অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅତୁଳନୀୟ ତୁଲସୀ

ତୁଲସୀ

ହିନ୍ଦୁ ଧର୍ମରେ ତୁଳସୀକୁ ପବିତ୍ର ଏବଂ ବିଷ୍ଣୁଙ୍କ ପତ୍ନୀ ଭାବରେ ସ୍ଵୀକାର କରାଯାଇଅଛ । ଗଙ୍ଗା ପର ତୁଳସୀ ମଧ୍ୟ ତିନିଲୋକରେ ପବିତ୍ର । ତୁଳସୀ ସେବନରେ ସମସ୍ତ ଦେବତା ପ୍ରସନ୍ନ ହୋଇଥାନ୍ତି । ବୈଜ୍ଞାନିକ ମତାନୁସାରେ ତୁଳସୀର ରାସାୟନିକ ସଂରଚନା ଏବଂ ଔଷଧୀୟ ଗୁଣ ମନୁଷ୍ୟ ପାଇଁ ଏତେ ଉପକାରୀ ଯେ ବୈଦିକ ଗ୍ରନ୍ଥରେ ବର୍ଣ୍ଣିତ ତୁଳସୀର ପବିତ୍ରତାକୁ ପ୍ରମାଣିତ କରୁଅଛି।

ଆଣ୍ଟିବାୟୋଟିକ୍ ଗୁଣ

ତୁଳସୀ ପତ୍ରରସ ଗଳାରୋଗ, କାଶ, ଶ୍ୱାସ, ସର୍ଦ୍ଦି, ପେଟ ରୋଗ ଉପସମରେ ସହାୟକ ହୋଇଥାଏ। ଏହାର କାଣ୍ଡ କେତେକ କ୍ଷେତ୍ରରେ ବିଷମଜ୍ଵର ଉପଚାରରେ ବ୍ୟବହୃତ ହୋଇଥାଏ । ଚରକ ସଂହିତା ମତରେ ତୁଳସୀ ସାପ, ବିଛା ଆଦିଙ୍କର ବିଷନାଶନ ପାଇଁ ଉପଯୋଗୀ । ଯେଉଁଠାରେ ପ୍ରତିଦୈବିକି ( ଆଣ୍ଟିବାୟୋଟିକ୍ ) ନିଷ୍ଟ୍ରିୟ ହୋଇଥାଏ। ସେଠାରେ ତୁଳସୀ ପତ୍ରରସର ଉପଯୋଗ ବିଶେଷ ଫଳପ୍ରଦ ହୋଇଥାଏ । ତୁଳସୀ ସେବନ ଦ୍ଵାରା ମସ୍ତିଷ୍କର ଜୈବ ରସାୟନ ସ୍ତର ସାମାନ୍ୟ ତଥା ସନ୍ତୁଳିତ ହୋଇଥାଏ ଯଦ୍ଦ୍ଵାରା ମାନସିକ ଉତ୍ତେଜନୀ ଶାନ୍ତ ହୋଇଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଯୋଗୁ ଅନେକ ରୋଗ ପ୍ରତିହତ ହୋଇଥାଏ । ତୁଳସୀ ସେବନ ଦ୍ଵାରା ଶରୀରରେ ସିଗାରେଟ୍ ଧୁଆଁ ପରି ଅନେକ ବିଷାକ୍ତ ଧୂଆଁ ଓ ଅନ୍ୟାନ୍ୟ ପ୍ରଦୂଷଣକୁ ରୋକାଯାଇ ପାରେ । ଏହାର ରସ ସେବନରେ ରକ୍ତଗତ ଶର୍କରା, ଟ୍ରାଇଗ୍ଲିସେରାଇଡ ଏବଂ ଏଲ୍.ଡି.ଏଲ୍ ସ୍ତର ସନ୍ତୁଳିତ ହୋଇଥାଏ । ଏଣୁ ମଧୁମେହ ନିୟନ୍ତ୍ରଣରେ ତୁଳସୀ ବିଶେଷ ଉପଯୋଗୀ । ତୁଳସୀ ମଶା ଦୂର କରିବା ଏବଂ ତା’ର ଲାର୍ଭା ନଷ୍ଟ କରିବାର ଅଦ୍ଭୁତ ଶକ୍ତି ବହନ କରେ । ଏଥିରୁ ଉତ୍ପନ୍ନ ତୈଳରେ ଥିବା ରସାୟନ ତତ୍ତ୍ଵ ଇଉରେଗନଲ୍ ମଶା, ମାଛି ଓ ଅନ୍ୟ ହାନିକାରକ, କୀଟ ଦମନ କରିବାରେ ସାହାଯ୍ୟ କରେ । ସମ୍ଭବତଃ ଏଥିପାଇଁ ଘର ଅଗଣାରେ ତୁଳସୀ ଲଗାଇବାର ପ୍ରଥା ଚଳିଆସିଛି । ଧାର୍ମିକ ମତାନୁସାରେ ଘର ଅଗଣାରେ ତୁଳସୀ ଚଉଁରା ସ୍ଥାପନ କରି ପ୍ରତିନିତ୍ୟ ପୂଜାକଲେ ସ୍ଵାସ୍ଥ୍ୟ ସମୃଦ୍ଧି ତଥା ଖୁସି ମିଳିଥାଏ । ଯାହା ଘର ସାମ୍ନାରେ ତୁଳସୀ ବଗିଚା, ଥାଏ ତା’ ଘର ତୀର୍ଥ ସମାନ ପବିତ୍ର ଅଟେ ଏବଂ ଯମର ଦୂତ ସମାନ

"ତୁଳସୀ ସେବନ ଦ୍ଵାରା ମସ୍ତିଷ୍କର ଜୈବ ରସାୟନ ସ୍ତର ସାମାନ୍ୟ ତଥା ସନ୍ତୁଳିତ ହୋଇଥାଏ ଯଦ୍ଦ୍ଵାରା ମାନସିକ ଉତ୍ତେଜନ । ଶାନ୍ତ ହୋଇଥାଏ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଯୋଗୁ ଅନେକ ରୋଗ ପ୍ରତିହତ ହୋଇଥାଏ । ତୁଲସୀ ସେବନ ଦ୍ଵାରା ଶରୀରରେ ସିଗାରେଟ୍ ଧୂଆଁ ପରି ଅନେକ  ବିଷାକ୍ତ ଧୂଆଁ ଓ ଅନ୍ୟାନ୍ୟ ପ୍ରଦୂଷଣକୁ ରୋକାଯାଇ ପାରୋ”

ପ୍ରାଣ ନାଶକ ବ୍ୟାଧି କଦାପି ଗ୍ରାସ କରି ନ ଥାଏ । ତୁଳସୀକୁ ସ୍ପର୍ଶ କରି ବହୁଥିବା ବାୟୁ ପରିବେଶକୁ ତତ୍‌କ୍ଷଣାତ ଶୁଦ୍ଧ କରିଥାଏ । ତୁଳସୀ ବଗିଚାରେ ବୈଦ୍ୟୁତିକ ଶକ୍ତି ସଂଚାରିତ ହେଉଥାଏ ଯାହାକି ୧୦୦ ଗଜ ପର୍ଯ୍ୟନ୍ତ ପ୍ରବାହିତ ହେଉଥାଏ । ସେଠରେ କେବେବି ବଜ୍ରପାତ ହୋଇ ନ ଥାଏ । ତୁଳସୀର ସବୁଠାରୁ ବଡଗୁଣ ବାୟୁ, ଶୁଦ୍ଧ କରିବା । ତୁଳସୀରୁ ଜୀବସାର କ, ଖା ଏବଂ ଗ ମିଳିଥାଏ । ଆୟୁର୍ବେଦ ମତାନୁସାରେ ଏହା କଫବାତ ଶାମକ, ଜ୍ଵରଘ୍ନ, କଣ୍ଠ୍ୟ, ଶୋଥହର, ମୂତ୍ରଳ, କୃମିନାଶକ, ଶରୀର ଦୁର୍ଗନ୍ଧ ନାଶ, ଶିରପୀଡାନାଶକ, ସ୍ଵେଦଜନନ, ବିଷମଜ୍ଵରଘ୍ନ, ପାଚକ ଏବଂ ଅଗ୍ନିଦୀପକ । ଏହା ବାନ୍ତି, ଶ୍ୱାସ, କାଶ, ଜ୍ଵର, ଅପସ୍କାର, ଅରୁଚି ତଥା ହୃଦୟ ରୋଗ ଦୂରକରିବା ସହ ଏହା କୁଷ୍ଠଘ୍ନ, ରକ୍ତବିକାର ନାଶକ ଓ ବଳକାରକ ଅଟେ |

ତୁଳସୀ ସମସ୍ତ ପ୍ରକାର ଜୁଗରେ ପ୍ରୟୋଗ କରାଯାଏ, ବିଶେଷକରି କଫବାତଜ ଓ ବିଷମଜ୍ଵରରେ ଏହା ଉପଯୋଗୀ । ପ୍ରତିଦିନ ଏହାର ପତ୍ର ସେବନ କଲେ ବିଷମଜ୍ଵର ହେବାର ଆଶଙ୍କା ନ ଥାଏ । ୪-୫ ଗ୍ରାମ ତୁଳସୀ ରସ ଅଳ୍ପ ସୌନ୍ଧବ ଲବଣ ମିଶାଇ ସକାଳ ଓ ସନ୍ଧ୍ୟାରେ ନସ୍ୟ ନେଲେ ସମସ୍ତ ମାନସିକ ରୋଗ ଏବଂ ସ୍ନାୟୁବିକାର ନଷ୍ଟ ହୋଇଥାଏ ।

ଆଧାର: - ଡା. ତୀର୍ଥପ୍ରସାଦ ବରାଳ ଆୟୁର୍ବେଦିକ ମେଡିକାଲ ଅଫିସର, ଆମଣ, ସାସୋଲ, କଟକ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate