଆସନ୍ତା ୩ବର୍ଷରେ ଆଉ ୫୦୦ଟି ଛାତ୍ରାବାସରେ ସୌରଶକ୍ତି ପ୍ରକଳ୍ପ କରାଯିବ। ରାଜ୍ୟରେ ବିଭିନ୍ନ ବୁଣାକାର ଓ କାରୀଗର ପରିବାରମାନଙ୍କୁ ୩୭,୫୭୭ ସୌର ଲଣ୍ଠନ ଯୋଗାଇ ଦିଆଯାଇଛି।

ବୈଠକରେ ସୂଚନା ଦିଆଯାଇଥିଲା ଯେ ୨୦୧୬-୧୭ ଓ ୨୦୧୭-୧୮ରେ ୪୦,୦୦୦ ସୌର ଲଣ୍ଠନ ଯୋଗାଇ ଦିଆଯିବା ସହିତ ୧୩,୨୦୦ ଉନ୍ନତ ଚୁଲା ଯୋଗାଇ ଦିଆଯିବ ଏବଂ ୪ ହଜାର ସୌରଶକ୍ତି ବିଶିଷ୍ଟ।ଇପ୍ ଜଳ ଯୋଗାଣ ପ୍ରକଳ୍ପ କରାଯାଇ ଦୁର୍ଗମ ଗ୍ରାମଗୁଡ଼ିକୁ ପାନୀୟ ଜଳ ଯୋଗାଇ ଦିଆଯିବ।

ରାଜ୍ୟର ସମସ୍ତ ବିଭାଗ ମଧ୍ୟରେ ସୂଚନା ଆଦାନ ପ୍ରଦାନ ପାଇଁ ଓଡ଼ିଶା ଡାଟା ପଲିସି-୨୦୧୫ ବିଜ୍ଞାପିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ଓଡ଼ିଶା ଭୂମି ବ୍ୟାଙ୍କ ପ୍ରକଳ୍ପ ଦ୍ୱାରା ୨୧ଟି ଜିଲ୍ଲାରେ ୨.୪ ଲକ୍ଷ ହେକ୍ଟର ଜମିର ଡିଜିଟାଲ୍ ମ୍ୟାପ୍ ପ୍ରସ୍ତୁତ କରାଯାଇ ସର୍ବସାଧାରଣଙ୍କ ଗୋଚରାର୍ଥେ ଉପଲବ୍ଧ କରାଯାଇଛି।

ଆଧାର :ଓଡିଆ  ପୁଅ

Last Modified : 3/3/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate