অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୃକ୍‌କ

ବୃକ୍‌କ

ଉପକ୍ରମ

ବୃକକ ବା କିଡନୀ ମାନବ ଶରୀରରେ ଥିବା ନିଷ୍କାସନ ବିଭାଗର ଦୁଇଟି ଅଙ୍ଗ, ଦେଖିବାକୁ ଶିମ୍ବ ମଞ୍ଜି ଭଳି ଓ ଆକାର ମୁଠା ହୋଇଥିବା ହାତ ଭଳି । ଅଣ୍ଟା ପାଖରେ ପେଟ ଭିତରେ ମେରୁ ଅସ୍ଥି ଦୁଇ ପଟରେ [୧] ପେରିଟୋନିଅମ ପଛ ପାଖରେ ଦୁଇଟି କିଡନୀ ଥାଏ । ବାମ କିଡନି ଅପେକ୍ଷା ଡାହାଣ କିଡନୀ ସାମାନ୍ୟ ତଳକୁ ଥାଏ ଓ ବାମ କିଡନି ମେରୁ ଅସ୍ଥିର ଅଧିକ ପାଖକୁ ଥାଏ [୨]। ପ୍ରତ୍ୟେକ କିଡନୀକୁ ଗୋଟିଏ ‘କିଡନୀ ଧମନୀ’ ପ୍ରବେଶ କରେ ଓ ଗୋଟିଏ ‘କିଡନୀ ଶିରା’ ବାହାରେ । କିଡନୀରୁ ଗୋଟିଏ ନଳୀ ବାହାରେ ଯାହାକୁ ୟୂରେଟର କହନ୍ତି । ଏହି ୟୂରେଟର ମଧ୍ୟ ଦେଇ କିଡନୀରୁ ପରିସ୍ରା ବାହାରି ମୂତ୍ରାଶୟରେ ଜମା ହୁଏ ।

ଏକ ରକ୍ତ ଶୋଧନ ଯନ୍ତ୍ର ଭାବେ ଜଣାଶୁଣା ଥିଲେ ମଧ୍ୟ ଏହା ଶରୀରରେ ଅନେକ କାର୍ଯ୍ୟ ସାଧନ କରେ । ଏହା ଇଲେକ୍ଟ୍ରୋଲାଇଟ ନିୟନ୍ତ୍ରଣ କରେ, ଏସିଡ-ବେସ ସନ୍ତୁଳନ ରଖେ, ରକ୍ତ ଚାପ ନିୟନ୍ତ୍ରଣ କରେ । ଏହା ରକ୍ତକୁ ପ୍ରାକୃତିକ ଉପାୟରେ ଶୋଧନ କରି ୟୁରିଆ ଓ ଆମୋନିଅମ ଭଳି ଶରୀରର ହାନି କାରକ ପଦାର୍ଥ ଗୁଡିକୁ ନିଷ୍କାସନ କରେ । ରକ୍ତର ଫିଲଟର ବା ପରିସ୍ରବଣ ଦ୍ଵାରା ଅଧିକ ପରିମାଣରେ ବାହାରି ଯାଉଥିବା ଜଳ, ଗ୍ଳୁକୋଜ ଓ ଆମିନୋ ଏସିଡ ଭଳି ପଦାର୍ଥକୁ ପୁନର୍ବାର ଶରୀରକୁ ପ୍ରବେଶ କରାଏ । କ୍ୟାଲସିଟ୍ରଲ, ଏରିଥ୍ରୋପଏଟିନ ଓ ରେନିନ ଭଳି ଏନଯାଇମ ଏହା ପ୍ରସ୍ତୁତ କରେ ।

ଗଠନ

ଶିମ୍ବ ମଞ୍ଜି ଆକାରର କିଡନିର ଗୋଟିଏ ଅବତଳ ଓ ଗୋଟିଏ ଏକ୍ସଏକ୍ସଏକ୍ସ ପ୍ରୁଷ୍ଠ ଥାଏ । ଗୋଟିଏ ଗାତ ଭଳି ସ୍ଥାନକୁ ହାଇଲମ କହନ୍ତି । ଏହି ହାଇଲମଠାରେ କିଡନୀ ସହା ଧମନୀ, ଶିରା ଓ ୟୂରେଟର ସଂଯୁକ୍ତ ହୋଇଥାଏ । କିଡନୀ ଚାରି ପାଖରେ ଏକ ସଂଯୋଜକ ତନ୍ତୁ ନିର୍ମିତ ଆବରଣ ଥାଏ । ଯାହାକୁ କିଡନୀ କ୍ୟାପ ସ୍ୟୁଲ କହନ୍ତି । କିଡନୀ ଚାରି ପାଖରେ ଚର୍ବି ଥାଏ । କିଡନୀ ଆଗରେ ପେରିଟୋନିଅମ, ପଛରେ ଟ୍ରାନ୍ସଭରସାଲିସ ଫାସା, ଡାହାଣ କିଡନୀ ଉପର ପାଖରେ ଲିଭର ବା ଯକୃତ, ବାମ କିଡନି ଉପର ପାଖରେ ପ୍ଳିହା ଥାଏ ।

କିଡନୀ ପଦାର୍ଥକୁ ପାରେନାକାଇମା କହନ୍ତି । ଏହାର ବାହ୍ୟ ଅଂଶକୁ କର୍ଟେକ୍ସ ଓ ଅଭ୍ୟନ୍ତର ଅଂଶକୁ ମେଡୁଲା କହନ୍ତି । ଆଠରୁ ଅଠରଟି କୋନ ସଦୃଶ ରେନାଲ ଲୋବ ଏଥିରେ ଥାଏ ଓ ପ୍ରତ୍ୟେକ ଲୋବରେ କର୍ଟେକ୍ସ ଓ ମେଡୁଲା ଥାଏ । ପରିସ୍ରା ତିଆରି କରିବା ନିମନ୍ତେ ଅନେକ ଗୁଡିଏ ଏକକ (Unit) ଥାଏ ଯାହାକୁ ନେଫ୍ରନ (Nephron) କହନ୍ତି । ପ୍ରତ୍ୟେକ ନେଫ୍ରନରେ ଗୋଟିଏ ଫିଲଟର ଥାଏ ଓ ଏଥିରୁ ଗୋଟିଏ ଲମ୍ବା ନଳୀ ବାହାରି ଥାଏ । କର୍ଟେକ୍ସରେ ଫିଲଟର ଥାଏ ଓ ନଳୀ ମେଡୁଲାରେ ଥାଏ । ନଳୀଟି ଇଂରାଜୀ ‘u’ ଭଳି ଦେଖାଯାଏ । ଫିଲଟରରୁ ଯେଉଁ ନଳୀ ବାହାରେ ତାହାକୁ ଡିସେଣ୍ଡି ଲୁପ ଅଫ ହେନଲେ, ତା ପର ଅଂଶକୁ ଲୁପ ଅଫ ହେନଲେ ଓ ତା ପର ଅଂଶକୁ ଆସେଣ୍ଡି ଲୁପ ଅଫ ହେନଲେ କହନ୍ତି । ଏହି ଶେଷ ଅଂଶଟି ଯାଇ କଲେକଟିଙ୍ଗ ଡକ୍ଟରେ ମିଶିଛି । ଏହି ଶେଷ ଅଂଶଟି ଯାଇ ପର୍ଯ୍ୟାୟକ୍ରମେ ଆହୁରି କେତେକ ନଳୀ ସହ ମିଶି କଲେକଟିଙ୍ଗ ଡକ୍ଟରେ ପରିଣତ ହୋଇଛି । ଏହି ପରି ଅନେକ ଡକ୍ଟ ମିଶି ପାପିଲା, ମାଇନର କାଲିକ୍ସ, ମେଜର କାଲିକ୍ସ ହୋଇ ଶେଷରେ ରେନାଲ ପେଲଭିସରେ ପରିଣତ ହୁଏ ଯେଉଁଠାରୁ ୟୁରେଟର ଆରମ୍ଭ ହୁଏ । ପ୍ରତି କିଡନିରୁ ଗୋଟିଏ ୟୁରେଟର ବାହାରି ଶେଷରେ ମୂତ୍ରାଶୟ ସହ ସଂଯୁକ୍ତ ହୋଇଥାଏ ।

ନେଫ୍ରନର ଆରମ୍ଭ ସ୍ଥାନଟିର ଆକାର ଗୋଟିଏ ଫୁଟବଲ ବ୍ଲାଡରକୁ ହାତରେ ଚିପି ଧରି ଦୁଇ ପ୍ରସ୍ତ କଲେ ଯେପରି ଦେଖାଯିବ ସେହିପରି ଥାଏ ଓ ଏହାକୁ ବାଓମେନ୍ସ କ୍ୟାପସ୍ୟୁଲ କହନ୍ତି । ସେହି ଭିତର ସ୍ଥାନରେ ରେନାଲ ଧମନୀ ଶାଖା ବିସ୍ତାର କରି ଶେଷରେ ଗୋଟିଏ ଆଫରଣ୍ଟ ଅର୍ଟେରିଓଲରେ ପରିଣତ ହୋଇ ଗୋଟିଏ ରକ୍ତ ନଳୀ ପ୍ରବେଶ କରି ଶାଖା ପ୍ରଶାଖା ମେଲେଇ ଯାଏ ଓ ଧିରେ କ୍ଷୁଦ୍ର ଶିରାରେ ପରିଣତ ହୁଏ । ଏହାକୁ ଗ୍ଲୋମେରୁଲସ କହନ୍ତି ।

କିଡନିର କାର୍ଯ୍ୟ

ଅଦରକାରୀ ପଦାର୍ଥର ନିଷ୍କାସନ

ଶରୀରର ବିପାକ ବା ମେଟାବୋଲିଜ୍ମ ଦ୍ଵାରା ଜାତ ହେଉଥିବା ଅଦରକାରୀ ତଥା କ୍ଷତିକାରକ ପଦାର୍ଥକୁ ନିଷ୍କାସନ କରିବାରେ କିଡନି ମୂଖ୍ୟ ଭୂମିକା ନିର୍ବାହ କରେ । ପ୍ରୋଟିନ ବା ପୁଷ୍ଟିସାର ଜାତୀୟ ଖାଦ୍ୟରୁ ବିପାଚନ ଦ୍ଵାରା ଯବକ୍ଷାରଜାନ ପଦାର୍ଥ ଯଥା ୟୁରିଆ, ଓ ନ୍ୟୁକ୍ଲିକ ଏସିଡର ବିପାଚନରୁ ୟୁରିକ ଏସିଡ ଜାତ ହୁଏ । ଏହି ପଦାର୍ଥ ଫିଲଟର ହୋଇ କିଡନି ଦ୍ଵାରା ପରିସ୍ରାରେ ବାହାରି ଯାଏ ।

ଅତ୍ୟାବଶ୍ୟକ ପୋଷକମାନଙ୍କର ଅବଶୋଷଣ

ନିମ୍ନରେ କେତେକ ପୋଷକମାନଙ୍କର ନେଫ୍ରନର କେଉଁ ସ୍ଥାନରେ କଅଣ ଅବଶୋଷଣ ହୁଏ ତାହାର ତାଲିକା ଦିଆ ଯାଇଛି ।

ପୁନଃ ଅବଶୋଷଣ ସ୍ଥାନ

ପୁନଃ ଅବଶୋଷିତ ପୋଷକ

ସୂଚନା

ପ୍ରାରମ୍ଭ ପ୍ରୋକ୍ସିମାଲ ଟିବ୍ୟୁଲ

ଗ୍ଲୁକୋଜ ବା ଶର୍କରା (୧୦୦%), ଆମିନୋ ଏସିଡ (୧୦୦%), ବାଇକାର୍ବୋନେଟ (୯୦%), Na+ (୬୫%), Cl, ଫସଫେଟ ଓ H2O (୬୫%)

  • PTH ବା ପରାଥାଇରଏଡ ହରମୋନ ଫସଫେଟ ନିସ୍କାଷନ କରାଏ ନାହିଁ
  • AT II ବା ଆଞ୍ଜିଓଟେନସିନ II Na+, H2O and HCO3 ପୁନଃ ଅବଶୋଷଣକୁ ଉତ୍ତେଜିତ କରାଏ ।.

ପତଳା ଡିସେନ୍ଡିଙ୍ଗ ଲୁପ ଅଫ ହେନଲେ

H2O

  • ମେଡୁଲାସ୍ଥ ଅତିତନବୀ ଯୋଗୁ ପୁନଃ ଅବଶୋଷିତ ହୁଏ ଓ ପରିସ୍ରାକୁ ଅତିତନବୀ କରାଏ ।

ମୋଟା ଉର୍ଦ୍ଧ୍ଵଗାମୀ ଲୁପ ଅଫ ହେନଲେ

Na+ (୧୦-୨୦%), K+, Cl; Mg2+, Ca2+ର ପାରାସେଲ୍ୟୁଲାର ଅବଶୋଷଣ ବିକଳ୍ପ ଭାବରେ କରାଏ

  • ଏହି ସ୍ଥଳରେ H2O ଅବଶୋଷଣ ହୁଏ ନାହିଁ ଓ ପରିସ୍ରା ଅଧିକ ଘାନା ହୁଏ ନାହିଁ ।

ପ୍ରାରମ୍ଭ ମୋଡି ହୋଇଥିବା ଟୁବ୍ୟୁଲ

Na+, Cl

  • PTH ବା ପାରାଥାଇରଏଡ ହରମୋନ Ca2+ର ପୁନଃ ଅବଶୋଷଣ କରାଏ

କଲେକଟିଂ ଟୁବ୍ୟୁଲ

Na+(3–5%), H2O

  • K+, and H+ ବଦଳରେ Na+ ପୁନଃ ଅବଶୋଷଣ ହୁଏ ।
  • V2 ରିସେପ୍ଟର ଉପରେ ଏ.ଡି.ଏଚ (ADH) କାମ କରି  aquaporinsକୁ ଲୁମିନାଲ ପାର୍ଶ୍ଵରେ ଭର୍ତ୍ତି କରାଏ ।

ଗର୍ଭାବସ୍ଥାରେ ଗ୍ଳୁକୋଜର ପୁନଃ ଅବଶୋଷଣ କମିଯାଏ ।

ଏସିଡ-ବେସ ସମତୁଲ

କିଡନି ଓ ଫୁସଫୁସ ଏହି ଦୁଇ ଅଙ୍ଗ ଦେହର ଏସିଡ- ବେସ ବା pH ସମତୁଲ କରିବା ନିମନ୍ତେ କାମ କରନ୍ତି । ଫୁସଫୁସ ଅଙ୍ଗାରକାମ୍ଳ ନିସ୍କାସନ କରି ଓ କିଡନି ଉଦଜାନ ଆୟନ ନିଷ୍କାସନ କରିବା ସହ ପରିସ୍ରାରୁ ବାଇକାର୍ବୋନେଟ ପୁନଃଶୋଷଣ କରି ଏହି ଏସିଡ- ବେସ ସମତୁଲ କରେ ।

ଅସମୋଲାଲିଟି ନିୟନ୍ତ୍ରଣ

ପ୍ଲାଜ୍ମା ଅସମୋଲାଲିଟି ବୃଦ୍ଧି ଘଟିଲେ ମସ୍ତିଷ୍କର ହାଇପୋଥାଲାମସ ଜାଣିପାରେ ଓ ପୋସ୍ଟିରିଅର ପିଟୁଇଟାରି ଗ୍ରନ୍ଥି ବା ଗ୍ଲାଣ୍ଡ ସହ ସମ୍ପର୍କ ସ୍ଥାପନ କରେ ଓ ଏହି ଗ୍ରନ୍ଥିରୁ ଆଣ୍ଟିଡାଇୟୁରେଟିକ ହରମୋନ କ୍ଷରିତ କରାଏ । ଏହି ହରମୋନ ପ୍ରଭାବରେ ପରିସ୍ରାରୁ ଜଳ ଶୋଷିତ ହୁଏ ଓ ପରିସ୍ରାର କନସେଣ୍ଟ୍ରେସନ ବୃଦ୍ଧି ପ୍ରାପ୍ତ ହୁଏ ବା ପରିସ୍ରା ଗାଢ଼ ହୁଏ ।

ଉତ୍ସ :      How Stuff Works How Your Kidney Works



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate