অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆମନାତ ବା ସନ୍ଧିବାତ ରୋଗ ଚିକିତ୍ସା

ଉପକ୍ରମ

ଶାସ୍ତ୍ରରେ ଉଲ୍ଲେଖ ଥିବା ପରକାର ବାଟ ରୋଗ ମଧ୍ୟରେ ଏହି ରୋଗ ସ୍ଵତନ୍ତ୍ର ସ୍ଥାନ କରିଛି । ବହୁ ପ୍ରାଚୀନ କାଳରୁ ଚିକତ୍ସା ଶାସ୍ତ୍ରରେ ବର୍ଣ୍ଣିତ ହୋଇଥିବାରୁ ଏହି ରୋଗର ସାମାଜିକ ସ୍ଥିତି ମଧ୍ୟ ବହୁ ପୁରାତନ ବୋଲି ଜଣାଯାଏ । ଏହି ଆମବାତ ବା ସନ୍ଧିବାତ ରୋଗକୁ ଆଧୁନିକ ଚିକିତ୍ସାବିଜ୍ଞାନୀରଣ “ରିୟୁମାଟିକ ଆଥ୍ରାଇଟିସ୍” “ରିୟୁମାଟିଏଡ୍ ରିୟୁମାଟିଜିମ୍” ବୋଲି କହିଥାଆନ୍ତି ।  କେହି କେହି ଏହାରୁ ଆଣ୍ଠୁଗଣ୍ଠିବାତ ରୋଗ ବୋଲି କହିଥାନ୍ତି । ଏହି ରୋଗ ସିଧାସଳଖଭାବେ ମାରକ ବା ଘାତକ ନହେଲେ ମଧ୍ୟ ଏହି ରୋଗରେ ପୀଡିତ ବ୍ୟକ୍ତି ଆୟୁ ପ୍ରାୟ ଦଶବର୍ଷ କମିଯାଏ । ଏହି ରୋଗ ବର୍ଷ ଧରି ଶରୀରରେ ରହିଥାଏ ଏବଂ ଶୀତ ଓ ଗ୍ରୀଷ୍ମମଣ୍ଡଳାୟ ଅଧବାସୀ ତଥା ପୃଥିବୀର ସବୁ ଜାତି ବା ଗୋଷ୍ଠୀ ମଧ୍ୟରେ ଏହି ରୋଗ ଦେଖାଦେଇଥାଏ ।

ଏହି ରୋଗର ମୁଖ୍ୟ କାରଣ

ଆମେ ଖାଉଥିବା ଖାଦ୍ୟ ସମ୍ପୂର୍ଣ୍ଣରୂପେ ପରିପାକ ନହେଲେ ତାହା ଅପକ୍ଵ ବା ଆମ ରସରେ ପରିଣତ ହୁଏ । ଏହି ଆମରସ ଶରୀରସ୍ଥ ବାୟୁଦ୍ଵାର ଦୂଷିତ ହୋଇ ଶରୀରର ସନ୍ଧି ବା ଗଣ୍ଠିସ୍ଥାନମାନଙ୍କରେ ପ୍ରବେଶ କଲେ  ଆମବାତ ରୋଗ ସୃଷ୍ଟି ହୋଇଥାଏ । ଏହାକୁ “ଜଏଣ୍ଟ  ରିୟୁମାଟିଜିମ୍” ମଧ୍ୟ କୁହାଯାଏ । ଏହାଦ୍ୱାରା ଶରୀର ପୀଡା, ଅରୁଚି ତୃଷା, ଆଳସ୍ୟ ଖାଦ୍ୟ ଅପରିପାକ ଦେଖାଦିଏ ଏବଂ ଓଜଃରସ ସହିତ ଆମାଶୟ ଦୂଷିତ ହୋଇ ଝାଡାରେ ଲାଲ ପଡେ ରୋଗର ପ୍ରାଦୁର୍ଭାବ ବୃଦ୍ଧି ହେଲେ ସନ୍ଧି ସ୍ଥାନମାନଙ୍କରେ ଫୁଲା ଓ ଦରଜ ସହିତ ବିଛା ଦଂଶନ ଭଳି ବେଦନା ଉପସ୍ଥିତ ହୁଏ ।

ଆହୁରି ମଧ୍ୟ ମନୁଷ୍ୟର ବିରୁଦ୍ଧ ଆହାର ଯଥା – କ୍ଷୀର ମାଛ ଏକତ୍ର ଭୋଜନ, ସମପରିମାଣର ଘିଅ ଓ ମହୁ ସେବନ ଅଜୀର୍ଣ୍ଣ ଅବସ୍ଥାରେ ମୈଥୁନ ଓ ମାତ୍ରାଧିକ ଭୋଜନ ଏବଂ ଅତ୍ୟଧିକ ଥଣ୍ଡାଜାତୀୟ ଖାଦ୍ୟ ସେବନ, ଯତା – ଦହି, ଚୂଡା, ଗୁଡ, ପାଚିଲା କଦଳୀ, ଇଉରିକ୍ ଏସିଡ୍ ବୃଦ୍ଧି ହୋଇ ଏହି ରୋଗ ଦେଖାଦେଇଥାଏ ।

ଦୋଷଭେଦରେ ଲକ୍ଷଣ

ବାତଜ ଆମବାତରେ ସନ୍ଧି ସ୍ଥାନରେ ସୁଚିବିଦ୍ଧ ଭଳି ବେଦନା ଅଧିକ ହୋଇଥାଏ । ପିତଜ ଆମବାତରେ ସନ୍ଧି ସ୍ଥାନରେ ଅତ୍ୟଧିକ ଦାହ ଓ ଜ୍ଵର ଉପସ୍ଥିତ ହୋଇ ଶରୀର ରକ୍ତବର୍ଣ୍ଣ ହୁଏ । କଫଜ ଆମବାତରେ ଦେହ ଓଜନିଆ ଲାଗେ, ଓଦା ବସ୍ତ୍ର ପିନ୍ଧିବା ଭଳି ଅନୁଭୂତ ହୁଏ ଏବଂ ସନ୍ଧି ସ୍ଥାନରେ ପିଡି ସହିତ କଣ୍ଡୁ ଦେଖାଦିଏ । ତ୍ରିଦୋଷଜ ଆମବାତରେ ଉପରୋକ୍ତ ଲକ୍ଷଣ ସବୁ ମିଳିତ ଭାବେ ପ୍ରକାଶ ପାଇଥାଏ ଏବଂ ଆରୋଗ୍ଯ ପାଇଁ କଷ୍ଟସାଧ୍ୟ ହୋଇଥାଏ ।

ଏହି ରୋଗର ପ୍ରାଥମିକ ଚିକିତ୍ସା

ଏହି ରୋଗର ଝାଡା ସଫା ହେଉ ନ ଥିଲେ ପ୍ରଥମେ ଘୃତ ପଚିଶି ଗ୍ରାମ୍ କିମ୍ବା ଏକଗ୍ଲାସ୍ ଗୋ- ମୂତ୍ର ସହିତ ଜଡା ତେଲ ପଚିଶ ଗ୍ରାମ୍ ମିଶାଇ ପାନ କରାଇଲେ ଝାଡା ସଫା ହୋଇଥାଏ । ରୋଗୀର ଅଗ୍ନିମାନ୍ଦ୍ୟ ଥିଲେ ଉପବାସ କର୍ତ୍ତବ୍ୟ । କେବଳ ସିଝା ପାଣିରେ ଲେମ୍ବୁ ମିଶ୍ରି ସରବତ୍ ପାନ କରିବେ । କେବଳ ବାଲିରେ ପୋଟଳୀ କରି ବେଦନା ସ୍ଥାନରେ ଅଗ୍ନିସେକ ପ୍ରଦାନ କରିବା ଉଚିତ୍ । ଉପବାସପରେ ଭୋକ ହେଲେ ପିପ୍ପଳୀ, ଚାଇଁକାଠ, ପିପ୍ପଳାମୂଳ, ଚିତାପାରୁ ଶୁଣ୍ଠି ଏହି ପାଞ୍ଚଟି ଦ୍ରବ୍ୟ ସମଭାଗରେ ଆଣି ଚୂର୍ଣ୍ଣକରି ରଖିବେ । ଖାଦ୍ୟ ଗ୍ରହଣ ସମୟରେ ପ୍ରଥମେ ଏହି ଚୂର୍ଣ୍ଣରୁ ଦଶଗ୍ରମ୍ ବା ଦୁଇଚାମଚ ଖାଇ ଖାଦ୍ୟ ଖାଇବେ ଏବଂ ଖାଦ୍ୟରେ ଶୁଣ୍ଠି ମରିଚ, ପିପ୍ପଳୀ ରସୁଣ ଅଦା, ଚିରେଇତା, ନିମ୍ବପତ୍ର ଏଗୁଡିକ ଅଧିକ ମାତ୍ରାରେ ସେବନ କରିବା ଉଚିତ୍ ।

ଏହି ରୋଗର ସହଜ ଚିକିତ୍ସା

ଶୁଣ୍ଠି, ରସୁଣ ବେଗୁନିଆଁ ପତ୍ର ଓ ହରିଡା, ବାହାଡା, ଅଁଳା, ସମଭାଗରେ ନେଇ ଦରକୁଟା କରି ଆଠଗୁଣ ଜଳରେ ସିଝାଇ ଏକ ଚତୁର୍ଥାଂଶ ଜଳ ରହିଲେ ପାଚନ ଛାଣି ସେଥିରେ ସମାନ ଭାଗ ମିଶ୍ରି ମିଶାଇ ସାହେଗ୍ରମ୍ ମାତ୍ରାରେ ସକାଳ ସଂଧ୍ୟାରେ ଦୁଇବେଳା ସେବନ କାଲେ ଆମବାତ ନଷ୍ଟ ହୁଏ ।  ଏହା ଆମବାତର ଶ୍ରେଷ୍ଠ  ପଚନ ଯୋଗ । ଏହାକୁ  ଭୋଜନ ପୂର୍ବରୁ ସେବନ କରିବା ଉଚିତ୍ ।

  1. ଶୁଖିଲା ମୂଳା ସହିତ ସିଝା ମୁଗରସ, ଶୁଣ୍ଠି ଚୂର୍ଣ୍ଣ ସହିତ ସିଝା ମାଂସ ରସ ବା କାଞ୍ଜି ଏହି ରୋଗୀ ନିୟମିତ ସେବନ କଲେ ଖୁବ୍ ଶୀଘ୍ର ଆରୋଗ୍ୟ ମିଳିଥାଏ ।
  2. କଳା ଦୁଦୁରାକୁ ବାଟି ଅଳ୍ପ ଉଷୁମ କରି  ଫୁଲା ଓ ଯନ୍ତ୍ରଣା ସ୍ଥାନରେ ରାତିରେ ଶୋଇବା ପୂର୍ବରୁ ଲେପଦେଇ ପଟି ବାନ୍ଧି ରାଖୀ ସକାଳୁ ଖୋଲିଦେବା ଉଚିତ୍ । ଏହାଦ୍ଵାରା ଯନ୍ତ୍ରଣା ଓ ଫୁଲା ଉପଶମ ହୋଇଥାଏ ।
  3. ଗବେଷଣାରୁ ଜଣାଯାଇଛି ଯେ ରସମାଣିକ୍ୟ ୨୫୦ ଗ୍ରାମ୍ ଦିନକୁ ଦୁଇଥର ମହୁ ସହିତ ସେବନ କଲେ ଏହି ରୋଗର ଉପଶମ ହୋଇଥାଏ । ଏକମାସ ପର୍ଯ୍ୟନ୍ତ ସେବନୀୟ ।

ବାତ ପିତ୍ତ କଫି ଦୂଷିତ ହୋଇ ଏହି ରୋଗ ଭୟଙ୍କର ହୋଇଉଠିଲେ ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶରେ ଔଷଧ ସେବନ କରିବା ଉଚିତ୍ । ଏଥିପାଇଁ ବହୁଶାସ୍ତ୍ରୀୟ ଔଷଧ ରହିଛି ଯାହାକୁ ରୋଗୀର ବଳ ବୟସ ଓ ଅବସ୍ଥାକୁ ଚାହିଁ ପ୍ରୟୋଗ କରାଯିବା ବିଧେୟ ।

ପଥ୍ୟାପଥ୍ୟ

ପୁରୁଣା ଚାଉଳର ଭାତ ବା ଗରମ ଅଟା ରୁଟି, କୋଳଥ ମୁଗ, ହରଡ ଡାଲି କଦଳୀ, ଆଳୁ ପୋଟଳ, ଡମିରି, କଲରା, ସଜନା ଛୁଇଁ, କନ୍ଦମୂଳ, ଆଡ ରସୁଣ ନିମବୁ ଧନିଆଁପତ୍ର କିମ୍ବା ଛେଳି, ପାରା ଓ କୁକୁଡା ମାଂସ ରସ, ସୁଜି ଉପମା, ହାଲୁଆ ପଥ୍ୟ କରିବେ । ଏହାଦ୍ଵାରାରୋଗୀଶୀଘ୍ରଆରୋଗ୍ୟ ହୋଇଥାଏ । ଆବଶ୍ୟକତା ଅନୁସାରେ ଉଷୁମ ପାଣିରେ ସ୍ନାନ ମାର୍ଜନ କରିବେ ଏବଂ ମାଛ, ଶୁଖୁଆ, ଅଣ୍ଡା, ସାରୁ ପୋଇ, ଦହି ଚୁଡା, ଗୁଡ, ପାଚିଲା କଦଳୀ ଅରୁଆ ବିରି ପିଠା, ଖାତା ମଦ୍ୟପାନ କରିବେ ନାହିଁ । ମଳମୂତ୍ରର ବେଗ ଧାରଣ କରିବେ ନାହିଁ କି ରାତି ଅନିଦ୍ରା ରହିବେ ନାହିଁ । ଅଧିକ ମାତ୍ରାରେ ଭୋଜନ କରିବେ ନାହିଁ କିମ୍ବା ଥଣ୍ଡା ଜଳବାୟୁ ସେବନ କରିବେ ନାହିଁ

ଓଡିଶା ଆୟୁର୍ବେଦ ସେବା ସଦନ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate